Dharitri News
ବ୍ରହ୍ମପୁର

ବିବାହିତା ମହିଳାଙ୍କୁ ହତ୍ୟା ଘଟଣା, ୧୦ ଦିନ ପରେ ହତ୍ୟାକାରୀ ଗିରଫ

ବିବାହିତା ମହିଳାଙ୍କୁ ହତ୍ୟା ଘଟଣା, ୧୦ ଦିନ ପରେ ହତ୍ୟାକାରୀ ଗିରଫ ଜି.ଉଦୟଗିରି,୩୦।୧୨(ଡି.ଏନ.ଏ.)- କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ବତିଙ୍ଗିଆ ନେଡ଼ିନାଯୁରେ ଗତ ୨୦ ତାରିଖରେ ହାସିନା ପ୍ରଧାନଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଥିଲା। ଏ ନେଇ ତାଙ୍କ ବଡ଼ ଯା’ ମନସ୍ବିନୀ ପ୍ରଧାନ ଥାନାରେ ଏତଲା ଦେଇଥିଲେ। ଏହି ଘଟଣାରେ ପୋଲିସ ଶନିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ନେଡିନାଯୁର ଅମୃତଲାଲ ନାୟକ ଓରଫ ବୁଟୁ (୩୧)। ତାଙ୍କୁ ଜି.ଉଦୟଗିରି ନିକଟସ୍ଥ କନବାଗିରି ଠାରୁ ଶନିବାର ପୋଲିସ ଗିରଫ କରିବା ସହ ତାଙ୍କ ସୂଚନା ପ୍ରକାରେ ରକ୍ତଭିଜା ଫୁଲପ୍ୟାଣ୍ଟ ଓ ହତ୍ୟାରେ ବ୍ୟବହୃତ ରକ୍ତ ଲାଗିଥିବା ହାତୁଡ଼ିକୁ ମଧ୍ୟ ପୋଲିସ ଜବତ କରିଛି। ଅଭିଯୁକ୍ତ ଅମୃତଲାଲ ୧୯ ତାରିଖ ମଧ୍ୟ ରାତିରେ ହାସିନାଙ୍କ ଘରେ ପ୍ରବେଶ କରିଥିଲେ। ସେଠାରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ଅଭିଯୁକ୍ତ ଏକ ହାତୁଡ଼ିରେ ହାସିନାଙ୍କ ମୁଣ୍ଡକୁ ପିଟିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହକୁ ନେଇ ରୋଷେଇ ଘର ଭିତରେ କିରୋସିନି ଢ଼ାଳି ନିଅଁା ଲଗାଇ ଦେଇଥିଲେ ଅଭିଯୁକ୍ତ। ଘଟଣା ଘଟାଇ ବୁଧବାର ସକାଳୁ ସେ ଫେରାର ହୋଇଯାଇଥିଲେ ବୋଲି ସାକ୍ଷୀମାନଙ୍କ ସମ୍ମୁଖରେ ପୋଲିସ ନିକଟରେ ଅମୃତଲାଲ ସ୍ବୀକାର କରିଥିବା ଏସ୍‌ଡିପିଓ ଇତିକାନ୍ତ ମହାପାତ୍ର କହିଛନ୍ତି। ପ୍ରକାଶ ଯେ, ବୁଧବାର ସକାଳେ ହାସିନାଙ୍କ ଘରୁ ଧୁଆଁ ବାହାରୁ ଥିବା ଦେଖି ଗାଁ ଲୋକେ ସେଠାରେ ରୁଣ୍ଡ ହୋଇଥିଲେ। ଘରେ ହାସିନାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ଲୋକେ ଦେଖିଥିଲେ। ଖବର ପାଇ ପୋଲିସ ପହଞ୍ଚତ୍ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା। ହାସିନାଙ୍କ ଘର ଆଗରେ ରକ୍ତଛିଟା ପଡ଼ିଥିବା ଓ ମୃତଦେହ ନିକଟରୁ ରକ୍ତ ଲାଗିଥିବା ଏକ ଠେଙ୍ଗା ପୋଲିସ ଜବତ କରିଥିଲା। ହାସିନାଙ୍କୁ ହତ୍ୟା ପରେ ପୋଡି ଦେବାକୁ ଉଦ୍ୟମ କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। ହାସିନାଙ୍କ ବଡ଼ ଯା’ ମନସ୍ବିନୀଙ୍କ ଏତଲାକ୍ରମେ ନଂ.୯୨/୧୭ରେ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିଲା। ଅଭିଯୁକ୍ତ ଅମୃତଲାଲ ପୂର୍ବରୁ ଏକ ଆପରାଧୀକ ମାମଲାରେ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ବାଲିଗୁଡ଼ା ଜେଲରେ ରହି ୮ ମାସ ତଳେ ଜେଲରୁ ଖଲାସ ହୋଇ ଆସିଥିଲେ।

ବ୍ରହ୍ମପୁର

ସ୍ତ୍ରୀ କଲେ ସ୍ବାମୀଙ୍କ ଚକ୍ଷୁଦାନ

ବ୍ରହ୍ମପୁର ଅଫିସ୍‌,୧୭।୧- ବଡ଼ପୁଅ ଜନ୍ମରୁ ଦୃଷ୍ଟିହୀନ। ଜଣେ ଦୃଷ୍ଟିହୀନ ପୁଅର ଯନତ୍ ନେବାରେ ମା’ ବାପା ଅନେକ ଦୁଃଖକଷ୍ଟ ସହିଥିଲେ। ତଥାପି ଲାଳନପାଳନରେ କୌଣସି ଅବହେଳା କରି ନ ଥିଲେ। ଚାହୁଁଥିଲେ, ଯେଉଁ କଷ୍ଟ ତାଙ୍କ ପୁଅ ପାଉଛନ୍ତି, ସେଭଳି କଷ୍ଟ ଆଉ କେହି ନ ପାଆନ୍ତୁ। ସେଥିପାଇଁ ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କ ଚକ୍ଷୁଦାନ କରିଦେଲେ ସ୍ତ୍ରୀ।ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ନିକଟସ୍ଥ ଇଦୁପୁରମ ଗ୍ରାମର ଏନ୍‌. ଧର୍ମା ରାଜୁଙ୍କ ବୁଧବାର ସକାଳ ପ୍ରାୟ ୬ଟାରେ ମୃତ୍ୟୁ ଘଟିଥିଲା।

ବିଏମ୍‌ସିରେ ପ୍ରଥମ ପର୍ଯ୍ୟାୟ ସର୍ଭେ ଆରମ୍ଭ, ତଥ୍ୟ ସଂଗ୍ରହ କଲେ ଦଳ

ବିଏମ୍‌ସିରେ ପ୍ରଥମ ପର୍ଯ୍ୟାୟ ସର୍ଭେ ଆରମ୍ଭ, ତଥ୍ୟ ସଂଗ୍ରହ କଲେ ଦଳ

ବ୍ରହ୍ମପୁର ଅଫିସ,୧୭ା୧- ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସ୍ବଚ୍ଛ ଭାରତ ମିଶନ ଅଭିଯାନରେ ସ୍ବଚ୍ଛ ସର୍ବେକ୍ଷଣ-୨୦୧୮ ସର୍ଭେ ଜାନୁୟାରୀ ୪ରୁ ସମଗ୍ର ଦେଶରେ ଆରମ୍ଭ ହୋଇଥିବାବେଳେ ବୁଧବାରଠାରୁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ରେ ଏହି ସର୍ବେକ୍ଷଣ ପାଇଁ ପ୍ରଥମ ପର୍ଯ୍ୟାୟ ସର୍ଭେ ଆରମ୍ଭ ହୋଇଯାଇଛି। ଦିଲ୍ଲୀର କାର୍ବି ବେସରକାରୀ ସ୍ବେଚ୍ଛାସେବୀ ସଂସ୍ଥା(ଏନଜିଓ)ର ଏକ ଦୁଇ ଜଣିଆ ପ୍ରତିନିଧି ଦଳ ବିଶ୍ୱନାଥ ରଣା ଓ ରବୀନ୍ଦ୍ର ଜେନା ବିଏମ୍‌ସି କାର୍ଯ୍ୟାଳୟରେ ପହଞ୍ଚି ସର୍ଭେ କରିଥିଲେ। ଦୁଇଦିନ ଧରି ସେମାନେ ବିଏମ୍‌ସିର ସ୍ବଚ୍ଛତା ତଥା ପରିମଳ ସମ୍ପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରିବେ। ତେବେ ପ୍ରତିନିଧି ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସର୍ବେକ୍ଷଣର ପ୍ରଥମ ଦିନରେ ସହରରୁ ବାହାରୁଥିବା ଆବର୍ଜନା ସଂଗ୍ରହ ନେଇ ସର୍ବେକ୍ଷଣରେ ରହିଥିବା ବିଭିନ୍ନ ପ୍ରଶ୍ନର ତଥ୍ୟକୁ ଦଳ ସଂଗ୍ରହ କରିଛି।

ପୂର୍ବତନ ମେୟରଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ଘଟଣା,୧୦ ଅଟକ, ଚାଲିଛି ପଚରାଉଚରା

ବ୍ରହ୍ମପୁର ଅଫିସ,୧୭।୧- ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ପୂର୍ବତନ ମେୟର ତଥା ଭାଜପା ନେତା ଶିବଶଙ୍କର ଦାସ ଓରଫ ପିଣ୍ଟୁଙ୍କ ଗାଡ଼ି ଉପରକୁ ଗୁରୁବାର ହୋଇଥିବା ଗୁଳି ମାଡ ଘଟଣାର ତଦନ୍ତ କରୁଛି ପୋଲିସ। ସନ୍ଦେହରେ ବଡବଜାର ଥାନା ପୋଲିସ ମଙ୍ଗଳବାର ରାତିରେ ୧୦ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି। ଅଧିକ ପଚରା ଉଚରା ପାଇଁ ବୁଧବାର ସେମାନଙ୍କୁ ସହର ବାହାରକୁ ନିଆଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ଡକାୟତି ଯୋଜନା ପଣ୍ଡ, ୫ ଗିରଫ

ଡକାୟତି ଯୋଜନା ପଣ୍ଡ, ୫ ଗିରଫ

ବ୍ରହ୍ମପୁର ଅଫିସ,୧୭।୧- ସ୍ଥାନୀୟ ସୁରଜ ବିହାର ଚତୁର୍ଥ ଗଳିରେ ମଙ୍ଗଳବାର ରାତିରେ କିଛି ଯୁବକ ଡକାୟତି ପାଇଁ ଯୋଜନା କରୁଥିବା ଖବର ପାଇ ଟାଉନ ଥାନାଧିକାରୀ ନୀହାର ରଞ୍ଜନ ପ୍ରଧାନ ସଦଳବଳ ସେଠାରେ ଚଢାଉ କରିଥିଲା।

ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌:୮ ଗିରଫ

ବ୍ରହ୍ମପୁର ଅଫିସ,୧୭।୧: କମାପଲ୍ଲୀ ଓଭରବ୍ରିଜ ନିକଟସ୍ଥ ପୂର୍ତ୍ତ ଡାକବଙ୍ଗଳା ପାଖରେ ମଙ୍ଗଳବାର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ପରେ ମାର୍‌ପିଟ୍‌ ହେଉଥିବା ଖବର ପାଇ ବୈଦ୍ୟନାଥପୁର ଥାନା ପୋଲିସ ସେଠାରେ ଚଢାଉ କରିଥିଲା। ଚଢାଉ ବେଳେ ସେଠାରୁ ଉଭୟ ଗୋଷ୍ଠୀରୁ ୮ ଜଣଙ୍କୁ ଗିରଫ କରାଯାଇଛି।

କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ଦାବି

କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ଦାବି

ବ୍ରହ୍ମପୁର ଅଫିସ,୧୭।୧- ଭଗବାନଙ୍କ ସୃଷ୍ଟିରେ ସମସ୍ତେ ସମାନ। ସେ ପୁରୁଷ ହୁଅନ୍ତୁ, ମହିଳା ଅବା ତୃତୀୟ ଲିଙ୍ଗ(କିନ୍ନର)। ତେବେ ସେମାନଙ୍କ ଅଧିକାର, ସୁରକ୍ଷା ତଥା ସରକାରୀ ସୁବିଧା ସୁଯୋଗ ସେମାନଙ୍କୁ ଯୋଗାଇ ଦିଆଯିବା ସହିତ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିବ। ଏଥିପାଇଁ ଲୋକଙ୍କ ମନରେ ଥିବା ଧାରଣାକୁ ପରିବର୍ତ୍ତନ କରିବାକୁ ପଡିବ ବୋଲି ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ପକ୍ଷରୁ କୁହାଯାଇଛି।

ଅବହେଳିତ ବାଲି ଲୋକନାଥ ପୀଠ

ଅବହେଳିତ ବାଲି ଲୋକନାଥ ପୀଠ

ଗଞ୍ଜାମ,୧୭।୧(ଡି.ଏନ.ଏ.)- ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତର ମାଳୀ ଜଗନ୍ନାଥପୁର ଠାରେ ପ୍ରସିଦ୍ଧ ବାଲି ଲୋକନାଥ ପୀଠ ଅବସ୍ଥିତ। ଗ୍ରାମର ବୟୋଜ୍ୟୋଷ୍ଠ ବ୍ୟକ୍ତିଙ୍କ କହିବା ଅନୁସାରେ ଏହି ମନ୍ଦିର ପ୍ରାୟ ଦେଢ ହଜାର ବର୍ଷ ପୁରୁଣା। ଋଷିକୁଲ୍ୟା ନଦୀ ଠାରୁ ୧୫୦ ମିଟର ପୂର୍ବ ଏବଂ ପଶ୍ଚିମରେ ଝାଉଁ ଜଙ୍ଗଲ ମଧ୍ୟରେ ଏହି ଶୈବପୀଠ ଥିବା ହେତୁ ବର୍ଷସାରା ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ବିଶେଷକରି କାର୍ତ୍ତିକମାସର ପ୍ରତି ସୋମବାର, ଶିବରାତ୍ରୀ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଦିନ ଏଠାରେ ଯାତ୍ରା ଅନୁଷ୍ଠିତ ହେଉଥିବା ମନ୍ଦିର ପୂଜକ ଦିବାକର ତ୍ରିପାଠୀ ସୂଚନା ଦେଇଛନ୍ତି।

ମୁକୁନ୍ଦପୁରରେ ମିଳିମିଳା ଆତଙ୍କ

ମୁକୁନ୍ଦପୁରରେ ମିଳିମିଳା ଆତଙ୍କ

ପାତ୍ରପୁର, ୧୭।୧ (ଡି.ଏନ୍‌.ଏ.)- ପାତ୍ରପର ବ୍ଲକ ଖାରିଆଗୁଡ଼ା ପଞ୍ଚାୟତର ମୁକୁନ୍ଦପୁର ଗ୍ରାମରେ ମିଳିମିଳାରେ ଗତ ଦଶଦିନରେ ପ୍ରାୟ ୨୦ରୁ ଉର୍ଦ୍ଧ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଏଭଳି ସ୍ଥଳେ କୌଣସି ବିକଳ୍ପ ନଥାଇ ଝଡ଼ାଫୁଙ୍କାର ଆଶ୍ରୟ ନେଇଛନ୍ତି ଆକ୍ରାନ୍ତଙ୍କ ପରିବାର। ଆକ୍ରାନ୍ତମାନେ ହେଲେ ଗ୍ରାମର ଓମ୍‌ ବାଡ଼ିତ୍ୟା(୪), ମାମିନି ବାଡ଼ତ୍ୟା(୨), ରୁଦ୍ର କୁଣ୍ଡ(୧), ଲିଖା କୁଣ୍ଡ(୩), ବିଷ୍ଣୁ କୁଣ୍ଡ(୧୬), ଲିଜା କୁଣ୍ଡ(୫), ପୁଜା କୁଣ୍ଡ(୭), ନାରାୟଣ ସାହୁ(୫) ପ୍ରମୁଖ। ଏନେଇ ଗ୍ରାମରେ ଆତଙ୍କ ଖେଳି ଯାଇଥିବାବେଳେ ସମ୍ପୃକ୍ତ ପରିବାର ଏବେ ଚେରମୂଳି ଓ ଝଡ଼ାଫୁଙ୍କାର ଆଶ୍ରୟ ନେଇଛନ୍ତି।

 ମୋରମ ଚାଲାଣ: ୩ଟ୍ରାକ୍ଟର ସହ ଜେସିବି ମେଶିନ ଜବତ

ମୋରମ ଚାଲାଣ: ୩ଟ୍ରାକ୍ଟର ସହ ଜେସିବି ମେଶିନ ଜବତ

ପାଟପୁର,୧୭।୧(ଡି.ଏନ.ଏ.)-ସାନଖେମୁଣ୍ଡି ତହସିଲ ନୂଆଗଡ଼ ପାହାଡ଼ରୁ ବେଆଇନ ଭାବେ ମୋରମ ଚାଲାଣ ହେଉଥିବା ବେଳେ ବୁଧବାର ତହସିଲଦାର ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା ଘଟଣାସ୍ଥଳରେ ପହଞ୍ଚତ୍ ୩ଟି ମୋରମ ବୋଝେଇ ଟ୍ରାକ୍ଟର ସହ ମୋରମ ଖନନ କରୁଥିବା ଜେସିବି ମେଶିନକୁ ଜବତ କରିଛନ୍ତି । ଜବତ ଟ୍ରାକ୍ଟର ଓ ଜେସିବିକୁ ତହସିଲରେ ରଖାଯାଇଛି । ଖବର ଲେଖା ହେବା ସୁଦ୍ଧା କୌଣସି ଜରିମାନା ଆଦାୟ ହୋଇ ନ ଥିବା ଜଣାପଡ଼ିଛି ।

ନିର୍ବାଚନ ପୂର୍ବରୁ  ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ନିର୍ବାଚନ ପୂର୍ବରୁ ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ଶେରଗଡ,୧୭।୧(ଡି.ଏନ୍‌.ଏ.)- ଶେରଗଡ ବ୍ଲକର ୩ପଞ୍ଚାୟତରେ ୧୯ ତାରିଖରେ ନିର୍ବାଚନ ହେବ। ବ୍ରାହ୍ମଣଛାଇ ପଞ୍ଚାୟତରେ ବୁଧବାର ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୁବାସ ଚନ୍ଦ୍ର ପଣ୍ଡା, ଶେରଗଡ ତହସିଲଦାର ସମ୍ବିତ କୁମାର ଗଡନାୟକ, ହିଞ୍ଜିଳି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଏସ୍‌ଆଇ ଦିପ୍ତି ବେହେରା, ଏଏସ୍‌ଆଇ ରଞ୍ଜନ ବିଷୋୟୀ, ଗୋଲକ ପଲେଇ, ରାଘବ ପରିଡାଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ଗ୍ରାମରେ ଫ୍ଲାଗମାର୍ଚ୍ଚ କରିଥିଲେ। ବ୍ରାହ୍ମଣଛାଇରେ ୧୯ ତାରିଖରେ ସରପଞ୍ଚ, ସମିତିସଭ୍ୟ, ଜିଲା ପରିଷଦ ଓ ୧୨ ଟି ଓାର୍ଡର ଓ୍ବାର୍ଡସଭ୍ୟ ପାଇଁ ନିର୍ବାଚନ ହେବ। ଗତ ନିର୍ବାଚନରେ ରାଜନୈତିକ ହିଂସାକାଣ୍ଡ ଘଟି ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁପରେ ଏଠାରେ ନିର୍ବାଚନ ବନ୍ଦ ରହିଥିଲା।

ବ୍ଲକ କର୍ମଚାରୀ କହି ସୁନା ଅଳଙ୍କାର ଠକେଇ

ଦିଗପହଣ୍ଡି/ଭୀଷ୍ମଗିରି,୧୭।୧(ଡି.ଏନ.ଏ.)- ନିଜକୁ ଦିଗପହଣ୍ଡି ବ୍ଲକର କର୍ମଚାରୀ କହି ଜଣେ ଅଚିହ୍ନା ବ୍ୟକ୍ତି ସୁନା ଅଳଙ୍କାର ଠକି ନେଇଛନ୍ତି। ଏଭଳି ଅଭିଯୋଗ ଆସିଛି ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାର୍ସିବନ୍ଧ ଗ୍ରାମରୁ। ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଜଣେ ଅଚିହ୍ନାବ୍ୟକ୍ତି ଏକ ବାଇକରେ ପହଞ୍ଚତ୍ଥିଲେ ଫାର୍ସିବନ୍ଧ ଗ୍ରାମରେ। ପୂର୍ବରୁ ହୋଇଥିବା ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଚିହ୍ନଟ ହୋଇଥିବା ଦିବ୍ୟାଙ୍ଗ ଶିଶୁ ଓ ମାତା ପିତାଙ୍କ ତାଲିକା ଧରି ଗ୍ରାମବାସୀଙ୍କୁ ବିଭିନ୍ନ ବିଷୟରେ ପଚାରିଥିଲେ।

ଟ୍ରେନ୍‌ ଧକ୍କାରେ ଯୁବକ ଗୁରୁତର

ବେଗୁନିଆପଡା,୧୭।୧ (ଡି.ଏନ୍‌.ଏ.)- ହରିଦ୍ୱାର କାମ କରିବାକୁ ଯାଇଥିବା ଜଣେ ଯୁବକ ଝାନ୍‌ସୀ ଷ୍ଟେଶନରେ ଟ୍ରେନ୍‌ରୁ ଖସିପଡି ଗୁରୁତର ହୋଇଥିଲେ। ଫେସ୍‌ବୁକ୍‌ରୁ ତଥ୍ୟ ପାଇ ତାଙ୍କୁ କାମ କରିବାକୁ ନେଇଥିବା ଠିକାଦାର ଉଦ୍ଧାର କରିଛନ୍ତି। କୋଦଳା ଥାନା ଚନ୍ଦନପୁର ପଞ୍ଚାୟତ ମୁଣ୍ଡୁଳାର ବଇଁଶି ବେହେରାଙ୍କ ୩ ପୁଅ ହାମିଶି, ଧୋବା ଓ ଗୁରା ଜଣେ ଠିକାଦାରଙ୍କ ସହ କାମ କରିବାକୁ ୫ ଦିନ ତଳେ ହରିଦ୍ୱାର ଯାଇଥିଲେ।