ବ୍ରହ୍ମପୁର

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା, ୧୭ ଗିରଫ, ଏକାଧିକ ଫେରାର

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା, ୧୭ ଗିରଫ, ଏକାଧିକ ଫେରାର

ଦାରିଙ୍ଗବାଡ଼ି,୩୦।୧୨(ଡି.ଏନ.ଏ.)- ଦାରିଙ୍ଗବାଡ଼ି ଥାନା ବାଡାବାଙ୍ଗାରେ ଗୁଣିଗାରେଡ଼ି ସନ୍ଦେହରେ ଶୁକ୍ରବାର ସୁବାସ ଚନ୍ଦ୍ର ମାଝିଙ୍କୁ ପିଟି ହତ୍ୟା ଓ ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ପୋଡ଼ି ଦିଆଯିବା ଘଟଣାରେ ପୋଲିସ ଦୁଇଟି ପର୍ଯ୍ୟାୟରେ ୧୭ଜଣଙ୍କୁ ଗିରଫ କରିଛି। ଏଥି ସହ ଅଧାପୋଡ଼ା ମୃତଦେହ ପରୀକ୍ଷା ପାଇଁ ବ୍ରହ୍ମପୁର ଫରେନସିକ୍‌ ଲାବୋରେଟୋରିକୁ ପଠାଇଛି। ଏଥିରେ ଜଣେ ନାବାଳକଙ୍କ ସମେତ ଗ୍ରାମର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶ୍ରବଣ ପ୍ରଧାନ, ପିଣ୍ଟୁ ପ୍ରଧାନ, ସାଗର ମାଝି, ରିଣ୍ଟୁ ପ୍ରଧାନ, କୁନାଳ ପ୍ରଧାନ, ରାଧାକାନ୍ତ ପ୍ରଧାନ, ଶ୍ରୀକାନ୍ତ ପ୍ରଧାନ, ମୁନାଳ ପ୍ରଧାନ, ଜୋନେସ ପ୍ରଧାନ, ବଣ୍ଟି ମାଝି, ଗୁଡୁ ପ୍ରଧାନ, ରଞ୍ଜିତ ମାଝି, ଉତ୍ତମ ମାଝି, ରୋହିତ ପ୍ରଧାନ, ଜୟନ୍ତ ପ୍ରଧାନ ଓ ସରୋଜ ରାଉତଙ୍କୁ ଗିରଫ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଚନ୍ଦ୍ରିକା ସ୍ବାଇଁ କହିଛନ୍ତି। ତଦନ୍ତ ଚାଲିଛି ଏଥିରେ ଆହୁରି ସମ୍ପୃକ୍ତ ରହିଛନ୍ତି, ଖୁବ୍‌ ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ। ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ସେପଟେ ବାଡବାଙ୍ଗା ପୁରୁଷଶୂନ୍ୟ ହୋଇଯାଇଛି।ଗିରଫ ଭୟରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ପୋଲିସ ସନ୍ଦେହ କରିଛି। ସୂଚନାଯୋଗ୍ୟ, ବାଡାବାଙ୍ଗା ବଡ଼ସାହିର ସୁବାସଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ଲୋକେ ପୂର୍ବରୁ ଗାଳିଗୁଲଜ କରିବା ସହ ତାଙ୍କୁ ଏକ ପ୍ରକାର ବାସନ୍ଦ କରିଥିଲେ। ଗ୍ରାମବାସୀଙ୍କ ଏଭଳି ଦୁର୍ବବ୍ୟହାର ଯୋଗୁ ଭୟରେ ସୁବାସ ଗ୍ରାମରେ ନ ରହି ଅନ୍ୟତ୍ର ରହୁଥିଲେ। ଗତ ୩ ଦିନ ତଳେ ସେ ଗ୍ରାମକୁ ଫେରିଥିଲେ। ପୁଣି ଗ୍ରାମରେ ଗୁଣିଗାରେଡ଼ି କରିବା ଆଶଙ୍କାରେ ତାଙ୍କୁ କେତେକ ଲୋକ ଗାଳିଗୁଲଜ କରିବା ସହ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ତାଙ୍କୁ ଗୁରୁବାର ସନ୍ଧ୍ୟାରେ ଗ୍ରାମର କେତେକ ଲୋକ ଘରୁ ଡାକିନେଇ ନିସ୍ତୁକ ପିଟିଥିଲେ।ସେ ଗୁରୁତର ହୋଇପଡିଥିଲେ। ପତ୍ନୀ ଏକାକି ଥିବାରୁ ତାଙ୍କର ଚିକିତ୍ସା କରାଇବାକୁ ଡାକ୍ତରଖାନାକୁ ନେଇପାରିନଥିଲେ। ଫଳରେ ସୁବାସଙ୍କର ଶୁକ୍ରବାର ସକାଳେ ମୃତ୍ୟୁ ଘଟିଥିଲା।ପତ୍ନୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ହତ୍ୟା ମାମଲା ନଂ. ୧୨୩/୧୭ରେ ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।

All Right Reserved By

Model This Week

ନିକିତା

ବ୍ରହ୍ମପୁର

ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନାକୁ ନେଇ ଥମୁନି ବିବାଦ

ପାତ୍ରପୁର,୨୩ ।୪ (ଡି.ଏନ୍‌.ଏ.) ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତ ଜିଲୁଣ୍ଡା ଭୈରବୀ ଚାଞ୍ଚଡ଼ା ପାହାଡ଼ ଉପରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରର ମାଲିକାନା ଓ ପରିଚାଳନା କମିଟିକୁ ନେଇ ବିବାଦ ଘନଉଛି । ଜରଡ଼ା ଗଡ଼ର ରାଜା ଦୀପକ ଚନ୍ଦ୍ର ଦେଓ ଉକ୍ତ ମନ୍ଦିରକୁ ନିଜ ପିତୃପୁରୁଷ ନିର୍ମାଣ କରିଛନ୍ତି ବୋଲି ଦାବି କରିବା ସହ ମନ୍ଦିର ପରିଚାଳନା କମିଟି ଗଠନକୁ ବେଆଇନ ଦର୍ଶାଇଛନ୍ତି।

ପୂର୍ବତଟ ରେଳ ଶ୍ରମିକ କଂଗ୍ରେସ କର୍ମଚାରୀଙ୍କ ଧାରଣା

ପୂର୍ବତଟ ରେଳ ଶ୍ରମିକ କଂଗ୍ରେସ କର୍ମଚାରୀଙ୍କ ଧାରଣା

ବ୍ରହ୍ମପୁର ଅଫିସ,୨୩।୪-ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ବ୍ରହ୍ମପୁର ଶାଖା ପକ୍ଷରୁ ୧୮ ଦଫା ଦାବି ନେଇ ବ୍ରହ୍ମପୁର ରେଳଷ୍ଟେଶନ ମୁଖ୍ୟଫାଟକ ନିକଟରେ ଧାରଣା ଦିଆଯାଇଥିଲା। ଦାବିଗୁଡିକ ମଧ୍ୟରେ ୨୦୦୪ରୁ ରେଳ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରାଯାଇଥିବା ଜାତୀୟ ପେନସନ ବ୍ୟବସ୍ଥାକୁ ଉଠାଇ ପୁରାତନ ପେନସନ ବ୍ୟବସ୍ଥା ଲାଗୁ କରାଯିବା, ରେଳ ବିଭାଗରେ ଘରୋଇକରଣ ଓ ଆଉଟସୋର୍ସିଂ ବନ୍ଦ କରିବା, ରେଳ ବିଭାଗରେ ଖାଲିଥିବା ପଦବୀ ପୂରଣ କରିବା, ଗ୍ରେଡ-୨ ଓ ଗ୍ରେଡ-୧ ଟେକ୍ନିସିଆନ ପଦବୀକୁ ମିଶ୍ରଣ କରିବା, ଷଷ୍ଠ ସେଣ୍ଟ୍ରାଲ ପେ କମିଶନରେ ଲାଗୁ ହୋଇଥିବା ଗ୍ରେଡ ପେ ବୃଦ୍ଧି କରିବା, ଗ୍ରୁପ-ସି କର୍ମଚାରୀଙ୍କୁ ପଦୋନ୍ନତି ପ୍ରଦାନ କରି ଗ୍ରୁପ-ବି ପଦବୀରେ ଅବସ୍ଥାପିତ କରିବା ପ୍ରଭୃତି ରହିଛି।

ଭାଜପାର ଦାବିପତ୍ର

ବାଲିଗୁଡା,୨୩।୪(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ଭାଜପା ପକ୍ଷରୁ ସୋମବାର ହକ୍‌ର ଲଢେଇ ପାଇଁ ଲଟ୍‌କା ଜାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବାଲିଗୁଡ଼ା ପୂର୍ତ୍ତ ବିଭାଗ ଛକଠାରେ ଭାଜପା କର୍ମୀମାନେ ଏକାଠି ହୋଇ ଏକ ଶୋଭାଯାତ୍ରାରେ ଏନଏସି କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ର୍ରଦାନ କରାଯାଇଛି।

 ସ୍ବତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ସ୍ବତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ଚିକିଟି,୨୩।୪(ଡି.ଏନ.ଏ)-ଚିକିଟି ବ୍ଲକ ଅନ୍ତର୍ଗତ କତୁରୁ ଗ୍ରାମରେ ସୋମବାର ଜିଲାସ୍ତରୀୟ ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସଦାନନ୍ଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ସେ କହିଥିଲେ, ଜନ୍ମରୁ ୨ ବର୍ଷ ବୟସ ପର୍ଯ୍ୟନ୍ତ ଯେଉଁ ଶିଶୁମାନେ ଟିକା ନେଇପାରି ନାହାନ୍ତି ସେମାନଙ୍କୁ ଏହି ଜିଲାସ୍ତରୀୟ ସ୍ବତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମରେ ଟିକା ଦିଆଯିବ। ଟିକାକରଣରୁ ବଞ୍ଚତ୍ତ ହୋଇଥିବା ଚିକିଟି ବ୍ଲକର କତୁରୁ ପଞ୍ଚାୟତର ୭ ଶିଶୁଙ୍କୁ ଏହି କାର୍ଯ୍ୟକ୍ରମରେ ଟିକା ଦିଆଯାଇଥିଲା।

ଟଙ୍କା, ସୁନା ଲୁଟିଲେ ଦୁର୍ବୃତ୍ତ

ଧରାକୋଟ,୨୩।୪(ଡି.ଏନ୍‌.ଏ.)- ଧରାକେଟ ଥାନା ଦଶମଇଲି ଛକରେ ଥିବା କାହ୍ନୁ ଚରଣ ପଣ୍ଡାଙ୍କ ଘରୁ ରବିବାର ରାତିରେ ଦୁର୍ବୃର୍ତ୍ତମାନେ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି। କାହ୍ନୁଙ୍କ ଦୋକାନର ପଛ କବାଟ ତାଡ଼ି ଦୁର୍ବୃତ୍ତ ଭିତରେ ପଶି ୬୭ ହଜାର ଟଙ୍କା, ସୁନାଚେନ, ମୁଦି, ହାର, ଲକେଟ ଓ ପାଉଁଜି ଆଦି ୫ ଲକ୍ଷ ଟଙ୍କା ମୂଲ୍ୟର ଜିନିଷ ଲୁଟ କରିଥିବା ବେଳେ ଘର ଆଲମିରାରୁ ମଧ୍ୟ ସୁନା ଲୁଟ କରିଛନ୍ତି। ଏ ନେଇ ଧରାକୋଟ ଥାନାରେ ଅଭିଯୋଗ ହୋଇଛି।

ଜଗଦଳପୁର ଶିଶୁ ମନ୍ଦିରର ବାର୍ଷିକୋତ୍ସବ

ବାଲିପଡ଼ା,୨୩।୪-ଜଗଦଳପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ ସଭାପତି କେ. ସୁଦାମ ପାତ୍ରଙ୍କ ସଭାପତିତ୍ୱରେ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ମହାନ ସଂଘ ସଭାପତି ସୁଶାନ୍ତ କୁମାର ସାବତ, ସମ୍ପାଦକ ପରମାନନ୍ଦ ପଣ୍ଡା, ଆଚାର୍ଯ୍ୟ କାଳିଆ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଆଜିକାଲି ସଭ୍ୟ ସମାଜରେ ପିଲାଙ୍କୁ ବିଦ୍ୟାଳୟରେ ଶିକ୍ଷାଦାନ ସହ ଘରେ ସଂସ୍କାର ଶିଖାଇବା ନିତ୍ୟାନ୍ତ ଆବଶ୍ୟକ ଓ ଏଥିପ୍ରତି ଅଭିଭାବକମାନେ ଅଧିକ ଯନତ୍ବାନ ହୁଅନ୍ତୁ ବୋଲି ମହାନ ସଂଘ ସଭାପତି ସାବତ କହିଥିଲେ।

ମହିଳାଙ୍କୁ ମାଡ ମାରି ବାପ ପୁଅ ଗିରଫ

ବୁଗୁଡ଼ା,୨୩।୪(ଡି.ଏନ.ଏ)- ଜଣେ ମହିଳାଙ୍କୁ ମାଡ ମାରିବା ଅଭିଯୋଗରେ ବୁଗୁଡା ଥାନା ପୋଲିସ ସୋମବାର ବାପପୁଅଙ୍କୁ ଗିରଫ କରିଛି। ସେମାନେ ହେଲେ ଭଗବାନପୁର ଗ୍ରାମର ବାପା ଅଭି ନାୟକ ଓ ପୁଅ ସୁଦର୍ଶନ ନାୟକ। ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ସମ୍ପୃକ୍ତା ମହିଳାଙ୍କ ଅଭିଯୋଗକ୍ରମେ ବୁଗୁଡ଼ା ଥାନାରେ ନଂ. ୮୭/୧୮ରେ ମାମଲା ରୁଜୁ ହୋଇଥିଲା।

ମଦ ଜବତ, ୨ ଗିରଫ

ବୁଗୁଡ଼ା,୨୩।୪(ଡି.ଏନ.ଏ.)-ରବିବାର ସନ୍ଧ୍ୟା ୭ଟାରେ ବୁଗୁଡ଼ା ଥାନା ପୋଲିସ ପାଙ୍ଗିଡ଼ି ଛକ ଓ ବିରଞ୍ଚତ୍ପୁର ଗ୍ରାମ ନିକଟରେ ଚଢାଉ କରି ଦେଶୀ ଓ ବିଦେଶୀ ମଦ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବୁଗୁଡା ଥାନା ଅଧୀନ ବିରଞ୍ଚତ୍ପୁର ଗ୍ରାମର ଅମର ବେହେରା ଓ ଆସିକା ଥାନା ଅନ୍ତର୍ଗତ ହୁମୁକି ଗ୍ରାମର ସୁଶାନ୍ତ ବାରିକ। ଏ ନେଇ ନଂ. ୮୮/୧୮ ଓ ୮୯/୧୮ରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି।

ବିଭିନ୍ନ ଦାବି ନେଇ ବ୍ଲକ ଘେରାଉ

ବିଭିନ୍ନ ଦାବି ନେଇ ବ୍ଲକ ଘେରାଉ

ଦାରିଙ୍ଗବାଡ଼ି,୨୩।୪(ଡି.ଏନ.ଏ)-ବିଭିନ୍ନ ସମସ୍ୟା ସମାଧାନ ଦାବି ନେଇ ସୋମବାର ଦାରିଙ୍ଗବାଡି ବ୍ଲକ ଘେରାଉ କରାଯାଇଛି। ପ୍ରଥମେ ବିଭିନ୍ନ ସଂଗଠନ ପକ୍ଷରୁ ହେଲିପ୍ୟାଡଠାରେ ସଭା ହୋଇଥିଲା। ସେଠାରୁ ଶତାଧିକ ମହିଳା ଶୋଭାଯାତ୍ରାରେ ଯାଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ ା ପରେ ସମସ୍ତ ପଞ୍ଚାୟତ ସ୍ତରରୁ ଆସିଥବା ଜୀବିକା ସୁରକ୍ଷା ମଞ୍ଚ ଏବଂ ମିଳିତ ନାରୀ ମହାସଂଘ ପକ୍ଷରୁ କନ୍ଧମାଳ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓ ତ୍ରିଲୋଚନ ପାତ୍ରଙ୍କ ଅନୁପସ୍ଥିତିରେ ଏପିଓ କେଦାର ଚନ୍ଦ୍ର ପଣ୍ଡାଙ୍କୁ ପ୍ରଦାନ କରାଯାଇଛି।

ଅଟୋ ଓଲଟି ୫ ଆହତ

ଅଟୋ ଓଲଟି ୫ ଆହତ

ବୁଗୁଡ଼ା,୨୩।୪(ଡି.ଏନ.ଏ.)-ବୁଗୁଡ଼ା ନିକଟ ଷୋହଳମାଇଲିଠାରୁ ଅଳ୍ପ ଦୂରରେ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଥିରେ ଥିବା ୫ ଯାତ୍ରୀ ଆହତ ହୋଇଛନ୍ତି। ସେମାନେ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ କାଦପଡ଼ା ଗ୍ରାମର ପ୍ରଭାସିନୀ ପ୍ରଧାନ, ରମା ସ୍ବାଇଁ, ପଦ୍ମା ପ୍ରଧାନ, ପିଲୁ ପ୍ରଧାନ ଓ ଭିକାରୀ ସ୍ବାଇଁ। ସେମାନଙ୍କୁ ବୁଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ପ୍ରଭାସିନୀ ଓ ଭିକାରୀ ଗୁରୁତର ଥିବା ଜଣାପଡ଼ିଛି।

 ଉଜ୍ଜ୍ୱଳ, ଉତ୍‌ଥାନ ତାଲିମ ଶିବିର ଉଦ୍‌ଘାଟିତ

ଉଜ୍ଜ୍ୱଳ, ଉତ୍‌ଥାନ ତାଲିମ ଶିବିର ଉଦ୍‌ଘାଟିତ

ବାଲିଗୁଡ଼ା, ୨୩।୪(ଡି.ଏନ୍‌.ଏ.)-ପ୍ରାଥମିକ ଶିକ୍ଷାର ବିଭିନ୍ନ ବିଷୟରେ ନ୍ୟୁନତମ ଶିକ୍ଷଣସ୍ତର ହାସଲ ନିମନ୍ତେ କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକସ୍ତରୀୟ ଉଜ୍ଜ୍ୱଳ ଓ ଉତ୍‌ଥାନ ତାଲିମ୍‌ ଶିବିର ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଏହା ମଇ ମାସ ୨ ତାରିଖ ଯାଏ ଚାଲିବ ବୋଲି ଜଣା ପଡ଼ିଛି।

ଦ୍ରୁତ ଗତିରେ ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ

ଦ୍ରୁତ ଗତିରେ ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ

ଗଞ୍ଜାମ,୨୩।୪(ଡି.ଏନ.ଏ)-ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ ପରିସରରେ ସୋମବାର ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଥାନାଧିକାରୀ ଅନିଲ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଶିକ୍ଷାବିତ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ସମିତି ଅଧ୍ୟକ୍ଷ ତଥା ପୂର୍ବତନ ଇଂଲିଶ ଅଧ୍ୟାପକ ଭିକାରୀ ବେହେରା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କବିରାଜ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ବୈଠକରେ ମଖ୍ୟତଃ ସହରରେ ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଲୋକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା।