ମନୋରଞ୍ଜନ |

ରିଲିଜ୍‌ ଆଶାରେ ଫିଲ୍ମ ‘ପଦ୍ମାବତୀ’

ରିଲିଜ୍‌ ଆଶାରେ ଫିଲ୍ମ ‘ପଦ୍ମାବତୀ’
ନୂଆଦିଲ୍ଲୀ,୩୦।୧୨: ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତୀ’କୁ ନେଇ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ୍‌ (ସିବିଏଫ୍‌ସି) କିଛି ଉପଦେଶ ଦେଇଛି। ଏଥିରେ କିଛି ଅଂଶକୁ ପରିବର୍ତ୍ତନ କରି ଫିଲ୍ମଟି ରିଲିଜ୍‌ କରାଯାଇ ପାରିବ ବୋଲି କହିଛି ସିବିଏଫ୍‌ସି। ପ୍ରାୟ ୨୬ଟି ସିନ୍‌କୁ ଏଡିଟ୍‌ କରାଯିବ ବୋଲି ଅନୁମାନ କରାଯାଉଛି। ଏମିତିକି ଏହାର ଟାଇଟେଲ ‘ପଦ୍ମାବତୀ’ରୁ ‘ପଦ୍ମାବତ’ କଲେ ଏହାକୁ ୟୁ ସାର୍ଟିଫିକେଟ ମିଳିବ ବୋଲି ସିବିଏଫ୍‌ସି ସୂଚନା ଦେଇଛି। ଡିସେମ୍ବର ୨୮ରେ ସିବିଏଫ୍‌ସି ଯାଞ୍ଚ କମିଟିର ଏକ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ କର୍ନି ସେନା ପକ୍ଷରୁ ଏହି ଫିଲ୍ମର ରିଲିଜ୍‌କୁ ବିରୋଧ କରାଯାଇଛି। ଫିଲ୍ମ ରିଲିଜ୍‌ ନେଇ କିଛି କ୍ଷୟକ୍ଷତି ହେଲେ ସରକାର ଏଥିପାଇଁ ଦାୟୀ ରହିବେ ବୋଲି କର୍ନି ସେନା ପକ୍ଷରୁ ସତର୍କ କରାଇ ଦିଆଯାଇଛି।
All Right Reserved By

ମନୋରଞ୍ଜନ |

ଡିସେମ୍ବର ୨ରେ ପ୍ରିୟଙ୍କା-ନିକ୍‌ଙ୍କ ବିବାହ

ଡିସେମ୍ବର ୨ରେ ପ୍ରିୟଙ୍କା-ନିକ୍‌ଙ୍କ ବିବାହ

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ବିଦେଶୀ ପ୍ରେମିକଙ୍ ନିକ୍‌ ଜୋନାଙ୍କ ବିବାହ ତାରିଖ ସ୍ଥିର ହୋଇଛି।

ରଣବୀରଙ୍କ ସହ ଛୁଟି କାଟୁଛନ୍ତି ଆଲିଆ

ରଣବୀରଙ୍କ ସହ ଛୁଟି କାଟୁଛନ୍ତି ଆଲିଆ

ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ପ୍ରେମକୁ ଯେତେ ଲୁଚାଇଲେ ମଧ୍ୟ ତାହା ପଦାକୁ ଚାଲିଆସୁଛି। 

‘ୟୋର୍ସ ଟ୍ରୁଲି’ ପାଇଁ ଖୁସି ଅଛନ୍ତି ଆହାନା

‘ୟୋର୍ସ ଟ୍ରୁଲି’ ପାଇଁ ଖୁସି ଅଛନ୍ତି ଆହାନା

ନୂଆଦିଲ୍ଲୀ: ‘ୟୋର୍ସ ଟ୍ରୁଲି’ରେ ମହେଶ ଭଟ୍ଟ, ସୋନି ରାଜଦାନ୍‌ ଏବଂ ପଙ୍କଜ ତ୍ରିପାଠୀଙ୍କ ସହିତ କାର୍ଯ୍ୟ କରି ବେଶ୍‌ ଖୁସି ଅନୁଭବ କରିଛନ୍ତି ଅଭିନେତ୍ରୀ ଆହାନା କୁମ୍ରା।

ବଲିଉଡ୍‌ରେ ଡେବ୍ୟୁ କରିବେ ସଲମାନଙ୍କ ବାନ୍ଧବୀ

ବଲିଉଡ୍‌ରେ ଡେବ୍ୟୁ କରିବେ ସଲମାନଙ୍କ ବାନ୍ଧବୀ

ମୁମ୍ବାଇ: ସଲମାନ ଖାଁଙ୍କ ବହୁ ଚର୍ଚ୍ଚିତ ଗର୍ଲ ଫ୍ରେଣ୍ଡ ଲୁଲିଆ ଭାନ୍ତୁରଙ୍କୁ ନେଇ ଏକ ଖବର ଏବେ ଚର୍ଚ୍ଚାକୁ ଆସିଛି। ବେଶ୍‌ କିଛି ଦିନ ହେବ ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଏହା ଔପଚାରିକ ଭାବେ ଘୋଷଣା କରାଯାଇଛି।

ମେକ୍ସିକୋରେ ନିଶାଙ୍କ ଜନ୍ମଦିନ ପାଳିଲେ ସନ୍ନି ଲିଓନି

ମେକ୍ସିକୋରେ ନିଶାଙ୍କ ଜନ୍ମଦିନ ପାଳିଲେ ସନ୍ନି ଲିଓନି

ଝିଅ ନିଶା କୌରଙ୍କ ତୃତୀୟ ଜନ୍ମଦିବସ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ଅଭିନେତ୍ରୀ ସନ୍ନି ଲିଓନି। ସ୍ବାମୀ ଡାନିଏଲ ଓ୍ବେବରଙ୍କ ସହ ସୁଦୂର ମେକ୍ସିକୋରେ ନିଶାଙ୍କ ଜନ୍ମଦିନ ପାଳିଛନ୍ତି ସନ୍ନି।

ରବିନାଙ୍କ ନଁାରେ ମାମଲା

ରବିନାଙ୍କ ନଁାରେ ମାମଲା

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଅଡ଼ୁଆରେ ପଡ଼ିଯାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ। ତାଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ମାମଲା ଦାଏର କରିଛନ୍ତି ଜଣେ ଆଇନଜୀବୀ।

ଶୋ’ ଷ୍ଟପର ବନିଲେ ସୁସ୍ମିତା

ଶୋ’ ଷ୍ଟପର ବନିଲେ ସୁସ୍ମିତା

ମୁମ୍ବାଇ: ପୂର୍ବତନ ମିସ୍‌ ୟୁନିଭର୍ସ ସୁସ୍ମିତା ସେନ୍‌ ପୁଣି ଥରେ ଦେଖାଇଛନ୍ତି ତାଙ୍କ ଜଲଓ୍ବା। ନିକଟରେ ଶେୟାର କରିଥିବା ଏକ ଭିଡିଓ କ୍ଲିପ୍‌ରେ ସେ ଖୁବ୍‌ ସୁନ୍ଦର ଲାଗୁଛନ୍ତି। ଯାହାକୁ ଦେଖିଲେ ଲାଗୁଛି ବୟସ ଯେମିତି ତାଙ୍କ ନିକଟରେ ଅଟକି ଯାଇଛି।

‘କୁଛ କୁଛ ହୋତା ହୈ’କୁ ମନେ ପକାଇ କରନ ଦେବେ ଗ୍ରାଣ୍ଡ ପାର୍ଟି

‘କୁଛ କୁଛ ହୋତା ହୈ’କୁ ମନେ ପକାଇ କରନ ଦେବେ ଗ୍ରାଣ୍ଡ ପାର୍ଟି

ମୁମ୍ବାଇ: ବଲିଉଡର ଆଗଧାଡିର ନିର୍ଦ୍ଦେଶକ କରନ ଜୋହର ନିକଟରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିବା ଶୁଣିବାକୁ ମିଳିଛି। କାରଣ ତାଙ୍କ ନିର୍ଦ୍ଦେଶିତ ବହୁ ଚର୍ଚ୍ଚିତ ଫିଲ୍ମ ‘କୁଛ କୁଛ ହୋତା ହୈ’କୁ ପୂରଣ ହୋଇଛି ୨୦ ବର୍ଷ। 

କରନଙ୍କ ଉପରେ ବର୍ଷିଲେ କଙ୍ଗନା

କରନଙ୍କ ଉପରେ ବର୍ଷିଲେ କଙ୍ଗନା

ମୁମ୍ବାଇ: #ମିଟୂ କ୍ୟାମ୍ପେନକୁ ନେଇ ଏବେ ବଲିଉଡ ଏକପ୍ରକାର ୨ ଭାଗରେ ବିଭକ୍ତ ହୋଇ ଗଲାଣି କହିଲେ ଚଳେ। ଦିନକୁ ଦିନ ବଲିଉଡରେ ଯୌନ ଶୋଷଣର ଅଭିଯୋଗ ବଢିବାରେ ଲାଗିଥିବାରୁ ବଲିଉଡରେ ଏମିତି ପରିସ୍ଥିତି ଦେଖା ଦେଇଛି।

ଅଜସ୍ର ଯଶର ଅଧିକାରୀ ହେବାକୁ ଚାହେଁ ନାହିଁ

ଅଜସ୍ର ଯଶର ଅଧିକାରୀ ହେବାକୁ ଚାହେଁ ନାହିଁ

ଏକ ସୁଖ୍ୟାତ ପରିବାରରୁ ଆସିଥିବା ସତ୍ତ୍ୱେ ଅଜସ୍ର ଯଶର ଅଧିକାରୀ ହେବାକୁ ଚାହାନ୍ତି ନାହିଁ ବଲିଉଡ୍‌ ଅଭିନେତ୍ରୀ ସୋହା ଅଲି ଖାନ୍‌। ସେ ନିଜ ବ୍ୟକ୍ତିତ୍ୱ ବଜାୟ ରଖିବାକୁ ପସନ୍ଦ କରନ୍ତି ଏବଂ ନିଜ ନାମ ସହିତ  ଅଧିକ କିଛି ଯୋଡିବାକୁ ଚାହାନ୍ତି ନାହିଁ।

କୁନି ପ୍ରଶଂସକଙ୍କ ଅନୁରୋଧ ରକ୍ଷାକଲେ ଅନୁଭବ

କୁନି ପ୍ରଶଂସକଙ୍କ ଅନୁରୋଧ ରକ୍ଷାକଲେ ଅନୁଭବ

କଟକ ଅଫିସ,୧୪।୧୦: ଓଡ଼ିଆ ଫିଲ୍ମ ଜଗତର ସୁପରଷ୍ଟାର ତଥା ରାଜ୍ୟସଭା ସଦସ୍ୟ ଅନୁଭବ ମହାନ୍ତିଙ୍କ ଏକ ଭିନ୍ନ ଅନ୍ଦାଜ ରବିବାର ଦେଖିବାକୁ ମିଳିଛି। ଅନୁଭବ ତାଙ୍କର ଜଣେ କୁନି ଭିନ୍ନକ୍ଷମ ପ୍ରଶଂସକ ତଥା ଫ୍ୟାନ୍‌ଙ୍କ ଅନୁରୋଧ ରକ୍ଷା କରି ତାଙ୍କୁ ଭେଟିବାକୁ ଯାଇଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

ଧୋତି ପିନ୍ଧି ଦୌଡ଼ିଥିଲେ ସୈଫ

ଧୋତି ପିନ୍ଧି ଦୌଡ଼ିଥିଲେ ସୈଫ

ଶୁଟିଂ ସେଟ୍‌ରେ କଳାକାରଙ୍କ ମଧ୍ୟରେ ବେଶ୍‌ ଥଟ୍ଟା ତାମସା ହୋଇଥାଏ। କେହି କେହି ଅନ୍ୟଙ୍କୁ ହସେଇ ହସେଇ ବେଦମ କରିଥାଆନ୍ତି ତ ଆଉ କେତେଜଣ ଅନ୍ୟକୁ ଚିଡାଇବାକୁ, ଡରାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏସବୁ ମୂଳରେ ମଜା ଲୁଚି ରହିଥାଏ।