ଉପକୂଳ ଓଡିଶା

ପଡ଼ୋଶୀଙ୍କ ବାରଣ୍ଡାରେ ବିତୁଛି ବୃଦ୍ଧଙ୍କ ଜୀବନ

ପଡ଼ୋଶୀଙ୍କ ବାରଣ୍ଡାରେ ବିତୁଛି ବୃଦ୍ଧଙ୍କ ଜୀବନ
ସୁକିନ୍ଦା,୩୦।୧୨(ଡି.ଏନ.ଏ.)- ସୁକିନ୍ଦା ବ୍ଲକ ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତ ଉପର କୋଇଲୋ ଗ୍ରାମର ଜଣେ ବୃଦ୍ଧଙ୍କ ଘର ଭାଙ୍ଗିଯାଇଛି। ଫଳରେ ସେ ଏବେ ଅସହାୟ ଅବସ୍ଥାରେ ପଡୋଶୀ ଘର ବାରଣ୍ଡାରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି। ପ୍ରକାଶ ଯେ, ଉକ୍ତ ଗ୍ରାମର ଚନ୍ଦ୍ର ବେହେରା(୯୦) ଙ୍କର ଏକ ଟାଇଲ ଛପର ଘର ଉପରେ ଗତ ଅଗଷ୍ଟରେ ଗଛ ପଡ଼ିଯିବାରୁ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଏହି କାରଣରୁ ସମ୍ପୃକ୍ତ ବୃଦ୍ଧ ଜଣକ ସେଠାରେ ରହିପାରି ନ ଥିଲେ। ତେବେ ବର୍ଷା ଋତୁ ଯୋଗୁ ପଡିଶା ଘର ବ୍ୟକ୍ତି ତାଙ୍କୁ ବାରଣ୍ଡାରେ ସ୍ଥାନ ଦେଇଥିଲେ। ସେହିଦିନଠାରୁ ବୃଦ୍ଧଜଣକ ସେହି ବାରଣ୍ଡାରେ ହିଁ ଜୀବନ ବିତାଉଛନ୍ତି। ବର୍ଷାଧିକ କାରଣରୁ ତାଙ୍କ ପକ୍ଷେ ଚାଲିବା ସେତେଟା ସମ୍ଭବ ହେଉନାହିଁ। ତେଣୁ ସେ ବ୍ଲକ କିମ୍ବା ପଞ୍ଚାୟତ ଅଫିସକୁ ଯାଇ ନିଜ ସମସ୍ୟା ବିଷୟରେ କହିପାରୁ ନାହାନ୍ତି। ତେବେ ଉକ୍ତ ପଞ୍ଚାୟତର ସରପଞ୍ଚ ରାଧାଚାନ୍ଦ ମହାନ୍ତଙ୍କ ଘର ତାଙ୍କ ଘର ନିକଟରେ ହୋଇଥିବାରୁ ସେ ବହୁ କଷ୍ଟରେ ଯାଇ ସରପଞ୍ଚଙ୍କୁ ତାଙ୍କ ସମସ୍ୟା ବିଷୟରେ ଜଣାଇଥିଲେ। ମାତ୍ର ଅଦ୍ୟାବଧି କୌଣସି ସୁଫଳ ମିଳିପାରି ନାହିଁ ା ସରପଞ୍ଚଙ୍କୁ ଏ ସମ୍ପର୍କରେ ପଚାରିବାରେ, ସେ ଘଟଣା ସମ୍ପର୍କରେ ଜାଣିଛନ୍ତି ବୋଲି କହିବା ସହିତ ଶୀଘ୍ର କିଛି କରିହେବ ନାହିଁ ବୋଲି କହିଥିଲେ। ଏ ନେଇ ସୁକିନ୍ଦା ବିଡିଓ ଶୈଳେନ୍ଦ୍ର କୁମାର ଜେନାଙ୍କୁ ପଚାରିବାରେ, ତାଙ୍କୁ ଏ ସମ୍ବନ୍ଧରେ କେହି କିଛି ଜଣାଇ ନ ଥିବା କହିବା ସହିତ ଯଥାଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଚନ୍ଦ୍ର ବେହେରାଙ୍କ ସ୍ତ୍ରୀଙ୍କର ୩୦ବର୍ଷ ତଳୁ ବିୟୋଗ ଘଟିଥିବା ବେଳେ ଏକମାତ୍ର ଝିଅ ଓ ଜ୍ୱାଇଁ ମଧ୍ୟ ୧୦ବର୍ଷ ତଳୁ ମୃତ୍ୟୁବରଣ କରିସାରିଛନ୍ତି। ଜୀବନ ପଥରେ ସମ୍ପୂର୍ଣ୍ଣ ଏକୁଟିଆ ରହି ଯାଇଥିବା ଏହି ବୃଦ୍ଧଜଣଙ୍କ ପଡୋଶୀଙ୍କ ଦୟାରେ ଗଣ୍ଡେ ଖାଇ ଦଣ୍ଡେ ବଞ୍ଚିବା ସାର ହୋଇଛି । ଏବେ ତାଙ୍କ ଆଖିକୁ ଭଲ ଭାବେ ଦେଖାଯାଉ ନ ଥିବା ବେଳେ ଶ୍ରବଣ ଶକ୍ତି ମଧ୍ୟ କ୍ଷୀଣ ହେବାରେ ଲାଗିଛି। ଏପରିସ୍ଥଳେ ସେ ପ୍ରଶାସନ ନିକଟରୁ ଘର ଖଣ୍ଡେ ପାଇଲେ ବି ନିର୍ମାଣ କରିପାରିବେ ନାହିଁ । ତେଣୁ ତାଙ୍କର ସୁବନ୍ଦୋବସ୍ତ କରିବା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସୁକିନ୍ଦା ବିଡିଓ ଜେନା କହିଛନ୍ତି।
All Right Reserved By

ଉପକୂଳ ଓଡିଶା

ଶିବ ମନ୍ଦିରରୁ  ଚୋରି

ଶିବ ମନ୍ଦିରରୁ ଚୋରି

ରଣପୁର, ୨୩।୧୦(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ଥାନା ଅନ୍ତର୍ଗତ ନରସିଂହପୁର ପଞ୍ଚାୟତର ନରସିଂହପୁର ଗ୍ରାମରେ ଥିବା ବାଲୁଙ୍କେଶ୍ୱର ଦେବ ଶିବ ମନ୍ଦିରରୁ ରବିବାର ମଧ୍ୟରାତ୍ରରେ ଚୋରି ହୋଇଛି। 

ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି: ୨୮ ଅଭିଯୋଗର ସମାଧାନ ପାଇଁ ନିର୍ଦ୍ଦେଶ

ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି: ୨୮ ଅଭିଯୋଗର ସମାଧାନ ପାଇଁ ନିର୍ଦ୍ଦେଶ

ଗଣିଆ,୨୩।୧୦(ଡି.ଏନ.ଏ.)-ଗଣିଆ ବ୍ଲକ କାର୍ଯ୍ୟାଳୟ ସଭାଗୃହ ପରିସରରେ ସୋମବାର ନୟାଗଡ ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲାପାଳ ଏନ୍‌.ତିରୁମାଲା ନାୟକ ମୋଟ ୨୮ ଅଭିଯୋଗର ଶୁଣାଣି କରି ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। 

ବଜରଙ୍ଗ ବିକାଶ ପରିଷଦର ବନ୍ଧୁମିଳନ

ବଜରଙ୍ଗ ବିକାଶ ପରିଷଦର ବନ୍ଧୁମିଳନ

ଖଣ୍ଡପଡା,୨୩ା୧୦(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ୍‌ ଅନ୍ତର୍ଗତ ସିଧାମୂଳା ପଞ୍ଚାୟତ ସ୍ଥିତ ବଜରଙ୍ଗ ବିକାଶ ପରିଷଦର ଏକ ପାରିବାରିକ ବନ୍ଧୁମିଳନ ଉସତ୍ବ ଅନୁଷ୍ଠିତ ହୋଇଛି। 

ମା’ ଗୌରୀ ପୂଜା ମହୋତ୍ସବ

ମା’ ଗୌରୀ ପୂଜା ମହୋତ୍ସବ

ଟାଙ୍ଗୀ(ଖୋର୍ଦ୍ଧା),୨୩ା୧୦(ଡି.ଏନ.ଏ.)-ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ରତନପୁର ଗ୍ରାମରେ ତେଲ୍‌ଗୁ ସମ୍ପଦାୟର ମହାନ ପର୍ବ ଭାବେ ପରିଚିତ ମା’ ଗୌରୀ ପୂଜା ମହୋତ୍ସବ ରବିବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଉତ୍ସାହୀ ତେଲ୍‌ଗୁ ଯୁବକମାନେ ଏକ ସଂଘ ଗଠନ କରି ଦୀର୍ଘ ୧୮ ବର୍ଷ ଧରି ଏହି ପୂଜାକୁ ଧୁମ୍‌ଧାମରେ ପାଳନ କରିବା ସହ ବହୁ କଳାକାରଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ।

‘ଶିକ୍ଷା ହିଁ ବିକାଶର ଚାବିକାଠି’

‘ଶିକ୍ଷା ହିଁ ବିକାଶର ଚାବିକାଠି’

ଖଣ୍ଡପଡା,୨୩ା୧୦(ସ୍ବ.ପ୍ର.)-ଶିକ୍ଷା ହିଁ ବିକାଶର ଚାବିକାଠି। ପୁରପଲ୍ଲୀଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଶିକ୍ଷା ଅପରିହାର୍ଯ୍ୟ ।  

 ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆଶାକର୍ମୀ ସଂଘର ପ୍ରତିବାଦ ସଭା

ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆଶାକର୍ମୀ ସଂଘର ପ୍ରତିବାଦ ସଭା

ରାଜକନିକା,୨୩ା୧୦(ଡି.ଏନ୍‌.ଏ.)- ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ, ରାଜକନିକା ସିଏଚ୍‌ସି କମିଟି ପକ୍ଷରୁ ସୋମବାର ରାଜକନିକା ସ୍ବାସ୍ଥ୍ୟ କେନ୍ଦ୍ର ଆଗରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। 

ଜିଲା ମହିଳା ଭାଜପାର ଖବରଦାତା ସମ୍ମିଳନୀ:ମହିଳାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ

ଜିଲା ମହିଳା ଭାଜପାର ଖବରଦାତା ସମ୍ମିଳନୀ:ମହିଳାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ

କେନ୍ଦ୍ରାପଡା ଅଫିସ, ୨୩ା୧୦- କେନ୍ଦ୍ରାପଡା ସହରର ଗୋପସ୍ଥିତ ଭାଜପା କାର୍ଯ୍ୟାଳୟରେ ଜିଲା ମହିଳା ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସୋମବାର ଆୟୋଜିତ ହୋଇଯାଇଛି ା

ମହିଳା ସଶକ୍ତୀକରଣ ରାଜ୍ୟକୁ ସମୃଦ୍ଧ କରିଛି

ମହିଳା ସଶକ୍ତୀକରଣ ରାଜ୍ୟକୁ ସମୃଦ୍ଧ କରିଛି

କେନ୍ଦ୍ରାପଡ଼ା ଅଫିସ, ୨୩ା୧୦- ରାଜ୍ୟର ବିଜେଡି ସରକାର ମହିଳାଙ୍କୁ ସର୍ବଦା ଗୁରୁତ୍ୱ ଦେଇଛି ା ବିଭିନ୍ନ ଯୋଜନା ପ୍ରଣୟନ କରି ମହିଳାଙ୍କୁ ସ୍ବାବଲମ୍ବୀ କରିଛି ା ଏହା ଦ୍ୱାରା ରାଜ୍ୟ ସମୃଦ୍ଧ ହୋଇଥିବା କେନ୍ଦ୍ରାପଡା ବିଧାନସଭା ମଣ୍ଡଳୀସ୍ତରୀୟ ବିଜେଡିର ମହିଳା ସମାବେଶରେ ମତ ପ୍ରକାଶ ପାଇଛି ା

ଅବଧି ପରେ ମଧ୍ୟ ସରୁନି ରାସ୍ତା କାମ:ଆନ୍ଦୋଳନ ପାଇଁ ଅଞ୍ଚଳବାସୀଙ୍କ ଚେତାବନୀ

ଅବଧି ପରେ ମଧ୍ୟ ସରୁନି ରାସ୍ତା କାମ:ଆନ୍ଦୋଳନ ପାଇଁ ଅଞ୍ଚଳବାସୀଙ୍କ ଚେତାବନୀ

ଡୁବୁରୀ,୨୩ା୧୦(ଡି.ଏନ୍‌.ଏ.)- ମଙ୍ଗରାଜପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ଅଧାପନ୍ତରିଆ ହୋଇ ପଡିରହିଛି ା ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ରାସ୍ତା କାମର ଅବଧି ପୂରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତା ଓ କଲର୍ଭଟ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇ ପାରି ନାହଁି।

ବଜ୍ରପଲ୍ଲୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ

ବଜ୍ରପଲ୍ଲୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ

ଡୁବୁରୀ, ୨୩ା୧୦(ଡି.ଏନ୍‌.ଏ.)- ଜୟ ମା’ ଦୁର୍ଗା ଆଦିବାସୀ କ୍ଲବ ଓ ବଜ୍ରପଲ୍ଲୀ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ୨୬ତମ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି ା 

ଦାମଙ୍କ ବିରୋଧରେ ବିଷୋଦ୍‌ଗାର କଲେ ଉଲ୍ଲାସ

ଦାମଙ୍କ ବିରୋଧରେ ବିଷୋଦ୍‌ଗାର କଲେ ଉଲ୍ଲାସ

ପାରାଦୀପ,୨୩ା୧୦(ସ୍ବ.ପ୍ର.): ପାରାଦୀପ ବିଧାୟକ ଦାମୋଦର ରାଉତ ବିଜେଡିରୁ ବହିଷ୍କାର ହେବା ପରଠାରୁ ଜଣଙ୍କ ପରେ ଜଣେ ଅନୁଗତ ତାଙ୍କ ହାତ ଛାଡିବାରେ ଲାଗିଛନ୍ତି। ଏହି କ୍ରମରେ ୩୦ ବର୍ଷ ଧରି ଦାମଙ୍କ ସହ ରାଜନୈତିକ, ପାରିବାରିକ ଓ ବ୍ୟକ୍ତିଗତ ସମ୍ପର୍କରେ ଥିବା ଉଲ୍ଲାସ ବିଶ୍ୱାଳ ତାଙ୍କ ହାତ ଛାଡିଦେଇଛନ୍ତି। 

ଦୀର୍ଘଦିନ ଧରି ତହସିଲଦାର ପଦବୀ ଖାଲି

ଡେରାବିଶ, ୨୨।୧୦ (ସ୍ବ.ପ୍ର): ଡେରାବିଶ ତହସିଲ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତହସିଲଦାର ପଦବୀ ଖାଲି ପଡ଼ିଥିବା ଯୋଗୁ ସାଧରଣ ଲୋକେ ଅସୁବିଧା ଭୋଗୁଛନ୍ତି। ଡେରାବିଶ ତହସିଲ ଅଧୀନରେ ୨୬ଗୋଟି ପଞ୍ଚାୟତ ଥିବା ବେଳେ ଅନେକ ସମୟରେ ଲୋକମାନେ ବିଭିନ୍ନ କାର୍ଯ୍ୟ ପାଇଁ ହଇରାଣ ହେଉଥିବା ଦେଖାଯାଉଛି।