Dharitri News
ବ୍ରହ୍ମପୁର

ରାଜ୍ୟରେ ୫୦ ମାଜିଷ୍ଟ୍ରେଟ୍‌ କୋର୍ଟ ଖୋଲିବ: ମନ୍ତ୍ରୀ

ରାଜ୍ୟରେ ୫୦ ମାଜିଷ୍ଟ୍ରେଟ୍‌ କୋର୍ଟ ଖୋଲିବ: ମନ୍ତ୍ରୀ ବ୍ରହ୍ମପୁର ଅଫିସ,୩୦।୧୨- ନିଖିଳ ଓଡିଶା ଆଇନଜୀବୀ ସଂଘ (ଆଓଲା)ର ୪୬ତମ ରାଜ୍ୟ ବାର୍ଷିକ ସମ୍ମିଳନୀ ଶନିବାର ଉଦ୍‌ଯାପିତ ହୋଇଛି। ଦୁଇ ଦିନ ଧରି ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସମବାୟ ତଥା ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଯୋଗଦେଇ କହିଥିଲେ, ଦିନକୁ ଦିନ ମାମଲା ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଆଖି ଆଗରେ ରଖି ରାଜ୍ୟର ୫୦ଟି ମାଜିଷ୍ଟ୍ରେଟ୍‌ କୋର୍ଟ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କୋର୍ଟ ଗୁଡିକ ଆସନ୍ତା ୨୦୧୮ ଶେଷ ସୁଦ୍ଧା ଖୋଲିବ। ସମ୍ବଲପୁର ଓ ବ୍ରହ୍ମପୁରଠାରେ ଦୁଇଟି ଖାଉଟି ଅଦାଲତର ସ୍ଥାୟୀ ସର୍କିଟ ବେଞ୍ଚ ସ୍ଥାପନ ପାଇଁ କାର୍ଯ୍ୟ ଜାରି ରହିଛି। ଏହା ଅତିଶୀଘ୍ର ଖୋଲିଲେ ଖାଉଟି ସମ୍ବନ୍ଧୀୟ ବିଭିନ୍ନ ମାମଲାଗୁଡିକର ତୁରନ୍ତ ଫଇସଲା ହୋଇପାରିବ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଭାବେ କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ବାସୁଦେବ ପାଣିଗ୍ରାହୀ ଯୋଗ ଦେଇ କହିଥିଲେ, ମାଜିଷ୍ଟ୍ରେଟ୍‌ ଯେଉଁ ହାରରେ କାର୍ଯ୍ୟ କରୁଛନ୍ତି, ଦିନକୁ ଦିନ ସେହି ହାରରେ ମାମଲାଗୁଡିକ ବୃଦ୍ଧି ପାଉଛି। ତେଣୁ ରାଜ୍ୟ ସରକାର ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ସହିତ ଉପଯୁକ୍ତ ବିଚାରପତି ଓ କୋର୍ଟରେ ବିଭିନ୍ନ କର୍ମଚାରୀମାନଙ୍କୁ ନିଯୁକ୍ତ କରାଗଲେ ମାମଲାଗୁଡିକର ତୁରନ୍ତ ଫଇସଲା ହୋଇ ପାରିବ ବୋଲି ସେ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ସୁଧାଂଶୁ ଶେଖର ଦାସ ଯୋଗ ଦେଇ କହିଥିଲେ, ବିଶେଷ କରି ମାମଲାଗୁଡିକ ତଳ କୋର୍ଟ ଅର୍ଥାତ ଜିଲା ଓ ଉପଖଣ୍ଡ ସ୍ତରୀୟ କୋର୍ଟରେ ପୁଙ୍ଖାନୁପୁଙ୍ଖ ଫଇସଲା ହୋଇଥାଏ। ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଏହା ବିଳମ୍ବ ହୋଇଥାଏ ବୋଲି ସେ କହିଥିଲେ। ଶିଶିର ପାଢୀ କାର୍ଯ୍ୟକ୍ରମ ସଭାପତିତ୍ୱ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ନିରଞ୍ଜନ ନାୟକ, ପ୍ରଭାତ କୁମାର ମହାପାତ୍ର, ବାର କାଉନସିଲ ସଦସ୍ୟ ଦୀପକ ପଟ୍ଟନାୟକ, ବିଷ୍ଣୁ ମୋହନ, ଗଞ୍ଜାମ ଆଇନଜୀବୀ ସଂଘ ସଭାପତି ପି. ନରସିଂହ ପାତ୍ର, ଯୁଗ୍ମ ସମ୍ପାଦକ ମଦନ ମୋହନ ପାତ୍ର, ଉପସଭାନେତ୍ରୀ ମିନତି ରଥ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁରସ୍ଥିତ ପଦ୍ମପୁର କୋର୍ଟରେ କିଛି ଦିନ ପୂର୍ବରୁ ବିଚାରପତି ଓ ଆଇନବଜୀବୀମାନଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁ ଆଇନଜୀବୀ ମାନେ କୋର୍ଟ ବର୍ଜନ କରିବାରୁ ଉକ୍ତ କୋର୍ଟ ବନ୍ଦ ହୋଇ ରହିଛି। ତେଣୁ ଆଇନଜୀବୀଙ୍କ କୋର୍ଟ ବର୍ଜନ ନିଷ୍ପତ୍ତିକୁ ରାଜ୍ୟ ଆଇନଜୀବୀ ସଂଘ ସମର୍ଥନ ଜଣାଇଥିଲା। ଏହି ଅବସରରେ ଓଡିଶା ଆଇନଜୀବୀ ସଂଘର ଆସନ୍ତା ବର୍ଷ ବାର୍ଷିକ ସମ୍ମିଳନୀ ନୟାଗଡ ଜିଲାରେ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତେବେ ନୟାଗଡ ଜିଲା କୋର୍ଟ ୩୧ ଆଇନଜୀବୀଙ୍କ ସମେତ ସଭାପତି ଅମିୟ ପଟ୍ଟନାୟକ ଉପସ୍ଥିତ ଥିଲେ। ଶେଷରେ ଗଞ୍ଜାମ ଆଇନଜୀବୀ ସଂଘ ସମ୍ପାଦକ ପୀତବାସ ପଣ୍ଡା ଧନ୍ୟବାଦ ଦେଇଥିଲେ। ରାଜ୍ୟ ଆଇନଜୀବୀ ସଂଘ ମୁଖପାତ୍ର କରୁଣାକର ପାଣିଗ୍ରାହୀ ଆଇନଜୀବୀ ଓ ବିଚାରପତିମାନଙ୍କୁ ସାଧୁବାଦ ଜଣାଇଥିଲେ। ବିଭିନ୍ନ ୧୬୭ କୋର୍ଟର ୧ ହଜାରରୁ ଊର୍ଦ୍ଧ୍ୱ ଆଇନଜୀବୀ ଉପସ୍ଥିତ ଥିଲେ।

ବ୍ରହ୍ମପୁର

ମରାମତି ହେଉନି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ, କୁମ୍ଭାରମୁଣ୍ଡା ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ମରାମତି ହେଉନି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ, କୁମ୍ଭାରମୁଣ୍ଡା ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି,୨୩।୧(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ କୁମ୍ଭାରମୁଣ୍ଡାଠାରୁ ସୁଜାମାଜୁ ରାସ୍ତା ମରଣଜନ୍ତା ପାଲଟିଛି। ଉକ୍ତ ରାସ୍ତାରେ ଆଣ୍ଠୁଏ ଲେଖାଏ ଖାଲ ହୋଇଥିବାରୁ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଦୀର୍ଘଦିନ ହେଲା ରାସ୍ତାକୁ ମରାମତି କରାଯାଉ ନାହିଁ। ଏ ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି। ଏହା ପ୍ରତିବାଦରେ ମଙ୍ଗଳବାର କୁମ୍ଭାରପଡ଼ା ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ସିମନବାଡ଼ିଠାରୁ ବୁଡାଗୁଡ଼ା ଦେଇ ବାଲିଗୁଡ଼ା ଯିବା ରାସ୍ତାର କୁମ୍ଭାରମୁଣ୍ଡା ଛକଠାରେ ପ୍ରାୟ ୧ ଘଣ୍ଟା ଧରି ରାସ୍ତା ଅବରୋଧ କରାଯାଇଥିଲା।

ଫୋନରେ କଥା ହେବା ହେଲା କାଳ: ଦୁର୍ଘଟଣାରେ ମା’, ପୁଅ ମୃତ

ଫୋନରେ କଥା ହେବା ହେଲା କାଳ: ଦୁର୍ଘଟଣାରେ ମା’, ପୁଅ ମୃତ

ହିଞ୍ଜିଳିକାଟୁ, ୨୩।୧(ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ୫୯ନଂ ଜାତୀୟ ରାଜପଥ ନୂଆଁପଲ୍ଲୀଠାରେ ଏକ ସଡ଼କ ଦୁର୍ଘଟଣାରେ ମଙ୍ଗଳବାର ଅପରାହ୍ନରେ ମା ଓ ପୁଅଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ କଞ୍ଚୁରୁ ଗ୍ରାମର ଚନ୍ଦ୍ରମା ଦାସ(୫୦) ଓ ତାଙ୍କ ପୁଅ ଶିବ ଶଙ୍କର ଦାସ(୩୦)।

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳିତ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳିତ

ବ୍ରହ୍ମପୁର ଅଫିସ, ୨୩।୧: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ମହାନଗର ତରଫରୁ ପେଟ୍ରୋଲ ପମ୍ପ ଛକ ନିକଟରେ ମଙ୍ଗଳବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି।

୪୦୭ ଦୁର୍ଘଟଣାଗ୍ରସ୍ତ, ୫ ଆହତ

୪୦୭ ଦୁର୍ଘଟଣାଗ୍ରସ୍ତ, ୫ ଆହତ

କ. ନୂଆଗାଁ, ୨୨।୧- କନ୍ଧମାଳ ଜିଲା କ. ନୂଆ ଗାଁ ବ୍ଲକ ଅନ୍ତର୍ଗତ ଟିପିଡିଙ୍ଗିଆଠାରେ ସୋମବାର ୪୦୭ ଟ୍ରକ ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ପ୍ରକାଶ ଯେ ବାଲିଗୁଡାଠାରୁ ରାଇକିଆକୁ ହାଟ କରିବା ପାଇଁ ଟ୍ରକ (ନଂ. ଓଆରଏଫ-୩୧୨୧)ରେ ୭ ଜଣ ବ୍ୟବସାୟୀ ଯାଉଥିଲେ।

କବିସୂର୍ଯ୍ୟ ଜୟନ୍ତୀ: ଭୁଲିଗଲା ପ୍ରଶାସନ, ପାଳିଲେ ବୁଦ୍ଧିଜୀବୀ

କବିସୂର୍ଯ୍ୟ ଜୟନ୍ତୀ: ଭୁଲିଗଲା ପ୍ରଶାସନ, ପାଳିଲେ ବୁଦ୍ଧିଜୀବୀ

ଦିଗପହଣ୍ଡି,୨୨।୧(ଡି.ଏନ.ଏ.)- ପବିତ୍ର ବସନ୍ତ ପଞ୍ଚମୀ ତିଥିରେ ବଡ଼ଖେମୁଣ୍ଡି ମାଟିରେ ଜନ୍ମ ଗ୍ରହଣ କରିଥିବା କବିସୂର୍ଯ୍ୟ ବଳଦେବ ରଥଙ୍କୁ ଦିଗପହଣ୍ଡି ଏନଏସି ପ୍ରଶାସନ ସମ୍ପୂର୍ଣ୍ଣ ଭୁଲି ଯାଇଥିବା ଦେଖିବାକୁ ମିଳିଛି। କବିସୂର୍ଯ୍ୟଙ୍କ ସାହିତ୍ୟ କଳା କୃତି ପାଇଁ ଦିଗପହଣ୍ଡି ବିଶ୍ୱ ଦରବାରେ ସ୍ବତନ୍ତ୍ର ପରିଚୟ ହାସଲ କରିଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ମୃତିଚାରଣ ତ ଦୂରର କଥା ବଜାର ଛକଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳଟିଏ ମଧ୍ୟ ନ ପଡ଼ିବା ଦିଗପହଣ୍ଡିର ସାହିତି୍ୟକ ଓ ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି। କବିସୂର୍ଯ୍ୟ ପ୍ରାଥମିକ ବିଦ୍ୟାଳୟରେ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଆୟୋଜିତ ସ୍ମୃତି ସଭାରେ ଘଟଣା ନେଇ ଗଭୀର କ୍ଷୋଭ ପ୍ରକାଶ କରାଯାଇଛି।

୪୫୩ ଭୂତ ବିଦ୍ୟୁତ୍‌ ଉପଭୋକ୍ତା ଚିହ୍ନଟ

୪୫୩ ଭୂତ ବିଦ୍ୟୁତ୍‌ ଉପଭୋକ୍ତା ଚିହ୍ନଟ

ବେଗୁନିଆପଡ଼ା,୨୨।୧(ଡି.ଏନ.ଏ.)- କୋଦଳା ବିଦ୍ୟୁତ ଉପଖଣ୍ଡ ଅଞ୍ଚଳର ବିଭିନ୍ନ ଗ୍ରାମରୁ ବିଦ୍ୟୁତ ବିଭାଗ ଉପଭୋକ୍ତାଙ୍କଠାରୁ ବିଲ ଆଦାୟ ସମୟରେ ଅନେକ ଭୂତ ଉପଭୋକ୍ତା ଚିହ୍ନଟ ହୋଇଛନ୍ତି। ଏନେଇ ସୋମବାର ଏସ୍‌ଡିଓ ସୁକାନ୍ତ କୁମାର ଜେଠୀ ବେଗୁନିଆପଡ଼ା ସାଉଥ୍‌କୋ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଅଞ୍ଚଳର ମୋଟ ୨୯୧୩୦ ଉପଭୋକ୍ତା ଥିବା ବେଳେ ୨୬୮୩୬ ଜଣଙ୍କଠାରୁ ପ୍ରତ୍ୟେକ ମାସର ବିଲ ଆଦାୟ କରାଯାଉଛି।

୭ ଖେଳାଳିଙ୍କ ବାଙ୍ଗାଲୋର ଗସ୍ତ

୭ ଖେଳାଳିଙ୍କ ବାଙ୍ଗାଲୋର ଗସ୍ତ

ବ୍ରହ୍ମପୁର ଅଫିସ,୨୨।୧- ଆଇଏବିଏଫ ନୂଆଦିଲ୍ଲୀ ଦ୍ୱାରା ବାଙ୍ଗାଲାରରେ ଆୟୋଜିତ ହେବାକୁ ଥିବା ୬୦ତମ ସିନିୟର ଜାତୀୟ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତା ପାଇଁ ବକ୍ସିଂ ଓଡିଶା ପକ୍ଷରୁ ୭ଜଣ ଖେଳାଳି ସୋମବାର ବାଙ୍ଗାଲୋର ଯାତ୍ରା କରିଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ତନୁଜ ନାୟକ(୪୯କେଜି), ଗଣେଶ କୁମାର ଗୌଡ(୫୨କେଜି), ସନ୍ତୋଷ କୁମାର ବେହେରା(୬୦ କେଜି), ପୁରୀର ରାଜୁ ନାୟକ(୫୬କେଜି), ଭୁବନେଶ୍ୱରର ଆଲୋକ କୁମାର ମଲ୍ଲିକ(୬୪କେଜି) ସତ୍ୟଜିତ ବାହୁବଳେନ୍ଦ୍ର(୬୯କେଜି) ଏବଂ କଟକର ଧନଞ୍ଜୟ ବେଉରା ରହିଛନ୍ତି।

ଉପେନ୍ଦ୍ର ଭଞ୍ଜଙ୍କ ଉପରେ ଅଧିକ ଗବେଷଣା ଆବଶ୍ୟକ

ଉପେନ୍ଦ୍ର ଭଞ୍ଜଙ୍କ ଉପରେ ଅଧିକ ଗବେଷଣା ଆବଶ୍ୟକ

ଭଞ୍ଜନଗର,୨୨।୧(ଡି.ଏନ.ଏ.)-କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ସୋମବାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି ଭଞ୍ଜନଗର ନିକଟସ୍ଥ କୁଲାଡ଼ ଗ୍ରାମରେ। ଭଞ୍ଜନଗର ଏନଏସି ଓ ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ଷ୍ଟେଟ ବ୍ୟାଙ୍କ ଛକରେ ଭଞ୍ଜ ଜୟନ୍ତୀ ସମାରୋହ ସୋମବାର ଉଦ୍‌ଘାଟିତ ହୋଇଛି । ଦୁଇଦିନ ଧରି ଚାଲିବାକୁ ଏହି କାର୍ଯ୍ୟକ୍ରମକୁ ଭଞ୍ଜନଗର ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।

ରୋହିତ ହତ୍ୟା ମାମଲା, ୩ ଗିରଫ

ରୋହିତ ହତ୍ୟା ମାମଲା, ୩ ଗିରଫ

ପାଟପୁର,୨୨।୧(ଡି.ଏନ.ଏ.)- ପାଟପୁର ଥାନା ପି.ରାମଚନ୍ଦ୍ରପୁର ଗ୍ରାମରେ ୨ ତାରିଖ ରାତିରେ ହୋଇଥିବା ହତ୍ୟା ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପି.ରାମଚନ୍ଦ୍ରପୁରର ମୁଖ୍ୟ ଅଭିଯୁକ୍ତ ଚିତ୍ରସେନ ପ୍ରଧାନ, ବିଜୟ ପ୍ରଧାନ ଓ ସୁବୁଦ୍ଧି ପ୍ରଧାନ। ପ୍ରକାଶ ଯେ, ଗ୍ରାମର ରୋହିତ ବିଷୋୟୀ ଜଣେ ସମ୍ପର୍କୀୟଙ୍କ ଶୁଦ୍ଧକ୍ରିୟା ଭୋଜି ସାରି ଘରକୁ ଫେରୁଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତମାନେ ତାଙ୍କୁ ନିକଟସ୍ଥ ରାଇସ୍‌ ମିଲ୍‌କୁ ନେଇ ହତ୍ୟା କରିଥିଲେ। ଏନେଇ ମୃତ ରୋହିତଙ୍କ ଭାଇ ସୁରେନ୍ଦ୍ର ଥାନାରେ ଏତଲା ଦେବା ପରେ ପୋଲିସ କେସ ନଂ. ୨/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ରମେଶ କୁମାର ପ୍ରଧାନ ଜଣାଇଛନ୍ତି।

ଲୁଣ ଉତ୍ପାଦନକୁ ଦିଆଯାଉନି ଗୁରୁତ୍ୱ

ଲୁଣ ଉତ୍ପାଦନକୁ ଦିଆଯାଉନି ଗୁରୁତ୍ୱ

ଗଞ୍ଜାମ,୨୨।୧(ଡି.ଏନ.ଏ.)- ଲୁଣ ଉତ୍ପାଦନକୁ ଗୁରୁତ୍ୱ ଦିଆଯାଉନି। ତେଣୁ ସ୍ଥାନୀୟ ହୁମ୍ମା ଓ ଗଞ୍ଜାମ ଅଞ୍ଚଳର ଚାଷୀମାନେ ଲୁଣ ଚାଷରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଛନ୍ତି। ଅର୍ଦ୍ଧାଧିକ ଲୁଣଚାଷ ଜମି ଏବେ ପଡ଼ିଆ ପଡିଛି। ଏହି ଜମିରେ ଏବେ ଗୋରୁ ଚରୁଛନ୍ତି। ଗଞ୍ଜାମ ବ୍ଲକର ହୁମ୍ମା ସମେତ ଲକ୍ଷ୍ମୀପୁର, ଝାଡକୁଦା, ମୟୁରପଦା, ନୀଳାଦ୍ରିପୁର, ଖଟୁଆକୁଦା, କଣ୍ଟିଆଗଡ଼, ବିଞ୍ଚଣାପଲ୍ଲି, ପୁଇଁତୋଳା ଏବଂ ସୂର୍ଯ୍ୟ ନାରାୟଣପୁର ଗ୍ରାମର ଲୋକମାନେ ଅନ୍ୟାନ୍ୟ ଚାଷ ସହ ଲୁଣ ଚାଷ କରିଥାନ୍ତି। ସରକାରଙ୍କ ପକ୍ଷରୁ ଏନେଇ କୌଣସି ପ୍ରୋତ୍ସାହନ ମିଳୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଉନ୍ନତ ପଦ୍ଧତିରେ ଧାନ, ପନିପରିବା ଚାଷ ହେଉଥିବା ବେଳେ ଲୁଣ ପାଇଁ କୌଣସି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉନଥିବା ସ୍ଥାନୀୟ ଲୁଣ ଚାଷୀ ଅଭିଯୋଗ କରିଛନ୍ତି।

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ପୋଲସରା,୨୨।୧(ଡି.ଏନ.ଏ.)-ପୋଲସରା ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କୁ ସ୍ବାମୀ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତା ମହିଳା ହେଲେ କାମୁନୀ ପୋଲେଇ। ଏ ନେଇ କାମୁନୀଙ୍କ ଭାଇ ନାରାୟଣ ଜେନା ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତିକରି ସୋମବାର ପୋଲସରା ଥାନାରେ ନଂ. ୭/୧୮ରେ ମାମଲା ରୁଜୁ ହୋଇଛି। ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇବା ସହ ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖିଛି। ଘଟଣାର ତଦନ୍ତ ଚାଲିଛି ବୋଲି ତଦନ୍ତ ଅଧିକାରୀ ଏସଆଇ ମମତା ସାମନ୍ତରା ସୂଚନା ଦେଇଛନ୍ତି ।

କୃଷକ ସମ୍ପର୍କ ମେଳା

ବାଲିଗୁଡ଼ା,୨୨।୧ (ଡି.ଏନ୍‌.ଏ.)- ଜିଲା କୃଷି ଅଧିକାରୀଙ୍କ ପୌରହିତରେ ତୁମୁଡ଼ିବନ୍ଧ ବ୍ଲକ ସିର୍ଲାଠାରେ କୃଷକସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି ା ଏଥିରେ ଉପ ପ୍ରକଳ୍ପ ନିର୍ଦ୍ଦେଶକ ଫୁଲବାଣି ହେମନ୍ତ ଦାସ, ଜିଲା କୃଷି ଅଧିକାରୀ ବାଲିଗୁଡ଼ା କାମେଶ୍ୱର ମଳିକ, ସିର୍ଲା ସରପଞ୍ଚ ଓ ସମିତିସଭ୍ୟ, କୁର୍ତମଗଡ଼ ସରପଞ୍ଚ ପ୍ରମୁଖ ମଞ୍ଚସୀନ ଥିଲେ ଞ। କାର୍ଯ୍ୟକ୍ରମରେ କୃଷି ଏବଂ କୃଷକ ସମ୍ବନ୍ଧିତ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରାଯିବା ସହ କୃଷକମାନଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସହକାରୀ କୃଷି ଅଧିକାରୀ ବେଲଘର ସଞ୍ଜୟ କୁମାର ବାରିକ ଓ ଜ୍ୟୋତି ରଞ୍ଜନ ମିଶ୍ର ପରିଚାଳନା କରିଥିଲେ। ଏହି କୃଷକ ସମ୍ପର୍କ ମେଳାରେ ୩୦୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଚାଷୀ ଯୋଗଦେଇଥିଲେ।