Dharitri News
ସମ୍ବଲପୁର

ବେଜବରୁଆ ପୀଠରେ ଗୌହାଟି ଛାତ୍ରୀଛାତ୍ର: ୫ ଭାଷାରେ ଆସାମ ରାଜ୍ୟ ସଙ୍ଗୀତ ଗାନ

ବେଜବରୁଆ ପୀଠରେ ଗୌହାଟି ଛାତ୍ରୀଛାତ୍ର: ୫ ଭାଷାରେ ଆସାମ ରାଜ୍ୟ ସଙ୍ଗୀତ ଗାନ ସମ୍ବଲପୁର,୩୦।୧୨(ବ୍ୟୁରୋ)- ଅହମିୟା ଭାଷା ସାହିତ୍ୟର ଗୌରବ ରସରାଜ ଲକ୍ଷ୍ମୀନାଥ ବେଜବରୁଆଙ୍କ କର୍ମଭୂମି ସମ୍ବଲପୁରସ୍ଥିତ ତାଙ୍କ ବାସଭବନରେ ଶନିବାର ଆସାମ ରାଜ୍ୟ ସଙ୍ଗୀତ ଗାନ କରାଯାଇଛି। ଗୌହାଟି ଗୁରୁକୁଳ ଗ୍ରାମର ସିନିୟର ସେକେଣ୍ଡାରୀ ସ୍କୁଲର ୨୦ ଜଣିଆ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକ ବେଜବରୁଆ ଭବନ ପରିଦର୍ଶନ କରିଥିଲେ। ପରେ ବେଜବରୁଆଙ୍କ ରଚିତ ଆସାମ ରାଜ୍ୟ ସଙ୍ଗୀତକୁ ଅହମିୟା, ବୋଡ଼ୋ, ହିନ୍ଦୀ, ବଙ୍ଗଳା ଓ ଓଡ଼ିଆ ଭାଷାରେ ଗାନ କରିଥିଲେ। ଲକ୍ଷ୍ମୀନାଥ ବେଜବରୁଆ ସ୍ମୃତି କମିଟି, ସମ୍ବଲପୁର ଆବାହକ ଦୀପକ କୁମାର ପଣ୍ଡାଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ହୋଇଥିଲା। ମୁଖ୍ୟଅତିଥିଭାବେ ସମ୍ବଲପୁର ଜିଲାପାଳ ସମର୍ଥ ବର୍ମା ଯୋଗଦେଇ ବେଜବରୁଆ ଭବନର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ପୀଠ ଆସାମ ଓ ଓଡ଼ିଶା ମଧ୍ୟରେ ସମ୍ପର୍କ ଓ ସମନ୍ବୟର କେନ୍ଦ୍ର ହେବ। ଆସାମରୁ ଅଧିକରୁ ଅଧିକ ଲୋକ ସମ୍ବଲପୁର ଆସିବେ। ଭାରତବର୍ଷର କୋଣ ଅନୁକୋଣ ସହ ପରସ୍ପର ମଧ୍ୟରେ ବିବିଧତା ସତ୍ତ୍ବେ ଅନେକ ସମାନତା ମଧ୍ୟ ରହିଛି। ଓଡ଼ିଶା ଓ ଆସାମ ମଧ୍ୟରେ ଏ ସମାନତାର ପରିମାଣ ଟିକିଏ ଅଧିକ ହେବ ବୋଲି ଜିଲାପାଳ କହିଥିଲେ। ଗୁରୁକୁଳ ସ୍କୁଲର ଅଧ୍ୟକ୍ଷ ଡ. ବସନ୍ତ କୁମାର ଭୂୟାଁ ବେଜବରୁଆଙ୍କ ମହାନ ଅବଦାନ ସମ୍ପର୍କରେ ଉଲ୍ଲେଖ କରି ସମ୍ବଲପୁର ଆସାମବାସୀଙ୍କ ତୀର୍ଥଭୂମି ବୋଲି କହିଥିଲେ। ଏଠାରେ ବେଜବରୁଆଙ୍କ ଏକ ପୂର୍ଣ୍ଣ ଆବୟବ ମୂର୍ତ୍ତି ଓ ସ୍ମାରକୀ ତୋରଣ ନିର୍ମାଣ ପାଇଁ ସେ ପାଣ୍ଠି ଯୋଗାଇଦେବେ ବୋଲି ଘୋଷଣା କରିଥିଲେ। ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟିର ସଭାପତି ଭାଗବତ ପ୍ରସାଦ ନନ୍ଦ କହିଲେ, ଓଡ଼ିଶା ଓ ଆସାମ ମଧ୍ୟରେ ସମ୍ପର୍କ ଖୁବ୍‌ ପୁରୁଣା। ଆସାମର ଚା’ ବଗିଚାରେ କାମ କରିବା ପାଇଁ ଏଠାରୁ ବହୁ ପୂର୍ବରୁ ଲୋକେ ସେଠାକୁ ଯାଇଛନ୍ତି। ବିଶେଷକରି ବଲାଙ୍ଗୀର ଓ ବରପାଲିରୁ ଯାଇଥିବା ଲୋକେ ପୁରୁଷାନୁକ୍ରମେ ସେଠାକାର ଅଧିବାସୀ ହୋଇଯାଇଛନ୍ତି। ଇନ୍‌ଟାକ୍‌ ସମ୍ବଲପୁର ଚାପ୍ଟରର ଆବାହକ ପ୍ରଫେସର ତାରିଣୀ ପ୍ରସାଦ ପଣ୍ଡା କହିଲେ, ପ୍ରାଚୀନ କୀର୍ତ୍ତିରାଜିର ସଂରକ୍ଷଣ ଦାୟିତ୍ୱ ତୁଲାଉଥିବା ଇନ୍‌ଟାକ୍‌ ବେଜବରୁଆ ଭବନର ପୁନର୍ବିନ୍ୟାସର ଭାର ନେଇଛିି। ନିର୍ମିତ ହେବା ପରେ ବେଜବରୁଆ ଭବନ ଯେଭଳି ଦେଖାଯାଉଥିଲା, ସେ ସ୍ବରୂପକୁ ଫେରାଇ ଅଣାଯିବ। ଲକ୍ଷ୍ମୀନାଥ ବେଜବରୁଆ ସ୍ମୃତି କମିଟି ସଭାପତିି ଶଶାଙ୍କ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭୟ ପାଢ଼ୀ, ପ୍ରଫୁଲ୍ଲ ହୋତା, ନରେନ୍ଦ୍ର ପାଣିଗ୍ରାହୀ, ଜୟଶ୍ରୀ ମିଶ୍ର ପ୍ରମୁଖ ପ୍ରତିନିଥି ଦଳ ସହ ଆଲୋଚନା କରିଥିଲେ। ସ୍ଥାନୀୟ ଛାତ୍ରୀଛାତ୍ର ଓ ଜନସାଧାରଣଙ୍କ ସହ ମିଶି ବେଜବରୁଆ ଭବନ ଅଞ୍ଚଳରେ ଏକ ଶୋଭାଯାତ୍ରା କରିଥିଲେ। ଛାତ୍ରୀ ହିମାଶ୍ରୀ ଡେକା, ଉପାସନା ସୁଢ଼ୁଡ଼ି, ଜଶିକା ଗୟାରି, ତନୁଶ୍ରୀ ପଲ, ଅମ୍ବ୍ରାମନ୍‌ କାଶ୍ୟପ, ସ୍ମୃତି ମେଧି, ସମୁଞ୍ଜଳ ତାୟକଦାର, ସିଦ୍ଧାର୍ଥ ଦାସ, ଆଲୋକ ବରୁଆ, ସୌଧିଲ୍ୟ ବରୁଆ, ମଣ୍ଟୁ ଓଝା ସଙ୍ଗୀତ ଗାନ କରିଥିଲେ। ଶିକ୍ଷକ ତ୍ରିମଲି ଗୋଗେଇ, ଜୁନାଲି ଦାସ ବଡ଼ଠାକୁର, ବିଜୁ ରାମ, ଉପାଧ୍ୟକ୍ଷ ନିଖିଲେଶ ଗୋସ୍ବାମୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବଲପୁର

‘ଥିଏଟର ଜୀଇଁବା ଶିଖାଏ’

‘ଥିଏଟର ଜୀଇଁବା ଶିଖାଏ’

ବଲାଙ୍ଗୀର ଅଫିସ,୨୧।୧- ଥିଏଟର ବା ମଞ୍ଚ ନାଟକ ଜୀଇଁବା ଶିଖାଏ। ଥିଏଟର ଜଣକ ଭିତରେ ଆତ୍ମପ୍ରତ୍ୟୟ ସୃଷ୍ଟି କରେ। ଜୀବନକୁ ଶୃଙ୍ଖଳିତ ଓ ରୁଦ୍ଧିମନ୍ତ କରିଥାଏ। ଥିଏଟରରେ ସାମିଲ ହୋଇ ଜୀବନକୁ ବୁଝିବାକୁ ଚେଷ୍ଟା କରିଛି। ଥିଏଟରରେ ଜୀବନକୁ ଉପଭୋଗ କରିଛି। ଥିଏଟରରୁ ସମସ୍ତଙ୍କ ପାଇଁ ଅନେକ କିଛି ଶିଖିବାର ରହିଛି ବୋଲି ପ୍ରଖ୍ୟାତ ବଲିଉଡ୍‌ ଅଭିନେତା ତଥା ଥିଏଟର କର୍ମୀ ରଘୁବୀର ଯାଦବ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଛନ୍ତି। ସର୍ବଭାରତୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବରେ ଯୋଗଦେବା ପାଇଁ ମୁମ୍ବାଇରୁ ଆସିଥିବା ପ୍ରଖ୍ୟାତ ଅଭିନେତା ଯାଦବ ଶନିବାର ବଲାଙ୍ଗୀରରେ ପହଞ୍ଚତ୍ବା ପରେ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆରେ ରଘୁବୀର ଯାଦବଙ୍କ ସହ ଏକ ସନ୍ଧ୍ୟା ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

୨.୧୫ ଗ୍ରାମ ବ୍ରାଉନସୁଗର ଜବତ: ଦିବ୍ୟାଙ୍ଗ ଯୁବକ ଗିରଫ

କୁତ୍ରା,୨୧।୧(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅଧୀନ ଗଙ୍ଗାଜଳସ୍ଥିତ ରାଜଗାଙ୍ଗପୁର ଓସିଏଲ୍‌ ଡେର୍ଲିମାର୍କେଟରୁ ଜଣେ ଦିବ୍ୟାଙ୍ଗ ଯୁବକ ରିତେଶ ଘୋଷଙ୍କଠାରୁ ୨.୧୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ପୋଲିସ ସୂଚନାନୁଯାୟୀ, ଅଭିଯୁକ୍ତ ରିତେଶ ରାଜଗାଙ୍ଗପୁର ସହରରେ ବ୍ରାଉନସୁଗର ସମେତ ବିଭିନ୍ନ ନିଶା ଦ୍ରବ୍ୟ କାରବାର କରିଆସୁଥିଲେ।

ଯୁବତୀଙ୍କୁ ଏସିଡ୍‌ ମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ହାଇଦ୍ରାବାଦରୁ ଗିରଫ

କଲମପୁର,୨୦।୧(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ବ୍ଲକ ବଙ୍କାପଲା ଗ୍ରାମରେ ଗତ ୧୫ତାରିଖ ସକାଳେ ଜଣେ ଯୁବତୀଙ୍କୁ ଏସିଡ୍‌ ମାଡ ହୋଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ କଳାହାଣ୍ଡି ଜିଲା ପୋଲିସ ଶନିବାର ସନ୍ଧ୍ୟାରେ ହାଇଦ୍ରାବାଦରୁ ଗିରଫ କରିଛି। ଘଟଣା ଦିନ ଖଣ୍ଡି ଡଙ୍ଗରିଗୁଡାର ଜଣେ ଯୁବତୀଙ୍କୁ ସେହି ଗ୍ରାମର ପର୍ଶୁରାମ ମାଝି ବଙ୍କାପଲା ବଜାର ପଡିଆ ନିକଟରେ ଏସିଡ୍‌ ମାଡ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା।

ମେଟାକାନୀ ମନ୍ଦିର ଦାନବାକ୍ସ ଚୋରି ଘଟଣାର ପର୍ଦ୍ଦାଫାଶ

ମେଟାକାନୀ ମନ୍ଦିର ଦାନବାକ୍ସ ଚୋରି ଘଟଣାର ପର୍ଦ୍ଦାଫାଶ

ଉଲୁଣ୍ଡା,୨୦।୧(ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କୁତମେଣ୍ଡାସ୍ଥିତ ସୁବର୍ଣ୍ଣପୁର ଜିଲାର ଅନ୍ୟତମ ଶକ୍ତିପୀଠ ମା’ ମେଟାକାନୀଙ୍କ ମନ୍ଦିରରେ ଥିବା ଦାନବାକ୍ସ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି।

ଛାତ୍ରୀଛାତ୍ରଙ୍କ ମୁଣ୍ଡରେ ଭାଜପା ଟୋପି ପିନ୍ଧାଯିବା ଘଟଣା: ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ବରଗଡ଼ ଅଫିସ୍‌,୨୦।୧- ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଏମ୍‌.ଗଣ୍ଡପାଲି ପ୍ରାଥମିକ ସ୍କୁଲ ଛାତ୍ରୀଛାତ୍ରଙ୍କ ମୁଣ୍ଡରେ ଦଳୀୟ ଟୋପି ପିନ୍ଧାଇ ଭାଜପାର ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରାକୁ ସ୍ବାଗତ କରାଯିବା ଘଟଣାରେ ଶନିବାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ବିଜେପୁର ବ୍ଲକ ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ତିଆ କହିଛନ୍ତି, ଘଟଣା ସମ୍ପର୍କରେ ତାଙ୍କ ପାଖରେ ଯାହା କିଛି ତଥ୍ୟ ରହିଥିଲା ଶନିବାର ସନ୍ଧ୍ୟାରେ ଜିଲା ଶିକ୍ଷା ଅଧିକାରୀଙ୍କ ପାଖକୁ ପଠାଇ ଦେଇଛନ୍ତି। ଡିଇଓ ତାହା ଉପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଗଡ଼ତିଆ କହିଥିଲେ।

ବନ ବିଭାଗର ଚଢାଉ: କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସାଗୁଆନ କାଠଗଣ୍ଡି ଜବତ

ବନ ବିଭାଗର ଚଢାଉ: କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସାଗୁଆନ କାଠଗଣ୍ଡି ଜବତ

କଣ୍ଟାବାଞ୍ଜି,୨୦।୧(ଡି.ଏନ୍‌.ଏ.)-ବଲାଙ୍ଗୀର ବନ ବିଭାଗ ପକ୍ଷରୁ ଶନିବାର କଣ୍ଟାବାଞ୍ଜି ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ୧ କୋଟି ଟଙ୍କାର ଶାଗୁଆନ କାଠ ଗଣ୍ଡି ସହ ବିଭିନ୍ନ ତିଆରି ସାମଗ୍ରୀ ଜବତ କରାଯାଇଛି।

ଭାଜପାର ଶସ୍ତା ରାଜନୀତି: ଛାତ୍ରୀଛାତ୍ରଙ୍କୁ ପିନ୍ଧାଇଲା ଦଳୀୟ ଟୋପି

ଭାଜପାର ଶସ୍ତା ରାଜନୀତି: ଛାତ୍ରୀଛାତ୍ରଙ୍କୁ ପିନ୍ଧାଇଲା ଦଳୀୟ ଟୋପି

ବରଗଡ଼ ଅଫିସ୍‌,୨୦।୧- ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ରାଜନେତାମାନେ କିଭଳି ଶସ୍ତା ରାଜନୀତି କରୁଛନ୍ତି, ତାହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ପଦାକୁ ଆସିଛି। ବିଜେପୁର ଗୁଳି ରାଜନୀତିକୁ ନେଇ ଗତ ୧୬ ଓ ୧୭ତାରିଖ ୨ଦିନ ଧରି ଭାଜପାର ଗଣତନ୍ତ୍ର ବଞ୍ଚାୟ ପଦଯାତ୍ରା ହୋଇଥିଲା। ବିଜେପୁର ବ୍ଲକ ପଡ଼ା ଗ୍ରାମରୁ ପଦଯାତ୍ରା ବାହାରି ବରପାଲିରେ ଶେଷ ହୋଇଥିଲା। ତେବେ ପଦଯାତ୍ରାରେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ସିଧାସଳଖ ସାମିଲ୍‌ କରି ନ ଥିଲେ ହେଁ ପରୋକ୍ଷରେ କେତେକ ଭାଜପା ନେତା ବିଜେପୁର ବ୍ଲକ ଅଧୀନ ଏମ୍‌.ଗଣ୍ଡପାଲି ପ୍ରାଥମିକ ସ୍କୁଲର କୋମଳମତି ଛାତ୍ରୀଛାତ୍ରଙ୍କୁ ସେଥିରେ ନିୟୋଜିତ କରିବା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

ସାମାଜିକ ସଂଗନର ପ୍ରୟାସ: ପାଠ ପଢିବେ ଷ୍ଟେଶନରେ ବୁଲୁଥିବା ଶିଶୁ

ସାମାଜିକ ସଂଗନର ପ୍ରୟାସ: ପାଠ ପଢିବେ ଷ୍ଟେଶନରେ ବୁଲୁଥିବା ଶିଶୁ

ଝାରସୁଗୁଡ଼ା ଅଫିସ,୨୦।୧- ଝାରସୁଗୁଡ଼ା ରେଲୱେ ଷ୍ଟେଶନ ନିକଟରେ ବୁଲୁଥିବା ଶିଶୁଙ୍କୁ ପାଠ ପଢାଇବାର ଦାୟିତ୍ୱ ନେଇଛନ୍ତି କେତେକ ସାମାଜିକ ସଂଗଠନ। ଅସୁରକ୍ଷିତ ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ବୁଲୁଥିବା ଛୋଟ ଛୋଟ ଶିଶୁଙ୍କୁ ଏକତ୍ରିତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସେମାନଙ୍କୁ ଏକାଠି କରିବା, ଶୃଙ୍ଖଳିତ ଜ୍ଞାନ, ଅକ୍ଷର ଚିହ୍ନଟ ପ୍ରଣାଳୀ ବିଷୟରେ ଶିକ୍ଷା ଯିବ। ପରେ ସ୍କୁଲରେ ନାମ ଲେଖାଇ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବାର ପ୍ରୟାସ କରାଯିବ ବୋଲି ଦୁଇ ସଂଗଠନର କର୍ମକର୍ତ୍ତା କହିଛନ୍ତି।

ବାଇକ୍‌ ସହ କକା, ପୁତୁରାଙ୍କ ମୃତଦେହ କୂଅରୁ ଉଦ୍ଧାର

ନୂଆଗଁ।,୧୯।୧(ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ନୂଆଗଁ। ବ୍ଲକ୍‌ ହାତିବାରୀ ଥାନା ଅନ୍ତର୍ଗତ କୁନ୍ଦୁରୁଗୁଟୁ ଗାଁ ନିକଟ ରାସ୍ତାକଡ଼ ଜମି ମଧ୍ୟରେ ଥିବା ଏକ ଖୋଲା କୂଅରୁ ଶୁକ୍ରବାର ପୋଲିସ ଗ୍ରାମବାସୀଙ୍କ ସହାୟତାରେ ୨ ମୃତଦେହ ସହ ଏକ ବାଇକ୍‌ (ନଂ. ଓଆର୍‌ ୧୪କ୍ୟୁ ୨୩୮୪)କୁ ଉଦ୍ଧାର କରିଛି। ମୃତକଦ୍ୱୟ ସେହି ଗ୍ରାମର ସୁଖୁ ଲାକଡ଼ା (୪୫) ଓ ତାଙ୍କ ପୁତୁରା ବୁଧେଶ୍ୱର ଲାକଡ଼ା (୪୦) ବୋଲି ଗ୍ରାମବାସୀ ଚିହ୍ନଟ କରିଛନ୍ତି। ସେମାନଙ୍କ ମୁଣ୍ଡରେ ଗଭୀର କ୍ଷତଚିହ୍ନ ରହିଛି। କୂଅ ମଧ୍ୟରେ ଥିବା ପଥରରେ ପିଟି ହୋଇ ଉଭୟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

ଇଚ୍ଛାଶକ୍ତି ପାଖରେ ହାର ମାନିଛି ବୟସ, ମାନବବାଦର ବାର୍ତ୍ତା ନେଇ ମହାରାଷ୍ଟ୍ରରୁ ପଦଯାତ୍ରା

ଇଚ୍ଛାଶକ୍ତି ପାଖରେ ହାର ମାନିଛି ବୟସ, ମାନବବାଦର ବାର୍ତ୍ତା ନେଇ ମହାରାଷ୍ଟ୍ରରୁ ପଦଯାତ୍ରା

ଖପ୍ରାଖୋଲ,୧୯।୧(ଡି.ଏନ୍‌.ଏ.)- ସାମ୍ପ୍ରତିକ ସମାଜରେ ହିଂସା, ଅହଂକାର, ଅସହିଷ୍ଣୁତା ଆଦି ଦେଖାଦେଉଥିବାବେଳେ ଲୋପ ପାଉଛି ମାନବିକତା। ହେଲେ ଏହି ମାନବବାଦର ବାର୍ତ୍ତା ନେଇ ୫ଜଣ ସାଙ୍ଗ ସୁଦୂର ମହାରାଷ୍ଟ୍ରର ଶିରିଡ଼ିଠାରୁ ପଦଯାତ୍ରାରେ ବାହାରି ଶ୍ରୀକ୍ଷେତ୍ରଧାମ ପୁରୀରେ ପହଞ୍ଚିବାକୁ ଆଶା ରଖିଛନ୍ତି। ୪ ବର୍ଷ ହେଲା ଏହି ୫ଜଣ ଏଭଳି ପଦଯାତ୍ରାରେ ଶହଶହ କି.ମି. ଚାଲି ଚାଲି ବିଭିନ୍ନ ସ୍ଥାନକୁ ଯାଇଥାନ୍ତି ବୋଲି

ଶିକ୍ଷକ୍‌ ଗିଲ୍‌ଲେ ୯୫ ପିଲାକର ମଧ୍ୟାହ୍ନ ଭୋଜନ୍‌, ୧୬ ଦିନ ହେଲା ହେଲା କାର୍‌ଯାନୁଷ୍‌ଠାନ୍‌ ନାଇଁ

ଶିକ୍ଷକ୍‌ ଗିଲ୍‌ଲେ ୯୫ ପିଲାକର ମଧ୍ୟାହ୍ନ ଭୋଜନ୍‌, ୧୬ ଦିନ ହେଲା ହେଲା କାର୍‌ଯାନୁଷ୍‌ଠାନ୍‌ ନାଇଁ

ବାମରା,୧୯।୧(ସ୍ବ.ପ୍ର.)-ସମ୍ବଲପୁର ଜିଲା ବାମରା ବ୍ଲକ୍‌ ଲରିଆପାଲି ପନ୍‌ଚେତ ଆର୍‌ ଗୋବିନ୍ଦପୁର ପନ୍‌ଚେତରେ ମଧ୍ୟାହ୍ନ ଭୋଜନ୍‌ରେ ଠକେଇ ହେଇଛେ। ୯୫ ପିଲାକର ଖାଦ୍ୟକେ ଶିକ୍ଷକ୍‌ ଖାଇ ଯାଇଛନ୍‌। ଜାନୁୟାରୀ ୨ ତାରିଖ ପୁଷ୍‌ପୁନି ଦିନ ବହୁତ୍‌ପିଲା ଇସ୍‌କୁଲକେ ନାଇଁ ଆସି। ହେଲେ ହାଜ୍‌ରା ଖାତାରେ ସବୁ ପିଲା ଆସିଥିବାର ଦେଖାଯାଇଛେ। ଆର୍‌ ଇ ବାବଦ୍‌ ସବୁ ଟଁକା ଶିକ୍ଷକ୍‌କଁର ମୁନାକେ ଯାଇଛେ।

ବିଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବିଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାଉରକେଲା ଅଫିସ,୧୯।୧- ସୁନ୍ଦରଗଡ଼ ଜିଲା ଲାଠିକଟା ବିଡିଓ, ସହକାରୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ଓ ଲାଠିକଟା ବ୍ଲକ କାର୍ଯ୍ୟାଳୟରେ କଟକ ଭିଜିଲାନ୍ସ ସେଲ୍‌ ପକ୍ଷରୁ ଶୁକ୍ରବାର ସକାଳେ ଚଢ଼ାଉ କରାଯାଇଛି। ୨୦୧୫ରେ ଏକ ରାସ୍ତା କାମରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ସୂଚନା ଅନୁଯାୟୀ ୨୦୧୫ରେ ଏକ ରାସ୍ତା ନିର୍ମାଣ କରା ନ