ଖେଳ |

ରାଜ୍ୟ ଆଥ୍‌ଲେଟିକ୍‌ ମିଟ୍‌ ଉଦ୍‌ଯାପିତ: କଟକ ଚାମ୍ପିୟନ

ରାଜ୍ୟ ଆଥ୍‌ଲେଟିକ୍‌ ମିଟ୍‌ ଉଦ୍‌ଯାପିତ: କଟକ ଚାମ୍ପିୟନ
କଟକ ଅଫିସ,୩୦ା୧୨- ଓଡ଼ିଶା ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମରେ ୬୫ତମ ଓଡ଼ିଶା ରାଜ୍ୟ ଆଥ୍‌ଲେଟିକ ମିଟ୍‌ ଶନିବାର ଉଦ୍‌ଯାପିତ ହୋଇଯାଇଛି। ପ୍ରତିଯୋଗିତାରେ ମୋଟ୍‌ ୧୨ଟି ନୂଆ ମିଟ୍‌ ରେକର୍ଡ ସୃଷ୍ଟି ହୋଇଛି। ୩ୟ ତଥା ଅନ୍ତିମ ଦିବସରେ ୪ଟି ନୂଆ ମିଟ୍‌ ରେକର୍ଡ ହୋଇଛି। ମହିଳା ୧୦ହଜାର ମିଟର ଦୌଡ଼ରେ ସମ୍‌ସାଦ ଆରା ବେଗମ୍‌, ୧୮ ବର୍ଷରୁ କମ୍‌ ବାଳିକା ହାମରରେ ଶ୍ୱେତାଲିନା ନାୟକ, ମହିଳା ହାମରରେ ଦିବ୍ୟା ସାନ୍ଧିଲ୍ୟ ଓ ୨୦ ବର୍ଷରୁ କମ୍‌ ବାଳକ ହାଇଜମ୍ପ୍‌ରେ ସ୍ବାଧୀନ କୁମାର ମାଝି ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ପ୍ରତିଯୋଗିତାରେ କଟକ ଜିଲା ୬୪୧ ପଏଣ୍ଟ ହାସଲ କରି ଦଳଗତ ଚାମ୍ପିୟନ ହୋଇଥିବା ବେଳେ ସୁନ୍ଦରଗଡ଼ ୩୬୧ ପଏଣ୍ଟ ପାଇ ରନର୍ସଅପ୍‌ ହୋଇଛି। ପ୍ରତିଯୋଗିତାରେ ୨ଟି ନୂଆ ମିଟ୍‌ ରେକର୍ଡ ସୃଷ୍ଟି କରିଥିବା ସମ୍‌ସାଦ ଆରା ବେଗମ୍‌ଙ୍କୁ ଶଶିକାନ୍ତ ମହାପାତ୍ର ମେମୋରିଆଲ ଟ୍ରଫି ତଥା ଶ୍ରେଷ୍ଠ ମହିଳା ଆଥ୍‌ଲେଟ୍‌ ଭାବେ ପୁରସ୍କୃତ କରାଯାଇଛି। ଶ୍ରେଷ୍ଠ ପୁରୁଷ ଆଥ୍‌ଲେଟ୍‌ ଭାବେ ପୁଙ୍ଗା ସୋରେନ ପୁରସ୍କୃତ ହୋଇଛନ୍ତି। ବୟସ ବର୍ଗ ଅନୁଯାୟୀ ୧୪ ବର୍ଷରୁ କମ୍‌ ବାଳିକାରେ ସୁନ୍ଦରଗଡ଼, ବାଳକରେ କୋରାପୁଟ, ୧୬ ବର୍ଷରୁ କମ୍‌ ବାଳିକାରେ ମୟୂରଭଞ୍ଜ, ବାଳକରେ କୋରାପୁଟ, ୧୮ ବର୍ଷରୁ କମ୍‌ ଉଭୟ ବାଳକ ଓ ବାଳିକାରେ ସୁନ୍ଦରଗଡ, ୨୦ ବର୍ଷରୁ କମ୍‌ ଉଭୟ ବାଳିକା ଓ ବାଳକରେ ଏବଂ ମହିଳା ଓ ପୁରୁଷରେ କଟକ ଚାମ୍ପିୟନ ହୋଇଛି। ଉଦ୍‌ଯାପନୀ ଉତ୍ସବରେ ଆଥ୍‌ଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆର ଯୁଗ୍ମ ସମ୍ପାଦକ ଅଧୀପ ଦାସ ମୁଖ୍ୟଅତିଥି, ଆମେଚର ବେସ୍‌ବଲ ଫେଡେରେଶନ ଅଫ୍‌ ଇଣ୍ଡିଆର ସଭାପତି ପଙ୍କଜ ଲୋଚନ ମହାନ୍ତି, ଓଡ଼ିଶା ଆଥ୍‌ଲେଟିକ ଆସୋସିଏଶନ ସଭାପତି ଜଗମୋହନ ପଟ୍ଟନାୟକ, ସମ୍ପାଦକ ଆଶୀର୍ବାଦ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଶନିବାର ଅନୁଷ୍ଠିତ ପ୍ରତିଯୋଗିତାର ୧୬ ବର୍ଷରୁ କମ୍‌ ବାଳକ ୨୦୦ ମିଟର ଦୌଡ଼ରେ ମହେନ୍ଦ୍ର ମୁଣ୍ଡା, ୨ହଜାର ମିଟର ଦୌଡ଼ରେ ଅଭି ସିସା, ହାମରରେ ମୋହିତ ନାରାୟଣ ସାନ୍ଧିଲ୍ୟ, ୧୮ ବର୍ଷରୁ କମ୍‌ ବାଳକ ୩ ହଜାର ମିଟର ଦୌଡ଼ରେ ରଶ୍ମି ରଞ୍ଜନ ନାୟକ, ୨ହଜାର ମିଟର ଷ୍ଟିପଲ ଦୌଡ଼ରେ ରଞ୍ଜନ ଏକ୍କା, ୪୦୦ ମିଟର ହର୍ଡଲ୍ସରେ ପୁଙ୍ଗା ସୋରେନ, ୧୬ ବର୍ଷରୁ କମ୍‌ ବାଳିକା ୨୦୦ମିଟର ଦୌଡ଼ରେ ବୈଷ୍ଣବୀ ହାତୀ, ୨ହଜାର ମିଟର ଦୌଡ଼ରେ ସୁସ୍ମିତା ମହାପାତ୍ର, ହାଇଜମ୍ପ୍‌ରେ ସଲ୍‌ମା ମାରାଣ୍ଡି, ପେଣ୍ଟାଥଲନରେ ଧନମତୀ ଖେସ୍‌, ୧୮ ବର୍ଷରୁ କମ୍‌ ବାଳିକା ୨୦୦ମିଟର ଦୌଡ଼ରେ ସୁଖୀ ବସ୍‌କି, ୩ହଜାର ମିଟର ଦୌଡ଼ରେ ଶ୍ୱେତା କୁଜୁର, ୪୦୦ମିଟର ହର୍ଡଲ୍ସରେ ଜ୍ୟୋତ୍ସ୍ନା ଶବର, ଟ୍ରିପଲ ଜମ୍ପ୍‌ରେ ବିଷ୍ଣୁପ୍ରିୟା ନାୟକ, ହାମରରେ ଶ୍ୱେତାଲିନା ନାୟକ, ହେପ୍ଟାଥଲନ୍‌ରେ ସବିତା ହେମ୍ବ୍ରମ୍‌, ପୁରୁଷ ୩ହଜାର ମିଟର ଟ୍ରିପଲ ଦୌଡ଼ରେ ଜୟ କିଶନ, ୪୦୦ମିଟର ହର୍ଡଲ୍ସରେ ରଜତ କୁମାର ଭୈଇଁସାଲ, ପୋଲ ଭଲ୍ଟରେ ହର ଚରଣ ଦାସ, ହାମରରେ ମଳୟ ରଞ୍ଜନ ପତି, ମହିଳା ୨୦୦ମିଟର ଦୌଡ଼ରେ ଦୂତୀ ଚାନ୍ଦ, ୧୦ହଜାର ମିଟର ଦୌଡ଼ରେ ସମ୍‌ସାଦ ଆରା ବେଗମ୍‌, ୩ହଜାର ମିଟର ଷ୍ଟିପଲ ଦୌଡ଼ରେ ବିଜୟଲକ୍ଷ୍ମୀ ପାତ୍ର, ୪୦୦ମିଟର ହର୍ଡଲ୍ସରେ ଜସ୍‌ମୀ କିସ୍‌କୁ, ଟ୍ରିପଲ ଜମ୍ପ୍‌ରେ ସୁରସ୍ମିତା ବାଗର ସ୍ବର୍ଣ୍ଣ ବିଜୟୀ ହୋଇଛନ୍ତି। ସେହିପରି ୧୮ବର୍ଷରୁ କମ୍‌ ବାଳକ ପୋଲ ଭଲ୍ଟରେ ମୋହନ ବେନିୟା, ହାମରରେ ରାହୁଲ ମାରାଣ୍ଡି, ୨୦ ବର୍ଷରୁ କମ୍‌ ବାଳକ ୨୦୦ମିଟର ଦୌଡ଼ରେ ପ୍ରସନ୍ନଜିତ କୁଜୁର, ୧୦ହଜାର ମିଟର ଦୌଡ଼ରେ ରମେଶ ମେହନ୍ତା, ୩ହଜାର ମିଟର ଷ୍ଟିପଲ ଦୌଡ଼ରେ ଶୁକଲାଲ ମାରାଣ୍ଡି, ୪୦୦ମିଟର ହର୍ଡଲ୍ସରେ ପ୍ରସନ୍ନଜିତ ଖାଖା, ହାଇଜମ୍ପରେ ସ୍ବାଧୀନ କୁମାର ମାଝି, ପୋଲ ଭଲ୍ଟରେ ପର୍ଶୁରାମ ସାମଲ, ହାମରରେ ଅଭିଷେକ ପଣ୍ଡା, ୧୪ ବର୍ଷରୁ କମ୍‌ ବାଳିକା ହାଇଜମ୍ପରେ ସବିତା ଟପ୍ପୋ, ୨୦ ବର୍ଷରୁ କମ୍‌ ବାଳିକା ୨୦୦ମିଟର ଦୌଡ଼ରେ ପ୍ରଜ୍ଞା ପ୍ରଶାନ୍ତି ସାହୁ, ୩ହଜାର ମିଟର ଦୌଡ଼ରେ ଅମ୍ବିକା ଡିଲା, ୩ହଜାର ମିଟର ଷ୍ଟିପଲ ଦୌଡ଼ରେ ପ୍ରଭାତୀ ମାଝି, ୪୦୦ମିଟର ହର୍ଡଲ୍ସରେ ଅଞ୍ଜଳି ବାର୍ଲା, ଟ୍ରିପଲ ଜମ୍ପରେ କର୍ମି ସିଂ, ହାମରରେ ଉତ୍କଳିକା ପ୍ରିୟଦର୍ଶିନୀ, ହେପ୍ଟାଥଲନ୍‌ରେ ସଂଯୁକ୍ତା ମିଞ୍ଜ, ପୁରୁଷ ୨୦୦ ମିଟର ଦୌଡ଼ରେ ନିରଞ୍ଜନ ମହାନ୍ତି, ୧୦ ହଜାର ମିଟର ଦୌଡ଼ରେ ଯୋଗେନ୍ଦ୍ର ତିରିଆ, ମହିଳା ହାମରରେ ଦିବ୍ୟା ସାନ୍ଧିଲ୍ୟ ଓ ହେପ୍ଟାଥଲନ୍‌ରେ ଲତିକା ବାସରା ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୯ ବର୍ଷର ରେକର୍ଡ ଭାଙ୍ଗିଲେ ସମ୍‌ସାଦ: ୧୯ ବର୍ଷ ତଳେ ଗୁରୁବାରୀ ବେଉରା ମହିଳା ୫ହଜାର ମିଟର ଦୌଡ଼କୁ ୧୮ମିନିଟ୍‌ ୧୮.୨ ସେକେଣ୍ଡରେ ଅତିକ୍ରମ କରି ରାଜ୍ୟ ପାଇଁ ନୂତନ ରେକର୍ଡ ପ୍ରତିଷ୍ଠା କରିଥିଲେ। ସେହି ରେକର୍ଡକୁ ଚଳିତ ବର୍ଷ ସମ୍‌ସାଦ ଆରା ବେଗମ୍‌ ଭାଙ୍ଗିଛନ୍ତି। ସମ୍‌ସାଦ ୧୮ମିନିଟ୍‌ ୧୪.୯ ସେକେଣ୍ଡରେ ଅତିକ୍ରମ କରି ନୂତନ ରାଜ୍ୟ ରେକର୍ଡ ସୃଷ୍ଟି କରିଛନ୍ତି। ସମ୍‌ସାଦ ଏହି ପ୍ରତିଯୋଗିତାର ୧୦ହଜାର ମିଟର ଦୌଡ଼ରେ ମଧ୍ୟ ଏକ ନୂଆ ମିଟ୍‌ ରେକର୍ଡ ସୃଷ୍ଟି କରିଛନ୍ତି।
All Right Reserved By

ଖେଳ |

ଜାତୀୟ ଶକ୍ତିଉତ୍ତୋଳନରେ ଭାଗନେବ ଓଡ଼ିଶା

ଜାତୀୟ ଶକ୍ତିଉତ୍ତୋଳନରେ ଭାଗନେବ ଓଡ଼ିଶା

ଭୁବନେଶ୍ୱର, ୨୫ା୯(ସ୍ପୋଟର୍‌ସ ବ୍ୟୁରୋ)- ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଆସନ୍ତା ୨୯ରୁ ଅନ୍‌ଇକ୍ୟୁପଟ ବିଭାଗର ଶକ୍ତିଉତ୍ତୋଳନ ପ୍ରତିଯୋଗିତା (ମହିଳା/ପୁରୁଷ) ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ଦଳ ଅଂଶଗ୍ରହଣ କରିବ। 

ଏଣିକି ମହିଳାଙ୍କୁ ବାଲନ ଡି’ଅର ପୁରସ୍କାର

ଏଣିକି ମହିଳାଙ୍କୁ ବାଲନ ଡି’ଅର ପୁରସ୍କାର

ପ୍ୟାରିସ, ୨୫ା୯ (ଏଏଫ୍‌ପି)- ଏଣିକି  ବିଶ୍ୱର ଶ୍ରେଷ୍ଠ ମହିଳା ଖେଳାଳି  ଏବଂ ୨୧ ବର୍ଷରୁ କମ୍‌ ଖେଳାଳିଙ୍କୁ ପୁରସ୍କୃତ କରିବା ଲାଗି  ବାଲନ ଡି’ଅର ପୁରସ୍କାର ଆୟୋଜକଗଣ ସ୍ଥିର କରିଛନ୍ତି। 

ସ୍ପଟ୍‌ ଫିକ୍ସିଂ: ଶେହଜାଦଙ୍କୁ ପ୍ରଲୋଭିତ କରାଯାଇଥିଲା

ସ୍ପଟ୍‌ ଫିକ୍ସିଂ: ଶେହଜାଦଙ୍କୁ ପ୍ରଲୋଭିତ କରାଯାଇଥିଲା

ଦୁବାଇ, ୨୫ା୯ (ପି.ଟି.)-ଆସନ୍ତା ଆଫଗାନ ଟି୨୦ ପ୍ରିମିୟର ଲିଗ୍‌ରେ ଏକ ସ୍ପଟ ଫିକ୍ସିଂ ପାଇଁ ଆଫଗାନିସ୍ତାନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ଶେହଜାଦ ପ୍ରଲୋଭନର ଶିକାର ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।

ସହଜ ବିଜୟ ସହ କ୍ବାର୍ଟରରେ ତାମିଲନାଡୁ

ସହଜ ବିଜୟ ସହ କ୍ବାର୍ଟରରେ ତାମିଲନାଡୁ

କଟକ ଅଫିସ,୨୫ା୯- କଟକରେ ଚାଲିଥିବା ୨୪ତମ ଜାତୀୟ ସିନିୟର ମହିଳା ଫୁଟବଲ ଚାମ୍ପିୟନଶିପରେ ସୋମବାର ଗୋଟିଏ ମ୍ୟାଚ୍‌ ଖେଳାଯାଇଥିଲା । ଏଥିରେ ତାମିଲନାଡୁ ୯-୦ ଗୋଲରେ ମହାରାଷ୍ଟ୍ରକୁ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି । 

ପ୍ରେସିଡେଣ୍ଟ୍‌ସ କପ୍‌ ଗଲ୍ଫ: ଲଖି ଚାମ୍ପିୟନ

ପ୍ରେସିଡେଣ୍ଟ୍‌ସ କପ୍‌ ଗଲ୍ଫ: ଲଖି ଚାମ୍ପିୟନ

ଭୁବନେଶ୍ୱର, ୨୫ା୯(ସ୍ପୋଟର୍‌ସ ବ୍ୟୁରୋ)- ଭୁବନେଶ୍ୱର ଗଲ୍ଫ କ୍ଲବ୍‌ (ବିଜିସି) ନୂଆ ସିଜନର ପ୍ରଥମ ପ୍ରତିଯୋଗିତା ପ୍ରେସିଡେଣ୍ଟ୍‌ସ କପ୍‌ରେ ଲଖି ସ୍ବାଇଁ ଚାମ୍ପିୟନ ହୋଇଛନ୍ତି। ୧୯-୨୪ ବର୍ଗରେ ଲଖି ବିଜୟିନୀ ହୋଇଥିବାବେଳେ ଏ.ସି. ବେହେରା ରନର୍ସଅପ୍‌ ହୋଇଛନ୍ତି। ମୁଖ୍ୟ ବର୍ଗ ୦-୧୮ରେ ଅଜୟ ନେଗି ଚାମ୍ପିୟନ ଏବଂ ହକି ଅଲିମ୍ପିଆନ୍‌ ଦିଲ୍ଲୀପ ତିର୍କି ରନର୍ସଅପ୍‌ ହୋଇଥିଲେ। 

ଭାରତ-ଆଫଗାନିସ୍ତାନ ମୁକାବିଲା ଆଜି

ଭାରତ-ଆଫଗାନିସ୍ତାନ ମୁକାବିଲା ଆଜି

ଦୁବାଇ, ୨୫।୯(ପି.ଟି.)- ଏସିଆ କପ୍‌ ସୁପର୍‌ ଫୋର୍‌ ପର୍ଯ୍ୟାୟର ଏକ ମୁକାବିଲାରେ ଭାରତୀୟ କ୍ରିକେଟ ଦଳ ମଙ୍ଗଳବାର ଆଫଗାନିସ୍ତାକୁ ଭେଟିବ। କ୍ରମାଗତ ୨ଟି ମ୍ୟାଚ୍‌ ଜିତି ଫାଇନାଲରେ ସ୍ଥାନ ପକ୍କା କରିସାରିଥିବାରୁ ରୋହିତ୍‌ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାଇଁ ସୁପର୍‌ ଫୋର୍‌ର ଏହି ଅନ୍ତିମ ମ୍ୟାଚ୍‌ ଗୁରୁତ୍ୱହୀନ ହୋଇପଡ଼ିଛି। 

ଜାତୀୟ ସିନିୟର ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆଜିଠାରୁ

ଜାତୀୟ ସିନିୟର ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆଜିଠାରୁ

ଭୁବନେଶ୍ୱର, ୨୫।୯(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମର ଆଥଲେଟିକ୍ସ ଷ୍ଟାଡିୟମ ପୁଣି ଚଳଚଞ୍ଚଳ। ଏଠାରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୫୮ତମ ସଂସ୍କରଣ। 

ପୁନୀତ୍‌-ନେଗୀ ମେଘାଳୟକୁ ଜିତାଇଲେ

ପୁନୀତ୍‌-ନେଗୀ ମେଘାଳୟକୁ ଜିତାଇଲେ

ଆନନ୍ଦ, ୨୪।୯(ପି.ଟି.)- ବିଜୟ ହଜାରେ ଟ୍ରଫି ଏକଦିବସୀୟ କ୍ରିକେଟ ପ୍ରତିଯୋଗିତାରେ ସୋମବାର ପ୍ଲେଟ୍‌ ଗ୍ରୁପ୍‌ର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ମେଘାଳୟ ୨୫୬ ରନର ବୃହତ ବ୍ୟବଧାନରେ ଅରୁଣାଚଳ ପ୍ରଦେଶକୁ ପରାସ୍ତ କରିଛି। ପୁନୀତ୍‌ ବିସ୍ତଙ୍କ କ୍ୟାରିୟର ଶ୍ରେଷ୍ଠ ୧୩୫ ରନ ଓ ଏବଂ ଅଭୟ ନେଗୀଙ୍କ ୭ ଉଇକେଟ୍‌ ସଫଳତା ବଳରେ ମେଘାଳୟ ଏହି ବୃହତ ବିଜୟ ଲାଭ କରିଛି। 

ଭାରତୀୟ ମହିଳା ଦଳ ସିରିଜ ଜିତିଲା

ଭାରତୀୟ ମହିଳା ଦଳ ସିରିଜ ଜିତିଲା

କଲମ୍ବୋ, ୨୪।୯(ପି.ଟି.)- ଅଞ୍ଜୁ ପାଟିଲ ଓ ଜେମିମା ରୋଡ୍ରିଗୁଏଜଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ସୋମବାର ଏଠାରେ ଅନୁଷ୍ଠିତ ୪ର୍ଥ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟ୍‌ରେ ଘରୋଇ ଶ୍ରୀଲଙ୍କାକୁ ପରାସ୍ତ କରିଛି। 

ଭଲିବଲ ପ୍ରତିଯୋଗିତା: କାଳାହି ଚାମ୍ପିୟନ

ଭଲିବଲ ପ୍ରତିଯୋଗିତା: କାଳାହି ଚାମ୍ପିୟନ

ଭୋଗରାଇ, ୨୪।୯(ଡି.ଏନ.ଏ.)-ଭୋଗରାଇ ବ୍ଲକ ଅଧୀନ ଚୌକି ନୀଳକଣ୍ଠେଶ୍ୱର ମହାଦେବ ପଡ଼ିଆରେ ଚୌକି ଚାମ୍ପିୟନ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଡା. ଦୀନବନ୍ଧୁ ଦାସ ସ୍ମାରକୀ ଭଲିବଲ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ଉଦ୍‌ଯାପିତ ହୋଇଯାଇଛି। 

ପୂର୍ବତନ ବିସିସିଆଇ ସଭାପତି ବି.ଏନ୍‌. ଦତ୍ତଙ୍କ ପରଲୋକ

ପୂର୍ବତନ ବିସିସିଆଇ ସଭାପତି ବି.ଏନ୍‌. ଦତ୍ତଙ୍କ ପରଲୋକ

କୋଲକାତା, ୨୪।୯- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ସଭାପତି ବିଶ୍ୱନାଥ ଦତ୍ତଙ୍କ ପରଲୋକ ଘଟିଛି। ଫୁସଫୁସ ଜନିତ ସଂକ୍ରମଣ କାରଣରୁ ସୋମବାର ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। 

ଚଣ୍ଡିମାଲଙ୍କୁ ଶ୍ରୀଲଙ୍କା ଦିନିକିଆ ଦଳର ନେତୃତ୍ୱ

ଚଣ୍ଡିମାଲଙ୍କୁ ଶ୍ରୀଲଙ୍କା ଦିନିକିଆ ଦଳର ନେତୃତ୍ୱ

କଲମ୍ବୋ,୨୪।୯- ଚଳିତ ଏସିଆ କପ୍‌ରେ ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେବା ପରେ ଶ୍ରୀଲଙ୍କା ଦଳରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଶ୍ରୀଲଙ୍କା ଜାତୀୟ ଚୟନକର୍ତ୍ତା ଦିନେଶ ଚଣ୍ଡିମାଲଙ୍କୁ ଦିନିକିଆ ଦଳର ଅଧିନାୟକ ଘୋଷଣା କରିଛନ୍ତି।