ବାଣିଜ୍ୟ |

ସର୍ବଭାରତୀୟ ପିଏନ୍‌ବି ଅଧିକାରୀ ସଂଘର ବୈଠକ

ସର୍ବଭାରତୀୟ ପିଏନ୍‌ବି ଅଧିକାରୀ ସଂଘର ବୈଠକ

ଏଫ୍‌ଆରଡିଆଇ ବିଲ୍‌ ପ୍ରତ୍ୟାହାର ଦାବି
ପୁରୀ ଅଫିସ,(୩୦ା୧୨):ବ୍ୟାଙ୍କ ଗୁଡିକ ପାଇଁ ଏନ୍‌ପିଏ(ଅନାଦେୟ ଋଣ) ଏକ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ବର୍ତ୍ତମାନ ଏହାର ସ୍ତର ୧୨ରୁ ୨୫% ପର୍ଯ୍ୟନ୍ତ ରହିଛି। ଋଣ ନେଇଥିବା ବ୍ୟକ୍ତି ଋଣ ଅର୍ଥ ପରିଶୋଧ କରୁ ନ ଥିବାରୁ ଏନପିଏ ବୃଦ୍ଧି ପାଉଛି। ସର୍ବଭାରତୀୟ ବ୍ୟାଙ୍କ ଅଧିକାରୀ ସଂଘର ସଭାପତି ତଥା ସର୍ବଭାରତୀୟ ପଞ୍ଜାବ ନ୍ୟାଶାନାଲ ବ୍ୟାଙ୍କ ଅଧିକାରୀ ସଂଘର ସମ୍ପାଦକ ଦିଲ୍ଲୀପ ଶାହା ଏହା କହିଛନ୍ତି ।
ଶୁକ୍ରବାର ପୁରୀରେ ଅନୁଷ୍ଠିତ ସର୍ବଭାରତୀୟ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଅଧିକାରୀ ସଂଘର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ଏବଂ କାର୍ଯ୍ୟୟନିର୍ବାହୀ କମିଟି ବୈଠକରେ ଶାହା ଯୋଗଦେଇଥିଲେ। ସେ କହିଥିଲେ, କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ‘ଦି ଫାଇନାନ୍ସିଆଲ ରିଜୋଲେଶନସ୍‌ ଆଣ୍ଡ୍‌ ଡିପୋଜିଟ୍‌ ଇନସ୍ୟୁରାନ୍ସ(ଏଫ୍‌ଆରଡିଆଇ) ବିଲ୍‌-୨୦୧୭’ରେ ଥିବା ବିଭିନ୍ନ ବ୍ୟବସ୍ଥା ଉଭୟ ଗ୍ରାହକ ଓ ବ୍ୟାଙ୍କଗୁଡିକ ପାଇଁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହେବ। ଏହି ବୈଠକରେ ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡିକର ଘରୋଇ କରଣ ବନ୍ଦ, ବ୍ୟାଙ୍କ ସମିଶ୍ରଣ ବନ୍ଦ, ବ୍ୟାଙ୍କ ବୋର୍ଡ ବ୍ୟୁରୋ ଉଚ୍ଛେଦ ଆଦି ଦାବି ସମ୍ପର୍କରେ ଆଲୋଚନା ହୋଇଛି । ବୈଠକରେ ସଂଘର ଉପ ସଭାପତି ପ୍ରମୋଦ କୁମାର ମେକାପ, ଆସିଷ୍ଟାଣ୍ଡ ଜେନେରାଲ ସେକ୍ରେଟାରୀ କ୍ଷମାନିଧି ମିଶ୍ର, ପ୍ରଣବ ପଟ୍ଟନାୟକ, ହିମାଂଶୁ ମହାପାତ୍ର, ଅମ୍ରିତା ପ୍ରତିମ ମହାନ୍ତି, ଏଭିଏସ୍‌ ନାରାୟଣ, ବାଲେଶ୍ୱର ପ୍ରଧାନ, ସୁରେଶ ମହାନ୍ତି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।


All Right Reserved By

Model This Week

ନିକିତା

ବାଣିଜ୍ୟ |

ନୂତନ ବିଏମ୍‌ଡବ୍ଲ୍ୟୁ ଏକ୍ସ୩

ନୂତନ ବିଏମ୍‌ଡବ୍ଲ୍ୟୁ ଏକ୍ସ୩

ନୂଆଦିଲ୍ଲୀ,୨୨-୪ ଭାରତରେ ନୂତନ ବିଏମ୍‌ଡବ୍ଲ୍ୟୁ ଏକ୍ସ୩ର ବଜାର ପ୍ରବେଶ କରାଯାଇଛି । ଏହା ବର୍ତ୍ତମାନ ଡିଜେଲ ଭାରିଆଣ୍ଟରେ ଉପଲବ୍ଧ। ଆଗକୁ ଏହାର ପେଟ୍ରୋଲ ଭାରିଆଣ୍ଟ ଆସିବ । ବିଏମ୍‌ଡବ୍ଲ୍ୟୁ ଏକ୍ସ ୩ ଏକ୍ସ ଡ୍ରାଇଭ୍‌ ୨୦ଡି ଏକ୍ସପିଡିସନର ଏକ୍ସଶୋ’ରୁମ୍‌ ମୂଲ୍ୟ ୪୯,୯୯,୦୦୦ ଟଙ୍କା ରହିଥିବାବେଳେ ଏହାର ଲକ୍‌ଜୁରୀ ଲାଇନ୍‌ର ମୂଲ୍ୟ ୫୬,୭୦,୦୦୦ ଟଙ୍କା ରହିଛି।

ବିକ୍ରି ଷ୍ଟାଫ୍‌ଙ୍କୁ ବିଦା କରୁଛନ୍ତି ହ୍ୟାଣ୍ଡସେଟ୍‌ ନିର୍ମାତା

ବିକ୍ରି ଷ୍ଟାଫ୍‌ଙ୍କୁ ବିଦା କରୁଛନ୍ତି ହ୍ୟାଣ୍ଡସେଟ୍‌ ନିର୍ମାତା

ନୂଆଦିଲ୍ଲୀ,୨୨-୪ବଜାରରେ ତୀବ୍ର ପ୍ରତିଯୋଗିତା ମଧ୍ୟରେ କେତେକ ମୋବାଇଲ ହ୍ୟାଣ୍ଡସେଟ୍‌ ନିର୍ମାତା ଖର୍ଚ୍ଚକାଟ ଅଭିଯାନ ଆରମ୍ଭ କରିଛନ୍ତି। ବିଶେଷ କରି ଇ-କମର୍ସ କମ୍ପାନୀଗୁଡିକ ପକ୍ଷରୁ ପ୍ରତିଯୋଗିତାର ସାମ୍ନା କରୁଥିବା ଏହି କମ୍ପାନୀଗୁଡିକ ମଲ୍‌ଟି ବ୍ରାଣ୍ଡ୍‌ ଆଉଟ୍‌ଲେଟ୍‌ ତଥା ଏକ୍ସକ୍ଲୁସିଭ୍‌ ଷ୍ଟୋର୍‌ଗୁଡିକରେ ନିୟୋଜିତ ଥିବା ବିକ୍ରି ଷ୍ଟାଫ୍‌ମାନଙ୍କୁ ହଜାର ହଜାର ସଂଖ୍ୟାରେ ବାହାର କରିଦେଉଛନ୍ତି।

ହ୍ୟୁଣ୍ଡାଇର ବ୍ରାଣ୍ଡ ପାଓ୍ବାର ବୃଦ୍ଧି

ହ୍ୟୁଣ୍ଡାଇର ବ୍ରାଣ୍ଡ ପାଓ୍ବାର ବୃଦ୍ଧି

ନୂଆଦିଲ୍ଲୀ,୨୨-୪ଦେଶର ପ୍ରମୁଖ ପାସେଞ୍ଜର କାର ନିର୍ମାତା ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ଏହାର ବ୍ରାଣ୍ଡ୍‌ ପାଓ୍ବାର ବଢ଼ାଇବାରେ ପ୍ରମୁଖ ସଫଳତା ହାସଲ କରିଛି। ଗ୍ରାହକଙ୍କ ମଧ୍ୟରେ ହ୍ୟୁଣ୍ଡାଇ ବ୍ରାଣ୍ଡକୁ ନେଇ ସଚେତନତା ବଢ଼ିଛି। ଲୋକେ ଏହାର ପ୍ରିମିୟମ୍‌ ଉତ୍ପାଦକୁ ଅଧିକ ପସନ୍ଦ କରୁଛନ୍ତି। ମଡର୍ନ ପ୍ରିମିୟମ୍‌ ବ୍ରାଣ୍ଡ୍‌ଗୁଡିକ ଜରିଆରେ ଏହା ବୃହତ୍‌ ସଂଖ୍ୟକ ଗ୍ରାହକଙ୍କ ନିକଟରେ ଆଦୃତ ହୋଇପାରିଛି।

ଆସିବ ଇଲେକଟ୍ରୋନିକ୍‌ ହେଲଥ୍‌ କାର୍ଡ

ଆସିବ ଇଲେକଟ୍ରୋନିକ୍‌ ହେଲଥ୍‌ କାର୍ଡ

ନୂଆଦିଲ୍ଲୀ, ୨୨-୪ ହେଲଥ ତଥା ଓ୍ବେଲନେସ ସେଣ୍ଟରକୁ ଯାଉଥିବା ଲୋକମାନଙ୍କୁ ସରକାର ଆଗାମୀ ଦିନରେ ଇଲେକଟ୍ରୋନିକ୍‌ ହେଲଥ କାର୍ଡ ପ୍ରଦାନ କରିବେ। ଏଥିରେ ଏକ ୟୁନିକ ଆଇଡେଣ୍ଟିଫିକେଶନ ନମ୍ବର ରହିବ। ଏହି କାର୍ଡରେ ବ୍ୟକ୍ତିଙ୍କର ଡାକ୍ତରଖାନା ସଂକ୍ରାନ୍ତ ବିଭିନ୍ନ ତଥ୍ୟ, ଚିକିତ୍ସା ତଥା ରୋଗର ପରାମର୍ଶ ତଥ୍ୟ ରହିବ ବୋଲି ଜଣାଯାଇଛି।

ଆନ୍ତଃ ରାଜ୍ୟ ଗାଡି ସ୍ଥାନାନ୍ତରଣ ହେବ ଟିକସମୁକ୍ତ

ଆନ୍ତଃ ରାଜ୍ୟ ଗାଡି ସ୍ଥାନାନ୍ତରଣ ହେବ ଟିକସମୁକ୍ତ

ନୂଆଦିଲ୍ଲୀ, ୨୨-୪ ଆର୍‌ଟିଓ ଅଫିସଗୁଡିକରେ ହେଉଥିବା ଦୁର୍ନୀତିକୁ ଧ୍ୟାନରେ ରଖି ସରକାର କେତେକ ସଂସ୍କାର ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି। ଗୋଟିଏ ରାଜ୍ୟକୁ ଅନ୍ୟ ଏକ ରାଜ୍ୟର ରେଜିଷ୍ଟ୍ରେଶନ ଟ୍ରାନ୍ସଫରକୁ ଟିକସମୁକ୍ତ କରିବାକୁ ପ୍ରସ୍ତାବ ରହିଛି। ରାଜ୍ୟ ପରିବହନ ମନ୍ତ୍ରୀସ୍ତରୀୟ ବୈଠକରେ ରାଜ୍ୟଗୁଡିକୁ ଏ ନେଇ ବିଭିନ୍ନ ସୁପାରିସ୍‌ କରାଯାଇଛି।

 ନୀରବ ମୋଦି ମାମଲାରେ ହଂକଂ କୋର୍ଟ ଗଲା ପିଏନ୍‌ବି

ନୀରବ ମୋଦି ମାମଲାରେ ହଂକଂ କୋର୍ଟ ଗଲା ପିଏନ୍‌ବି

ନୂଆଦିଲ୍ଲୀ, ୨୧-୪ (ପି.ଟି) ୧୩,୫୦୦ କୋଟି ଟଙ୍କାର ଋଣ ମାମଲାରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ବିରୋଧରେ ହଂକଂ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏ ନେଇ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। ନୀରବଙ୍କୁ ଗିରଫ କରିବା ଲାଗି ମାର୍ଚ୍ଚ ୨୩ ରେ ଭାରତ ସରକାର ହଂକଂ ସରକାରଙ୍କୁ କହିଥିଲେ।

କଓ୍ବୋଇସି ଲାଗି ଆଧାର ଅପରିହାର୍ଯ୍ୟ: ଆର୍‌ବିଆଇ

କଓ୍ବୋଇସି ଲାଗି ଆଧାର ଅପରିହାର୍ଯ୍ୟ: ଆର୍‌ବିଆଇ

ନୂଆଦିଲ୍ଲୀ, ୨୧-୪ (ପି.ଟି) ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏହାର ନୋ ୟୋର କଷ୍ଟମର(କଓ୍ବୋଇସି) ନିୟମରେ ସଂଶୋଧନ କରିଛି। କଓ୍ବୋଇସି ଲାଗି ଆଧାରକୁ ଆର୍‌ବିଆଇ ଅପରିହାର୍ଯ୍ୟ କରିଛି। ଫଳରେ ବ୍ୟାଙ୍କ ଏବଂ ବିତ୍ତ ପ୍ରତିଷ୍ଠାନଗୁଡିକ ଗ୍ରାହକଙ୍କ ସହ କାରବାର ବେଳେ ଏହାକୁ ଲୋଡିବେ । ସେହିଭଳି ଠିକଣା ତଥା ପରିଚୟ ଲାଗି ଲୋଡା ହେଉଥିବା ଅନ୍ୟ କେତେକ ବୈଦ୍ଧ ଦସ୍ତାବିଜ ବ୍ୟବହାର ନେଇ ରହିଥିବା ନିୟମକୁ ମଧ୍ୟ ଆର୍‌ବିଆଇ ସଂଶୋଧନ କରିଥିବା ଜଣାଯାଇଛି।

 ସେନ୍‌ସେକ୍ସରେ ୨୨୨ ପଏଣ୍ଟ ବୃଦ୍ଧି

ସେନ୍‌ସେକ୍ସରେ ୨୨୨ ପଏଣ୍ଟ ବୃଦ୍ଧି

ବମ୍ବେ,୨୧-୪(ଫି.ଟି.) କ୍ରମାଗତ ଚତୁର୍ଥ ସପ୍ତାହ ପାଇଁ ପୁଞ୍ଜି ବଜାର ଊର୍ଦ୍ଧ୍ୱମୁଖୀ ହୋଇଛି। ସପ୍ତାହର ପ୍ରଥମ କାରବାର ଦିବସରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସ ୩୩,୯୪୪.୭୩ ପଏଣ୍ଟରେ ଖୋଲିଥିଲା। ସପ୍ତାହ ଯାକ ଏହା ୩୩,୮୯୯.୩୪ରୁ ୩୪,୫୯୧.୮୧ ପଏଣ୍ଟ ମଧ୍ୟରେ ରହିଥିଲା। ଅନ୍ତିମ କାରବାର ଦିବସ ଅର୍ଥାତ୍‌ ଶୁକ୍ରବାର ଏହା ୩୪,୪୧୫.୫୮ ପଏଣ୍ଟରେ ବନ୍ଦ ହୋଇଥିଲା। ପୂର୍ବ ସପ୍ତାହ ତୁଳନାରେ ଏଥିରେ ୨୨୨.୯୩ ପଏଣ୍ଟ ବୃଦ୍ଧି ଘଟିଛି।

 ଆସନ୍ତା ସପ୍ତାହରେ ଓ୍ବାଲ୍‌ମାର୍ଟ-ଫ୍ଲିପ୍‌କାର୍ଟ ଚୁକ୍ତି,ଫ୍ଲିପ୍‌କାର୍ଟରେ ୫୧%ରୁ ଅଧିକ ଅଂଶଧନ କିଣିବ ଓ୍ବାଲ୍‌ମାର୍ଟ

ଆସନ୍ତା ସପ୍ତାହରେ ଓ୍ବାଲ୍‌ମାର୍ଟ-ଫ୍ଲିପ୍‌କାର୍ଟ ଚୁକ୍ତି,ଫ୍ଲିପ୍‌କାର୍ଟରେ ୫୧%ରୁ ଅଧିକ ଅଂଶଧନ କିଣିବ ଓ୍ବାଲ୍‌ମାର୍ଟ

ବମ୍ବେ,୨୧-୪ ଆସନ୍ତା ସପ୍ତାହରେ ଦେଶର ସର୍ବବୃହତ୍‌ ଇ-କମର୍ସ ଚୁକ୍ତି ସ୍ବାକ୍ଷର ହେବାକୁ ଯାଉଛି। ଆମେରିକୀୟ ରିଟେଲ୍‌ କମ୍ପାନୀ ଓ୍ବାଲମାର୍ଟ ଭାରତର ପ୍ରମୁଖ ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟର ୫୧%ରୁ ଊର୍ଦ୍ଧ୍ୱ ଅଂଶଧନ କିଣିବା ପାଇଁ ଏହି ସପ୍ତାହରେ ଚୁକ୍ତି ସ୍ବାକ୍ଷର କରିପାରେ ବୋଲି ଘଟଣା ଉପରେ ସୂଚନା ରଖିଥିବା ଦୁଇଟି ସୂତ୍ରରୁ ଜଣାଯାଇଛି। ପ୍ରକାଶଯୋଗ୍ୟ, ବହୁ ଦିନରୁ ଓ୍ବାଲ୍‌ମାର୍ଟ ଏ ନେଇ ଫ୍ଲିପ୍‌କାର୍ଟ ସହ ଆଲୋଚନା କରିଆସୁଛି।

ଜବତ ହେବ ପଳାତକ ଅର୍ଥନୈତିକ ଅପରାଧିଙ୍କ ସମ୍ପତ୍ତି: ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ଜବତ ହେବ ପଳାତକ ଅର୍ଥନୈତିକ ଅପରାଧିଙ୍କ ସମ୍ପତ୍ତି: ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ, ୨୧-୪ (ପି.ଟି) ବଡ ଧରଣର ଘୋଟାଲା କରି ନୀରବ ମୋଦି,ମେହୁଲ ଚୋକ୍‌ସୀ, ବିଜୟ ମାଲ୍ୟାଙ୍କ ଭଳି ବ୍ୟକ୍ତି ଦେଶ ଛାଡି ଯିବାକୁ ସକ୍ଷମ ହୋଇଥିବା ବେଳେ ସରକାର ସେମାନଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ସକ୍ଷମ ହେଉ ନାହାନ୍ତି। ଏହି ଭଳି ସମସ୍ୟାକୁ ଧ୍ୟାନରେ ରଖି କେନ୍ଦ୍ର କ୍ୟାବିନେଟ ଶନିବାର ପଳାତକ ଅର୍ଥନୈତିକ ଅପରାଧି ଅଧ୍ୟାଦେଶ ୨୦୧୮ ଜାରି ଲାଗି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏହା ଲାଗୁ ହେଲେ ଋଣ ଖିଲାପକାରୀ ତଥା ଅର୍ଥନୈତିକ ଅପରାଧିଙ୍କ ସମ୍ପତ୍ତି ଜବତ କରିବାକୁ ସରକାର ସକ୍ଷମ ହେବେ ବୋଲି ଜଣାଯାଇଛି।

ପିଏନ୍‌ବିର ଗାନ୍ଧିଗିରି ପ୍ଲାନ: ପ୍ରତି ମାସରେ ଖିଲାପକାରୀଙ୍କ ଠାରୁ ଅସୁଲ ହେବ ୧୫୦ କୋଟି

ପିଏନ୍‌ବିର ଗାନ୍ଧିଗିରି ପ୍ଲାନ: ପ୍ରତି ମାସରେ ଖିଲାପକାରୀଙ୍କ ଠାରୁ ଅସୁଲ ହେବ ୧୫୦ କୋଟି

ନୂଆଦିଲ୍ଲୀ, ୨୧-୪ ନୀରବ ମୋଦି ଏବଂ ତାଙ୍କ ମାମୁଁ ମେହୁଲ ଚୋକସୀ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରୁ ବେଆଇନ ଲେଟର ଅଫ୍‌ ଅଣ୍ଡରଟେକିଂ ଦ୍ୱାରା ପ୍ରାୟ ୧୩୦୦୦ କୋଟି ଟଙ୍କା ଘୋଟାଲା କରିବାକୁ ସମର୍ଥ ହେଲେ। ଏବେ ନୀରବ ଏବଂ ମେହୁଲ ଚୋକସୀ ଋଣ ଖିଲାପ କରି ବିଦେଶରେ । ବାରମ୍ବାର ସମନ ସତ୍ତ୍ୱେ ସେମାନେ ତଦନ୍ତକାରୀ ଏଜେନ୍ସିଗୁଡିକ ସହିତ ସହଯୋଗ କରୁ ନାହାନ୍ତି। ସେମାନଙ୍କ ବିରୋଧରେ ସରକାର ଜାମିନ ବିହୀନ ପରଓ୍ବାନା ମଧ୍ୟ ଜାରି କରି ସାରିଛନ୍ତି। ଏହା କେବଳ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ସମସ୍ୟା ନୁହେଁ। ଦେଶର ବିଭିନ୍ନ ବ୍ୟାଙ୍କରେ ବର୍ତ୍ତମାନ ହଜାର ହଜାର କୋଟି ଟଙ୍କାର ଅନାଦାୟ ପରିସମ୍ପତ୍ତି(ଏନ୍‌ପିଏ) ପଡି ରହିଛି। ଏହି ଭଳି ଖିଲାପକାରୀଙ୍କଠାରୁ ଟଙ୍କା ଅସୁଲ କରିବା ଲାଗି ପିଏନ୍‌ବି ଏକ ନୂଆ ଯୋଜନା ହାତକୁ ନେଇଛି ଯାହାର ନାମ ରହିଛି ଗାନ୍ଧିଗିରି।

ଏଟିଏମ୍‌ ସଙ୍କଟ: ଅଧିକ ଉଠାଣ କରିଥିବା ବ୍ୟକ୍ତିଙ୍କ ଯାଞ୍ଚ କରିବ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ

ଏଟିଏମ୍‌ ସଙ୍କଟ: ଅଧିକ ଉଠାଣ କରିଥିବା ବ୍ୟକ୍ତିଙ୍କ ଯାଞ୍ଚ କରିବ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ

ନୂଆଦିଲ୍ଲୀ, ୨୧-୪ କ୍ୟାଶ ସଙ୍କଟ ଟଳି ନ ଥିବା ବେଳେ ଏହାର କାରଣ କଣ ପ୍ରଶ୍ନ ଏବେ ମଧ୍ୟ ଲୋକଙ୍କ ମନରେ ଉଙ୍କି ମାରୁଛି। ହଠାତ କାହିଁକି ଏଟିଏମ୍‌ଗୁଡିକ ଖାଲି ହୋଇ ଯାଉଛି ତାର ଉତ୍ତର ସରକାର ଠିକ୍‌ ଭାବେ ଦେଇ ପାରୁ ନାହାନ୍ତି। ଲୋକଙ୍କର ଚାହିଦା ହଠାତ ବୃଦ୍ଧି ହେବା ଯୋଗୁ ନଗଦ ସଙ୍କଟ ଏଟିଏମ୍‌ଗୁଡିକରେ ଆସିଥିବା ସରକାର ଲୋକଙ୍କୁ ବୁଝାଇବା ଆଳରେ କହିଛନ୍ତି। ମାତ୍ର କେଉଁ କେଉଁ ଲୋକ ଏହି ଦିନଗୁଡିକରେ କେତେ ପରିମାଣର ଟଙ୍କା ଉଠାଇଛନ୍ତି ତାକୁ ନେଇ ତର୍ଜମା ହେବ ବୋଲି ଜଣା ଯାଇଛି। କ୍ୟାଙ୍କ ସଙ୍କଟ ମାମଲା ଉପରେ ସରକାରଙ୍କ ଫାଇନାନ୍ସିଆଲ୍‌ ଇଣ୍ଟେଲିଜେନ୍ସ ୟୁନିଟ(ଏଫ୍‌ଆଇୟୁ) ତଦନ୍ତ କରିବ ବୋଲି ଜଣା ଯାଇଛି।