
ନ୍ୟୁୟର୍କ୍,୩୦।୧୨: ଆମେରିକାର ଟ୍ରମ୍ଫ ସରକାର ପାକିସ୍ତାନକୁ ଝଟକା ଦେବାକୁ ପ୍ରସ୍ତୁତି ଜାରି ରଖିଛି। ସରକାର ପାକିସ୍ତାନକୁ ଦେବାକୁ ଥିବା ୨୫ କୋଟି ୫୦ଲକ୍ଷ ଟଙ୍କାର ସହାୟତା ରାଶିକୁ ବନ୍ଦ କରିଦେଇପାରେ ବୋଲି ଅନୁମାନ କରାଯାଉଛି। ଆତଙ୍କବାଦୀ ସଙ୍ଗଠନ ବିରୋଧରେ ପାକିସ୍ତାନ କିଛି ପଦକ୍ଷେପ ନ ନେଇ ଥିବାରୁ ଆମେରିକା ଏହି ପଦକ୍ଷେପ ନେବ ବୋଲି କୁହାଯାଉଛି।