ଉପକୂଳ ଓଡିଶା

ଅଜଣା ରୋଗରେ ଗୋରୁ ମଡ଼କ

ଅଜଣା ରୋଗରେ ଗୋରୁ ମଡ଼କ

କାଳିଆପାଣି,୩୦।୧୨(ଡିଏନଏ)

ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ରାଁସୋଳ ଗ୍ରାମରେ ଅଜଣା ରୋଗରେ ୪ରୁ ଊର୍ଦ୍ଧ୍ୱ ଗୋରୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଶୀତ ଦିନ ଆସିଲେ ଗୋରୁଙ୍କର ବଜବଜିଆ, ତଣ୍ଟିଆ, ଫାଟୁଆ ଆଦି ରୋଗ ହେଉଥିବା ଦେଖାଯାଇଥାଏ। ତେବେ କାଙ୍କଡ଼ପାଳ ପ୍ରାଣୀଧନ ଚିକିତ୍ସାଳୟ ଅଧୀନରେ ରହିଥିବା ରାଁସୋଳ ଗ୍ରାମରେ ଦୁଇ ଦିନରେ ୪ରୁ ଊର୍ଦ୍ଧ୍ୱ ଗୋରୁ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ତେବେ ସେମାନଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ବୁଧବାର ରାଁସୋଳ ପଞ୍ଚାୟତର ରାଁସୋଳ ଗ୍ରାମ ଘୁଷୁରିପଦାଠାରେ ଗୃହପାଳିତ ପଶୁ ଚିକିତ୍ସା ଶିବିର ଇମ୍ଫା ପକ୍ଷରୁ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଗୋରୁ, ଛେଳି, ମେଣ୍ଢା ସମେତ ଏକ ହଜାରରୁ ଊର୍ଦ୍ଧ୍ୱ ପ୍ରାଣୀଙ୍କୁ ଭ୍ୟାକସିନ ଦିଆଯାଇଥିଲା। ପ୍ରାଣୀଧନ ଚିକିତ୍ସକମାନେ ଖଣି ଅଞ୍ଚଳର ଏହି ଗ୍ରାମଗୁଡ଼ିକୁ ଦୃଷ୍ଟି ଦେଉ ନ ଥିବାରୁ ଉକ୍ତ ଚିକିତ୍ସା ଶିବିରକୁ ଗ୍ରାମବାସୀମାନେ ସହ ନିଜ ଗୃହପାଳିତ ପ୍ରାଣୀଗୁଡ଼ିକୁ ନେଇ ଭ୍ୟାକସିନ ଦେଇଥିଲେ। ଭ୍ୟାକସିନ ଦେଇ ଶିବିରରୁ ଘରକୁ ନେଇଥିବା ଗ୍ରାମର ପ୍ରହଲ୍ଲାଦ ବେହେରାଙ୍କ ଏକ ବାଛୁରୀ ସନ୍ଧ୍ୟା ସୁଧା ମରିଯାଇଥିବା ସେ ପ୍ରକାଶ କରିଛନ୍ତି। ସେହିପରି ସେହି ଗ୍ରାମର ଅଭିମନ୍ୟୁ ପରିଡ଼ା, ଅଭନା ପରିଡ଼ାଙ୍କ ବାଛୁରୀ ମରିଥିବା ବେଳେ ଦୁଃଖବନ୍ଧୁ ପରିଡ଼ାଙ୍କ ବାଛୁରୀ ରୋଗରେ ଆକ୍ରାନ୍ତ ହୋଇ ଉଠିପାରୁ ନାହିଁ। ମହାନ୍ତସାହିର କୈଳାଶ ମହାନ୍ତଙ୍କ ଏକ ବାଛୁରୀ ମରି ଯାଇଥିବା ଜଣାପଡ଼ିଛି । ଏହିଭଳି ଅନେକ ଗାଈ, ବାଛୁରୀ ମୃତ୍ୟୁବରଣ କରିଥିବା ବେଳେ ଅନେକ ଗୋରୁ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ଲୋକେ ନିଜ ଗୃହପାଳିତ ପ୍ରାଣୀର ଏଭଳି ଅଚାନକ ମୃତ୍ୟୁକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି। ଗୋରୁ ମୃତ୍ୟୁ ପାଇଁ ଖରାପ ଭ୍ୟାକସିନର ପ୍ରଭାବ ବୋଲି ଗ୍ରାମବାସୀ ଅଭିଯୋଗ କରୁଥିବା ବେଳେ ଏ ନେଇ ଉକ୍ତ ଶିବିରରେ ଯୋଗଦେଇ ପ୍ରାଣୀଙ୍କ ଚିକିତ୍ସା କରିଥିବା ସୁକିନ୍ଦା ପ୍ରାଣୀଧନ ଚିକିତ୍ସାଧିକାରୀ ଏସ.କେ. ରାୟଙ୍କୁ ପଚାରିବାରେ ସେ କଣ ହୋଇଛି ବୁଝି କହିବେ ବୋଲି କହିଥିଲେ। ଏ ସମ୍ପର୍କରେ ଶିବିରରେ ଯୋଗ ଦେଇଥିବା ଅନ୍ୟତମ ଚିକିତ୍ସକ ନକୁଳ ପରିଡ଼ାଙ୍କୁ ପଚାରିବାରୁ, ଥଣ୍ଡା ଯୋଗୁ ଏପରି ରୋଗ ବ୍ୟାପୁଛି ବୋଲି ପ୍ରକାଶ କରିଛନ୍ତି। ତେବେ ଏହି ରୋଗର ତୁରନ୍ତ ପ୍ରତିକାର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

All Right Reserved By

Model This Week

ନିକିତା

ଉପକୂଳ ଓଡିଶା

ବଙ୍ଗୋପସାଗରର ଉପକୂଳ ଅଞ୍ଚଳରେ ହାଇ ଆଲର୍ଟ, ବଢିପାରେ ୨ରୁ ୩ ମିଟର ଉଚ୍ଚରେ ଜୁଆର

ମହାକାଳପଡ଼ା,୨୨।୪(ଡି.ଏନ୍‌.ଏ)- ରବିବାରଠାରୁ ମଙ୍ଗଳବାର ବଙ୍ଗୋପସାଗରରେ ୨ରୁ ୩ ମିଟର ଉଚ୍ଚରେ ଜୁଆର ବଢିବାର ଆଶଙ୍କା ଯୋଗୁ ଉପକୂଳ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ୨ରୁ ୩ ମିଟର ଉଚ୍ଚ ସାମୁଦ୍ରିକ ଢେଉ ସ୍ଥଳଭାଗ ମୁହାଁ ହେବାର ସମ୍ଭାବନା ଥିବାରୁ ଉପକୂଳ ତଥା ତଳ ଅଞ୍ଚଳରେ ବ୍ୟାପକ ଜଳ ପ୍ରବେଶ କରିବାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିପର୍ଯ୍ୟନ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସଚେତନ କରାଯାଇଛି।

ମହାନଦୀ ବଞ୍ଚାଅ କାର୍ଯ୍ୟକ୍ରମ

ପାରାଦୀପ,୨୨।୪(ସ୍ବ.ପ୍ର.)- ବିଜେଡି ପକ୍ଷରୁ ରବିବାର ଭୁବନେଶ୍ୱରଠାରେ ମହାନଦୀ ବଞ୍ଚାଅ ନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଉତ୍କଳ ସାହିତ୍ୟ ସମାଜର ସାରସ୍ବତ ସମାରୋହ

ପାରାଦୀପ,୨୨।୪(ସ୍ବ.ପ୍ର.)- ସ୍ଥାନୀୟ ନୂଆବଜାର ନିକଟସ୍ଥ ପୋଟ କ୍ଳବ ପରିସରରେ ରବିବାର ଉତ୍କଳ ସାହିତ୍ୟ ସମାଜ ଜଗତସିଂହପୁର ଜିଲା ଶାଖାର ସାରସ୍ବତ ସମାରୋହ ଓ କବି ସମ୍ମିଳନୀ ଅନୁଷ୍ଠିତ ହୋଇଛି।

ମୃଗତନ୍ଦ୍ରା ତ୍ରୈମାସିକ ସାହିତ୍ୟ ପତ୍ରିକାର ଉନ୍ନବିଂଶ ବାର୍ଷିକୋତ୍ସବ

ଯାଜପୁର ରୋଡ଼,୨୨।୪(ନି.ପ୍ର.)- ସ୍ଥାନୀୟ ମଧୁସୂଦନ ଶିଶୁ ମନ୍ଦିର ପରିସରରେ ରବିବାର ‘ମୃଗତନ୍ଦ୍ରା’ ତ୍ରୈମାସିକ ସାହିତ୍ୟ ପତ୍ରିକାର ଉନ୍ନବିଂଶ ବାର୍ଷିିକୋତ୍ସବ ଅନୁଷ୍ଠିତ ହୋଇଛି। ଅଧ୍ୟାପକ ସତ୍ୟବ୍ରତ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମ୍ପ୍ରତି ସାହିତ୍ୟ କ୍ଷେତ୍ରରେ ପାଠକର ରୁଚି ସମ୍ପର୍କରେ ଆଲୋଚନା କରିଥିଲେ।

ଭାଜପା ଛାଡିଲେ ଜିଲା ପରିଷଦ ସଦସ୍ୟ

ଭାଜପା ଛାଡିଲେ ଜିଲା ପରିଷଦ ସଦସ୍ୟ

ଯାଜପୁର ଅଫିସ/ବରୀ,୨୨।୪: ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ବରି ବ୍ଲକ ଅଧ୍ୟକ୍ଷ ନିଳମଣି ସାମଲ ରବିବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ଏହାପରେ ସେ ବିଜେଡିର ଏକ ଶିବିରରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

ରାସ୍ତା ଉଦ୍‌ଘାଟନ

ରାସ୍ତା ଉଦ୍‌ଘାଟନ

ଯାଜପୁର ଅଫିସ,୨୨।୪: ଯାଜପୁର ଜିଲା କୋରେଇ ବ୍ଲକ ତୁଲତି ଗ୍ରାମ ପଞ୍ଚାୟତର କଅଗାଁରୁ ଗୋପୀନାଥପୁର ରାସ୍ତା ରବିବାର ଶୁଭାରମ୍ଭ ହୋଇଛି।

ସଚେତନତା କାର୍ଯ୍ୟକ୍ରମ

ସଚେତନତା କାର୍ଯ୍ୟକ୍ରମ

ଯାଜପୁର,୨୨।୪(ଡି.ଏନ୍‌.ଏ.): ସୁନ୍ଦରଗଡ ଜିଲା ବଡଗାଁ ଆଇଟିଆଇର ୬୦ ଜଣ ଛାତ୍ରୀଛାତ୍ର ସ୍ବେଚ୍ଛାକୃତ ରକ୍ତଦାନ, ସଡକ ସୁରକ୍ଷା, ଜାତୀୟ ସଂହତି, ପରିବେଶ ସୁରକ୍ଷା, ମଧୁମେହ ମୁକ୍ତ ସମାଜ ଗଠନର ପ୍ରମୁଖ ବିଷୟ ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ମାର୍ଚ୍ଚ ମାସ ୨୬ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ରବିବାର ଯାଜପୁରରେ ପହଞ୍ଚିଥିଲା।

ନଦୀପଠାକୁ ନେଇ ନାବାଳିକାଙ୍କୁ ବଳାତ୍କାର, ନାବାଳକଙ୍କ ନାମରେ ମାମଲା

ନଦୀପଠାକୁ ନେଇ ନାବାଳିକାଙ୍କୁ ବଳାତ୍କାର, ନାବାଳକଙ୍କ ନାମରେ ମାମଲା

ମାର୍ଶାଘାଇ,୨୨।୪(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ତିଖିରୀ ଗ୍ରାମରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ସେହି ଗ୍ରାମର ଜଣେ ନାବାଳକ ବଳାତ୍କାର କରିଥିବା ନେଇ ରବିବାର ଅଭିଯୋଗ ହୋଇଛି। ଶିଶୁକନ୍ୟାଙ୍କ ଖୁଡୀ ଏନେଇ ଅଭିଯୋଗ କରିବା ପରେ ମାର୍ଶାଘାଇ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏଟିଏମ୍‌ ବନ୍ଦ, ଟଙ୍କା ପାଇଁ ଲୋକେ ହନ୍ତସନ୍ତ

ଏଟିଏମ୍‌ ବନ୍ଦ, ଟଙ୍କା ପାଇଁ ଲୋକେ ହନ୍ତସନ୍ତ

ନୟାଗଡ଼ ଅଫିସ,୨୨। ୪- ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନ ସମେତ ସହରରେ ଥିବା ସମସ୍ତ ଏଟିଏମ୍‌ରେ ଟଙ୍କା ନ ଥିବା ଯୋଗୁ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟଙ୍କା ନ ଥିବାରୁ ସମସ୍ତ ଏଟିଏମ୍‌ ବନ୍ଦ କରି ଦିଆଯାଇଛି। ଏହାର ପ୍ରତିବାଦରେ ଶନିବାର ରାଜ୍ୟର ଥିବା ସମସ୍ତ ବ୍ୟାଙ୍କ୍‌ ଆଗରେ ବିଜେଡ଼ି ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦିଆଯିବ ବୋଲି କୁହାଯାଇଥିଲା। ରାଜ୍ୟର ବିଭିନ୍ନ ବ୍ୟାଙ୍କ ଆଗରେ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲେ ମଧ୍ୟ ନୟାଗଡ଼ ସହରର କୌଣସି ବ୍ୟାଙ୍କ୍‌ ଆଗରେ ଧାରଣା ଦିଆଯାଇ ନ ଥିବା ଦେଖିବାକୁ ମିଳିଥିଲା।

ଆଖି ବୁଜିଲେ ଅଭିଯୁକ୍ତ କାଳିଆ

ନୟାଗଡ଼ ଅଫିସ/ଦଶପଲ୍ଲା (ଡି.ଏନ୍‌.ଏ.),୨୨। ୪- ନୟାଗଡ଼ ଜିଲା ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଫାଣ୍ଡିରେ କିରୋସିନ ଢାଳି ନିଆଁରେ ପୋଡିହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଅଭିଯୁକ୍ତ କାଳିଆ କାଠୁଆଙ୍କ ଶୁକ୍ରବାର ରାତିରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଶନିବାର ଭାଜପା ବିଧାୟକ ରବି ନାୟକ ବିଧାନସଭାରେ ପ୍ରଶ୍ନକରି ମୁଖ୍ୟମନ୍ତ୍ରୀଙ୍କଠାରୁ ଉତ୍ତର ଚାହିଁଥିବା ବେଳେ ଭାଜପା ପକ୍ଷରୁ ହଟ୍ଟଗୋଳ କରାଯାଇଥିଲା। ଘଟଣାରେ ୨ କନଷ୍ଟେବଳଙ୍କୁ ନିଲମ୍ବନ କରିଛନ୍ତି ନୟାଗଡ଼ ଏସ୍‌ପି।

ଦୋଷୀ ପ୍ରାର୍ଥୀଙ୍କୁ ଚ୍ୟାଲେଞ୍ଜ କଲେ ସଦସ୍ୟା

ପାରାଦୀପ,୨୨। ୪(ସ୍ବ.ପ୍ର.)ପାରାଦୀପ ବନ୍ଦରରେ କାର୍ଯ୍ୟରତ ପୁରୁଣା ଆଇପିଟି (ଇଣ୍ଟା ପୋର୍ଟ ଟ୍ରାନ୍ସପୋର୍ଟ) ସଂଘର କର୍ମକର୍ତ୍ତା ନିର୍ବାଚନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଆସନ୍ତା ୨୯ରେ ଏହି ନିର୍ବାଚନ ହେବାକୁ ଥିବାବେଳେ ସିସିଆଇ (କମ୍ପିଟିଶନ କମିଶନ ଇଣ୍ଡିଆ) ସିସିଆଇ ଦ୍ୱାରା ଅଭିଯୁକ୍ତ ଓ ଦୋଷୀ ସାବ୍ୟସ୍ତ ହୋଇଥିବା ସଭାପତି, ସମ୍ପାଦକଙ୍କ ପ୍ରାର୍ଥୀତ୍ୱକୁ ନେଇ ଜଣେ ମହିଳା ସଦସ୍ୟା ଆପତ୍ତି ଉଠାଇଛନ୍ତି। ଏପରିକି ସେ କୁଜଙ୍ଗ କୋର୍ଟରେ ଏ ସମ୍ପର୍କରେ ମାମଲା (ନଂ.୧୧୩/୧୮) ରୁଜୁ କରିବା ସତ୍ତ୍ୱେ ନିର୍ବାଚନ ଅଧିକାରୀ ପ୍ରାର୍ଥିତ୍ୱକୁ ସ୍ବୀକାର କରିବା ସମ୍ପର୍କରେ ସଦସ୍ୟା ଜଣଙ୍କ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି।

୧୧ ପରିବାରକୁ ତଡ଼ିଦେଲେ ଗ୍ରାମବାସୀ

୧୧ ପରିବାରକୁ ତଡ଼ିଦେଲେ ଗ୍ରାମବାସୀ

ଏରସମା,୨୨। ୪(ସ୍ବ.ପ୍ର.)ଏରସମା ଥାନା ଅନ୍ତର୍ଗତ ଆମ୍ବିକି ପଞ୍ଚାୟତ ଗଙ୍ଗା ବେଲାରୀ ଗ୍ରାମର ବିକାଶ ସେନାପତିଙ୍କୁ ଅପହରଣ ପରେ ହତ୍ୟା କରାଯିବା ଘଟଣା ଭିନ୍ନ ମୋଡ଼ ନେଉଛି। ଏହି ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କ ପରିବାର ସମେତ ମୋଟ ୧୧ ପରିବାରଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ଗାଁରୁ ତଡ଼ି ଦେଇଛନ୍ତି। ଫଳରେ ଗ୍ରାମରୁ ବିତାଡିତ ପରିବାରଗୁଡିକର ମାତା ସେନାପତି, ଲିଲିମା ସେନାପତି, ଭାରତୀ ସାହୁ, ଶାନ୍ତି ସେନାପତି, ସତୀ ସେନାପତି, ବୁଦ୍ଧି ସେନାପତି, କାନ୍ଦୁରୀ ସେନାପତି ପ୍ରମୁଖ ପିଲାଛୁଆଙ୍କୁ ଧରି ଶନିବାର ଏରସମା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଆଇଆଇସି ବିଚିତ୍ରାନନ୍ଦ ସେଠୀଙ୍କ ନେତୃତ୍ୱରେ ଗ୍ରାମରେ ପୋଲିସ ପାଟ୍ରୋଲିଂ କଡାକଡି କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାରେ ଅଭୟଚାନ୍ଦପୁର ଥାନାରେ ଏକ ହତ୍ୟା ମାମଲା (ନଂ.୩୮/୧୮) ରୁଜୁ ହୋଇଛି।