ବ୍ରହ୍ମପୁର

ବ୍ରହ୍ମପୁରରେ ଲାଗିବ ୫ ଡିଜିଟାଲ ଟ୍ରାଫିକ୍‌ ସିଗ୍‌ନାଲ୍‌

ବ୍ରହ୍ମପୁରରେ ଲାଗିବ ୫ ଡିଜିଟାଲ ଟ୍ରାଫିକ୍‌ ସିଗ୍‌ନାଲ୍‌

ଛତ୍ରପୁର,୩୦।୧୨(ଡି.ଏନ.ଏ.)- ଗଞ୍ଜାମ ଜିଲା ସଡକ ସୁରକ୍ଷା କମିଟି ବୈଠକ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ବିନା ହେଲମେଟ୍‌ରେ ପେଟ୍ରୋଲ ଟାଙ୍କିରେ ତେଲ ଦେବା ଉପରେ କଟକଣା ରହିଛି। ଏହାକୁ ସଫଳତାର ସହ ରୂପାୟନ ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ସ୍କୁଲ ଓ କଲେଜଗୁଡିକୁ ଛାତ୍ରୀଛାତ୍ରମାନେ ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଳାଇ ଆସୁଛନ୍ତି। ଏହାକୁ ରୋକିବା ଲାଗି ସ୍କୁଲ ଓ କଲେଜଗୁଡିକୁ ଯାଇ ଯାଞ୍ଚ କରିବାକୁ କୁହାଯାଇଥିଲା। ଏଥିସହ ଅଭିଭାବକ କମିଟି ସହ ଏ ସମ୍ପର୍କରେ ଆଲେଚାନା କରିବାକୁ ସ୍କୁଲ ଓ କଲେଜକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଏହାଉପରେ ପଦକ୍ଷେପ ନିଆଯାଉ ନ ଥିବାରୁ ଜିଲାପାଳ ଉଦ୍‌ବେଗ ପ୍ରକାଶ କରିଥିଲେ। ଆବଶ୍ୟକ ପଡିଲେ ଖିଲାପି ସ୍କୁଲ ଓ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି ସହ ସେମାନଙ୍କ ପଞ୍ଜୀକରଣ ରଦ୍ଦ କରିବାକୁ ଜିଲାପାଳ କହିଥିଲେ। ସ୍କୁଲ ଓ କଲେଜରେ ସଚେତନତା କାର୍ଯ୍ୟକ୍ରମ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରତି ସ୍କୁଲରେ ପ୍ରତି ସପ୍ତାହରେ ସଡକ ସୁରକ୍ଷା ସମ୍ବନ୍ଧୀୟ କ୍ଲାସ କରିବାକୁ କୁହାଯାଇଥିଲା। ୪ ଚକିଆ ଯାନ ଚଳାଇବା ବେଳେ ସିଟ୍‌ ବେଲ୍ଟ ବାନ୍ଧିବାକୁ କୁହାଯାଇଛି। ଜିଲାର ବ୍ରହ୍ମପୁରର ମୁଖ୍ୟ ୫ଟି ଛକରେ ଡିଜିଟାଲ ଟ୍ରାଫିକ ସିଗ୍‌ନାଲ ଲଗାଇବାକୁ ପ୍ରସ୍ତାବରେ ଥିଲା। ଏଥିପାଇଁ ଅନୁଦାନ ଆସିଥିବା ଜିଲାପାଳ ବୈଠକରେ ସୂଚନା ଦେଇଥିଲେ। ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଏଥିପାଇଁ ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଆମ୍ବୁଲାନ୍ସ ରଖିବାକୁ ନିଷ୍ପତ୍ତି ହୋଇଥିଲା। ରାସ୍ତା ନିୟମ ନ ମାନି ଗାଡି ଚଳାଇଲେ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାକୁ ଜିଲାପାଳ କହିଥିଲେ। ବ୍ରହ୍ମପୁରର ବିଜୁ ପଟ୍ଟନାୟକ ରାସ୍ତା, ନଳବଣ୍ଟା ରାସ୍ତାର ଆପ୍ରୋଚ ରୋଡ, ରାମଚନ୍ଦ୍ରପୁର, ପିତ୍ତଳ, ଚେରମାରିଆ ଓ ଖଡଭାଗ ରାସ୍ତାରେ ଜବରଦଖଲ ରହିଛି ଏବଂ ସେଠାରେ ଟ୍ରାଫିକ ସମସ୍ୟା ଉପୁଜୁଥିବା ନେଇ ଆଲୋଚନା ହୋଇଥିଲା। ଆସନ୍ତା ୨ ମାସ ମଧ୍ୟରେ ଏନଏଚଆଇ ପକ୍ଷରୁ ବିଭିନ୍ନ ରାସ୍ତାର ମରାମତି କରିବ ବୋଲି କର୍ତ୍ତୃପକ୍ଷ ବୈଠକରେ କହିଥିଲେ। ୨୦୧୬ରେ ଜିଲାର ବିଭିନ୍ନ ସ୍ଥାନରେ ୫୨୯ ଦୁର୍ଘଟଣା ଘଟିଥିବା ବେଳେ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥରେ ୧୫୫, ରାଜ୍ୟ ରାଜପଥରେ ୬୨ ଏବଂ ଅନ୍ୟ ରାସ୍ତାରେ ୫୮ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦୧୭ ନଭେମ୍ବର ସୁଦ୍ଧା ୪୭୦ ଟି ଦୁର୍ଘଟଣା ଘଟିଛି। ଏଥିରେ ୨୫୫ ଜଣଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥରେ ୧୩୫, ରାଜ୍ୟ ରାଜପଥରେ ୭୩ ଏବଂ ଅନ୍ୟ ରାସ୍ତାରେ ୪୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଗତ ୨ ବର୍ଷ ମଧ୍ୟରେ ଦୁର୍ଘଟଣାରେ ୫୩୦ ଜଣଙ୍କ ମୃତ୍ୟୁ ଘଟିଛି। ଜିଲାର ବିଭିନ୍ନ ସ୍ଥାନରେ ୧୭ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ପ୍ରଶାସନ ପକ୍ଷରୁ ବ୍ଲାକ ସ୍ପଟ୍‌ ଚିହ୍ନଟ ହୋଇଛି। ସେଥିମଧ୍ୟରେ ସୋରଳ ଛକ, ଭୈରବୀ ମନ୍ଦିର ଛକ, ରଣ୍ଡା ଛକ, ମାୟାପାଟଣା ଛକ, ଚମାଖଣ୍ଡି-ସୀତାନଗର ଛକ, ଅନନ୍ତପୁର-ରଘୁନାଥପୁର ଛକ, ମାଣ୍ଡିଆପଲ୍ଲୀ-ଜଗନ୍ନାଥପୁର ଛକ, ନାଜିର ପେଟ୍ରୋଲ ଟାଙ୍କି ଛକ, ବାଟଛତ୍ରପୁର ଛକ, ପାଲିଆଛତ୍ରପୁରଠାରୁ ଢାବା ଛକ, ପୁଇଁତଳା ଛକ, ହୁମ୍ମା ଛକ, ଲଙ୍ଗଳେଶ୍ୱର ଛକ, ସାନଘାଟି ଛକ, ବଡ ଘାଟି, ଜହମି ଛକ ରହିଛି। ଏହି ବୈଠକରେ ଅତିରିକ୍ତ ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ, ବ୍ରହ୍ମପୁର ମହାନଗର ନିଗମର କମିଶନର ନିଖିଲ ପୱନ କଲ୍ୟାଣ, ଛତ୍ରପୁର ଉପଜିଲାପାଳ ସୁଧାକର ଶବର, ବ୍ରହ୍ମପୁର ଉପଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ମନୋଜ ବହେରା, ଆରଟିଓ ସଞ୍ଜୟ ବିଶ୍ୱାଳ, ଛତ୍ରପୁର ଏସଡିପିଓ ରମେଶ ଚନ୍ଦ୍ର ସେଠୀ, ବ୍ରହ୍ମପୁର ଡିଏସ୍‌ପି ଶାନ୍ତନୁ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ବ୍ରହ୍ମପୁର

ସାପ କାମୁଡ଼ାରେ ୨ ଯୁବକଙ୍କ  ମୃତ୍ୟୁ

ସାପ କାମୁଡ଼ାରେ ୨ ଯୁବକଙ୍କ ମୃତ୍ୟୁ

ପାତ୍ରପୁର(ଡି.ଏନ୍‌.ଏ.)/କବିସୂର୍ଯ୍ୟନଗର,୧୯।୭- ଗଞ୍ଜାମ ଜିଲାର ପାତ୍ରପୁର ଓ କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ସାପ କାମୁଡ଼ାରେ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ପାତ୍ରପୁର ଥାନା ମହାଦେଇପୁର ଗ୍ରାମର ଇନ୍ଦ୍ରମଣି ସେଠୀ ଓ କବିସୂର୍ଯ୍ୟନଗର ଥାନା ଓସିଙ୍ଗି ଗ୍ରାମର ସୁରଜ ରାଉତ। ଇନ୍ଦ୍ରମଣି ଘରେ ଶୋଇଥିବା ବେଳେ ସାପ କାମୁଡ଼ି ଦେଇଥିଲା।

୨୯୫ ଲିଟର ମଦ ଜବତ, ୭ ମହିଳା ଗିରଫ

୨୯୫ ଲିଟର ମଦ ଜବତ, ୭ ମହିଳା ଗିରଫ

ଦାରିଙ୍ଗବାଡ଼ି,୧୯।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୯୫ ଲିଟର ଦେଶୀ ମଦ ଜବତ କରାଛି। ବିପୁଳ ପରିମାଣର ମହୁଲ ପୋଚ୍‌କୁ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି।

ରାଜ୍ୟରେ ଖୋଲିବ ୬୪ ଇ-ମଣ୍ଡି: ସୂର୍ଯ୍ୟ ନାରାୟଣ ପାତ୍ର

ରାଜ୍ୟରେ ଖୋଲିବ ୬୪ ଇ-ମଣ୍ଡି: ସୂର୍ଯ୍ୟ ନାରାୟଣ ପାତ୍ର

ବ୍ରହ୍ମପୁର ଅଫିସ,୧୯।୭: ବ୍ରହ୍ମପୁର ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲରେ କୃଷି ଉତ୍ପାଦନ ବୃଦ୍ଧି ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ସର୍ବ ଭାରତୀୟ ଆଲୋଚନା ଚକ୍ର ଗୁରୁବାର ଆୟୋଜିତ ହୋଇଯାଇଛି।

ଅଙ୍ଗନଓ୍ବାଡି କେନ୍ଦ୍ରକୁ ରାସ୍ତା ନାହିଁ: ଜଙ୍ଗଲ ବୁଦାରେ ଯାତାୟାତ କରୁଛନ୍ତି ଶିଶୁ

ଅଙ୍ଗନଓ୍ବାଡି କେନ୍ଦ୍ରକୁ ରାସ୍ତା ନାହିଁ: ଜଙ୍ଗଲ ବୁଦାରେ ଯାତାୟାତ କରୁଛନ୍ତି ଶିଶୁ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୯।୭(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ଅଞ୍ଚଳ ବ୍ରାହ୍ମଣୀଗାଁର ୪ ନଂ. ଅଙ୍ଗନଓ୍ବାଡି କେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। କେନ୍ଦ୍ରରେ ୬ ଶିଶୁକନ୍ୟା ରହିଥିବା ବେଳେ ୫ ପୁଅ ରହିଛନ୍ତି। ମାତ୍ର କେନ୍ଦ୍ରକୁ ଯିବାଆସିବା ପାଇଁ ରାସ୍ତା ନାହିଁ।

ବ୍ରହ୍ମପୁର ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ବ୍ରହ୍ମପୁର ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ବ୍ରହ୍ମପୁର ଅଫିସ,୧୯।୭: ବିଭିନ୍ନ ଦାବିନେଇ ବ୍ରହ୍ମପୁର ଫାର୍ମାସୁଟିକାଲ ଓ୍ବାର୍କର୍ସ ୟୁନିୟନ ପକ୍ଷରୁ ଗୁରୁବାର ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏଥିରେ ବହୁ କର୍ମଚାରୀ ଭାଗ ନେଇଥିଲେ।

କଳିଙ୍ଗା ଘାଟିରେ ଟ୍ରକ୍‌ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

କଳିଙ୍ଗା ଘାଟିରେ ଟ୍ରକ୍‌ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

ଜି.ଉଦୟଗିରି,୧୯।୭(ଡି.ଏନ୍‌.ଏ.): ଜି.ଉଦୟଗିରି ଥାନା ଅଞ୍ଚଳା ‘କଳିଙ୍ଗା’ ଘାଟିରେ ଗୁରୁବାର ସକାଳେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍‌ଟି ଗାର୍ଡଓ୍ବାଲ୍‌ରେ ପିଟି ହୋଇଯିବା ଯୋଗୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି। ମୃତକ ବିହାର ଗୁରୁଓ୍ବା ଜିଲାର ରଘୁ ମଞ୍ଜ ବୋଲି ଜଣାପଡ଼ିଛି। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଅଲାରିଗଡ଼ ରଥଯାତ୍ରା: ଭକ୍ତିରସରେ ଭିଜିଲେ ଶ୍ରଦ୍ଧାଳୁ

ଅଲାରିଗଡ଼ ରଥଯାତ୍ରା: ଭକ୍ତିରସରେ ଭିଜିଲେ ଶ୍ରଦ୍ଧାଳୁ

ଶେରଗଡ଼,୧୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ସ୍ଥିତ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅଲାରିଗଡ଼ ରଥଯାତ୍ରା ଅବସରରେ ବୁଧବାର ରାତିରେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ କୁମାର ବାପି ଏବଂ ଅନ୍ୟମାନେ ଯୋଗଦେଇ ଶ୍ରଦ୍ଧାଳୁମାନଙ୍କୁ ଭକ୍ତିରସରେ ଭିଜାଇଥିଲେ।

ବିଜୟ ହାଇସ୍କୁଲ ପ୍ରତିଷ୍ଠା ଦିବସ ପାଳିତ

ବିଜୟ ହାଇସ୍କୁଲ ପ୍ରତିଷ୍ଠା ଦିବସ ପାଳିତ

ରାଇକିଆ,୧୯।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବିଜୟ ହାଇସ୍କୁଲର ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି। ଏଥିରେ ଅତିଥି ଭାବେ ରାଇକିଆ ସରପଞ୍ଚ ପଞ୍ଚୁ ପ୍ରଧାନ, ବିଇଓ ଅନ୍ତର୍ଯ୍ୟାମୀ ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜେଶ ପ୍ରଧାନ, ସମ୍ପାଦକ ଫାଦର ପ୍ରଦୋଷ ନାୟକ, ଅବସରପ୍ରାପ୍ତ ଶିକ୍ଷକ ବିଶ୍ବାମିତ୍ର ନାୟକ ପ୍ରମୁଖ ଯୋଗଦେଇ ଥିଲେ।

ପାରିବାରିକ କଳହ ନେଲା ଜୀବନ: ସାନଭାଇଙ୍କ ଆକ୍ରମଣରେ ବଡ଼ଭାଇ ମୃତ

ପାରିବାରିକ କଳହ ନେଲା ଜୀବନ: ସାନଭାଇଙ୍କ ଆକ୍ରମଣରେ ବଡ଼ଭାଇ ମୃତ

ଦିଗପହଣ୍ଡି,୧୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ପଦ୍ମପୁର ଗ୍ରାମରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ସାନଭାଇଙ୍କ ଆକ୍ରମଣରେ ବଡ଼ଭାଇଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ପଦ୍ମପୁର ଗ୍ରାମ ମଳିକ ସାହିର ନାଥ ମଳିକ।

ବିଦ୍ୟାଳୟ ଗେଟ୍‌ ପିଲାର ପଡି ୪ ଛାତ୍ରୀ ଗୁରୁତର

ବିଦ୍ୟାଳୟ ଗେଟ୍‌ ପିଲାର ପଡି ୪ ଛାତ୍ରୀ ଗୁରୁତର

ରାଇକିଆ,୧୯।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକରେ ଥିବା ମାଣିକେଶ୍ବର ପ୍ରାଥମିକ ବିଦ୍ୟାଳୟର ଗେଟ୍‌ ପିଲାର ପଡି ଗୁରୁବାର ୪ ଛାତ୍ରୀ ଗୁରୁତର ହୋଇଛନ୍ତି। ସକାଳ ୯.୩୦ରେ ଛାତ୍ରୀମାନେ ବିଦ୍ୟାଳୟ ଗେଟ୍‌ ଖୋଲି ପ୍ରବେଶ କଲା ବେଳେ ଏହି ଅଘଟଣ ଘଟିଥିଲା।

ବିଶ୍ରାମାଗାର ପାଲଟିଥିଲା ଅସାମାଜିକ ଆଡ୍ଡାସ୍ଥଳ: ଖବର ପ୍ରକାଶିତ ହେବା ପରେ ତତ୍ପରତା

ବିଶ୍ରାମାଗାର ପାଲଟିଥିଲା ଅସାମାଜିକ ଆଡ୍ଡାସ୍ଥଳ: ଖବର ପ୍ରକାଶିତ ହେବା ପରେ ତତ୍ପରତା

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୯।୭(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବା ସହ ଯାତ୍ରୀ ବିଶ୍ରମାଗାରଟି ଅସୁରକ୍ଷିତ ଭାବରେ ରହିଥିଲା। ଅଳିଆ ଆବର୍ଜନା ସହ ଖାଲି ମଦ ବୋତଲ, ଅଁଇଠା ଖଲିପତ୍ର ସବୁ ପଡ଼ି ପୁର୍ତ୍ତିମୟ ପରିସ୍ଥିତି ସୃଷ୍ଟି କରିଥିଲା। ଫଳରେ ର୍ଦୁଗନ୍ଧରେ ଯାତ୍ରୀ ହନ୍ତସନ୍ତ ହେଉଥିଲେ । ଏନେଇ ୧୭ ତାରିଖ ଦିନ ଦୈନିକ ଧରିତ୍ରୀରେ ଖବର ପ୍ରକାଶିତ ହେବା ପରେ ସ୍ଥାନୀୟ ସରପଞ୍ଚ ରମେଶ ମାଝୀ ଘଟଣାର ସତ୍ୟାସତ୍ୟ ଜାଣି ପଦକ୍ଷେପ ନେଇଛନ୍ତି ।

ଦାରିଙ୍ଗବାଡ଼ିରେ ଶିକ୍ଷା ବ୍ୟବସ୍ଥା ବାଟବଣା: ମଧ୍ୟାହ୍ନ ଭୋଜନ ପାଇଁ ଛାତ୍ର ବୋହିଲେ ଅଣ୍ଡା

ଦାରିଙ୍ଗବାଡ଼ିରେ ଶିକ୍ଷା ବ୍ୟବସ୍ଥା ବାଟବଣା: ମଧ୍ୟାହ୍ନ ଭୋଜନ ପାଇଁ ଛାତ୍ର ବୋହିଲେ ଅଣ୍ଡା

ଦାରିଙ୍ଗବାଡ଼ି,୧୯।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକ୍ରମ କରାଯାଉଛି । ସେହିପରି ‘ସମସ୍ତେ ପଢ଼ିବେ ସମସ୍ତେ ଗଢ଼ିବେ ଶ୍ରେଷ୍ଠ ହେବେ’ ଏହି ନାରା ସରକାରଙ୍କ ପକ୍ଷରୁ ଦିଆଯାଇଛି । କିନ୍ତୁ ଉକ୍ତ ବ୍ଳକ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିନାହିଁ । ବ୍ଲକର ବ୍ରାହ୍ମଣୀଗାଁ ବଜାର ମଧ୍ୟରେ ବିଦ୍ୟାଳୟ ୟୁନିଫର୍ମରେ ଦୁଇଜଣ ଛାତ୍ର ଅଣ୍ଡା ବୋହି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।

Model This Week

ରୂପେଶ