ଉପକୂଳ ଓଡିଶା

ଜ୍ୟୋତି ଏଗ୍ରି ଚିଟ୍‌ଫଣ୍ଡ ସଂସ୍ଥା ନିର୍ଦ୍ଦେଶକ ଗିରଫ, ୨ ଗାଡ଼ି ଜବତ

ଜ୍ୟୋତି ଏଗ୍ରି ଚିଟ୍‌ଫଣ୍ଡ ସଂସ୍ଥା ନିର୍ଦ୍ଦେଶକ ଗିରଫ, ୨ ଗାଡ଼ି ଜବତ
କାଳିଆପାଣି,୩୦।୧୨ (ଡି.ଏନ.ଏ) ସୁକିନ୍ଦା ଖଣି ଅଞ୍ଚଳର ଗରିବ ଆଦିବାସୀଙ୍କୁ ପ୍ରଲୋଭିତ କରି କୋଟି କୋଟି ଟଙ୍କା ହଡ଼ପ କରିଥିବା ଜ୍ୟୋତି ଏଗ୍ରି ଚିଟଫଣ୍ଡ ସଂସ୍ଥାର ନିର୍ଦ୍ଦେଶକଙ୍କୁ କାଳିଆପାଣି ପୋଲିସ ଶନିବାର ଗିରିଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲା କୋଟସାହିର ହରିଚନ୍ଦ୍ର ନନ୍ଦ(୪୭)। ତାଙ୍କଠାରୁ ଏକ ଇଣ୍ଡିକା ଓ ଟାଟାଏସି ଗାଡ଼ି ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ୨୦୧୧ରେ କାଳିଆପାଣି ଥାନା ଅନ୍ତର୍ଗତ ଟିସ୍କୋ ବଜାରରେ ଜ୍ୟୋତି ଏଗ୍ରି ନାମକ ଏକ ଚିଟଫଣ୍ଡ ସଂସ୍ଥା କାଯର୍‌ୟାଳୟ ଖୋଲିଥିଲା। ୩ବର୍ଷରେ ଟଙ୍କାକୁ ଦ୍ୱିଗୁଣ କରିବାର ପ୍ରଲୋଭନ ଦେଖାଇ ସ୍ଥାନୀୟ ଅଞ୍ଚଳର ବହୁ ଗରିବ ଜନସାଧାରଣ, ଶ୍ରମିକ, କର୍ମଚାରୀଙ୍କଠାରୁ କୋଟି କୋଟି ଟଙ୍କା ସଂସ୍ଥା ଆଦାୟ କରିଥିଲା। ମାତ୍ର ପ୍ରତିଶ୍ରୁତି ଅନୁଯାୟୀ ନିର୍ଦ୍ଧାରିତ ସମୟରେ ଟଙ୍କା ଫେରସ୍ତ ନ କରିବାରୁ ୨୦୧୩ ମସିହାରେ କେତେଜଣ ଜମାକାରୀ କାଳିଆପାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ତତ୍କାଳୀନ ଥାନା ଅଧିକାରୀ ଏକ ମାମଲା (ନଂ ୩୦/୧୩) ରୁଜୁ କରି ସମ୍ପୃକ୍ତ ୨ଜଣ ଏଜେଣ୍ଟଙ୍କୁ ଗିରଫ କରିଥିଲେ। ଏହାପରେ ଫେରାର ହୋଇଯାଇଥିବା ଶାଖା ପରିଚାଳକ କୃଷ୍ଣଚନ୍ଦ୍ର ବଳ ଓ ମାଧବ ସାହୁଙ୍କୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗିରଫ କରିବା ସହ ସେମାନଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ସେହିଦିନଠାରୁ ଫେରାରଥିବା ଚିଟଫଣ୍ଡ ସଂସ୍ଥାର ନିର୍ଦ୍ଦେଶକ ହରିଚନ୍ଦ୍ର ନନ୍ଦଙ୍କୁ ପୋଲିସ ଗିରଫ କରିବାକୁ ଜାଲ ବିଛାଇଥିଲା। କୌଣସି ସୂତ୍ରରୁ ଖବର ପାଇ କାଳିଆପାଣି ଥାନା ଅଧିକାରୀ ଯୁବରାଜ ସ୍ବାଇଁ ସଦଳବଳ ଭୁବନେଶ୍ୱରସ୍ଥିତ ପ୍ରଶାନ୍ତି ବିହାରର ଏଲ୍‌ପି/୪୯୦ ପ୍ଲଟରେ ଶୁକ୍ରବାର ଚଢ଼ାଉ କରି ନନ୍ଦଙ୍କୁ ଗିରଫ କରି କାଳିଆପାଣି ଥାନାକୁ ଆଣିଥିଲେ। ପଚାରଉଚରା ପରେ ଶନିବାର ତାଙ୍କୁ କଟକସ୍ଥିତ ଚିଟ୍‌ଫଣ୍ଡର ସ୍ବତନ୍ତ୍ର କୋର୍ଟକୁ ଚାଲାଣ କରାଯାଇଥିବା ଜଣାପଡ଼ିଛି।
All Right Reserved By

ଉପକୂଳ ଓଡିଶା

ଶ୍ରୀଶ୍ରୀ ଜଗନ୍ନାଥ କୀର୍ତ୍ତନ ମଣ୍ଡଳୀର ଶ୍ରୀକ୍ଷେତ୍ର ଯାତ୍ରା

ଶ୍ରୀଶ୍ରୀ ଜଗନ୍ନାଥ କୀର୍ତ୍ତନ ମଣ୍ଡଳୀର ଶ୍ରୀକ୍ଷେତ୍ର ଯାତ୍ରା

ଆଳି, ୨୪।୯ (ଡି.ଏନ୍‌.ଏ.): ଆଳି ନୂଆବଜାରର ଶ୍ରୀ ଜଗନ୍ନାଥ କିର୍ତ୍ତନ ମଣ୍ଡଳୀ ପକ୍ଷରୁ ୩୦ତମ ବାର୍ଷିକ ଅଖଣ୍ଡ ନାମ ସଂକୀର୍ତ୍ତନ ପଦଯାତ୍ରା ସୋମବାର ଆରମ୍ଭ ହୋଇଛି। ପୂର୍ବାହ୍ନରେ ଏହି କିର୍ତ୍ତନ ମଣ୍ଡଳୀର ସଦସ୍ୟମାନେ ଆଳିର ଆରାଧ୍ୟ ଦେବତା ଶ୍ରୀଶ୍ରୀ ଲକ୍ଷ୍ମୀବରାହ ଜୀଉ ମନ୍ଦିରରେ ପୂଜାର୍ଚ୍ଚନା କରି ଶ୍ରିକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। 

ଅଗ୍ନିଶମ ସେବା କର୍ମଚାରୀଙ୍କ ଧର୍ମଘଟ: ଘର ଜଳିଗଲା, ସହଯୋଗ କଲେନି କର୍ମଚାରୀ

ଅଗ୍ନିଶମ ସେବା କର୍ମଚାରୀଙ୍କ ଧର୍ମଘଟ: ଘର ଜଳିଗଲା, ସହଯୋଗ କଲେନି କର୍ମଚାରୀ

କୃଷ୍ଣପ୍ରସାଦ,୨୩ା୯(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ୍‌ ମାଲୁଦ ଅଗ୍ନିସେବା କେନ୍ଦ୍ର କର୍ମଚାରୀମାନେ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧର୍ମଘଟ ଆରମ୍ଭ କରିଛନ୍ତି। 

ଅଗ୍ନିଶମ କର୍ମଚାରୀଙ୍କ ଧାରଣା

ଯାଜପୁର ରୋଡ, ୨୪ା୯ (ନି.ପ୍ର.) -  ଯାଜପୁର ରୋଡ ଅଗ୍ନିଶମ କର୍ମଚାରୀଙ୍କର ଆନ୍ଦୋଳନ ସୋମବାରଠାରୁ ଆରମ୍ଭ ହୋଇଛି। ଅଗ୍ନିଶମ କର୍ମଚାରୀଙ୍କୁ ଓଡିଶା ପୋଲିସ୍‌ କର୍ମଚାରୀଙ୍କ ପରି ସମାନ ଦରମା ଓ ଭତ୍ତା ପ୍ରଦାନ, ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ ଦରମା,  ଅବସର କରିଥିବା କର୍ମଚାରିଙ୍କୁ ତୁରନ୍ତ ପେନସନ ଓ ଅବସର କାଳୀନ ପ୍ରାପ୍ୟ ପ୍ରଦାନ ଆଦି ୬ଦଫା ଦାବିରେ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। 

କୋରେଇ ବ୍ଲକରେ ଜିଲାପାଳଙ୍କ ଜନଶୁଣାଣି

ଯାଜପୁର ରୋଡ,୨୪ା୯ (ନି.ପ୍ର.)-  ସୋମବାର ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ କୋରେଇ ବ୍ଲକରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା ।

ପୂର୍ବ ଶତ୍ରୁତାରୁ ବୋମାମାଡ଼, ବାପପୁଅ ଆହତ

ଓଡ଼ଗାଁ,୨୪।୯(ସ୍ବ.ପ୍ର.)- ଓଡ଼ଗାଁରେ ପୂର୍ବ ଶତ୍ରୁତା ନେଇ ସୋମବାର ବୋମାମାଡ଼ ହୋଇଥିବା ବେଳେ ଏଥିରେ ସତ୍ୟନାରାୟଣ ସେନାପତି (୫୨) ଓ ପୁଅ ସୌମ୍ୟରଞ୍ଜନ ସେନାପତି (୨୨) ଆହତ ହୋଇଛନ୍ତି ା ଅପରାହ୍ନ ପ୍ରାୟ ୨ଟା୧୦ରେ ଥାନା ଓ ବନାଞ୍ଚଳ ଅଫିସ ନିକଟସ୍ଥ ସରକାରୀ ଏମଇ ସ୍କୁଲ ସାମନାରେ ବାପପୁଅଙ୍କ ଉପରକୁ ଜଣେ ଦୁର୍ବୃତ୍ତ ବୋମା ମାଡ କରିଥିଲେ। 

ପାଇଖାନା ବିଲ୍‌ ଦାବିରେ ବ୍ଲକ ଆଗରେ ଏସ୍‌ଏଚଜିର ଧାରଣା

ରଣପୁର,୨୪।୯ (ସ୍ବ.ପ୍ର.)- ପାଇଖାନା ବିଲ୍‌ ପ୍ରଦାନ ଦାବିରେ ସୋମବାର ରଣପୁର ବ୍ଲକର ୧୦ରୁ ଊର୍ଦ୍ଧ୍ୱ ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚଜି)ର ଶତାଧିକ ମହିଳାପୁରୁଷ ବ୍ଲକ ଅଫିସ ଆଗରେ ଧାରଣା ଦେଇଥିଲେ । 

ବିଦ୍ୟୁତ୍‌ ବିଭାଗ ଠିକା କର୍ମଚାରୀଙ୍କ ଧାରଣା

ବିଦ୍ୟୁତ୍‌ ବିଭାଗ ଠିକା କର୍ମଚାରୀଙ୍କ ଧାରଣା

ମାର୍ଶାଘାଇ,୨୪ା୯(ଡି.ଏନ.ଏ.)- ମାର୍ଶାଘାଇ ବିଦ୍ୟୁତ୍‌ ଡିଭିଜନ ଅଧୀନ ୬ଟି ଷ୍ଟ୍ରକ୍‌ଚରରେ ଠିକାରେ କାମ କରୁଥିବା ୪୨ଜଣ କର୍ମଚାରୀ ସୋମବାର ବିଭିନ୍ନ ଦାବି ନେଇ ଡିଭିଜନ ଅଫିସ ଆଗରେ ଧାରଣା ଦେଇଛନ୍ତି। 

ଦମକଳ କେନ୍ଦ୍ର କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଦମକଳ କେନ୍ଦ୍ର କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ମାର୍ଶାଘାଇ,୨୪ା୯(ଡି.ଏନ.ଏ.)- କେନ୍ଦ୍ରାପଡା ଜିଲା ମର୍ଶାଘାଇ ବ୍ଲକର ଦମକଳ କେନ୍ଦ୍ର କର୍ମଚାରୀମାନେ ବିଭିନ୍ନ ଦାବି ନେଇ ସୋମବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। କର୍ମଚାରୀମାନେ କେନ୍ଦ୍ର ସମ୍ମୁଖରେ ଧାରଣା ଦେବା ସହ ଦାବି ସମ୍ପର୍କରେ ନାରାବାଜି ଦେଇଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ବ୍ୟାସନଗର ପୌର ପରିଷଦ ବୈଠକ ବାତିଲ

ଯାଜପୁର ରୋଡ,୨୪।୯(ନି.ପ୍ର.)- କୋରମ ଅଭାବରୁ ବ୍ୟାସନଗର ପୌର ପରିଷଦ ବୈଠକ ସୋମବାର ବାତିଲ ହୋଇଯାଇଛି। ପୌରାଧ୍ୟକ୍ଷା ସବିତା ରାଉତଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଥିଲେ ହେଁ ୨୬ଜଣଙ୍କ ମଧ୍ୟରୁ ମାତ୍ର ୬ଜଣ କାଉନସିଲର ଉପସ୍ଥିତ ଥିବାରୁ ବୈଠକ ବାତିଲ କରାଗଲା ବୋଲି ଘୋଷଣା କରାଯାଇଥିଲା। 

ରାସ୍ତା ମରାମତି ଦାବିରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର

ରାସ୍ତା ମରାମତି ଦାବିରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର

ଯାଜପୁର ରୋଡ,୨୪ା୯(ନି.ପ୍ର.)- ଯାଜପୁର ରୋଡ-ଡୁବୁରୀ ମୁଖ୍ୟ ରାସ୍ତାର ଚୋରଦା ଓ ଧବଳଗିରି ରାସ୍ତା ମରାମତି ଦାବିରେ ବ୍ୟାସନଗର ଯାଜପୁର ରୋଡ ସିଭିଲ ସୋସାଇଟି ପକ୍ଷରୁ ସୋମବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। 

କଳାବ୍ୟାଚ ପିନ୍ଧି ପରୀକ୍ଷା ପରିଚାଳନା କଲେ ଶିକ୍ଷକ

କଳାବ୍ୟାଚ ପିନ୍ଧି ପରୀକ୍ଷା ପରିଚାଳନା କଲେ ଶିକ୍ଷକ

ଆଳି, ୨୪।୯(ଡି.ଏନ.ଏ.)-ରାଜ୍ୟ ସରକାର ନାର୍ଯ୍ୟଦାବି ପୂରଣ କରିନଥିବାରୁ ବ୍ଲକ ଗ୍ରାଣ୍ଟ ସ୍କୁଲ ଗୁଡିକର ଶିକ୍ଷକମାନେ କଳାବ୍ୟାଚ ପିନ୍ଧି ପରୀକ୍ଷା ପରିଚାଳନା କରୁଛନ୍ତି।

ବନ ବିଭାଗ ଚେକ୍‌ଗେଟ୍‌ ଭାଙ୍ଗି କର୍ମଚାରୀଙ୍କୁ ଆକ୍ରମଣ ଘଟଣା , ଦୁଇଜଣଙ୍କୁ  ୭ବର୍ଷ ସଶ୍ରମ କାରାଦଣ୍ଡ

ବନ ବିଭାଗ ଚେକ୍‌ଗେଟ୍‌ ଭାଙ୍ଗି କର୍ମଚାରୀଙ୍କୁ ଆକ୍ରମଣ ଘଟଣା , ଦୁଇଜଣଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ

ନୟାଗଡ଼ ଅଫିସ,୨୪ା୯-ବନ ବିଭାଗର ଚେକ୍‌ଗେଟ୍‌ ଭାଙ୍ଗିବା ଓ ସେଠାରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଆକ୍ରମଣ କରିବା ମାମଲାର ଶୁଣାଣି କରି ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଲୋକନାଥ ସାହୁ ୨ଜଣଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଣି କରିଛନ୍ତି।