ସମ୍ପାଦକୀୟ |

ତିନି ଶ୍ରେଣୀର ସମର୍ଥକ

ତିନି ଶ୍ରେଣୀର ସମର୍ଥକ
ଆକାର ପଟେଲ ନରେନ୍ଦ୍ର ମୋଦି ଆମ ସମୟର ଜଣେ ବିଚକ୍ଷଣ ରାଜନେତା। କେବଳ ଭାରତରେ ନୁହେଁ ବାହାରେ ମଧ୍ୟ ତାଙ୍କର ଖ୍ୟାତି ରହିଛି। ବିଶ୍ୱସ୍ତରରେ କେଉଁ କେଉଁ ନିର୍ବାଚିତ ନେତା ଅତ୍ୟନ୍ତ ଲୋକପ୍ରିୟ ତାହା ଉଲ୍ଲେଖ କରିବା ଏକ ସହଜ କାମ ନୁହେଁ। ମୁଁ ଭାବୁଛି ରୁଷିଆର ପୁଟିନ ଏବଂ ତୁର୍କୀର ଏର୍ଡୋଗାନ୍‌ ଅତ୍ୟନ୍ତ ଲୋକପ୍ରିୟ। ସେ ସବୁ ଦେଶର ରାଜନୀତି ବିଷୟରେ ମୋତେ ମାଲୁମ ଅଛି। ସେମାନଙ୍କ ପ୍ରତି ତାଙ୍କ ଦେଶରେ ଯେପରି ଜନସମର୍ଥନ ଅଛି, ଭାରତରେ ମୋଦିଙ୍କ ପ୍ରତି ମଧ୍ୟ ସେପରି ସମର୍ଥନ ରହିଛି। ଉପରୋକ୍ତ ତିନୋଟି କ୍ଷେତ୍ରରେ ଦଳ ଅପେକ୍ଷା ସମ୍ପୃକ୍ତ ନେତା ଅଧିକ ଲୋକପ୍ରିୟ, କାରଣ ସେମାନେ ପାରମ୍ପରିକ ଭିତ୍ତିକୁ ସମ୍ପ୍ରସାରିତ କରିଛନ୍ତି। ମୋଦିଙ୍କ ପ୍ରତି ଜନମତର ଅନୁମୋଦନ ହାର (ଆପ୍ରୁଭାଲ ରେଟିଂ) ସବୁବେଳେ ୭୦%ରୁ ଅଧିକ ରହୁଛି। ମୁଁ ଭାବୁଛି ଏଥିରେ କିଛି ଭୁଲ୍‌ତ୍ରୁଟି ଥାଇପାରେ। କିନ୍ତୁ ତଥାପି ଏହି ରେଟିଂ ସେ ହାସଲ କରିଛନ୍ତି, ଯେତେବେଳେ କି ତାଙ୍କ ଦଳ ୨୦୧୪ ନିର୍ବାଚନରେ ମାତ୍ର ୩୧% ଭୋଟ ପାଇଛି। ତେବେ କେଉଁ ଧରଣର ଲୋକ ମୋଦିଙ୍କ ପ୍ରତି ଓ ତାଙ୍କ ରାଜନୀତିର ଶୈଳୀ ପ୍ରତି ଆକୃଷ୍ଟ ସେ ବିଷୟରେ ଆମେ ଆଲୋଚନା କରିବା ଠିକ୍‌ ହେବ। ମୁଖ୍ୟତଃ ଉଚ୍ଚ ଜାତି, ମଧ୍ୟବିତ୍ତ ଓ ସହରୀ ଲୋକ ମୋଦିଙ୍କୁ ପସନ୍ଦ କରନ୍ତି। ଗୁଜରାଟର ସହରଗୁଡ଼ିକରେ ଭାଜପା ଅଧିକ ଭୋଟ ପାଇବା ଏହାକୁ ପ୍ରମାଣ କରେ। ଏପରି ସହର ଓ ଅର୍ଦ୍ଧସହରାଞ୍ଚଳଗୁଡ଼ିକରେ ଦଳର ନୀତି ଫେଲ ମାରିଲେ ମଧ୍ୟ ଲୋକେ ତାଙ୍କ ପ୍ରତି ସମର୍ଥନ ଜାରି ରଖିଛନ୍ତି। ଏହାର ଅନେକ କାରଣ ଅଛି। ମଧ୍ୟବିତ୍ତ ଗୋଷ୍ଠୀଙ୍କ ମନରେ ବିଶ୍ୱାସ ଜନ୍ମିଛି ଯେ, ଦେଶ ଠିକ୍‌ଭାବେ ଚାଲୁ ନାହିଁ ଏବଂ ଏହାକୁ ଠିକ୍‌ କରିବା ପାଇଁ ବୈପ୍ଳବିକ ପଦକ୍ଷେପ ଦରକାର। ଏଥିପାଇଁ ଜଣେ ଦୃଢ଼ମନା ବ୍ୟକ୍ତିଙ୍କ ନେତୃତ୍ୱ ଦରକାର। ମୋଦିଙ୍କୁ ସେମାନେ ସେହିଭଳି ବ୍ୟକ୍ତି ବୋଲି ଧରିନେଇଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସଂରକ୍ଷଣବିରୋଧୀ ଆଭିମୁଖ୍ୟ ଏବଂ ବ୍ରାହ୍ମଣ୍ୟ ସଂସ୍କୃତିକୁ ସେମାନେ ପସନ୍ଦ କରିଥାନ୍ତି। ପୁଣି ଏହି ସମ୍ପ୍ରଦାୟ ଅତ୍ୟନ୍ତ ଜାତୀୟତାବାଦୀ, ଯେଉଁମାନଙ୍କୁ ଭାଜପାର ଅନୁରୂପ ନୀତି ଭଲ ଲାଗିଥାଏ। ପ୍ରବଳ ଜାତୀୟତାବାଦ ମାନେ ପାକିସ୍ତାନ ଓ ଚାଇନା ପ୍ରସଙ୍ଗରେ ସେମାନଙ୍କର ମଗଜ ପୂରା ଧୋଇ ହୋଇଯାଇଛି। ଏହା ପୂରାପୂରି ଭାଜପାର ଦୃଷ୍ଟିଭଙ୍ଗୀ ସହ ସମାନ। ଅର୍ଥନୀତି ଦୃଷ୍ଟିରୁ ଦେଖିଲେ ଏହି ଜନସମୁଦାୟ ଉଚ୍ଚ ଅଭିବୃଦ୍ଧି (ଜିଡିପି) ଉପରେ ନିର୍ଭରଶୀଳ, ଯାହାଦ୍ୱାରା ଶାରୀରିକ ଶ୍ରମବିହୀନ ସରକାରୀ ଚାକିରିି, ଆଧୁନିକ ଭିତ୍ତିଭୂମି (ଯଥା ବୁଲେଟ୍‌ ଟ୍ରେନ୍‌, ବିମାନବନ୍ଦର) କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଇବ। ସଂଖ୍ୟାଲଘୁ ଅଧିକାରକୁ ନେଇ ଏହାକୁ ସାଧାରଣୀକରଣ କରିବା ସହଜ ନୁହେଁ। ଭାଜପା ଧର୍ମନିରପେକ୍ଷ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ଗ୍ରହଣ କରେ ନାହିଁ ଏବଂ ଜାଣିଶୁଣି ଏପରି ଆଭିମୁଖ୍ୟ ଗ୍ରହଣ କରାଯାଇଛି। କାରଣ ଅନେକ ଭୋଟର ଧର୍ମନିରପେକ୍ଷତା ପାଇଁ ଭୋଟ ଦିଅନ୍ତି ନାହିଁ। ମଧ୍ୟବିତ୍ତ ଗୋଷ୍ଠୀ ହୋଇଥିବାରୁ ଏହି ଲୋକମାନେ ମୁଖ୍ୟତଃ ବେତନଭୋଗୀ କର୍ମଚାରୀ। ତେଣୁ ସେମାନେ ଯୋଗ୍ୟତା ଉପରେ ଗୁରୁତ୍ୱ ଦେଇଥାନ୍ତି। ସୁତରାଂ ବଂଶଗତ ଭାବେ କଂଗ୍ରେସ ଦଳର ମୁଖ୍ୟ ହୋଇଥିବା ରାହୁଲ ଗାନ୍ଧୀଙ୍କ ଅପେକ୍ଷା ସେମାନେ ନିଜ ଯୋଗ୍ୟତା ବଳରେ ରାଜନୀତିର ଶିଖରକୁ ଆସିଥିବା ମୋଦିଙ୍କୁ ଅଧିକ ପସନ୍ଦ କରନ୍ତି। ଦ୍ୱତୀୟ ଶ୍ରେଣୀର ମୋଦି-ସମର୍ଥକ ହେଉଛନ୍ତି ନିୟମିତ ଭାଜପା ସମର୍ଥକ। କାରଣ ସେମାନେ ଉଚ୍ଚ ଜାତିର ଲୋକ ହିସାବରେ ଭାଜପାକୁ ସମର୍ଥନ କରନ୍ତି, ଯେପରି କର୍ନାଟକର ଲିଙ୍ଗାୟତ, ଗୁଜରାଟର ପଟିଦାର ଏବଂ ରାଜସ୍ଥାନର ରାଜପୁତ। ତୃତୀୟ ଶ୍ରେଣୀର ମୋଦି-ସମର୍ଥକ ହେଉଛନ୍ତି ହିନ୍ଦୁତ୍ୱବାଦୀ ନାଗରିକ। ସେମାନେ ଭାବନ୍ତି ଅଣହିନ୍ଦୁମାନେ ହେଉଛନ୍ତି ଦେଶର ଶତ୍ରୁ। ହିନ୍ଦୁ ସମ୍ପ୍ରଦାୟର ଉନ୍ନତି ତଥା ଦେଶର ଉନ୍ନତି ନିମନ୍ତେ ମୋଦିଙ୍କୁ ସମର୍ଥନ କରିବା ଦରକାର। ତେବେ ମୁଁ ଶେଷ ଦୁଇ ଶ୍ରେଣୀର ଲୋକଙ୍କ ଉପରେ ଗୁରୁତ୍ୱ ଦେଉନାହିଁ, କାରଣ ମୋଦି ହୁଅନ୍ତୁ ବା ଆଉ ଯେ କେହି ଦଳର ନେତୃତ୍ୱ ନିଅନ୍ତୁ, ସେମାନେ ଭାଜପାକୁ ହିଁ ସମର୍ଥନ କରିବେ। ପ୍ରଥମ ଶ୍ରେଣୀର ସମର୍ଥକମାନେ ହିଁ ଗୁରୁତ୍ୱପୂର୍ଣ୍ଣ କାରଣ ସେମାନେ ମୋଦିଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ୱ ଓ ଦକ୍ଷତା ପ୍ରତି ଆକୃଷ୍ଟ ହୋଇ ତାଙ୍କୁ ସମର୍ଥନ କରନ୍ତି। ଆଗକୁ ୨୦୧୮ ମସିହା ଆସୁଛି, ପରବର୍ତ୍ତୀ ସାଧାରଣ ନିର୍ବାଚନ ପୂର୍ବରୁ ପୂରା ଗୋଟାଏ ବର୍ଷ। ବର୍ତ୍ତମାନ ମୋଦିଙ୍କ ଅର୍ଥନୀତି ବିଷୟ ବିଚାର କଲେ, ସେ ଏ କ୍ଷେତ୍ରରେ ପୂରା ବିଫଳ ହୋଇଛନ୍ତି ବୋଲି କହିବାକୁ ହେବ। ମନମୋହନ ସିଂ କହିଥିଲେ ଯେ, ତାଙ୍କର ୧୦ ବର୍ଷର ଶାସନ କାଳରେ ସେ ଯେଉଁ ହାରାହାରି ଅଭିବୃଦ୍ଧି ହାସଲ କରିଥିଲେ, ମୋଦି ତାହା କରିପାରିବେ ନାହିଁ। କର୍ପୋରେଟ୍‌ ଜଗତ (ଯାହା ମୋଦିଙ୍କୁ ଭଲ ପାଏ), ଯେଉଁଠି ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ଦକ୍ଷତା ତ୍ରୈମାସିକ ଫଳାଫଳରୁ ବିଚାର କରାଯାଏ, ସେମାନେ ଅର୍ଥନୈତିକ ବିଫଳତା ଦେଖି ମୋଦିଙ୍କୁ ପସନ୍ଦ କରିବେ ନାହିଁ। ମୋ ମତରେ ୨୦୧୯ରେ ଆର୍ଥିକ ସଂକଟ ଯୋଗୁ ବିଶ୍ୱ ଅର୍ଥନୀତି ସଂକୁଚିତ ହେବ। ବର୍ତ୍ତମାନ ଏହା ୩% ହାରରେ ବୃଦ୍ଧି ପାଉଛି। ତଥାପି ଏ ପରିସ୍ଥିତିରେ ଭାରତର ଅର୍ଥନୀତି ଦୁର୍ବଳ ହେବାରେ ଲାଗିଛି। ବିମୁଦ୍ରୀକରଣ ଭଳି ପଦକ୍ଷେପ ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ୨୦୧୯ ନିର୍ବାଚନ ବେଳକୁ ଏହି ବିଫଳତା ମୋଦି ଓ ଭାଜପାକୁ ବିଶେଷ ଭାବେ ପ୍ରଭାବିତ କରିବ। ସେତେବେଳେ ଭାଜପା ପାଖରେ କୌଣସି ଅର୍ଥନୈତିକ ସଫଳତା ନ ଥିବ ଯେଉଁ ବିଷୟରେ କହି ଭୋଟ ମାଗିହେବ। ୨୦୧୪ ପରିି ‘ଅଚ୍ଛେ ଦିନ’ ଭଳି ନାରା ମଧ୍ୟ ସେତେବେଳେ କାମ ଦେବ ନାହିଁ। ତେବେ ବର୍ତ୍ତମାନ ମୋଦିଙ୍କୁ ସମର୍ଥନ କରୁଥିବା ପ୍ରଥମ ଶ୍ରେଣୀର ଲୋକମାନେ ଏହା ପ୍ରତି କିପରି ପ୍ରତିକ୍ରିୟା ଦେଖାଇବେ ତାହା ହିଁ ଗୁରୁତ୍ୱପୂର୍ଣ୍ଣ। Email: aakar.patel@gmail.com
All Right Reserved By

ସମ୍ପାଦକୀୟ |

ଆଜିର ଅର୍ଥନୀତି/ କୃଷିକୁ ଅଣଦେଖା

ଆଜିର ଅର୍ଥନୀତି/ କୃଷିକୁ ଅଣଦେଖା

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ଦ୍ୱିତୀୟ ସଂସ୍କରଣ ଶେଷ ହୋଇଛି। ଏହି ଅବସରରେ ୧୮୩ଟି ପ୍ରସ୍ତାବ ମାଧ୍ୟମରେ ୪.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି ମିଳିଛି। ଯଦି ପ୍ରତିଶ୍ରୁତି ପୂର୍ଣ୍ଣରୂପେ କାର୍ଯ୍ୟକାରୀ ହୁଏ, ତେବେ ଏହାଦ୍ୱାରା ପାଞ୍ଚଲକ୍ଷରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ। ଉକ୍ତ ଚାରିଦିନିଆ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସହ ଅଂଶୀଦାର ଭାବେ ଏହି ପ୍ରଚେଷ୍ଟାରେ ସାମିଲ ହେବା ପାଇଁ ଭାରତର ୨୧ଟି ରାଜ୍ୟ ଏବଂ ଭାରତ ବାହାରୁ ୨୦ରୁ ଊର୍ଦ୍ଧ୍ୱ ଦେଶର ଅଂଶଗ୍ରହଣକାରୀ ଯୋଗ ...

ଖବରକାଗଜର ଅନବଦ୍ୟ ସେବା

ଖବରକାଗଜର ଅନବଦ୍ୟ ସେବା

ବୈକୁଣ୍ଠନାଥ ମିଶ୍ର

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଖବରକାଗଜ ଏକ ବଳିଷ୍ଠ ତଥା ଲୋକପ୍ର୍ରିୟ ଗଣମାଧ୍ୟମ। ଅଧୁନା ଖବରକାଗଜଗୁଡିକ ପାଠକୀୟ ଆଦୃତି ସହ ବ୍ୟବସାୟିକ ସଫଳତା ହାସଲ କରିଛନ୍ତି। ସହରଠାରୁ ଗ୍ରାମାଞ୍ଚଳ ଓ ଧନୀଠାରୁ ଦରିଦ୍ର ସବୁଠାରେ ଖବରକାଗଜର ଜନପ୍ରିୟତା ପରିଦୃଷ୍ଟ। ବେତାର ଓ ଦୂରଦର୍ଶନରେ ଖବର ପ୍ରସାରିତ ହେଉଥିଲେ ମଧ୍ୟ ଏଗୁଡିକର ସମୟାନୁବର୍ତ୍ତିତା ବହୁ ସମୟରେ ଖବର ଶ୍ରବଣରେ ବ୍ୟାଘାତ ଉପୁଜାଏ। ନିର୍ଦ୍ଧାରିତ ସମୟରେ ଟିଭି ପାଖରେ ନ ବସିଲେ ଖବର ହାତଛଡ଼ା ହୋଇଯାଏ। ବିଦ୍ୟୁତ୍‌ ବିଭ୍ରାଟ କି...

ବୋଝର ଛାଇ

ବୋଝର ଛାଇ

ଡ. ସୁବାସ ଚନ୍ଦ୍ର ପାତ୍ର

କୁହାଯାଏ ବୋଝର ଓଜନ ବୋଝଟିକୁ ଓଜନିଆ କରିଦିଏନି ବରଂ ତାକୁ ଓଜନିଆ କରିଦିଏ ବହନ କରିବାର ଶୈଳୀ ବା କୌଶଳ। ମୁଣ୍ଡରେ ବୁହାଯାଉଥିବା ବୋଝ ହୁଏ ତ କାନ୍ଧକୁ ହାଲୁକା ଲାଗିପାରେ, ଖାଲିକାନ୍ଧରେ ବୁହାଯାଉଥିବା ବୋଝକୁ ବାହୁଙ୍ଗିରେ ବହନ କଲେ ତାହା ଅପେକ୍ଷାକୃତ ହାଲୁକା ଲାଗିପାରେ; କାନ୍ଧ ବା ମୁଣ୍ଡରେ ବୁହାଯାଉଥିବା ବୋଝକୁ ଗୋଟିଏ ଚକଲଗା ଠେଲାରେ ନେଲେ ତାହା ଆହୁରି ହାଲୁକା ଲାଗିବ ଏବଂ ସେଥିରେ ଆଉ ଟିକିଏ ଅଧିକ ବୋଝ ଲଦିଦେବାକୁ ହୁଏ ତ ଲୋଭ ବି ଆସିପାରେ। ...

ଏଇ ଭାରତରେ

ଏଇ ଭାରତରେ

ସମାଜରେ ଅନେକ ସ୍ଥଳରେ ଦେଖାଯାଏ ଶାଶୁ-ବୋହୂଙ୍କ ମଧ୍ୟରେ ପଡେନାହିଁ। ନିତିଦିନ କଳିକଜିଆ ଲାଗେ। ଏପରି କି ଶାଶୁବୋହୂ ମଧ୍ୟରେ ଅହି-ନକୁଳ ସମ୍ପର୍କ ଦେଖିବାକୁ ମିଳେ। କିନ୍ତୁ କେତେକ ସ୍ଥଳରେ ବୋହୂ ଜଣକ ଶାଶୁଙ୍କ ଆଜ୍ଞାଧୀନ ହୋଇ ଚଳିଥାଆନ୍ତି। ...

କୁକୁଡ଼ା ମାଂସରେ ବିଷ

କୁକୁଡ଼ା ମାଂସରେ ବିଷ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

”ଆମ ଘରକୁ କିଛି ଅତିଥି ଆସିଛନ୍ତି। ପ୍ରିୟେ! ସେମାନଙ୍କ ପାଇଁ ଆର୍ସେନିକ୍‌ ବିଷଯୁକ୍ତ ସ୍ବାଦିଷ୍ଠ କୁକୁଡ଼ାମାଂସ ତରକାରି ତିଆରି କର। କ’ଣ, କରିପାରିବନି? ତା’ହେଲେ ଚାଲ ସେମାନଙ୍କୁ ଏକ ଭଲ ହୋଟେଲକୁ ନେଇ ଆର୍ସେନିକ୍‌ ବିଷଯୁକ୍ତ ତନ୍ଦୁରି ଚିକେନ୍‌ ଖାଇବାକୁ ଦେବା।“- ଏହା କୌଣସି ସଦ୍ୟ ବଲିଉଡ୍‌ ହତ୍ୟାରହସ୍ୟ ସ୍କ୍ରିପ୍ଟର ପଂକ୍ତି ନୁହେଁ। ଏହା ବାସ୍ତବ ଜୀବନର ଘଟଣା। ଆର୍ସେନିକ୍‌ ଏପରି ଏକ ମାରାତ୍ମକ ବିଷ, ଯାହାଦ୍ୱାରା ବିଭିନ୍ନ ନାଟକ, ଉପନ୍ୟାସ ଓ ଚଳଚ୍ଚିତ୍ର ପ୍ରଭୃତିର କେତେ ଚରିତ୍ରଙ୍କୁ ହତ୍ୟା କରାଯାଇଛି...

ଛାତ୍ର ସଂସଦ ନିର୍ବାଚନ: ଏକ ଅନୁଶୀଳନ

ଛାତ୍ର ସଂସଦ ନିର୍ବାଚନ: ଏକ ଅନୁଶୀଳନ

ଅଚ୍ୟୁତ ସାମନ୍ତ

ମୋର ମନେପଡ଼େ ଆମ ବିଦ୍ୟାଳୟରେ ଶ୍ରେଣୀପ୍ରତିନିଧି ବା ମନିଟର ଚୟନ କରାଯାଏ। ଶ୍ରେଣୀ ପ୍ରତିନିଧି ବ୍ୟତୀତ ସମଗ୍ର ବିଦ୍ୟାଳୟର ଛାତ୍ରପ୍ରତିନିଧି ମଧ୍ୟ ଚୟନ କରାଯାଏ। ମୁଁ କଟକ ଜିଲା ରଘୁନାଥପୁର ଅନ୍ତର୍ଗତ କଲରାବାଙ୍କ ପ୍ରାଥମିକ ବିଦ୍ୟାଳୟ, ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିରରେ ମାଧ୍ୟମିକ ଶିକ୍ଷା ଲାଭ କରିଥିଲି। ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପଢ଼ିବା ସମୟରେ ମଧ୍ୟ ମୋତେ ଶ୍ରେଣୀପ୍ରତିନିଧିର ଦାୟିତ୍ୱ ଦିଆଯାଇଥିଲା। ବିଦ୍ୟାଳୟରେ ଅନେକ ସ୍ବଚ୍ଛଳ ଓ ସ୍ବାସ୍ଥ୍ୟବାନ୍‌ ପିଲା ଥାଉଥାଉ ମୋତେ କାହିଁକି ମନିଟର କରାଯାଉଛି ବୋଲି ଜାଣିପାରୁ ନ ଥିଲି। ପରେ ଜାଣିବାକୁ ପାଇଲି, ମୁଁ ଶ୍ରେଣୀରେ ଓ ସ୍କୁଲ୍‌ରେ ଭଲ ପାଠ ପଢ଼ୁଥିବାରୁ ...

ମିଛ ଭିକାରି, ମିଛ ଭେକ

ମିଛ ଭିକାରି, ମିଛ ଭେକ

ଛନ୍ଦା ମିଶ୍ର

କୁହାଯାଏ, ଭେକ ଥିଲେ ଭିକ ମିଳେ। କୋଟ୍‌, ଟାଇ ପିନ୍ଧା ଭଦ୍ରବ୍ୟକ୍ତିଟି ପାଇଁ ଆପଣଙ୍କ ପକେଟରୁ ଦୁଇଟଙ୍କିଆଟିଏ ବାହାରିବ କି? ତେଣୁ ଭିକ ମାଗିବାକୁ ଆସୁଥିବା ଲୋକେ ଚିରାଫଟା ପିନ୍ଧି, ଆଲୁରୁବାଲୁରୁ ମୁଣ୍ଡ କରି, ଛିଣ୍ଡାଚପଲ ଓ କଣା ଟିଣଡବା ଧରି ଆପଣଙ୍କ ନିକଟରେ ହାତ ପତାନ୍ତି। ତାଙ୍କ ଦୟନୀୟ ଅବସ୍ଥା ଦେଖି ଆପଣଙ୍କ ପାଖରେ ଥିବା ଖୁଚୁରାଗୁଡ଼ିକ ଟିଣଡବା ଭିତରକୁ ଡେଇଁପଡିବାକୁ ବିକଳ ହୋଇଉଠନ୍ତି। ଆଉ ଭିକ୍ଷାପ୍ରାର୍ଥୀ ଯଦି ବିକଳାଙ୍ଗ ବା ସାଥିରେ ଥାଏ ଲଙ୍ଗଳା ଶିଶୁଟିଏ, ତେବେ ଆପଣଙ୍କ ମୁଣାରେ ଥିବା କାଗଜ ନୋଟ୍‌ଗୁଡ଼ିକ ବି ହୋଇଉଠନ୍ତି ଚଞ୍ଚଳ। ମନ୍ଦିରଗୁଡ଼ିକରେ ଆମଠାରୁ ଦାନ ଗ୍ରହଣ କରିବା ପାଇଁ ଯେଉଁ ଜୁଲମ ହୁଏ, ...

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନର ଯୁଗକୁ ଇଣ୍ଟରନେଟ୍‌ ଯୁଗ କୁହାଯାଉଥିବା ବେଳେ ଏବକାର ପିଲାମାନେ ମଧ୍ୟ କୌଣସି ଗୁଣରେ କମ୍‌ ନୁହନ୍ତି। ସହଜାତ ଗୁଣ ଯୋଗୁ କେତେକ ପିଲା ଖୁବ୍‌ କମ୍‌ ବୟସରେ ଅସାଧ୍ୟ ସାଧନ କରିପାରନ୍ତି ଯାହା ଜଣେ ବୟସ୍କ ଲୋକ ପକ୍ଷରେ ସମ୍ଭବ ହୋଇ ନ ଥାଏ। ଏପରି ଜଣେ ବିରଳ ପ୍ରତିଭାର ଅଧିକାରୀ ହେଉଛନ୍ତି ମୁମ୍ବାଇର ୧୩ ବର୍ଷ ବୟସ୍କା ପିଙ୍ଗ୍‌ଲା ରାହୁଲ। ତାଙ୍କୁ ବୁଧବାର ‘ଡୁଡଲ୍‌ ଫର୍‌...

ସମ୍ପାଦକୀୟ/ ଖର୍ଚ୍ଚ କେତେ

ସମ୍ପାଦକୀୟ/ ଖର୍ଚ୍ଚ କେତେ

କିଛି ବର୍ଷ ହେବ ଦେଖିବାକୁ ମିଳୁଛି କୌଣସି ରାଜ୍ୟ, ସହର ବା ସ୍ଥାନର ନାମ ପରିବର୍ତ୍ତନ କରିବାରେ ଭାରତୀୟମାନେ ଆନନ୍ଦ ଅନୁଭବ କରୁଛନ୍ତି। ଦୀର୍ଘବର୍ଷ ଧରି ରହିଆସିଥିବା ନାମ ବଦଳରେ ଆଞ୍ଚଳିକ କିମ୍ବା ସ୍ଥାନୀୟ ସ୍ବାଦ ଥିବା ଏକ ନାମ ଦିଆଗଲେ ତାହା ଅଧିକ ଗ୍ରହଣୀୟ ହେବ ବୋଲି ଯୁକ୍ତି କରାଯାଉଛି। ବାସ୍ତବ କ୍ଷେତ୍ରରେ ନାମ ପରିବର୍ତ୍ତନ ପରେ କେଉଁ ପ୍ରକାର ବିକାଶ ସମ୍ପୃକ୍ତ ଅଞ୍ଚଳରେ ଘଟୁଛି, ତାହା ଉପରେ କେହି ଗବେଷଣା କରୁଥିବା ଭଳି ମନେହେଉ ନାହିଁ। କେତେକ ରାଜନୈତିକ ଦଳ ଭୋଟ ଧ୍ରୁବୀକରଣ କରି ସେଥିରୁ ଫାଇଦା ନେବା ଉଦ୍ଦେଶ୍ୟରେ ଏଭଳି କରୁଛନ୍ତି ବୋଲି ସ୍ପଷ୍ଟ ଜଣାପଡ଼ୁଛି। ସଦ୍ୟ ଘଟଣାକୁ ଦେଖିଲେ, ...

କୃଷି ବୀମା: ବୀମା ନୁହେଁ ଠକେଇ

କୃଷି ବୀମା: ବୀମା ନୁହେଁ ଠକେଇ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

ପି. ସାଇନାଥ ଏମିତି ଜଣେ ମହାନ୍‌ କୃଷି ଓ ସାମାଜିକ ଗବେଷକ ଯିଏ ନିଜେ ସଂଗ୍ରହ କରିଥିବା ଦୃଢ଼ ପ୍ରମାଣ ମାଧ୍ୟମରେ ନିରାଟ ସତକଥାକୁ ଖୁବ୍‌ ରୋକଠୋକ୍‌ ଭାବେ କହନ୍ତି। ଏଇ ନିକଟରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହୋଇଥିବା ଓ ହେଉଥିବା ଠକେଇ ରାଫାଲ ଦୁର୍ନୀତିଠାରୁ କାହିଁରେ କେତେ ଅଧିକ। ସେ ଖାଲି ଅଭିଯୋଗ କରିନାହାନ୍ତି, ତା’ର ଠୋସ୍‌ ପ୍ରମାଣ ବି ଦେଇଛନ୍ତି। ମହାରାଷ୍ଟ୍ରର ଏକ ଜିଲାରେ ପ୍ରାୟ ତିନିଲକ୍ଷ କୃଷକ ସୋୟାବିନ ଫସଲ ପାଇଁ ବୀମା କରିଥିଲେ। ବୀମା ବାବଦକୁ ଚାଷୀମାନେ ୧୯.୨ କୋଟି ଟଙ୍କା ପ୍ରିମିୟମ୍‌ ଦେଇଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପୈଠ ପ୍ରିମିୟମ୍‌ ମିଶାଇ ...

ଶିଶୁ ବିସ୍ଥାପନ ସମସ୍ୟା ଓ ସମାଧାନ

ଶିଶୁ ବିସ୍ଥାପନ ସମସ୍ୟା ଓ ସମାଧାନ

ଶେଖ୍‌ ଫରିଦ୍‌ଉଦ୍ଦିନ

ସମଗ୍ର ବିଶ୍ୱରେ ପାଖାପାଖି ପାଞ୍ଚ କୋଟି ଶିଶୁ ଯୁଦ୍ଧ, ହିଂସା ଓ ଅତ୍ୟାଚାର ଯୋଗୁ ନିଜ ଦେଶରୁ ବିତାଡ଼ିତ ଅଥବା ବିସ୍ଥାପିତ ହୋଇଥିବା ଜାତିସଂଘର ଶିଶୁ କାର୍ଯ୍ୟକ୍ରମ ରିପୋର୍ଟରେ କୁହାଯାଇଛି। ମିଳିତ ଜାତିସଂଘ ଆନ୍ତର୍ଜାତିକ ଶିଶୁ ଜରୁରୀ ପାଣ୍ଠି ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ସମୁଦ୍ରରେ ବୁଡ଼ିଯାଇଥିବା ଶିଶୁ ଆୟାଲାନ୍‌ କୁର୍ଦ୍ଦିଙ୍କ କୁନି ଶରୀର ହେଉ ଅଥବା ଆକ୍ରମଣ ବିଧ୍ୱସ୍ତ ଗୃହ ଭିତରୁ ଉଦ୍ଧାର ପାଇଥିବା ଓମରାନ୍‌ ଡାକନିଶ୍‌ଙ୍କ ରକ୍ତାକ୍ତ ମୁହଁ, ଏସବୁ ଦେଖିଲେ ବିଶ୍ୱରେ ଶିଶୁ କେତେ ମାତ୍ରାରେ ନିର୍ଯାତିତ ତାହା ସ୍ପଷ୍ଟ ବାରିହୁଏ। ପ୍ରତ୍ୟେକ ବାଳିକା, ବାଳକଙ୍କ ଏପରି ଦୟନୀୟ ଛବିରୁ ବୁଝାପଡ଼େ ବିଶ୍ୱରେ ବହୁ ନିୟୁତ ଶିଶୁ ବିପଦରେ ଅଛନ୍ତି। ...

ଏଇ ଭାରତରେ

ଏଇ ଭାରତରେ

ସାମ୍ପ୍ରଦାୟିକ ଭେଦଭାବକୁ ନେଇ ସମ୍ପ୍ରତି ଚାରିଆଡ଼େ ବିଦ୍ୱେଷ ଭାବ ସୃଷ୍ଟି ହେଉଥିବାବେଳେ ଗୁଜରାଟ ଅହମଦାବାଦ ଜିଲା ଶାହପୁରର ଏକ ଘଟଣା ଏହାର ବ୍ୟତିକ୍ରମ ଭଳି ମନେହେଉଛି। ଏଠାରେ ଗୋଟିଏ ମାଙ୍କଡ଼ର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ହିନ୍ଦୁ ଓ ...