ରାଜ୍ୟ |

ଦୁର୍ଦ୍ଦିନରେ ତଲାକୀ ମହିଳା

ଦୁର୍ଦ୍ଦିନରେ ତଲାକୀ ମହିଳା
କଟକ ଅଫିସ, ୩୦।୧୨- ସ୍ବାମୀଙ୍କଠାରୁ ତଲାକ୍‌ ପାଇ ବିବାହ ବିଚ୍ଛେଦ ହୋଇଥିବା ମହିଳାମାନେ ଦୁନିଆରେ ବଞ୍ଚତ୍ବା ପାଇଁ ଲଢ଼ୁଛନ୍ତି। କେହି ପିତ୍ରାଳୟରେ ଆଶ୍ରୟ ନେଇଥିବା ବେଳେ କେହି ବେସାହାରା ହୋଇ ନିଜ ସନ୍ତାନଙ୍କ ସହ ଅତ୍ୟନ୍ତ ଦୟନୀୟ ଭାବେ ବଞ୍ଚୁଛନ୍ତି। ସ୍ବାମୀଙ୍କ ବେଆଇନ୍‌ ତଲାକ୍‌ ବିରୋଧରେ ସେମାନେ ଅଦାଲତକୁ ମଧ୍ୟ ଯାଇଛନ୍ତି। କେତେକ ମାମଲା ଫଇସଲା ହୋଇଥିବା ବେଳେ ଅନେକ ମାମଲା ରାଜ୍ୟର ବିଭିନ୍ନ ଅଦାଲତରେ ପଡ଼ିରହିଛି। କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, ନୟାଗଡ଼ ଜିଲାର ତଲାକ ପାଇଥିବା ମୁସ୍‌ଲିମ୍‌ ମହିଳାମାନେ ଗଠନ କରିଛନ୍ତି ତଲାକୀ ମହିଳା ସହାୟତା ସମିତି। ଉକ୍ତ ସମିତିରେ ପ୍ରାୟ ୫ ହଜାର ସଦସ୍ୟ ରହିଛନ୍ତି। ତଲାକୀ ମହିଳାମାନଙ୍କୁ ରାଜ୍ୟ ସରକାର ମାସିକ ୪ ଶହ ଟଙ୍କା ଭତ୍ତା ଦେଇ ସହାୟତାର ହାତ ବଢ଼ାଇଥିଲେ। ମାତ୍ର ଦୁଃଖର ବିଷୟ ୨୦୧୪ ଏପ୍ରିଲଠାରୁ ସରକାରଙ୍କ ପ୍ରଦତ୍ତ ଭତ୍ତା ଏହି ମହିଳାମାନେ ପାଉନାହାନ୍ତି। ଏନେଇ ଅନେକ ବାର ରାଜ୍ୟ ୱାକଫ୍‌ ବୋର୍ଡ କମିଶନରଙ୍କୁ ଅବଗତ କରାଯାଇଥିଲେ ବି କିଛି ଫଳ ହୋଇନାହିଁ। ସମିତି ପକ୍ଷରୁ ବକ୍ସିବଜାରସ୍ଥିତ ପାନ୍ଥନିବାସଠାରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି। ସମିତି ସଭାପତି ସାଇରା ମିର୍ଜା, ସମ୍ପାଦିକା ମାହେ ଅଫ୍ରୋଜ୍‌ ବେଗମ୍‌, ଆଇନ୍‌ଜୀବୀ ସେକ୍‌ ଅସ୍‌ଫାକ ଅଲ୍ଲିଙ୍କ ସମେତ ସଦସ୍ୟା ଖୁର୍ସିଦା ବେଗମ, ରଫିଆ ବିବି, ରାଜୋ ବିବି, ବେବି ବିବି ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ୱାକଫ୍‌ ବୋର୍ଡ କମିଶନର୍‌ ସୟଦ ମହମ୍ମଦ ଅକ୍‌ଦଶ୍‌ କୁହନ୍ତି, ରାଜ୍ୟ ସରକାର ଆଇନ୍‌ ବିଭାଗ ଜରିଆରେ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଭତ୍ତା ରାଶି ପଠାଉଥିଲେ। ମାତ୍ର ଏଥିରେ କେତେକ ଅନିୟମିତତା ପରିଲକ୍ଷିତ ହୋଇଥିଲା। ଏନେଇ ମାମଲା ଅଦାଲତରେ ବିଚାରାଧୀନ ରହିଛି। ତେଣୁ ୱାକଫ୍‌ ବୋର୍ଡର ଏଥିରେ କିଛି ଭୂମିକା ନାହିଁ।
All Right Reserved By

ରାଜ୍ୟ |

ମୁମ୍ବାଇ, ଦିଲ୍ଲୀ ପରେ ଚେନ୍ନାଇରେ ମେକ୍‌ ଇନ ଓଡ଼ିଶା କନକ୍ଲେଭ: ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ

ମୁମ୍ବାଇ, ଦିଲ୍ଲୀ ପରେ ଚେନ୍ନାଇରେ ମେକ୍‌ ଇନ ଓଡ଼ିଶା କନକ୍ଲେଭ: ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ମୁମ୍ବାଇ ଓ ଦିଲ୍ଲୀ ପରେ ଏବେ ଚେନ୍ନାଇରେ ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ଚେନ୍ନାଇରେ ‘ମେକ ଇନ ଓଡ଼ିଶା’ କନକ୍ଲେଭର ଦ୍ୱିତୀୟ ସଂସ୍କରଣ ପରିପ୍ରେକ୍ଷୀରେ ଏକ ରୋଡ ସୋ ଅନୁଷ୍ଠିତ ହୋଇଯାଇଛି । 

ପୋଲିସ-ଆଇନଜୀବୀ ବିବାଦ: ନବୀନ ନୀବାସ ଘେରାଉ ନିଷ୍ପତ୍ତି ଟଳିଲା

ପୋଲିସ-ଆଇନଜୀବୀ ବିବାଦ: ନବୀନ ନୀବାସ ଘେରାଉ ନିଷ୍ପତ୍ତି ଟଳିଲା

କଟକ ଅଫିସ, ୨୬। ୯: କଟକରେ ପୋଲିସ-ଆଇନଜୀବୀ ବିବାଦକୁ ମାସେ ପୂରିବାକୁ ବସିଲାଣି। ହେଲେ ଏଯାଏ ବିବଦର କୌଣସି ସ୍ଥାୟୀ ସମାଧାନ ବାହାରିପାରିଲା ନାହିଁ। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ।

ଚାରା ମଦ କାରବାରକୁ ନେଇ ତାତିଲେ ମହିଳା, ରାସ୍ତାରେ ଢ଼ାଳିଲେ ମଦ

ଚାରା ମଦ କାରବାରକୁ ନେଇ ତାତିଲେ ମହିଳା, ରାସ୍ତାରେ ଢ଼ାଳିଲେ ମଦ

ସଜନାଗଡ଼,୨୬।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ସନ୍ତାରାଗଡ଼ିଆ ଅଞ୍ଚଳରେ ଦୀର୍ଘଦିନ ଧରି ଚୋରା ମଦ କାରବାର ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ମାତ୍ର ଅବକାରୀ ବିଭାଗର ଏଥିପ୍ରତି ନିଘା ନାହିଁ। ଯାହାକୁ ନେଇ ବିଭିନ୍ନ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି।

୪ ଛାତ୍ରଙ୍କୁ ମାଡ଼ ଘଟଣା: ସ୍କୁଲ ଫାଟକରେ ତାଲା ପକାଇ ବିକ୍ଷୋଭ

୪ ଛାତ୍ରଙ୍କୁ ମାଡ଼ ଘଟଣା: ସ୍କୁଲ ଫାଟକରେ ତାଲା ପକାଇ ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୬।୯: ଗଞ୍ଜାମ ଜିଲା ବ୍ରହ୍ମପୁର ଖଲ୍ଲିକୋଟ କନିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪ଛାତ୍ରଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ବୁଧବାର ଉତ୍ତେଜନା ଦେଖା ଦେଇଛି। ମାଡ଼ ଖାଇଥିବା ଛାତ୍ରମାନେ ସ୍କୁଲ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 

ଆସିକାସ୍ଥିତ ବାଲଜି ସୁତାକଳ ପୁନରୁଦ୍ଧାର ଦାବି

ଆସିକାସ୍ଥିତ ବାଲଜି ସୁତାକଳ ପୁନରୁଦ୍ଧାର ଦାବି

ବ୍ରହ୍ମପୁର ଅଫିସ,୨୬।୯: ଗଞ୍ଜାମ ଜିଲା ଆସିକାସ୍ଥିତ ବାଲଜି ସୁତାକଳ ୨୦୧୩ ଫାଇଲିନ ବାତ୍ୟାରେ ଭାଙ୍ଗି ଯାଇଥିଲା। ଏହାର ପୁନରୁଦ୍ଧାର ନେଇ ବହୁବାର ଦାବି ହୋଇଥିଲେ ମଧ୍ୟ ଏଥିପ୍ରତି ରାଜ୍ୟ ସରକାର ଅବହେଳା କରିଛନ୍ତି। 

ଧରିତ୍ରୀ ସରଣ୍ଡା ପ୍ରତିନିଧିଙ୍କ ଅଫିସରେ ପୋଡ଼ାଜଳା

ଧରିତ୍ରୀ ସରଣ୍ଡା ପ୍ରତିନିଧିଙ୍କ ଅଫିସରେ ପୋଡ଼ାଜଳା

ବରଗଡ଼ ଅଫିସ୍‌,୨୬।୯: ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡାର ଧରିତ୍ରୀ ପ୍ରତିନିଧି ଯୁଧିଷ୍ଠିର ମହାପାତ୍ରଙ୍କ ଅଫିସରେ କେହି ଦୁର୍ବୃତ୍ତ ପୋଡ଼ାଜଳା କରିଛନ୍ତି । ଏହି ଘଟଣାରେ ମହାପାତ୍ରଙ୍କ ବାଇକ୍‌ ସମେତ ଅଫିସରେ ଥିବା କମ୍ପ୍ୟୁଟର ଓ ୨ଟି ପ୍ରିଣ୍ଟର ପୋଡ଼ି ନଷ୍ଟ ହୋଇଛି । ଏ ନେଇ ସେ ଅତାବିରା ଥାନାରେ ମଙ୍ଗଳବାର ରାତିରେ ଏତଲା ଦେଇଛନ୍ତି । ଏତଲା ପାଇବା ପରେ ପୋଲିସ ଏହାର ଅନୁସନ୍ଧାନ ଆରମ୍ଭ କରିଛି ।  ୧୫ତାରିଖରୁ ମହାପାତ୍ର ସପରିବାର ତୀର୍ଥଯାତ୍ରାରେ  ବାହାରକୁ ଯାଇଥିଲେ । ସେ ସୋମବାର ଫେରି ସପରିବାର ଅତାବିରାର ତାଙ୍କ ବଡ଼ ଭଉଣୀଙ୍କ ଘରେ ରହିଥିଲେ । ମଙ୍ଗଳବାର ରାତି ପ୍ରାୟ ୯ଟାରେ ସେ ସରଣ୍ଡାସ୍ଥିତ ନିଜ ଘରକୁ ଫେରି ଅଫିସକୁ ଆସିଥିଲେ ।

ବାଲିପୋଖରୀ ବଜାରରେ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ଆଗରପଡ଼ା ଥାନା ସମ୍ମୁଖରେ ଧାରଣା

ବାଲିପୋଖରୀ ବଜାରରେ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ଆଗରପଡ଼ା ଥାନା ସମ୍ମୁଖରେ ଧାରଣା

ବନ୍ତ,୨୬।୯(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ବାଲିପୋଖରୀ ବଜାରରେ ଗତ ଅଗଷ୍ଟ ୩୧ ତାରିଖ ରାତିରେ ମୁରଲୀ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏଯାବତ୍‌ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ନାହିଁ। ଏହାକୁ ବିରୋଧ କରି ବୁଧବାର ଛାତ୍ର ଯୁବ ସଂଘର୍ଷ ସମିତି ପକ୍ଷରୁ ଆଗରପଡ଼ା ଥାନା ସମ୍ମୁଖରେ ଧାରଣା ଦିଆଯାଇଛି। ଖୁବ୍‌ଶିଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। 

ଚାଷୀଙ୍କୁ ଘାରିଲା ଚକଡ଼ା ଭୟ

ଚାଷୀଙ୍କୁ ଘାରିଲା ଚକଡ଼ା ଭୟ

ବରଗଡ଼ ଅଫିସ୍‌,୨୬।୯ (ପ୍ରେମାନନ୍ଦ ଖମାରୀ)-ଖରିଫ ଧାନ ବର୍ତ୍ତମାନ ଗର୍ଭଣୀ ଅବସ୍ଥାରେ ରହିଛି । ଆଉ କିଛିଦିନ ପରେ ତାହା ଅମଳକ୍ଷମ ହେବ । ଚାଷୀ ଧାନ ଅମଳ କରି କିଛି ରୋଜଗାର କରିବ ବୋଲି ଆଶା ରଖିଛି । ମାତ୍ର ଗତ କିଛିଦିନ ହେଲା ପାଗ ପରିବର୍ତ୍ତନ ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି ।

ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ମହୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର  ସାମିଲ

ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ମହୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ସାମିଲ

ଆଳି,୨୬।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମର ମହୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଛାତ୍ରୀମାନେ ବୁଧବାର ପୂର୍ବାହ୍ନରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ସାମିଲ ହୋଇଛନ୍ତି। 

ଆଶାକର୍ମୀଙ୍କ ଗାଲକୁ ଚାପୁଡା କସିଦେଲେ ନର୍ସ , ସିଡିଏମ୍‌ଓଙ୍କୁ ଅଭିଯୋଗ

ଆଶାକର୍ମୀଙ୍କ ଗାଲକୁ ଚାପୁଡା କସିଦେଲେ ନର୍ସ , ସିଡିଏମ୍‌ଓଙ୍କୁ ଅଭିଯୋଗ

ବଲାଙ୍ଗୀର ଅଫିସ,୨୬।୯- କର୍ତ୍ତବ୍ୟରତ ଜଣେ ଆଶାକର୍ମୀଙ୍କୁ ହସ୍ପିଟାଲ ଭିତରେ ଜଣେ ନର୍ସ ଚାପୁଡ଼ା ମାରି ଗାଳିଗୁଲଜ କରିବା ଘଟଣାକୁ ନେଇ ଆଶାକର୍ମୀମାନେ ସିଡିଏମ୍‌ଓଙ୍କୁ ଭେଟି ଅଭିଯୋଗ କରିବା ସହ ସମ୍ପୃକ୍ତ ନର୍ସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତୁରନ୍ତକାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଶାକର୍ମୀମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। 

ପରୀକ୍ଷା ଫଳରେ ତ୍ରୁଟି ନେଇ ବିକ୍ଷୋଭ

ପରୀକ୍ଷା ଫଳରେ ତ୍ରୁଟି ନେଇ ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୬।୯: ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ତୃତୀୟ ସେମିଷ୍ଟର ପରୀକ୍ଷାର ଉତ୍ତର ଖାତା ଦେଖାରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଥିଲା। 

୨୮ରେ ଗଞ୍ଜାମର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

୨୮ରେ ଗଞ୍ଜାମର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ବ୍ରହ୍ମପୁର ଅଫିସ,୨୬।୯: ଭାରତୀୟ ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜି ବିନିଯୋଗକୁ ଦେଶର ବ୍ୟବସାୟୀମାନେ ବିରୋଧ କରୁଛନ୍ତି। କନ୍‌ଫିଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ଆହ୍ବାନରେ ଆସନ୍ତା ୨୮ତାରିଖରେ ସାରା ଦେଶରେ ବ୍ୟବସାୟୀକ ପ୍ରତିଷ୍ଠାନଗୁଡିକ ବନ୍ଦ ରହିବ।