Dharitri News
ବାଲେଶ୍ୱର

ଏସ୍‌ଡିଓଙ୍କ ହାତ ଗୋଡ ବାନ୍ଧି ଟଙ୍କା ଭର୍ତ୍ତି ଲୁହା ସିନ୍ଧୁକ ଲୁଟିନେଲେ ଦୁର୍ବୃତ୍ତ

ଏସ୍‌ଡିଓଙ୍କ ହାତ ଗୋଡ ବାନ୍ଧି ଟଙ୍କା ଭର୍ତ୍ତି ଲୁହା ସିନ୍ଧୁକ ଲୁଟିନେଲେ ଦୁର୍ବୃତ୍ତ ଖୁଣ୍ଟା,୩୦।୧୨(ଡିଏନଏ)-ମୟୂରଭଞ୍ଜ ଜିଲା ସ୍ଥାନୀୟ ଖୁଣ୍ଟା ବଜାର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଅବସ୍ଥିତ ବିଦ୍ୟୁତ୍‌ ଉପଖଣ୍ଡ କାର୍ଯ୍ୟାଳୟରେ ଶୁକ୍ରବାର ବିଳମ୍ବିତ ରାତିରେ ୪ ଜଣ ଦୁର୍ବୃତ୍ତ ପଶି ସେଠାରେ ଶୋଇଥିବା ଜଣେ ଏସ୍‌ଡିଓଙ୍କ ଗୋଡ ହାତ ବାନ୍ଧି ଦେଢ଼ଲକ୍ଷ ଟଙ୍କା ଥିବା ଏକ ଲୁହା ସିନ୍ଧୁକ ଲୁଟି ନେଇଛନ୍ତି । କାର୍ଯ୍ୟାଳୟରେ ତଳ ମହଲାରେ ରହୁଥିବା ଘର ମାଲିକ ପ୍ରଦୋଷ ଦାଶ ଉପର ମହଲାରେ ଚୋର ପଶିଥିବା ଅନୁମାନ କରି ପୋଲିସକୁ ଫୋନ କରିଥିଲେ। ଖୁଣ୍ଟା ଆଇଆଇସି ରୀନା ବେହେରା ସବ୍‌ଇନ୍ସପେକ୍ଟର ଏଏସ୍‌ ବାଗେ ରାତ୍ରି ପାଟ୍ରୋଲିଂ ଟିମ ସହିତ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ପହଞ୍ଚିଥିଲେ। ତେବେ ଦୁର୍ବୃତ୍ତମାନେ ସିନ୍ଧୁକ ନେଇ ଘଟଣାସ୍ଥଳରୁ ଫେରାର ହେବାକୁ ସକ୍ଷମ ହୋଇଥିଲେ। ପୋଲିସ ବିଭିନ୍ନ ଦିଗରୁ ଦୁର୍ବୃତ୍ତମାନଙ୍କୁ ପିଛା କରିଥିଲେ ମଧ୍ୟ କାହାକୁ ଧରିବାକୁ ସମର୍ଥ ହୋଇ ନ ଥିଲା। ଗୋଡହାତ ବନ୍ଧା ହୋଇଥିବା ଅଧିକାରୀଙ୍କୁ ପରେ ଉଦ୍ଧାର କରାଯାଇଥିଲା। ଶନିବାର ମଧ୍ୟାହ୍ନରେ ବିଦ୍ୟୁତ କାର୍ଯ୍ୟାଳୟର ପଛପଟ ବିଲ ମଧ୍ୟରେ ଥିବା ଏକ ପୋଖରୀ ନିକଟରେ ସିନ୍ଧୁକଟି ପଡିଥିବା ଖବରପାଇ ପୋଲିସ ଏହାକୁ ଜବତ କରିଛି। ଲୁହା ସିନ୍ଧୁକକୁ କାଟି ସେଥିରେ ଥିବା ଟଙ୍କା ଲୁଟି ନିଆଯାଇଥିବା ଜଣାପଡ଼ିଛି । ପୂର୍ବାହ୍ନରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଦ୍ୱାରାଘଟଣାର ତଦନ୍ତ କରାଯାଇଛି। ଅପରାହ୍ନରେ ଆରକ୍ଷୀ ଅଧୀକ୍ଷକ ଅନିରୁଦ୍ଧ ସିଂ ଆସି ଘଟଣାସ୍ଥଳ ପରିଦର୍ଶନ କରି ଫେରି ଯାଇଛନ୍ତି।

ବାଲେଶ୍ୱର

ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ହାଟଡିହୀ,୨୦।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଓରାଳି ପଞ୍ଚାୟତ ବୃନ୍ଦାବନ ଚନ୍ଦ୍ର ଉଚ୍ଚ ପ୍ରାଥମିକ (ମଇ) ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ପ୍ରଧାନଶିକ୍ଷକ ନିରଞ୍ଜନ ଶାଙ୍କ ସଭାପତତ୍ୱରେ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନମେଣ୍ଟ

ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନମେଣ୍ଟ

ହାଟଡିହୀ,୨୦।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଟୁକୁଣା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବିବେକାନନ୍ଦ ଖେଳ ପଡିଆରେ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଛି।

କୁମୁଡରେ ରାସ୍ତାରୋକୋ ଆନ୍ଦୋଳନ

କୁମୁଡରେ ରାସ୍ତାରୋକୋ ଆନ୍ଦୋଳନ

କୋଳିମାଟି, ୨୦।୧-ଭାରି ଯାନ ଚଳାଚଳ ଯୋଗୁ ରାସ୍ତା ଅବସ୍ଥା ଖରାପ ହେଉଛି। ଏହାର ମରାମତି ହେଉନାହିଁ । କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତବାସୀ ଏହାକୁ ବିରୋଧ କରି ପ୍ରଶାସନ ନିକଟରେ ଦାବି ଜଣାଇବା ଆସୁଥିଲେ। କିନ୍ତୁ କୌଣସି ପ୍ରତିକାର ନ ହେବାରୁ ଶନିବାର କୁମଡ ଗ୍ରାମର ଲୋକେ ରାସ୍ତାରୋକୋ କରି କମ୍ପାନୀର ଗାଡିକୁ ଅଟକ ରଖିଥିଲେ।

ମତ୍ସ୍ୟଚାଷୀଙ୍କ ସହ ଷ୍ଟେଟ୍‌ବ୍ୟାଙ୍କର ଚୁକ୍ତି

ମତ୍ସ୍ୟଚାଷୀଙ୍କ ସହ ଷ୍ଟେଟ୍‌ବ୍ୟାଙ୍କର ଚୁକ୍ତି

ବାଲେଶ୍ୱର ଅଫିସ, ୨୦।୧-ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆ ବାଲେଶ୍ୱର ରିଜିଓନାଲ ଅଫିସ୍‌ ପକ୍ଷରୁ ମତ୍ସ୍ୟଚାଷୀମାନଙ୍କ ସହ ଏକ ଐତିହାସିକ ଚୁକ୍ତିନାମା କରାଯାଇଛି। ଏହାଦ୍ୱାରା ବାଲେଶ୍ୱର ଅଞ୍ଚଳର ମତ୍ସ୍ୟଚାଷୀମାନେ ଉପକୃତ ହେବେ ବୋଲି ଜଣାପଡ଼ିଛି।

କେନାଲକୁ ଓଲଟିଲା ପିକ୍‌ଅପ୍‌ ଭ୍ୟାନ,୧୬ ଶ୍ରମିକ ଗୁରୁତର

କେନାଲକୁ ଓଲଟିଲା ପିକ୍‌ଅପ୍‌ ଭ୍ୟାନ,୧୬ ଶ୍ରମିକ ଗୁରୁତର

ବାସୁଦେବପୁର,୨୦।୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଆରୁହା-ବେତଡା କେନାଲର ନଇଛଣପୁରଠାରେ ଶନିବାର ପୂର୍ବାହ୍ନରେ ଏକ ପିକ୍‌ଅପ୍‌ ଭ୍ୟାନ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସିପଡ଼ିଥିବା ସୂଚନା ମିଳିଛି। ଫଳରେ ଗାଡିରେ ଥିବା ୧୬ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।

ଅଗ୍ନିକାଣ୍ଡରେ ୭୫ ବଖରା ଧ୍ୱଂସ

ଅଗ୍ନିକାଣ୍ଡରେ ୭୫ ବଖରା ଧ୍ୱଂସ

ଭଦ୍ରକ ଅଫିସ, ୨୦।୧: ଭଦ୍ରକ ଜିଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ଖଡିମାହାରା ଭାରତୀ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭୫ ବଖରା ପୋଡି ପାଉଁଶ ହୋଇଯାଇଛି। ଫଳରେ ୨୮ଟି ପରିବାର ସର୍ବସ୍ବାନ୍ତ ହୋଇଛନ୍ତି।

ବରିଷ୍ଠ ଆଇନଜୀବୀ ବିମାନଙ୍କ ପରଲୋକ

ଭଦ୍ରକ ଅଫିସ,୧୯।୧-ଭଦ୍ରକର ବରିଷ୍ଠ ଦେୱାନୀ ଆଇନଜୀବୀ ବିମାନ ଚନ୍ଦ୍ର ରାୟ(୭୨)ଙ୍କ ପରଲୋକ ଘଟିଛି। ଗତ କିଛି ଧରି ସେ ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ।

ତେଜିଲା ମଦ ବିରୋଧୀ ଆନ୍ଦୋଳନ

ଚାନ୍ଦବାଲି,୧୯।୧(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ ଦିନକୁ ଦିନ ଚୋରାମଦ କାରବାର ବଢି ଚାଲିଛି।

ନିଶା ସାହିତ୍ୟ, ପେଶା ଚା’ ଦୋକାନ

ନିଶା ସାହିତ୍ୟ, ପେଶା ଚା’ ଦୋକାନ

ଭଦ୍ରକ ଅଫିସ,୧୯।୧-ନିଶାରେ ଜଣେ ସାହିତ୍ୟ ସାଧକ, ହେଲେ ପେଶା ଚା’ ଦୋକାନ। ଜୀବନ ଜୀବିକା ପାଇଁ ସକାଳ ୫ରୁ ରାତି ୧୧ଟା ପର୍ଯ୍ୟନ୍ତ ଚା’ ଦୋକାନରେ ଗ୍ରାହକଙ୍କ ସହ ସେ ସମୟ ବିତାଇଥାନ୍ତି। କେବେ କେମିତି ଅବସର ପାଇଲେ ସେ ସାହିତ୍ୟର ଆକର୍ଷଣରେ ବାନ୍ଧି ହୋଇଯାଆନ୍ତି।

ପୂରଣ ହେଉନି ରାଜସ୍ବ ଆଦାୟ ଲକ୍ଷ୍ୟ

ଭଦ୍ରକ ଅଫିସ,୧୯।୧ -ଭଦ୍ରକ ଜିଲାରେ ଥିବା ତହସିଲଗୁଡ଼ିକରୁ ଲକ୍ଷ୍ୟ ଧାର୍ଯ୍ୟ ମୁତାବକ ରାଜସ୍ବ ଆଦାୟ କରାଯାଇପାରୁନାହିଁ। ଆଗାମୀ ମାଚ୍ଚ ସୁଦ୍ଧା ୨୯କୋଟି ରାଜସ୍ବ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିବା ବେଳେ ଗତ ଡିସେମ୍ବର ସୁଦ୍ଧା ମାତ୍ର ୯କୋଟି ରାଜସ୍ବ ସଂଗ୍ରହ ହୋଇଛି। ଏହାକୁ ନେଇ ପ୍ରଶାସନିକ ମହଲରେ ତନାଘନା ଆରମ୍ଭ ହୋଇଛି।

ହେମନ୍ତଙ୍କୁ ଭେଟିଲେ ରାଜସ୍ବ ନିରୀକ୍ଷକ

ଖଇରା, ୧୯।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ନହଙ୍ଗ ପଞ୍ଚାୟତ ଅଧିନ ରୁସ୍ତମପୁର ଗ୍ରାମରେ ୩ବର୍ଷ ଧରି ଶିକୁଳିରେ ବନ୍ଧା ହୋଇଥିବା ହେମନ୍ତ କୁମାର ସେଠୀଙ୍କୁ ଡୁଙ୍ଗୁରା ରାଜସ୍ବ ନିରୀକ୍ଷକ ବସନ୍ତ କୁମାର ବେଜ ଭେଟିଛନ୍ତି।

ଭୋଟ ଗଣତି ଦାବିକୁ ନେଇ ଗଣ୍ଡଗୋଳ

ଭୋଟ ଗଣତି ଦାବିକୁ ନେଇ ଗଣ୍ଡଗୋଳ

ଉଦଳା, ୧୯।୧(ଡି.ଏନ.ଏ.) -ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ କୋଚିଳାଡିହା ପଞ୍ଚାୟତର ୨ ନଂ ୱାର୍ଡ ଓ ରାଢୋ ପଞ୍ଚାୟତର ୧୨ ନଂ ୱାର୍ଡରେ ଶୁକ୍ରବାର ୱାର୍ଡ ସଭ୍ୟ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉଭୟ ଓ୍ବାର୍ଡରେ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଥିବା ବେଳେ ୨ ନଂ ଓ୍ବାର୍ଡବାସୀ କିନ୍ତୁ ସଙ୍ଗେ ସଙ୍ଗେ ଗଣତି କରିବାକୁ ଦାବି କରିଥିଲେ।