
ବ୍ରିସ୍ବେନ, ୩୦।୧୨- ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ଟେନିସ୍ ସିଙ୍ଗଲ୍ସ ଖେଳାଳି ଆଣ୍ଡି ମୁରେ ବ୍ରିସ୍ବେନ ଇଣ୍ଟନ୍ୟାଶନାଲ ଟୁର୍ନାମେଣ୍ଟରେ ଖେଳିବେ। ଆହତ ସମସ୍ୟା କାରଣରୁ ଦୀର୍ଘ ୫ ମାସର ବ୍ୟବଧାନ ପରେ ସେ କୋର୍ଟକୁ ଓହ୍ଲାଇବାକୁ ଯାଉଛନ୍ତି। ଏ ନେଇ ଟୁର୍ନାମେଣ୍ଟର ଆୟୋଜକ ଶନିବାର ସୂଚନା ଦେଇଛନ୍ତି। ”ମୁରେ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ଆସୁଛନ୍ତି। ଏଠାରେ ପହଞ୍ଚତ୍ଲା ପରେ ସେ ଅଭ୍ୟାସ କରିବେ। ସେ ୨୦୧୩ ପରେ ପ୍ରଥମ ଥର ବ୍ରିସ୍ବେନ କୋର୍ଟରେ ଖେଳିବେ“ ବୋଲି ଟୁର୍ନାମେଣ୍ଟ ନିର୍ଦ୍ଦେଶକ କାମେରୋନ ପେରସନ ଟୁଇଟରରେ କହିଛନ୍ତି। ଉଲ୍ଲେଖଥାଉ କି, ୩୦ ବର୍ଷୀୟ ଇଂଲଣ୍ଡର ଖେଳାଳି ଓ୍ବିମ୍ବେଲଡନ୍ ଓପନ୍ ପରେ କୋର୍ଟରୁ ଦୂରେଇ ରହିଛନ୍ତି। ”ମୁଁ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛି। କିନ୍ତୁ ମତେ ଉନ୍ନତ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି। ଏଣୁ କାଲିଫର୍ନିଆର ଗରମ ପରିବେଶରେ ଅଭ୍ୟାସ କରିଛି, ଯାହାକି ମତେ ବ୍ରିସ୍ବେନ ଓ ଆସନ୍ତା ୧୫ ତାରିଖଠାରୁ ଆରମ୍ଭ ହେବାକୁ ଥିବା ସିଜନର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ସହାୟକ ହେବ“ ବୋଲି ମୁରେ ପ୍ରକାଶ କରିଛନ୍ତି।