ରାଜ୍ୟ |

ଅଗ୍ନିଶମ ବିଭାଗର ଖୋଳତାଡ଼

ଅଗ୍ନିଶମ ବିଭାଗର ଖୋଳତାଡ଼

କଟକ ଅଫିସ, ୩୦।୧୨: ବମ୍ବେର କମଲା ମିଲ୍ସ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ରାଜ୍ୟ ଅଗ୍ନିଶମ ବିଭାଗର ଚିନ୍ତା ବଢ଼ାଇଛି। ନୂଆବର୍ଷ ପାଳନ ପାଇଁ ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ ବ୍ୟାପକ ଆୟୋଜନ କରାଯାଇଛି। ଏଭଳିସ୍ଥିତିରେ ଅଗ୍ନିକାଣ୍ଡ ଭଳି ଅଘଟଣକୁ ରୋକିବା ନିମନ୍ତେ ଆବଶ୍ୟକ ନିରାପତ୍ତା ବ୍ୟବସ୍ଥା ଜରୁରୀ। ଏଣୁ ଅଗ୍ନିଶମ ବିଭାଗ ପକ୍ଷରୁ ୨୦ଟି ଟିମ୍‌ ୬ଟି ସହର କଟକ, ପୁରୀ, ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଏକକାଳୀନ ହୋଟେଲ, ସିନେମାହଲ, କ୍ଲବ ଓ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ କରିଛି। ଏହି ସବୁ ସ୍ଥାନ ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କିପରି ରହିଛି ତାହାକୁ ଯାଞ୍ଚ କରାଯାଇଛି। ରବିବାର ସନ୍ଧ୍ୟା ସୁଦ୍ଧା ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରା ନ ଗଲେ ନୂଆବର୍ଷ ପାଳନ ନିମନ୍ତେ ଅନୁମତି ମିଳିବ ନାହିଁ ବୋଲି ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି। ନୂଆବର୍ଷ ୨୦୧୮କୁ ସ୍ବାଗତ କରିବା ପାଇଁ ଓଡ଼ିଶାରେ ବଡ଼ ବଡ଼ ହୋଟେଲ, କ୍ଲବ ପ୍ରଭୃତି ସ୍ଥାନରେ ରବିବାର ମଧ୍ୟରାତ୍ରିରେ ଜିରୋ ଆଓ୍ବାର ପାଳନ କରାଯିବ। ଏଥିରେ ବହୁସଂଖ୍ୟକ ଜନସମାଗମ ହେବେ। ଏହାକୁ ଦୃଷ୍ଟିରେ ରଖାଯାଇ ଅଗ୍ନିକାଣ୍ଡ ଭଳି ଅଘଟଣକୁ ଏଡାଇବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ୨୦ଟି ଟିମ୍‌ ଉପରୋକ୍ତ ସହରଗୁଡ଼ିକର ବିଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲା। ଏଥିରେ ୧୫୦ରୁ ଊର୍ଦ୍ଧ୍ୱ ଅଗ୍ନିଶମ ଅଧିକାରୀ ସାମିଲ ହୋଇଥିଲେ। ନିରାପତ୍ତା ବ୍ୟବସ୍ଥା ନ ଥିବା ଦେଖି ଉତ୍ସବ ଆୟୋଜନକାରୀଙ୍କୁ ଅଧିକାରୀମାନେ ବିଭିନ୍ନ ପରାମର୍ଶ ଦେଇଛନ୍ତି। ଏଥିସହିତ ହୋଟେଲଗୁଡ଼ିକରେ ଥିବା ଯନ୍ତ୍ରପାତିକୁ ଅଧିକାରୀମାନେ ଯାଞ୍ଚ କରିଥିଲେ। ଆୟୋଜକମାନଙ୍କୁ ନୋଟିସ୍‌ ମାଧ୍ୟମରେ ଅବଗତ କରାଯାଇଛି। ଯଦି ଆୟୋଜକମାନେ ଆଇନ ଅନୁଯାୟୀ ନିରାପତ୍ତା ବ୍ୟବସ୍ଥା ଗ୍ରହଣ ନ କରନ୍ତି ତେବେ କୌଣସି ଅଘଟଣ ଘଟିଲେ ଓଡ଼ିଶା ଅଗ୍ନି ନିରାପତ୍ତା ଓ ସୁରକ୍ଷା ଆଇନ୍‌ ୨୦୧୭ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି ଶର୍ମା କହିଛନ୍ତି।

All Right Reserved By

ରାଜ୍ୟ |

୨୪ରେ ଅଧରପଣା: ପ୍ରସ୍ତୁତ ହୋଇଗଲାଣି ଅଧରହାଣ୍ଡି

୨୪ରେ ଅଧରପଣା: ପ୍ରସ୍ତୁତ ହୋଇଗଲାଣି ଅଧରହାଣ୍ଡି

ପୁରୀ ଅଫିସ,୧୯ା୭: ଶ୍ରୀପୁରୁଷୋତ୍ତମ କ୍ଷେତ୍ର ପରମବ୍ରହ୍ମ ପରମାତ୍ମା ଶ୍ରୀଜଗନ୍ନାଥଙ୍କ ନିତ୍ୟ ଲୀଳାସ୍ଥଳ। ଶ୍ରୀମନ୍ଦିରରେ ବିରାଜମାନ କରି ମହାପ୍ରଭୁ ଭକ୍ତମାନଙ୍କ ସହିତ ବିଭିନ୍ନ ଉତ୍ସବରେ ଲୀଳାଖେଳା କରିଥାନ୍ତି।

ଜିଓର ମନସୁନ ହଙ୍ଗାମା ଅଫର

ଜିଓର ମନସୁନ ହଙ୍ଗାମା ଅଫର

ନୂଆଦିଲ୍ଲୀ, ୧୯-୭(ପି.ଟି): ମୁକେଶ ଅମ୍ବାନୀଙ୍କ ଅଧିକୃତ କମ୍ପାନୀ ରିଲାଏନ୍ସ ଜିଓର ମନସୁନ ହଙ୍ଗାମା ଅଫର ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏହା ଦ୍ୱାରା ଗ୍ରାହକମାନେ ଜିଓ ଫୋନ ଉପରେ ଅଫର ଲାଭ କରି ପାରିବେ।

ସ୍କୁଲ ଫେରନ୍ତା ଛାତ୍ରୀଛାତ୍ରଙ୍କ ଉପରେ ଟ୍ରକ ମାଡ଼ିଗଲା:୪ ମୃତ, ୫ ଗୁରୁତର

ସ୍କୁଲ ଫେରନ୍ତା ଛାତ୍ରୀଛାତ୍ରଙ୍କ ଉପରେ ଟ୍ରକ ମାଡ଼ିଗଲା:୪ ମୃତ, ୫ ଗୁରୁତର

ଭଦ୍ରକ ଅଫିସ,୧୯।୭-ସ୍କୁଲ ଛୁଟି ପରେ ସାଇକେଲରେ ଘରକୁ ଫେରୁଥିବା ୯ଜଣ ଛାତ୍ରୀଛାତ୍ରଙ୍କ ଉପରେ ଏକ ୧୦ଚକିଆ ଟ୍ରକ ମାଡ଼ିଯିବାରୁ ୪ଜଣ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୫ଜଣ ଛାତ୍ରୀଛାତ୍ର ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଭଦ୍ରକ ସହର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ରାହାଞ୍ଜ ଛକରେ ଗୁରୁବାର ଅପରାହ୍ନରେ ଘଟିଛି। ସାରା ସହର ଏଥିରେ ସ୍ତବ୍ଧ ହୋଇଯାଇଛି।

କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟିରେ କୋର ବ୍ୟାଙ୍କିଙ୍ଗ

କେନ୍ଦ୍ରାପଡା ଅଫିସ, ୧୯ା୭- କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟି ଲିମିଟେଡ ସଦସ୍ୟଙ୍କ ପାଇଁ କୋର ବ୍ୟାଙ୍କିଙ୍ଗ ସିଷ୍ଟମ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହା କେନ୍ଦ୍ରାପଡାସ୍ଥ ମୁଖ୍ୟ କାର୍ଯ୍ୟାଳୟ ସମେତ ଯାଜପୁର, କଟକ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡା ଜିଲାର ୧୭ଟି ଶାଖାରେ କାର୍ଯ୍ୟକାରୀ ହେବ।

ଗ୍ୟାଙ୍ଗଷ୍ଟର ଟିଟୋ ଗିରଫ ମାମଲା: କ୍ରାଇମବ୍ରାଞ୍ଚର ଚଢ଼ାଉ ଜାରି

କେନ୍ଦ୍ରାପଡା ଅଫିସ, ୧୯ା୭: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ୍‌ ଅଲ୍ଲୀଙ୍କୁ ଗତ ଜୁନ ୩୦ ତାରିଖରେ ଗିରଫ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଜିଲା ଓ ବାହର ଜିଲାରେ ଚଢ଼ାଉ ଜାରି ରହିଛି। ଏହି କ୍ରମରେ ବୁଧବାର ସନ୍ଧ୍ୟାରେ ଜିଲା ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଆଳି ଓ ସହରର ଦିହୁରିଆ ରାସ୍ତାରେ ୪ ଚକିଆ ଯାନ ତନଖି କରାଯାଇଥିଲା।

ସିବିଆଇ ଡବଲ୍‌ ରୋଲ୍‌ କରୁଛି: ନରସିଂହ

ସିବିଆଇ ଡବଲ୍‌ ରୋଲ୍‌ କରୁଛି: ନରସିଂହ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ଟିଟୋ ଗିରଫ ହେବା ପରେ ତାଙ୍କ ସମ୍ପତ୍ତିର ଖୋଳତାଡ଼ ଜାରି ରହିଛି। ଏସବୁ ମଧ୍ୟରେ ଟିଟୋ ପେଟ୍ରୋଲ ପମ୍ପର ମାଲିକ ବୋଲି ଜଣାପଡ଼ିଛି। ତେବେ ଟିଟୋଙ୍କୁ କିଏ ପେଟ୍ରୋଲ ପମ୍ପ ଦେଲା, ଏଥିରେ କେଉଁ ରାଜନେତା ବା ପ୍ରଶାସକଙ୍କର ହାତ ଅଛି ସେ ନେଇ ତଦନ୍ତ ଚାଲିଥିବା ବେଳେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଆଇଓସିଏଲ୍‌ ପକ୍ଷରୁ ସିବିଆଇକୁ ସୁପାରିଶ କରାଯାଇଛି। ଏସବୁ ମଧ୍ୟରେ ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ନେଇ ପ୍ରତିକ୍ରିୟା ବ୍ୟକ୍ତ କରିବା ସହ ଗୁରୁବାର ଆଇଓସିଏଲ୍‌ ଓ ସିବିଆଇକୁ ଟାର୍ଗେଟ କରିଛନ୍ତି।

ଏସ୍‌ସିବିରେ ଚିକିତ୍ସାଧୀନ ବାଲେଶ୍ୱର ଯୁବକ ନିପା ଆକ୍ରାନ୍ତ ଏକ ଗୁଜବ: ସ୍ବାସ୍ଥ୍ୟମନ୍ତ୍ରୀ

ଏସ୍‌ସିବିରେ ଚିକିତ୍ସାଧୀନ ବାଲେଶ୍ୱର ଯୁବକ ନିପା ଆକ୍ରାନ୍ତ ଏକ ଗୁଜବ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ବାଲେଶ୍ୱର ଜିଲାର ୮ଜଣ ଯୁବକ ଜ୍ୱରରେ ଆକ୍ରାନ୍ତ ହୋଇ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି। ସେମାନେ ନିପାରେ ଆକ୍ରାନ୍ତ ବୋଲି ଚର୍ଚ୍ଚା ହେଉଛିି। ତେବେ ଏ ନେଇ ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା। ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହା ଏକ ଗୁଜବ। ଏଥିରେ କୌଣସି ସତ୍ୟତା ନାହିଁ।

୨୯୫ ଲିଟର ମଦ ଜବତ, ୭ ମହିଳା ଗିରଫ

୨୯୫ ଲିଟର ମଦ ଜବତ, ୭ ମହିଳା ଗିରଫ

ଦାରିଙ୍ଗବାଡ଼ି,୧୯।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୯୫ ଲିଟର ଦେଶୀ ମଦ ଜବତ କରାଛି। ବିପୁଳ ପରିମାଣର ମହୁଲ ପୋଚ୍‌କୁ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି।

ତାମିଲନାଡ଼ୁ ପରେ ଗୁଜରାଟରେ ଶ୍ରମିକଙ୍କୁ ନିର୍ଯ୍ୟାତନା: ଫେରାଇ ଆଣିବାକୁ ଜିଲାପାଳଙ୍କ ନିକଟରେ ନିବେଦନ

ତାମିଲନାଡ଼ୁ ପରେ ଗୁଜରାଟରେ ଶ୍ରମିକଙ୍କୁ ନିର୍ଯ୍ୟାତନା: ଫେରାଇ ଆଣିବାକୁ ଜିଲାପାଳଙ୍କ ନିକଟରେ ନିବେଦନ

ପୁରୀ ଅଫିସ,୧୯ା୭ : ତାମିଲନାଡୁ ପରେ ଏବେ ଗୁଜୁରାଟରେ ପୁରୀ ଜିଲାର କେତେଜଣ ଶ୍ରମିକ ନିର୍ଯାତନାର ଶିକାର ହୋଇଥିବା ଜଣାପଡିଛି। ଏଥିରେ ଜିଲାର ପୁରୀ ସଦର, ବ୍ରହ୍ମଗିରି ଓ ପିପିଲି ବ୍ଳକର ପ୍ରାୟ ୨୫ ଶ୍ରମିକ ରହିଛନ୍ତି।

 ଶ୍ରୀମନ୍ଦିରକୁ ଫେରିବା ଲାଗି ମହାପ୍ରଭୁଙ୍କ ପ୍ରସ୍ତୁତି: ରଥ ଦକ୍ଷିଣ ମୋଡ଼ ଆରମ୍ଭ

ଶ୍ରୀମନ୍ଦିରକୁ ଫେରିବା ଲାଗି ମହାପ୍ରଭୁଙ୍କ ପ୍ରସ୍ତୁତି: ରଥ ଦକ୍ଷିଣ ମୋଡ଼ ଆରମ୍ଭ

ପୁରୀ ଅଫିସ,୧୯।୭: ହେରାପଞ୍ଚମୀରେ ଶ୍ରୀଦେବୀ(ଲକ୍ଷ୍ମୀ ଠାକୁରାଣୀ) ମହାପ୍ରଭୁଙ୍କୁ ଫେରାଇ ନେବାକୁ ଆସିଥିଲେ। ହେଲେ ଅଭିମାନ କରି ଶ୍ରୀଦେବୀ ଚାଲିଯିବା ପରେ ଶ୍ରୀମନ୍ଦିରକୁ ଫେରିବା ଲାଗି ମହାପ୍ରଭୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ: ଏମ୍‌ପିଙ୍କୁ ହ୍ବିପ୍‌ ଜାରି କଲା ବିଜେଡି

କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ: ଏମ୍‌ପିଙ୍କୁ ହ୍ବିପ୍‌ ଜାରି କଲା ବିଜେଡି

ଭୁବନେଶ୍ୱର,୧୯।୭(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ନେଇ ଶୁକ୍ରବାର ଲୋକସଭାରେ ଆଲୋଚନା ହେବ। ଏ ନେଇ ବିଜେଡି ପକ୍ଷରୁ ଏମ୍‌ପିମାନଙ୍କୁ ହ୍ବିପ୍‌ ଜାରି କରାଯାଇଛି। ଅନାସ୍ଥା ଆଲୋଚନା ବେଳେ ସମସ୍ତ ଏମ୍‌ପିଙ୍କୁ ଗୃହରେ ଉପସ୍ଥିତ ରହିବାକୁ କୁହାଯାଇଛି।

ରାଜ୍ୟରେ ଖୋଲିବ ୬୪ ଇ-ମଣ୍ଡି: ସୂର୍ଯ୍ୟ ନାରାୟଣ ପାତ୍ର

ରାଜ୍ୟରେ ଖୋଲିବ ୬୪ ଇ-ମଣ୍ଡି: ସୂର୍ଯ୍ୟ ନାରାୟଣ ପାତ୍ର

ବ୍ରହ୍ମପୁର ଅଫିସ,୧୯।୭: ବ୍ରହ୍ମପୁର ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲରେ କୃଷି ଉତ୍ପାଦନ ବୃଦ୍ଧି ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ସର୍ବ ଭାରତୀୟ ଆଲୋଚନା ଚକ୍ର ଗୁରୁବାର ଆୟୋଜିତ ହୋଇଯାଇଛି।

Model This Week

ରୂପେଶ