ଉପକୂଳ ଓଡିଶା

ଯୌତୁକଜନିତ ହତ୍ୟାକାଣ୍ଡ: ସ୍ବାମୀ ଗିରଫ

ଯୌତୁକଜନିତ ହତ୍ୟାକାଣ୍ଡ: ସ୍ବାମୀ ଗିରଫ
ପଟ୍ଟାମୁଣ୍ଡାଇ, ୩୦।୧୨ (ସ୍ବ.ପ୍ର.)- ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି ଅନ୍ତର୍ଗତ ଅଳପୁଆ ପଞ୍ଚାୟତ ସୁବଳପୁର ଗ୍ରାମରେ ଯୌତୁକ ଦାବିକରି ୨ ବର୍ଷ ତଳେ ପ୍ରେମ ବିବାହ କରିଥିବା ଜଣେ ମହିଳାଙ୍କୁ କିରୋସିନ ଢାଳି ପୋଡି ଦିଆଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ମନୀଷା ଯେନା(୨୧)। ଏନେଇ ମନୀଷାଙ୍କ ବଡବାପା ରବୀନ୍ଦ୍ର ଯେନା କଟକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ କେସ ନଂ. ୩୩୬/୨୦୧୭ରେ ଏକ ମାମଲା ରୁଜୁକରିବା ସହ ଶନିବାର ସ୍ବାମୀ ଅରୁଣ କୁମାର ଯେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସୁବଳପୁର ଗ୍ରାମର ଅରୁଣ ୨୦୧୫ ମସିହାରେ ଉକ୍ତ ଗ୍ରାମର ବିଜୟ ଯେନାଙ୍କ ଝିଅ ମନୀଷାଙ୍କୁ ପ୍ରେମ ବିବାହ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ମନୀଷାଙ୍କ ସ୍ବାମୀ ଓ ଶାଶୁଘର ଲୋକେ ଯୌତୁକ ପାଇଁ ଦାବି କରିଥିଲେ। ମନୀଷା ଏଥିରେ ରାଜି ନ ହେବାରୁ ସ୍ବାମୀ ଓ ଶାଶୁଘର ଲୋକେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଏ ସମ୍ପର୍କରେ ମନୀଷା ତାଙ୍କ ବାପାଙ୍କୁ ଜଣାଇଥିଲେ। ଏହାପରେ ମନୀଷାଙ୍କ ବାପଘର ଲୋକେ ଶାଶୁଘରକୁ ଯାଇ ଯୌତୁକ ଦେବେ ବୋଲି କହି ବୁଝାଶୁଝା କରିଥିଲେ। କିନ୍ତୁ ଡିସେମ୍ବର ୨୩ ରେ ମନୀଷାଙ୍କୁ ଶାଶୁଘର ଲୋକେ କିରୋସିନ ଢାଳି ନିଆଁ ଲଗାଇ ଦେଇଛନ୍ତି ବୋଲି ତାଙ୍କ ବାପଘର ଲୋକଙ୍କୁ ଖବର ମିଳିଥିଲା। ଏହାପରେ ମନୀଷାଙ୍କ ବାପା ଓ ବଡବାପା ଶାଶୁଘରକୁ ଯାଇ ମନୀଷାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ଯାଜପୁର ଟାଉନ ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁୁରୁତର ଥିତ୍ବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମନୀଷାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ତାଙ୍କ ବଡବାପା ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ମଙ୍ଗଳାବାଗ ପୋଲିସ ମୃତଦେହ ବ୍ୟବଚ୍ଛେଦ କରି ପଟ୍ଟାମୁଣ୍ଡାଇ ଥାନାକୁ ପଠାଇ ଦେଇଛି। ଅପରପକ୍ଷେ ମନୀଷା ରୋଷେଇ କରୁଥିବା ବେଳେ ଷ୍ଟୋଭ ନିଆଁରେ ତାଙ୍କ ଶାଢି ଲାଗିଯିବାରୁ ସେ ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି ବୋଲି ଶାଶୁଘର ଲୋକେ କହିଛନ୍ତି।
All Right Reserved By

ଉପକୂଳ ଓଡିଶା

ଶ୍ରୀଶ୍ରୀ ଜଗନ୍ନାଥ କୀର୍ତ୍ତନ ମଣ୍ଡଳୀର ଶ୍ରୀକ୍ଷେତ୍ର ଯାତ୍ରା

ଶ୍ରୀଶ୍ରୀ ଜଗନ୍ନାଥ କୀର୍ତ୍ତନ ମଣ୍ଡଳୀର ଶ୍ରୀକ୍ଷେତ୍ର ଯାତ୍ରା

ଆଳି, ୨୪।୯ (ଡି.ଏନ୍‌.ଏ.): ଆଳି ନୂଆବଜାରର ଶ୍ରୀ ଜଗନ୍ନାଥ କିର୍ତ୍ତନ ମଣ୍ଡଳୀ ପକ୍ଷରୁ ୩୦ତମ ବାର୍ଷିକ ଅଖଣ୍ଡ ନାମ ସଂକୀର୍ତ୍ତନ ପଦଯାତ୍ରା ସୋମବାର ଆରମ୍ଭ ହୋଇଛି। ପୂର୍ବାହ୍ନରେ ଏହି କିର୍ତ୍ତନ ମଣ୍ଡଳୀର ସଦସ୍ୟମାନେ ଆଳିର ଆରାଧ୍ୟ ଦେବତା ଶ୍ରୀଶ୍ରୀ ଲକ୍ଷ୍ମୀବରାହ ଜୀଉ ମନ୍ଦିରରେ ପୂଜାର୍ଚ୍ଚନା କରି ଶ୍ରିକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। 

ଅଗ୍ନିଶମ ସେବା କର୍ମଚାରୀଙ୍କ ଧର୍ମଘଟ: ଘର ଜଳିଗଲା, ସହଯୋଗ କଲେନି କର୍ମଚାରୀ

ଅଗ୍ନିଶମ ସେବା କର୍ମଚାରୀଙ୍କ ଧର୍ମଘଟ: ଘର ଜଳିଗଲା, ସହଯୋଗ କଲେନି କର୍ମଚାରୀ

କୃଷ୍ଣପ୍ରସାଦ,୨୩ା୯(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ୍‌ ମାଲୁଦ ଅଗ୍ନିସେବା କେନ୍ଦ୍ର କର୍ମଚାରୀମାନେ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧର୍ମଘଟ ଆରମ୍ଭ କରିଛନ୍ତି। 

ଅଗ୍ନିଶମ କର୍ମଚାରୀଙ୍କ ଧାରଣା

ଯାଜପୁର ରୋଡ, ୨୪ା୯ (ନି.ପ୍ର.) -  ଯାଜପୁର ରୋଡ ଅଗ୍ନିଶମ କର୍ମଚାରୀଙ୍କର ଆନ୍ଦୋଳନ ସୋମବାରଠାରୁ ଆରମ୍ଭ ହୋଇଛି। ଅଗ୍ନିଶମ କର୍ମଚାରୀଙ୍କୁ ଓଡିଶା ପୋଲିସ୍‌ କର୍ମଚାରୀଙ୍କ ପରି ସମାନ ଦରମା ଓ ଭତ୍ତା ପ୍ରଦାନ, ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ ଦରମା,  ଅବସର କରିଥିବା କର୍ମଚାରିଙ୍କୁ ତୁରନ୍ତ ପେନସନ ଓ ଅବସର କାଳୀନ ପ୍ରାପ୍ୟ ପ୍ରଦାନ ଆଦି ୬ଦଫା ଦାବିରେ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। 

କୋରେଇ ବ୍ଲକରେ ଜିଲାପାଳଙ୍କ ଜନଶୁଣାଣି

ଯାଜପୁର ରୋଡ,୨୪ା୯ (ନି.ପ୍ର.)-  ସୋମବାର ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ କୋରେଇ ବ୍ଲକରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା ।

ପୂର୍ବ ଶତ୍ରୁତାରୁ ବୋମାମାଡ଼, ବାପପୁଅ ଆହତ

ଓଡ଼ଗାଁ,୨୪।୯(ସ୍ବ.ପ୍ର.)- ଓଡ଼ଗାଁରେ ପୂର୍ବ ଶତ୍ରୁତା ନେଇ ସୋମବାର ବୋମାମାଡ଼ ହୋଇଥିବା ବେଳେ ଏଥିରେ ସତ୍ୟନାରାୟଣ ସେନାପତି (୫୨) ଓ ପୁଅ ସୌମ୍ୟରଞ୍ଜନ ସେନାପତି (୨୨) ଆହତ ହୋଇଛନ୍ତି ା ଅପରାହ୍ନ ପ୍ରାୟ ୨ଟା୧୦ରେ ଥାନା ଓ ବନାଞ୍ଚଳ ଅଫିସ ନିକଟସ୍ଥ ସରକାରୀ ଏମଇ ସ୍କୁଲ ସାମନାରେ ବାପପୁଅଙ୍କ ଉପରକୁ ଜଣେ ଦୁର୍ବୃତ୍ତ ବୋମା ମାଡ କରିଥିଲେ। 

ପାଇଖାନା ବିଲ୍‌ ଦାବିରେ ବ୍ଲକ ଆଗରେ ଏସ୍‌ଏଚଜିର ଧାରଣା

ରଣପୁର,୨୪।୯ (ସ୍ବ.ପ୍ର.)- ପାଇଖାନା ବିଲ୍‌ ପ୍ରଦାନ ଦାବିରେ ସୋମବାର ରଣପୁର ବ୍ଲକର ୧୦ରୁ ଊର୍ଦ୍ଧ୍ୱ ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚଜି)ର ଶତାଧିକ ମହିଳାପୁରୁଷ ବ୍ଲକ ଅଫିସ ଆଗରେ ଧାରଣା ଦେଇଥିଲେ । 

ବିଦ୍ୟୁତ୍‌ ବିଭାଗ ଠିକା କର୍ମଚାରୀଙ୍କ ଧାରଣା

ବିଦ୍ୟୁତ୍‌ ବିଭାଗ ଠିକା କର୍ମଚାରୀଙ୍କ ଧାରଣା

ମାର୍ଶାଘାଇ,୨୪ା୯(ଡି.ଏନ.ଏ.)- ମାର୍ଶାଘାଇ ବିଦ୍ୟୁତ୍‌ ଡିଭିଜନ ଅଧୀନ ୬ଟି ଷ୍ଟ୍ରକ୍‌ଚରରେ ଠିକାରେ କାମ କରୁଥିବା ୪୨ଜଣ କର୍ମଚାରୀ ସୋମବାର ବିଭିନ୍ନ ଦାବି ନେଇ ଡିଭିଜନ ଅଫିସ ଆଗରେ ଧାରଣା ଦେଇଛନ୍ତି। 

ଦମକଳ କେନ୍ଦ୍ର କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଦମକଳ କେନ୍ଦ୍ର କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ମାର୍ଶାଘାଇ,୨୪ା୯(ଡି.ଏନ.ଏ.)- କେନ୍ଦ୍ରାପଡା ଜିଲା ମର୍ଶାଘାଇ ବ୍ଲକର ଦମକଳ କେନ୍ଦ୍ର କର୍ମଚାରୀମାନେ ବିଭିନ୍ନ ଦାବି ନେଇ ସୋମବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। କର୍ମଚାରୀମାନେ କେନ୍ଦ୍ର ସମ୍ମୁଖରେ ଧାରଣା ଦେବା ସହ ଦାବି ସମ୍ପର୍କରେ ନାରାବାଜି ଦେଇଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ବ୍ୟାସନଗର ପୌର ପରିଷଦ ବୈଠକ ବାତିଲ

ଯାଜପୁର ରୋଡ,୨୪।୯(ନି.ପ୍ର.)- କୋରମ ଅଭାବରୁ ବ୍ୟାସନଗର ପୌର ପରିଷଦ ବୈଠକ ସୋମବାର ବାତିଲ ହୋଇଯାଇଛି। ପୌରାଧ୍ୟକ୍ଷା ସବିତା ରାଉତଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଥିଲେ ହେଁ ୨୬ଜଣଙ୍କ ମଧ୍ୟରୁ ମାତ୍ର ୬ଜଣ କାଉନସିଲର ଉପସ୍ଥିତ ଥିବାରୁ ବୈଠକ ବାତିଲ କରାଗଲା ବୋଲି ଘୋଷଣା କରାଯାଇଥିଲା। 

ରାସ୍ତା ମରାମତି ଦାବିରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର

ରାସ୍ତା ମରାମତି ଦାବିରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର

ଯାଜପୁର ରୋଡ,୨୪ା୯(ନି.ପ୍ର.)- ଯାଜପୁର ରୋଡ-ଡୁବୁରୀ ମୁଖ୍ୟ ରାସ୍ତାର ଚୋରଦା ଓ ଧବଳଗିରି ରାସ୍ତା ମରାମତି ଦାବିରେ ବ୍ୟାସନଗର ଯାଜପୁର ରୋଡ ସିଭିଲ ସୋସାଇଟି ପକ୍ଷରୁ ସୋମବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। 

କଳାବ୍ୟାଚ ପିନ୍ଧି ପରୀକ୍ଷା ପରିଚାଳନା କଲେ ଶିକ୍ଷକ

କଳାବ୍ୟାଚ ପିନ୍ଧି ପରୀକ୍ଷା ପରିଚାଳନା କଲେ ଶିକ୍ଷକ

ଆଳି, ୨୪।୯(ଡି.ଏନ.ଏ.)-ରାଜ୍ୟ ସରକାର ନାର୍ଯ୍ୟଦାବି ପୂରଣ କରିନଥିବାରୁ ବ୍ଲକ ଗ୍ରାଣ୍ଟ ସ୍କୁଲ ଗୁଡିକର ଶିକ୍ଷକମାନେ କଳାବ୍ୟାଚ ପିନ୍ଧି ପରୀକ୍ଷା ପରିଚାଳନା କରୁଛନ୍ତି।

ବନ ବିଭାଗ ଚେକ୍‌ଗେଟ୍‌ ଭାଙ୍ଗି କର୍ମଚାରୀଙ୍କୁ ଆକ୍ରମଣ ଘଟଣା , ଦୁଇଜଣଙ୍କୁ  ୭ବର୍ଷ ସଶ୍ରମ କାରାଦଣ୍ଡ

ବନ ବିଭାଗ ଚେକ୍‌ଗେଟ୍‌ ଭାଙ୍ଗି କର୍ମଚାରୀଙ୍କୁ ଆକ୍ରମଣ ଘଟଣା , ଦୁଇଜଣଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ

ନୟାଗଡ଼ ଅଫିସ,୨୪ା୯-ବନ ବିଭାଗର ଚେକ୍‌ଗେଟ୍‌ ଭାଙ୍ଗିବା ଓ ସେଠାରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଆକ୍ରମଣ କରିବା ମାମଲାର ଶୁଣାଣି କରି ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଲୋକନାଥ ସାହୁ ୨ଜଣଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଣି କରିଛନ୍ତି।