ରାଜ୍ୟ |

କେନ୍ଦ୍ରମନ୍ତ୍ରୀ ଅପଦସ୍ଥ

କେନ୍ଦ୍ରମନ୍ତ୍ରୀ ଅପଦସ୍ଥ
ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ସରକାରୀ କାମରେ ଯୋଗ ଦେବାକୁ ଆସି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ ଗୋହାଇଁ ଅପଦସ୍ଥ ହୋଇଛନ୍ତି। ଭୁବନେଶ୍ୱର ରେଳଷ୍ଟେଶନ୍‌ର ଦ୍ୱିତୀୟ ପ୍ରବେଶପଥ ଏବଂ ନୂତନ ଷ୍ଟେଶନ ଭବନର ଉଦ୍‌ଘାଟନ ପାଇଁ ଶନିବାର ଓଡ଼ିଶା ଆସିଥିଲେ ଗୋହାଇଁ। ମାତ୍ର ରାଜ୍ୟ ଭାଜପା କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତରୁ ଅଧିକ ଫାଇଦା ନେବା ଆଶାରେ ତାଙ୍କୁ ଦଳୀୟ କାର୍ଯ୍ୟାଳୟକୁ ନେଇଥିଲା। ସ୍ବଳ୍ପ ସମୟ ମଧ୍ୟରେ କେତେଜଣ ଖବରଦାତାଙ୍କୁ ଡାକି ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ କୁହାଯାଇଥିଲା। ଏହି ଖବରଦାତା ସମ୍ମିଳନୀରେ ସେ ରେଳ ପ୍ରକଳ୍ପ ବିଳମ୍ବକୁ ନେଇ ଓଡ଼ିଶା ସରକାରଙ୍କୁ ଦାୟୀ କରି ବକ୍ତବ୍ୟ ରଖିବା ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ତଥ୍ୟ ଦେବାକୁ କହିଥିଲେ। ଏକାଧିକ ପ୍ରସଙ୍ଗରେ ଖବରଦାତାମାନେ ତଥ୍ୟ ଦାବି କରିଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଠିକ୍‌ ତଥ୍ୟ ନ ଥିବାରୁ ସେ ବେଶ୍‌ ହଟହଟା ହୋଇଥିଲେ। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ୟୁପିଏ ସରକାର ତୁଳନାରେ ଏନ୍‌ଡିଏ ସରକାର ରେଳ ପ୍ରକଳ୍ପ ସକାଶେ ଓଡ଼ିଶାକୁ ବହୁ ପରିମାଣରେ ଅର୍ଥ ମଞ୍ଜୁର କରିଛନ୍ତି। ମାତ୍ର ରାଜ୍ୟ ସରକାର ଜମି ଅଧିଗ୍ରହଣରେ ବିଳମ୍ବ କରୁଥିବାରୁ ସେସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ । ସାଧାରଣତଃ ରେଳ ରାଷ୍ଟ୍ରମନ୍ତ୍ରୀ କୌଣସି ପ୍ରକଳ୍ପ ବାବଦରେ କିଛି ବକ୍ତବ୍ୟ ରଖିବା ସମୟରେ ତାଙ୍କ ପାଖରେ ରେଳବାଇ ଜେନେରାଲ ମ୍ୟାନେଜର(ଜିଏମ୍‌) ଉପସ୍ଥିତ ରହିଥାନ୍ତି। ମାତ୍ର ଶନିବାର ରେଳ ରାଷ୍ଟ୍ରମନ୍ତ୍ରୀ ଦଳୀୟ କାର୍ଯ୍ୟାଳୟକୁ ଯାଇଥିବାରୁ ଜିଏମ୍‌ ସେଠାରେ ଉପସ୍ଥିତ ନ ଥିଲେ। ଖୋର୍ଦ୍ଧା-ବଲାଙ୍ଗୀର ରେଳବାଇ ପ୍ରକଳ୍ପ ନେଇ ଖବରଦାତାମାନେ କିଛି ପ୍ରଶ୍ନ ପଚାରିଥିଲେ,ମାତ୍ର ମନ୍ତ୍ରୀ ମହୋଦୟ କୌଣସି ନିର୍ର୍ଦ୍ଦିଷ୍ଟ ଉତ୍ତର ଦେଇପାରିଲେ ନାହିଁ। ଓଲଟି ଉପସ୍ଥିତ ଖବରଦାତାମାନେ ତାଙ୍କୁ ପ୍ରକଳ୍ପକୁ ନେଇ ରାଜ୍ୟ-କେନ୍ଦ୍ର ବିବାଦ ସମ୍ପର୍କରେ ଅବଗତ କରାଇଥିବା ଲକ୍ଷ୍ୟ କରାଯାଇଥିଲା। ଓଡ଼ିଶାର ୭ଟି ଜିଲାରେ ରେଳ ସେବା ନାହିଁ। ଜୟପୁର-ନବରଙ୍ଗପୁର,ପାରାଦୀପ-କେନ୍ଦ୍ରାପଡା-ହରିଦାସପୁର,ତାଳଚେର-ବିମଳାଗଡ଼ ଆଦି ରେଳ ପ୍ରକଳ୍ପ ନେଇ ଖବରଦାତା ସମ୍ମିଳନୀରେ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ଜିଏମ୍‌ ନାହାନ୍ତି। ମୋ ପାଖରେ ତଥ୍ୟନାହିଁ। ପରବର୍ତ୍ତୀ ସମୟରେ ପ୍ରେସ ବିଜ୍ଞପ୍ତି ଜରିଆରେ ଏ ସମ୍ପର୍କରେ ଜଣାଇ ଦିଆଯିବ। ତଥ୍ୟ ନ ଥିବାରୁ କ୍ଷମା ମାଗୁଛି ବୋଲି ମନ୍ତ୍ରୀ କହିଥିଲେ। ଖବରଦାତା ସମ୍ମିଳନୀ ପୂର୍ବରୁ ତାଙ୍କୁ ତଥ୍ୟ ଓ ବିଷୟ ସମ୍ପର୍କରେ ଅବଗତ କରାଯାଇ ନ ଥିବାରୁ ସେ ରାଜ୍ୟ ଭାଜପା ନେତାଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ। ମନ୍ତ୍ରୀଙ୍କ ବକ୍ତବ୍ୟ ପରେ ମୁଖପାତ୍ର ସଜ୍ଜନ ଶର୍ମା କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ହଠାତ୍‌ ହୋଇଥିବା କଥା କହି କୌଣସିମତେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଚାହିଁଥିଲେ ମଧ୍ୟ ସେତେବେଳକୁ ନେଡିଗୁଡ କହୁଣୀକୁ ବୋହି ସାରିଥିଲା। ଅପରପକ୍ଷରେ ପ୍ରକଳ୍ପ ବିଳମ୍ବ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗକୁ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାର ଜମି ଅଧିଗ୍ରହଣ କରିବାରେ କୌଣସି ଅସୁବିଧା ସୃଷ୍ଟି କରିନାହାନ୍ତି। ଏଯାବତ ଅନେକ ପ୍ରକଳ୍ପ ପାଇଁ ଦିଆଯାଇଥିବା ଜମିରେ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିନାହିଁ। ଜମି ଅଧିଗ୍ରହଣ ନେଇ ୨୦୧୫ରେ କେନ୍ଦ୍ର ସରକାର ଆଣିଥିବା ସ୍ବତନ୍ତ୍ର ଆଇନ ଜମି ଅଧିଗ୍ରହଣରେ ବାଧା ଅନେକ କ୍ଷେତ୍ରରେ ବାଧା ସୃଷ୍ଟି କରୁଥିବା ଲକ୍ଷ୍ୟ କରାଯାଉଛିି। କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ପାଇଁ ଆନ୍ତରିକତା ନାହିଁ ବୋଲି ନୃସିଂହ କହିଛନ୍ତି।
All Right Reserved By

ରାଜ୍ୟ |

ବାତ୍ୟା ତିତ୍‌ଲି, ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଧର୍ମେନ୍ଦ୍ର ପ୍ରଧାନ

ବାତ୍ୟା ତିତ୍‌ଲି, ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ବାତ୍ୟା ତିତ୍‌ଲି ଓ ଏହାର ପରବର୍ତ୍ତୀ ବନ୍ୟା ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତକରି ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏ ନେଇ ସେ ଏକ ଭିଡ଼ିଓ ମଧ୍ୟ ଜାରି କରିଛନ୍ତି।

୫୧ ବର୍ଷରେ ପହଞ୍ଚତ୍ଛି ଅସ୍ତରଙ୍ଗ ଦୁର୍ଗାପୂଜା

୫୧ ବର୍ଷରେ ପହଞ୍ଚତ୍ଛି ଅସ୍ତରଙ୍ଗ ଦୁର୍ଗାପୂଜା

କାକଟପୁର, ୨୦।୧୦(ଡି.ଏନ୍‌.ଏ.): ଅସ୍ତରଙ୍ଗ ବଜାରଠାରେ ଦୁର୍ଗା କ୍ଲବ ପକ୍ଷରୁ ଷଷ୍ଠୀ ତିଥିଠାରୁ ଆରମ୍ଭ  ହୋଇଛି ଦୁର୍ଗାପୂଜା।  ଦୁର୍ଗା କ୍ଲବ ପକ୍ଷରୁ  ୫୧ ବର୍ଷ  ଧରି ଏଠାରେ ମୃଣ୍ମୟୀ ମୂର୍ତ୍ତିଙ୍କୁ ଭକ୍ତି ଓ ନିଷ୍ଠାର ସହିତ ପୂଜା କରାଯାଇ ଆସୁଛି ବୋଲି କହିଛନ୍ତି କ୍ଲବର ସମ୍ପାଦକ ଆଇନଜୀବୀ ଦିବ୍ୟଦର୍ଶୀ ବିଶ୍ୱାଳ।

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ପୁରୀ ଅଫିସ, ୨୦।୧୦: ଶନିବାର ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥିରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ରତ୍ନ ସିଂହାସନରେ ମହାପ୍ରଭୁ ରାଇ ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଠାକୁରଙ୍କ ଏହି ମହାର୍ଗ ବେଶ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହେବ। ଚଳିତବର୍ଷ ପଞ୍ଚକ ପାଞ୍ଚ ଦିନ ହେବ। କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚକ ବେଶ ହେବ। ପଞ୍ଚକରେ ଭକ୍ତମାନେ ଦାରୁଦିଅଁଙ୍କ ୫ ବେଶ ଦର୍ଶନ କରିବାର ସୁଯୋଗ ପାଇବେ। 

୨୫ରୁ କାର୍ତ୍ତିକ ବ୍ରତ

୨୫ରୁ କାର୍ତ୍ତିକ ବ୍ରତ

ପୁରୀ ଅଫିସ, ୨୦।୧୦: ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଛି ଧର୍ମମାସ ଅର୍ଥାତ୍‌ ହବିଷ ମାସ କାର୍ତ୍ତିକ। ଏହି ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ରକୁ ହବିଷିଆଳିଙ୍କ ସୁଅ ଛୁଟିବ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ହବିଷିଆଳି ଶ୍ରୀକ୍ଷେତ୍ରରେ ପହଞ୍ଚିବେ। ପ୍ରାତଃରୁ ମାର୍କଣ୍ଡ, ଶ୍ୱେତଗଙ୍ଗା, ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଓ ମହୋଦଧି ଆଦିରେ ସ୍ନାନ କରି ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିବେ। 

ରାବଣ ପୋଡି ଉତ୍ସବ

ରାବଣ ପୋଡି ଉତ୍ସବ

ଭୁବନେଶ୍ୱର,୧୯।୧୦: ସରିଛି ପାର୍ବଣର ଋତୁ। ଅଧର୍ମ ଉପରେ ଧର୍ମର ବିଜୟକୁ ନେଇ ମହାମାୟା ଧରାବତରଣ କରିଥିଲେ। ଶୁକ୍ରବାର ବିଜୟା ଦଶମୀ ଅବସରରେ ପରାକ୍ରମୀ ରାବଣର ପୁତ୍ତଳିକା ଦାହ କରି ମେଲାଣି ନେଇଛନ୍ତି ଯୋଗମାୟା।

ଦୁଇ ବନ୍ଧୁକ ବେପାରୀ ଗିରଫ

ଦୁଇ ବନ୍ଧୁକ ବେପାରୀ ଗିରଫ

ଭୁବନେଶ୍ୱର,୧୯।୧୦- ଭୁବନେଶ୍ୱର ନିକଟସ୍ଥ ତମାଣ୍ଡୋ ଅଞ୍ଚଳରୁ ଶୁକ୍ରବାର ଦୁଇ ବନ୍ଧୁକ ବେପାରୀ ଗିରଫ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, କୌଣସି ସୂତ୍ରରୁ କ୍ୟୁଏଟି ଖବର ପାଇ ତମାଣ୍ଡୋରେ ଥିବା ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଲେ ଅର୍ଥମନ୍ତ୍ରୀ

ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଲେ ଅର୍ଥମନ୍ତ୍ରୀ

ବାଲିଅନ୍ତା,୧୯।୧୦- ମା’ ଦୁର୍ଗାପୂଜାଙ୍କ ମହାଦଶମୀ ଅବସରରେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଶୁକ୍ରବାର ବାଲିଅନ୍ତା ବ୍ଲକ ଅଞ୍ଚଳକୁ ଆସି ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଥିଲେ।

ବିଜୟାଦଶମୀରେ କ୍ଷତ୍ରୀୟଙ୍କ ଖଣ୍ଡା ଶୋଭାଯାତ୍ରା

ବିଜୟାଦଶମୀରେ କ୍ଷତ୍ରୀୟଙ୍କ ଖଣ୍ଡା ଶୋଭାଯାତ୍ରା

କଣ୍ଟାପଡା,୧୯।୧୦(ଡି.ଏନ୍‌.ଏ.)- ରାଜ୍ୟ ସାରା ଦଶହରା ପର୍ବ ମହାସମାରୋହରେ ପାଳିିତ ହେଉଥିବା ବେଳେ କଣ୍ଟାପଡାର ଗୋବିନ୍ଦପୁର ଅଞ୍ଚଳରେ ନିଆରା ପର୍ବ ଆୟୋଜନ ହେଉଥିବା ଦେଖାଯାଇଛି । ଶୁକ୍ରବାର ବିଜୟାଦଶମୀ ଅବସରରେ ଉକ୍ତ ଗ୍ରାମରେ କ୍ଷତ୍ରୀୟମାନଙ୍କ ପାରମ୍ପରିକ ଖଣ୍ଡା ଶୋଭାଯାତ୍ରା  ଅନୁଷ୍ଠିତ ହୋଇଯାଇଛି। 

ବୋଲଗଡରେ ନିଆରା ଦଶହରା: କନକଦୁର୍ଗାଙ୍କ ଆଖିରେ ବନ୍ଧା ହେବ ଅନ୍ଧପୁଟୁଳି, ମୁସଲମାନ ଦଳବେହେରା ଦେବେ ହୋମରେ ଘୃତାହୁତି

ବୋଲଗଡରେ ନିଆରା ଦଶହରା: କନକଦୁର୍ଗାଙ୍କ ଆଖିରେ ବନ୍ଧା ହେବ ଅନ୍ଧପୁଟୁଳି, ମୁସଲମାନ ଦଳବେହେରା ଦେବେ ହୋମରେ ଘୃତାହୁତି

ଖୋର୍ଦ୍ଧା ଅଫିସ,୧୯ା୧୦:ଖୋର୍ଦ୍ଧାର ବୋଲଗଡ ବ୍ଲକର ମାଣିକାଗୋଡା ଗଁାରେ ହିନ୍ଦୁ ମୁସଲମାନ ମିଳିମିଶି ନିଆରା ଢଙ୍ଗରେ ପାଳନ କରାଯାଏ ଦଶହରା ପର୍ବ । ଉକ୍ତ ଗାଁର ଥିବା ମା’ କନକଦୁର୍ଗାଙ୍କ ଆରମ୍ଭ ହୋଇଥିବା ଆଶ୍ୱିନ ଶୁକ୍ଳପକ୍ଷ ସପ୍ତମୀରୁ ଅନ୍ଧପୁଟୁଳି ଖୋଲିବା ପରେ ମହାଦଶମୀରେ ପୁଣି ମା’ଙ୍କ ଆଖିରେ ବନ୍ଧା ହେବ  ।

ବୀରମହାରାଜପୁରରେ ପାର୍ବଣର ମହକ: ମନମୋହୁଛି ଲୋକନୃତ୍ୟ

ବୀରମହାରାଜପୁରରେ ପାର୍ବଣର ମହକ: ମନମୋହୁଛି ଲୋକନୃତ୍ୟ

ବୀରମହାରାଜପୁର,୧୯।୧୦(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ୩ଟି ପୂଜା କମିଟି ଆନୁକୂଲ୍ୟରେ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ କରାଯାଇଛି। ଉଫୁଲାସ୍ଥିତ ଶୈଲସୂତା କ୍ଲବ ପୂଜା କମିଟି ପକ୍ଷରୁ ପାଳିତ ହୋଇଆସୁଥିବା ଶାରଦୀୟ ପୂଜା ଉତ୍ସବ ସର୍ବପୁରାତନ ହୋଇଥିବା ବେଳେ ମୁଖ୍ୟବସ୍ତିର ତ୍ରିବେଣୀଛକ ଦୁର୍ଗାପୂଜା ୨୧ବର୍ଷରେ ପହଞ୍ଚିଛି।

ଆଦିବାସୀଙ୍କ ନିଆରା ପରମ୍ପରା : ୨୦ରୁ ଊର୍ଦ୍ଧ୍ୱ ଲାଠି ପୂଜା ପାଇଲେ

ଆଦିବାସୀଙ୍କ ନିଆରା ପରମ୍ପରା : ୨୦ରୁ ଊର୍ଦ୍ଧ୍ୱ ଲାଠି ପୂଜା ପାଇଲେ

କୋରାପୁଟ,୧୯।୧୦(ସ୍ବ.ପ୍ର)-କେଉଁ ଆବାହାନକାଳୁ ଜୟପୁର ମହାରାଜାଙ୍କ ଉଧ୍ୟମରେ ଆଦିବାସୀମାନେ ଲାଠିଯାତ୍ରା ପାଳନ କରିଆସୁଥିବା ନଜିର ରହିଛି । ଦଶହରା ଅବସରରେ କୋରାପୁଟଠାରେ ଆଦିବାସୀମାନଙ୍କ ନିଆରା ପରମ୍ପରା ସ୍ବରୂପ ଲାଠି ଶୋଭାଯାତ୍ର ପାଳନ ହୋଇଥାଏ । ଏଠାରେ ଲାଠିକୁ ଦେବୀଦେବାଭାବେ ସେମାନେ ପୂଜା କରିଥାନ୍ତି ।

ବ୍ରହ୍ମପୁର ରେଳ ଷ୍ଟେଶନ୍‌ରେ ଅଭାବନୀୟ ଘଟଣା: ବ୍ଲେଡରେ ବେକ କାଟିଲେ ବୃଦ୍ଧ

ବ୍ରହ୍ମପୁର ରେଳ ଷ୍ଟେଶନ୍‌ରେ ଅଭାବନୀୟ ଘଟଣା: ବ୍ଲେଡରେ ବେକ କାଟିଲେ ବୃଦ୍ଧ

ବ୍ରହ୍ମପୁର ଅଫିସ,୧୯ା୧୦-ବ୍ରହ୍ମପୁର ରେଳ ଷ୍ଟେଶନ୍‌ରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବୃଦ୍ଧା ଏକ ବ୍ଲେଡ୍‌ରେ ନିଜ ବେକକୁ କାଟି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆସିକା ବ୍ଲକ ସିଦ୍ଧନଇ ପଞ୍ଚାୟତ ମହାରାଜା ଗ୍ରାମର ଟୁଙ୍ଗୁରୁ ବେହେରା ସୁରତ୍‌ରେ କାମ କରୁଛନ୍ତି ।