ବାଣିଜ୍ୟ |

ଭୁବନେଶ୍ୱର ଦ୍ୱିତୀୟ ରେଳ ଷ୍ଟେଶନ ବିଲ୍ଡିଂ ଉଦ୍‌ଘାଟିତ

ଭୁବନେଶ୍ୱର ଦ୍ୱିତୀୟ ରେଳ ଷ୍ଟେଶନ ବିଲ୍ଡିଂ ଉଦ୍‌ଘାଟିତ

ଭୁବନେଶ୍ୱର,୩୦-୧୨(ବ୍ୟୁରୋ)- ଭୁବନେଶ୍ୱର ରେଳ ଷ୍ଟେଶନର ୬ ନମ୍ବର ପ୍ଲାଟ୍‌ ଫର୍ମଠାରେ ଦ୍ୱିତୀୟ ପ୍ରବେଶ ପଥ, ଷ୍ଟେଶନ ବିଲ୍ଡିଂ ଏବଂ ସଂରକ୍ଷିତ ଓ ଅଣସଂରକ୍ଷିତ ଟିକେଟ୍‌ ବୁକିଂ ବ୍ୟବସ୍ଥା ଶନିବାର ଉଦ୍‌ଘାଟିତ ହୋଇଛି। ସେହିପରି ସାକ୍ଷୀଗୋପାଳ ରେଳ ଷ୍ଟେଶନଠାରେ ମଧ୍ୟ ଅନୁରୂପ ଭାବେ ନୂତନ ଷ୍ଟେଶନ ବିଲ୍‌ଡିଂ ଓ ଟିକେଟ୍‌ ବୁକିଂ ବ୍ୟବସ୍ଥାକୁ ଲୋକାର୍ପଣ କରାଯାଇଛି। କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ୍‌ ଗୋହାଇଁ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଉମେଶ ସିଂ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଗୋହାଇଁ କହିଛନ୍ତି, ଦେଶରେ ବର୍ତ୍ତମାନ ଯେତେ ରେଳ ଲାଇନ ଅଛି, ଏ ସବୁକୁ ବିଦ୍ୟୁତ୍‌କରଣ ପାଇଁ କାର୍ଯ୍ୟ ଚାଲିଛି। ହାଇସ୍ପିଡ୍‌ ବୁଲେଟ୍‌ ଟ୍ରେନ୍‌ ପାଇଁ ମଧ୍ୟ ସର୍ବେକ୍ଷଣ ଚାଲିଛି। ଏଥର ସବୁ କୋଚ୍‌କୁ ଅତ୍ୟାଧୁନିକ ଢଙ୍ଗରେ ନିର୍ମାଣ କରାଯିବା ସହିତ ଅତ୍ୟାଧୁନିକ ରେଳ ଷ୍ଟେଶନମାନ ନିର୍ମାଣ କରାଯିବ। ଆଉ ଦୁଇ ତିନି ବର୍ଷ ମଧ୍ୟରେ ଭାରତୀୟ ରେଳ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଦେଖାଯିବ ବୋଲି ସେ କହିଛନ୍ତି। ସେହିପରି ଉପା ସରକାର ସମୟରେ ଓଡ଼ିଶାରେ ରେଳ ବିକାଶ ପାଇଁ ସ୍ବଳ୍ପ ପରିମାଣର ଅର୍ଥ ଆବଣ୍ଟିତ ହେଉଥିବା ବେଳେ ଗତ ତିନୋଟି ଆର୍ଥିକ ବର୍ଷରେ ଢେର ଅଧିକ ଅର୍ଥ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ମୋଟ ୫,୧୦୨ କୋଟି, ୨୦୧୫-୧୬ରେ ୩,୭୧୨ କୋଟି ଏବଂ ୨୦୧୬-୧୭ ରେ ୪,୬୮୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଠାରେ ନିର୍ମାଣାଧୀନ ପ୍ରକଳ୍ପଗୁଡିକୁ ଶୀଘ୍ର ସମ୍ପୂର୍ଣ୍ଣ ହେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ସହାୟତା ଆବଶ୍ୟକ ବୋଲି ସେ କହିଛନ୍ତି।
ସେହିପରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ୨୦୧୮ ଶେଷ ସୁଦ୍ଧା ଭୁବନେଶ୍ୱର ରେଳ ଷ୍ଟେଶନରେ ୬ କୋଟି ଟଙ୍କା ବ୍ୟୟରେ ୬ ମିଟର ଚଉଡା ବିଶିଷ୍ଟ ରେଳ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କରାଯିବ। ପୂର୍ବତଟ ରେଳପଥ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରୁଥିବା ସେ ସୂଚନା ଦେଇଛନ୍ତି। ଏହି ଅବସରରେ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ପ୍ରବନ୍ଧକ ବି. ମୋହନ ଅଗ୍ରଓ୍ବଲା ଉପସ୍ଥିତ ଥିଲେ।

All Right Reserved By

ବାଣିଜ୍ୟ |

ସୁନା ଆମଦାନୀରେ ହ୍ରାସ

ସୁନା ଆମଦାନୀରେ ହ୍ରାସ

ନୂଆଦିଲ୍ଲୀ,୧୫।୭-ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ଘରୋଇ ବଜାରରେ ସୁନା ଆମଦାନୀ ହ୍ରାସ ପାଇଛି। ଧାତୁ ମୂଲ୍ୟରେ ଲଗାତାର ହ୍ରାସ ଯୋଗୁ ସୁନା ଆମଦାନୀ ୨୫% କମ୍‌ ହୋଇ ୮.୪୩ ଡଲାର ରହିଛି।

ସେବା କ୍ଷେତ୍ର  ଏଫ୍‌ଡିଆଇ ୨୩% ହ୍ରାସ

ସେବା କ୍ଷେତ୍ର ଏଫ୍‌ଡିଆଇ ୨୩% ହ୍ରାସ

ନୂଆଦିଲ୍ଲୀ,୧୫।୭- ୨୦୧୭-୧୮ ଆର୍ଥତ୍କ ବର୍ଷରେ ଘରୋଇ ବଜାରର ସେବା କ୍ଷେତ୍ର ଏଫ୍‌ଡିଆଇ ୨୩% ହ୍ରାସ ପାଇଛି। ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ଏଥିରେ ୨୩% ହ୍ରାସ ହୋଇ ୬.୭ ବିଲିୟନ ଡଲାରରେ ପହଞ୍ଚିଛି ବୋଲି ଶିଳ୍ପ ନୀତି ଓ ପ୍ରୋତ୍ସାହନ ବିଭାଗ(ଡିଆଇପିପି) ପକ୍ଷରୁ ସୂଚନା ଦିଆଯାଇଛି।

 ଆପଲ୍‌ ଆଇପଡ୍‌ ପାଇଁ ଫଟୋଶପ୍‌ ଆପ୍‌ ଆଣିବ ଆଡୋବ୍‌

ଆପଲ୍‌ ଆଇପଡ୍‌ ପାଇଁ ଫଟୋଶପ୍‌ ଆପ୍‌ ଆଣିବ ଆଡୋବ୍‌

ସାନ୍‌ ଫ୍ରାନ୍‌ସିସ୍କୋ,୧୫।୭- ପ୍ରମୁଖ ଡିଜିଟାଲ୍‌ ଡିଜାଇନ୍‌ ପ୍ରୋଗ୍ରାମ୍‌ର ନିର୍ମାତା ଆଡୋବ୍‌ ସିଷ୍ଟମ୍‌ ଇନ୍‌କର୍ପୋରେଶନ୍‌ ଆପଲ୍‌ ଆଇପଡ୍‌ ପାଇଁ ଏକ ଫଟୋଶପ୍‌ ଆପ୍‌ ପ୍ରସ୍ତୁତ କରିବ। ବିକ୍ରିରେ ବୃଦ୍ଧି ଆଣିବା ପାଇଁ ଆଡୋବ୍‌ ପକ୍ଷରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ ଅକ୍ଟୋବରରେ ହେବାକୁ ଥିବା କମ୍ପାନୀର ବାର୍ଷିକ ମାକ୍ସ କ୍ରିଏଟିଭ୍‌ କନ୍‌ଫରେନ୍ସରେ ସଫ୍ଟଓ୍ବେର ଡେଭେଲପର୍‌ ଆଡୋବ୍‌ ଏହି ଆପ୍‌କୁ ଲଞ୍ଚ କରିବ। ସେହିଭଳି ୨୦୧୯ ସୁଦ୍ଧା ଏହା ବଜାରକୁ ଆସିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ଯେତେ ଶୀଘ୍ର ସମ୍ଭବ ଏହି ଆପ୍‌ ବଜାରକୁ ଆସିବ ବୋଲି ଆଡୋବ୍‌ର ଚିଫ୍‌ ପ୍ରଡକ୍ଟ ଅଫିସର୍‌ ସ୍କଟ୍‌ ବେଲସ୍କି ସୂଚନା ଦେଇଛନ୍ତି।

ବିଏମ୍‌ଡବ୍ଲ୍ୟୁ ଏକ୍ସ୩ର ପେଟ୍ରୋଲ୍‌ ଭାରିଆଣ୍ଟ

ବିଏମ୍‌ଡବ୍ଲ୍ୟୁ ଏକ୍ସ୩ର ପେଟ୍ରୋଲ୍‌ ଭାରିଆଣ୍ଟ

ନୂଆଦିଲ୍ଲୀ,୧୫।୭- ଜର୍ମାନ୍‌ ଭିତ୍ତିକ କାର୍‌ ନିର୍ମାତା ବିଏମ୍‌ଡବ୍ଲ୍ୟୁ ପକ୍ଷରୁ ବଜାରକୁ ଆସିଛି ଏକ୍ସ୩ର ପେଟ୍ରୋଲ୍‌ ଭାରିଆଣ୍ଟ। ଏହି ସ୍ପୋର୍ଟ୍‌ ୟୁଟିଲିଟି ଭେଇକଲ୍‌(ଏସ୍‌ୟୁଭି)ର ବଜାର ଦର ୫୬.୯ଲକ୍ଷ ଟଙ୍କା ରହିଛି। ରିଫାଇନ୍ଡ ପେଟ୍ରୋଲ୍‌ ଇଞ୍ଜିନ୍‌ ଅପ୍‌ସନ୍‌ ଦ୍ୱାରା ଗ୍ରାହକମାନେ ଉନ୍ନତ ଡ୍ରାଇଭିଂ ଅଭିଜ୍ଞତା ପାଇପାରିବେ। ଏଥିରେ ୨୫୨ ହର୍ସ୍‌ପାଓ୍ବାର କ୍ଷମତାସମ୍ପନ୍ନ ୨ଲିଟର ବିଶିଷ୍ଟ ୪ସିଲିଣ୍ଡର ପେଟ୍ରୋଲ୍‌ ଇଞ୍ଜିନ୍‌ ରହିଛି। ୬.୩ ସେକେଣ୍ଡରେ ଘଣ୍ଟାପ୍ରତି ଶୂନରୁ ଶହେ କିଲୋମିଟର ପର୍ଯ୍ୟନ୍ତ ଆକ୍ସିଲେରେଟିଂ କ୍ଷମତା ରହିଛି।

ବ୍ୟାଙ୍କିଙ୍ଗ, ଇନ୍‌ସ୍ୟୁରାନ୍ସ କର୍ମଚାରୀଙ୍କ ଗଣଧାରଣା

ବ୍ୟାଙ୍କିଙ୍ଗ, ଇନ୍‌ସ୍ୟୁରାନ୍ସ କର୍ମଚାରୀଙ୍କ ଗଣଧାରଣା

ନୂଆଦିଲ୍ଲୀ,୧୫।୭- ବ୍ୟାଙ୍କିଙ୍ଗ ଓ ଇନ୍‌ସ୍ୟୁରାନ୍ସ କ୍ଷେତ୍ରରେ ହେଉଥିବା ସୁଧାରକୁ ବିରୋଧ କରୁଛନ୍ତି ବ୍ୟାଙ୍କ ଏବଂ ଇନ୍‌ସ୍ୟୁରାନ୍ସ କର୍ମଚାରୀ। ଏହାର ଫଳ ସ୍ବରୂପ ଦେଶରେ ସମସ୍ତ ରାଜ୍ୟର ରାଜଧାନୀଗୁଡିକରେ କର୍ମଚାରୀଙ୍କ ଧାରଣା ଦେଖାଦେଇଛି।

ଆମ୍ରି ହସ୍ପିଟାଲ୍ସରେ ଏମ୍‌ଇଏମ୍‌ର ପ୍ରଥମ ସମାବର୍ତ୍ତନ ଉତ୍ସବ

ଆମ୍ରି ହସ୍ପିଟାଲ୍ସରେ ଏମ୍‌ଇଏମ୍‌ର ପ୍ରଥମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର,୧୫-୭: ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱର ପକ୍ଷରୁ ଏହାର ମାଷ୍ଟର ଅଫ୍‌ ଏମର୍ଜେନ୍ସି ମେଡିସିନ(ଏମ୍‌ଇଏମ୍‌)ର ପ୍ରମଥ ବ୍ୟାଚ ଛାତ୍ରୀଛାତ୍ରଙ୍କ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଡାଲମିଆ ଭାରତ ଗ୍ରୁପ ପକ୍ଷରୁ ବ୍ରାଣ୍ଡ ପୋର୍ଟଫୋଲିଓ ସମ୍ପ୍ରସାରଣ

ଡାଲମିଆ ଭାରତ ଗ୍ରୁପ ପକ୍ଷରୁ ବ୍ରାଣ୍ଡ ପୋର୍ଟଫୋଲିଓ ସମ୍ପ୍ରସାରଣ

ଭୁବନେଶ୍ୱର, ୧୫-୭: ପ୍ରମୁଖ ସ୍ଲାଗ ସିମେଣ୍ଟ ନିର୍ମାତା ଡାଲମିଆ(ସିମେଣ୍ଟ) ଭାରତ ଲିମିଟେଡ ପକ୍ଷରୁ ବ୍ରାଣ୍ଡ ପୋର୍ଟଫୋଲିଓ ସମ୍ପ୍ରସାରଣ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଉକ୍ତ ପଦକ୍ଷେପ ଅନ୍ତର୍ଗତ କମ୍ପାନୀ ନୂଆ ଫାଇନ ବ୍ଲେଣ୍ଡ କମ୍ପୋଜିଟ ସିମେଣ୍ଟ ଡାଲମିଆ ଏଫ୍‌ବିସିକୁ ଉନ୍ମୋଚନ କରିଛି। ନୂଆ ବ୍ରାଣ୍ଡକୁ ଡାଲମିଆ ଭାରତ ଗ୍ରୁପର ମାର୍କେଟିଂ ଓ ଯୋଗାଯୋଗ ବରିଷ୍ଠ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ବି.କେ. ସିଂ ଏବଂ ପୂର୍ବାଞ୍ଚଳ ବିକ୍ରି ଓ ମାର୍କେଟିଂ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଇନ୍ଦ୍ରଜିତ ଚାଟାର୍ଜୀ ଉନ୍ମୋଚନ କରିଥିଲେ।

ରଥଯାତ୍ରାରେ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନର ଭକ୍ତ ସେବା

ରଥଯାତ୍ରାରେ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନର ଭକ୍ତ ସେବା

ଭୁବନେଶ୍ୱର, ୧୫-୭: ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବର ଲିମିଟେଡ(ଜେଏସ୍‌ପିଏଲ୍‌)ର ସାମାଜିକ ଅନୁଷ୍ଠାନ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ପୁରୀ ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ଲାଗି ବିଭିନ୍ନ ସେବା ଯୋଗାଇ ଦିଆଯାଇଛି। ଫାଉଣ୍ଡେଶନ ପକ୍ଷରୁ ରନ୍ଧାଖାଦ୍ୟ, ଥଣ୍ଡା ପାନୀୟ ଜଳ, ଗ୍ଲୁକୋଜ ପ୍ୟାକେଟ ବଣ୍ଟନ ଭଳି ବିଭିନ୍ନ ସେବା ପ୍ରଦାନ କରାଯାଇଛି।

ଜିଏସ୍‌ଟି ଠକେଇ ରୋକିବ ଆନାଲିଟିକ୍ସ

ଜିଏସ୍‌ଟି ଠକେଇ ରୋକିବ ଆନାଲିଟିକ୍ସ

ବାଙ୍ଗାଲୋର, ୧୫-୭: ଜିଏସ୍‌ଟିରେ ହେଉଥିବା ଠକେଇ ରୋକିବାକୁ ପ୍ରମୁଖ ଆଇଟି କମ୍ପାନୀ ଇନଫୋସିସ ଡାଟା ଆନାଲିଟିକ୍ସ ପ୍ରସ୍ତୁତ କରିଛି। ଏହା ଦ୍ୱାରା ଟିକସ ଫାଙ୍କୁଥିବା ଲୋକମାନେ ସାମ୍ନାକୁ ଆସିବେ। ଟିକସ ଫାଙ୍କୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଏସ୍‌ଟିଏନ୍‌ ଗ୍ରୁପ ଅଫ ମିନିଷ୍ଟର(ଜିଓଏମ୍‌)

ପାଞ୍ଚ ବର୍ଷର ସର୍ବୋଚ୍ଚ ସ୍ତରରେ ବାଣିଜ୍ୟ ନିଅଣ୍ଟ

ପାଞ୍ଚ ବର୍ଷର ସର୍ବୋଚ୍ଚ ସ୍ତରରେ ବାଣିଜ୍ୟ ନିଅଣ୍ଟ

ନୂଆଦିଲ୍ଲୀ, ୧୫-୭: ଘରୋଇ ବଜାରର ବାଣିଜ୍ୟ ନିଅଣ୍ଟ ଜୁନ ମାସରେ ୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଟଙ୍କାର ମୂଲ୍ୟ ହ୍ରାସ ଓ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ଏପରି ସ୍ଥିତି ଉପୁଜିଥିବା ଜଣାଯାଇଛି। ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଶୁକ୍ରବାର ସୂଚନା ରହିଛି।

ଭାରତ ହେବ ୧୦ ଟ୍ରିଲିୟନ ଡଲାର ଅର୍ଥନୀତି

ଭାରତ ହେବ ୧୦ ଟ୍ରିଲିୟନ ଡଲାର ଅର୍ଥନୀତି

ନୂଆଦିଲ୍ଲୀ, ୧୫-୭: ଘରୋଇ ବଜାରର ଅର୍ଥନୀତି ବର୍ତ୍ତମାନ ଉନ୍ନତ ଅଭିବୃଦ୍ଧି ସ୍ତରରେ ରହିଛି। ଏହା ୨୦୩୦ ବେଳକୁ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତି ହେବାର ସମ୍ଭାବନା ରହିଛି। ଏହି ସମୟରେ ଦେଶର ଜିଡିପି ୧୦ ଟ୍ରିଲିୟନ ଡଲାର ଛୁଇଁବ। ଅର୍ଥନୈତିକ ବ୍ୟାପର ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଶନିବାର ଏହି ସୂଚନା ଦେଇଛନ୍ତି।

ବ୍ରାଣ୍ଡର ସଫଳତା ପଛରେ ଥାଏ ଦୀର୍ଘମିଆଦୀ ଲକ୍ଷ୍ୟ

ବ୍ରାଣ୍ଡର ସଫଳତା ପଛରେ ଥାଏ ଦୀର୍ଘମିଆଦୀ ଲକ୍ଷ୍ୟ

ଏକ ବ୍ରାଣ୍ଡ୍‌ର ସଫଳତା ପଛରେ ଯାହା କାର୍ଯ୍ୟ କରିଥାଏ ତାହା ହେଉଛି ଦୀର୍ଘମିଆଦୀ ଲକ୍ଷ୍ୟ। ଭାରତରେ ନିୟମିତ ବ୍ୟବଧାନରେ ଅନେକ ହ୍ୟାଣ୍ଡ୍‌ସେଟ୍‌ ବ୍ରାଣ୍ଡ୍‌ ଆସୁଛି। କେତେକ ସଫଳ ହେଉଥିବାବେଳେ ଆଉ କେତେକ ବଜାରର କଡା ପ୍ରତିଯୋଗିତାର ସାମ୍ନା ନ କରିପାରି ଉଭେଇ ଯାଉଛନ୍ତି।

Model This Week

ରୂପେଶ