ବ୍ରହ୍ମପୁର

ବଢ଼ୁଛି ଗୋଲାପ ଫୁଲ ବେପାର

ବଢ଼ୁଛି ଗୋଲାପ ଫୁଲ ବେପାର
ବ୍ରହ୍ମପୁର ଅଫିସ,୩୦।୧୨- ରାତି ପାହିଲେ ନୂଆବର୍ଷ। କ୍ୟାଲେଣ୍ଡର୍‌ରେ ବଦଳିବ ତାରିଖ। ନୂଆବର୍ଷର ପ୍ରଥମ ଦିନକୁ ଆନନ୍ଦ ଉଲ୍ଲାସରେ ପାଳନ କରିବା ପାଇଁ ଏବେ ସବୁଆଡ଼େ ପ୍ରସ୍ତୁତି। ପ୍ରିୟଜନଙ୍କୁ ନୂଆବର୍ଷରେ ଫୁଲ ଉପହାର ଦେଇ ଶୁଭ ମନାସିବା ପାଇଁ ସମସ୍ତଙ୍କଠାରେ ଦେଖାଦେଇଥାଏ ଆଗ୍ରହ। ଗ୍ରାହକଙ୍କ ଆଗ୍ରହକୁ ଦେଖି ଏବେ ବଜାରରେ ଭଳିକି ଭଳି ସୁଗନ୍ଧିତ ଏବଂ ସୁନ୍ଦର ଫୁଲ ମିଳୁଛି। ହେଲେ ଡଚ୍‌ ଗୋଲାପ ପ୍ରତି ଦେଖାଦେଇଛି ଅହେତୁକ ଚାହିଦା। ଯେଉଁଥିପାଇଁ ବଜାରରେ ଏବେ ଗୋଲାପର ପସରା ଦେଖିବାକୁ ମିଳୁଛି। ଫୁଲଚାଷୀ ଏବଂ ବ୍ୟବସାୟୀମାନେ ମଧ୍ୟ ଖୁବ୍‌ ବ୍ୟସ୍ତ। ଏଥର ନୂଆବର୍ଷ ପାଳନ ଅବସରରେ ଗଞ୍ଜାମ ଜିଲାର ଚାଷୀମାନେ ପ୍ରାୟ ୭କୋଟି ଟଙ୍କାର କେବଳ ଡଚ୍‌ ଗୋଲାପ ବିକ୍ରି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ବଡ଼ଦିନଠାରୁ ଜାନୁୟାରୀ ପହିଲା ଭିତରେ ବ୍ୟବସାୟ ଭଲ ହେଉଥିବା ଯୋଗୁ ଚଳିତବର୍ଷ ଏହି ଲକ୍ଷ୍ୟ ରଖାଯାଇଛି।ଗଞ୍ଜାମ ଜିଲା ପୁଷ୍ପ ଉପତ୍ାଦକ ସଂଘ ସମ୍ପାଦକ ଶ୍ରୀଧର ବର୍ମାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାର ୪ଟି ଫାର୍ମ ଯଥା ପଞ୍ଚମା, ପାର୍ବତୀପୁର, କବିସୂର୍ଯ୍ୟନଗର ଏବଂ ପୁରୁଷୋତ୍ତମପୁରଠାରେ ସାଢ଼େ ୩ଏକର ଜାଗାରେ ଡଚ୍‌ ଗୋଲାପ ଚାଷ ହେଉଛି। ଗୋଲାପକୁ ଚାଷୀଙ୍କଠାରୁ ସଂଗ୍ରହ କରାଯାଇ ଆମ୍ବପୁଆ ଶୀତଳଭଣ୍ଡାରରେ ରଖାଯାଇଛି। ଏଠାରେ ପ୍ୟାକିଂ କରାଯାଇ ଭୁବନେଶ୍ୱର ପଠାଯାଉଛି। ଶନିବାର ୧୦ହଜାର ଗୋଚ୍ଛା ଗୋଲାପ ପଠାଯାଇଛି। ପ୍ରତ୍ୟେକ ଗୋଚ୍ଛାରେ ୨୦ଟି ଗୋଲାପ ରହୁଛି। ପ୍ରତ୍ୟେକ ଗୋଛାର ଦାମ୍‌ ୧୪୦ଟଙ୍କା ରଖାଯାଇଛି। ସେହିଭଳି ବ୍ରହ୍ମପୁର ବଜାରରେ ମଧ୍ୟ ବିକ୍ରି ପାଇଁ କେତେକ ଗୋଛା ରଖାଯାଇଛି। ପ୍ରାୟ ଏକ ସପ୍ତାହ ହେଲା ଦୈନିକ ଗୋଲାପ ଭୁବନେଶ୍ୱରକୁ ପଠାଯାଉଛି। ବଡ଼ଦିନଠାରୁ ନୂଆବର୍ଷ ପାଳନ ମଧ୍ୟରେ ପ୍ରାୟ ୭କୋଟି ଟଙ୍କାର ବ୍ୟବସାୟ ପାଇଁ ଲକ୍ଷ୍ୟ ରଖାଯାଇଛି। ବ୍ରହ୍ମପୁର ଅପେକ୍ଷା ଗୋଲାପର ଚାହିଦା ଭୁବନେଶ୍ୱରରେ ଅଧିକ ରହୁଛି। ସେଥିପାଇଁ ଭୁବନେଶ୍ୱର ବଜାରକୁ ଗୁରୁତ୍ୱ ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି।ଗଞ୍ଜାମ ଜିଲାର ଚାଷୀମାନେ ମୂଳତଃ ଧାନ ଚାଷ କରନ୍ତି। ଏଥିସହ ଜିଲାର କେତେକ ସ୍ଥାନରେ ଆଖୁ ଚାଷ ମଧ୍ୟ ହୋଇଥାଏ। କିନ୍ତୁ ପାରମ୍ପରିକ ଧାନ ଚାଷରୁ ସାମାନ୍ୟ ଦୂରେଇ ଯାଇ ଚାଷୀମାନେ ଏବେ ବିଭିନ୍ନ ପ୍ରକାର ଫୁଲର ଚାଷ ପାଇଁ ଆଗ୍ରହ ଦେଖାଉଛନ୍ତି। ସରକାର ମଧ୍ୟ ଏଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଋଣ ଠାରୁ ବଜାରରେ ବିକ୍ରି ଯାଏ ସରକାର ସବୁ ପ୍ରକାର ସାହାଯ୍ୟ କରୁଛନ୍ତି। ଯାହା ଚାଷୀଙ୍କୁ ଫୁଲ ଚାଷ ପ୍ରତି ଆକର୍ଷିତ କରୁଥିବା କୁହାଯାଉଛି।
All Right Reserved By

ବ୍ରହ୍ମପୁର

୩ ଦଫା ଦାବିରେ ଏବିଭିପିର ବିକ୍ଷୋଭ

୩ ଦଫା ଦାବିରେ ଏବିଭିପିର ବିକ୍ଷୋଭ

ଫୁଲବାଣୀ ଅଫିସ, ୨୨ା୧-ଦାରିଙ୍ଗବାଡିରେ ଜଣେ ଛାତ୍ରୀ ପିଲା ଜନ୍ମ କରିବା ଘଟଣା ଏବଂ ଦିନକୁ ଦିନ ଛାତ୍ରୀ ବଳାତ୍କାର ବଢ଼ିବା ପ୍ରତିବାଦରେ ଫୁଲବାଣୀରେ ସୋମବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

୮୫ ଅଭିଯୋଗ ଶୁଣିଲେ ଜିଲାପାଳ

୮୫ ଅଭିଯୋଗ ଶୁଣିଲେ ଜିଲାପାଳ

 ଆର.ଉଦୟଗିରି,୨୧ା୧(ଡି.ଏନ.ଏ.)-ନୂଆଗଡ଼ ବ୍ଲକର କିରାମା ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଅନୁପ ସାହା କିରାମା ଆଖପାଖ ଅଞ୍ଚଳର ୮୫ଟି ଅଭିଯୋଗ ଶୁଣିଥିଲେ। ସେଥିରୁ ୫୦ଟି ଗ୍ରାମ ସମସ୍ୟା, ୩୫ଟି ବ୍ୟକ୍ତିଗତ ମଧ୍ୟରୁ ୧୪ଟିର ସମାଧାନ ହୋଇଥିଲା।

ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ପରେ ସ୍ବାମୀଙ୍କ ଆତ୍ମହତ୍ୟା

ଶଙ୍କରାଖୋଲ,୨୨ା୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଟିକାବାଲି ଥାନା ଶଙ୍କରାଖୋଲ ନିକଟ ଗୁଡ୍ରିଗଁାରେ ସୋମବାର ପାରିବାରିକ କଳହକୁ କେନ୍ଦ୍ର କରି ଘଟିଛି ଏକ ଅଭାବନୀୟ ଘଟଣା। ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିବା ପରେ ସ୍ବାମୀ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଅରୁଣ କୁମାର ସାହୁ(୫୦)।

ଏଲ୍‌ଇଡି ଲାଇଟରେ ଚମକିବ ଆର୍‌ଓବି

ଏଲ୍‌ଇଡି ଲାଇଟରେ ଚମକିବ ଆର୍‌ଓବି

ବ୍ରହ୍ମପୁର ଅଫିସ,୨୨ା୧-ବ୍ରହ୍ମପୁରର ସୌନ୍ଦର୍ଯ୍ୟକରଣ ପାଇଁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି। ସହରର ସୌନ୍ଦର୍ଯ୍ୟ ତଥା ବିଦ୍ୟୁତ୍‌ ଶୁକ୍ଳ ହ୍ରାସ ପାଇଁ ୨୦୧୭ ନଭେମ୍ବର ୨୮ରୁ ସହରର ବିଦ୍ୟୁତ୍‌ ଖୁଣ୍ଟରେ ଏଲଇଡି ଲାଇଟ ଲଗାଯିବା କାର୍ଯ୍ୟ ଆରମ୍ଭ ହୋଇଥିଲା

ମାଓବାଦୀ ପୋଷ୍ଟର: ପ୍ରତିରୋଧ ଦିବସ, ଭାରତ ବନ୍ଦ ସଫଳ ପାଇଁ ଆହ୍ବାନ

ମାଓବାଦୀ ପୋଷ୍ଟର: ପ୍ରତିରୋଧ ଦିବସ, ଭାରତ ବନ୍ଦ ସଫଳ ପାଇଁ ଆହ୍ବାନ


ବାଲିଗୁଡା/ତୁମୁଡିବନ୍ଧ/(ଡି.ଏନ୍‌.ଏ.)-ଫୁଲବାଣୀ ଅଫିସ ,୨୧ା୧- କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳରେ ଗତ ୩ ଦିନ ହେଲା ମାଓବାଦୀ ପୋଷ୍ଟର ମରାଯାଉଥିବାରୁ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି।

୫ ବଖରା ଜଳିଗଲା, ଗୋରୁ ମୃତ

୫ ବଖରା ଜଳିଗଲା, ଗୋରୁ ମୃତ

ବୁଗୁଡ଼ା,୨୧।୧(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ କରସିଙ୍ଗି ପଞ୍ଚାୟତର ଗୁଡ଼ିସାହି ଓ ମଶାଣି ସାହିରେ ପୃଥକ୍‌ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ସହ ଗୋଟିଏ ଗୁହାଳ ଜଳିଯାଇଛି। ଗୁହାଳରେ ଥିବା ଗୋଟିଏ ଗୋରୁର ମୃତ୍ୟୁ ହୋଇଛି। ଉକ୍ତ ସାହିର ଅଭି ଗୌଡ଼ଙ୍କ ଗୁହାଳରେ ୨ ଗୋରୁ ଓ ଦୁଇ ଛେଳି ବନ୍ଧା ହୋଇଥିଲେ। କୌଣସି କାରଣରୁ ରବିବାର ରାତି ପ୍ରାୟ ୧୧ଟାରେ ଗୁହାଳରେ ଅଗ୍ନିକାଣ୍ଡ ଘଟି ଗୋଟିଏ

୧୬ ଲକ୍ଷ ୮୫ ହଜାର ଟଙ୍କା ଗାଏବ୍‌: ସରପଞ୍ଚଙ୍କ ନଁ।ରେ ଅଭିଯୋଗ

ପୁରୁଷୋତ୍ତମପୁର, ୨୧।୧(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ହାଣ୍ଡିଘର ପଞ୍ଚାୟତର ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନ ୧୬ ଲକ୍ଷ  ୮୫ ହଜାର ୧୨୦ ଟଙ୍କା ଗାଏବ୍‌ ହୋଇଯାଇଛି। ଏ ନେଇ  ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବରାଜ ମହାନ୍ତି ସୋମବାର ରାତିରେ ପୁରୁଷୋତ୍ତମପୁର ଥାନାରେ ସରପଞ୍ଚ ସୂର୍ଯ୍ୟନାରାୟଣ ଗୌଡ଼ଙ୍କ ନଁାରେ ଅଭିଯୋଗ କରିଛନ୍ତି।

ଦେଉଳିଆ, ବଡ଼ବନ୍ଧ ଉନ୍ନତୀକରଣ ପାଇଁ ଶିଳାନ୍ୟାସ

ଦେଉଳିଆ, ବଡ଼ବନ୍ଧ ଉନ୍ନତୀକରଣ ପାଇଁ ଶିଳାନ୍ୟାସ

ଗୋପାଳପୁର,୨୧।୧-ଜଳ ସମ୍ପଦ ବିଭାଗ ରଙ୍ଗେଇଲୁଣ୍ଡା ବ୍ଲକରେ ୨ଟି ବନ୍ଧର ଉନ୍ନତୀକରଣ ନିମନ୍ତେ ସୋମବାର ଶିଳାନ୍ୟାସ ସହ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି। ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷ ସୁବାସ ବେହେରା, ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସିଏଚ୍‌ ଉଷାରାଣୀ, ଉପାଧ୍ୟକ୍ଷ ଅଜିତ ଦାଶ ଯୋଗ ଦେଇଥିଲେ।

ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍‌ରେ ନିଯୁକ୍ତି ଦାବିରେ ଧାରଣା

ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍‌ରେ ନିଯୁକ୍ତି ଦାବିରେ ଧାରଣା

ଗଞ୍ଜାମ,୨୧।୧(ଡି.ଏନ.ଏ.)- ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଏହି ବ୍ଲକର କାଇଁଚପୁର ପଞ୍ଚାୟତର କଲ୍ୟାଣପୁର ଏବଂ ଜରାପଦର ଗ୍ରାମବାସୀ କମ୍ପାନୀ ପମ୍ପ ହାଉସଠାରେ ସୋମବାର ଧାରଣା ଦେବା ସହ କମ୍ପାନୀକୁ ଜଳ ଯୋଗାଣ ବନ୍ଦ କରି ଦେଇଥିଲେ। ଫଳରେ ଉପତ୍ାଦନ ଠପ୍‌ ହୋଇଯାଇଥିଲା।

ଏଡିଏମ୍‌ ଶୁଣିଲେ ୫୮୩ ଅଭିଯୋଗ

ଏଡିଏମ୍‌ ଶୁଣିଲେ ୫୮୩ ଅଭିଯୋଗ

ଭଞ୍ଜନଗର,୨୧।୧(ଡି.ଏନ.ଏ)- ପ୍ରତ୍ୟେକ ମାସ ତୃତୀୟ ସୋମବାର ଗଞ୍ଜାମ ଜିଲାପାଳ ଭଞ୍ଜନଗର ଆସି ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ସମୟ ଧାର୍ଯ୍ୟ ହୋଇଛି। କିନ୍ତୁ କାର୍ଯ୍ୟବ୍ୟସ୍ଥତା ଯୋଗୁ ଜିଲାପାଳ ସୋମବାର ଅଭିଯୋଗ ଶୁଣାଣିକୁ ଆସିପାରିନଥିଲେ। ତାଙ୍କ ସ୍ଥାନରେ ଏଡିଏମ୍‌ ବିଜୟ କୁମାର ଦାସ ଆସି ୫୮୩ ଅଭିଯୋଗର ଶୁଣାଣି କରିଥିଲେ। ଏନେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏଡିଏମ୍‌ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ଜଣଙ୍କୁ ୯ ହଜାର ଟଙ୍କା ଆର୍ଥୀକ ସହାୟତା ଯୋଗାଇ ଦେଇଥିଲେ। ଅଧିକାଂଶ ଅଭିଯୋଗ ଭତ୍ତା, କାଳିଆ ଯୋଜନା, ରାଶନକାର୍ଡ, ଇନ୍ଦିରା ଆବାସ ଉପରେ ଆସିଥିଲା। ଅଭିଯୋଗ ଶୁଣାଣି ସମୟରେ ଉପ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ଏସ୍‌ଡିପିଓ ଉତ୍କଳ କେଶରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ମଦ ବନ୍ଦ ପାଇଁ ଧାରଣା

ମଦ ବନ୍ଦ ପାଇଁ ଧାରଣା

ବ୍ରହ୍ମପୁର ଅଫିସ,୨୧।୧: ଓଡ଼ିଶାରେ ମଦ ବିକ୍ରି ବନ୍ଦ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ(ମୋନା)।

ମାସେ ଧରି ଚାଲିବ ଚୁନାଓ ପାଠଶାଳା

ମାସେ ଧରି ଚାଲିବ ଚୁନାଓ ପାଠଶାଳା

ଛତ୍ରପୁର, ୨୧।୧(ଡି.ଏନ.ଏ)-ଗଞ୍ଜାମ ଜ଼ିଲ୍ଲା  ରେ ହେବାକୁ ଥିବା ସାଧାରଣ ର୍ନିବାଚନ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ପହଁଚିଛି।