Dharitri News
ଜାତୀୟ |

୧୦ ଭାଜପା ନେତାଙ୍କୁ କଂଗ୍ରେସରେ ସାମିଲ କଲେ ମିଳିବ ଉଚ୍ଚ ପଦବୀ

୧୦ ଭାଜପା ନେତାଙ୍କୁ କଂଗ୍ରେସରେ ସାମିଲ କଲେ ମିଳିବ ଉଚ୍ଚ ପଦବୀ ଅହମ୍ମଦାବାଦ,୩୦।୧୨: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଓ ଉପ ମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ମଧ୍ୟରେ ବିବାଦ ଚାଲିଥିବା ଆଲୋଚନା ହେଉଛି। ଏହି ସୁଯୋଗକୁ ହାତଛଡା ନ କରି ପଟିଦାର ନେତା ହାର୍ଦ୍ଦିକ ପଟେଲ ନିତିନ ପଟେଲଙ୍କୁ ତାଙ୍କ ସହ ସାମିଲ ହେବାକୁ ଆମନ୍ତ୍ରଣ ଜଣାଇଛନ୍ତି। ଭାଜପା ଯଦି ନିତିନଙ୍କୁ ଅପମାନ କରୁଛି ତେବେ ସେ କଂଗ୍ରେସରେ ଯୋଗ ଦିଅନ୍ତୁ ବୋଲି ହାର୍ଦ୍ଦିକ କହିଛନ୍ତି। ନିତିନ ଯଦି ୧୦ ବିଧାୟକଙ୍କ ସହ ଭାଜପା ଛାଡି କଂଗ୍ରେସରେ ଯୋଗ ଦିଅନ୍ତି ତେବେ ତାଙ୍କୁ କଂଗ୍ରେସରେ ଉପଯୁକ୍ତ ପଦ ମିଳିବ ବୋଲି ମଧ୍ୟ ହାର୍ଦ୍ଦିକ କହିଛନ୍ତି।

ଜାତୀୟ |

ବେଲାନ୍ଦୁର ହ୍ରଦରେ ନିଆଁ: ଲିଭାଇବା ପ୍ରକ୍ରିୟା ଜାରି

ବେଲାନ୍ଦୁର ହ୍ରଦରେ ନିଆଁ: ଲିଭାଇବା ପ୍ରକ୍ରିୟା ଜାରି

ବାଙ୍ଗାଲୋର,୨୦।୧: ବାଙ୍ଗାଲୋରର ବେଲାନ୍ଦୁର ହ୍ରଦ ନିକଟରେ ଥିବା ଶୁଖିଲା ଘାସରେ ଶୁକ୍ରବାର ଲୋକମାନେ ନିଆଁ ଲଗାଇ ଦେଇଥିଲେ।

ରାସ୍ତା ତଳକୁ ଖସିଲା ବସ୍‌: ୭ ମୃତ, ୨୦ ଆହତ

ରାସ୍ତା ତଳକୁ ଖସିଲା ବସ୍‌: ୭ ମୃତ, ୨୦ ଆହତ

ବେଲଦଙ୍ଗା,୨୦।୧: ପଶ୍ଚିମବଙ୍ଗର ବେଲଦଙ୍ଗା ଜିଲାରେ ଶନିବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ରାସ୍ତା ତଳକୁ ଖସି ପଡିବାରୁ ୭ ଜଣଙ୍କର ମୃତ୍ୟୁ ଘଟିବା ସହ ଅତିକମ୍‌ରେ ୨୦ ଜଣ ଆହତ ହୋଇଛନ୍ତି।

ମହାବୋଧି ମନ୍ଦିର ନିକଟରୁ ମିଳିଲା ଜୀବନ୍ତ ବୋମା

ମହାବୋଧି ମନ୍ଦିର ନିକଟରୁ ମିଳିଲା ଜୀବନ୍ତ ବୋମା

ବୋଧଗ୍ରାମ,୨୦।୧: ବିହାରର ମହାବୋଧି ମନ୍ଦିର ନିକଟରୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ସୁରକ୍ଷାକର୍ମୀମାନେ ୩ଟି ଜୀବନ୍ତ ବୋମା ଉଦ୍ଧାର କରିଛନ୍ତି।

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୧ ମୃତ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୧ ମୃତ

ଶ୍ରୀନଗର,୨୦।୧: ଜମ୍ମୁ-କଶ୍ମୀରର ଆର୍‌ଏସ୍‌ ପୁରା ଓ ଆଖନୁର ସେକ୍ଟରରେ ପାକିସ୍ତାନ ଶନିବାର ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ଆନନ୍ଦିବେନ ପଟେଲ ମଧ୍ୟପ୍ରଦେଶ ରାଜ୍ୟପାଳ

ଆନନ୍ଦିବେନ ପଟେଲ ମଧ୍ୟପ୍ରଦେଶ ରାଜ୍ୟପାଳ

ନୂଆଦିଲ୍ଲୀ,୨୦।୧(ପି.ଟି.): ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲଙ୍କୁ ଶୁକ୍ରବାର ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।

୨୦ ଏଏପି ବିଧାୟକ ଅଯୋଗ୍ୟ : ସଦସ୍ୟତା ରଦ୍ଦ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିସ କଲେ ଇସି

୨୦ ଏଏପି ବିଧାୟକ ଅଯୋଗ୍ୟ : ସଦସ୍ୟତା ରଦ୍ଦ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିସ କଲେ ଇସି

ନୂଆଦିଲ୍ଲୀ,୨୦।୧(ପି.ଟି.) : ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)କୁ ଶକ୍ତ ଝଟକା ଲାଗିଛି। ନିର୍ବାଚନ କମିଶନ (ଇସି) ଶୁକ୍ରବାର ଲାଭଜନକ ପଦବୀ (ଅଫିସ୍‌ ଅଫ୍‌ ପ୍ରଫିଟ୍‌) ମାମଲାରେ ୨୦ ଏଏପି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସୁପାରିସ କରିଛନ୍ତି।

 ଲାଭ ଜନକ ପଦବୀ ମାମଲା: ଅଯୋଗ୍ୟ ଘୋଷିତ ହେବେ ୨୦ ଏଏପି ବିଧାୟକ

ଲାଭ ଜନକ ପଦବୀ ମାମଲା: ଅଯୋଗ୍ୟ ଘୋଷିତ ହେବେ ୨୦ ଏଏପି ବିଧାୟକ

ନୂଆଦିଲ୍ଲୀ, ୧୯।୧: ଲାଭ ଜନକ ପଦବୀ ମାମଲାରେ ୨୦ ଆମ ଆଦ୍‌ମୀ ପାର୍ଟି(ଏଏପି) ବିଧାୟକ ବିଧାନସଭା ସଦସ୍ୟତା ହରାଇବାର ଆଶଙ୍କା ଦେଖାଦେଇଛି। ନିର୍ବାଚନ କମିଶନ ସମ୍ପୃକ୍ତ ବିଧାୟକଙ୍କ ତାଲିକା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପାଇଁ ପଠାଇଛନ୍ତି।

 ଟିଏମ୍‌ସିରେ ଗୋଷ୍ଠୀ କନ୍ଦଳ: ୨ ମୃତ

ଟିଏମ୍‌ସିରେ ଗୋଷ୍ଠୀ କନ୍ଦଳ: ୨ ମୃତ

କଲିକତା, ୧୯।୧: ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ବାସନ୍ତୀ ଗ୍ରାମରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଦୁଇ ଗୋଷ୍ଠୀ ମଧ୍ୟରେ ଶୁକ୍ରବାର ସଂଘର୍ଷ ଘଟିଛି। ଏହି ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚିତ କରାଯାଇଛି।

ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ୧୨୦ ଛାତ୍ରୀଛାତ୍ର ଅସୁସ୍ଥ

ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ୧୨୦ ଛାତ୍ରୀଛାତ୍ର ଅସୁସ୍ଥ

ଥିରୁଭନ୍ଥପୁରମ୍‌, ୧୯।୧: କେରଳ ଥୋନାକେଲ ଜିଲାର ଏକ ନିମ୍ନ ପ୍ରାଇମେରୀ ସ୍କୁଲରେ ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ୧୨୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡିଛନ୍ତି। ମଧ୍ୟାହ୍ନ ଭୋଜନ ଖାଇବା ପରେ ବାନ୍ତି ହେବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ନବରଙ୍ଗ ଷ୍ଟୁଡିଓରେ ଅଗ୍ନିକାଣ୍ଡ

ନବରଙ୍ଗ ଷ୍ଟୁଡିଓରେ ଅଗ୍ନିକାଣ୍ଡ

ବମ୍ବେ, ୧୯।୧: କେନ୍ଦ୍ରୀୟ ବମ୍ବେର ଲୋୟର ପାଲେରଠାରେ ଟୋଡି ମିଲ୍‌ ପରିସରରେ ଥିବା ନବରଙ୍ଗ ଷ୍ଟୁଡିଓରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏହି ବିଲ୍ଡିଂର ଚତୁର୍ଥ ମହଲାରେ ନିଆଁଲାଗି ଥିବା ପୋଲିସ ସୂଚିତ କରିଛି।

 ଭାସ୍କୋ ସିଟିରେ ଏମୋନିଆ ଗ୍ୟାସ୍‌ ଲିକ୍‌

ଭାସ୍କୋ ସିଟିରେ ଏମୋନିଆ ଗ୍ୟାସ୍‌ ଲିକ୍‌

ପାନାଜୀ, ୧୯।୧: ଗୋଆର ଭାସ୍କୋ ସିଟିରେ ଗୁରୁବାର ବିଳମ୍ବିତ ରାତିରେ ଏକ ଟ୍ୟାଙ୍କରରୁ ଏମୋନିଆ ଗ୍ୟାସ୍‌ ଲିକ୍‌ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ନିକଟସ୍ଥ ଚିକାଲିମ୍‌ ଗ୍ରାମ ସମେତ ଭାସ୍କୋ ସିଟିର କେତେକ ଅଞ୍ଚଳର ବାସିନ୍ଦାଙ୍କୁ ଶୁକ୍ରବାର ସ୍ଥାନାନ୍ତର କରାଯାଇଛି।

ସୀମାରେ ଉତ୍ତେଜନା: ପାକିସ୍ତାନ ମୋର୍ଟାର ମାଡ଼ରେ ଜଣେ ଯବାନ ଶହୀଦ

ସୀମାରେ ଉତ୍ତେଜନା: ପାକିସ୍ତାନ ମୋର୍ଟାର ମାଡ଼ରେ ଜଣେ ଯବାନ ଶହୀଦ

ଶ୍ରୀନଗର, ୧୯।୧: ନିୟନ୍ତ୍ରଣରେଖା ପରେ ଏବେ ଅନ୍ତର୍ଜାତୀୟ ସୀମାଠାରେ ପାକିସ୍ତାନର ଦାଦାଗିରି ଜାରି ରହିଛି। ଏଠାରେ ପାକିସ୍ତାନ ସୁଚିନ୍ତିତ ଭାବେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି।