ଉପକୂଳ ଓଡିଶା

ତନ୍ତିଘାଇରେ ଭାସୁଛି ଅଚିହ୍ନା ନାବଳକଙ୍କ ମୃତଶରୀର

ତନ୍ତିଘାଇରେ ଭାସୁଛି ଅଚିହ୍ନା ନାବଳକଙ୍କ ମୃତଶରୀର

ବିଞ୍ଝାରପୁର, ୩୦।୧୨(ଡି.ଏନ.ଏ)

ବିଞ୍ଝାରପୁର ଥାନା ବରୀ ବ୍ଲକ ଅନ୍ତର୍ଗତ ଭଁଅରା ପଞ୍ଚାୟତ ଚଟୁମାରୀ ଗ୍ରାମ ନିକଟସ୍ଥ ଖରସ୍ରୋତା ନଦୀର ଶାଖାନଦୀ ତନ୍ତିଘାଇର ନାଲଗୋଡାଠାରେ ଶନିବାର ଅପରାହ୍ନରେ ଏକ ଅଚିହ୍ନା ନାବଳକଙ୍କ ମୃତଶରୀର ଭାସୁଥିବା ଦେଖିବାକୁ ମିଳିଛି। ଖବରମୁତାବକ ଶନିବାର ଅପରାହ୍ନ ସମୟରେ ଚଟୁମାରୀ ଗ୍ରାମର କେତେକ ଲୋକ ନଦୀବନ୍ଧ ରାସ୍ତାଦେଇ ଯାଉଥିବା ସମୟରେ ତନ୍ତିଘାଇର ନାଲଗୋଡ଼ାଠାରେ ଏକ ଅଚିହ୍ନା ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଉକ୍ତ ଘଟଣା ପ୍ରଚାରିତ ହେବାପରେ ଏହି ଅଚିହ୍ନା ମୃତଶରୀରକୁ ଦେଖିବା ପାଇଁ ବହୁଲୋକ ଭିଡ଼ ଜମାଇଥିଲେ । ମୃତଶରୀରର ପାରିପାର୍ଶ୍ୱିକ ଅବସ୍ଥାରୁ ଏହା ଏକ ୧୩ କିମ୍ବା୧୪ବର୍ଷ ନାବାଳକ ବୋଲି ଅନୁମାନ କରାଯାଉଛି। ଅପରାହ୍ନରେ ଏହି ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ନ ଥିବା ଜଣାପଡିଛି । ଏହି ମୃତ ଶରୀର କାହାର, କେଉଁ ପରିପ୍ରେକ୍ଷୀରେ ନଦୀରେ ଭାସିଲା ଏହାର ବିଧିବଦ୍ଧ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

All Right Reserved By

ଉପକୂଳ ଓଡିଶା

କଳିଙ୍ଗନଗର ୪୦ ବିସ୍ଥାପିତଙ୍କ ଅତିରିକ୍ତ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ

କଳିଙ୍ଗନଗର ୪୦ ବିସ୍ଥାପିତଙ୍କ ଅତିରିକ୍ତ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଯାଜପୁର ରୋଡ଼,୧୭।୭(ନି.ପ୍ର.): କଳିଙ୍ଗନଗର ଶିଳ୍ପାଞ୍ଚଳର ଖୁରୁଣ୍ଟି, ମଳିକସାହିର ୪୦ ପରିବାର ୧୯୯୨ ମସିହାରେ ନିଳାଚଳ ଇସ୍ପାତ ନିଗମରୁ ବିସ୍ଥାପିତ ହୋଇଥିଲେ। ୨୦୧୧ରେ ସେମାନଙ୍କୁ ବିସ୍ଥାପିତ ପରିଚୟ ପତ୍ର ମିଳିଥିଲା।

ମଦ ନିଶା: ଡ୍ରେନରୁ ଯୁବକ ଉଦ୍ଧାର

ଓଡ଼ଗାଁ, ୧୭।୭(ସ୍ବ.ପ୍ର.): ସ୍ଥାନୀୟ ରେଞ୍ଜ ଅଫିସ ସାମନା ଡ୍ରେନରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛନ୍ତି। ସେ ମାତାଲ ଅସ୍ଥାରେ ସକାଳୁ ଡ୍ରେନ୍‌ ଭିତରେ ପଡିଥିବା ଲୋକମାନେ ଦେଖି ଦମକଳ କେନ୍ଦ୍ରକୁ ଜଣାଇଥିଲେ।

ରାଜପଥ ପାଲଟିଛି ମରଣଯନ୍ତା

ମାର୍ଶାଘାଇ,୧୭।୭(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳ ଦେଇ ଯାଇଥିବା ନଂ. ୫(କ) ଜାତୀୟ ରାଜପଥର ମାର୍ଶାଘାଇ କ୍ରସିଂଠାରୁ ଲୁଣା ବ୍ରିଜ୍‌ ପର୍ଯ୍ୟନ୍ତ ପ୍ରାୟ ୪ କି.ମି. ରାଜପଥ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ ଓ ମରାମତି ଜନିତ ତ୍ରୁଟି ଯୋଗୁ ଏପରି ହୋଇଛି।

ଓଲଟିଲା ସାର ବୋଝେଇ ଟ୍ରକ: ଡ୍ରାଇଭର ମୃତ

ଓଲଟିଲା ସାର ବୋଝେଇ ଟ୍ରକ: ଡ୍ରାଇଭର ମୃତ

ସାଲେପୁର,୧୭।୭(ଡି.ଏନ୍‌.ଏ.): କଟକ-ଚାନ୍ଦବାଲି ରାସ୍ତାର ନାନ୍ଦୋଳଗଡ଼ା ଭାତପଡ଼ା ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ସାର ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଫଳରେ ଘଟଣାସ୍ଥଳରେ ଡ୍ରାଇଭର ପ୍ରଶାନ୍ତ କୁମାର ରାଉତଙ୍କ ମୃତ୍ୟୁ ହୋଇଛି।

ଗାଁ କଲ୍ୟାଣ ସମିତି ଅର୍ଥରେ ହେଉନି ଗାଁର ଉନ୍ନତି

ଖଣ୍ଡପଡ଼ା,୧୭।୭(ସ୍ବ.ପ୍ର.)- ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ପରିମଳ ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖି ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଜରିଆରେ ପ୍ରତ୍ୟେକ ରାଜସ୍ବ ଗାଁରେ ଗାଁ କଲ୍ୟାଣ ସମିତି ଗଠନ କରାଯାଇଛି। ଏହି ସମିତିରେ ଗାଁର ୱାର୍ଡ ସଭ୍ୟାସଭ୍ୟ, ଅଙ୍ଗନୱାଡି କର୍ମୀ, ରାଜସ୍ବ ଗ୍ରାମର ଆଶାକର୍ମୀ, ଗ୍ରାମ୍ୟ ଜଳଯୋଗାଣ ସଂସ୍ଥାର ସ୍ବାବଲମ୍ବୀ କାରିଗର, ସର୍ବାଧିକ ସଞ୍ଚୟ ଥିବା ୩ଟି ମହିଳା ସ୍ବୟଂ ସହାୟକ ଦଳର ପ୍ରତିନିଧିଙ୍କୁ ସାମିଲ କରାଯାଇଛି।

ଅଭିନବ ରଥଯାତ୍ରା, ନୌକାରେ ବିଜେ ଜଗନ୍ନାଥ

ଅଭିନବ ରଥଯାତ୍ରା, ନୌକାରେ ବିଜେ ଜଗନ୍ନାଥ

ଟାଙ୍ଗୀ (ଖୋର୍ଦ୍ଧା), ୧୭।୭ (ଡି.ଏନ.ଏ.)- ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ୍‌ ନଇରୀର ଅନତି ଦୂରରେ ଥିବା ପ୍ରଭୁ ଜଗନ୍ନାଥଙ୍କ ଗୋପନସ୍ଥଳୀ କାଙ୍କଣଶିଖରୀରେ ଚଳିତବର୍ଷ ଅଭିନବ ଉପାୟରେ ରଥଯାତ୍ରା ପାଳିତ ହୋଇଯାଇଛି। ନନ୍ଦିଘୋଷ ନୌକାରେ ପ୍ରଭୁଙ୍କୁ ବିଜେ କରାଇ କାଙ୍କଣଶିଖରୀର ଚତୁଃପାର୍ଶ୍ୱରେ ନୌବିହାର କରାଯାଇଥିଲା।

ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ସ୍ବାକ୍ଷର ଅଭିଯାନ

ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ସ୍ବାକ୍ଷର ଅଭିଯାନ

ନୂଆଗାଁ,୧୭।୭(ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଓଡିଆ ବିଶ୍ୱ ବିଦ୍ୟାଳୟ ପାଇଁ ସ୍ବାକ୍ଷର ଅଭିଯାନ ଭାଷା ଆନ୍ଦୋଳନର ଆବାହକ ଶିବରାମ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି।

ଶ୍ରୀଜଗନ୍ନାଥଙ୍କ କଚ୍ଛପ ଅବତାର

ଶ୍ରୀଜଗନ୍ନାଥଙ୍କ କଚ୍ଛପ ଅବତାର

ଦଶପଲ୍ଲା,୧୭।୭ (ଡି.ଏନ.ଏ.)-ଦଶପଲ୍ଲାସ୍ଥିତ ଗୁଣ୍ଡିଚା ମନ୍ଦିରରେ ସୋମବାର ଚତୁର୍ଥୀ ତିଥିରେ ପ୍ରଭୁ ଜଗନ୍ନାଥଙ୍କ କଚ୍ଛପ ଅବତାର ବେଶ ସମ୍ପୂର୍ଣ୍ଣ ହୋଇଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ସନ୍ଧ୍ୟାରେ ଏହି କଚ୍ଛପ ଅବତାର ବେଶକୁ ଦର୍ଶନ କରିବା ପାଇଁ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ବର୍ଷାପାଣି ନିଷ୍କାସନକୁ ନେଇ ଏଲପଡ଼ା ଗ୍ରାମରେ ବିବାଦ: ଗାଁ ମଝିରେ ୪ ଫୁଟ୍‌ ଉଚ୍ଚ ୪ ବନ୍ଧ

ବର୍ଷାପାଣି ନିଷ୍କାସନକୁ ନେଇ ଏଲପଡ଼ା ଗ୍ରାମରେ ବିବାଦ: ଗାଁ ମଝିରେ ୪ ଫୁଟ୍‌ ଉଚ୍ଚ ୪ ବନ୍ଧ

ଭାପୁର,୧୭।୭(ଡି.ଏନ.ଏ.)-ନୟାଗଡ଼ ଜିଲା ଫତେଗଡ଼ ଥାନା ଏଲପଡ଼ା ଗ୍ରାମରେ ଜଳନିଷ୍କାସନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ କେତେକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ଗାଁ ମଝିରେ ୪ଟି ୪ ଫୁଟିଆ ମାଟିବନ୍ଧ ପକାଯାଇଛି। ଏଥିଯୋଗୁ ଗାଁ ମଝିରେ ଅଣ୍ଟାଏ ପାଣି ଜମିରହିଛି।

୩ ଅନାଥ ଶିଶୁଙ୍କ ନିକଟରେ ପହଞ୍ଚିଲେ ବିଧାୟକ: ୧୦ଦିନରେ ପକ୍କାଘର ନିର୍ମାଣ ସାରିବାକୁ ନିର୍ଦ୍ଦେଶ

୩ ଅନାଥ ଶିଶୁଙ୍କ ନିକଟରେ ପହଞ୍ଚିଲେ ବିଧାୟକ: ୧୦ଦିନରେ ପକ୍କାଘର ନିର୍ମାଣ ସାରିବାକୁ ନିର୍ଦ୍ଦେଶ

ଡୁବୁରୀ,୧୭।୭(ଡିଏନଏ)- କଳିଙ୍ଗନଗର ଶିଳ୍ପାଞ୍ଚଳର ଦାନଗଦୀ ବ୍ଲକ ଅନ୍ତର୍ଗତ ଚାନ୍ଦିଆ ପଞ୍ଚାୟତର ଠାକୁରାସାହି (ଅଙ୍କୁରାପାଳ) ଗାଁରେ ୩ଜଣ ଅନାଥ ଶିଶୁ ଏକ ଭଙ୍ଗା ଅସୁରକ୍ଷିତ ଘରେ ଜୀବନଯାପନ କରୁଛନ୍ତି। ଉକ୍ତ ୩ଶିଶୁଙ୍କ ବାପା ସାମୁ ଜାମୁଦା ଓ ମା’ ସିପେଇଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବର୍ଷାଧିକ ସମୟ ଧରି ସେମାନେ ଗଣ୍ଡେ ଖାଇ ଦଣ୍ଡେ ଜୀଇଁ ଆସୁଛନ୍ତି।

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ଯାଜପୁର ରୋଡ,୧୭।୭(ନି.ପ୍ର.)- ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ସୋମବାର ରାତିରେ ମୃତ୍ୟୁ ଘଟିଛି। ମୃତ ଯୁବକ ପାଣିକୋଇଲି ଥାନା ଅନ୍ତର୍ଗତ ତଣ୍ଡରା ପଞ୍ଚାୟତ ତଣ୍ଡରା ଗ୍ରାମର ନରେନ୍ଦ୍ର ମଲ୍ଲିକ (୩୦) ବୋଲି ଜଣାଯାଇଛି। ସେ ବିଦ୍ୟୁତ ତାରରେ ହୁକ ପକାଉଥିବା ସମୟରେ କରେଣ୍ଟ ମାରିବା ଯୋଗୁ ସେ ଅଚେତ ହୋଇଯାଇଥିଲେ।

ଚୋରାମଦ ବ୍ୟବସାୟୀଙ୍କୁ ଛେଚିଲେ ଗ୍ରାମବାସୀ

ଚୋରାମଦ ବ୍ୟବସାୟୀଙ୍କୁ ଛେଚିଲେ ଗ୍ରାମବାସୀ

ବିଞ୍ଝାରପୁର,୧୭।୭(ଡି.ଏନ.ଏ)- ବିଞ୍ଝାରପୁର ଅଞ୍ଚଳରେ ଚୋରାମଦ କାରବାର ବ୍ୟାପକ ହୋଇଛି। ଏ ନେଇ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ହେଁ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଫଳରେ ସାଧାରଣ ଲୋକେ ଏବେ ଆଇନ ନିଜ ହାତକୁ ନେଉଥିବା ଦେଖିବାକୁ ମିଳିଛି।

Model This Week

ରୂପେଶ