ରାଜ୍ୟ |

ମଶାଣିରୁ ଶିଶୁକନ୍ୟା, ବୁଦାମୂଳରୁ ଶିଶୁପୁତ୍ର

କଟକ ଅଫିସ, ୩୦।୧୨ମଶାଣି ନିକଟରେ ଏକ ନବଜାତ ଶିଶୁକନ୍ୟା ଓ ବାଉଁଶବୁଦା ମୂଳରେ ଏକ ନବଜାତ ଶିଶୁପୁତ୍ରଙ୍କୁ ଶନିବାର ଠାବ କରାଯାଇଥିଲା। ଏଭଳି ସମ୍ବେଦନଶୀଳ ଘଟଣା କଟକ ସହରର ବିଡାନାସୀ ଓ ଜିଲାର ନରସିଂହପୁର ଥାନା ଅନ୍ତର୍ଗତ ଝାଡଗାଡିଆରେ ନଜରକୁ ଆସିଥିଲା। ଦୁଇ ଶିଶୁଙ୍କୁ ଉଦ୍ଧାର କରିବାକୁ ଯାଇ ଚାଇଲ୍ଡଲାଇନ କର୍ମକର୍ତ୍ତାମାନେ ସ୍ଥାନୀୟ ଲୋକଙ୍କ ପ୍ରତିରୋଧର ସମ୍ମୁଖୀନ ହୋଇଛି। ଶେଷରେ ବିଡାନାସୀ ଥାନା ପୋଲିସ ସହାୟତାରେ ବହୁ କଷ୍ଟରେ ଜଣେ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଝାରଗାଡିଆ ଗ୍ରାମରୁ ମିଳିଥିବା ଶିଶୁଙ୍କୁ ଉଦ୍ଧାର କରାଯାଇପାରିନାହିଁ। ସେଠାକାର ପୋଲିସ ସହଯୋଗ ନ କରିବାରୁ ଚାଇଲ୍ଡଲାଇନ କର୍ମକର୍ତ୍ତା ଖାଲି ହାତରେ ଫେରିଥିବା ଚାଇଲ୍ଡଲାଇନ ସଂଯୋଜକ ନାରାୟଣ ଶୁକ୍ଲା କହିଛନ୍ତି। ସୂଚନାଥାଉକି, ବିଡାନାସୀ ଥାନା ଅନ୍ତର୍ଗତ ନୂଆସାହି ମଶାଣି ନିକଟରୁ ଏକ ନବଜାତ ଶିଶୁକନ୍ୟାଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଉଦ୍ଧାର କରି ଘରେ ରଖିଥିବା ଚାଇଲ୍ଡଲାଇନ ଖବର ପାଇଥିଲା। ଏହାପରେ ସଂଯୋଜକ ନାରାୟଣ ଶୁକ୍ଳା ଓ ଅନ୍ୟମାନେ ସମ୍ପୃକ୍ତ ମହିଳାଙ୍କ ଘରେ ପହଞ୍ଚି ଶିଶୁଟିକୁ ହସ୍ତାନ୍ତର କରିବାକୁ କହିବାରୁ ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିଥିଲେ। ଶେଷରେ ବିଡାନାସୀ ପୋଲିସ ସହାୟତାରେ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା। ସେହିପରି ଝାରଗାଡିଆ ଗ୍ରାମରେ ଏକ ବାଉଁଶବୂଦା ମୂଳରୁ ଏକ ନବଜାତ ଶିଶୁପୁତ୍ରକୁ ସ୍ଥାନୀୟ ଜଣେ ମହିଳା ଉଦ୍ଧାର କରିଥିବା ଜିଲା ଶିଶୁ ମଙ୍ଗଳ କମିଟି ସଦସ୍ୟା ଡଲି ଦାସଙ୍କୁ ଏକ ଫୋନ୍‌ ଆସିଥିଲା। ଏହାପରେ ଶିଶୁଟିକୁ ଉଦ୍ଧାର କରିବା ପାଇଁ ଦାସ ଚାଇଲ୍ଡଲାଇନକୁ କହିଥିଲେ। ଚାଇଲ୍ଡଲାଇନ କର୍ମକର୍ତ୍ତାମାନେ ଝାରଗାଡିଆ ଗ୍ରାମରେ ପହଞ୍ଚିବା ବେଳକୁ ମହିଳା ଜଣକ ଉକ୍ତ ଶିଶୁଙ୍କୁ କାନପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିବା ଜଣାପଡିଥିଲା। ଚାଇଲ୍ଡଲାଇନ କର୍ମକର୍ତ୍ତାମାନେ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଡାକ୍ତରଙ୍କୁ ପଚରାଉଚରା କରି ଶିଶୁଙ୍କୁ ହସ୍ତାନ୍ତର କରିବାକୁ କହିବାରୁ ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିଥିଲେ। ବହୁ ସଂଖ୍ୟକ ଲୋକେ ଏକଜୁଟ ହୋଇ ଚାଇଲ୍ଡଲାଇନ କର୍ମକର୍ତ୍ତାଙ୍କୁ ବିରୋଧ କରିବାରୁ ସଂଯୋଜକ ଶୁକ୍ଳା କାନପୁର ଥାନାକୁ ଯାଇ ଶିଶୁଙ୍କୁ ଉଦ୍ଧାର କରିବାରେ ସହଯୋଗ କରିବାକୁ କହିଥିଲେ। ହେଲେ ଏହା ଆମ ଦାୟିତ୍ୱ ନୁହେଁ, ଏପରିକି ଏତଲା ରଖିବା ପାଇଁ ମଧ୍ୟ ଥାନା ପୋଲିସ ରାଜି ହୋଇ ନ ଥିଲା। ଘଟଣା ସମ୍ପର୍କରେ ବୁଝିବା ନିମନ୍ତେ କାନପୁର ଥାନା ଆଇଆଇସି ଶିବ ଚରଣ ବେହେରାଙ୍କ ସହିତ ତାଙ୍କ ମୋବାଇଲରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ସେ ଫୋନ୍‌ ଉଠାଇ ନ ଥିଲେ। ଥାନାରେ ମହିଳା, ଶିଶୁ ଡେସ୍କ ଥିବା ବେଳେ ପୋଲିସର ଅସହଯୋଗ ଚିନ୍ତାର ବିଷୟ ହୋଇଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତିଙ୍କୁ ପଚାରିବାରୁ ପୋଲିସର କାର୍ଯ୍ୟଧାରା ମୋତେ ଚକିତ କରିଥିବା ସେ କହିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଶିଶୁଙ୍କୁ ନେଇ ଟଣାଓଟରା ଲାଗି ରହିବା ପରେ ନିରାଶ ହୋଇ ଚାଇଲ୍ଡଲାଇନ କର୍ମକର୍ତ୍ତା ଖାଲିହାତରେ କାନପୁରରୁ ଫେରିଥିଲେ।
All Right Reserved By

ରାଜ୍ୟ |

କୁଲିଙ୍କୁ ଗ୍ରୁପ୍‌ ଡି’ ମାନ୍ୟତା ଦାବିରେ ବିକ୍ଷୋଭ

କୁଲିଙ୍କୁ ଗ୍ରୁପ୍‌ ଡି’ ମାନ୍ୟତା ଦାବିରେ ବିକ୍ଷୋଭ

ବାଲେଶ୍ୱର ଅଫିସ, ୧୯।୧-କୁଲିଙ୍କୁ ଗ୍ରୁପ୍‌ ଡି’ ମାନ୍ୟତା ଦାବିରେ ବାଲେଶ୍ୱର ରେଳଷ୍ଟେଶନରେ କାର୍ଯ୍ୟ କରୁଥିବା ଅଲ୍‌ ଇଣ୍ଡିଆ ଲାଲ୍‌ ବରଦୀ କୁଲି ୟୁନିଅନ୍‌ ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏନେଇ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର  ପ୍ରଦାନ କରାଯାଇଛି। 

‘ପିଠା’ କାର୍ଯ୍ୟକ୍ରମକୁ ବିରୋଧ

‘ପିଠା’ କାର୍ଯ୍ୟକ୍ରମକୁ ବିରୋଧ

ରେମୁଣା,୧୯।୧(ଡି.ଏନ.ଏ.)-ରେମୁଣା ବ୍ଲକ ବିରୁଆଁ ପଞ୍ଚାୟତରେ ‘ପିଠା’ କାର୍ଯ୍ୟକ୍ରମ ଶନିବାର ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଗୌରୀମଣି ବେହେରାଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। 

‘ମୋ ଭବିଷ୍ୟତ ସୁରକ୍ଷା’ ସ୍ବାକ୍ଷର ଅଭିଯାନ ଆରମ୍ଭ

‘ମୋ ଭବିଷ୍ୟତ ସୁରକ୍ଷା’ ସ୍ବାକ୍ଷର ଅଭିଯାନ ଆରମ୍ଭ

ବାଲେଶ୍ୱର ଅଫିସ,୧୯।୧-ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ର ବିରୋଧୀ ନୀତି  ପ୍ରତିବାଦରେ ବାଲେଶ୍ୱର ଗାନ୍ଧୀ ସ୍ମୃତିଭବନ ସମ୍ମୁଖରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଶନିବାର ‘ମୋ ଭବିଷ୍ୟତ ସୁରକ୍ଷା ସ୍ବାକ୍ଷର’ ଅଭିଯାନ ଆରମ୍ଭ ହୋଇଛି। 

ବନବାସୀଙ୍କ ପ୍ରିୟ ଖାଦ୍ୟ କୁରୁକୁଟି କାଇ

ବନବାସୀଙ୍କ ପ୍ରିୟ ଖାଦ୍ୟ କୁରୁକୁଟି କାଇ

କେନ୍ଦୁଝର, ୧୯ା୧ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ବନବାସୀ ସମ୍ପ୍ରଦାୟର ଲୋକ ମାନେ ଜଙ୍ଗଲ ଜୀବିକା ଉପରେ ନିର୍ଭରଶୀଳ ା ଆଦିବାସୀ ଲୋକଙ୍କ ଚାଲିଚଳନ, ବେଶଭୂଷାସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ। ସେମାନଙ୍କ ଖାଦ୍ୟପେୟ ମଧ୍ୟ ଟିକେ ନିଆରା ହୋଇଥାଏ। 

ନକଲି ଚାପତି ବ୍ୟବସାୟୀ ଗିରଫ

ନକଲି ଚାପତି ବ୍ୟବସାୟୀ ଗିରଫ

ବାରଙ୍ଗ,୧୯।୧(ଡି.ଏନ୍‌.ଏ.)- ନକଲି ଚାପତି ପ୍ୟାକେଟକରି ବିକ୍ରି କରିବା ଅଭିଯୋଗରେ ଶନିବାର ନନ୍ଦନକାନନ ଥାନା ପୋଲିସ ଜଣେ ବ୍ୟବସାୟୀଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। 

ପାହାଡ଼ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା ସନ୍ଦେହ

ପାହାଡ଼ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା ସନ୍ଦେହ

ଆସିକା,୧୯।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହରଣପଦର ପଞ୍ଚାୟତ ନିକଟରେ ଥିବା ମାଗୁରା ପାହାଡ଼ ନିକଟରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ସେ ହେଲେ ରବୀନ୍ଦ୍ର ନାହାକ। ତାଙ୍କ ଘର ଭେଙ୍କଟରାଇପଲ୍ଲୀ ଗାଁରେ ବୋଲି ଜଣାପଡ଼ିଛି। 

ବଢ଼ିଲା ବାର୍ଦ୍ଧକ୍ୟ ଭତ୍ତା : ୨ଶହ ଟଙ୍କା ବୃଦ୍ଧିନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଢ଼ିଲା ବାର୍ଦ୍ଧକ୍ୟ ଭତ୍ତା : ୨ଶହ ଟଙ୍କା ବୃଦ୍ଧିନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରିଛନ୍ତି। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅବସରରେ ଶନିବାର ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି। ଏହା ଦ୍ୱାରା ୩୦୦ ଟଙ୍କା ଭତ୍ତା ପାଉଥିବା ହିତାଧିକାରୀ ୫୦୦ ଟଙ୍କା ପାଇପାରିବେ। ସେହିପରି ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ୭ଶହ ଟଙ୍କା ପାଇବେ। 

ପିଠା ସ୍ଥଳୀରେ ମାର୍‌ପିଟ: ସରପଞ୍ଚଙ୍କ ଅନୁପସ୍ଥିତିରେ ପ୍ରୋତ୍ସାହନ ବାଣ୍ଟିଲେ ମନ୍ତ୍ରୀ

ପିଠା ସ୍ଥଳୀରେ ମାର୍‌ପିଟ: ସରପଞ୍ଚଙ୍କ ଅନୁପସ୍ଥିତିରେ ପ୍ରୋତ୍ସାହନ ବାଣ୍ଟିଲେ ମନ୍ତ୍ରୀ

କଟକସଦର, ୧୯।୧(ଡି.ଏନ୍‌.ଏ.): କଟକସଦର ବ୍ଲକ ଅନ୍ତର୍ଗତ ଗତିରାଉତପାଟଣା ପଞ୍ଚାୟତର ପିଠା କାର୍ଯ୍ୟକ୍ରମ ସ୍ଥଳରେ ଶନିବାର ସକାଳେ ୨ ଗୋଷ୍ଠୀ ମଧ୍ୟରେ  ମାର୍‌ପିଟ୍‌ ହୋଇଛି। ଫଳରେ ସରପଞ୍ଚ ଗୋଷ୍ଠୀର ୨ ଜଣ ଆହତ ହୋଇଥିବା  ଜଣାପଡିଛି। 

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା : ଅଭିଯୁକ୍ତ ଗିରଫ

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା : ଅଭିଯୁକ୍ତ ଗିରଫ

ଭବାନୀପାଟଣା / ନର୍ଲା, ୧୯।୧ (ଡି.ଏନ୍‌.ଏ.): ନର୍ଲା ନବୋଦୟ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା ଜଣାପଡିବା ପରେ ତନାଘନା ଆରମ୍ଭ ହୋଇଥିଲା। ଶନିବାର ଧର୍ମଗଡ଼ ଥାନାରେ ପୀଡ଼ିତାଙ୍କ ମା’ଙ୍କ ଏତଲା ପରେ ଅଭିଯୁକ୍ତଙ୍କୁ ପୋକ୍ସୋ ଆକ୍ଟରେ ଗିରଫ କରାଯାଇଛି।

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା:  ପରିବାର ଲୋକେ ଝିଅକୁ ବିହାର ନେଇଗଲେ

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା: ପରିବାର ଲୋକେ ଝିଅକୁ ବିହାର ନେଇଗଲେ

ଭବାନୀପାଟଣା / ନର୍ଲା, ୧୯।୧ (ଡି.ଏନ୍‌.ଏ.): ନର୍ଲା ନବୋଦୟ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା ଜଣାପଡିବା ପରେ ତନାଘନା ଆରମ୍ଭ ହୋଇଛି। ଛାତ୍ରୀ ଜଣକ ନିଜ ପରିବାର ସଦସ୍ୟଙ୍କ ସହ ବିହାର ଚାଲି ଯାଇଥିବା ଜଣାପଡିଛି । 

ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ସ୍ବାମୀ,  ସ୍ତ୍ରୀ, ଝିଅ ଗୁରୁତର

ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ସ୍ବାମୀ, ସ୍ତ୍ରୀ, ଝିଅ ଗୁରୁତର

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଲିଙ୍ଗରାଜ ଥାନା ଅନ୍ତର୍ଗତ କପିଳେଶ୍ୱର ନଗର କେନାଲବନ୍ଧ ଅଞ୍ଚଳରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ରକରି ଦମ୍ପତ୍ତି ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନେ ହେଲେ ସ୍ବାମୀ ଅଜୟ ଦାସ(୪୦), ସ୍ତ୍ରୀ ଜାନକୀ ଦାସ। ଏଥିରେ ସେମାନଙ୍କ ୩ ବର୍ଷିୟା ଝିଅ ମଧ୍ୟ ଆହତ ହୋଇଛନ୍ତି। 

ରାଜଧାନୀରେ ଘନ କୁହୁଡ଼ି: ଯାତାୟାତ ବାଧାପ୍ରାପ୍ତ, ବିମାନ ସେବା ବିଳମ୍ବ

ରାଜଧାନୀରେ ଘନ କୁହୁଡ଼ି: ଯାତାୟାତ ବାଧାପ୍ରାପ୍ତ, ବିମାନ ସେବା ବିଳମ୍ବ

ଭୁବନେଶ୍ୱର,୧୯।୧: ଘନ କୁହୁଡ଼ିର ଆସ୍ତରଣ ମଧ୍ୟରେ ରାଜଧାନୀ ଭୂବନେଶ୍ୱର। ଶନିବାର ସକାଳେ ରାଜଧାନୀ ସମେତ କଟକରେ ମଧ୍ୟ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି। ଫଳରେ ଜନଜୀବନ ସାଧାରଣ ବାଧାପ୍ରାପ୍ତ ହୋଇଛି।