ଅନଗୁଳ-ଢେଙ୍କାନାଳ

ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ: ୪୯ ୱାର୍ଡରେ ହେବ ପ୍ରତିଦ୍ୱନ୍ଦ୍ୱିତା

ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ: ୪୯ ୱାର୍ଡରେ ହେବ ପ୍ରତିଦ୍ୱନ୍ଦ୍ୱିତା
ଢେଙ୍କାନାଳ ଅଫିସ, ୩୦।୧୨- ଢେଙ୍କାନାଳ ଜିଲାରେ ଜାନୁୟାରୀ ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ଉପନିର୍ବାଚନ ନିମନ୍ତେ ଶୁକ୍ରବାର ସନ୍ଧ୍ୟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ତଦନୁଯାୟୀ ଉପନିର୍ବାଚନ ହେବାକୁ ଥିବା ଜିଲାର ୧୨୮ଟି ୱାର୍ଡ ମଧ୍ୟରୁ ୭୯ଟି ୱାର୍ଡରେ ଜଣେ ଲେଖାଏ ପ୍ରାର୍ଥୀ ରହିଛନ୍ତି। ତେଣୁ ଏହି ଓ୍ବାର୍ଡଗୁଡିକରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ନିଶ୍ଚିତ ହୋଇଛି। ବଳକା ୪୯ ଓ୍ବାର୍ଡରେ ୧୦୯ ପ୍ରାର୍ଥୀ ଥିବାରୁ ଏଠାରେ ପ୍ରତିଦ୍ୱନ୍ଦ୍ୱିତା ହେବ। ତନ୍ମଧ୍ୟରେ ସଦର ବ୍ଲକର ୭ଟି ୱାର୍ଡରେ ୧୫, କାମାକ୍ଷାନଗର ବ୍ଲକର ୨ଟି ୱାର୍ଡରେ ୪, ଭୁବନ ବ୍ଲକର ୪ଟି ୱାର୍ଡରେ ୯, ପରଜଙ୍ଗ ବ୍ଲକର ୬ଟି ୱାର୍ଡରେ ୧୨, ଓଡାପଡା ବ୍ଲକରେ ୧୦ଟି ୱାର୍ଡରେ ୨୫, ହିନ୍ଦୋଳ ବ୍ଲକରେ ୯ଟି ୱାର୍ଡରେ ୨୦ ଓ ଗଁଦିଆ ବ୍ଲକରେ ୧୧ଟି ୱାର୍ଡରେ ୨୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜିଲା ପଞ୍ଚାୟତ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।
All Right Reserved By

ଅନଗୁଳ-ଢେଙ୍କାନାଳ

ମାଛ ପାଇଁ ନାଳରେ ପଡୁଛି ବିଷ

ମାଛ ପାଇଁ ନାଳରେ ପଡୁଛି ବିଷ


ବଅଁରପାଳ,୨୦।୧୦(ଡି.ଏନ.ଏ.)-କଣିହାଁ ବ୍ଲକ ଅଞ୍ଚଳର ବିଭିନ୍ନ ନାଳରେ କୀଟନାଶକ ଔଷଧ ପକାଇ ମାଛ ମରାଯାଉଛି। ଏଥିପାଇଁ ନାଳ ପାଣି ଦୂଷିତ ହେଉଛି।

ଚୋରା କାଠ ଜବତ, ଜଣେ ଗିରଫ

ଚୋରା କାଠ ଜବତ, ଜଣେ ଗିରଫ


ପାଲଲହଡା,୨୦।୧୦(ଡି.ଏନ.ଏ.)- ପାଲଲହଡ଼ା ବନବିଭାଗ ଶୁକ୍ରବାର ରାତିରେ ଚଢାଉ କରି ପାଲଲହଡା ପାଟବେଡା ଗ୍ରାମର ଲଛମନ କାଡାଙ୍କଠାରୁ ୩୬ ପିସ କାଠ ଜବତ କରିଛି। 

ଟ୍ରକ୍‌ ଧକ୍କାରେ ସ୍କୁଟର ଚାଳକ ମୃତ

ଟ୍ରକ୍‌ ଧକ୍କାରେ ସ୍କୁଟର ଚାଳକ ମୃତ

ପରଜଙ୍ଗ, ୨୦।୧୦(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ନଂ. ଜାତୀୟ ରାଜପଥର ବଡ଼ଝରା ଗ୍ରାମ ନିକଟରେ ଶୁକ୍ରବାର ଦୁର୍ଘଟଣା ଘଟିଛି। 

୧୦ ଏକର ଫସଲ ନଷ୍ଟ କଲେ ହାତୀପଲ

୧୦ ଏକର ଫସଲ ନଷ୍ଟ କଲେ ହାତୀପଲ


ଛେଣ୍ଡିପଦା,୨୦।୧୦(ଡି.ଏନ.ଏ.)-ଜରପଡା ରେଞ୍ଜ ଅନ୍ତର୍ଗତ ହାଣ୍ଡିଗୋଡା ଜାମୁନାଳୀ ଅଞ୍ଚଳରେ ୨ ଦିନ  ହେଲା ହାତୀପଲ ଉପଦ୍ରବ ଚଳାଇଛନ୍ତି। ଗତ ଗୁରୁବାର ଏବଂ ଶୁକ୍ରବାର ରାତିରେ ୭ ଟି ହାତୀ ରଙ୍ଗିଆନାଳ ଅଞ୍ଚଳରେ ପଶି ଧାନ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଛନ୍ତି।

ନାଳରେ ବୁଡ଼ି ଛାତ୍ର ମୃତ

ନାଳରେ ବୁଡ଼ି ଛାତ୍ର ମୃତ

ପାଲଲହଡ଼ା,୨୦।୧୦(ଡି.ଏନ.ଏ.)- ପାଲଲହାଡ଼ା ଉପଖଣ୍ଡ ସଦର ଟାଉନ ନିକଟ ମାଙ୍କଡ଼ା ନାଳରେ ବୁଡି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି

ବିଜେଡିରେ ଯୋଗଦେଲେ ୧୫ ଭାଜପା କର୍ମୀ

ବିଜେଡିରେ ଯୋଗଦେଲେ ୧୫ ଭାଜପା କର୍ମୀ

ପରଜଙ୍ଗ,୨୦।୧୦: ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀ କୁସୁମଜୁଡି ପଞ୍ଚାୟତର ୧୫ ଜଣ ଭାଜପା କର୍ମୀ ଶନିବାର ବିଜେଡିରେ ଯୋଗ ଦେଇଛନ୍ତି। 

ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା

ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା

ପରଜଙ୍ଗ,୨୦।୧୦: ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ନୂଆ କୁଆଳୋ ଗ୍ରାମରେ ଶୁକ୍ରବାର ସାରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଚନ୍ଦନ ବେହେରା।

ଘରୋଇ କମ୍ପାନୀ ସର୍ଭେ କାର୍ଯ୍ୟକୁ ବିରୋଧ

ଘରୋଇ କମ୍ପାନୀ ସର୍ଭେ କାର୍ଯ୍ୟକୁ ବିରୋଧ


ଛେଣ୍ଡିପଦା,୧୯।୧୦(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଶିମିଳିପାଳ ପଞ୍ଚାୟତରେ ଶୁକ୍ରବାର ଏକ ଘରୋଇ କମ୍ପାନୀ ଦ୍ୱାରା ବିଭିନ୍ନ ସର୍ଭେ କାର୍ଯ୍ୟ ଚାଲିଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଏପରିକି ଲୋକମାନେ ଉତ୍ତେଜିତ ହୋଇ ସମ୍ପୃକ୍ତ କମ୍ପାନୀ କର୍ମଚାରୀଙ୍କୁ ସର୍ଭେ ବିଷୟରେ ପଚାରିଥିଲେ। 

କଳାସଂସ୍କୃତି ପାଇଁ ଓଡ଼ିଶା ଗର୍ବିତ

କଳାସଂସ୍କୃତି ପାଇଁ ଓଡ଼ିଶା ଗର୍ବିତ


ବଇଣ୍ଡା,୧୯।୧୦(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ହାଇସ୍କୁଲଠାରେ ଚାଲିଥିବା ଦୁର୍ଗାପୂଜା ଅବସରରେ ଗୁରୁବାର ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାକାରଙ୍କୁ ପୁରସ୍କୃତ କରାଯାଇଛି। 

ବ୍ୟାଟେରୀ ଚୋରି ଅଭିଯୋଗ: ଜଣେ ଅଟକ

ବ୍ୟାଟେରୀ ଚୋରି ଅଭିଯୋଗ: ଜଣେ ଅଟକ

ବଇଣ୍ଡା,୧୯।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା ହଣ୍ଡପା ଥାନା ବଡ଼ହୁଲା ଗ୍ରାମରେ ଛିଡ଼ା ହୋଇଥିବା  ଏକ ମିନି ଟ୍ରକ(ନଂ.ଓଡି୦୨ଏଲ୯୧୫୩)ରୁ ଗୁରୁବାର ରାତିରେ କେତେକ ଦୁର୍ବୃତ୍ତ ବ୍ୟାଟେରୀଟି ଚୋରି କରି ନେଇଯାଇଛନ୍ତି। ଏ ନେଇ ଟ୍ରକ ଚାଳକ ବଡ଼ହୁଲାର ଗ୍ରାମର  ଚାଳକ ଚନ୍ଦ୍ରାହାସ୍ୟ ଦେହୁରୀ ଶୁକ୍ରବାର ହଣ୍ଡପା ଥାନାରେ ଅଭିଯୋଗ କରିଛନ୍ତି। 

ବୀରତ୍ୱ ପ୍ରଦର୍ଶନ କଲେ  ପାଇକ ପୁଅ

ବୀରତ୍ୱ ପ୍ରଦର୍ଶନ କଲେ ପାଇକ ପୁଅ


ଛେଣ୍ଡିପଦା,୧୯।୧୦(ସ୍ବ.ପ୍ର)- ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବରସାହି ପଞ୍ଚାୟତ ଖମାର ଗ୍ରାମରେ ଶୁକ୍ରବାର ମହା ଆଡମ୍ବରରେ ଦଶହରା ପର୍ବ ପାଳିତ ହୋଇଛି। 

ଅନୁଗୋଳ ଟ୍ରକ ମାଲିକ ସଂଘ ଉପସଭାପତିଙ୍କ ବିୟୋଗ

ଅନୁଗୋଳ ଟ୍ରକ ମାଲିକ ସଂଘ ଉପସଭାପତିଙ୍କ ବିୟୋଗ

ବଅଁରପାଳ,୧୯।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା ଟ୍ରକ ମାଲିକ ସଂଘର ଉପସଭାପତି ନରେନ୍ଦ୍ର ପ୍ରଧାନଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି।