ରାଜ୍ୟ | ସମ୍ବଲପୁର

ପୁଅ ଆକ୍ରମଣରେ ବାପା ମୃତ, ଭାଇ ଗରୁତର

ପୁଅ ଆକ୍ରମଣରେ ବାପା ମୃତ, ଭାଇ ଗରୁତର

ରେଙ୍ଗାଲି,୩୦।୧୨(ଡି.ଏନ୍‌.ଏ.)- ରେଙ୍ଗାଲି ବ୍ଲକ ଠେଲକୋଲୋଇ ଥାନା ଅନ୍ତର୍ଗତ ଲପଙ୍ଗା ଘାସିପଡ଼ାର ପ୍ରତାପ ନାଗ (୩୫)ଙ୍କ ଆକ୍ରମଣରେ ତାଙ୍କ ବାପା ଦେବାନନ୍ଦ ନାଗ (୫୮)ଙ୍କ ମୃତ୍ୟୁ ହୋଇଥିବାବେଳେ ଦିବ୍ୟାଙ୍ଗ ଭାଇ ବୁଲୁ ନାଗ (୨୭) ଗୁରୁତର ଆହତ ହୋଇଛନ୍ତି। ସୂଚନାନୁଯାୟୀ ପ୍ରତାପ ଶୁକ୍ରବାର ବିଳମ୍ବିତ ରାତିରେ ମଦ ପିଇ ମାତାଲ ଅବସ୍ଥାରେ ଘରକୁ ଆସିଥିଲେ। ରୋଷେଇ ବାବଦକୁ ନେଇ ବାପା ଦେବାନନ୍ଦ ଓ ଭାଇ ବୁଲୁଙ୍କୁ ମାରପିଟ କରିଥିଲେ। ଘରେ ଥିବା ଲୁହା ପାଇପ୍‌ ଓ ଠେଙ୍ଗାରେ ଉଭୟଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଦେବାନନ୍ଦଙ୍କ ମୃତ୍ୟୁ ହୋଇଥିବାବେଳେ ବୁଲୁଙ୍କ ହାତ ଭାଙ୍ଗିଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦେବାନନ୍ଦଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନା ପଠାଇଛି। ପ୍ରତାପ ଫେରାର ହୋଇଯାଇଛନ୍ତି। ସୂଚନାଯୋଗ୍ୟ ପ୍ରତାପଙ୍କ ଅତ୍ୟାଚାର ସହି ନ ପାରି ତାଙ୍କ ସ୍ତ୍ରୀ ଦୁଇବର୍ଷ ହେବ ବାପଘରକୁ ପଳାଇଛନ୍ତି। ସେବେଠାରୁ ଦେବାନନ୍ଦ ମୂଲମଜୁରି ଲାଗି ଯାହା ରୋଜଗାର କରନ୍ତି ସେଥିରେ ଘର ଚଳେ। ଏପରିକି ଦେବାନନ୍ଦ ନିଜେ ରୋଷେଇ କରି ପ୍ରତ୍ୟେକ ଦିନ ଭିନ୍ନକ୍ଷମ ପୁଅ ବୁଲୁ ଓ ପ୍ରତାପଙ୍କୁ ଖାଇବାକୁ ଦିଅନ୍ତି।

All Right Reserved By

Model This Week

ନିକିତା

ରାଜ୍ୟ | ସମ୍ବଲପୁର

୩ ବାଲ୍ୟ ବିବାହ ରୋକିଲା ପ୍ରଶାସନ

୩ ବାଲ୍ୟ ବିବାହ ରୋକିଲା ପ୍ରଶାସନ

ଆସିକା,୨୧।୪(ଡି.ଏନ୍‌.ଏ.)- ଆସିକା ବ୍ଲକ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଦ୍ୱାରା ଶନିବାର ଆସିକା ବ୍ଲକର ବାଲିସିରା ଗ୍ରାମରେ ୩ଟି ବାଲ୍ୟ ବିବାହକୁ ରୋକାଯାଇଛି।

‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’: ୯ ପ୍ରକଳ୍ପ ପାଇଁ ୩୭ ଲକ୍ଷ ଅନୁଦାନ

‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’: ୯ ପ୍ରକଳ୍ପ ପାଇଁ ୩୭ ଲକ୍ଷ ଅନୁଦାନ

ଗୁଣପୁର,୨୧।୪(ଡି.ଏନ୍‌.ଏ.): ରାୟଗଡା ଜିଲା ରାମନାଗୁଡା ବ୍ଲକ କୁଜେନ୍ଦ୍ରି ଗ୍ରାମପଞ୍ଚାୟତରେ ଶନିବାର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମନ୍ଦିରକୁ ପାଣି ଠାଳିବାକୁ ଯାଇ ୧୦ ବର୍ଷର ବାଳକ ମୃତ

ମନ୍ଦିରକୁ ପାଣି ଠାଳିବାକୁ ଯାଇ ୧୦ ବର୍ଷର ବାଳକ ମୃତ

ପାଟକୁରା, ୨୧।୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ବେଡାରୀ ପଞ୍ଚାୟତର ହରିଦାସପୁର ଶନିଶ୍ଚର ମନ୍ଦିରକୁ ପାଣି ଢାଳିବାକୁ ଯାଇ ନଦୀରେ ବୁଡି ଜଣେ ୧୦ ବର୍ଷ ବାଳକଙ୍କର ମୃତ୍ୟୁ ଘଟିଛି।

୨୦୭ ଛାତ୍ରୀଛାତ୍ର ଦେଲେ ନବୋଦୟ ପ୍ରବେଶିକା ପରୀକ୍ଷା

୨୦୭ ଛାତ୍ରୀଛାତ୍ର ଦେଲେ ନବୋଦୟ ପ୍ରବେଶିକା ପରୀକ୍ଷା

ନୂଆଗାଁ, ୨୧।୪(ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ନୂଆଗାଁ ହାଇସ୍କୁଲଠାରେ ଶନିବାର ନବୋଦୟ ପ୍ରବେଶିକା ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି। ଏଥି ନିମନ୍ତେ ନୂଆଗାଁ ବ୍ଲକର ବିଭିନ୍ନ ସ୍କୁଲରୁ ୨୪୦ ଛାତ୍ରୀଛାତ୍ର ସେମାନଙ୍କ ନାମ ପଞ୍ଜୀକୃତ କରିଥିଲେ।

ମାଓବାଦୀ-ଯବାନ ଗୁଳି ବିନିମୟ: ଜଣେ ଯବାନ ଶହୀଦ

ମାଓବାଦୀ-ଯବାନ ଗୁଳି ବିନିମୟ: ଜଣେ ଯବାନ ଶହୀଦ

ମାଲକାନଗିରି, ୨୧ା୪(ସ୍ବ.ପ୍ର.)-ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟର ସୁକ୍‌ମା ଜିଲାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ସିଆରପିଏଫ ଯବାନ ଶହୀଦ ହୋଇଥିବା ଜଣାପଡିଛି।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧ କୋଟି ୪୨ ଲକ୍ଷର ୩୦ ପ୍ରକଳ୍ପକୁ ମଞ୍ଜୁରୀ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧ କୋଟି ୪୨ ଲକ୍ଷର ୩୦ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର,୩।୪(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୩୦ ପ୍ରକଳ୍ପକୁ ୧ କୋଟି ୪୨ଲକ୍ଷ ଟଙ୍କାର ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଖୋର୍ଦ୍ଧା ଜିଲାର ରାଜସ ପଞ୍ଚାୟତର ୭ ପ୍ରକଳ୍ପ, ନୂଆପଡ଼ା କୋମନା ପଞ୍ଚାୟତର ୭, ଭଦ୍ରକ ଇରମ ପଞ୍ଚାୟତର ୭ ଏବଂ ରାୟଗଡ଼ା କୁଜେନ୍ଦ୍ରି ପଞ୍ଚାୟତର ୯ ପ୍ରକଳ୍ପ ରହିଛି।

ପହଞ୍ଚିଲା ୪୦ ଫୁଟିଆ ରଥକାଠ

ପହଞ୍ଚିଲା ୪୦ ଫୁଟିଆ ରଥକାଠ

ପୁରୀ ଅଫିସ, ୨୧।୪: ଜୁଲାଇ ୧୪ ତାରିଖରେ ରଥଯାତ୍ରା। ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହେବା ପରେ ରଥ ଖଳାରେ କାମ ଚାଲିଛି। ଶନିବାର ବୌଦ୍ଧ ବନମଣ୍ଡଳରୁ ୪୦ ଫୁଟିଆ ୨୭ ଖଣ୍ଡ ଅସନ ଓ ଧଉରା କାଠ ଆସି ପୁରୀରେ ପହଞ୍ଚିଛି। ଏଥିରେ ରଥର ଦଣ୍ଡା ତିଆରି କରାଯିବ ବୋଲି ଶ୍ରୀମନ୍ଦିର ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି।

ଡାକ୍ତର ନାହାନ୍ତି, ରୋଗୀ ହଟହଟା

ଡାକ୍ତର ନାହାନ୍ତି, ରୋଗୀ ହଟହଟା

ପୁରୀ ଅଫିସ, ୨୧।୪: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ଅବ୍ୟବସ୍ଥା ଦେଇ ଗତି କରୁଛି। ଜିଲା ପ୍ରଶାସନ ଓ ରାଜନେତାଙ୍କ ଇଚ୍ଛାଶକ୍ତି ଅଭାବରୁ ଚିକିତ୍ସାଳୟରେ ରୋଗୀ ସେବା ବ୍ୟାହତ ହେବାରେ ଲାଗିଛି। ଶନିବାର ଓପିଡିରେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗ ନିରୂପଣ ଲାଗି ରୋଗୀମାନେ ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି।

କବାଡିଆଠାରୁ ମିଳିଲା ୬ ବସ୍ତା ସ୍କୁଲ ପାଠ୍ୟପୁସ୍ତକ

କବାଡିଆଠାରୁ ମିଳିଲା ୬ ବସ୍ତା ସ୍କୁଲ ପାଠ୍ୟପୁସ୍ତକ

ଭଦ୍ରକ ଅଫିସ,୨୧।୪: ସରକାର ଛାତ୍ରୀଛାତ୍ରଙ୍କ ପାଇଁ ମାଗଣାରେ ପାଠ୍ୟ ପୁସ୍ତକ ବଣ୍ଟନ ବ୍ୟବସ୍ଥା କରିଛନ୍ତି। ଏଥିନିମନ୍ତେ ପ୍ରତି ବର୍ଷ ସମସ୍ତ ସ୍କୁଲରେ ଆବଶ୍ୟକ ମୁତାବକ ପୁସ୍ତକ ପଠାଯାଉଛି। ତେବେ ଏହା ଛାତ୍ରୀଛାତ୍ରଙ୍କୁ ମିଳିବା ବଦଳରେ କବାଡିବାଲାକୁ ବିକ୍ରି କରାଯାଉଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ତିହିଡି ବ୍ଲକ ଗୁଆମାଳ ଗ୍ରାମରେ।

ଇରମ୍‌ଠାରେ ‘ଆମ ଗାଁ ଆମ ବିକାଶ ଯୋଜନା’ର ଶୁଭାରମ୍ଭ

ଇରମ୍‌ଠାରେ ‘ଆମ ଗାଁ ଆମ ବିକାଶ ଯୋଜନା’ର ଶୁଭାରମ୍ଭ

ବାସୁଦେବପୁର,୨୧।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକପାଇଁ ଇରମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ରାଜ୍ୟ ସରକାରଙ୍କ ‘ଆମ ଗାଁ ଆମ ବିକାଶ ଯୋଜନା’ ଶୁଭାରମ୍ଭ କରାଯାଇଛି।

ପରିତ୍ୟକ୍ତ ଅବସ୍ଥାରେ ବ୍ରାହ୍ମଣୀ, ଦାନୀ ବନ୍ଧ: ପଙ୍କ ଉଦ୍ଧାର ଦାବି

ପରିତ୍ୟକ୍ତ ଅବସ୍ଥାରେ ବ୍ରାହ୍ମଣୀ, ଦାନୀ ବନ୍ଧ: ପଙ୍କ ଉଦ୍ଧାର ଦାବି

ପଦ୍ମପୁର,୨୧।୪(ଡି.ଏନ୍‌.ଏ.)- ପଦ୍ମପୁର ଏନ୍‌ଏସି ଅଧୀନରେ ଥିବା ଘରୋଇ ବସ୍‌ଷ୍ଟାଣ୍ଡ ନିକଟସ୍ଥ ବ୍ରାହ୍ମଣୀ ନଦୀବନ୍ଧ ଏବଂ କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ପାଖରେ ଥିବା ଦାନୀବନ୍ଧର ପଙ୍କ ଉଦ୍ଧାର ପାଇଁ ସହରବାସୀ ଦାବି କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଏହି ଦୁଇ ପୋଖରୀରେ ସହରର ଜନସାଧାରଣ ନିର୍ଭର କରୁଛନ୍ତି।

ତୈଳ ଦର ବୃଦ୍ଧିକୁ ନେଇ ବିଧାନସଭାରେ ହଟ୍ଟଗୋଳ

ତୈଳ ଦର ବୃଦ୍ଧିକୁ ନେଇ ବିଧାନସଭାରେ ହଟ୍ଟଗୋଳ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ବିଧାନସଭାରେ ଶନିବାର ଶୂନ୍ୟକାଳ ସମୟରେ ତୈଳ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଛି।