Dharitri News
ରାଜ୍ୟ |

ନୂଆବର୍ଷରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦। ୧୨(ବ୍ୟୁରୋ)ଗତ କିଛି ଦିନ ହେବ ସାରା ରାଜ୍ୟରେ ଜାରି ରହିଥିବା ଶୀତ ସାମାନ୍ୟ ହ୍ରାସ ପାଇଛି। ସର୍ବନିମ୍ନ ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲ୍‌ସିୟସ ଉପରକୁ ଉଠିଯାଇଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଶୀତର ପ୍ରକୋପ କମିଥିଲେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାର ୧୦ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି। ଶନିବାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀ ୫.୫, ଅନୁଗୋଳ ୯.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ୩୧ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନକୁହୁଡି ଛାଇଯିବ। ଏପରିକି ୨୦୦ ମିଟରରୁ ଦୂରକୁ ଦେଖାଯିବ ନାହିଁ। ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଜାନୁୟାରୀ ୧ରୁ ୩ ତାରିଖ ଯାଏ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ଜାନୁୟାରୀ ୧ ତାରିଖରେ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୨ ତାରିଖରେ ଦକ୍ଷିଣ ଓ ୩ ତାରିଖରେ ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବନୁମାନ କରାଯାଇଛି। ୩ ତାରିଖ ପରଠାରୁ ପୁଣି ଶୀତ ବଢିବ ବୋଲି ପୂର୍ବାନୁମାନ କରାଯାଇଛି।

ରାଜ୍ୟ |

ଫ୍ରାଞ୍ଚାଇଜ୍‌ ସ୍ବାର୍ଥରେ ସେସୁ

ଭୁବନେଶ୍ୱର,୧୮।୧(ବ୍ୟୁରୋ)- ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେଇଥିବା ଫ୍ରାଞ୍ଚାଇଜ୍‌ କମ୍ପାନୀମାନେ ଗତ ପ୍ରାୟ ୫ ବର୍ଷ ମଧ୍ୟରେ ଗ୍ରାହକଙ୍କ ଉପରୋକ୍ତ ସମସ୍ୟାକୁ ସମାଧାନ କରିବାରେ ବାରମ୍ବାର ବିଫଳ ହେଉଥିଲେ ମଧ୍ୟ ସେସୁ ମ୍ୟାନେଜମେଣ୍ଟ ଆଖିବୁଜି ବସିଛି। କାହିଁକି ଫ୍ରାଞ୍ଚାଇଜ୍‌ କମ୍ପାନୀଗୁଡ଼ିକ ବିଫଳ ହେଉଛନ୍ତି ତାହାର ସମୀକ୍ଷା କରାଯାଉନାହିଁ। ଏଭଳିସ୍ଥଳେ ବିନା ଟେଣ୍ଡରରେ ଫ୍ରାଞ୍ଚାଇଜ୍‌ କମ୍ପାନୀଗୁଡ଼ିକର କାର୍ଯ୍ୟକାଳ ପୁଣିଥରେ ବୃଦ୍ଧି ପାଇଁ ମସୁଧା ଚାଲିଛି।

ଚିଟ୍‌ଫଣ୍ଡ ତଦନ୍ତ କମିଶନ: ଦାଖଲ ହେଲା ଚତୁର୍ଥ ଅନ୍ତରୀଣ ରିପୋର୍ଟ

କଟକ ଅଫିସ, ୧୮।୧- ଚିଟଫଣ୍ଡ ଠକେଇ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିଶନ ଗୁରୁବାର ସରକାରଙ୍କୁ ଚତୁର୍ଥ ଅନ୍ତରୀଣ ରିପୋର୍ଟ ଦେଇଛନ୍ତି। କମିଶନଙ୍କ ସଚିବ ଦେବରାଜ ରାଉତ ସିଲ୍‌ କଭରରେ ୬୮୯୧ ପୃଷ୍ଠାର ଏହି ରିପୋର୍ଟକୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଛନ୍ତି।

ଏକ୍ସପାଏରି ଔଷଧ ଖାଇବେ ରୋଗୀ

ଏକ୍ସପାଏରି ଔଷଧ ଖାଇବେ ରୋଗୀ

କଟକ ଅଫିସ, ୧୮।୧- ନିରାମୟ ଯୋଜନାରେ ସରକାର ଯୋଗାଣ କରିଥିବା ମାଗଣା ଔଷଧକୁ ନେଇ ଏକ ବଡ଼ଧରଣର ଦାୟିତ୍ୱହୀନତା ସାମ୍ନାକୁ ଆସିଛି। ଏସ୍‌ସିବି ମେଡିକାଲରୁ ଏହା ଧରାପଡିଛି। ଜାନୁୟାରୀ ୧୬ ତାରିଖରେ ରୋଗୀଙ୍କୁ ଦିଆଯାଇଥିବା ଔଷଧର ଅବଧି ଫେବୃୟାରୀ ପର୍ଯ୍ୟନ୍ତ ରହିଛି। ଅର୍ଥାତ ମାତ୍ର ୪୪ଦିନ ଔଷଧର ଅବଧି ଥିବା ବେଳେ ରୋଗୀଙ୍କୁ କେଉଁଠି ଦୁଇମାସ, ଅଢେଇମାସ ଓ ସ୍ଥଳବିଶେଷରେ ୩ମାସ ପାଇଁ ଦିଆଯାଇଛି।

ପଲିଥିନ ବ୍ୟାଗ୍‌ କଟକଣା: ବ୍ୟବସାୟୀ ଦେବେ ମାସକୁ ୪ ହଜାର

ପଲିଥିନ ବ୍ୟାଗ୍‌ କଟକଣା: ବ୍ୟବସାୟୀ ଦେବେ ମାସକୁ ୪ ହଜାର

ଭୁବନେଶ୍ୱର,୧୮।୧(ବ୍ୟୁରୋ)-ଏଣିକି ବ୍ୟବସାୟୀମାନେ ଆଉ ମାଗଣାରେ ମନଇଚ୍ଛା ପଲିଥିନ ବ୍ୟାଗ୍‌ ବ୍ୟବହାର କରିପାରିବେ ନାହିଁ। ଏଥିପାଇଁ ସେମାନଙ୍କୁ ଦେବାକୁ ହେବ ପଞ୍ଜୀକରଣ ଫି। ମାସକୁ ୪ ହଜାର ଟଙ୍କା ହିସାବରେ ବର୍ଷକୁ ୪୮ ହଜାର ଟଙ୍କା ଫି ଦାଖଲ କରିବାକୁ ପଡିବ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି।

୫୬ଘର ଭସ୍ମୀଭୂତ, ୩୩ ପରିବାର କ୍ଷତିଗ୍ରସ୍ତ

୫୬ଘର ଭସ୍ମୀଭୂତ, ୩୩ ପରିବାର କ୍ଷତିଗ୍ରସ୍ତ

ବ୍ରହ୍ମପୁର ଅଫିସ,୧୮।୧- ବ୍ରହ୍ମପୁର ସହର ବିଜୁ ପଟ୍ଟନାୟକ ପାର୍କ ନିକଟରେ ଥିବା ଗେଟା ମୁସ୍‌ଲିମ୍‌ ବସ୍ତିରେ ଗୁରୁବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।ବସ୍ତିରେ କୌଣସି କାରଣରୁ ନିଅଁ। ଲାଗି ଯାଇଥିବାରୁ କିଛି କ୍ଷଣମଧ୍ୟରେ ଗୋଟିଏ ପାର୍ଶ୍ୱରେ ଥିବା ୫୬ ଘର ଭସ୍ମୀଭୂତ ହୋଇଯାଇଛି।

ସେନା ଟ୍ରେନ୍‌ରେ ବିସ୍ଫୋରଣ ଘଟଣା: ମାମଲା ରୁଜୁ, ତଦନ୍ତ ଆରମ୍ଭ

ସେନା ଟ୍ରେନ୍‌ରେ ବିସ୍ଫୋରଣ ଘଟଣା: ମାମଲା ରୁଜୁ, ତଦନ୍ତ ଆରମ୍ଭ

ପୁରୀ ଅଫିସ, ୧୮।୧: ପୁରୀ ରେଳ ଷ୍ଟେଶନରେ ସେନାର ସ୍ବତନ୍ତ୍ର ଟ୍ରେନ୍‌ରେ ହୋଇଥିବା ବିସ୍ଫୋରଣ ଘଟଣାର ଗୁରୁବାର ତଦନ୍ତ ଆରମ୍ଭ ହୋଇଛି। ଜିଆର୍‌ପିର ପ୍ରାଥମିକ ତଦନ୍ତରୁ ଗ୍ୟାସ୍‌ ଲିକ୍‌ରୁ ସିଲିଣ୍ଡର ବିସ୍ଫୋରଣ ହୋଇଛି ବୋଲି ଜଣାପଡିଛି। ଅନ୍ୟପକ୍ଷରେ ପ୍ୟାଣ୍ଟ୍ରିକାରରେ ରହିଥିବା ୪ଟି ଅଗ୍ନି ନିର୍ବାପକ ଯନ୍ତ୍ର(ଫାୟାର ଏକ୍ସଷ୍ଟିଙ୍ଗୁଇସର)ର ଅବଧି ୧ବର୍ଷ ତଳୁ ସରିଯାଇଥିଲା।

ପ୍ରଶାନ୍ତଙ୍କୁ ମିଳିଲା ଜାମିନ

ପ୍ରଶାନ୍ତଙ୍କୁ ମିଳିଲା ଜାମିନ

ଢେଙ୍କାନାଳ ଅଫିସ, ୧୮।୧: ସି-ସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ଗୁରୁବାର ଢେଙ୍କାନାଳ ଜିଲା ଜଜ୍‌ ଜାମିନ ପ୍ରଦାନ କରିଛି। ୨ ଲକ୍ଷ ଟଙ୍କା, ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଏହି ଜାମିନ ମିଳିଛି।

ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ

ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଗୁରୁବାର ରାଜ୍ୟ ମେଡିକାଲ ନିଗମ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟରେ ଦୃଷ୍ଟିହୀନତା ଦୂରୀକରଣ ନିମନ୍ତେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ନିର୍ଦ୍ଧାରିତ ସମୟ ମଧ୍ୟରେ ଲକ୍ଷ ହାସଲ କରିବା ଲାଗି ଗୁରୁତ୍ୱାରୋପ କରାଯାଇଛି।

ଶୁକ୍ରବାର ଭିତରକନିକାରେ ଡଲଫିନ ଗଣନା

ଶୁକ୍ରବାର ଭିତରକନିକାରେ ଡଲଫିନ ଗଣନା

ରାଜନଗର,୧୮।୧(ଡି.ଏନ.ଏ.)-ଶୁକ୍ରବାର ଠାରୁ କେନ୍ଦ୍ରାପଡା ଜିଲାର ଭିତରକନିକା ଜାତୀୟ ଉଦ୍ୟାନରେ ଡଲଫିନ ଗଣନା କରାଯିବ । ଏଥିପାଇଁ ଗୁରୁବାର ରାଜନଗର ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଥିବା ଗୁପ୍ତିର ବନୀଭବନଠାରେ ଏକ ପ୍ରଶିକ୍ଷଣ ଶିବର ଆୟୋଜନ କରାଯାଇଥିଲା ।

ବିଜେଡିର ବିକ୍ଷୋଭ ରାଜନୈତିକ ଆକ୍ରମଣ: ଭାଜପା

ବିଜେଡିର ବିକ୍ଷୋଭ ରାଜନୈତିକ ଆକ୍ରମଣ: ଭାଜପା

ଭୁବନେଶ୍ୱର,୧୮।୧(ବ୍ୟୁରୋ): ତୈଳ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ବିକ୍ଷୋଭ ଗରିବ ଓଡ଼ିଆଙ୍କୁ ଲାଭ ପହଞ୍ଚାଇବା ନୁହେଁ ବରଂ ଧର୍ମେନ୍ଦ୍ରଙ୍କୁ ରାଜନୈତିକ ଆକ୍ରମଣ ବୋଲି ଭାଜପା ପକ୍ଷରୁ କୁହାଯାଇଛି। ଏ ନେଇ ଗୁରୁବାର ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ପୁରୀରେ ଗଙ୍ଗାସାଗର ଯାତ୍ରୀଙ୍କ ଭିଡ଼

ପୁରୀରେ ଗଙ୍ଗାସାଗର ଯାତ୍ରୀଙ୍କ ଭିଡ଼

ପୁରୀ ଅଫିସ, ୧୮।୧: ଚାରି ଧାମ ମଧ୍ୟରୁ ଅନ୍ୟତମ ହେଉଛି ଶ୍ରୀକ୍ଷେତ୍ର। ପବିତ୍ର ମହୋଦଧିରେ ସ୍ନାନକରି ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ। ଏହି ବିଶ୍ୱାସକୁ ନେଇ ଏବେ ପୁରୀରେ ଗଙ୍ଗାସାଗର ଯାତ୍ରୀଙ୍କ ବେଶ୍‌ ଭିଡ଼ ଜମିଛି। ଗଙ୍ଗାସାଗରରେ ବୁଡ଼ ପକାଇ ସମସ୍ତେ ଛୁଟିଆସୁଛନ୍ତି ଶ୍ରୀକ୍ଷେତ୍ର ମାଟିକୁ।

ତୈଳଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

ତୈଳଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ତୈଳ ଦର ବୃଦ୍ଧି ପ୍ରତିବାଦରେ ଗୁରୁବାର ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଣାୟତ ତୈଳ ଦର ବୃଦ୍ଧି କେନ୍ଦ୍ର ସରକାରଙ୍କ ଗରିବ ମାରଣ ଓ ମଧ୍ୟବିତ୍ତ ଶୋଷଣ ନୀତି ବୋଲି ଦଳ ପକ୍ଷରୁ ଅଭିଯୋଗ ହେଉଛି।