ସମ୍ପାଦକୀୟ |

ଭାରତର ଅନ୍ନ, ପାକିସ୍ତାନର ଗୁଣଗାନ

ଭାରତର ଅନ୍ନ, ପାକିସ୍ତାନର ଗୁଣଗାନ

ନାରାୟଣ ପଣ୍ଡା

କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ନିକଟ ଅତୀତରେ-ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ପାକିସ୍ତାନର, ତାହା ଭାରତ ଦାବି କରିପାରିବନାହିଁ ବୋଲି କହିବାର କେତେଦିନ ପରେ ଶ୍ରୀନଗରର ଲାଲଚଉକଠାରେ ଭାରତ ତ୍ରିରଙ୍ଗା ଉତ୍ତୋଳନ କରି ଦେଖୁ ବୋଲି ଆହ୍ବାନ ଦେଇଥିଲେ। ଜଣେ ଭାରତୀୟଙ୍କ ମୁଖରୁ ଏଭଳି ବିଚ୍ଛିନ୍ନତାବାଦୀ ସ୍ବର ଶୁଣାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସ୍ବାଧୀନତା ପ୍ରାପ୍ତିର ୭୦ବର୍ଷ ପରେ କଶ୍ମୀରର ଜଣେ ଦାୟିତ୍ୱସମ୍ପନ୍ନ ରାଜନେତାଙ୍କ ମୁହଁରେ ଏହା ଶୋଭା ପାଏନାହିଁ। ସ୍ବାଧୀନତାପ୍ରାପ୍ତିର ୨ମାସ ପରେ ପାକିସ୍ତାନ କଶ୍ମୀର ବିରୋଧରେ ଅଚାନକ ଅଘୋଷିତ ଯୁଦ୍ଧ ଆରମ୍ଭକରି ଏହାର ଗିଲଗିଟ ଓ ବାଲଟିସ୍ଥାନ ସହିତ ୯୦ହଜାର ବର୍ଗ କି.ମି. ପରିମିତ ଏକ ବିରାଟ ଭୂଖଣ୍ଡକୁ ଅଧିକାର କରିନେଲା। କଶ୍ମୀରର ଅବଦୁଲ୍ଲା ପରିବାର ହୁଏତ ଏହା ହିଁ ଚାହିଁଥିଲେ। ଏହି ପରିବାର ଦୀର୍ଘ ୩୦ବର୍ଷ ରାଜ୍ୟ ଶାସନରେ ରହିଥିଲେ ମଧ୍ୟ ଏଯାବତ୍‌ ପାକିସ୍ତାନ ଅଧିକୃତ ଅଞ୍ଚଳର ପୁନରୁଦ୍ଧାର ପାଇଁ ସ୍ବର ଉତ୍ତୋଳନ କରିନାହିଁ। ସେଠାକାର ହିନ୍ଦୁଶାସକ ନିଜ ରାଜ୍ୟର ପ୍ରଜାମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପୂର୍ବରୁ ପାକିସ୍ତାନ ସହିତ ୧ବର୍ଷ ସ୍ଥିତାବସ୍ଥା ଚୁକ୍ତି କରିଥିଲେ ମଧ୍ୟ ପାକିସ୍ତାନ ତାଙ୍କ ସହିତ ଭୟଙ୍କର ପ୍ରତାରଣାର ଖେଳ ଖେଳିଲା। ଅଗତ୍ୟା ଭାରତ ସହିତ କଶ୍ମୀରକୁ ମିଶ୍ରଣ ପ୍ରସ୍ତାବ ଦେବା ବ୍ୟତୀତ ରାଜାଙ୍କ ପାଖରେ ଅନ୍ୟ ଚାରା ନ ଥିଲା। ପୂର୍ବରୁ ଶେଖ ଅବଦୁଲ୍ଲା, ହରି ସିଂ କଶ୍ମୀର ଛାଡ଼ ନାରାବାଜିରେ ଉପତ୍ୟକାକୁ ପ୍ରକମ୍ପିତ କରୁଥିଲେ। ଆନ୍ତରିକ ଭାବରେ ସେ ଚାହୁଁ ନ ଥିଲେ କଶ୍ମୀର ପାକିସ୍ତାନ ସହିତ ମିଶୁ କାରଣ ଏହାଦ୍ୱାରା ତାଙ୍କର କ୍ଷମତା ସଙ୍କୁଚିତ ହେବ। ତତ୍କାଳୀନ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ କଶ୍ମୀର ଘଟଣା ଅବଶ୍ୟ ଏକ ଶିକ୍ଷା ଦେଲା। ତେଣୁ ଜୁନାଗଡ ଓ ହାଇଦ୍ରାବାଦରେ ସେ ତାଙ୍କର କାର୍ଯ୍ୟପଦ୍ଧତିରେ ପରିବର୍ତ୍ତନ ଆଣି ଭବିଷ୍ୟତରେ ଭାରତକୁ ଅନ୍ୟ ୨ଟି କଶ୍ମୀର ସମସ୍ୟାରୁ ରକ୍ଷା କରିପାରିଥିଲେ।
ଜୁନାଗଡର ନବାବ ମହମ୍ମଦ ମହବତ ଖାନ୍‌ଜୀ ମହମ୍ମଦ ଜିନ୍ନାଙ୍କ ପ୍ରଲୋଭନରେ ପଡି ତାଙ୍କ ରାଜ୍ୟକୁ ପାକିସ୍ତାନ ହାତରେ ଟେକି ଦେଇଥିଲେ। ସେହିପରି ହାଇଦ୍ରାବାଦର ନିଜାମ ମୀର ଉସ୍‌ମାନ ଅଲ୍ଲି ଖାନ୍‌ ଭାରତ ସହିତ ଏକବର୍ଷ ସ୍ଥିତାବସ୍ଥା ଚୁକ୍ତିକରି ଏକ ସ୍ବତନ୍ତ୍ର ରାଷ୍ଟ୍ରରୂପେ ରହିବାକୁ ଗୋପନରେ ପାକିସ୍ତାନ ଓ ଜାତିସଂଘ ସହିତ ସମ୍ପର୍କ ରଖୁଥିଲେ। ଭାରତ ଭିତରେ ଅନ୍ୟ ଏକ ପାକିସ୍ତାନ-ଉସମାନାସ୍ଥାନ ସୃଷ୍ଟିକରି ନିଜାମ ନିଜେ ଶାସକ ରୂପେ ରହିବାକୁ ଚାହୁଁଥିଲେ। ଦୂରଦ୍ରଷ୍ଟା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସେମାନଙ୍କର ସମସ୍ତ ଦୂରଭିସନ୍ଧିକୁ ପଣ୍ଡ କରିଥିଲେ। ରାଜ୍ୟପାଳ କରଣ ସିଂଙ୍କ ଦ୍ୱାରା ଶେଖ ଅବଦୁଲ୍ଲା ପଦଚ୍ୟୁତ ହୋଇ ଦୀର୍ଘ ୧୧ବର୍ଷ ନିର୍ବାସନ ଭୋଗିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ତାଙ୍କ ପ୍ରତି ଅହେତୁକ କୃପା ଯୋଗୁଁ ସେ ମୁକ୍ତ ହୋଇ ପୁନଶ୍ଚ ଶାସନଭାର ଗ୍ରହଣ କଲେ। ହାଇଦ୍ରାବାଦ ଓ ଜୁନାଗଡ ପରି ଅବଦୁଲ୍ଲାଙ୍କୁ ଯଦି ସେହି ସମୟରେ ନିର୍ବାସିତ କରାଯାଇଥାନ୍ତା, ସେ କିମ୍ବା ତାଙ୍କ ପରିବାର କଶ୍ମୀରରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି କରିବାକୁ ସୁଯୋଗ ପାଇ ନ ଥାନ୍ତେ। ଚାଇନା ଭାରତର ରାଜନୈତିକ ଅସ୍ଥିରତା ଓ ଶାସକମାନଙ୍କର ଦୁର୍ବଳ ମାନସିକତାର ସୁଯୋଗ ନେଇ ସ୍ବାଧୀନତା ପରଠାରୁ ଭାରତକୁ ନାଲି ଆଖି ଦେଖାଇ ଆସିଛି। ଭାରତର ପିଓକେ ଦାବି ଦିଲ୍ଲୀରେ ଗୁଞ୍ଜରିତ ହେଲେ ଇସ୍‌ଲାମାବାଦ ଓ ବେଜିଂରେ ପ୍ରତିକମ୍ପନ ସୃଷ୍ଟିହୁଏ। ବ୍ରିଟିଶ-ଭାରତ ସମୟରୁ ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ, କିନ୍ତୁ ଚାଇନା ଏହାକୁ ଦକ୍ଷିଣ ତିବ୍ବତର ଅଂଶରୂପେ ଦାବି କରୁଛି। ବିଭିନ୍ନ ସମୟରେ ଭାରତ ସମେତ ଅନ୍ୟ ପଡୋଶୀ ଦେଶକୁ ଧମକଦେବା ପଛରେ ତା’ର ବିପୁଳ ସାମରିକ ଶକ୍ତି ଆଦୌ ଏକମାତ୍ର କାରଣ ନୁହେଁ। ଭାରତ ଓ ଜାପାନ ଆଦି ପଡୋଶୀ ଦେଶଗୁଡିକ ମଧ୍ୟ ଚାଇନା ପରି ପରମାଣୁ ଅସ୍ତ୍ରରେ ଶକ୍ତିମାନ। ତା’ର ଏକମାତ୍ର ସାମର୍ଥ୍ୟ ଭେଟୋ- ଯାହାକୁ ଅସ୍ତ୍ରକରି ସେ ଶକ୍ତିଶାଳୀ ଭାରତ ଓ ଜାପାନକୁ ମଧ୍ୟ ଆନ୍ତର୍ଜାତିକ ସ୍ତରରେ ଆହାନ ଦେଇପାରୁଛି।
ଭାରତକୁ ଭିତରେ ଭୟ କରୁଥିଲେ ମଧ୍ୟ ପାକିସ୍ତାନ ଓ ଭାରତର କତିପୟ ପ୍ରଭାବଶାଳୀ ମୁସଲମାନ ନେତାଙ୍କ ବିଭିନ୍ନ ସମୟରେ ଭାରତବିରୋଧୀ ବକ୍ତବ୍ୟ, ପାକିସ୍ତାନ ଓ ଚାଇନାକୁ ଭାରତ ପ୍ରତି ଅଧିକ ଆକ୍ରମଣାତ୍ମକ ପଦକ୍ଷେପ ନେବା ପାଇଁ ପ୍ରେରିତ କରୁଛି। କେବଳ ଶାସନରେ ରହିବା ପାଇଁ ଏହି ମୁସଲମାନ ନେତାଗଣ ବିଭିନ୍ନ ସମୟରେ କୁମ୍ଭୀର କାନ୍ଦଣା କାନ୍ଦନ୍ତି। କଶ୍ମୀର ଜାତୀୟ ସମ୍ମିଳନୀର ପ୍ରତିଷ୍ଠାତା-ନେତା ଶେଖ ଅବଦୁଲ୍ଲା ଭାରତୀୟ ଜାତୀୟ କଂଗ୍ରେସ କୃପାରୁ କଶ୍ମୀରରେ ତିନିତିନି ଥର ଶାସନଡୋର ହାତେଇଛନ୍ତି। ଜବାହରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ଅନୁଗ୍ରହରୁ ଏହା ହୋଇପାରିଛି। ତାଙ୍କ ପୁତ୍ର ଫାରୁକ ଅବଦୁଲ୍ଲା ମଧ୍ୟ ୩ଥର କଶ୍ମୀରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଫାରୁକ ପୁତ୍ର ଓମାର ଅବଦୁଲ୍ଲା ମଧ୍ୟ କଶ୍ମୀରର ମୁଖ୍ୟମନ୍ତ୍ରୀ ରହିଛନ୍ତି। ସ୍ବାଧୀନ ଭାରତରେ ପ୍ରାୟ ୨୮ବର୍ଷରୁ ଅଧିକ କଶ୍ମୀରକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି ଅବଦୁଲ୍ଲା ପରିବାର। ପ୍ରତ୍ୟେକଥର କଂଗ୍ରେସର ବିପୁଳ ସମର୍ଥନ ଏହି ପିତାମହ-ପୁତ୍ର-ପୌତ୍ରଙ୍କ ପାଇଁ ରହିଛି। କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ରହିଛନ୍ତି ଏମାନେ। ତଥାପି ଏହି ଅକୃତଜ୍ଞ ପରିବାର ଭାରତ ପ୍ରତି ବିମୁଖ।
ଅବଦୁଲ୍ଲାଙ୍କ ପୂର୍ବପୁରୁଷ କଶ୍ମୀର ପଣ୍ଡିତ ରଘୁରାମ କାଉଲ ୧୭୭୨ରେ ଇସ୍‌ଲାମ ଧର୍ମ ଗ୍ରହଣକରି ଶେଖ ମହମ୍ମଦ ଅବଦୁଲ୍ଲା ନାମରେ ପରିଚିତ ହୁଅନ୍ତି। ଶେଖ ଅବଦୁଲ୍ଲାଙ୍କ ପିତା ଶେଖ ମହମ୍ମଦ ଇବ୍ରାହିମ ଏହି ରଘୁରାମ କାଉଲଙ୍କ ବଂଶଧର। ବିଭିନ୍ନ ସମୟରେ ଅର୍ଥ ଓ କ୍ଷମତାରେ ପ୍ରଲୁବ୍ଧ ହୋଇ ଅନେକ ମୁସଲମାନ ଏହି ଅଞ୍ଚଳରେ ଧର୍ମାନ୍ତରିତ ହୋଇଛନ୍ତି। କଶ୍ମୀରର ମୂଳ-ହିନ୍ଦୁ ଏମାନେ, କିନ୍ତୁ ବର୍ତ୍ତମାନ ପାକିସ୍ତାନର ନକ୍ଷତ୍ର-ଧ୍ୱଜକୁ ଛାତିତଳେ ଲୁଚାଇରଖି କଶ୍ମୀରର ରକ୍ଷାକର୍ତ୍ତା ସାଜିଛନ୍ତି ଏମାନେ। ସେହିପରି ପାକିସ୍ତାନରେ ଭୂମିପୁତ୍ର ବୋଲାଉଥିବା ଭୁଟୋ ପରିବାରଙ୍କ ମୂଳ ପରିବାର ମଧ୍ୟ ଭାରତୀୟ ହିନ୍ଦୁ ରାଜପୁତ। ଅଷ୍ଟାଦଶ ଶତାବ୍ଦୀର ଆରମ୍ଭରେ ରାଜପୁତାନାର ସେତୋ ନାମକ ହିନ୍ଦୁ ରାଜପୁତ ମୁସଲମାନ ଧର୍ମ ଗ୍ରହଣ କରି ନିଜକୁ ସେତୋ ଖାଁ ଭୁଟୋ ନାମରେ ପରିଚିତ ହେଲେ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଷ୍ଟ୍ରପତି ଜୁଲଫିକର ଅଲ୍ଲି ଭୁଟୋ ହେଉଛନ୍ତି ଏହି ସେତୋ ଖାନ୍‌ ଭୁଟୋଙ୍କ ବଂଶଧର ସାହାନୱାଜ ଖାନ୍‌ଙ୍କ ହିନ୍ଦୁପତ୍ନୀ ଲକ୍ଷ୍ମୀବାଈ ଓରଫ ଖୁରସିତ ବେଗମଙ୍କ ସନ୍ତାନ। ଏହି ସାହାନୱାଜ ଖାନ୍‌ ସ୍ବାଧୀନତାର ପ୍ରାକ୍‌କାଳରେ ଜୁନାଗଡର ନବାବଙ୍କ କ୍ୟାବିନେଟରେ ଯୋଗଦେଇ ଉକ୍ତ ରାଜ୍ୟକୁ ପାକିସ୍ତାନ ସହିତ ମିଶ୍ରଣ କରିବାରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ କାର୍ଯ୍ୟାନୁଷ୍ଠାନରେ ଭୟଭୀତ ହୋଇ ନବାବ ପାକିସ୍ତାନକୁ ଚାଲିଗଲେ। ପରିଶେଷରେ ଏହି ସାହାନୱାଜ ଖାନ ମଧ୍ୟ ପୁନର୍ବାର ଭାରତ ସହିତ ଜୁନାଗଡର ମିଶ୍ରଣପଥ ପରିଷ୍କାର କରି ପାକିସ୍ତାନ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟହେଲେ।
ଇତିହାସରେ ଏମିତି ଅନେକ ଦୃଷ୍ଟାନ୍ତ ରହିଛି, ଭାରତର ଧର୍ମାନ୍ତରିତ ମୁସଲମାନମାନେ ହିଁ ଭାରତର ବିରୁଦ୍ଧାଚରଣ କରନ୍ତି। ମୁସଲିମ ଶାସନ ଆରମ୍ଭରୁ ମୁସଲମାନମାନଙ୍କ ପାଇଁ ରହିଥିବା ରିହାତି, ସଂରକ୍ଷଣ, ଅର୍ଥ ଓ କ୍ଷମତାରେ ମୋହଗ୍ରସ୍ତ ହୋଇ ଅନେକ ହିନ୍ଦୁ ମୁସଲମାନ ଧର୍ମ ଗ୍ରହଣ କରିଛନ୍ତି। ଆଲ୍ଲାଉଦ୍ଦିନ ଖିଲିଜୀଙ୍କ ଦୁର୍ଦ୍ଦର୍ଷ ସେନାପତି ମାଲିକକଫୁର ଜଣେ ହିନ୍ଦୁ କିନ୍ନର ହୋଇଥିଲେ ହେଁ ଇସଲାମଧର୍ମ ଗ୍ରହଣକରି ଭାରତକୁ କ୍ଷତବିକ୍ଷତ କରିବାକୁ ଭୁଲିନାହାନ୍ତି। ପାକିସ୍ତାନର ଦୀନ ମହମ୍ମଦ ଶେଖର, ବଙ୍ଗଳାର ଜଲାଲୁଦ୍ଦିନ ମହମ୍ମଦ ସାହ ଓ କଶ୍ମୀରର ବାବା ସାଦୀ ସାହିଦ ମଧ୍ୟ ଦିନେ ହିନ୍ଦୁ ଥାଇ ନିଜର ସ୍ବାର୍ଥସାଧନ ପାଇଁ ପଟପରିବର୍ତ୍ତନ କରିଥିଲେ, ତାହା ଆଜି ଇତିହାସ। ଉତ୍କଳୀୟ ସେନାପତି ରାଜୀବ ଲୋଚନ ରାୟ ବଙ୍ଗ ନବାବଙ୍କ କଳାପାହାଡ ସାଜି ରାଜ୍ୟରେ ଧ୍ୱଂସର ତାଣ୍ଡବ ସୃଷ୍ଟି କରିଥିଲେ। ବାରମ୍ବାର ଭାରତର ଗୌରବକୁ ଭୂଲୁଣ୍ଠିତ କରିଥିବା ଏହି ଧର୍ମାନ୍ତରିତ ମୁସଲମାନମାନେ କିମ୍ବା ତାଙ୍କର କେହି ପୂର୍ବପୁରୁଷ କସ୍ମିନ୍‌କାଳେ ମକ୍କା କିମ୍ବା ମଦିନାରୁ ଆସିନାହାନ୍ତି। ବର୍ତ୍ତମାନ ସେମାନେ ଉଭୟ ପାକିସ୍ତାନ ଓ ଭାରତରେ କାୟାବିସ୍ତାର କରିଛନ୍ତି। କଶ୍ମୀର ପାକିସ୍ତାନର ହେଲେ ତିବ୍ବତ ଓ ବେଲୁଚିସ୍ଥାନକୁ କିଭଳି ଚାଇନା ଓ ପାକିସ୍ତାନର ବୋଲି କୁହାଯାଇ ପାରିବ, ଏହାର ଉତ୍ତର ସେମାନଙ୍କ ପାଖରେ ଅବଶ୍ୟ ରହିଛି।

ମୋ-୯୪୩୭୧୧୮୯୬୨, narayanpanda.k@gmail.com

All Right Reserved By

ସମ୍ପାଦକୀୟ |

ହିସାବରେ ଅତିକ୍ରମ

ହିସାବରେ ଅତିକ୍ରମ

ତଥାଗତ ସତପଥୀ: ବିଶ୍ୱ ବ୍ୟାଙ୍କ ରିପୋର୍ଟ ୨୦୧୭ ଅନୁଯାୟୀ ମୋଟ ଘରୋଇ ଉତ୍ପାଦ(ଜିଡିପି) ଦୃଷ୍ଟିକୋଣରୁ ଫ୍ରାନ୍ସକୁ ଅତିକ୍ରମ କରି ଭାରତ ବିଶ୍ୱର ଷଷ୍ଠ ବୃହତ୍‌ ଅର୍ଥନୀତିର ମାନ୍ୟତା ଲାଭ କରିଛି। ଆମେରିକା ସର୍ବବୃହତ୍‌ ଅର୍ଥନୀତିର ଟ୍ୟାଗ୍‌କୁ ବଜାୟ ରଖିଥିବା ବେଳେ ତା’ ପଛକୁ ଚାଇନା, ଜାପାନ, ଜର୍ମାନୀ ଏବଂ ବ୍ରିଟେନ୍‌ ରହିଛନ୍ତି। ରିପୋର୍ଟ କହେ, ଫ୍ରାନ୍ସର ଜିଡିପି ୨.୫୮୨ ଟ୍ରିଲିୟନ୍‌ ଡଲାର ଥିବାବେଳେ ଭାରତର ରହିଛି ୨.୫୯୭ ଟ୍ରିଲିୟନ୍‌ ଡଲାର। ଏହି ୧୫ ଟ୍ରିଲିୟନ ଡଲାର ପାର୍ଥକ୍ୟକୁ କୌଣସି ଭାବେ ଗୌଣ କରାଯିବା ଉଚିତ ନୁହେଁ। ବାସ୍ତବରେ ଭାରତୀୟଙ୍କ ପାଇଁ ଏହା କିପରି ଗୁରୁତ୍ୱ ବହନ କରୁଛି, ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛିି। ସଂଖ୍ୟା ହିସାବକୁ ନିଆଗଲେ ଷଷ୍ଠ ବୃହତ୍‌ ଅର୍ଥନୀତି ହେଲେ ସୁଦ୍ଧା ଭାରତକୁ ଆହୁରି ଅନେକ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ପଡ଼ିିବ ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି। ଷଷ୍ଠ ବୃହତ୍‌ ଅର୍ଥନୀତିର ମାନ୍ୟତା ଆଶା ବାହାରେ ନୁହେଁ, ମାତ୍ର ଦେଶର ମୁଣ୍ଡପିଛା ଆୟ ଚିନ୍ତାର ବିଷୟ ବୋଲି ସେ ମତବ୍ୟକ୍ତ କରିଛନ୍ତି। କାରଣ ଫ୍ରାନ୍ସରେ ଏହା ୪୩,୭୨୦ ଡଲାର ହୋଇଥିବାବେଳେ ଭାରତରେ ମାତ୍ର ୭,୦୬୦ ଡଲାର ରହିଛି।...

ମଦ୍ୟପାନ: ନକଲ ଓ ଅକଲ

ମଦ୍ୟପାନ: ନକଲ ଓ ଅକଲ

ଡ. ରମେଶ ଚନ୍ଦ୍ର ପରିଡ଼ା: କଥାରେ କହନ୍ତି ”ନକଲରେ ଅକଲ“ ନ ଥାଏ। ଏଠାରେ ନକଲ କହିଲେ ବୁଝାଏ ଅନ୍ଧ ଅନୁକରଣକୁ। ଏଭଳି କରିବା ନିର୍ବୋଧତାର ପରିଚୟ ଦିଏ। ତେବେ ଆମେ ଅନେକେ ଅଧିକାଂଶ ସମୟରେ ତାହା କରୁ। ବଡ ବୋଲି ଭାବୁଥିବା କୌଣସି ଲୋକର ବାହ୍ୟ ଚାକଚକ୍ୟ ଦେଖି ତାକୁ ନକଲ କରୁ, ତାହାର ଭଲମନ୍ଦ ବିଚାର ନ କରି। ଆମ ସମାଜରେ ମଦ୍ୟପାନର ପ୍ରସାର ଘଟିଛି ଏବଂ ଘଟୁଛି ସେହିଭଳି କାରଣରୁ। ପ୍ରଥମେ ଆଭିଜାତ୍ୟରେ ବିଦେଶୀ ଶାସକଙ୍କ ସମକକ୍ଷ ହେବା ଲାଗି ଆମ ସମାଜର ତଥାକଥିତ ଉଚ୍ଚବର୍ଗର ଲୋକେ ତାଙ୍କୁ ଏଥିରେ ଅନୁକରଣ କଲେ। ଏବେ ତ ଆମେ ସମସ୍ତେ ନିଜକୁ ଆଭିଜାତ୍ୟସମ୍ପନ୍ନ ବୋଲି ଉପସ୍ଥାପିତ କରିବାରେ ବ୍ୟସ୍ତ। ସେଇଥିପାଇଁ ଏହା ବଢୁଛି। ପୁନଶ୍ଚ ଆଗେ ଆମେ ମଦ୍ୟପାନ କରୁଥିବା ଲୋକଙ୍କୁ ଘୃଣା କରୁଥିଲୁ। ଆଜିକାଲି ତାହା ନାହିଁ। ପକ୍ଷାନ୍ତରେ, ଆମ ଦୃଷ୍ଟିରେ ସେଲିବ୍ରିଟି ହୋଇଥିବା ବର୍ଗର ଲୋକଙ୍କ ଜୀବନଧାରାର ଏହା ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆମେ ବି ତାଙ୍କୁ ନକଲ କରି ନିଜର ଗୁରୁତ୍ୱ ବଢାଇବାରେ ବ୍ୟସ୍ତ। ଏଥିପାଇଁ ଅକଲର ଦରକାର ପଡୁନାହିଁ।...

କାଳିଆ, ତୁ’ ସତରେ କାହାର

କାଳିଆ, ତୁ’ ସତରେ କାହାର

ଡ. ନରହରି ବେହେରା: ମୁଁ ଏଇଠି ଠିଆ ହେଇଚିରେ କାଳିଆ! ବଅସ ହଟିଲାଣି, ଆଖିକି ଭଲ ଦୁଶୁନି, ତଥାପି ତୋତେ ଦେଖିବି ବୋଲି ଦୌଡ଼ି ଆସିଛି। ହେଲେ ମୁଁ ତୋ ପାଖକୁ ଯାଇପାରୁନି। ମୁଁ ନ ଯାଇପାରିଲେ କ’ଣ ହେଲା, ତୁ କ’ଣ ମୋ ପାଖକୁ ଟିକିଏ ଆସିବୁନି? ନିଶ୍ଚୟ ଆସିବୁ। ହେଇ ତୁ ତ ରଥରେ ବସିଲୁଣି। ତୋର ସେଇ ଚକା ଚକା ଆଖି ଦି’ଟା ଦିଶିଲାଣି। ଆରେ, ମୋ ଆଡ଼େ ଟିକିଏ ନ ଚାହିଁ ସିଧା ସିଧା କୁଆଡ଼େ ପଳାଇ ଯାଉଛୁ, ମୋ ଆଖିର ଲୁହ ତୋତେ କ’ଣ ଦେଖାଯାଉନି? ଏ ବୁଢ଼ୀଟା ତୋତେ ବିକଳରେ ଚାହିଁଛି, ତୋ ହୃଦୟ ତରଳି ଯାଉନି? ହଁ ମୁଁ ବି ବାୟାଣୀ ହେଇଗଲିଣି। ତୁ କେତେବେଳେ କାହାର ଥିଲୁ ଯେ, ଆଜି ମୋର ହବୁ? ତୁ ତ ନଟନାଗର, ହଟିଆ କଳାକାର। ତୁ ଯାହାକୁ ଚାହିଁବୁ ତା’ ପାଖକୁ ଯିବୁ, ତୋତେ ଯିଏ ଯେତେ ଚାହିଁଲେ ବି ଯିବୁନି।...

ଏଇ ଭାରତରେ

ଏଇ ଭାରତରେ

ନିଜେ ପରିଷ୍କାର ରହିବା ସହିତ ପରିବେଶକୁ ନିର୍ମଳ ରଖିବା ଲାଗି ଆମ ଦେଶରେ କିଏ କେତେ ପ୍ରକାର ଉଦ୍ୟମ କରୁଛନ୍ତି। ଏହି ଉଦ୍ୟମର ଅଂଶ ସ୍ବରୂପ ଅହମଦାବାଦ୍‌ ମହାନଗର ନିଗମ (ଏଏମ୍‌ସି) ଅଧୀନରେ ଥିବା ପ୍ରାଥମିକ ସ୍କୁଲ୍‌ ପିଲାମାନଙ୍କର ମାସକୁ ଥରେ ମାଗଣା କେଶ କଟାଯିବ। ଏହା ‘ସ୍ବଚ୍ଛତା ଆଡକୁ ପାଦେ’ କାର୍ଯ୍ୟକ୍ରମର ଅଂଶବିଶେଷ। ଏଥିପାଇଁ ନିଗମ ଏକ ସ୍ବେଚ୍ଛାସେବୀ ସଂଗଠନ (ଇଣ୍ଟରନ୍ୟାଶନାଲ୍‌ ସ୍କୁଲ୍‌ ଅଫ୍‌ ଆସ୍‌ଥେଟିକ୍ସ ଆଣ୍ଡ୍‌ ସ୍ପା) ସହିତ ଚୁକ୍ତି ସ୍ବାକ୍ଷର କରିଛି।...

ପାକିସ୍ତାନର ପରବର୍ତ୍ତୀ ତ୍ରାଣକର୍ତ୍ତା

ପାକିସ୍ତାନର ପରବର୍ତ୍ତୀ ତ୍ରାଣକର୍ତ୍ତା

ଆକାର ପଟେଲ ପାକିସ୍ତାନ ଅପେକ୍ଷା କରିଛି ତା’ର ପରବର୍ତ୍ତୀ ତ୍ରାଣକର୍ତ୍ତା ଦ୍ରୁତ ବୋଲର ଇମ୍ରାନ୍‌ ଖାନ୍‌ଙ୍କୁ, ଯିଏ କି ଚଳିତ ମାସରେ ହେବାକୁ ଯାଉଥିବା ନିର୍ବାଚନରେ ଜିତି ପ୍ରଧାନମନ୍ତ୍ରୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଦେଶର ସେନା ତଥା ପ୍ରଭାବଶାଳୀ ଅମଲାତନ୍ତ୍ରୀମାନେ ତାଙ୍କୁ ସମର୍ଥନ କରୁଥିବା ବେଳେ ଗଣମାଧ୍ୟମରେ ଏପରି ଖବର ପ୍ରକାଶ ପାଉଛି। କଶ୍ମୀରୀ ମୂଳ ପଞ୍ଜାବୀ ନେତା ନଓ୍ବାଜ ଶରିଫ ଗିରଫ ହୋଇ ଜେଲ ଯିବା ଏ ଦିଗରେ ଅନ୍ତିମ ପଦକ୍ଷେପ। ଖାନ୍‌ଙ୍କ ଦଳ ତେହରିକ୍‌ ଇ ଇନ୍‌ସାଫ ଖାଇବର ପାଖତୁନ୍‌ଖ୍ବା ଅଞ୍ଚଳରେ ମଜଭୁତ ଥିବା ବେଳେ ଶରିଫଙ୍କ ଦଳ ମଧ୍ୟ ଏ ଅଞ୍ଚଳରେ ବେଶ୍‌ ଶକ୍ତିଶାଳୀ ରହିଛି। ଦୁର୍ନୀତି ଓ ବିପୁଳ ସମ୍ପତ୍ତି ଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଶରିଫ ଯଦି ଜେଲ ଯାଇ ନ ଥାନ୍ତେ ତେବେ ଗଣତାନ୍ତ୍ରିକ ଭାବେ ସଫଳତା ପାଇବା ଖାନ୍‌ଙ୍କ ...

ସେଇ ଆଖି ଦିଓଟି

ସେଇ ଆଖି ଦିଓଟି

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ବଡ ରହସ୍ୟମୟ ସେଇ ଆଖି ଦିଓଟି। ବିଶ୍ୱାସ ଓ ବିଜ୍ଞାନର ଦ୍ୱନ୍ଦ୍ୱ ମଧ୍ୟରେ ସେଇ ଆଖି ଦିଓଟିର ଆକର୍ଷଣ ଯେମିତି ଅଭିନବ, ସେମିତି ଅବୋଧ୍ୟ। କାଳ କାଳ ଧରି ଏହା ଆକର୍ଷିତ କରିଆସିଛି ବିଶ୍ୱର ଅଗଣିତ ମଣିଷଙ୍କୁ। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ବା ବୟସ ନିର୍ବିଶେଷରେ ବିମୋହିତ କରିଛି ମୂର୍ଖଙ୍କଠାରୁ ପଣ୍ଡିତଙ୍କ ଯାଏଁ, ଧନୀଙ୍କଠୁ ନିର୍ଦ୍ଧନଙ୍କ ପର୍ଯ୍ୟନ୍ତ। ସେଇ ଆଖି ଦିଓଟି ସହ ନିଜ ନିଜର ଆଖି ମିଶାଇବା ପୂର୍ବରୁ ଅବଶ୍ୟ ଅଭିଳାଷରେ ଅତିଷ୍ଠ ହୋଇଛନ୍ତି ସଭିଏଁ ଓ ଚାରିଚକ୍ଷୁର ମିଳନ ପରେ ଅମୃତମୟ ଅନୁଭବରେ ବିଭୋର ହୋଇଛନ୍ତି ସମସ୍ତେ।...

ଅନନ୍ୟ ବିଚାରକ

ଅନନ୍ୟ ବିଚାରକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର, ଶାସ୍ତ୍ରୀୟ ଶିଳ୍ପୀ ସୋନାଲ ମାନ୍‌ସିଂ, ପୂର୍ବତନ ଏମ୍‌ପି ରାମ ଶକଲ ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବିଚାରକ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଫେସର ରାକେଶ ସିହ୍ନାଙ୍କୁ ୨୦୧୮ ଜୁଲାଇ ୧୪ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟ ସଭାକୁ ମନୋନୀତ କରିଛନ୍ତି। ପ୍ରତ୍ୟେକ ନିଜ କ୍ଷେତ୍ରରେ ଉତ୍ତମ ପାରଦର୍ଶିତା ଦେଖାଇ ସାରିଛନ୍ତି। ତେବେ ବିଚାରଗତ ଆଦର୍ଶ ଓ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ଲାଭ କରି ଚର୍ଚ୍ଚିତ ...

ଏଇ ଭାରତରେ

ଏଇ ଭାରତରେ

ସରକାରୀ ସ୍କୁଲର କେତେକ ଛାତ୍ର ଘରୋଇ ସ୍କୁଲ୍‌ମୁହଁା ହେଉଥିବା ବେଳେ ସେମାନଙ୍କୁ ଏଥିରୁ ନିବୃତ୍ତ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଏକ ଅଭିନବ ଉପାୟ ଆପଣାଇଛନ୍ତି। କର୍ନାଟକସ୍ଥିତ ମହୀଶୂର ଜିଲାର ନାଞ୍ଜାନଗୁଡ ତାଲୁକ ଅଧୀନ ଏକ ସରକାରୀ ସ୍କୁଲ କାନ୍ଥକୁ ଟ୍ରେନ୍‌ ଭଳି ଚିତ୍ରିତ କରାଯାଇଛି। ଏହାକୁ ଏକ ନୂଆ ରୂପ ଦେବାଦ୍ୱାରା ପିଲା ଓ ଅଭିଭାବକଙ୍କ ଦୃଷ୍ଟିଭଙ୍ଗୀ ବଦଳିଯିବ ବୋଲି ବ୍ଲକ୍‌ ଶିକ୍ଷା ଅଧିକାରୀ ଏମ୍‌. ନାରାୟଣ ପ୍ରକାଶ କରିଛନ୍ତି। ପ୍ରଥମରୁ ...

ବିହାରକୁ ରାସ୍ତା

ବିହାରକୁ ରାସ୍ତା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ଅଧ୍ୟକ୍ଷ ଥିବା ବିହାର କ୍ୟାଡର ଆଇଏଏସ୍‌ ଅଫିସର ଦୀପକ କୁମାରଙ୍କ ଡେପୁଟେଶନ ଅବଧି ପୂରା ହୋଇ ନ ଥିବାବେଳେ ତାଙ୍କୁ ନିଜ ରାଜ୍ୟ ବିହାରର ରାସ୍ତା ଦେଖାଇ ଦିଆଯିବା ଘଟଣାକୁ ନେଇ ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ଯେ, ତାଙ୍କୁ ହୁଏତ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କରାଯାଇପାରେ। ରାଜପଥଗୁଡ଼ିକୁ ନିଲାମ କରି ସେଥିରୁ ଟଙ୍କା ଛାଣିବାରେ ଏନ୍‌ଏଚ୍‌ଏଆଇ ବ୍ୟସ୍ତ ଥିବାବେଳେ ଦୀପକ କୁମାରଙ୍କ ବିଦାୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍‌ ଗଡ଼କରୀ ପୂର୍ବରୁ କହିଥିଲେ ଯେ, ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ସରକାର ୧୦୫ଟି ରାଜପଥକୁ ଟୋଲ ଫି ପାଇଁ ନିଲାମ କରିବା ମାଧ୍ୟମରେ ଟଙ୍କା ଆଦାୟ କରିବେ, ଯେଉଁଥିରୁ ଦେଢ଼ଲକ୍ଷ କୋଟି ଟଙ୍କା ଆଦାୟ ...

ଘୋଷଯାତ୍ରାର ଉଦ୍‌ଘୋଷଣ

ଘୋଷଯାତ୍ରାର ଉଦ୍‌ଘୋଷଣ

ଡ. ପ୍ରଫୁଲ୍ଲ କୁମାର ସାହୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ଆରାଧ୍ୟ ଦେବତା। ସେ ଏ ଜାତିର ସାଂସ୍କୃତିକ ଓ ରାଜନୈତିକ ଚିନ୍ତନର ସର୍ବମୟ କର୍ତ୍ତା। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତିଟି ସ୍ତରରେ, ପ୍ରତିଟି କାର୍ଯ୍ୟରେ ଓଡ଼ିଆ ଜାତି ଶ୍ରୀଜଗନ୍ନାଥଙ୍କୁ ଆଶ୍ରା କରିଛି ଏବଂ ତାଙ୍କରି ନାମରେ ନିଜକୁ ପରିଚିତ କରେଇଛି ବିଶ୍ୱ ଦରବାରରେ। ସେଥିପାଇଁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି କେଉଁ ସ୍ମରଣାତୀତ କାଳରୁ ଓଡ଼ିଶାର ଜନଜୀବନରେ ପ୍ରବାହିତ ହୋଇଛି ଏକ ସମନ୍ବୟାତ୍ମକ ସାଂସ୍କୃତିକ ସ୍ରୋତ। ଏ ସ୍ରୋତରେ ସମ୍ମିଳିତ ହୋଇଛି ମାନବ ସମାଜର ସଞ୍ଚତ୍ତ ଓ ପରୀକ୍ଷିତ ସକଳ ଦର୍ଶନତତ୍ତ୍ୱ। ସେ ତତ୍ତ୍ୱ କିନ୍ତୁ କୌଣସି ଦାର୍ଶନିକ ପ୍ରଜ୍ଞା ନୁହେଁ, ବରଂ ବ୍ୟକ୍ତି ତଥା ସମାଜ ଜୀବନର ଏକ ଦୃଷ୍ଟିକୋଣ; ଏକ ସାଂସ୍କୃତିକ ଅକଲବନ୍ଦୀ। ତା’ର ଉଦାର ଓ ମହାନ ଅନ୍ତଃପ୍ରେରଣାରେ ରହିଛି ମାନବଜାତିର ଜୀବନଚର୍ଯ୍ୟାକୁ ସରସ, ସୁନ୍ଦର ଓ ସୃଜନଶୀଳ କରି ଗଢିତୋଳିବା ନିମନ୍ତେ ଲୋକଶିକ୍ଷାର ବିସ୍ତୃତ ଅବତାରଣା।...

ଉତ୍କଳଘଣ୍ଟ କବି ଯଦୁମଣି

ଉତ୍କଳଘଣ୍ଟ କବି ଯଦୁମଣି

ଡ. ଉଦ୍ଧବ ଚରଣ ନାୟକ ଓଡିଶାରେ ଯଦୁମଣିଙ୍କୁ କିଏ ନ ଜାଣେ? ତାଙ୍କର ପୂରା ନାମ ଯଦୁମଣି ମହାପାତ୍ର। ସେ ଯେପରି ହାସ୍ୟରସିକ ଥିଲେ ସେହିପରି ଥିଲେ ଜଣେ ମହାନ୍‌ ଭକ୍ତକବି। ତାଙ୍କ ହାସ୍ୟରସିକତା ଥିଲା ବିଭୁଦତ୍ତ। ଷୋଳବର୍ଷ ବୟସରେ କବି ହେବାର ବାସନା ଜାଗ୍ରତ ହେଲା। ଗୁରୁଙ୍କ ଆଦେଶରେ ସେ କବିତ୍ୱ ଲାଭ କରିବା ପାଇଁ ଘୁମୁସର ରାଜ୍ୟ ବିଷ୍ଣୁଚକ୍ର ଗ୍ରାମର ପଞ୍ଚମୁଖ ଭଗବାନ କବିରାଜ ବାହିନୀପତିଙ୍କ ପାଖରେ ପହଞ୍ଚିଲେ। କବିରାଜେ ଦେଖିଲେ ପିଲାଟା ବ୍ରାହ୍ମଣ କୁଳରେ ଜନ୍ମ ନ ହେଲେ ମଧ୍ୟ ସଂସ୍କୃତ ଭାଷାରେ ଗଭୀର ଜ୍ଞାନ ଅର୍ଜନ କରିଛି। ଏଣୁ ସେ ଯଦୁମଣିଙ୍କ ମନସ୍କାମନା ପୂରଣ ନିମନ୍ତେ ଭଗବାନ ହୟଗ୍ରୀବଙ୍କ ପୂଜାକରି ହୟଗ୍ରୀବ ମନ୍ତ୍ରସାଧନା ନିମନ୍ତେ ଆଦେଶ ଦେଲେ। ...

ଏଇ ଭାରତରେ

ଏଇ ଭାରତରେ

ଗାଈ ଓ ବାଘ ମଧ୍ୟରେ ଖାଦ୍ୟ-ଖାଦକ ସମ୍ପର୍କ। ଗାଈ ତୃଣଭୋଜୀ ପ୍ରାଣୀ। ବାଘ ମାଂସାଶୀ। ବାଘ ଜଙ୍ଗଲର ଏକ ହିଂସ୍ର ତଥା ଶିକାରୀ ପ୍ରାଣୀ। ବାଘ ଗାଈକୁ ଆକ୍ରମଣ କରିବା ସ୍ବାଭାବିକ କଥା। କିନ୍ତୁ ଗାଈ ଆକ୍ରମଣରେ ଗୋଟିଏ ଚିତାବାଘ ମୃତ୍ୟୁବରଣ କରିବା ଆଶ୍ଚର୍ଯ୍ୟଜନକ ମନେହେଲେ ମଧ୍ୟ ସତ୍ୟ। ନିକଟରେ ଔରଙ୍ଗାବାଦ୍‌ସ୍ଥିତ ଗୌତଲା ବନ୍ୟପ୍ରାଣୀ ଅଭୟାରଣ୍ୟରେ ଏପରି ଏକ ବିପରୀତ ଘଟଣା ଘଟିଛି। ସୋମବାର ସକାଳେ ଗୌତଲାର ଭାମ୍ବରଓ୍ବାଡି ଶାଇଭରଠାରେ ଗୋଟିଏ ବାଛୁରୀକୁ ଚିତାବାଘ ଆକ୍ରମଣ କରି ମାରିଦେଇଥିଲା। ଏହା ଦେଖି ପଲେ ଗାଈ ଉକ୍ତ ବାଘକୁ ଘେରିଯାଇ ଏହା ଉପରେ ପାଲଟା ...

Model This Week

ରୂପେଶ