ବ୍ରହ୍ମପୁର

ଜିରୋ ନାଇଟ୍‌ ପାଳନକୁ ଅଗ୍ନିକାଣ୍ଡ ଡର

ଜିରୋ ନାଇଟ୍‌ ପାଳନକୁ ଅଗ୍ନିକାଣ୍ଡ ଡର
ବ୍ରହ୍ମପୁର ଅଫିସ,୩୦।୧୨-ନୂଆବର୍ଷ ପାଳନ ପାଇଁ ସବୁଆଡ଼େ ଉତ୍ସବର ମାହୋଲ୍‌। ଜିରୋ ନାଇଟ୍‌କୁ ନେଇ ଏବେ ସହରବାସୀଙ୍କ ମଧ୍ୟରେ ଦେଖାଦେଇଛି ଉକତ୍ଣ୍ଠା। ଅନେକ କ୍ଲବରେ ଜିରୋ ନାଇଟ୍‌ ପାଳନ ପାଇଁ ବ୍ୟବସ୍ଥା କରାଯାଇଛି। ତେବେ ଜିରୋ ନାଇଟ୍‌ ପାଳନ ଉପରେ ଦେଖାଦେଇଛି ଅଗ୍ନିକାଣ୍ଡ ଭୟ। ଗୁରୁବାର ରାତିରେ ବମ୍ବେର କମଲା ମିଲ୍‌ସ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡରେ ୧୪ଜଣଙ୍କ ମୃତ୍ୟୁ ଘଟିଥିଲା। ବ୍ରହ୍ମପୁରରେ ମଧ୍ୟ ଜିରୋ ନାଇଟ୍‌ ପାଳନ ହେଉଥିବା ସ୍ଥାନଗୁଡ଼ିକରେ ଅଗ୍ନିକାଣ୍ଡର ଭୟ ଦେଖାଦେଇଛି। ଏଣୁ ଶନିବାର ଆୟୋଜନସ୍ଥଳରେ ଅଗ୍ନିସୁରକ୍ଷା ଯାଞ୍ଚ କରାଯାଇଛି। ଅଗ୍ନିଶମ ଅଧିକାରୀ ଏମ୍‌. ଜଗା ରାଓଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବମ୍ବେରେ ଅଗ୍ନିକାଣ୍ଡ ପରେ ବ୍ରହ୍ମପୁରରେ ଅଗ୍ନି ନିରାପତ୍ତା ଯାଞ୍ଚ କରିବା ପାଇଁ ଡିଆଇଜିଙ୍କଠାରୁ ନିର୍ଦ୍ଦେଶ ଆସିଥିଲା। ବ୍ରହ୍ମପୁରର ୟୁନିୟନ୍‌ କ୍ଲବ, ମୋତି ହୋଟେଲ୍‌ ଏବଂ କନିଷିଠାରେ ଜିରୋ ନାଇଟ୍‌ ପାଳନ ହେଉଥିବା ସୂଚନା ମିଳିଥିଲା। ଏଣୁ ଏହି ତିନିଟି ଜାଗାରେ ଅଗ୍ନି ନିରାପତ୍ତା ଯାଞ୍ଚ କରାଯାଇଥିଲା। ଏହି ତିନିଟି ଭିତରୁ ୟୁନିୟନ୍‌ କ୍ଲବରେ ବଡ଼ ଆକାରରେ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ଯୋଗୁ ନିରାପତ୍ତାକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। କ୍ଲବ କର୍ତ୍ତୃପକ୍ଷ ଏକ ଦମକଳ ଗାଡ଼ି ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ତାଙ୍କୁ ଗାଡ଼ି ପ୍ରଦାନ କରାଯିବ। ଜିରୋ ନାଇଟ୍‌ ସମୟରେ କୌଣସି ଅଘଟଣ ଏଡ଼ାଇବା ପାଇଁ ବିଭାଗ ପ୍ରସ୍ତୁତ ଅଛି। ଶନିବାର ତାଙ୍କ ତତ୍ତ୍ୱାବଧାନରେ ୪ଟି ଟିମ୍‌ ଯାଞ୍ଚରେ ସାମିଲ୍‌ ଥିଲେ। ପ୍ରତ୍ୟେକ ଟିମ୍‌ରେ ଜଣେ ଫାୟାର୍‌ ଅଫିସର ଏବଂ ଦୁଇଜଣ ଫାୟାର୍‌ମ୍ୟାନ୍‌ ଥିଲେ ବୋଲି ଦକ୍ଷିଣାଞ୍ଚଳ ଅଗ୍ନିଶମ ଅଧିକାରୀ ଏମ୍‌. ଜଗା ରାଓ ସୂଚନା ଦେଇଛନ୍ତି।
All Right Reserved By

ବ୍ରହ୍ମପୁର

ଜି.ଉଦୟଗିରି ଦୁର୍ଗା ମଣ୍ଡପରେ ମହାଷ୍ଟମୀ ପୂଜା

ଜି.ଉଦୟଗିରି ଦୁର୍ଗା ମଣ୍ଡପରେ ମହାଷ୍ଟମୀ ପୂଜା

ଜି.ଉଦୟଗିରି,୧୭।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରିର ସର୍ବପୁରାତନ ବଜାର ଦୁର୍ଗା ପୂଜା ମଣ୍ଡପରେ ବୁଧବାର ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଆରମ୍ଭ ହୋଇଯାଇଛି।

କେରଳ ବନ୍ୟା ବିପନ୍ନଙ୍କୁ ପାଷ୍ଟର ସଂଘ ପକ୍ଷରୁ ସହାୟତା

ଦାରିଙ୍ଗବାଡ଼ି,୧୭।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପାଷ୍ଟର ସଂଘ ପକ୍ଷରୁ କେରଳ ବନ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପତ୍ତି କାଳୀନ ପାଣ୍ଠି ଜରିଆରେ ସଂଘ ପକ୍ଷରୁ ୫୧ ହଜାର ଟଙ୍କାର ସହାୟତା ରାଶି ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ପ୍ରଦାନ କରାଯାଇଥିବା  ପାଷ୍ଟର ସଂଘର ସଭାପତି ସୁନିଲ କୁମାର ପ୍ରାଧାନ କହିଛନ୍ତି ।

ବାଣଫୁଟି ଶିଶୁ ଗୁରୁତର

ବାଣଫୁଟି ଶିଶୁ ଗୁରୁତର

ଦିଗପହଣ୍ଡି/ପାଟପୁର,୧୭ା୧୦(ଡି.ଏନ୍‌.ଏ.) - ସାନଖେମୁଣ୍ଡି ବ୍ଲକ ସାତ ପେଣ୍ଠ ଗୋପାଳପୁର ଗ୍ରାମରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ବାଣଫୁଟି ଜଣେ ଶିଶୁ ଗୁରୁତର ହୋଇଛନ୍ତି। ସେ ହେଲେ ବାବୁଲା ଦାସଙ୍କ ପୁଅ ବାବୁସାନ। ସେ ସନ୍ଧ୍ୟାରେ ସାଙ୍ଗମାନଙ୍କ ସହ ଘର ସମ୍ମୁଖ ରାସ୍ତାରେ ଖେଳୁଥିଲେ। ସେଠାରେ ପଡ଼ିଥିବା ଏକ ଅଫୁଟା ବାଣରେ ନିଆଁା ଲଗାଇ ଦେବାରୁ ତାହା ଫୁଟିଥିଲା। ଏଥିରେ ତାଙ୍କର ୨ଟି ଆଖି ଓ ମୁହଁରେ ଗଭୀର କ୍ଷତ ହୋଇଛି। ସେ ଆଖି ଖୋଲିପାରୁ ନ ଥିବାବେଳେ ତାଙ୍କୁ ତୁରନ୍ତ ନିକଟସ୍ଥ ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। 

ରାଶନକାର୍ଡକୁ ନେଇ ଉତ୍ତେଜନା, ପଞ୍ଚାୟତ କାର୍ଯ୍ୟାଳୟରେ ତାଲା

ଜଗନ୍ନାଥପ୍ରସାଦ,୧୭ା୧୦- ସ୍ଥାନୀୟ କାଦୁଆ ପଞ୍ଚାୟତ କାର୍ଯ୍ୟାଳୟ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ରାଶନ ସାମଗ୍ରୀ ବଣ୍ଟନ ବେଳେ କାର୍ଡ ପାଇ ନ ଥିବା ଲୋକେ ହୋହଲ୍ଲା କରିଥିଲେ। ଫଳରେ ହିତାଧିକାରୀମାନେ ରାଶନ ନ ପାଇ ଫେରି ଯାଇଥିଲେ। ରାଶନ ବଣ୍ଟନ ଦାୟିତ୍ୱରେ ଥିବା ବରଗାଁ ଯୋଗାଣ ସହାୟକ ରଜନୀକାନ୍ତ ନାୟକ ଓ ପଞ୍ଚଭୂତି ଯୋଗାଣ ସହାୟକ ବିପିନ ପ୍ରଧାନଙ୍କୁ ଗୋଦାମ ଘର ଭିତରେ ରଖି ଉତ୍ତ୍ୟକ୍ତ ଲୋକେ ତାଲା ପକାଇ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ପ୍ରାୟ ୪ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ। ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନାରାୟଣ ସାହୁ, ବଜାର ନିରୀକ୍ଷକ ଜୟନ୍ତ କୁମାର ଦାଶ ପହଞ୍ଚତ୍ ବୁଝାଶୁଝା କରିଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଛାଡି ନ ଥିଲେ। ସେମାନେ ଆସି ଘଟଣା ସମ୍ପର୍କରେ ବିଡିଓଙ୍କୁ ଜଣାଇଥିଲେ। ଜଗନ୍ନାଥପ୍ରସାଦ ଏଏସ୍‌ଆଇ ଶିଶିର କୁମାର ପ୍ରଧାନ ପହଞ୍ଚତ୍ ଲୋକମାନଙ୍କୁ ବୁଝାଇବା ବେଳେ ପାଟିତୁଣ୍ଡ ହୋଇଥିଲା।

ରାଜନୈତିକ ଅଭିସନ୍ଧି ରଖି ରିଲିଫ ଦିଆଯାଉଥିବା ଅଭିଯୋଗ

ଛତ୍ରପୁର,୧୭ା୧୦(ଡି.ଏନ.ଏ)- ଗଞ୍ଜାମ ଜିଲାରେ ବାତ୍ୟା ପରେ ହୋଇଥିବା ବନ୍ୟାରେ ବହୁ ଲୋକ ପ୍ରଭାବିତ ହୋଇଛନ୍ତି। ଧାନ ଓ ଅନ୍ୟାନ୍ୟ ଫସଲ ବ୍ୟାପକ କ୍ଷତି ହୋଇଛି। ସେପଟେ ରାଜନୈତିକ ଅଭିସନ୍ଧି ରଖି ପ୍ରଶାସନ ରିଲିଫ ବଣ୍ଟନ କରୁଛି ା ସୋମବାର ଛତ୍ରପୁର ଓ ଗଞ୍ଜାମ ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ରାଜ୍ୟ ସିପିଆଇ ପକ୍ଷରୁ ଏପରି ଅଭିଯୋଗ କରାଯାଇଛି ା ଛତ୍ରପୁରସ୍ଥିତ ଲକ୍ଷ୍ମଣ ଭବନଠାରେ ସିପିଆଇ ପକ୍ଷରୁ ଅନୁଷ୍ଠିତ  ଖବରଦାତା ସମ୍ମିଳନୀରେ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ କହିଥିଲେ ଯେ, ସରକାର ଓ ପ୍ରଶାସନ ଆଗୁଆ ପ୍ରସ୍ତୁତ ରହିଥିଲେ ଲୋକେ ଅସୁବିଧାରେ ପଡ଼ି ନଥାନ୍ତେ।

ସରକାରଙ୍କ ଅପାରଗତା ପଦାରେ ପଡ଼ିଛି : ପିସିସି ସଭାପତି

ସରକାରଙ୍କ ଅପାରଗତା ପଦାରେ ପଡ଼ିଛି : ପିସିସି ସଭାପତି

ଦିଗପହଣ୍ଡି/ପାଟପୁର/ଆସିକା/ଶେରଗଡ଼/ପୁରୁଷୋତ୍ତମପୁର,୧୭ା୧୦(ଡି.ଏନ.ଏ.)- ବାତ୍ୟା ଓ ବନ୍ୟା ମୁକାବିଲାରେ ରାଜ୍ୟ ସରକାରଙ୍କ ଅପାରଗତା ପଦାରେ ପଡ଼ିଛି। ଜିରୋ କାଜୁଆଲିଟି ନାଁରେ ବାତ୍ୟା ବନ୍ୟା ବିଧ୍ୱସ୍ତ ଗଞ୍ଜାମ ଗଜପତି ଓ ରାୟଗଡ଼ା ଜିଲାର ବିପନ୍ନମାନଙ୍କୁ ମୁଖ୍ୟମନ୍ତ୍ରୀ ଉପହାସ କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ମଙ୍ଗଳବାର ପିସିସି ସଭାପତି ପଟ୍ଟନାୟକ ଓ ତାଙ୍କ ଟିମ ବାତ୍ୟା ଓ ବନ୍ୟା କ୍ଷତି ଅନୁଧ୍ୟାନ କରିବାକୁ ଗଞ୍ଜାମ ଜିଲାକୁ ଆସିଥିଲେ। ସେମାନେ ସାନଖେମୁଣ୍ଡି ଓ ଶେରଗଡ଼ ବ୍ଲକର ବିଭିନ୍ନ ଗ୍ରାମରେ କ୍ଷତିଗ୍ରସ୍ତଙ୍କୁ ଭେଟିବା ପରେ ଆସିକା ଓ ପୁରୁଷୋତ୍ତମପୁର ଏନଏସିକୁ ଯାଇଥିଲେ।

ତିତ୍‌ଲିରେ କନ୍ଧମାଳ ଜିଲାରେ ୩୫ କୋଟି ଟଙ୍କାର କ୍ଷୟକ୍ଷତି

ଫୁଲବାଣୀ ଅଫିସ, ୧୭ା୧୦- କନ୍ଧମାଳ ଜିଲାରେ ତିତ୍‌ଲି ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏ ସଂକ୍ରାନ୍ତରେ ଏକ ରିପୋର୍ଟ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଜିଲାରେ ମୋଟ ୩୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଏଥିରେ ଦର୍ଶାଯାଇଛି। ମାତ୍ର ଆକଳନ ଏ ପର୍ଯ୍ୟନ୍ତ ସରି ନ ଥିବା  କୁହାଯାଇଛି।   ପ୍ରାଥମିକ ଆକଳନ ଅନୁସାରେ, ଜିଲାରେ ୩ କୋଟି ୧୬ ଲକ୍ଷ ୮୩ ହଜାର ଟଙ୍କାର ଫସଲ ନଷ୍ଟ ହୋଇଥିବା ବେଳେ ୪୫ ଲକ୍ଷ ଟଙ୍କାର ଘର ଭାଙ୍ଗିଛି। ସେହିଭଳି ୧୫ କୋଟି ୩୯ ଲକ୍ଷ ୬ ହଜାର ଟଙ୍କାର ରାସ୍ତାଘାଟ, କଲଭର୍ଟ ଓ ପୋଲ ଭାଙ୍ଗିଛି। 

ଭାସିଗଲେ ଦେଢ଼ଶହ ଗୃହପାଳିତ ପ୍ରାଣୀ

ଭାସିଗଲେ ଦେଢ଼ଶହ ଗୃହପାଳିତ ପ୍ରାଣୀ

ବ୍ରହ୍ମପୁର ଅଫିସ୍‌,୧୭ା୧୦-ଭୟଙ୍କର ବାତ୍ୟା ତିତ୍‌ଲି ପରବର୍ତ୍ତୀ ବନ୍ୟା ଯୋଗୁ କେବଳ ମନୁଷ୍ୟମାନେ ପ୍ରଭାବିତ ହୋଇଛନ୍ତି ତାହା ନୁହଁ, ଜୀବ ଜଗତର ମଧ୍ୟ ଏହା ବ୍ୟାପକ କ୍ଷତି ଘଟାଇଛି। 
ବନ୍ୟା  ପ୍ରକୋପ ମଣିଷମାନଙ୍କ ସହ ଗୃହପାଳିତ ପଶୁମାନେ ମଧ୍ୟ ଭୋଗିଛନ୍ତି। ଶତାଧିକ ଗୃହପାଳିତ ପ୍ରାଣୀ ବନ୍ୟା ଯୋଗୁ ପ୍ରାଣ ହରାଇଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପଶୁମାନଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳୁଛି। ଅତର୍କିତ ବନ୍ୟା ଯୋଗୁ ଲୋକମାନେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ହେଲେ ଗୁହାଳରେ ଗୃହପାଳିତ ପଶୁ ବନ୍ଧା ହୋଇଥିଲେ। ଫଳରେ ବନ୍ୟା ପାଣିରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ କେତେକ ସ୍ଥାନରେ ଦୀର୍ଘ ଦିନ ଯାଏ ଖାଦ୍ୟ ନ ମିଳିବାରୁ ମଧ୍ୟ ଅନେକ ଗୃହପାଳିତ ପଶୁଙ୍କ ଜୀବନ ଚାଲିଯାଇଛି। ସମ୍ପ୍ରତି ବନ୍ୟା ପରେ ଗୃହପାଳିତ ପଶୁଙ୍କ ଚିକିତ୍ସାକୁ ବିଭାଗ ତରଫରୁ ଗୁରୁତ୍ୱ ଦିଆଯାଉଛି। ଅନ୍ୟପଟେ ଏନେଇ ରିପୋର୍ଟ ସ୍ବତନ୍ତ୍ର ରିଲିଫ୍‌ କମିଶନର୍‌ଙ୍କୁ ପ୍ରଦାନ କରାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା କ୍ଷତିପୂରଣ ବାବଦରେ କୌଣସି ଘୋଷଣା ହୋଇନାହିଁ।

 ଗଞ୍ଜାମରେ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଆରୋଗ୍ୟମ୍‌

ଗଞ୍ଜାମରେ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଆରୋଗ୍ୟମ୍‌

ବ୍ରହ୍ମପୁର ଅଫିସ,୧୭ା୧୦-କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ଭ୍ରାମ୍ୟମାଣ ଚିକିତ୍ସାକେନ୍ଦ୍ର ଆରୋଗ୍ୟମ୍‌ ଗଞ୍ଜାମ ଜିଲାରେ ପହଞ୍ଚତ୍ଛି। ତିତଲି ସାମୁଦ୍ରିକ ବାତ୍ୟା ଏବଂ ଏହାର ପ୍ରଭାବରେ ହୋଇଥିବା ବର୍ଷା ବିପତ୍ାତ ଓ ବନ୍ୟାଞ୍ଚଳ ଲୋକଙ୍କୁ ମାଗଣାରେ ଆବଶ୍ୟକ ସ୍ବାସ୍ଥ୍ୟସେବା ଯୋଗାଇବାର ବ୍ୟବସ୍ଥା ହୋଇଛି। ମଙ୍ଗଳବାର ବ୍ରହ୍ମପୁର ଗାନ୍ଧୀ ନଗର ଛକରେ ସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥଳରୁ ଦୁଇ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ରକୁ ଜିଲା ଭାଜପା ସଭାପତି କାହ୍ନୁ ଚରଣ ପତି ଓ ରାଜ୍ୟ ସମ୍ପାଦକ ବିଭୂତି ଜେନା ଶୁଭାରମ୍ଭ କରିଥିଲେ।

୧୯୯୯ ପ୍ରଥମ ପର୍ଯ୍ୟାୟ ମହାବାତ୍ୟାର ପୂରିଲା ୧୯ ବର୍ଷ

ବ୍ରହ୍ମପୁର ଅଫିସ,୧୭ା୧୦-ଗଞ୍ଜାମ ଜିଲାରେ ୧୯୯୯ ଅକ୍ଟୋବର ୧୭ ଓ ୧୮ ତାରିଖରେ ଘଟିଥିବା ପ୍ରଥମ ପର୍ଯ୍ୟାୟ ମହାବାତ୍ୟା (ସୁପର ସାଇକ୍ଲୋନ)ର ପୂରିଲା ୧୯ ବର୍ଷ। ସେହିଦିନ ଥିଲା ପାର୍ବଣ ପକ୍ଷର ମହାଷ୍ଟମୀ। ରାତିରେ ଆରମ୍ଭ ହୋଇଗଲା ସାମୁଦ୍ରିକ ଘୂର୍ଣ୍ଣିଝଡ଼। ୨୫୦ କି.ମି. ବେଗରେ ବୋହିଲା ପବନ। ବର୍ଷାର ପରିମାଣ ଥିଲା ୧୯୪.୭୨ ମିଲିମିଟର। ଜିଲାର ୨୨ ବ୍ଲକ, ୪୪୪ ପଞ୍ଚାୟତ, ୩୧୬୨ ରାଜସ୍ବ ଗ୍ରାମ, ବ୍ରହ୍ମପୁର ସମେତ ୧୮ ସହରାଞ୍ଚଳକୁ ଏହି ଭୟଙ୍କର ପ୍ରାକୃତିକ ଦୁର୍ବିପାକ ବିଶେଷ ପ୍ରଭାବିତ କରିଥିଲା। ଏହି ତାଣ୍ଡବରେ ୨ ଲକ୍ଷ ୭୧ ହଜାର ୮୨୨ ମଧ୍ୟମ ଓ କ୍ଷୁଦ୍ର ଚାଷୀ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲେ। 

ଗୋଷ୍ଠୀ ସଂଘର୍ଷ: ୨ ଆହତ, ୩  ଗିରଫ

ଗୋଷ୍ଠୀ ସଂଘର୍ଷ: ୨ ଆହତ, ୩ ଗିରଫ

ଆସିକା,୧୬।୧୦ (ଡି.ଏନ୍‌.ଏ.):  ଆସିକା ଥାନା ଗବନଳା ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ ରବିାର ସଂଘର୍ଷ ହୋଇଥିଲା ା ଏଥିରେ ଗୋଟିଏ ପକ୍ଷରୁ ଟୁନା ଗୌଡ ଓ  ଅନ୍ୟ ଗୋଷ୍ଠୀର ଗଣେଶ ପାତ୍ର ଆହତ ହୋଇଥିଲେ।  ଉଭୟେ ଆସିକା ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସୋମବାର ପରସ୍ପର ବିରୋଧରେ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି। ଗଣେଶଙ୍କ ଅଭିଯୋଗକ୍ରମେ ନଂ. ୩୨୧/୧୮ରେ ମାମଲା ରୁଜୁ କରାଯାଇ ଟୁନାଙ୍କୁ ଗିରଫ କରାଯାଇଛି।

ଅପରାଧ ସମୀକ୍ଷା କଲେ ଏସ୍‌ପି

ଅପରାଧ ସମୀକ୍ଷା କଲେ ଏସ୍‌ପି

ଛତ୍ରପୁର,୧୬।୧୦(ଡି.ଏନ.ଏ.):ଗଞ୍ଜାମ ପୋଲିସ ଜିଲା ଅଧୀନ ଛତ୍ରପୁର ଓ ପୁରୁଷୋତ୍ତମପୁର ଉପଖଣ୍ଡସ୍ତରୀୟ ଅପରାଧ ସମୀକ୍ଷା ବୈଠକ ମଙ୍ଗଳବାର ଛତ୍ରପୁରସ୍ଥିତ ଏସ୍‌ପିଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ବୈଠକରେ ଅଧ୍ୟକ୍ଷତା କରି ଉକ୍ତ ୨ ଉପଖଣ୍ଡ ଅଧୀନ ସମସ୍ତ ଥାନାର ଅପରାଧ ସମୀକ୍ଷା କରିଥିଲେ।