
ଖୋର୍ଦ୍ଧା ଅଫିସ,୨୯। ୧୨: ଖୋର୍ଦ୍ଧା ଅବକାରୀ ଓ ଜିଲା ମୋବାଇଲ ସ୍କ୍ବାଡ ଭୁବନେଶ୍ୱର ମିଳିତ ଭାବେ ଶୁକ୍ରବାର ସକାଳ ପ୍ରାୟ ୭ଟାରେ ଚଢ଼ାଉ କରି ଖୋର୍ଦ୍ଧା ସହର ଖ୍ରୀଷ୍ଟିୟାନ ସାହିରୁ ୧୦୫ ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି। ଏହାର ମୂଲ୍ୟ ପ୍ରାୟ ୨୧ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ବକ୍ସିଲେନ୍ର ବୃନ୍ଦାବନ ପ୍ରଧାନ ଓରଫ କାଳିଆ(୩୬)ଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ୫୮, ୫୪୦ ଟଙ୍କା ମଧ୍ୟ ଜବତ କରାଯାଇଛି। ଏ ନେଇ ଅବକାରୀ ବିଭାଗ ନଂ. ୩୨/୨୦୧୭ରେ ମାମଲା ରୁଜୁ କରି ବୃନ୍ଦାବନଙ୍କୁ କୋର୍ଟ ଚାଲାଣ କରିଛି। ଖୋର୍ଦ୍ଧା ରେଞ୍ଜ ଅବକାରୀ ବିଭାଗର ଇନ୍ସପେକ୍ଟର ରଞ୍ଜନ କୁମାର ନାୟକଙ୍କ ସମେତ ଷ୍ଟାଫ, ଜିଲା ମୋବାଇଲ ସ୍କ୍ବାଡ ଭୁବନେଶ୍ୱରର ଇନ୍ସପେକ୍ଟର ଦିବ୍ୟ କିଶୋର ତାଣ୍ଡେଲ ଓ ଖୋର୍ଦ୍ଧା ଟାଉନ ଥାନା ପୋଲିସ ଚଢାଉରେ ସାମିଲ ହୋଇଥିଲା। ବାଲେଶ୍ୱରରୁ ବ୍ରାଉନସୁଗାର ଆସିଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।