ବାଲେଶ୍ୱର

ଚୋରାବାଲି ବୋଝେଇ ଟ୍ରାକ୍ଟର ଜବତ

ଚୋରାବାଲି ବୋଝେଇ ଟ୍ରାକ୍ଟର ଜବତ

ମୋରଡା,୩୦।୧୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ମୋରଡା ତହସିଲ ପକ୍ଷରୁ ଶନିବାର ଚୋରାବାଲି ଚାଲାଣ ଧରପଗଡ ଲାଗି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଏହି ଚଢାଉ ବେଳେ ଏକ ବାଲି ବୋଝେଇ ଟ୍ରାକ୍ଟର (ନଂ. ଓଆର ୧୧ସି-୮୭୮୧)କୁ ହଳଦିପାଳ ଗ୍ରାମରୁ ଜବତକରି ଚିତ୍ରଡା ଫାଣ୍ଡିରେ ଅଟକ ରଖାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ତହସିଲ ପକ୍ଷରୁ କୁହାଯାଇଛି।

All Right Reserved By

Model This Week

Model This Week

ବାଲେଶ୍ୱର

ରାଷ୍ଟ୍ରୀୟ ଦିବସ ପାଳନରେ ଅସହଯୋଗ ଅଭିଯୋଗ

ବାଲିଆପାଳ,୨୫।୪(ଡି.ଏନ.ଏ.)-ଗ୍ରାମ ସ୍ବରାଜ ଅଭିଯାନ ଅବସରରେ ମଙ୍ଗଳବାର ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଇଥିଲା। ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ ପାଳନ ନ କରିବା ଘଟଣା ନେଇ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେୁ ସାଉଡି ଠାରେ ଭାଜପା ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀ ଅଭିଯୋଗ କରିଥିଲେ।

କାର୍‌ ଦୁର୍ଘଟଣାରେ ଦମ୍ପତି ମୃତ

ଆନନ୍ଦପୁର,୨୫।୪ (ଡି.ଏନ.ଏ.): ଆନନ୍ଦପୁର ମହୁଲଡ଼ିହା ଥାନା ସୀମାନ୍ତ ସାତକୋଶିଆ ଘାଟିଠାରେ ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମାର୍ଥାପୁର ଗ୍ରାମର ଦେବୀଦତ୍ତ ମିଶ୍ର ଓ ତାଙ୍କ ସ୍ତ୍ରୀ ପୂର୍ଣ୍ଣଶଶୀ ଏବଂ ପୁଅ ବାଲେଶ୍ୱର (ପିଣ୍ଟୁ)ଙ୍କୁ ନେଇ ଏକ କାର ଯୋଗେ କେନ୍ଦୁଝର ଯାଇ ଆନନ୍ଦପୁର ଅଭିମୁଖେ ନିଜର ବନ୍ଧୁଘରକୁ ଫେରୁଥିଲେ।

ଅଭିନବ ଉପାୟରେ ଚୋରା ମଦ ଜବତ

ଚମ୍ପୁଆ, ୨୫।୪(ଡି.ଏନ.ଏ): ଚମ୍ପୁଆ ଥାନା ଅଧୀନ ଗ୍ରାମାଞ୍ଚଳ ଗୁଡିକରେ ଚୋରା ବିଦେଶୀ ମଦ କାରବାର ବୃଦ୍ଧି ପାଉଛି। ତାହାକୁ ରୋକିବା ପାଇଁ ଚମ୍ପୁଆ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମଦ କାରବାର ଗତ ତିନି ଚାରି ମାସ ହେବ ପ୍ରାୟତଃ ବନ୍ଦ ରହିଥିବା ବେଳେ ବାହାଘର ଋତୁ ହେତୁ କେତେକ ବେପାରୀ ଅଧିକ ସକ୍ରିୟ ହୋଇଉଠୁଛନ୍ତି। ବେପାରୀ ପକେଟ ଓ ବାଇକ୍‌ ଡିକିରେ ମଦ ରଖି ୨ ଗୁଣ ଦାମରେ ଭ୍ରାମ୍ୟମାଣ ସେବା ଯୋଗାଉଥିବା ଅଭିଯୋଗ ହେଉଛି।

 କାରାଗାର ଅନ୍ତେବାସୀଙ୍କୁ ପୁସ୍ତକ ବଣ୍ଟନ

କାରାଗାର ଅନ୍ତେବାସୀଙ୍କୁ ପୁସ୍ତକ ବଣ୍ଟନ

ବାଲେଶ୍ୱର ଅଫିସ,୨୫।୪- ବାଲେଶ୍ୱର ଜିଲା କାରାଗାରର ଅନ୍ତେବାସୀଙ୍କର ପାଠ ପଢୁଥିବା ୨୪ଜଣ ବନ୍ଦୀଙ୍କ ସନ୍ତାନସନ୍ତତିଙ୍କ ନିମନ୍ତେ କଟକ ଜିଲା ଆଠଗଡ଼ ସ୍ଥିତ ଜନ୍‌ ଅଗଷ୍ଟସ କାରାଗାର ଓ ସମାଜ ମଙ୍ଗଳ ସେବା ନାମକ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ମଙ୍ଗଳବାର ମାଗଣାରେ ପାଠ୍ୟ ପୁସ୍ତକ ଓ ପଠନ ସାମଗ୍ରୀ ଯୋଗାଇ ଦିଆଯାଇଛି।

ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ

ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ

ବାଲେଶ୍ୱର ଅଫିସ,୨୫।୪- ବାଲେଶ୍ୱର ଜିଲା ମୁଖ୍ୟଚିକିତ୍ସାଳୟ ପରିସରରେ ବୁଧବାର ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଜିଲାସ୍ତରୀୟ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲା ସ୍ବାସ୍ଥ୍ୟ ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା।

ବାଲେଶ୍ୱରରେ ବଡ଼ଗାଁ ଅଭିଯାତ୍ରୀ ଦଳ : ଜିଲାପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

ବାଲେଶ୍ୱରରେ ବଡ଼ଗାଁ ଅଭିଯାତ୍ରୀ ଦଳ : ଜିଲାପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ,୨୫।୪- ସ୍ବେଚ୍ଛାକୃତ ରକ୍ତଦାନ, ସଡ଼କ ଓ ପରିବେଶ ସୁରକ୍ଷା, ଜାତୀୟ ସଂହତି ଏବଂ ମଧୁମେହ ମୁକ୍ତ ସମାଜ ଗଠନ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ସୁନ୍ଦରଗଡ଼ ଜିଲା ବଡଗାଁ ଆଇଟିଆଇରୁ ବାହାରିଥିବା ଏକ ଅଭିଯାତ୍ରୀ ଦଳଙ୍କୁ ବୁଧବାର ବାଲେଶ୍ୱରରେ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମାର୍ଚ୍ଚ ୨୬ ତାରିଖରୁ ବାହାରିଥିବା ଏହି ୬୦ଜଣିଆ ଅଭିଯାତ୍ରୀ ଦଳ ରାଜ୍ୟରେ ପ୍ରାୟ ୨୫ଟି ଜିଲା ଗସ୍ତ ପରେ ବୁଧବାର ବାଲେଶ୍ୱରରେ ପହଞ୍ଚତ୍ଛନ୍ତି।

୨ ଅପମୃତ୍ୟୁ ମାମଲା ରୁଜୁ

ରାଇରଙ୍ଗପୁର,୨୫।୪(ଡି.ଏନ.ଏ.)-ରାଇରଙ୍ଗପୁର ପୋଲିସ ସର୍କଲ ଅଧୀନ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଓ ତିରିଙ୍ଗ ଥାନାରେ ବୁଧବାର ୨ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ଅରବିନ୍ଦ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ

ରାଇରଙ୍ଗପୁର,୨୫।୪(ଡି.ଏନ.ଏ.)-ରାଇରଙ୍ଗପୁର ସହରାଞ୍ଚଳ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଗବେଷଣା କେନ୍ଦ୍ର ଶିକ୍ଷାନୁଷ୍ଠାନର ବାର୍ଷିକ ସମାରୋହ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ମାହାଳି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ରାଇରଙ୍ଗପୁର,୨୫।୪(ଡି.ଏନ.ଏ.)-ରାଇରଙ୍ଗପୁର ଥାନା ପୋଲିସ ପକ୍ଷରୁ ବୁଧବାର ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଏକ ବାଇକ୍‌ ରାଲି ଉଦ୍‌ଘାଟିତ ହୋଇଛି।

ଉଜ୍ଜଳ ତାଲିମ ଶିବିରରେ  ଶିକ୍ଷୟିତ୍ରୀ ଅସୁସ୍ଥ

ଉଜ୍ଜଳ ତାଲିମ ଶିବିରରେ ଶିକ୍ଷୟିତ୍ରୀ ଅସୁସ୍ଥ

ବଡସାହି, ୨୫। ୪(ଡି.ଏନ୍‌.ଏ)- ସ୍କୁଲ ଓ ଗଣ ଶିକ୍ଷା ବିଭାଗ ତରଫରୁ ବଡସାହି ବ୍ଲକ ଅନ୍ତର୍ଗତ ସାନକେର୍କୋଠାରେ ଉଜ୍ଜଳ ତାଲିମ ଶିବିର ଚାଲିଥିବା ବେଳେ ଜଣେ ଶିକ୍ଷୟିତ୍ରୀ ଗୁରୁତର ହୋଇପଡିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପିଆର୍‌ଏମ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଏହା ଅଂଶୁଘାତଜନିତ ଅସୁସ୍ଥତା ବୋଲି ଆଲୋଚନା ହେଉଥିବା ବେଳେ ଏହାକୁ ନେଇ ଶିକ୍ଷକ ମହଲରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ୨୬ ତାରିଖରୁ ଶିବିରର ସମୟ ପରିବର୍ତ୍ତନ ନ କଲେ ଦରକାର ପଡିଲେ ଶିବିରକୁ ବର୍ଜନ କରାଯାଇପାରେ ବୋଲି ବ୍ଲକ ଶିକ୍ଷକ ସଂଘ ତରଫରୁ ଚେତାବନୀ ଦିଆଯାଇଛି।

‘ସଚେତନ ହେଲେ ଦୁର୍ଘଟଣା ରୋକିହେବ’

‘ସଚେତନ ହେଲେ ଦୁର୍ଘଟଣା ରୋକିହେବ’

କେନ୍ଦୁଝର, ୨୫।୪(ସ୍ବ.ପ୍ର.): ଦୁର୍ଘଟଣା ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ସଚେତନତା ସୃଷ୍ଟି କରିବା ପାଇଁ ଆରମ୍ଭ ହୋଇଛି ଜାତୀୟ ସଡକ ସୁରକ୍ଷା ସପ୍ତାହ। ଏହି ଅବସରରେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଏକ ସଚେତନତା ଶୋଭାଯାତ୍ରା।

ରାଇସୁଆଁରେ ନାମଯଜ୍ଞ

ରାଇସୁଆଁରେ ନାମଯଜ୍ଞ

ରାଇସୁଆଁ, ୨୫।୪(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ବ୍ଲକ ରାଇସୁଆଁ ପୁରୁଣା ଥାନା ସାହି (ଖ) ଗ୍ରାମରେ ୧୬ ପ୍ରହର ନାମଯଜ୍ଞ ଅନୁଷ୍ଟିତ ହୋଇଯାଇଛି।