ରାଜ୍ୟ | ସମ୍ବଲପୁର

ତାମିଲନାଡୁରେ ଦାଦନ ଶ୍ରମିକ ନିଖୋଜ: ଅପେକ୍ଷା କରିଛନ୍ତି ସ୍ତ୍ରୀ, ପିଲା

ତାମିଲନାଡୁରେ ଦାଦନ ଶ୍ରମିକ ନିଖୋଜ: ଅପେକ୍ଷା କରିଛନ୍ତି ସ୍ତ୍ରୀ, ପିଲା

ଲାଞ୍ଜିଗଡ଼,୩୦।୧୨(ଡି.ଏନ୍‌.ଏ.):
ଆମେ ବହୁତ ଗରିବ ଲୋକ ଆଜ୍ଞା, ଓଳେ ଖାଇଲେ ଓଳେ ଉପାସ ରହୁଛୁ, ଗାଁରେ କାମଧନ୍ଦା କିଛି ନାହିଁ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ରାସ୍ତା କାମ କରିଥିଲୁ, ହେଲେ ୫ ବର୍ଷ ହେଲା ଟଙ୍କାଟିଏ ମିଳିଲା ନାହିଁ। ଆମର ଟଙ୍କାକେ ଉଠାଇ କରି ପଞ୍ଚାୟତର ବାବୁମାନେ ଖାଇ ଦେଲେ ଆମେ କାଣ କରିବୁ, କେମିତି ଚଳିବୁ, ଏହା ଥିଲା ଏକ ଅସହାୟା ମହିଳା ମନଦେଇ ହରିଜନଙ୍କ କୋହଭରା ଆକୁଳ ନିବେଦନ। କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ ତାଲବୋରା ଗାଁରେ ରହୁଥିଲେ ମାନିଆ ହରିଜନ(୫୧) ଏବଂ ତାଙ୍କ ସ୍ତ୍ରୀ ମନଦେଈ ହରିଜନ। ପରିବାର ପ୍ରତିପୋଷଣ ପାଇଁ ଗାଁରେ କୌଣସି କାମଧନ୍ଦା ନ ମିଳିବାରୁ ମାନିଆ ଏକପ୍ରକାର ହତାଶ ହୋଇପଡିଥିଲେ। ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନାରେ କାମ ମିଳିଥିଲା; କିନ୍ତୁ ବର୍ଷବର୍ଷ ବିତି ଯାଇଥିଲା, ହେଲେ ଟଙ୍କାଟିଏ ମିଳିଲା ନାହିଁ। ମାନିଆଙ୍କ ୩ ପୁଅ ଓ ୨ଟି ଝିଅ ଥିବାବେଳେ ପରିବାର ପ୍ରତିପୋଷଣ ପାଇଁ ଅର୍ଥ ବାଧକ ସାଜୁଥିଲା। ଶେଷରେ କାମ ଅନ୍ବେଷଣରେ ଧାର କରଜ କରି ବାହାରିଲେ ତାମିଲନାଡୁକୁ। ଗତ ଅକ୍ଟୋବରରେ ଗୋଟିଏ ବୋରୱେଲ୍‌ କମ୍ପାନୀରେ ମାନିଆ କାମ କରିବାକୁ ନିଯୁକ୍ତ ହୋଇଥିଲେ। କିନ୍ତୁ ଗଲାଦିନ ଠାରୁ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜଖବର ମିଳୁନାହିଁ। ତାମିଲନାଡୁକୁ ଗଲା ପରେ ମାନିଆ ସ୍ତ୍ରୀ ମନଦେଇଙ୍କ ପାଖକୁ କେମିତି କେତେବେଳେ ଫୋନ କରୁଥିଲେ, କିନ୍ତୁ ଏବେ ତାହା ମଧ୍ୟ ବନ୍ଦ ହୋଇଯାଇଛି। ସାଇ ପଡିଶା ଓ ସମ୍ପର୍କୀୟମାନେ ତାମିଲନାଡୁକୁ ଯାଇ ଖୋଜିଥିଲେ, ହେଲେ ମାନିଆଙ୍କୁ ନପାଇ ନିରାଶ ହୋଇ ଘରକୁ ଫେରିଛନ୍ତି ବୋଲି କହିଛନ୍ତି ମନଦେଈ। ଏପଟେ ୫ ପିଲାଙ୍କୁ ଧରି ବହୁ କଷ୍ଟରେ ମନଦେଇ ଜୀବନଯାପନ କରୁଛନ୍ତି। କିନ୍ତୁ ଏ ନେଇ କୌଣସି ସରକାରୀ ବାବୁଙ୍କ ପାଖରେ ଖବର ନାହିଁ। ଦୁଃଖର ଯାତନା ସହି ନ ପାରି ମନଦେଇ ଲାଖବାହାଲି ସରପଞ୍ଚଙ୍କ ନିକଟରେ ଗୁହାରି କରିଥିଲେ, କିନ୍ତୁ ସରପଞ୍ଚ କେବଳ ଆଶ୍ୱାସନା ଦେଇ ମନଦେଈଙ୍କୁ ଫେରାଇ ଦେଇଥିଲେ। ମୋ ସ୍ବାମୀ ଯେଉଁଠି ଥିଲେ ମଧ୍ୟ ସେ ନିଶ୍ଚୟ ଆସିବେ ବୋଲି ଆଶା ବାନ୍ଧି ବସିଥିବା ମନଦେଈଙ୍କୁ ସରକାରୀ ସହାୟତାର ଆବଶ୍ୟକତା ରହିଛି। ତାମିଲନାଡୁରେ ମାନିଆ ହଜିଥିବା ଘଟଣାକୁ ନେଇ ପୋଲିସରେ କେସ ମଧ୍ୟ ରୁଜୁ କରାଯାଇନାହିଁ, କାରଣ ମନଦେଈ ଥାନା କେବେ ଦେଖିନାହାନ୍ତି। ଏ ସମ୍ପର୍କରେ ମନଦେଈ କୋହଭରା କଣ୍ଠରେ କୁହନ୍ତି, ମୋ ପାଖରେ ଟଙ୍କା କେଉଁଠି ଅଛି, ଯେ କେସ କରିବା ପାଇଁ ଯିବି। ମୋର କେହି ସାହା ଭରସା ନାହାନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ପି.କେ.ମହାନ୍ତିଙ୍କୁ ପଚାରିବାରୁ ଏ ସମ୍ପର୍କରେ ଆମ ପାଖରେ ଅଭିଯୋଗ ନାହିଁ। ଯଦି ସମସ୍ତ ତଥ୍ୟ ଦିଆଯିବ, ତାହାହେଲେ ଆମେ ସାହାଯ୍ୟ କରିବୁ ବୋଲି ପ୍ରକାଶ କରିଛନ୍ତି।

All Right Reserved By

Model This Week

ନିକିତା

ରାଜ୍ୟ | ସମ୍ବଲପୁର

ନବୋଦୟ ପରୀକ୍ଷା ଦେଲେ ୫୧୯ ପରୀକ୍ଷାର୍ଥୀ

ନବୋଦୟ ପରୀକ୍ଷା ଦେଲେ ୫୧୯ ପରୀକ୍ଷାର୍ଥୀ

ଭଣ୍ଡାରିପୋଖରୀ,୨୨।୪(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ୨ଟି କେନ୍ଦ୍ର ଭଣ୍ଡାରିପୋଖରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଏବଂ ସରସଦା ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ଶନିବାର ନବୋଦୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସରସଦା କେନ୍ଦ୍ରରେ ୩୦୯ ଏବଂ ଭଣ୍ଡାରିପୋଖରୀ କେନ୍ଦ୍ରରେ ୨୧୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଦୁଇ ସେଣ୍ଟରରୁ ମୋଟ ୫୩ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ।

‘ତାଙ୍କ କବିତା ଥିଲା ଅଗ୍ନିବାଣୀ’

‘ତାଙ୍କ କବିତା ଥିଲା ଅଗ୍ନିବାଣୀ’

ଭଦ୍ରକ ଅଫିସ,୨୨।୪- ବିଶିଷ୍ଟ କବି ବାଞ୍ଛାନିଧି ମହାନ୍ତି ଥିଲେ ଭାରତୀୟ ମୁକ୍ତି ଆନ୍ଦୋଳନର ଜଣେ ଅଗ୍ରଣୀ ଯୋଦ୍ଧା। କବିତା ଓ ସଙ୍ଗୀତ ରଚନା କରି ସୁପ୍ତ ଜାତିର ହୃଦୟରେ ସେ ଦେଶାତ୍ମବୋଧ ଭାବନା ସୃଷ୍ଟି କରି ଜାତୀୟତାର ଶଙ୍ଖନାଦ କରିଥିଲେ। ଗୋପବନ୍ଧୁ ଦାସ, ମହାତ୍ମା ଗାନ୍ଧୀ ଓ ସୁଭାଷ ବୋଷଙ୍କ ବ୍ୟକ୍ତିତ୍ୱର ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଉତ୍କଳୀୟ ଚେତନା ସହ ଜାତୀୟ ଚେତନାର ମଞ୍ଜି ବୁଣିଥିଲେ। ତାଙ୍କ ସାରସ୍ବତ ସୃଷ୍ଟିରେ ଏହି ଚେତନାର ମିଶ୍ରରାଗ ବାରି ହୋଇ ପଡ଼େ ବୋଲି ଭଦ୍ରକ ଶହୀଦ ସ୍ମୃତି ଭବନଠାରେ ଅନୁଷ୍ଠିତ ୧୨୧ତମ ଜୟନ୍ତୀ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

କାଳବୈଶାଖୀ ଉଜାଡ଼ିଲା ଫସଲ

କାଳବୈଶାଖୀ ଉଜାଡ଼ିଲା ଫସଲ

ବନ୍ତ,୨୨।୪(ସ୍ବ.ପ୍ର.)-ଦୀର୍ଘ ଏକ ସପ୍ତାହ ଧରି ଅପରାହ୍ନ ସମୟରେ କାଳବୈଶାଖୀର ତାଣ୍ଡବ ଲାଗି ରହିଛି। ଭଦ୍ରକ ଜିଲାର ବନ୍ତ ଅଞ୍ଚଳରେ ଝଡ଼ବର୍ଷା ଓ କୁଆପଥର ମାଡ଼ ଯୋଗୁ ୬ହଜାର ହେକ୍ଟରରୁ ଅଧିକ ଚାଷଜମିର ରବି ଓ ପନିପରିବା ଫସଲ ନଷ୍ଟ ହୋଇଛି। ଡାଳୁଅ ଧାନ ମଧ୍ୟ ପ୍ରଭାବିତ ହୋଇଛି। ଝଡ଼ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ, ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିବାରୁ ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହୋଇଛି। ଅନେକ ସ୍ଥାନରେ ଘର ଛପର ଉଡ଼ିଯିବାରୁ ଗରିବ ଲୋକେ ବେସାହାରା ହୋଇପଡ଼ିଛନ୍ତି।

ଶିକ୍ଷାଧିକାରୀଙ୍କ ଅଫିସରେ ତାଲା ପକାଇଲେ ଅଭିଭାବକ

ଶିକ୍ଷାଧିକାରୀଙ୍କ ଅଫିସରେ ତାଲା ପକାଇଲେ ଅଭିଭାବକ

ପାଟଣା, ୨୨।୪ (ସ୍ବ.ପ୍ର.) -କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ଗୌରାଙ୍ଗଯୋଡ଼ିସ୍ଥିତ ଆଦର୍ଶ ବିଦ୍ୟାଳୟର ମୁଖ୍ୟ ଫାଟକରେ ଶନିବାର ଉତ୍ତ୍ୟକ୍ତ ଅଭିଭାବକମାନେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥର ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କୁ ପ୍ରବେଶିକା ପରୀକ୍ଷାଦେବା ଲାଗି ସୁଯୋଗ ଦିଆଯାଇଥିଲା। କିନ୍ତୁ ଶୁକ୍ରବାର ପ୍ରକାଶିତ ମେରିଟ୍‌ ଲିଷ୍ଟରେ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରୀଛାତ୍ରଙ୍କ ନାମ ସ୍ଥାନ ପାଇ ନ ଥିଲା ।

ମାଓବାଦୀ ପରିଚୟ ଦେଇ କାରଖାନାକୁ ପଶିିଲେ ୮ ସଶସ୍ତ୍ର ବ୍ୟକ୍ତି

ରାଇସୁଆଁ,୨୨।୪(ଡି.ଏନ.ଏ.)-କେନ୍ଦୁଝର ଜିଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଥମି ଯାଇଥିବା ବେଳେ ବାଂଶପାଳ ଅଞ୍ଚଳରେ ପୁଣି ସେମାନଙ୍କ ଆବିର୍ଭାବ ଘଟିବା ନେଇ ଚର୍ଚ୍ଚା ଜମିଛି। ଶୁକ୍ରବାର ରାତି ପ୍ରାୟ ଗୋଟାଏ ବେଳେ ୮ଜଣ ସଶସ୍ତ୍ର ବ୍ୟକ୍ତି ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ବାଂଶପାଳ ବ୍ଲକ ଅନ୍ତର୍ଗତ ଫୁଲଝର ଗ୍ରାମ ନିକଟରେ ଥିବା ଏକ କାରଖାନା ନିକଟକୁ ଆସିଥିଲେ।

ବୀମା ଟଙ୍କା ନ ପାଇ ଆଖି ବୁଜିଲେଣି ୪୦ ଚାଷୀ

ବୀମା ଟଙ୍କା ନ ପାଇ ଆଖି ବୁଜିଲେଣି ୪୦ ଚାଷୀ

ବାରିପଦା ଅଫିସ,୨୨।୪-ମରୁଡି ପ୍ରପିଡିତ ଅଞ୍ଚଳ ଘୋଷଣା ସତ୍ତ୍ୱେ ୩ ବର୍ଷ ହେଲା ଚାଷୀଙ୍କୁ ମିଳିପାରିନି ବୀମା ସହାୟତା। ମୟୂରଭଞ୍ଜ ଜିଲା ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏଭଳି ସମସ୍ୟା ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ବୀମା ସହାୟତା ଅପେକ୍ଷାରେ ଥିବା ମୋଟ ୭୬୦ ଚାଷୀଙ୍କ ମଧ୍ୟରୁ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ଭଳି ସମ୍ବେଦନଶୀଳ ଘଟଣା ପଦାକୁ ଆସିଛି। ଏ ସଂକ୍ରାନ୍ତରେ ଅଭିଯୋଗକୁ ଗୁରୁତ୍ୱ ଦେଇ ରାଜ୍ୟ ସମବାୟ ବିଭାଗ ଅଧୀନରେ ଥିବା ମୟୂରଭଞ୍ଜ ଜିଲା ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ (ସିସିବି)ଚାଷୀଙ୍କୁ ବୀମା ଟଙ୍କା ଦେବା ଲାଗି ଏବେ ତତ୍ପର ହୋଇଉଠିଛି।

ଅଟୋରିକ୍ସାରେ ଲାଗିବ ଚାଳକ ଓ ଯାନର ସବିଶେଷ ତଥ୍ୟ

ଅଟୋରିକ୍ସାରେ ଲାଗିବ ଚାଳକ ଓ ଯାନର ସବିଶେଷ ତଥ୍ୟ

ବାଲେଶ୍ୱର ଅଫିସ, ୨୨ା୪-ବାଲେଶ୍ୱର ଆଞ୍ଚଳିକ ପରିବହନ ଅଫିସ୍‌ରେ ଶନିବାର ପୂର୍ବାହ୍ନରେ ବାଲେଶ୍ୱର ଅଟୋ ଆସୋସିଏଶନ, ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଏବଂ ଜିଲାପାଳଙ୍କର ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଟୋରିକ୍ସାରେ ଚାଳକ ଓ ଯାନର ସବିଶେଷ ତଥ୍ୟ ଲାଗିବ ବୋଲି ନିଷ୍ପତ୍ତି ହୋଇଛି।

ଅଚଳ ପ୍ରକଳ୍ପ ସଚଳ ହେଲା

ରାଇସୁଆଁ,୨୨।୪(ଡି.ଏନ.ଏ.)-ଜଳକଷ୍ଟ ଭୋଗୁଥିବା କେନ୍ଦୁଝର ଜିଲା ବରଦାପାଳ ଗ୍ରାମର ଗୋପାଳସାହି, ଶିମିଳିସାହି, ଭୂୟାଁ ସାହି, ପାତ୍ର ସାହି, କେଲ ସାହି, ହସ୍ପିଟାଲ ସାହି ଗ୍ରାମର ଲୋକଙ୍କୁ ପାନୀୟଜଳ ଯୋଗାଇ ଦେବା ଲାଗି ପ୍ରଶାସନ ତତ୍ପର ହୋଇ ଉଠିଛି। ସେଠାରେ ଅଚଳ ହୋଇ ପଡିଥିବା ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ସକାଶେ ନୂଆ ବୋର୍‌ଓ୍ବେଲ ଖୋଳାଯାଇଛି। ଖୁବ୍‌ ଶୀଘ୍ର ଲୋକଙ୍କୁ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ପାନୀୟ ଜଳ ସମସ୍ୟା ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ ମହିଳା

ପାନୀୟ ଜଳ ସମସ୍ୟା ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ ମହିଳା

ଚମ୍ପୁଆ,୨୨।୪(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ କୋଦଗାଡିଆ ହନୁମାନ ସାହି ଓ ଏହା ଆଖପାଖ ଅଞ୍ଚଳରେ ପାନୀୟ ଜଳାଭାବ ସମସ୍ୟା ଗୁରୁତର ରୂପ ନେଇଛି । ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର କରା ନ ଯିବାରୁ ଅଞ୍ଚଳର ମହିଳାମାନେ ଏକତ୍ରିତ ହୋଇ ଶନିବାର ଉପଜିଲାପାଳ ପାରୁଲ ପଟାୱରିଙ୍କୁ ଭେଟି ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି।

କଳାକାରଙ୍କୁ ମିଳୁନି ଉଚିତ ପ୍ରୋତ୍ସାହନ

କଳାକାରଙ୍କୁ ମିଳୁନି ଉଚିତ ପ୍ରୋତ୍ସାହନ

କେନ୍ଦୁଝର ୨୨।୪( ସ୍ବ.ପ୍ର.)- ‘ଥରେ କରିଆ କଲେଜକୁ ଯାଇଥିଲି । ଛାତ୍ରୀଛାତ୍ର ସେଠାରେ ବଂଶୀ ବଜାଇକୁ ଅନୁରୋଧ କଲେ। ମୁଁ ବଂଶୀରେ କେତେକ ଧୂନ୍‌ ପରିବେଷଣ କରିଥିଲି। ପିଲାମାନେ ଘଣ୍ଟାଏ ଧରି ବଇଁଶୀ ବାଦନ ଧୂନ୍‌ର ତାଳେ ତାଳେ ନାଚିଥିଲେ । ସେ ଅନୁଭୂତି ଥିଲା ନିଆରା। ବାରିପଦା କୋର୍ଟରେ ଚାକିରି କରୁଥିବା ବେଳେ ବିଦେଶ ଯାଇ ଛଉନୃତ୍ୟ ଲାଗି ବଂଶୀ ବାଦନର ସୁଯୋଗ ପାଇଥିଲି। ବଦଳି ହୋଇଯିବାରୁ ବିଦେଶ ଗସ୍ତରୁ ବଞ୍ଚିତ ହୋଇଥିଲି।’ ଏଭଳି ସୁଖ ଓ ଦୁଃଖ ମିଶ୍ରିତ ଅନୁଭୂତିର କଥା କହି ବସନ୍ତି ବର୍ଷିୟାନ ବଂଶୀ ବାଦକ ଦିବାକର ଚାୈଧୁରୀ (୭୭) ।

ମୁଣ୍ଡଫଟା ଖରାରେ ନବୋଦୟ ପ୍ରବେଶିକା ପରୀକ୍ଷା

ମୁଣ୍ଡଫଟା ଖରାରେ ନବୋଦୟ ପ୍ରବେଶିକା ପରୀକ୍ଷା

ରେଢ଼ାଖୋଲ,୨୨।୪(ଡି.ଏନ.ଏ.)ଜବାହର ନବୋଦୟ ବିଦ୍ୟାଳୟ ପକ୍ଷରୁ ଷଷ୍ଠ ଶ୍ରେଣୀରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଛି। ରେଢ଼ାଖୋଲ ଉପଖଣ୍ଡରେ ପ୍ରାୟ ୮ଶହ ଛାତ୍ରୀଛାତ୍ର ପ୍ରବେଶିକା ପରୀକ୍ଷା ଦେଇଛନ୍ତି। ହେଲେ ରେଢ଼ାଖୋଲରେ ଏବେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁ ଥିବା ବେଳେ ନବୋଦୟ ବିଦ୍ୟାଳୟ ଉଚ୍ଚ କର୍ତ୍ତୃପକ୍ଷ ପ୍ରବେଶିକା ପରୀକ୍ଷା ସମୟ ଦିନ ସାଢେ ୧୧ ଟାରୁ ଦେଢଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ କରିଥିଲେ। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ବଦଳି ନିର୍ଦ୍ଦେଶକୁ ଶିକ୍ଷକଙ୍କ ବେଖାତିର

ରାଉରକେଲା ଅଫିସ,୨୨।୪- ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ଶିକ୍ଷକଙ୍କ ବଦଳି ଝିରପାଣି ହାଇସ୍କୁଲକୁ ହୋଇଥିବାବେଳେ ସେ ନୂତନ ସ୍ଥାନରେ ଯୋଗଦେଉ ନାହାନ୍ତି। ବିଭିନ୍ନ ବାହାନା ଦେଖାଇ ଛୁଟିରେ ରହିଛନ୍ତି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।