
ଢେଙ୍କାନାଳ ଅଫିସ, ୩୦।୧୨- ଢେଙ୍କାନାଳ ଜିଲା ସଦର ବ୍ଲକ ପରିସରରେ ଆସନ୍ତା ଜାନୁଆରୀ ୧ ତାରିଖରେ ଜନ ଅଭିଯୋଗ ଶୁଣାଣି ଶିବିର ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ହେବ। ଏହି ଶିବିରରେ ଜିଲାପାଳ ଭୂପେନ୍ଦ୍ର ସିଂ ପୁନିଆ ଓ ଏସ୍ପି ବସନ୍ତ କୁମାର ପାଣିଗ୍ରାହୀ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେବେ। ଶିବିରରେ ଜନସାଧାରଣଙ୍କ ଆପତ୍ତି ଅଭିଯୋଗର ସମାଧାନ ଦିଗରେ ପଦକ୍ଷେପ ନିଆଯିବ। ତେଣୁ ସମ୍ପୃକ୍ତ ଅଞ୍ଚଳବାସୀ ସେମାନଙ୍କର ସମସ୍ୟା ସମ୍ପର୍କରେ ଜଣାଇପାରିବେ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।