ଉପକୂଳ ଓଡିଶା

ହୁକିଟୋଲାରେ ପର୍ଯ୍ୟଟକଙ୍କ ଭିଡ଼

ହୁକିଟୋଲାରେ ପର୍ଯ୍ୟଟକଙ୍କ ଭିଡ଼

ମହାକାଳପଡା, ୩୦।୧୨ (ଡି.ଏନ୍‌.ଏ.)-
ମହାକାଳପଡା ବ୍ଲକ ଗହୀରମଥା ସଂରକ୍ଷିତ ଜଙ୍ଗଲର ବଙ୍ଗୋପସାଗର ତଟରେ ରହିଛି ହୁକିଟୋଲା ଦୀପ। ସେହିପରି ଏହି ବ୍ଲକରେ ଥିବା ବତିଘର ପଞ୍ଚାୟତ ଦୀପାଞ୍ଚଳର ମାନ୍ୟତା ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଉଭୟ ସ୍ଥାନକୁ ୨୦୧୬ ନଭେମ୍ବର ୨୮ରେ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିଥିଲା। ଏହାପରଠାରୁ ଉଭୟ ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହେଉଛି। ଏବେ ନୂଆବର୍ଷ ଆସିଯାଇଥିବାରୁ ବହୁ ପର୍ଯ୍ୟଟକ ଏଠାକୁ ପିକ୍‌ନିକ୍‌ କରିବା ପାଇଁ ଆସୁଛନ୍ତି। ବିଶେଷ କରି ହୁକିଟୋଲା ଦୀପ ଏକ ନିର୍ଜନ ଅଞ୍ଚଳ ହୋଇଥିବାରୁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି। ପ୍ରତିଦିନ ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି। ଏଠାରେ ସେମାନେ ବଣଭୋଜି କରିବା ସହ ସମୁଦ୍ରକୂଳରେ ସ୍ନାନ କରି ମଜା ଉଠାଉଛନ୍ତି। ଦୀପରେ ଥିବା ବିଭିନ୍ନ କିସମର ବୃକ୍ଷ ଓ ବନ୍ୟ ଜନ୍ତୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛି। ଦୀପକୁ ଆସିବା ପାଇଁ ଡଙ୍ଗା ଏକମାତ୍ର ମାଧ୍ୟମ ହୋଇଥିବାରୁ ଦୈନିକ ୫୦ରୁ ୬୦ଟି ଡଙ୍ଗା ଚଳାଚଳ ହେଉଛି। ପର୍ଯ୍ୟଟକମାନେ ଡଙ୍ଗାରେ ଆସି ଏଠାରେ ବଣଭୋଜିର ମଜା ଉଠାଉଛନ୍ତି। ୧୮୮୮ ମସିହାରେ ଏହି ଦୀପରେ ବ୍ରିଟିଶ ଇଞ୍ଜିନିୟର ହୁକି ସାହେବ ୧୧ ହଜାର ବର୍ଗପୁଟର ଏକ ପ୍ରାସାଦ ନିର୍ମାଣ କରିଥିଲେ। ତାଙ୍କର ନାମନୁସାରେ ଏହି ଦୀପର ନାମକରଣ ହୋଇଥିଲା। ସେତେବେଳେ ବିଦେଶରୁ ପଣ୍ୟବାହୀ ଜାହାଜ ଦ୍ୱାରା ଗହମ, ଚାଉଳ, ତୈଳ, ନଡିଆ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଆମଦାନୀ କରାଯାଇ ଏଠାରେ ଥିବା ଗୋଦାମ ଘରେ ଗଚ୍ଛିତ ରଖାଯାଉଥିଲା। ଉକ୍ତ ପ୍ରସାଦ ଏବେ ପର୍ଯ୍ୟଟକମାନଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସେହିପରି ବତିଘର ଘର ପଞ୍ଚାୟତରେ ବ୍ରିଟିଶ ଶାସନ ସମୟରେ ନିର୍ମିତ ହୋଇଥିବା ଲାଇଟ ହାଉସ ରହିଛି। ଏହାକୁ ଦେଖିବାକୁ ପର୍ଯଟକଙ୍କ ଆଗମନ ହେବାରେ ଲାଗିଛି। ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ବିଜୟ କୁମାର ମହାନ୍ତି କହିଛନ୍ତି ଯେ, ଉଭୟ ବତିଘର ଓ ହୁକିଟୋଲା ଏବେ ବନବିଭାଗ ଅଧୀନରେ ରହିଛି। ପର୍ଯ୍ୟଟକମାନଙ୍କ ପାଇଁ ଆଗାମୀ ଦିନରେ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଉଛି।

All Right Reserved By

ଉପକୂଳ ଓଡିଶା

ବରୀରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ପାଚେରି ଭୁଷୁଡ଼ି ଛାତ୍ରୀ ଗୁରୁତର

ବରୀ,୧୯ା୭(ସ୍ବ.ପ୍ର.)- ବରୀ ଶିକ୍ଷା ମଣ୍ଡଳରେ ଶିକ୍ଷା ବ୍ୟବସ୍ଥା ବପର୍ଯ୍ୟସ୍ତ ହୋଇପଡିଛି। ବିଷୁନାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚେରି ଭୁଷୁଡି ପଡିବାରୁ ଗୁରୁବାର ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ଛାତ୍ରୀ ହେଲେ ଲିଜାରାଣୀ ନାୟକ।

କୃଷି କାର୍ଯ୍ୟାଳୟରେ ତାଲା, ନିରାଶ ହୋଇ ଫେରୁଛନ୍ତି ଚାଷୀ

ନାଉଗାଁ,୧୯ା୭(ସ୍ବ.ପ୍ର.): ଚାଷୀଙ୍କୁ ଚାଷ ସମ୍ବନ୍ଧୀୟ ବିଭିନ୍ନ ସୁବିଧା ପ୍ରଦାନ କରିବା ସହ ପରାମର୍ଶ ଦେବା ନିମନ୍ତେ ନାଉଗଁା ବ୍ଲକ ଦାଣ୍ଡୁଆ ପଡିଆଠାରେ ଖୋଲାଯାଇଛି ବ୍ଲକ କୃଷି କାର୍ଯ୍ୟାଳୟ।

କେନାଲରେ ଦଳ ଭର୍ତ୍ତି, ପାଣି ଆସୁନି

ତିର୍ତ୍ତୋଲ,୧୯ା୭(ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ମଣିଜଙ୍ଗାସ୍ଥିତ ଜଳ ସମ୍ପଦ ଉପଖଣ୍ଡ କାର୍ଯ୍ୟାଳୟ ଅଧୀନରେ ଥିବା କୌଣସି କେନାଲ ଚଳିତବର୍ଷ ଏ ପର୍ଯ୍ୟନ୍ତ ସଫେଇ କରାଯାଇନାହିଁ।

ବରୀ ଅଞ୍ଚଳରେ ଅପମିଶ୍ରିତ ଖାଦ୍ୟଯୋଗାଣ : ନିରବଦ୍ରଷ୍ଟା ସାଜିଛି ସ୍ବାସ୍ଥ୍ୟ, ଯୋଗାଣ ବିଭାଗ

ରନତ୍ଗିରି,୧୯ା୭(ଡ଼ି.ଏନ୍‌.ଏ)- ବରୀ ଅଞ୍ଚଳରେ ଅପମିଶ୍ରିତ ଖାଦ୍ୟ ଯୋଗାଣ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି ା ନିମ୍ନମାନର ଖାଦ୍ୟ ସାମଗ୍ରୀ ଉପରେ ବିଭିନ୍ନ ନାମୀଦାମୀ କମ୍ପାନୀର ନାମ ଉଲ୍ଲେଖ କରି ବିକ୍ରି କରାଯାଉଛି।

ଭାପୁର ବ୍ଲକରେ ବ୍ୟାପିବାରେ ଲାଗିଛି ହାଡ଼ଫୁଟି , ମିଳିମିଳା

ଭାପୁର,୧୯ା୭(ଡି.ଏନ୍‌.ଏ.)-ନୟାଗଡ ଜିଲା ଭାପୁର ବ୍ଲକରେ ଏବେ ମିିଳିମିଳା ଓ ହାଡ଼ଫୁଟି ରୋଗ ବ୍ୟାପିବାରେ ଲାଗିଛି।

୪୫,୧୮୫ ଭୋଟରଙ୍କ ଦୁଇରୁ ଅଧିକ ସ୍ଥାନରେ ନାମ ଦରଜ

କେନ୍ଦ୍ରାପଡା ଅଫିସ,୧୯।୭-କେନ୍ଦ୍ରାପଡା ଜିଲାର ଅଦ୍ୟାବଧି ଭୋଟର ସଂଖ୍ୟା ୧୧,୬୯,୩୯୮ ।ତେବେ ଏଥିମଧ୍ୟରୁ ୪୫,୧୮୫ ଜଣ ଦୁଇରୁ ଅଧିକ ସ୍ଥାନରେ ନାମ ଦରଜ କରିଥିବା ଜିଲା ନିର୍ବାଚନ ବିଭାଗ ତଥ୍ୟରୁ ସୂଚନା ମିଳିଛି।

ବୃକ୍ଷରୋପଣ କାର୍ଯ୍ୟକ୍ରମ

ଯାଜପୁରରୋଡ,୧୯।୭(ନି.ପ୍ର.)-ନବଉତ୍କଳ ମହିଳା ସମିତି ପକ୍ଷରୁ ଗୁରୁବାର କୋରେଇ ମେଡିକାଲ, କୋରେଇର କାହ୍ନୁଚରଣ ମହାବିଦ୍ୟାଳୟ ପରିସର ଓ ଧନେଶ୍ୱର ପଞ୍ଚାୟତ ଅଫିସ ସମ୍ମୁଖରେ ବୃକ୍ଷରୋପଣ କରାଯାଇଛି ।

କୁମ୍ଭାର ସାହି ବସ୍ତିରେ କୃତ୍ରିମ ବନ୍ୟା

କୁମ୍ଭାର ସାହି ବସ୍ତିରେ କୃତ୍ରିମ ବନ୍ୟା

ମାର୍ଶାଘାଇ,୧୯।୭(ଡିଏନଏ)-ଗୁରୁବାର ଅପରାହ୍ନ ଗୋଟାଏ ସମୟରେ ମାର୍ଶାଘାଇ ଅଞ୍ଚଳରେ ଅସରାଏ ବର୍ଷା ହୋଇଯାଇଛି ।

ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଶ୍ରୀଚନ୍ଦନଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା ଅଫିସ, ୧୯ା୭: କେନ୍ଦ୍ରାପଡା ଜିଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟରେ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଚରଣ ଶ୍ରୀଚନ୍ଦନଙ୍କ ୩୫ତମ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟିରେ କୋର ବ୍ୟାଙ୍କିଙ୍ଗ

କେନ୍ଦ୍ରାପଡା ଅଫିସ, ୧୯ା୭- କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟି ଲିମିଟେଡ ସଦସ୍ୟଙ୍କ ପାଇଁ କୋର ବ୍ୟାଙ୍କିଙ୍ଗ ସିଷ୍ଟମ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହା କେନ୍ଦ୍ରାପଡାସ୍ଥ ମୁଖ୍ୟ କାର୍ଯ୍ୟାଳୟ ସମେତ ଯାଜପୁର, କଟକ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡା ଜିଲାର ୧୭ଟି ଶାଖାରେ କାର୍ଯ୍ୟକାରୀ ହେବ।

ଗ୍ୟାଙ୍ଗଷ୍ଟର ଟିଟୋ ଗିରଫ ମାମଲା: କ୍ରାଇମବ୍ରାଞ୍ଚର ଚଢ଼ାଉ ଜାରି

କେନ୍ଦ୍ରାପଡା ଅଫିସ, ୧୯ା୭: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ୍‌ ଅଲ୍ଲୀଙ୍କୁ ଗତ ଜୁନ ୩୦ ତାରିଖରେ ଗିରଫ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଜିଲା ଓ ବାହର ଜିଲାରେ ଚଢ଼ାଉ ଜାରି ରହିଛି। ଏହି କ୍ରମରେ ବୁଧବାର ସନ୍ଧ୍ୟାରେ ଜିଲା ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଆଳି ଓ ସହରର ଦିହୁରିଆ ରାସ୍ତାରେ ୪ ଚକିଆ ଯାନ ତନଖି କରାଯାଇଥିଲା।

ବାଇପାଶ ରାସ୍ତାରେ ତାଳିପକା କାମ

ମାର୍ଶାଘାଇ,୧୯।୭(ଡି.ଏନ.ଏ.)-ମାର୍ଶାଘାଇ ବ୍ଲକ ଅଞ୍ଚଳ ଦେଇ ଯାଇଥିବା ୫ ନଂ (କ) ଜାତୀୟ ରାଜପଥର ମାର୍ଶାଘାଇ କେନାଲ ବ୍ରିଜର ଉଭୟ ପାର୍ଶ୍ୱ ବାଇପାସ ରାସ୍ତାରେ ବହୁ ଛୋଟ ବଡ ଖାଲଖମା ସୃଷ୍ଟି ହୋଇଛି ।

Model This Week

ରୂପେଶ