ଉପକୂଳ ଓଡିଶା

ଟାଟା ଏସିଇକୁ ଧକ୍କା ଦେଲା ଟ୍ରକ: ୪ ମୃତ ୪ ଗୁରୁତର

ଟାଟା ଏସିଇକୁ ଧକ୍କା ଦେଲା ଟ୍ରକ: ୪ ମୃତ ୪ ଗୁରୁତର

ଯାଜପୁର ଅଫିସ, ୩୦।୧୨: ଯାଜପୁର ଜିଲା ଚଣ୍ଡିଖୋଲ-ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର ବାଉଁଶଡୋଳ ଗ୍ରାମ ନିକଟରେ ଶନିବାର ସକାଳେ ଏକ ୧୦ ଚକିଆ ଟ୍ରକ ଓ ଟାଟା ଏସିଇ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ରାମଚନ୍ଦ୍ର ସ୍ବାଇଁ, ଗଙ୍ଗାଧର ପ୍ରଧାନ, ବସନ୍ତ ସାହୁ ଓ ପ୍ରଫୁଲ୍ଲ ବେହେରା। ପ୍ରକାଶ ଯେ, ଟାଟା ଏସିଇ ଗାଡ଼ି (ଓଡ଼ି ୦୫ଏମ୍‌ଏ୭୭୫୨) ୭ କର୍ମଚାରୀଙ୍କୁ ନେଇ ଚଣ୍ଡିଖୋଲରୁ କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାକୁ ଯାଉଥିଲା। ବିପରୀତ ଦିଗରୁ ଆସୁଥିବା ୧୦ ଚକିଆ ଟ୍ରକ(ଓଡି୨୧ସି୪୭୨୨) ତାକୁ ସମ୍ମୁଖରୁ ଧକ୍କା ଦେଇଥିଲା। ଆହତମାନଙ୍କୁ ଧର୍ମଶାଳା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଟ୍ରକ ସହ ଡ୍ରାଇଭର ଫେରାର ହୋଇଯାଇଛନ୍ତି।

All Right Reserved By

ଉପକୂଳ ଓଡିଶା

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର, ୨୧ ଅଭିଯୋଗ ପଞ୍ଜିକୃତ

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର, ୨୧ ଅଭିଯୋଗ ପଞ୍ଜିକୃତ

ଓଡ଼ଗାଁ,୧୬।୭(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ବ୍ଲକରେ ଜିଲପାଳ ଡ. ଏନ. ତିରୁମାଲା ନାୟକଙ୍କ ପ୍ରଥମ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଥିଲା। ପ୍ରବଳ ବର୍ଷା ସତ୍ତ୍ୱେ ତଥା ସଚେତନତା ଅଭାବରୁ ମାତ୍ର ୨୧ ଅଭିଯୋଗ ପଞ୍ଜିକୃତ ହୋଇଥିଲା।

ଦିଗହରା ଆବାସ ଯୋଜନା, ପଲିଥିନ ତଳେ ବିତୁଛି ଜୀବନ

ଦିଗହରା ଆବାସ ଯୋଜନା, ପଲିଥିନ ତଳେ ବିତୁଛି ଜୀବନ

ରାହାମା,୧୬।୭(ଡି.ଏନ୍‌.ଏ.): ଗରିବ ପରିବାରକୁ ବାସଗୃହ ଯୋଗାଇ ଦେବା ନିମନ୍ତେ ସରକାର ଆବାସ ଯୋଜନାରେ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର ତାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ପାରୁନାହିଁ।

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ଓଡ଼ଗାଁ,୧୬।୭(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକରେ ସୋମବାର ଅଭିଯୋଗ ଶୁଣାଣି ଶିବିିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଡ. ଏନ୍‌ ତିରୁମାଲା ନାଏକ, ଏସ୍‌ପି ଆଶିଷ କୁମାର ସିଂ, ଉପ ଜିଲାପାଳ ଜିତେନ୍ଦ୍ର କୁମାର ସାହୁ, ବିଡିଓ ମାୟାଧର ବେହେରା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ।

ଡମ୍ଫର ଧକ୍କାରେ ଯୁବକ ଗୁରୁତର

ଯାଜପୁର ରୋଡ, ୧୬।୭(ନି.ପ୍ର.) ଯାଜପୁର ଜିଲା ୨୦ ନଂ. ଜାତୀୟ ରାଜପଥର ଧନେଶ୍ୱର ମାରୁତି ସୋ’ରୁମ୍‌ ନିକଟରେ ସୋମବାର ପୂର୍ବାହ୍ନରେ ଡମ୍ପର ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି।

ମୋବାଇଲରେ କଥା ହେବାରୁ ଓଲଟିଲା ସ୍କୁଲ ବସ୍‌: ୧୪ ଛାତ୍ରୀଛାତ୍ର ଆହତ

ମୋବାଇଲରେ କଥା ହେବାରୁ ଓଲଟିଲା ସ୍କୁଲ ବସ୍‌: ୧୪ ଛାତ୍ରୀଛାତ୍ର ଆହତ

ଧର୍ମଶାଳା, ୧୬।୭(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁରସ୍ଥିତ ଗୁରୁକୁଳ ପବ୍ଲିକ ସ୍କୁଲର ବସ୍‌ ସୋମବାର ସକାଳ ୭ଟାରେ ସ୍କୁଲଠାରୁ ୧ କି.ମି ଦୂରରେ ଓଲଟି ପଡ଼ିବାରୁ ୧୪ ଛାତ୍ରୀଛାତ୍ର ଆହତ ହୋଇଛନ୍ତି।

ଗ୍ରାମବାସୀଙ୍କ ଉପରେ ମାଡ଼ିଗଲା ବୋଲେରୋ: ୩ ଗୁରୁତର

ଯାଜପୁର ରୋଡ,୧୬।୭ (ନି.ପ୍ର.): ଯାଜପୁର ଜିଲା କୋରେଇ ଥାନା ତଲୁରି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଘରୋଇ ଫାଇନାନ୍ସ କମ୍ପାନୀର ଟିମ୍‌ ଋଣ ଆଦାୟ ପାଇଁ ଆସିଥିବା ବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଗଣ୍ଡଗୋଳ ହୋଇଥିଲା।

ବ୍ଲକସ୍ତରୀୟ ବନମହୋତ୍ସବ

ବ୍ଲକସ୍ତରୀୟ ବନମହୋତ୍ସବ

ରାଜକନିକା, ୧୬।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅନ୍ତର୍ଗତ ଡାଳିକେଏନ୍ଦା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବନମହୋତ୍ସବ କାର୍ଯ୍ୟକ୍ରମ ସୋମବାର ପାଳିତ ହୋଇଯାଇଛି।

ନିମ୍ନମାନର ମରାମତିରୁ ବାରମ୍ବାର ଖାଲ ସୃଷ୍ଟି

ନିମ୍ନମାନର ମରାମତିରୁ ବାରମ୍ବାର ଖାଲ ସୃଷ୍ଟି

ମାର୍ଶାଘାଇ,୧୬।୭(ଡି.ଏନ୍‌.ଏ.): ନଂ. ୫(କ) ଜାତୀୟ ରାଜପଥର ମାର୍ଶାଘାଇ କ୍ରସିଂଠାରୁ ନବରକାନ ପୋଲ ମଧ୍ୟବର୍ତ୍ତୀ ସ୍ଥାନରେ ୩ ମାସ ପୂର୍ବରୁ ଏକ ଖାଲ ସୃଷ୍ଟି ହୋଇଥିଲା। ପରେ ରାଜପଥ ପ୍ରାଧିକରଣ ଦ୍ୱାରା ଏହାକୁ ମରାମତି କରାଯାଇଥିଲା।

ନୟାଗଡ଼ ସହରରେ ବାଇପାସ୍‌ ରାସ୍ତା ପ୍ରସଙ୍ଗ: ମାର୍ଚ୍ଚ ୨୦୨୦ ସୁଦ୍ଧା ହୋଇପାରେ କାର୍ଯ୍ୟକାରୀ

ନୟାଗଡ଼ ଅଫିସ,୧୬।୭- ନୟାଗଡ଼ ସହର ଦେଇ ଯାଇଛି ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ. ଜାତୀୟ ରାଜପଥ ଓ ୨୧ନଂ. ରାଜ୍ୟ ରାଜପଥ। ତେଣୁ ପ୍ରତିଦିନ ଶତାଧିକ ଯାନବାହନ ଏହି ରାସ୍ତାରେ ଚଳାଚଳ କରୁଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ ଯାଇଥିବାରୁ ଅନେକ ସମୟରେ ଭିନ୍ନ ଭିନ୍ନ ସଙ୍ଗଠନ ତରଫରୁ ବିକ୍ଷୋଭ ଓ ଧାରଣା ହୋଇଥାଏ।

ହସ୍ତୀ ସୁରକ୍ଷା ପାଇଁ ଉଦ୍ୟମ: ଆଲୋଚନାଚକ୍ରରେ ସଚେତନତା ସୃଷ୍ଟି କଲା ବନ୍ୟପ୍ରାଣୀ ବିଭାଗ

ହସ୍ତୀ ସୁରକ୍ଷା ପାଇଁ ଉଦ୍ୟମ: ଆଲୋଚନାଚକ୍ରରେ ସଚେତନତା ସୃଷ୍ଟି କଲା ବନ୍ୟପ୍ରାଣୀ ବିଭାଗ

ଗଣିଆ,୧୬।୭(ଡି.ଏନ୍‌.ଏ.)- ପ୍ରାକୃତିକ ପରିବେଶ ଧ୍ୱଂସ ଯୋଗୁ ଦିନକୁ ଦିନ କେତେକ ବନ୍ୟପ୍ରାଣୀଙ୍କ ବଂଶ ଲୋପ ପାଇବାକୁ ବସିଲାଣି। ଉପଯୁକ୍ତ ଆବାସସ୍ଥଳୀ ନଷ୍ଟ ସାଙ୍ଗକୁ ପ୍ରତିକୂଳ ପରିବେଶରେ ନିଜକୁ ଖାପ ଖୁଆଇ ନ ପାରି ଏମାନଙ୍କର ବଂଶ ବିଲୁପ୍ତ ହେବାରେ ଲାଗିଛି। ଡାଇନୋସର ପରେ ବିଶାଳକାୟ ଜୀବ ହାତୀର ଅବସ୍ଥା ସଙ୍ଗିନ ହୋଇପଡିଛି।

ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ନୟାଗଡ଼ ଝିଅ ପ୍ରଥମ

ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ନୟାଗଡ଼ ଝିଅ ପ୍ରଥମ

ନୟାଗଡ଼ ଅଫିସ,୧୬।୭- ଓଡ଼ିଶା ସାହିତ୍ୟ ଏକାଡ଼େମୀର ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ନୟାଗଡ଼ ଏନ୍‌ଏସି ଉଚ୍ଚ ବିଦ୍ୟାଳୟ ଛାତ୍ରୀ ସ୍ନେହାରାଣୀ ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଭିକ୍ଷାକାରୀ ସାହୁ ଓ ପ୍ରମିଳା ସାହୁଙ୍କ କନ୍ୟା ହେଉଛନ୍ତି ସ୍ନେହାରାଣୀ।

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ଖଣ୍ଡପଡା,୧୬।୭(ସ୍ବ.ପ୍ର.)- ସମବାୟ ବିଭାଗର ବିଭିନ୍ନ ଯୋଜନାକୁ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଦ୍ୱାରା ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଚାଲୁ ରହିଛି। କୃଷି ଓ କୃଷକର ଉନ୍ନତି ନିମନ୍ତେ ସରକାର ଯୋଗାଇ ଦେଉଥିବା ବିଭିନ୍ନ ସୁବିଧାସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ନୟାଗଡ ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ଖଣ୍ଡପଡା ଶାଖା ଅଧୀନରେ ଥିବା ବେଣାଗାଡିଆ ଓ ତେନ୍ତୁଳିଆପଲ୍ଲୀ ସେବା ସମବାୟ ସମିତି ପକ୍ଷରୁ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Model This Week

ରୂପେଶ