ରାଜ୍ୟ |

ରଥଯାତ୍ରା-୨୦୧୮: ପ୍ରଥମଥର ବୌଦ୍ଧରୁ ଆସିବ ରଥକାଠ

ରଥଯାତ୍ରା-୨୦୧୮: ପ୍ରଥମଥର ବୌଦ୍ଧରୁ ଆସିବ ରଥକାଠ
ପୁରୀ ଅଫିସ, ୨୯।୧୨: ଗତବର୍ଷ ରଥଯାତ୍ରା ସୁରୁଖୁରରେ ସମ୍ପନ୍ନ ହୋଇଥିଲେ ହେଁ ରଥ ନିର୍ମାଣରେ ତ୍ରୁଟିକୁ ନେଇ ବଦନାମ ହୋଇଥିଲା ଶ୍ରୀମନ୍ଦିର ପ୍ରଶାସନ। ସୁଭଦ୍ରାଙ୍କ ରଥ ଅଖ ଭାଙ୍ଗିବା ଏବଂ ବଡ଼ଠାକୁରଙ୍କ ରଥର ଚାରିନାହାକା କାଟି ଦିଆଯିବାକୁ ନେଇ ଆରମ୍ଭରୁ ସୃଷ୍ଟି ହୋଇଥିଲା ବିଶୃଙ୍ଖଳା। ଏପରି କି ରଥଚକ ଭାଙ୍ଗିଯିବାରୁ ବଡ଼ଦାଣ୍ଡରେ ଅଟକିଥିଲା ତିନିରଥ। ତେଣୁ ଚଳିତବର୍ଷ କାଠ ସଂଗ୍ରହ ଏବଂ ରଥ ନିର୍ମାଣ ଉପରେ ଫୋକସ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ୨୦୧୮ ଜୁଲାଇ ୧୪ରେ ରଥଯାତ୍ରା ପଡ଼ୁଥିବା ବେଳେ ଏହାର ଢେର ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ରଥଯାତ୍ରାର ପ୍ରଥମ ପ୍ରସ୍ତୁତି ବୈଠକ ଶୁକ୍ରବାର ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ନୟାଗଡ଼, ଖୋର୍ଦ୍ଧା ବନମଣ୍ଡଳରୁ ରଥକାଠ ଆସୁଥିବା ବେଳେ ପ୍ରଥମଥର ଲାଗି ବୌଦ୍ଧ ବନମଣ୍ଡଳରୁ ରଥ କାଠ ଆସିବ। ରଥ ନିର୍ମାଣ ଲାଗି ନୟାଗଡ଼ରେ ଉପଯୁକ୍ତ ଅସନ ଓ ଧଉରା ମିଳୁ ନ ଥିବାରୁ ବୌଦ୍ଧରୁ ଅଣାଯିବାକୁ ନିଷ୍ପତ୍ତି ହୋଇଛି। ଗତ ୧୯ ତାରିଖରେ ନୟାଗଡ଼ ବଡମୂଳସ୍ଥିତ ବଡରାଉଳ ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ କାଠ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ରଥର ଅଖ, ଦଣ୍ଡା, ଚାରିନାହାକା ଆଦି ଗୁରୁତ୍ୱପୂର୍ଣ୍ଣ କାଠ ପାଇଁ ଆସନ୍ତା ଜାନୁୟାରୀ ୧୦ରୁ ୧୫ ତାରିଖ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଭୋଇ ସେବାୟତ, ମହାରଣା ଏବଂ ତତ୍ତ୍ବାବଧାରକଙ୍କୁ ନେଇ ଏକ ଟିମ୍‌ ନୟାଗଡ଼, ବୌଦ୍ଧ ଯିବ। ଚଳିତବର୍ଷ ଯୋଡା ଜ୍ୟେଷ୍ଠ ମାସ ପଡୁଛି। ତେଣୁ ରଥ ନିର୍ମାଣ ପାଇଁ ୧ ମାସ ଅଧିକ ସମୟ ମିଳିବ। ରଥ ନିର୍ମାଣ ଲାଗି ପର୍ଯ୍ୟାପ୍ତ ସମୟ ମିଳିଥିବାରୁ ଏଥର ମହାରଣାମାନଙ୍କୁ ଦେଢା ମଜୁରି ଦିଆଯିବ ନାହିଁ ବୋଲି ଆଲୋଚନା ହୋଇଛି। ପ୍ରତିବର୍ଷ ରଥ ନିର୍ମାଣରେ ସମୟ ଅଭାବ ରହୁଥିବାରୁ ବିଶ୍ୱକର୍ମା, ମହାରଣା ସେବକ, ଭୋଇ ସେବକଙ୍କୁ ଦେଢା ମଜୁରି ଦିଆଯାଇଥାଏ। ପୂର୍ବରୁ ରଥ କନା ଅହମ୍ମଦାବାଦରୁ ଅଣାଯାଉଥିବା ବେଳେ ବାସୁଙ୍ଗାପାଟ କଟକର ନୂଆପାଟଣା ଅଞ୍ଚଳରୁ ଅଣାଯାଉଥିଲା। ଚଳିତବର୍ଷ କନା ସାମଗ୍ରୀ କିଣିବା ପୂର୍ବରୁ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ବୟନିକା, ସେରିଫେଡ୍‌ ଆଦି ସଂସ୍ଥା ସହିତ ଆଲୋଚନା କରାଯିବା ପରେ ନିଷ୍ପତ୍ତି ନିଆଯିବାକୁ ସ୍ଥିର ହୋଇଛି। କିଛି ବର୍ଷ ଧରି ପ୍ରତି ରଥ ସମନ୍ବୟ ବୈଠକରେ ପୁରୀଠାରେ କରତ କଳ ସ୍ଥାପନ କରାଯିବାକୁ ଆଲୋଚନା ହେଉଛି। ଅଧିକାରୀମାନେ ହଁ ମାରୁଛନ୍ତି। ହେଲେ କରତକଳ ପ୍ରତିଷ୍ଠା ହୋଇପାରୁ ନ ଥିବାରୁ ବୈଠକରେ ହୋ ହଲ୍ଲା ହେଉଛି। ଚଳିତବର୍ଷ ମଧ୍ୟ ପୁରୀରେ କରତ କଳ ସମ୍ଭବ ହୋଇପାରୁ ନାହିଁ। ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ କଟକ ଖପୁରିଆସ୍ଥିତ ସରକାରୀ କରତ କଳରେ କାଠ ଚିରଟ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି। ବୈଠକରେ ନୀତି ପ୍ରଶାସକ ପ୍ରଦୀପ ଦାଶ, ସୁରକ୍ଷା ପ୍ରଶାସକ ପ୍ରଫୁଲ୍ଲ କୁମାର ମିଶ୍ର, ଖୋର୍ଦ୍ଧା ଡିଏଫ୍‌ଓ ମନୋଜ ମହାପାତ୍ର, ପୁରୀ ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା, ନୟାଗଡ଼ ଡିଏଫ୍‌ଓ ଗୋଦାବରୀଶ ପଣ୍ଡା, ବୌଦ୍ଧ ଡିଏଫ୍‌ଓ, ସହକାରୀ ପ୍ରଶାସକ ସରୋଜ ରାୟ, ତିନିବାଡ଼ର ବିଶ୍ୱକର୍ମା, ଶ୍ରୀମନ୍ଦିର ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
All Right Reserved By

ରାଜ୍ୟ |

ନଦୀବାଲିରୁ ନିଖୋଜ ବାଳକର ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ଉଦ୍ଧାର: ବଳି ଚର୍ଚ୍ଚା ଜୋର ଧରିଲା

ନଦୀବାଲିରୁ ନିଖୋଜ ବାଳକର ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ଉଦ୍ଧାର: ବଳି ଚର୍ଚ୍ଚା ଜୋର ଧରିଲା

ବଲାଙ୍ଗୀର ଅଫିସ/ବଙ୍ଗୋମୁଣ୍ଡା, ୧୬ା୧୦(ଡି.ଏନ୍‌.ଏ.): ତିନିଧରି ନିଖୋଜ ଥିବା ଜଣେ ୯ ବର୍ଷର ବାଳକଙ୍କ ମୁଣ୍ଡ ଗଣ୍ଡି ଅଲଗା ଥିବା ମୃତଦେହ ଉନ୍ଦେର ନଦୀ ବାଲିରେ ଅଧା ପୋତା ଅବସ୍ଥାରେ ମଙ୍ଗଳବାର ଉଦ୍ଧାର ହୋଇଛି ।  ଟିଟିଲାଗଡ ଏସଡିପିଓଙ୍କ ଉପସ୍ଥିତିରେ ସିନ୍ଧେକେଲା ପୋଲିସ ଟିମ୍‌ ଉକ୍ତ ମୃତଦେହକୁ ଉଦ୍ଧାର କଲାପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବିନା ସଂଯୋଗରେ ବିଦ୍ୟୁତ୍‌ ବିଲ:  କାର୍ଯ୍ୟାଳୟରେ ପ୍ରତିବାଦ କଲେ ଉପଭୋକ୍ତା

ବିନା ସଂଯୋଗରେ ବିଦ୍ୟୁତ୍‌ ବିଲ: କାର୍ଯ୍ୟାଳୟରେ ପ୍ରତିବାଦ କଲେ ଉପଭୋକ୍ତା

ପରଜଙ୍ଗ, ୧୬।୧୦(ଡି.ଏନ.ଏ.)-ଘରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇନି। ଅଥଚ ଆସିଛି ବିଲ୍‌। ଏହାର ପ୍ରତିବାଦ କରିଛନ୍ତି ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅଧୀନ ଶୁଣ୍ଢିକାଟେଣୀ ଗ୍ରାମରେ ୩୦ରୁ ଊର୍ଦ୍ଧ୍ୱ ଉପଭୋକ୍ତା। ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ ଏବଂ ବିଲ୍‌ ସଂଶୋଧନ କରିବାକୁ ସମ୍ପୃକ୍ତ ଉପଭୋକ୍ତାମାନେ ମଙ୍ଗଳବାର ବିଭାଗୀୟ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଥିଲେ।

ଖୋର୍ଦ୍ଧାରେ ପାର୍ବଣର ମହକ: ଶୋଭା ପାଉଛି ୯ ମେଢ

ଖୋର୍ଦ୍ଧାରେ ପାର୍ବଣର ମହକ: ଶୋଭା ପାଉଛି ୯ ମେଢ

ଖୋର୍ଦ୍ଧା ଅଫିସ,୧୬।୧୦: ପାର୍ବଣର ମହକରେ ମହକି ଉଠିଛି ଖୋର୍ଦ୍ଧା ସହର। ସହରର କଣ୍ଟାବଜାର ଦୁର୍ଗା ପୂଜା କମିଟି, ଦୁର୍ଗାମାଧବ ପୂଜା କମିଟି, ପୁରୁଣା ଫାୟାର ଷ୍ଟେଶନ, ଇଗଲ କ୍ଲବ ପୂଜା କମିଟି, ଗୁରୁଜଙ୍ଗ  ଦୁର୍ଗାପୂଜା କମିଟି ପକ୍ଷରୁ ମା’ ଦୁର୍ଗାଙ୍କୁ ପୂଜା କରାଯାଉଛି। ସହରର ବାକି ୪ ଟି ମଣ୍ଡପ ଖୋର୍ଦ୍ଧା ଦୁଲଣାଛକ, ମାଛ ମାର୍କେଟ, ଟାଉନ ହଲ ନିକଟ ଓ ରାଜସ୍ବ ଡାକ ବଙ୍ଗଳା ରାସ୍ତାର ୪୦୭ ଟ୍ରକ ପାର୍କିଂ ଛକରେ ହର ପାର୍ବତୀଙ୍କ ପୂଜା ଅନୁଷ୍ଠିତ ହେଉଛି। 

ବ୍ରାହ୍ମଣୀ ନଦୀରେ ବୁଡ଼ି ବୃଦ୍ଧ ନିଖୋଜ

ବ୍ରାହ୍ମଣୀ ନଦୀରେ ବୁଡ଼ି ବୃଦ୍ଧ ନିଖୋଜ

ଯାଜପୁର ଅଫିସ, ୧୬।୧୦: ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଦୁର୍ଗା ପଡ଼ିଆ ନିକଟ ବ୍ରାହ୍ମଣୀ ନଦୀରେ ମଙ୍ଗଳବାର ପୂର୍ବାହ୍ନରେ ଗାଧୋଇବାକୁ ଯାଇ ଜଣେ ବୃଦ୍ଧ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଦଶରଥ ଜେନା(୬୫)। ଯାଜପୁର ଓଡ୍ରାଫ ଟିମ୍‌ ଓ ବରୀ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଚାଲିଛି। 

କଣ୍ଟାପଡାର ୩୧ ମଣ୍ଡପରେ ପୂଜା ପାଉଛନ୍ତି ହରପାର୍ବତୀ, ମା’ଦୁର୍ଗା

କଣ୍ଟାପଡାର ୩୧ ମଣ୍ଡପରେ ପୂଜା ପାଉଛନ୍ତି ହରପାର୍ବତୀ, ମା’ଦୁର୍ଗା

କଣ୍ଟାପଡା,୧୬।୧୦(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡା ବ୍ଲକରେ ଚଳିତ ଶାରଦୀୟ ଦୁର୍ଗାପୂଜା ଅବସରରେ ୩୧ ମଣ୍ଡପରେ ହରପାର୍ବତୀ ଓ ମା’ଦୁର୍ଗାଙ୍କ ମୃଣୟୀ ମୂର୍ତ୍ତି ପୂଜା ପାଉଛନ୍ତି। 

ମା’ ମଙ୍ଗଳାଙ୍କ ମନ୍ଦିରରେ ମହାଷ୍ଟମୀ ପୂଜା ପାଳିତ

ମା’ ମଙ୍ଗଳାଙ୍କ ମନ୍ଦିରରେ ମହାଷ୍ଟମୀ ପୂଜା ପାଳିତ

କାକଟପୁର, ୧୬।୧୦(ଡି.ଏନ.ଏ.): ଶାରଦୀୟ ପାର୍ବଣ ପୂଜା ପାଇଁ କାକଟପୁରର ମା’ ମଙ୍ଗଳାଙ୍କ ମନ୍ଦିର ଉତ୍ସବମୁଖର ହୋଇପଡିଛି। 

ଆଜି ମହାମାୟାଙ୍କ ମହାସପ୍ତମୀ

ଆଜି ମହାମାୟାଙ୍କ ମହାସପ୍ତମୀ

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ସମସ୍ତ ପ୍ରତୀକ୍ଷାର ଅନ୍ତଘଟାଇ ଧରାବତରଣ କରିଛନ୍ତି ମା’ ମହିଷାମର୍ଦ୍ଦିନୀ। ନବରାତ୍ରୀ ପୂଜା ସବୁଠାରେ ଆରମ୍ଭ ହୋଇସାରିଛି। ରୀତି ମୁତାବକ ମଙ୍ଗଳବାର ପୀଠରେ ଦେବୀ ଦୁର୍ଗାଙ୍କ ଅଷ୍ଟମୀ ପୂଜା ହେଉଥିବା ବେଳେ ମଣ୍ଡପରେ ସପ୍ତମୀ ପୂଜା ପାଳନ କରାଯାଉଛି। 

୭୩ ବର୍ଷରେ ନବୀନ ପଟ୍ଟନାୟକ

୭୩ ବର୍ଷରେ ନବୀନ ପଟ୍ଟନାୟକ

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମଙ୍ଗଳବାର ୭୩ତମ ଜନ୍ମଦିନ। ହେଲେ ବାତ୍ୟା ତିତ୍‌ଲି ଓ ଏହା ପରେ ହୋଇଥିବା ବନ୍ୟାରେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ନବୀନ ଜନ୍ମଦିନ ପାଳିବେ ନାହିଁ ବୋଲି ଜଣାପଡ଼ିଛି। 

ଚଢାଉ ବେଳେ ପୋଲିସ-ଜୁଆଡି ଧସ୍ତାଧସ୍ତି, ୧୮ ଗିରଫ:୫୦ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଓ ତାସ ଜବତ

ଚଢାଉ ବେଳେ ପୋଲିସ-ଜୁଆଡି ଧସ୍ତାଧସ୍ତି, ୧୮ ଗିରଫ:୫୦ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଓ ତାସ ଜବତ

ଭୁବନେଶ୍ୱର,୧୬-୧୦(ବ୍ୟୁରୋ)- କ୍ୟାପିଟଲ ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଉପରେ ସୋମବାର ଚଢାଉବେଳେ ପୋଲିସ ଓ ଜୁଆଡିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଘଟଣାସ୍ଥଳରୁ ୧୮ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବାବେଳେ  ସେମାନଙ୍କ ନିକଟରୁ ୫୧ ହଜାର ୬୩୦ଟଙ୍କା, ୩ ସେଟ୍‌ ତାସ ଓ କାଲକୁଲେଟର ଜବତ କରାଯାଇଛି। 

ମରଣଜନ୍ତା ପାଲଟିଛି ରାଜଧାନୀ ରାସ୍ତା:ଖାଲ ପାଇଁ ଗଲା ୨ ଜୀବନ, ୩ ଆହତ

ମରଣଜନ୍ତା ପାଲଟିଛି ରାଜଧାନୀ ରାସ୍ତା:ଖାଲ ପାଇଁ ଗଲା ୨ ଜୀବନ, ୩ ଆହତ

ଭୁବନେଶ୍ୱର,୧୬-୧୦(ବ୍ୟୁରୋ)- ଭୁବନେଶ୍ୱରରେ ଏବେ ଅଣ୍ଡରଗ୍ରାଉଣ୍ଡ୍‌ କେବୁଲ ବିଛା ଚାଲିଛି। ଏଥିପାଇଁ ରାଜଧାନୀର ବିଭିନ୍ନ ରାସ୍ତାକୁ ଖୋଲି ଦିଆଯିବା ପରେ ଭଲ ଭାବେ ପୋତା ଯାଉନି। କାମ ସରିଯିବା ପରେ ଠିକାଦାର ମରାମତିର ନାଁ ଗନ୍ଧ ଧରୁନି। ଫଳରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। 

ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ସେବା

ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ସେବା

ଭୁବନେଶ୍ୱର, ୧୬-୧୦(ବ୍ୟୁରୋ)- ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଧାସଳଖ ଦୁବାଇକୁ ବିମାନ ସେବା ଆରମ୍ଭ ହେବ। ବିମାନ ଉଡ଼ାଣକାରୀ ସଂସ୍ଥା ଇଣ୍ଡିଗୋ ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ଆସନ୍ତା ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି।

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ)- କିନ୍ନରଙ୍କୁ ସମାଜରେ ଅଧିକ ଗ୍ରହଣୀୟ କରାଇବା ଏବଂ ସମାଜସେବାରେ ସେମାନଙ୍କୁ ସାମିଲ କରାଇବା ପାଇଁ କିସ୍‌, ଅଜିମ୍‌ ପ୍ରେମଜୀ ଫିଲାନ୍‌ଥ୍ରୋପିକ ଇନିସିଏଟିଭ୍‌ ଓ ସଖା ମିଳିତ ଭାବେ ପ୍ରୟାସ ଆରମ୍ଭ କରିଛି।