ରାଜ୍ୟ | ସମ୍ବଲପୁର

ଚାଷୀ ଆତ୍ମହତ୍ୟା ଅଭିଯୋଗ

ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡା ଅଫିସ,୩୦।୧୨-
ନୂଆପଡା ଜିଲା ସଦର ବ୍ଲକ ବୁଢୀପଦର ପଞ୍ଚାୟତ ଅଧୀନ ଜେଞ୍ଜରା ଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି। ଫସଲହାନୀ ଓ ଋଣବୋଝ ଯୋଗୁ ଗଁାର ଅଗନୁ ରାଉତ(୫୫) ଶୁକ୍ରବାର ନିଜ କ୍ଷେତରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶନିବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପରେ ଅଗନୁଙ୍କ ପରିବାର ଲୋକେ ସ୍ଥାନୀୟ ଭାଜପା ନେତାଙ୍କ ସହ ଏ ନେଇ ଜିଲା ପ୍ରଶାସନକୁ ଫେରାଦ ହୋଇ କ୍ଷତିପୂରଣ ଦେବାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଅଗନୁ ଚଳିତବର୍ଷ ତାଙ୍କର ନିଜସ୍ବ ୩ଏକର ଜମରେ ଚାଷ କରିଥିଲେ। ଏଥିପାଇଁ ସେ ସ୍ଥାନୀୟ ପରକୋଡସ୍ଥିତ କୃଷି ସେବା ସମବାୟ ସମିତିରୁ ୫୫ହଜାର ଟଙ୍କା ଋଣ କରିଥିଲେ। ହେଲେ ଚଳିତବର୍ଷ ସ୍ବଳ୍ପବୃଷ୍ଟି ଓ ରୋଗପୋକ ଯୋଗୁ ଫସଲ ସମ୍ପୂର୍ଣ୍ଣ ଉଜୁଡି ଯାଇଥିଲା। ଏଥିପାଇଁ ଅଗନୁ ସବୁବେଳେ ଚିନ୍ତାରେ ରହୁଥିଲେ। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟାବେଳେ ଘରେ କେହି ନ ଥିବା ସମୟରେ ସେ ନିଜ ଘର ପଛ ପଟ କ୍ଷେତକୁ ଯାଇଥିଲେ। ସେଠାରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଶନିବାର ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏନେଇ ଖରିଆରରୋଡ଼ ଜୋଙ୍କ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୧୧୩/୧୭) ରୁଜୁ ହୋଇଛି। ଅବିଳମ୍ବେ ମୃତ ଚାଷୀଙ୍କ ପରିବାରକୁ ସହାୟତା ରାଶି ଯୋଗାଇ ଦେବାକୁ ଭାଜପା ନେତା ଗୋଲଡି ଅଗ୍ରୱାଲ, ଜିଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଟିଟୁ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚତୁର୍ଭୁଜ ଶର୍ମା ପ୍ରମୁଖ ଦାବି କରିଛନ୍ତି।

All Right Reserved By

ରାଜ୍ୟ | ସମ୍ବଲପୁର

ସିବିଆଇ ଡବଲ୍‌ ରୋଲ୍‌ କରୁଛି: ନରସିଂହ

ସିବିଆଇ ଡବଲ୍‌ ରୋଲ୍‌ କରୁଛି: ନରସିଂହ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ଗ୍ୟାଙ୍ଗଷ୍ଟାର ଟିଟୋ ଗିରଫ ହେବା ପରେ ତାଙ୍କ ସମ୍ପତ୍ତିର ଖୋଳତାଡ଼ ଜାରି ରହିଛି। ଏସବୁ ମଧ୍ୟରେ ଟିଟୋ ପେଟ୍ରୋଲ ପମ୍ପର ମାଲିକ ବୋଲି ଜଣାପଡ଼ିଛି। ତେବେ ଟିଟୋଙ୍କୁ କିଏ ପେଟ୍ରୋଲ ପମ୍ପ ଦେଲା, ଏଥିରେ କେଉଁ ରାଜନେତା ବା ପ୍ରଶାସକଙ୍କର ହାତ ଅଛି ସେ ନେଇ ତଦନ୍ତ ଚାଲିଥିବା ବେଳେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଆଇଓସିଏଲ୍‌ ପକ୍ଷରୁ ସିବିଆଇକୁ ସୁପାରିଶ କରାଯାଇଛି। ଏସବୁ ମଧ୍ୟରେ ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ନେଇ ପ୍ରତିକ୍ରିୟା ବ୍ୟକ୍ତ କରିବା ସହ ଗୁରୁବାର ଆଇଓସିଏଲ୍‌ ଓ ସିବିଆଇକୁ ଟାର୍ଗେଟ କରିଛନ୍ତି।

ଏସ୍‌ସିବିରେ ଚିକିତ୍ସାଧୀନ ବାଲେଶ୍ୱର ଯୁବକ ନିପା ଆକ୍ରାନ୍ତ ଏକ ଗୁଜବ: ସ୍ବାସ୍ଥ୍ୟମନ୍ତ୍ରୀ

ଏସ୍‌ସିବିରେ ଚିକିତ୍ସାଧୀନ ବାଲେଶ୍ୱର ଯୁବକ ନିପା ଆକ୍ରାନ୍ତ ଏକ ଗୁଜବ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ବାଲେଶ୍ୱର ଜିଲାର ୮ଜଣ ଯୁବକ ଜ୍ୱରରେ ଆକ୍ରାନ୍ତ ହୋଇ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି। ସେମାନେ ନିପାରେ ଆକ୍ରାନ୍ତ ବୋଲି ଚର୍ଚ୍ଚା ହେଉଛିି। ତେବେ ଏ ନେଇ ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା। ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହା ଏକ ଗୁଜବ। ଏଥିରେ କୌଣସି ସତ୍ୟତା ନାହିଁ।

୨୯୫ ଲିଟର ମଦ ଜବତ, ୭ ମହିଳା ଗିରଫ

୨୯୫ ଲିଟର ମଦ ଜବତ, ୭ ମହିଳା ଗିରଫ

ଦାରିଙ୍ଗବାଡ଼ି,୧୯।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୯୫ ଲିଟର ଦେଶୀ ମଦ ଜବତ କରାଛି। ବିପୁଳ ପରିମାଣର ମହୁଲ ପୋଚ୍‌କୁ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି।

ତାମିଲନାଡ଼ୁ ପରେ ଗୁଜରାଟରେ ଶ୍ରମିକଙ୍କୁ ନିର୍ଯ୍ୟାତନା: ଫେରାଇ ଆଣିବାକୁ ଜିଲାପାଳଙ୍କ ନିକଟରେ ନିବେଦନ

ତାମିଲନାଡ଼ୁ ପରେ ଗୁଜରାଟରେ ଶ୍ରମିକଙ୍କୁ ନିର୍ଯ୍ୟାତନା: ଫେରାଇ ଆଣିବାକୁ ଜିଲାପାଳଙ୍କ ନିକଟରେ ନିବେଦନ

ପୁରୀ ଅଫିସ,୧୯ା୭ : ତାମିଲନାଡୁ ପରେ ଏବେ ଗୁଜୁରାଟରେ ପୁରୀ ଜିଲାର କେତେଜଣ ଶ୍ରମିକ ନିର୍ଯାତନାର ଶିକାର ହୋଇଥିବା ଜଣାପଡିଛି। ଏଥିରେ ଜିଲାର ପୁରୀ ସଦର, ବ୍ରହ୍ମଗିରି ଓ ପିପିଲି ବ୍ଳକର ପ୍ରାୟ ୨୫ ଶ୍ରମିକ ରହିଛନ୍ତି।

 ଶ୍ରୀମନ୍ଦିରକୁ ଫେରିବା ଲାଗି ମହାପ୍ରଭୁଙ୍କ ପ୍ରସ୍ତୁତି: ରଥ ଦକ୍ଷିଣ ମୋଡ଼ ଆରମ୍ଭ

ଶ୍ରୀମନ୍ଦିରକୁ ଫେରିବା ଲାଗି ମହାପ୍ରଭୁଙ୍କ ପ୍ରସ୍ତୁତି: ରଥ ଦକ୍ଷିଣ ମୋଡ଼ ଆରମ୍ଭ

ପୁରୀ ଅଫିସ,୧୯।୭: ହେରାପଞ୍ଚମୀରେ ଶ୍ରୀଦେବୀ(ଲକ୍ଷ୍ମୀ ଠାକୁରାଣୀ) ମହାପ୍ରଭୁଙ୍କୁ ଫେରାଇ ନେବାକୁ ଆସିଥିଲେ। ହେଲେ ଅଭିମାନ କରି ଶ୍ରୀଦେବୀ ଚାଲିଯିବା ପରେ ଶ୍ରୀମନ୍ଦିରକୁ ଫେରିବା ଲାଗି ମହାପ୍ରଭୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ: ଏମ୍‌ପିଙ୍କୁ ହ୍ବିପ୍‌ ଜାରି କଲା ବିଜେଡି

କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ: ଏମ୍‌ପିଙ୍କୁ ହ୍ବିପ୍‌ ଜାରି କଲା ବିଜେଡି

ଭୁବନେଶ୍ୱର,୧୯।୭(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ନେଇ ଶୁକ୍ରବାର ଲୋକସଭାରେ ଆଲୋଚନା ହେବ। ଏ ନେଇ ବିଜେଡି ପକ୍ଷରୁ ଏମ୍‌ପିମାନଙ୍କୁ ହ୍ବିପ୍‌ ଜାରି କରାଯାଇଛି। ଅନାସ୍ଥା ଆଲୋଚନା ବେଳେ ସମସ୍ତ ଏମ୍‌ପିଙ୍କୁ ଗୃହରେ ଉପସ୍ଥିତ ରହିବାକୁ କୁହାଯାଇଛି।

ରାଜ୍ୟରେ ଖୋଲିବ ୬୪ ଇ-ମଣ୍ଡି: ସୂର୍ଯ୍ୟ ନାରାୟଣ ପାତ୍ର

ରାଜ୍ୟରେ ଖୋଲିବ ୬୪ ଇ-ମଣ୍ଡି: ସୂର୍ଯ୍ୟ ନାରାୟଣ ପାତ୍ର

ବ୍ରହ୍ମପୁର ଅଫିସ,୧୯।୭: ବ୍ରହ୍ମପୁର ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲରେ କୃଷି ଉତ୍ପାଦନ ବୃଦ୍ଧି ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ସର୍ବ ଭାରତୀୟ ଆଲୋଚନା ଚକ୍ର ଗୁରୁବାର ଆୟୋଜିତ ହୋଇଯାଇଛି।

ଅଙ୍ଗନଓ୍ବାଡି କେନ୍ଦ୍ରକୁ ରାସ୍ତା ନାହିଁ: ଜଙ୍ଗଲ ବୁଦାରେ ଯାତାୟାତ କରୁଛନ୍ତି ଶିଶୁ

ଅଙ୍ଗନଓ୍ବାଡି କେନ୍ଦ୍ରକୁ ରାସ୍ତା ନାହିଁ: ଜଙ୍ଗଲ ବୁଦାରେ ଯାତାୟାତ କରୁଛନ୍ତି ଶିଶୁ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୯।୭(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ଅଞ୍ଚଳ ବ୍ରାହ୍ମଣୀଗାଁର ୪ ନଂ. ଅଙ୍ଗନଓ୍ବାଡି କେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। କେନ୍ଦ୍ରରେ ୬ ଶିଶୁକନ୍ୟା ରହିଥିବା ବେଳେ ୫ ପୁଅ ରହିଛନ୍ତି। ମାତ୍ର କେନ୍ଦ୍ରକୁ ଯିବାଆସିବା ପାଇଁ ରାସ୍ତା ନାହିଁ।

କଳିଙ୍ଗା ଘାଟିରେ ଟ୍ରକ୍‌ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

କଳିଙ୍ଗା ଘାଟିରେ ଟ୍ରକ୍‌ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

ଜି.ଉଦୟଗିରି,୧୯।୭(ଡି.ଏନ୍‌.ଏ.): ଜି.ଉଦୟଗିରି ଥାନା ଅଞ୍ଚଳା ‘କଳିଙ୍ଗା’ ଘାଟିରେ ଗୁରୁବାର ସକାଳେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍‌ଟି ଗାର୍ଡଓ୍ବାଲ୍‌ରେ ପିଟି ହୋଇଯିବା ଯୋଗୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି। ମୃତକ ବିହାର ଗୁରୁଓ୍ବା ଜିଲାର ରଘୁ ମଞ୍ଜ ବୋଲି ଜଣାପଡ଼ିଛି। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଏମ୍ସ ଯାଇ ଜଗା ବଳିଆଙ୍କୁ ଭେଟିବେ ସ୍ବାସ୍ଥ୍ୟମନ୍ତ୍ରୀ

ଏମ୍ସ ଯାଇ ଜଗା ବଳିଆଙ୍କୁ ଭେଟିବେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ଅପରାହ୍ନରେ ଦିଲ୍ଲୀ ଗସ୍ତ କରିବେ। ସେଠାରେ ସେ ଏମ୍ସ ଯାଇ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା ବଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟ ପଚାରି ବୁଝିବେ। ମନ୍ତ୍ରୀଙ୍କ ସହ ୫ଜଣିଆ ଡାକ୍ତରୀ ଟିମ୍‌ ମଧ୍ୟ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

ଡିଜିପିଙ୍କ ଗୁରୁପ୍ରିୟା ସେତୁ ଯାଞ୍ଚ

ଡିଜିପିଙ୍କ ଗୁରୁପ୍ରିୟା ସେତୁ ଯାଞ୍ଚ

ମାଲକାନଗିରି,୧୯।୭(ସ୍ବ.ପ୍ର.): ଗୁରୁବାର ମାଲକାନଗିରି ଗସ୍ତରେ ଯାଇ ଡିଜିପି ଆର୍‌ ପି ଶର୍ମା ଗୁରୁପ୍ରିୟା ସେତୁ ଯାଞ୍ଚ କରିଛନ୍ତି। ତାଙ୍କ ସହ ୫ ଜଣିଆ ଉଚ୍ଚସ୍ତରୀୟ ସୁରକ୍ଷା ପ୍ରତିନିଧି ମଧ୍ୟ ସାମିଲ ଥିଲେ। ଯାଞ୍ଚ ସମୟରେ ଆର୍‌ ପି କୋଚେ, ଆର କେ ଶର୍ମା, ଘନଶ୍ୟାମ ଉପାଧ୍ୟାୟଙ୍କ ସମେତ ଅନେକ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

ଲାକୁବାଡ଼ି ଗ୍ରାମବାସୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଲାକୁବାଡ଼ି ଗ୍ରାମବାସୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ରାୟଗଡ଼ା ଅଫିସ,୧୯।୭: ଦିନ୍‌ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାରେ ଗ୍ରାମ୍ୟ ବିଦ୍ୟୁତୀକରଣକୁ ନେଇ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଗୁମା ପଞ୍ଚାୟତ ଲାକୁବାଡ଼ି ଗ୍ରାମବାସୀଙ୍କ ସହ କଥା ହୋଇଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏନ୍‌ଆଇସି କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କ ସମସ୍ୟା ବିଷୟ ପଚାରି ବୁଝିଥଲେ।

Model This Week

ରୂପେଶ