ଖେଳ |

ସ୍ମିଥ୍‌ଙ୍କ ଶତକ: ଚତୁର୍ଥ ଆଶେସ ଟେଷ୍ଟ ଡ୍ର

ସ୍ମିଥ୍‌ଙ୍କ ଶତକ: ଚତୁର୍ଥ ଆଶେସ ଟେଷ୍ଟ ଡ୍ର
ମେଲବୋର୍ନ, ୩୧ା୧୨ (ଏଏଫ୍‌ପି)-ଷ୍ଟିଭ୍‌ ସ୍ମିଥ୍‌ଙ୍କ ୨୩ତମ ଟେଷ୍ଟ ଶତକ ଯୋଗୁ ଅଷ୍ଟ୍ରେଲିଆ ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଆଶେସ ଟେଷ୍ଟ ଡ୍ର’ ରଖିପାରିଛି। ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରି ଭ୍ରମଣକାରୀ ଦଳ ସିରିଜରେ ପ୍ରଥମ ବିଜୟ ହାସଲ ଲକ୍ଷ୍ୟରେ ଥିଲା। ମାତ୍ର ଅଷ୍ଟ୍ରେଲୀୟ ଅଧିନାୟକଙ୍କ ଅପରାଜିତ ଶତକ ଦ୍ୱାରା ତାହା ସମ୍ଭବ ହୋଇ ପାରିନାହିଁ। ଇଂଲଣ୍ଡ ବୋଲିଂର ଦୃଢ ମୁକାବିଲା କରି ସ୍ମିଥ୍‌ ୧୦୨ ରନ କରି ଅପରାଜିତ ରହିଥିଲେ। ସିରିଜରେ ଏହାଥିଲା ତାଙ୍କ ତୃତୀୟ ଶତକ। ମେଲବୋର୍ନ ପିଚ୍‌ରେ ଟେଷ୍ଟରେ କ୍ରମାଗତ ୪ଟି ଟେଷ୍ଟ ଶତକ ହାସଲ କରିବାରେ ସ୍ମିଥ୍‌ କିମ୍ବଦନ୍ତୀ ଡନ୍‌ ବ୍ରାଡମ୍ୟାନଙ୍କ ସମକକ୍ଷ ହୋଇ ପାରିଛନ୍ତି। ଏହା ଛଡ଼ା ସେ ରିକି ପଣ୍ଟିଂଙ୍କ ରେକର୍ଡ ସମକକ୍ଷ ମଧ୍ୟ ହୋଇ ପାରିଛନ୍ତି। ପୂର୍ବରୁ ଟେଷ୍ଟ ଇତିହାସରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଏକାଧିକ ଥର ୬ଟି ଶତକ ହାସଲ କରିବାରେ ପଣ୍ଟିଂ ଏକମାତ୍ର ବ୍ୟାଟ୍ସମ୍ୟାନ ଥିଲେ। ଶନିବାର ମ୍ୟାଚର ୫ମ ଦିବସରେ ଅଷ୍ଟ୍ରେଲିଆ ମାତ୍ର ୨ଟି ଉଇକେଟ ହରାଇଥିଲା। ଷ୍ଟମ୍ପ୍ସ ଅପସାରଣ ବେଳକୁ ଦଳ ୪ ଉଇକେଟ ବିନିମୟରେ ୨୬୩ ରନ କରିଥିଲା। ସ୍ମିଥ୍‌ଙ୍କ ସହ ମିଚେଲ ମାର୍ଶ ୨୯ ରନ କରି ଅପରାଜିତ ରହିଥିଲେ। ଘରୋଇ ଦଳ ପୂର୍ବରୁ କ୍ରମାଗତ ୩ଟି ମ୍ୟାଚରେ ବିଜୟ ହାସଲ କରି ଆଗୁଆ ସିରିଜ କବ୍‌ଜା କରିସାରିଛି। ୫ମ ତଥା ଅନ୍ତିମ ଟେଷ୍ଟ ଆସନ୍ତା ସପ୍ତାହରେ ସିଡ୍‌ନୀରେ ଖେଳାଯିବ। ୨୦ ବର୍ଷ ମଧ୍ୟରେ ବକ୍ସିଂ ଟେଷ୍ଟ ଡ୍ର’ ଭାବେ ଶେଷ ହେବା ଏହା ହେଉଛି ଦ୍ୱିତୀୟ ଦୃଷ୍ଟାନ୍ତ। ମ୍ୟାଚର ଫଳାଫଳକୁ ନେଇ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡର ପିଚ୍‌କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି। ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୩୨୭ (ଡି.ଓ୍ବାର୍ନର-୧୦୩, ଏସ୍‌. ସ୍ମିଥ୍‌-୭୬; ଏସ୍‌. ବ୍ରଡ୍‌- ୪/୫୧)। ଇଂଲଣ୍ଡ ପ୍ରଥମ ଇନିଂସ: ୪୯୧ (ଏ.କୁକ୍‌-୨୪୪*, ଜେ. ରୁଟ୍‌-୬୧; ପି. କୁମିନ୍ସ-୪/୧୧୭)। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ: ୨୬୩/୪ ( ଏସ୍‌. ସ୍ମିଥ୍‌-୧୦୨*, ଡି. ଓ୍ବାର୍ନର-୮୬, ଏମ୍‌. ମାର୍ଶ-୨୯*; ରୁଟ୍‌-୧/୧, ବ୍ରଡ୍‌-୧/୪୪, ଆଣ୍ଡରସନ-୧/୪୬, ଓକ୍ସ-୧/୬୨)।
All Right Reserved By

ଖେଳ |

ପ୍ରି-କ୍ୱାର୍ଟରରେ ସେରେନା

ପ୍ରି-କ୍ୱାର୍ଟରରେ ସେରେନା

ମେଲବୋର୍ନ,୧୯।୧(ଏଏଫ୍‌ପି)- ଚାମ୍ପିୟନ ମହିଳା ସିଙ୍ଗଲ୍ସ ଖେଳାଳି ସେରେନା ଓ୍ବିଲିୟମ୍ସ ଟେନିସ ସିଜନର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନର ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। 

ଫେଡରରଙ୍କୁ ଭେଟିଲେ ବୀରୁଷ୍କା

ଫେଡରରଙ୍କୁ ଭେଟିଲେ ବୀରୁଷ୍କା

ମେଲବୋର୍ନ,୧୯।୧(ଏପି)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଶନିବାର କିମ୍ବଦନ୍ତୀ ଟେନିସ ଖେଳାଳି ରୋଜର ଫେଡରରଙ୍କୁ ଭେଟିଛନ୍ତି। 

ସିଏ ପ୍ରଶଂସକଙ୍କୁ ମାଗଣା ଟିକେଟ ଦେବ

ସିଏ ପ୍ରଶଂସକଙ୍କୁ ମାଗଣା ଟିକେଟ ଦେବ

ବ୍ରିସବେନ,୧୯।୧- ଏଠାରେ ଆସନ୍ତା ସପ୍ତାହରେ ଶ୍ରୀଲଙ୍କା ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦିବା ରାତ୍ର ଟେଷ୍ଟ ମ୍ୟାଚ୍‌ର କମ୍ପ୍ଲିମେଣ୍ଟାରି ଟିକେଟ୍‌ ପ୍ରଶଂସକଙ୍କୁ ପ୍ରଦାନ କରାଯିବ।

ସେମିରେ ହାରିଲେ ସାଇନା

ସେମିରେ ହାରିଲେ ସାଇନା

କୁଆଲାଲମ୍ପୁର,୧୯।୧(ପି.ଟି.)- ଏଠାରେ ଚାଲିଥିବା ସାଢ଼େ ୩ ଲକ୍ଷ ପୁରସ୍କାର ରାଶି ବିଶିଷ୍ଟ ମାଲେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗର ସେମିଫାଇନାଲରେ ଷ୍ଟାର ଭାରତୀୟ ଖେଳାଳି ସାଇନା ନେହ୍ବାଲ ପରାସ୍ତ ହୋଇଛନ୍ତି।

ସଚିନ, କୋହଲିଙ୍କ କ୍ଲବରେ ଧୋନୀ

ସଚିନ, କୋହଲିଙ୍କ କ୍ଲବରେ ଧୋନୀ

ମେଲବୋର୍ନ,୧୯।୧- ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଅନ୍ତିମ ଦିନିକିଆରେ ୮୭ ରନ୍‌ର ଅପରାଜିତ ଇନିଂସ ଖେଳି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ଏଲାଇଟ୍‌ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସାମିଲ ହୋଇଛନ୍ତି। 

ଧୋନୀଙ୍କ ନାମରେ ସ୍ବତନ୍ତ୍ର ରେକର୍ଡ

ଧୋନୀଙ୍କ ନାମରେ ସ୍ବତନ୍ତ୍ର ରେକର୍ଡ

ମେଲବୋର୍ନ,୧୯।୧- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଦମ୍‌ରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ଦିନିକିଆ ସିରିଜକୁ ୨-୧ ବ୍ୟବଧାନରେ ଜିତି ନେଇଛି। 

ପ୍ରଶ୍ନ ଉଠାଇଲେ ଗାଭାସ୍କର

ପ୍ରଶ୍ନ ଉଠାଇଲେ ଗାଭାସ୍କର

ମେଲବୋର୍ନ, ୧୯।୧(ପି.ଟି.)- ଅଷ୍ଟ୍ରେଲିଆରେ ପ୍ରଥମ ଥର ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ ଜିତିଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ କାହିଁକି ଆୟୋଜକ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ପୁରସ୍କୃତ କରାଗଲା ନାହିଁ ବୋଲି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଛନ୍ତି।

ଗ୍ରୁପ୍‌ ପର୍ଯ୍ୟାୟର ଶ୍ରେଷ୍ଠ ୧୦ ମଧ୍ୟରେ ଛେତ୍ରୀଙ୍କ ଗୋଲ

ଗ୍ରୁପ୍‌ ପର୍ଯ୍ୟାୟର ଶ୍ରେଷ୍ଠ ୧୦ ମଧ୍ୟରେ ଛେତ୍ରୀଙ୍କ ଗୋଲ

ନୂଆଦିଲ୍ଲୀ, ୧୯।୧(ପି.ଟି.)- ୟୁଏଇଠାରେ ଚାଲିଥିବା ଏସିଆନ୍‌ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଥାଇଲାଣ୍ଡ ବିପକ୍ଷ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚରେ ସୁନୀଲ ଛେତ୍ରୀଙ୍କ ଡବଲ ଗୋଲ ବଳରେ ଭାରତ ୪-୧ ବ୍ୟବଧାନରେ ବିଜୟ ହାସଲ କରିଥିଲା। 

ମୁହଁ ଖୋଲିଲେ ଶାସ୍ତ୍ରୀ

ମୁହଁ ଖୋଲିଲେ ଶାସ୍ତ୍ରୀ

ମେଲବୋର୍ନ,୧୯ା୧(ପି.ଟି.)-ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ ଦଳର ସଫଳତା ପରେ କୋଚ ରବି ଶାସ୍ତ୍ରୀ ତାଙ୍କ ସମାଲୋଚକଙ୍କ ଉଦ୍ଦେଶ୍ୟରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯଦି ଗଠନମୂଳକ ପ୍ରସ୍ତାବ ଆସେ ତେବେ ସେ ତାହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ମାତ୍ର ସମାଲୋଚନା ଯଦି ଏଜେଣ୍ଡା ଭିତ୍ତିକ ହୁଏ ତେବେ ସେ ତାହାର ଉଚିତ୍‌ ଜବାବ ଦେବାକୁ ପଛାଇବେ ନାହିଁ। 

ଓ୍ବାର୍ମଅପ୍‌ ମ୍ୟାଚରେ ପପୁଙ୍କୁ ସଫଳତା:  ବୋର୍ଡ ସଭାପତି ଏକାଦଶ ବିଜୟୀ

ଓ୍ବାର୍ମଅପ୍‌ ମ୍ୟାଚରେ ପପୁଙ୍କୁ ସଫଳତା: ବୋର୍ଡ ସଭାପତି ଏକାଦଶ ବିଜୟୀ

କଟକ ଅଫିସ,୧୯ା୧- ତ୍ରିଭନ୍ଦ୍ରମର ସେଣ୍ଟ ଜାଭିୟର୍ସର କେସିଏ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାର ଇଂଲଣ୍ଡ ଲାୟନ୍ସ ଓ ବୋର୍ଡ ସଭାପତି ଏକାଦଶ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି । ଦୁଇ ମ୍ୟାଚ୍‌ ବିଶିଷ୍ଟ ଏହି ୱାର୍ମଅପ ସିରିଜରେ ବୋର୍ଡ ସଭାପତି ଏକାଦଶ ଦଳ ପ୍ରଥମ ମ୍ୟାଚକୁ ୪ ଉଇକେଟରେ ଜିତିଛି । 

ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌:  ସମ୍ବଲପୁର, ପୁରୀ, ଅନୁଗୋଳ, କେନ୍ଦ୍ରାପଡ଼ା ସେମିରେ

ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌: ସମ୍ବଲପୁର, ପୁରୀ, ଅନୁଗୋଳ, କେନ୍ଦ୍ରାପଡ଼ା ସେମିରେ

ଭୁବନେଶ୍ୱର, ୧୯।୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌ର ସେମିଫାଇନାଲ ଲାଇନ୍‌ଅପ୍‌ ଧାର୍ଯ୍ୟ ହୋଇଛି। ଗ୍ରୁପ୍‌ ‘ଏ’ରୁ ସମ୍ବଲପୁର ଶୁଟର୍ସ ୮୦ ଓ ପୁରୀ ଓ୍ବେଭର୍ସ ୭୧ ଏବଂ ଗ୍ରୁପ ‘ବି’ରୁ ଅନୁଗୋଳ ଏସର୍ସ ୭୫ ଓ କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ ୭୨ ପଏଣ୍ଟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ମାଲେସିଆ ମାଷ୍ଟର୍ସ: ସେମିରେ ସାଇନା, ହାରିଲେ ଶ୍ରୀକାନ୍ତ

ମାଲେସିଆ ମାଷ୍ଟର୍ସ: ସେମିରେ ସାଇନା, ହାରିଲେ ଶ୍ରୀକାନ୍ତ

କୁଆଲାଲମ୍ପୁର, ୧୮।୧(ପି.ଟି.)- ଭାରତୀୟ ଷ୍ଟାର୍‌ ଶଟ୍‌ଲର ସାଇନା ନେହ୍ବାଲ ପୂର୍ବତନ ବିଶ୍ୱ ଚାମ୍ପିୟନ ନାଜୋମି ଓକୁହାରାଙ୍କୁ ହରାଇ ଏଠାରେ ଚାଲିଥିବା ସାଢ଼େ ୩ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ମାଲେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗର ସେମିଫାଇନାଲରେ ପ୍ରବେଶ କରିଛନ୍ତି।