ବାଣିଜ୍ୟ |

୨୦୧୮ରେ ବର୍ଦ୍ଧିତ ଫିଚର ସହ ଆସିବ ସ୍ମାର୍ଟଫୋନ୍‌

୨୦୧୮ରେ ବର୍ଦ୍ଧିତ ଫିଚର ସହ ଆସିବ ସ୍ମାର୍ଟଫୋନ୍‌
ଭୁବନେଶ୍ୱର,୩୦-୧୨- ସ୍ମାର୍ଟଫୋନ୍‌ ଇଣ୍ଡଷ୍ଟ୍ରି ପାଇଁ ବର୍ଷ ୨୦୧୭ ସ୍ମରଣୀୟ ହୋଇ ରହିବ। ଚଳିତ ବର୍ଷ ସ୍ମାର୍ଟଫୋନ୍‌ ଶିଳ୍ପରେ ଅତ୍ୟାଧୁନୀକ ଓ ଗ୍ରାହକଙ୍କ ପସନ୍ଦଯୋଗ୍ୟ ବିଭିନ୍ନ ଫୁଲ୍‌ ସ୍କ୍ରିନ୍‌ର ସ୍ମାର୍ଟଫୋନ୍‌ ବଜାରକୁ ଆସିଥିଲା। ଚଳିତ ବର୍ଷ ଅଗ୍‌ମେଣ୍ଟେଡ୍‌ ରିୟଲିଟି ଏବଂ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସି ଭଳି ବୈଶିଷ୍ଟ୍ୟ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସକ୍ଷମ ହୋଇଥିଲା। ପ୍ରମୁଖ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ଜେଡ୍‌ଟିଇ ଟେଲିକମ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ ମାର୍କେଟିଂ ଅଧିକାରୀ ସଚିନ୍‌ ବାତ୍ରା ଏହା କହିଛନ୍ତି। ୨୦୧୮ ରେ ଆସିବାକୁ ଥିବା ସ୍ମାର୍ଟଫୋନ୍‌ ଗୁଡିକରେ ଏହାଠାରୁ ଅଧିକ ଅତ୍ୟାଧୁନୀକ ବୈଶିଷ୍ଟ୍ୟ ରହିବ ବୋଲି ସେ କହିଛନ୍ତି। ଏହା ମଧ୍ୟରେ ଅଣ୍ଡର ସ୍କ୍ରିନ୍‌ ଫିଙ୍ଗର୍‌ ପ୍ରିଣ୍ଟ୍‌ ସ୍କାନିଂ, ଅଗମେଣ୍ଟେଡ୍‌ ଏବଂ ଭର୍ଚୁଆଲ୍‌ ରିୟଲିଟି, ବୃହତ ସ୍କିନ୍‌, ଆଇରିସ୍‌ ସ୍କାନର, ଫେସ୍‌ ରେକଗ୍‌ନିଶନ, ଡୁଆଲ୍‌ କ୍ୟାମେରା, ବ୍ଲୁଟୁଥ୍‌ ଇୟର ବଡ୍‌ସ ଏବଂ ହେଡ୍‌ଫୋନ୍‌ ଭଳି ବର୍ଦ୍ଧିତ ଫିଚର ରହିବ ବୋଲି ବାତ୍ରା ପ୍ରକାଶ କରିଛନ୍ତି।
All Right Reserved By

ବାଣିଜ୍ୟ |

୪ ବର୍ଷରେ କୋଟିପତିଙ୍କ ସଂଖ୍ୟା ବଢ଼ିଛି ୬୦%

୪ ବର୍ଷରେ କୋଟିପତିଙ୍କ ସଂଖ୍ୟା ବଢ଼ିଛି ୬୦%

ନୂଆଦିଲ୍ଲୀ,୨୩-୧୦: ଦେଶରେ ଏକ କୋଟି ଟଙ୍କା ଆୟ ଦର୍ଶାଇଥିବା ଟିକସଦାତାଙ୍କ ସଂଖ୍ୟା ବିଗତ ୪ ବର୍ଷରେ ୬୦% ଅର୍ଥାତ ୮୧ ହଜାର ବୃଦ୍ଧି ପାଇଛି। ଏହି ଅବଧି ମଧ୍ୟରେ କୋଟିପତିଙ୍କ ସଂଖ୍ୟା ୧.୪୦ ଲକ୍ଷ ବଢ଼ିଛି।  କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ସୋମବାର ଏ ସମ୍ପର୍କରେ ବିସ୍ତାରିତ ତଥ୍ୟ ପ୍ରଦାନ କରିଛି। 

ବିଦେଶରେ ଅଘୋଷିତ ସମ୍ପତ୍ତି;କାର୍ଯ୍ୟାନୁଷ୍ଠାନ ପାଇଁ ଆୟକର ବିଭାଗର ପ୍ରସ୍ତୁତି

ବିଦେଶରେ ଅଘୋଷିତ ସମ୍ପତ୍ତି;କାର୍ଯ୍ୟାନୁଷ୍ଠାନ ପାଇଁ ଆୟକର ବିଭାଗର ପ୍ରସ୍ତୁତି

ନୂଆଦିଲ୍ଲୀ,୨୩-୧୦: ବିଦେଶରେ ଅଘୋଷିତ ସମ୍ପତ୍ତି ଏବଂ ଅର୍ଥ ଠୁଳ କରିବାକୁ ନେଇ ଆୟକର ବିଭାଗ ଏବେ ଦେଶବ୍ୟାପୀ ଅପରେଶନ ଆରମ୍ଭ କରିଛି। ଏଭଳି ବ୍ୟକ୍ତିଙ୍କ ବିରୋଧରେ ଏବେ କାର୍ଯ୍ୟକାରୀ ହୋଇଥିବା କଳାଧନ ବିରୋଧୀ ଆଇନ ଅଧୀନରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

ଡାକ୍ତରଙ୍କୁ ଲାଞ୍ଚ ଦେଇ ଭ୍ୟାକ୍ସିନର ଦାମ୍‌ ବଢ଼ାଉଛନ୍ତି ଫାର୍ମା କମ୍ପାନୀ!

ଡାକ୍ତରଙ୍କୁ ଲାଞ୍ଚ ଦେଇ ଭ୍ୟାକ୍ସିନର ଦାମ୍‌ ବଢ଼ାଉଛନ୍ତି ଫାର୍ମା କମ୍ପାନୀ!

ନୂଆଦିଲ୍ଲୀ,୨୩-୧୦: ଫାର୍ମା କମ୍ପାନୀମାନେ ସ୍ବତନ୍ତ୍ର ବ୍ରାଣ୍ଡ୍‌ର ଭ୍ୟାକ୍ସିନ ଲେଖିବା ଲାଗି ଡାକ୍ତର ଓ ହସ୍ପିଟାଲକୁ ଲାଞ୍ଚ ଦେଉଛନ୍ତି। ଇନସେଣ୍ଟିଭ ନାମରେ ଏହି ଲାଞ୍ଚ ଦିଆଯାଉଛି। ଏଭଳି ସ୍ବତନ୍ତ୍ର ଧରଣର ଭ୍ୟାକ୍ସିନ ଲେଖିବା ଲାଗି ଡାକ୍ତର ଓ ହସ୍ପିଟାଲକୁ ୨୦ରୁ ୨୧ ପ୍ରତିଶତ ଇନସେଣ୍ଟିଭ ମିଳୁଛି ବୋଲି ଖୋଳତାଡରୁ ଜଣାପଡିଛି। 

ଚିନି ଶିଳ୍ପକୁ ଆଉ ଏକ ପ୍ୟାକେଜ ଖୁବଶୀଘ୍ର

ଚିନି ଶିଳ୍ପକୁ ଆଉ ଏକ ପ୍ୟାକେଜ ଖୁବଶୀଘ୍ର

ନୂଆଦିଲ୍ଲୀ,୨୩-୧୦: ଆଖୁ ଚାଷୀଙ୍କ ଲାଭ ବଢ଼ାଇବା ଉଦ୍ଦେଶ୍ୟରେ ଚିନି ଶିଳ୍ପ ପାଇଁ କେନ୍ଦ୍ର ସରକାର ଆଉ ଏକ ପ୍ୟାକେଜ ଘୋଷଣା କରିବାକୁ ଯାଉଛନ୍ତି। ଖୁବଶୀଘ୍ର ଏ ସଂକ୍ରାନ୍ତରେ ଘୋଷଣା ହେବ। ଇଥାନଲର ଉତ୍ପାଦନ ବୃଦ୍ଧି  କରିବା ଲାଗି ଚିନି ମିଲ୍‌ମାନଙ୍କୁ ଦିଆଯାଉଥିବା ଋଣରେ ସୁଧ ହାରକୁ ୬% କମାଇବା ନେଇ କ୍ୟାବିନେଟ୍‌ ନୋଟ୍‌ ତିଆରି ହେଉଛି। 

ଗ୍ରାହକଙ୍କୁ ଆଶ୍ୱସ୍ତ କଲା ଏସ୍‌ବିଆଇ;ଟିଡିଏସ୍‌ ଫର୍ମ ଦାଖଲ ଲାଗି ଯିବାକୁ ପଡିବନି ମୂଳ ଶାଖା

ଗ୍ରାହକଙ୍କୁ ଆଶ୍ୱସ୍ତ କଲା ଏସ୍‌ବିଆଇ;ଟିଡିଏସ୍‌ ଫର୍ମ ଦାଖଲ ଲାଗି ଯିବାକୁ ପଡିବନି ମୂଳ ଶାଖା

ନୂଆଦିଲ୍ଲୀ,୨୩-୧୦: ସୁଧ ଉପରେ ଟିଡିଏସ୍‌ ସୁରକ୍ଷା ଲାଗି ଗ୍ରାହକଙ୍କୁ ୧୫ଜି ଏବଂ ୧୫ଏଚ୍‌ ଫର୍ମ ଜମା କରିବାକୁ ପଡିଥାଏ। ପୂର୍ବରୁ ଏହା ନିଜର ଘରୋଇ ଶାଖାରେ ଯାଇ କରିବାକୁ ପଡୁଥିଲା। 

ଋଣ ସମାଧାନ ଯୋଜନା;ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ୩ ପରାମର୍ଶଦାତା ନିଯୁକ୍ତ କଲା

ନୂଆଦିଲ୍ଲୀ,୨୩-୧୦: ଋଣ ସଙ୍କଟର ସାମ୍ନା କରୁଥିବା ଇନଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡଏଫ୍‌ଏସ୍‌)ର ନବଗଠିତ ବୋର୍ଡ ଋଣ ସମାଧାନ ଯୋଜନା ପ୍ରସ୍ତୁତ କରିବା ତଥା ଏହାର କାର୍ଯ୍ୟକାରୀତା ଲାଗି ୩ ଜଣ ପରାମର୍ଶଦାତାଙ୍କୁ ନିଯୁକ୍ତ କରିଛି। 

ମହିନ୍ଦ୍ରା ମାରାଜୋର ବୁକିଂ ରେକର୍ଡ

ମହିନ୍ଦ୍ରା ମାରାଜୋର ବୁକିଂ ରେକର୍ଡ

ଭୁବନେଶ୍ୱର,୨୩-୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ ପକ୍ଷରୁ ପ୍ରସ୍ତୁତ ମାରାଜୋ ବୁକିଂ କ୍ଷେତ୍ରରେ ରେକର୍ଡ ହାସଲ କରିଛି। ଲଞ୍ଚ ପରଠାରୁ ଗୋଟିଏ ମାସରେ ଏହା ୧୦,୦୦୦ ୟୁନିଟରୁ ଅଧିକ ବୁକିଂ ହାସଲ କରିଛି। 

କାନାରା ବ୍ୟାଙ୍କ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକଙ୍କ ରୁଡସେଟ୍‌ ପ୍ରତିଷ୍ଠାନ ପରିଦର୍ଶନ

କାନାରା ବ୍ୟାଙ୍କ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକଙ୍କ ରୁଡସେଟ୍‌ ପ୍ରତିଷ୍ଠାନ ପରିଦର୍ଶନ

ଭୁବନେଶ୍ୱର,୨୩-୧୦: କାନାରା ବ୍ୟାଙ୍କ ବାଙ୍ଗାଲୋର ମୁଖ୍ୟ କାର୍ଯ୍ୟାଳୟର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଏମ୍‌.ଭି ରାଓ ଭୁବନେଶ୍ୱରର ରୁଡସେଟ୍‌ ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି। ପ୍ରତିଷ୍ଠାନରେ ତାଲିମ ପ୍ରାପ୍ତ ଉଦ୍ୟୋଗୀଙ୍କୁ ସେ ସମ୍ବର୍ଦ୍ଧିତ କରିଛନ୍ତି। 

ଟ୍ରାକ୍‌ ମରାମତି ଯୋଗୁ ବାଲୁଗାଁରେ ଅଟକିବ ଭୁବନେଶ୍ୱର-ବ୍ରହ୍ମପୁର ପାସେଞ୍ଜର

ଟ୍ରାକ୍‌ ମରାମତି ଯୋଗୁ ବାଲୁଗାଁରେ ଅଟକିବ ଭୁବନେଶ୍ୱର-ବ୍ରହ୍ମପୁର ପାସେଞ୍ଜର

ଭୁବନେଶ୍ୱର,୨୩-୧୦: ଟ୍ରାକ୍‌ ମରାମତି ଯୋଗୁ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ଆଜିଠାରୁ ବାଲୁଗଁା ଯାଏ ଚଳାଚଳ କରିବ। ଆସନ୍ତା ୨୮ ଯାଏ ଏହି ସ୍ଥିତି ଲାଗି ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି। 

ପେଟିଏମ୍‌ ମାଲିକଙ୍କୁ ବ୍ଲାକ୍‌ମେଲିଂ ଉଦ୍ୟମ; କମ୍ପାନୀର ୩ କର୍ମଚାରୀ ଗିରଫ

ପେଟିଏମ୍‌ ମାଲିକଙ୍କୁ ବ୍ଲାକ୍‌ମେଲିଂ ଉଦ୍ୟମ; କମ୍ପାନୀର ୩ କର୍ମଚାରୀ ଗିରଫ

ନୂଆଦିଲ୍ଲୀ,୨୩-୧୦: ଇ-ଓ୍ବାଲେଟ କମ୍ପାନୀ ପେଟିଏମ୍‌ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କୁ ବ୍ଲାକ୍‌ମେଲିଂ କରିବା ଅଭିଯୋଗରେ ନୋଇଡା ପୋଲିସ  କମ୍ପାନୀର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା କର୍ମଚାରୀ ରହିଛନ୍ତି। 

ପେନସନ ଲାଭ ପ୍ରଦାନ;୩୪ ଦେଶ ଭିତରେ ଭାରତ ୩୨ତମ ସ୍ଥାନରେ

ପେନସନ ଲାଭ ପ୍ରଦାନ;୩୪ ଦେଶ ଭିତରେ ଭାରତ ୩୨ତମ ସ୍ଥାନରେ

ନୂଆଦିଲ୍ଲୀ,୨୩-୧୦: ଭାରତ ପେନସନ ଲାଭ ଦେବାରେ ୩୪ ଦେଶ ମଧ୍ୟରେ ୩୨ତମ ସ୍ଥାନକୁ ଖସି ଆସିଛି। 

ଆଲୁମିନିୟମ ଉପଯୋଗ ୭.୨ ନିୟୁତ ଟନ୍‌କୁ ବୃଦ୍ଧି ଘଟିବ

ଆଲୁମିନିୟମ ଉପଯୋଗ ୭.୨ ନିୟୁତ ଟନ୍‌କୁ ବୃଦ୍ଧି ଘଟିବ

ଭୁବନେଶ୍ୱର,୨୩-୧୦: ଆଗାମୀ ୫ ବର୍ଷ ମଧ୍ୟରେ ଦେଶରେ ଆଲୁମିନିୟମ ଉପଯୋଗ ପରିମାଣ ଦୁଇଗୁଣ ହେବ। ଏହା ବର୍ତ୍ତମାନ ୩. ୬ ନିୟୁତ ଟନ୍‌ ଥିବା ବେଳେ ୭.୨ ନିୟୁତ ଟନ୍‌କୁ ବୃଦ୍ଧି ଘଟିବ।