Dharitri News
ବାଲେଶ୍ୱର

ପୂଜ୍ୟପୂଜାର ସାରସ୍ବତ ସମାରୋହ

ପୂଜ୍ୟପୂଜାର ସାରସ୍ବତ ସମାରୋହ ବାରିପଦା ଅଫିସ,୩୦।୧୨- ମାନବ ସଭ୍ୟତାର ବିକାଶରେ ସାହିତ୍ୟର ଅବଦାନ ଯଥେଷ୍ଟ । ମାନବର ଚିନ୍ତା ଚେତନାକୁ ମାଜିତ ଓ ଶାଶିତ କରିବାରେ ସାହିତ୍ୟ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି ବୋଲି ‘ପୂଜ୍ୟପୂଜା’ର ୩୪ ତମ ସାରସ୍ବତ ବନ୍ଧୁ ମିଳନ ଉତ୍ସବ ଉଦଘାଟନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଶନିବାର ସ୍ଥାନୀୟ ରୋଟାରି ଭବନରେ ଆୟୋଜିତ ଏଡି କାର୍ଯ୍ୟକ୍ରମକୁ ପ୍ରଫେସର ସୁହାସିନୀ ମହାପାତ୍ର ଉଦ୍‌ଘାଟନ କରିଥିଲେ। ଡ. ମୋହନଲାଲ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଜିଲା ଜଜ ଧ୍ରୁବଚରଣ ବାରିକ, ଉତ୍କଳ ସାହିତ୍ୟ ସମାଜର ସଭାପତି ଡ. ବିଜୟାନନ୍ଦ ସିଂହ, ଡ. ନୀଳକଣ୍ଠ ମିଶ୍ର, ଅଶୋକ କୁମାର ପଲେଇ, ପୁ୍ଯଯ ପୁଜାର ପ୍ରତିଷ୍ଠାତା ବିଜୟ କୁମାର ବାରିକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଡ ବିପିନ ବିହାରୀ ବିଶ୍ୱାଳଙ୍କୁ ଶ୍ରୀରାମ ଚନ୍ଦ୍ର ଭଞ୍ଜ ସାରସ୍ବତ ସମ୍ମାନ, ଡ. ଦିପ୍ତୀ ଦାଶଙ୍କୁ ଭଞ୍ଜଭୂମି ସାରସ୍ବତ ସମ୍ମାନ, ଡ. ମୋହିତ କୁମାର ଷଡଙ୍ଗୀଙ୍କୁ ଭୂମିପୁତ୍ର ସାରସ୍ବତ ସମ୍ମାନ, ପିଏ ଆଇଟିଡିଏ ବ୍ରହ୍ମାନନ୍ଦ ବେହେରାଙ୍କୁ ସାହିତ୍ୟ ସାଧକ ବିଜୟ କୁମାର ସମ୍ମାନ, କବି ବିମଳ ଜେନାଙ୍କୁ କବିତ ପାଇଁ ପୂଜ୍ୟପୂଜା ସାରସ୍ବତ ସମ୍ମାନ, ଓ ରଞ୍ଜନ ପ୍ରଧାନଙ୍କୁ ଗଦ୍ୟ ପାଇଁ ପୂଜ୍ୟପୂଜା ସାରସ୍ବତ ସମ୍ମାନ-୨୦୧୭ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପ୍ରଫେସର ସୁହାସୀନି ମହାପାତ୍ରଙ୍କ ରଚିତ ଓଡିଆ ସାହିତ୍ୟକୁ ମୟୁରଭର ଦାନ ଓ ଡ. ନୀଳକଣ୍ଠ ମିଶ୍ରଙ୍କ ରଚିତ ‘ଚିତ୍ର କିଛି ଓ ଭୂମି ଓ ଭୂମା’ ଉନ୍ମୋଚିତ ହୋଇଥିଲା। ପରେ ଡ.ଦେବବ୍ରତ ମହାନ୍ତିିଙ୍କ ଅଧ୍ୟତାରେ କବିତା ପାଠୋତ୍ସବ ହୋଇଥିଲା। ମିନତି ସିଂ, ଅଳୀ ମହାପାତ୍ର, ଭାସ୍ବତୀ ବାରିକ, ଓଡିଶା ସାହିତ ଏକାଡେମୀ ସଭ୍ୟ ଡ. ରମାକାନ୍ତ ସିହଂ, ଭାରତ ଶିକ୍ଷାରତ୍ନ ଅମିତାଭ ମିଶ୍ର , ଅମ୍ବିକା ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ବାଲେଶ୍ୱର

ନିମ୍ବ କାଠ ଜବତ କଲା ବନବିଭାଗ

ନିମ୍ବ କାଠ ଜବତ କଲା ବନବିଭାଗ

ରୂପ୍‌ସା,୧୯।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜ ଅଫିସର ପ୍ରଫୁଲ କୁମାର ମଲିକଙ୍କ ତତ୍ତ୍ୱାବଧାନରେ ଶୁକ୍ରବାର ବସ୍ତା ଥାନା ଅନ୍ତର୍ଗତ ବାହାର୍ଦ୍ଦା ଗ୍ରାମରେ ଅଚାନକ ଚଢ଼ାଉ କରାଯାଇଛି।

ନୂତନ ଜିଲାପାଳଙ୍କୁ ଦିବ୍ୟାଙ୍ଗ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା

ନୂତନ ଜିଲାପାଳଙ୍କୁ ଦିବ୍ୟାଙ୍ଗ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ, ୧୯।୧-ବାଲେଶ୍ୱରରେ ନବନିଯୁକ୍ତ ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କୁ ଦିବ୍ୟାଙ୍ଗ ସଙ୍ଗଠନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ସଙ୍ଗଠନ ସଭାପତି ଭିନ୍ନକ୍ଷମ ଜାତୀୟ କ୍ରୀଡ଼ାବିତ୍‌ ସୁଧାକର ସେଠୀ, କର୍ମକର୍ତ୍ତା ଜ୍ୟୋତିର୍ମୟୀ ଶତପଥି, ନିରଞ୍ଜନ ଜେନା, ସୁରେନ୍ଦ୍ର ଦାସ, ଉପଦେଷ୍ଟା ଉଷାରାଣୀ ଦାସ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ।

ଅଙ୍ଗନୱାଡ଼ି କେନ୍ଦ୍ରରେ ଅନିୟମିତତା, ଜିଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ଖଇରା,୧୯।୧(ଡି.ଏନ.ଏ.)-ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଅଧୀନ ଅନନ୍ତପୁର ଶାସନରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଅନିୟମିତତା ହେଉଥିବା ନେଇ ଗ୍ରାମର ମହେନ୍ଦ୍ର ପଣ୍ଡା, ସୁକାନ୍ତି ମିଶ୍ର, ହରିପ୍ରୀୟା ମିଶ୍ରଙ୍କ ସମେତ ଆଉ କେତେକ ଗ୍ରାମବାସୀ ବାଲେଶ୍ୱର ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

୧୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

୧୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ, ୧୯।୧: ଭଦ୍ରକ ଜିଲା ନୂଆବଜାରସ୍ଥିତ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଶୁକ୍ରବାର କିଛି ଦୁର୍ବୃତ୍ତ ଜଣେ ଜମାକାରୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଏକ ପଲ୍‌ସର ବାଇକ୍‌ରେ ଆସି ଏହି କାଣ୍ଡ ଘଟାଇଛନ୍ତି। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ଦଶରଥପୁରରେ ମହିଳାଙ୍କୁ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତ କେନ୍ଦୁଝରରୁ ଗିରଫ

ଦଶରଥପୁରରେ ମହିଳାଙ୍କୁ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତ କେନ୍ଦୁଝରରୁ ଗିରଫ

ରାଇସୁଆଁ,୧୯।୧(ଡି.ଏନ୍‌.ଏ.): ଯାଜପୁର ଜିଲା ଦଶରଥପୁର ବିଜେଡି କାର୍ଯ୍ୟାଳୟରେ ଜଣେ ମହିଳାଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛନ୍ତି। କେନ୍ଦୁଝରରୁ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତ ମହାପାତ୍ରଙ୍କୁ ଗିରଫ କରାଯାଇଛି।

ଭଦ୍ରକରେ ଚୋର ଉପଦ୍ରବ:  ଗୋଟିଏ ରାତିରେ ୪ ଘରୁ ଚୋରି,ଚୋରଙ୍କ ଆକ୍ରମଣରେ ୪ ଆହତ

ଭଦ୍ରକରେ ଚୋର ଉପଦ୍ରବ: ଗୋଟିଏ ରାତିରେ ୪ ଘରୁ ଚୋରି,ଚୋରଙ୍କ ଆକ୍ରମଣରେ ୪ ଆହତ

ଆରଡି,୧୯।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ନାନ୍ଦପୁର, କୋଇଲଖା ଓ ଭୂଇଁପୁର ଗ୍ରାମର ୪ଜଣଙ୍କ ଘରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଚୋରମାନେ ସମସ୍ତଙ୍କ ଘରୁ ସୁନାଗହଣା ଓ ଟଙ୍କା ଲୁଟି ନେଇଛନ୍ତି। ଏଥିସହ ସେମାନେ ମାରଣାସ୍ତ୍ରରେ ଆକ୍ରମଣ କରି ୪ଜଣଙ୍କୁ ଆହତ କରିଛନ୍ତି।

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାରିପଦା ଅଫିସ, ୧୯।୧: ବାରିପଦା ଟାଉନ ଥାନା ଅଧୀନ ପାଳବଣି ଗୋଲେଇ ତଥା ୧୮ ନମ୍ବର ଜାତୀୟ ରାଜପଥ କଡ଼ରୁ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।

ବସ୍‌ ଯାତ୍ରୀଙ୍କଠାରୁ ୩୯ ହଜାର ଲୁଟ

ରାଇସୁଆଁ,୧୮।୧(ଡି.ଏନ.ଏ.)-କେନ୍ଦୁଝର ଜିଲାକୁ ପଶ୍ଚିମବଙ୍ଗ ଅଞ୍ଚଳରୁ ବହୁ ଲୋକ କାମ ଧନ୍ଧା କରିବା ପାଇଁ ଆସୁଥିବା ବେଳେ ସେମାନଙ୍କୁ କେତେକ ଲୁଟେରା ଟାର୍ଗେଟ କରୁଛନ୍ତି।

ଶୀତରେ ଥରୁଛି କେନ୍ଦୁଝର

କେନ୍ଦୁଝର,୧୮।୧(ସ୍ବ.ପ୍ର.)-ଗତ କେତେଦିନ ହେଲା କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରେ ପୁଣି ତାପମାତ୍ରା ହ୍ରାସ ପାଇଛି। ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି। ଦୁର୍ଗମ ପାହାଡ଼ ଓ ଜଙ୍ଗଲାଞ୍ଚଳରେ ତାପମାତ୍ର ବହୁ ତଳକୁ ଖସିଆସୁଥିବାରୁ ପଡ଼ିଆ, ଗଛଡାଳ, ପତ୍ର ଆଦିରେ ତୁଷାରର ଆସ୍ତରଣ ଦେଖିବାକୁ ମିଳୁଛି।

‘ଏ ଯୁଗର ଯଶୋଦା’ ରୁକ୍ମିଣୀଙ୍କ ପରଲୋକ

‘ଏ ଯୁଗର ଯଶୋଦା’ ରୁକ୍ମିଣୀଙ୍କ ପରଲୋକ

ଭଦ୍ରକ ଅଫିସ,୧୮।୧ - ଏ ଯୁଗର ଯଶୋଦା ଭାବେ ପରିଚିତ ଥିଲେ ଭଦ୍ରକ ଚରମ୍ପା ଅଞ୍ଚଳର ରୁକି୍ମଣୀ ନାୟକ(୬୦)। ବୁଧବାର ସନ୍ଧ୍ୟାରେ ଘରେ କାମ କରୁଥିବା ସମୟରେ ପଡି ଯାଇ ସେ ଅସୁସ୍ଥ ହୋଇପଡିଥିଲେ । ସାହି ପଡୋଶୀମାନେ ତାଙ୍କୁ ଜିଲା ଚିକିତ୍ସାଳୟକୁ ଆଣିଥିଲେ।

 ଛାତ୍ରୀଛାତ୍ର ଦେଶର ଉଜ୍ଜ୍ୱଳ ଭବିଷ୍ୟତ

ଛାତ୍ରୀଛାତ୍ର ଦେଶର ଉଜ୍ଜ୍ୱଳ ଭବିଷ୍ୟତ

ବାସୁଦେବପୁର,୧୮।୧(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ଅଟଳବିହାରୀ ମହାବିଦ୍ୟାଳୟର ୫୪ତମ ବାର୍ଷିକ ଉତ୍ସବ ଛାତ୍ର ସଂସଦ ଓ ନାଟ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଗୁରୁବାର ଅନୁଷ୍ଠିତ ହୋଇଛି। ଏହି ସମାରୋହରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ।

ରଟନ୍ତି କାଳୀପୂଜା ପାଇଁ ଝଲସୁଛି ଅସୁରାଳୀ

ରଟନ୍ତି କାଳୀପୂଜା ପାଇଁ ଝଲସୁଛି ଅସୁରାଳୀ

ଧାମନଗର,୧୮। ୧(ଡି.ଏନ.ଏ.)-ପ୍ରସିଦ୍ଧ ରଟନ୍ତି କାଳୀପୂଜା ଲାଗି ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳୀ ବଜାର ଚଳଚଞ୍ଚଳ ହୋଇଉଠିଛି। ରଙ୍ଗିନ ଆଲୋକମାଳରେ ଝଟକୁଛି ପୂଜାମଣ୍ଡପ। ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଯୋଗୁ ପରିବେଶ ଉତ୍ସବମୁଖର ହୋଇଉଠିଛି।