Dharitri News
ମେଟ୍ରୋ |

ଏସ୍‌ସିବିରେ ୨୪ଘଣ୍ଟା ଚାଲିବ ଟ୍ରମାକେୟାର ଓଟି

ଏସ୍‌ସିବିରେ ୨୪ଘଣ୍ଟା ଚାଲିବ ଟ୍ରମାକେୟାର ଓଟି କଟକ ଅଫିସ, ୩୦।୧୨- ଦୁର୍ଘଟଣାଜନିତ ଆଘାତ ରୋଗୀମାନଙ୍କୁ ତତ୍କାଳ ଚିକିତ୍ସା ଯୋଗାଇ ଦେବା ପାଇଁ ଏସ୍‌ସିବି ଟ୍ରମାକେୟାର ଅପରେଶନ ଥିଏଟରକୁ ୨୪ ଘଣ୍ଟା କାର୍ଯ୍ୟକାରୀ କରାଯିବ। ୪୪ ବେଡ୍‌ ବିଶିଷ୍ଟ ଟ୍ରମାକେୟାର ୱାର୍ଡକୁ ଅଧିକ କ୍ରିୟାଶୀଳ କରାଯିବ। ସେହିପରି ୧୪ ବେଡ୍‌ ବିଶିଷ୍ଟ ଟ୍ରମାକେୟାର ଆଇସିୟୁ ପାଇଁ ଅଧିକ କର୍ମଚାରୀ ବ୍ୟବସ୍ଥା କରାଯିବ। ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଆସୁଥିବା ରୋଗୀଙ୍କୁ କାଜୁଆଲଟିରୁ ସିଧା ଟ୍ରମାକେୟାର ୟୁନିଟ୍‌କୁ ପଠାଯିବ। ସେହିପରି ମେଡିକାଲର ଗୁରୁତ୍ୱପୁର୍ଣ୍ଣ ୟୁନିଟ କାଜୁଆଲଟିକୁ ମଧ୍ୟ ସଶକ୍ତୀକରଣ କରାଯିବ। କୌଣସି ରୋଗୀ ୨ଘଣ୍ଟାରୁ ଅଧିକ ସମୟ କାଜୁଆଲଟିରେ ପଡ଼ିରହିବେ ନାହିଁ। ଏସ୍‌ସିବି ମେଡିକାଲର କାଜୁଆଲଟି ଓ ଟ୍ରମାକେୟାର ୟୁନିଟର ସୁପରିଚାଳନା ନିମନ୍ତେ ସରକାର ଏକ ଷ୍ଟାଣ୍ଡାର୍ଡ ଅପରେଶନ ପ୍ରୋସିଜିଓର(ଏସ୍‌ଓପି) ପ୍ରସ୍ତୁତ କରିଛନ୍ତି। ଏସ୍‌ଓପିର କାର୍ଯ୍ୟକାରିତା ନିମନ୍ତେ ମେଡିକାଲରେ ଏକ ବୈଠକ ଡକାଯିବ। ସମସ୍ତ ବିଭାଗର ବରିଷ୍ଠ ପ୍ରଫେସରମାନଙ୍କ ପରାମର୍ଶ ନିଆଯାଇ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଶ୍ୟାମା କାନୁନ୍‌ଗୋ କହିଛନ୍ତି। କାଜୁଆଲଟିରେ ରୋଗୀମାନଙ୍କ ତତ୍କାଳ ଆବଶ୍ୟକ କରୁଥିବା ପରୀକ୍ଷା ନିରୀକ୍ଷା ବ୍ୟବସ୍ଥା ଉପଲବ୍ଧ ରହିବ। ଯଥା ସାଧାରଣ ରକ୍ତ ପରୀକ୍ଷା, ଏକ୍ସ-ରେ, ବ୍ଲଡ-ଗ୍ଲୁଗୋଜ, ଅଲଟ୍ରାସାଉଣ୍ଡ ଇତ୍ୟାଦି କାଜୁଆଲଟିରେ ରଖାଯିବ। ଏହାବାଦ୍‌ ହୃଦ୍‌ରୋଗୀମାନଙ୍କ ପାଇଁ ଆଡଭାନ୍ସ ଲାଇଫ କେୟାର ସପୋର୍ଟ ସିଷ୍ଟମ, ଟ୍ରମା କେୟାର ୟୁନିଟରେ ଆଡଭାନ୍ସ ଟ୍ରମା ଲାଇଫ୍‌ ସପୋର୍ଟ ଓ ଶିଶୁ ରୋଗୀମାନଙ୍କ ପାଇଁ ପେଡିଆଟ୍ରିକ ଆଡଭାନ୍ସ ଲାଇଫ ସପୋର୍ଟ ବ୍ୟବସ୍ଥା କରାଯିବ। ଯଦି କୌଣସି ଶିଶୁ ଗୁରୁତର ଅବସ୍ଥାରେ ଆସି କାଜୁଆଲଟିରେ ପହଞ୍ଚନ୍ତି, ତେବେ ତୁରନ୍ତ ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମ ଯୋଗାଯାଇ ଶିଶୁ ରୋଗ ବିଭାଗର ଡାକ୍ତରମାନଙ୍କୁ କାଜୁଆଲଟିକୁ ଡକାଯିବ ବୋଲି ଏସଓପିରେ ନୀତି ନିର୍ଦ୍ଧାରଣ କରାଯାଇଛି। କାଜୁଆଲଟି ଓ ଟ୍ରମାକେୟାର ୟୁନିଟ୍‌ରେ କାର୍ଯ୍ୟ କରୁଥିବା ଡାକ୍ତର ଓ କର୍ମଚାରୀମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯିବ। ଏପରିକି କାଜୁଆଲଟି ଓ ଟ୍ରମାକେୟାର ୟୁନିଟ୍‌ରେ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଯେପରି କୌଣସି ଘରୋଇ ହସ୍ପିଟାଲ ସହିତ ସମ୍ପର୍କ ନଥିବ ସେନେଇ ସ୍ପଷ୍ଟ ନୀତି ଏସ୍‌ଓପିରେ ପ୍ରଣୟନ କରାଯାଇଛି। ଏସ୍‌ଓପି ଖିଲାପ ପାଇଁ ଅଧୀକ୍ଷକ ସମ୍ପୂର୍ଣ୍ଣ ଦାୟୀ ରହିବେ। ତେଣୁ ପ୍ରତି ଦୁଇ ସପ୍ତାହରେ ଅଧୀକ୍ଷକ ଏହାର ସମୀକ୍ଷା କରି ସରକାରଙ୍କୁ ରିପୋର୍ଟ ଦେବେ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଜଣେ ରୋଗୀ କାଜୁଆଲଟିରେ ପହଞ୍ଚିବା ପରେ ତାଙ୍କର ଆବଶ୍ୟକ ହେଉଥିବା ପ୍ରାଥମିକ ପରୀକ୍ଷା କରାଯାଇ ତାଙ୍କୁ ନିର୍ଦ୍ଦିଷ୍ଟ ବିଭାଗକୁ ପଠାଯିବ। ଏଥିପାଇଁ କାଜୁଆଲଟିରେ ଜଣେ ମ୍ୟାନେଜର ପଦବୀ ସୃଷ୍ଟି କରାଯିବ। ଏହାବାଦ୍‌ କାଜୁଆଲଟି ମେଡିକାଲ ଅଫିସର, ଜଣେ ଫାର୍ମାସିଷ୍ଟ, ଜଣେ ଲାବ୍ରୋଟାରୀ ଟେକ୍ନିସିଆନ, ୪ଜଣ ନର୍ସ, ଜଣେ ଇସିଜି ଟେକ୍ନିସିଆନ, ୪ଜଣ ଆଟେଣ୍ଡାଣ୍ଟ, ୩ଜଣ ଆମ୍ବୁଲାନ୍ସ ଡ୍ରାଇଭର, ରେକର୍ଡ କ୍ଲର୍କ, ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ପାଇବେ। ୩ ସିଫ୍ଟରେ ଏହି କାର୍ଯ୍ୟ କରାଯିବ। ଏହାବାଦ୍‌ କାଜୁଆଲଟି ନିମନ୍ତେ ଆଉ ଏକ ପରିବର୍ଦ୍ଧିତ ଟିମ୍‌ ମଧ୍ୟ ଗଠନ କରାଯିବ ବୋଲି ଏସ୍‌ଓପିରେ କୁହାଯାଇଛି। ଏହି ଟିମ୍‌ରେ ସିନିଅର ରେସିଟେଣ୍ଟ ମାନଙ୍କୁ ୨୪ଘଣ୍ଟିଆ ଡ୍ୟୁଟିରେ ରଖାଯାଇଥିବାବେଳେ ଗୁରୁତର ରୋଗୀ ଆସିଲେ କାଜୁଆଲଟି ଡାକରାରେ ସହକାରୀ, ସହଯୋଗୀ ଓ ଆବଶ୍ୟକ ସ୍ଥଳେ ପ୍ରଫେସର ଆସିବେ ବୋଲି ଏସ୍‌ଓପିରେ କୁହାଯାଇଛି। କାଜୁଆଲଟିର ସୁପରିଚାଳନା ନେଇ ବିଗତ ଦିନରେ ଅନେକ ବ୍ୟବସ୍ଥା କରାଯାଇଛି। ହେଲେ ତାହା ଫଳପ୍ରଦ ହୋଇନାହିଁ। ଏବେ ପୁନର୍ବାର ଏହି ଏସ୍‌ଓପି କେତେଦୂର କାମ ଦେବ ତାହାକୁ ନେଇ ପ୍ରଶ୍ନବାଚୀ ଉପୁଜିଛି। ଏ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କୁହନ୍ତି, କାଜୁଆଲଟି ଓ ଟ୍ରମାକେୟାର ୟୁନିଟ ମେଡିକାଲର ଅନେକ ଗୁରୁତ୍ୱ ବହନ କରୁଛି। ତେଣୁ ଏହି ଦୁଇଟି ୟୁନିଟ ପାଇଁ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ସୁଦୃଢୀକରଣ କରିବା ନିମନ୍ତେ ଆଗକୁ ଆହୁରି ଅନେକ ଯୋଜନା ପ୍ରଣୟନ କରାଯିବ ବୋଲି ମନ୍ତ୍ରୀ ଜେନା କହିଛନ୍ତି।

ମେଟ୍ରୋ |

ମହିଳାଙ୍କ ମୃତଦେହ ଉଦ୍ଧାର

ଦଶପଲ୍ଲା, ୨୦।୧(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଭୋଗବାଡ଼ି ନିକଟ ଜଙ୍ଗଲରୁ ଶନିବାର ସକାଳେ ଜନୈକ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। କାରଣ ଅସ୍ପଷ୍ଟ ଥିବା ବେଳେ କେହି ହତ୍ୟାକରି ତାଙ୍କୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଖବର ପାଇ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରୀଙ୍କ ହତ୍ୟାକାରୀ ଗିରଫ

ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରୀଙ୍କ ହତ୍ୟାକାରୀ ଗିରଫ

ନିରାକାରପୁର, ୨୦।୧(ଡି.ଏନ୍‌.ଏ.): ଗତ ୪ ତାରିଖରେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ହରିପୁର ନୋଡାଲ ହାଇସ୍କୁଲର ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରୀ(୨୫)ଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଶନିବାର ପୋଲିସ ଗିରଫ କରିଛି। ସେ ହେଲେ ଜଟଣୀ ଥାନା ହରିଡାମଡ଼ା ଗ୍ରାମର କୁନୁ ଜେନା।

ନକଲି ଗୁଟ୍‌ଖା କାରଖାନା ଠାବ, ୩ ଗିରଫ

ନକଲି ଗୁଟ୍‌ଖା କାରଖାନା ଠାବ, ୩ ଗିରଫ

କଟକ ରୋଡ଼, ୨୦।୧(ଡି.ଏନ୍‌.ଏ.): କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଓ ଲକ୍ଷ୍ମୀସାଗର ଥାନା ପୋଲିସ ଶନିବାର ସକାଳେ ମିଳିତ ଚଢାଉକରି ଝାରପଡ଼ା ମହାବୀର ନଗରରେ ଥିବା ଏକ ଭଡ଼ାଘରେ ଚାଲିଥିବା ନକଲି ଗୁଟ୍‌ଖା କାରଖାନା ଠାବ କରିଛି।

  ତମାଖୁ ତ୍ୟାଗ ପରାମର୍ଶ କେନ୍ଦ୍ର ଉଦ୍‌ଘାଟିତ

ତମାଖୁ ତ୍ୟାଗ ପରାମର୍ଶ କେନ୍ଦ୍ର ଉଦ୍‌ଘାଟିତ

ପୁରୀ ଅଫିସ, ୧୯।୧: ତମାଖୁ ସେବନ ଦ୍ୱାରା ପ୍ରତିବର୍ଷ ଲକ୍ଷାଧିକ ବ୍ୟକ୍ତି ମୃତ୍ୟୁମୁଖରେ ପଡୁଛନ୍ତି। ଜନସଚେତନତା ଦ୍ୱାରା ଏହାକୁ ରୋକାଯାଇପାରିବ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ସମସ୍ତ ଜିଲା ମୁଖ୍ୟାଳୟରେ ତମାଖୁ ତ୍ୟାଗ ପରାମର୍ଶ କେନ୍ଦ୍ର ଖୋଲାଯାଇଛି।

ରାଜ୍ୟସ୍ତରୀୟ ନାଟକ ମହୋତ୍ସବ: ସାବଧାନ କଲା ମରୀଚିକା

ରାଜ୍ୟସ୍ତରୀୟ ନାଟକ ମହୋତ୍ସବ: ସାବଧାନ କଲା ମରୀଚିକା

ପୁରୀ ଅଫିସ,୧୯।୧: ଆଜିକାଲି ଅଧିକାଂଶ ମା’ବାପା ସେମାନଙ୍କ ପିଲାଙ୍କୁ ଛୋଟବେଳୁ ଆକଟ କରୁନାହାନ୍ତି। ପିଲାମାନେ ଯାହା ଚାହୁଁଛନ୍ତି ସଙ୍ଗେସଙ୍ଗେ ତାଙ୍କ ହାତମୁଠାକୁ ବଢାଇ ଦେଉଛନ୍ତି। ଫଳରେ ଅନେକ ପିଲା ଅବାଟରେ ପାଦ ପକାଉଛନ୍ତି।

ଶିଶୁପାଳଗଡ଼ ମହୋତ୍ସବ ଉଦ୍‌ଘାଟିତ

ଶିଶୁପାଳଗଡ଼ ମହୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର,୧୯।୧(ବ୍ୟୁରୋ)-ଇତିହାସ ପୃଷ୍ଠାମଣ୍ଡନ କରିଥିବା ଶିଶୁପାଳଗଡ଼ରୁ ଆରମ୍ଭ ହୋଇଥିଲା ଉତ୍କଳର ଯୁଦ୍ଧ ଅଭିଯାନ। ଏହି ମାଟି ଥିଲା ପ୍ରାଚୀନ କଳିଙ୍ଗର ତୋଷାଳି। ଓଡ଼ିଶା ପଛରେ ଆଜି ଯେଉଁ ବିରାଟ ସାମରିକ ଇତିହାସ ରହିଛି, ତାହାର ମୂଳଦୁଆ ଏହି ଐତିହାସିକ ଗଡ଼ରୁ ପଡ଼ିଥିଲା। ଚେଦୀ ବଂଶ ଖାରବେଳଙ୍କଠାରୁ ଆରମ୍ଭ କରି ଗଙ୍ଗବଂଶ ଶାସନ ପର୍ଯ୍ୟନ୍ତ କଳିଙ୍ଗର ରାଜଧାନୀଭାବେ ଶୋଭାବର୍ଦ୍ଧନ କରିଆସୁଥିବା ଏହି ବୀରମାଟି ଦୀର୍ଘ ୨୦୦ବର୍ଷର ଇତିହାସର ମୂକସାକ୍ଷୀ ବୋଲି ମତପ୍ରକାଶ ପାଇଛି। ଶିଶୁପାଳଗଡ଼ ଦଶହରା ପଡ଼ିଆଠାରେ ଆୟୋଜିତ ଶିଶୁପାଳଗଡ଼ ମହୋତ୍ସବର ଉଦ୍‌ଘାଟନ କରି ବିଶିଷ୍ଟ ଅତିଥିମାନେ ଏହି ଐତିହାସିକ ଗଡ଼ର ଗୌରବ ଗାଥା ବିଷୟରେ କହିଥିଲେ।

୨୨ରେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକର ପଞ୍ଚବିଂଶତି ବର୍ଷ ସମ୍ପୂର୍ଣ୍ଣ ହେବ

୨୨ରେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକର ପଞ୍ଚବିଂଶତି ବର୍ଷ ସମ୍ପୂର୍ଣ୍ଣ ହେବ

ଭୁବନେଶ୍ୱର,୧୯।୧(ବ୍ୟୁରୋ)-ଭାରତବର୍ଷର ଐକ୍ୟ, ସଂହତି ଓ ଅଖଣ୍ଡତାକୁ ରକ୍ଷା କରିବା ସଙ୍ଗେ ସଙ୍ଗେ ମାନବୀୟ ମୂଲ୍ୟବୋଧଭିତ୍ତିକ ସନାତନ ବୈଦିକ ଧର୍ମର ପ୍ରତିଷ୍ଠା ଏବଂ ପ୍ରଚାର ଉଦ୍ଦେଶ୍ୟରେ ଜଗଦ୍‌ଗୁରୁ ଆଦି ଶଙ୍କରାଚାର୍ଯ୍ୟ ଭାରତର ଚାରି ଦିଗରେ ୪ଟି ପୀଠ ସ୍ଥାପନ କରିଥିଲେ। ତନ୍ମଧ୍ୟରୁ ପୂର୍ବରେ ପୁରୀଠାରେ ପ୍ରତିଷ୍ଠିତ ଗୋବର୍ଦ୍ଧନ ପୀଠ ଅନ୍ୟତମ। ବର୍ତ୍ତମାନ ଏହି ପୀଠର ୧୪୫ତମ ଶଙ୍କରାଚାର୍ଯ୍ୟ ଭାବେ ପୀଠାସୀନ ହୋଇଛନ୍ତି ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ। ଆସନ୍ତା ୨୨ତାରିଖରେ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କର ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟ ଭାବେ ପଟ୍ଟାଭିଷେକ ହେବାର ପଞ୍ଚବିଂଶତି ବର୍ଷ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରଚଳିତ ଅଧ୍ୟାତ୍ମିକ କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ କ୍ରିୟାଶୀଳ ଏବଂ ଫଳପ୍ରଦ କରିବା ଉଦ୍ଦେଶ୍ୟରେ ଏକ ବର୍ଷ ବ୍ୟାପୀ ଆଧ୍ୟାତ୍ମିକ ଜାଗରଣ ଯାତ୍ରା ଅନୁଷ୍ଠିତ ହେବ।

୬ ହଜାର ହିତାଧିକାରୀଙ୍କୁ ମିଳିବ ବାତ୍ୟା ନିରୋଧକ ଗୃହ

୬ ହଜାର ହିତାଧିକାରୀଙ୍କୁ ମିଳିବ ବାତ୍ୟା ନିରୋଧକ ଗୃହ

ପୁରୀ ଅଫିସ, ୧୯।୧: କୃଷ୍ଣପ୍ରସାଦ ଏବଂ ବ୍ରହ୍ମଗିରି ବ୍ଲକର ଫାଇଲିନ୍‌ କ୍ଷତିଗ୍ରସ୍ତଙ୍କୁ ଦିଆଯିବ ବାତ୍ୟା ନିରୋଧକ ଗୃହ। ଏଥିଲାଗି ମୁଖ୍ୟ ଶାସନ ସଚିବଙ୍କ ସହ ଦୁଇଥର ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିସାରିଛି।

ଆଠ ଧାଡ଼ିର ରିପୋର୍ଟ ପାଇଁ ୪୦ ସପ୍ତାହ ସମୟ

କଟକ ଅଫିସ, ୧୯।୧- କନ୍ଧମାଳ ଜିଲାର ଆଶ୍ରମ ସ୍କୁଲଗୁଡିକରେ ମ୍ୟାଲେରିଆ ବ୍ୟାପୁଥିବା ନେଇ ଦାଏର ହୋଇଥିବା ଏକ ମାମଲାରେ ଓଡ଼ିଶା ମାନବାଧିକାର କମିଶନ ରିପୋର୍ଟ ତଲବ କରିଥିଲେ। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ କମିଶନ କନ୍ଧମାଳ ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏତେବଡ଼ ସମ୍ବେଦନଶୀଳ ମାମଲାରେ ଏଇ ଦୁଇ ଅଫିସର ୪ ସପ୍ତାହ ବଦଳରେ ୧୦ ମାସ ଅର୍ଥାତ୍‌ ୪୦ ସପ୍ତାହରୁ ଅଧିକ ସମୟ ନେଇଛନ୍ତି।

ଭାବୀପତ୍ନୀଙ୍କ ସମ୍ପର୍କୀୟ ଭିଣୋଇ ହତ୍ୟାକାରୀ

ଭାବୀପତ୍ନୀଙ୍କ ସମ୍ପର୍କୀୟ ଭିଣୋଇ ହତ୍ୟାକାରୀ

କଟକ ଅଫିସ, ୧୯।୧- ଗତ ୭ ତାରିଖରେ ଘଟିଥିବା ବହୁଚର୍ଚ୍ଚିତ ଚୌଦ୍ୱାର କପାଳେଶ୍ୱରର ଲିଟିଲ ଓରଫ ନିର୍ଝର ବେହେରା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟାକାରୀ ଆଉ କିଏ ନୁହେଁ, ନିର୍ଝରଙ୍କ ଭାବୀପତ୍ନୀଙ୍କ ସମ୍ପର୍କୀୟ ଭିଣୋଇ ସମ୍ବିତ କୁମାର ସେନାପତି ବୋଲି ମାଲଗୋଦାମ ଥାନାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ୧ ନମ୍ବର ଜୋନ ଏସିପି ତ୍ରିନାଥ ମିଶ୍ର ଓ ଜଗତପୁର ଥାନା ଆଇଆଇସି ଅନିଲ କୁମାର ବେଉରା କହିଛନ୍ତି।

୧୨୧ଟି ଟେଣ୍ଡରକୁ ଅସିଦ୍ଧ କଲେ ହାଇକୋର୍ଟ

୧୨୧ଟି ଟେଣ୍ଡରକୁ ଅସିଦ୍ଧ କଲେ ହାଇକୋର୍ଟ

କଟକ ଅଫିସ, ୧୯।୧- କୋରାପୁଟ ଜିଲାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣ ଯୋଜନାରେ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଜାଲିଆତି କରାଯାଇଛି। ଏ ସମ୍ପର୍କିତ ଆଗତ ମାମଲାର ବିଚାର କରି ହାଇକୋର୍ଟ ୧୨୧ଟି ଟେଣ୍ଡରକୁ ଅସିଦ୍ଧ ଘୋଷଣା କରିଛନ୍ତି।

ଆସିବ ପର୍ଯ୍ୟଟନ ଆଇନ

ଆସିବ ପର୍ଯ୍ୟଟନ ଆଇନ

ଭୁବନେଶ୍ୱର, ୧୯।୧(ବ୍ୟୁରୋ)- ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। ଜେଲ୍‌ଦଣ୍ଡ ସହ ଜରିମାନା ଆଦାୟ ହେବ। ବିଦେଶୀ ପର୍ଯ୍ୟଟକଙ୍କୁ ହଇରାଣ ହରକତ କିମ୍ବା ଠକିଲେ କଠୋର ଦଣ୍ଡ ଦିଆଯିବ।