Dharitri News
ମେଟ୍ରୋ |

ଧଳସାମନ୍ତ ଭ୍ରାତାଙ୍କ ୨ ସହଯୋଗୀଙ୍କ ଘରେ ଇଡି ଚଢ଼ାଉ

କଟକ ଅଫିସ, ୨୯।୧୨- ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ଶିବପ୍ରସାଦ ଗୋଚ୍ଛିଙ୍କ ଗଣ୍ଡରପୁରସ୍ଥିତ ଘରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢାଉ କରାଯାଇଛି। ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଇଡିର ଏକ ୬ ଜଣିଆ ଟିମ୍‌ ପୁନର୍ବାର ଶିବଙ୍କ ସମ୍ପତ୍ତିର ମୂଲ୍ୟାୟନ କରିଥିଲେ। ଏଥିସହ ସିଡିଏ ସେକ୍ଟର-୭ସ୍ଥିତ ଧଳସାମନ୍ତ ଭ୍ରାତାଙ୍କ ଅନ୍ୟତମ ସହଯୋଗୀ କୁଲୁ ଓରଫ ତପନ ରାଉତରାୟଙ୍କ ଘର ଉପରେ ମଧ୍ୟ ଇଡି ଚଢାଉ କରିଥିଲା। ଗତ ସେପ୍ଟେମ୍ବର ୨୨ରେ ଇଡି ପକ୍ଷରୁ ଶିବ ସମେତ ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ଠିକାଦାର ଭାରତ ଭୂଷଣ ସ୍ବାଇଁ ଓ ମହାନଦୀବିହାରର କୁନି ଦାସଙ୍କ ଘର ଉପରେ ଚଢାଉ କରାଯାଇଥିଲା। ପୂର୍ବରୁ ଧଳସାମନ୍ତ ଭ୍ରାତାଙ୍କ ସମ୍ପତ୍ତିକୁ ଇଡି ଆଟାଚ୍‌ କରିଛି। ଏହାପରେ ସହଯୋଗୀଙ୍କ ସମ୍ପତ୍ତି ଆଟାଚ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଶିବ ଓ କୁଲୁ ଧଳସାମନ୍ତ ଭ୍ରାତାଙ୍କ ପ୍ରମୁଖ ସହଯୋଗୀ ଭାବେ ଜଣାଶୁଣା। ଏମାନଙ୍କୁ ପୋଲିସ ଗିରଫ କରି ଜେଲ୍‌ ପଠାଇଥିଲା। ଜାମିନରେ ଆସି ଏମାନେ ଏବେ ଘରେ ଅଛନ୍ତି। ଇଡି ପକ୍ଷରୁ ସେମାନେ ନେଇଥିବା ଟେଣ୍ଡର ଓ ନିର୍ମାଣ କାର୍ଯ୍ୟଗୁଡ଼ିକର ମଧ୍ୟ ମୂଲ୍ୟାୟନ କରାଯାଇଥିଲା। ଧଳସାମନ୍ତ ଭ୍ରାତାଙ୍କ ଅପରାଧ ସାମ୍ରାଜ୍ୟକୁ ସହଯୋଗ କରୁଥିବା ନେଇ ତଦନ୍ତ ପରେ ଉପରୋକ୍ତ ସହଯୋଗୀମାନଙ୍କ ସମ୍ପର୍କରେ ଜଣାପଡ଼ିଥିଲା। ମୁଖ୍ୟତଃ ଶିବ, ଭାରତ, କୁନି ଗଣ୍ଡରପୁରସ୍ଥିତ ଜଳସମ୍ପଦ ବିଭାଗର ସମସ୍ତ ଟେଣ୍ଡରକୁ କବ୍‌ଜା କରୁଥିଲେ। ସେହିପରି କୁଲୁ ଧଳସାମନ୍ତ ଭ୍ରାତାଙ୍କ ଟେଣ୍ଡର କାର୍ଯ୍ୟ ସମ୍ଭାଳିବା ସହ ଠିକାଦାରଙ୍କଠାରୁ ଦାଦାବଟି ଆଦାୟ କରୁଥିବା କମିଶନରେଟ୍‌ ପୋଲିସ ତଦନ୍ତ ଜାଣିବାକୁ ପାଇ ତାଙ୍କୁ ଗିରଫ କରିଥିଲା। ଭାରତ, ଶିବ ଓ କୁନିଙ୍କ ବିରୋଧରେ ଚାଉଳିଆଗଞ୍ଜ ଥାନାରେ ଏବଂ କୁଲୁଙ୍କ ନାମରେ ମର୍କତନଗର ଥାନାରେ ମାମଲା ରୁଜୁ ହୋଇଥିଲା।

ମେଟ୍ରୋ |

ମିଳିମିଳା ଓ ରୁବେଲା ସଂକ୍ରାନ୍ତ କର୍ମଶାଳା

ମିଳିମିଳା ଓ ରୁବେଲା ସଂକ୍ରାନ୍ତ କର୍ମଶାଳା

ପୁରୀ ଅଫିସ, ୧୬।୧: ପୁରୀ ଜିଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ପୁରୀ ସହରରେ ମଙ୍ଗଳବାର ଶିକ୍ଷୟିତ୍ରୀଶିକ୍ଷକଙ୍କୁ ନେଇ ମିଳିମିଳା(ମିଜିଲ୍ସ) ଓ ଜର୍ମାନ ମିଳିମିଳା(ରୁବେଲା) ଟୀକାକରଣ ସଂକ୍ରାନ୍ତରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଚିକିତ୍ସାରେ ଅବହେଳା ନେଇ ଶିଶୁ ମୃତ୍ୟୁ ଅଭିଯୋଗ, କ୍ଲିନିକ୍‌ ପରିସରରେ ଉତ୍ତେଜନା

ଚିକିତ୍ସାରେ ଅବହେଳା ନେଇ ଶିଶୁ ମୃତ୍ୟୁ ଅଭିଯୋଗ, କ୍ଲିନିକ୍‌ ପରିସରରେ ଉତ୍ତେଜନା

ଖୋର୍ଦ୍ଧା ଅଫିସ, ୧୬।୧: ଖୋର୍ଦ୍ଧା ସହରର ବେସରକାରୀ କ୍ଲିନିକ୍‌ରେ ମଙ୍ଗଳବାର ଏକ ନବଜାତ ଶିଶୁର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଏନ୍‌ସିସିର ସର୍ବଭାରତୀୟ ଉପକୂଳ ଯାତ୍ରା ଶୁଭାରମ୍ଭ

ଏନ୍‌ସିସିର ସର୍ବଭାରତୀୟ ଉପକୂଳ ଯାତ୍ରା ଶୁଭାରମ୍ଭ

ପୁରୀ ଅଫିସ, ୧୬।୧: ପୁରୀ ୬ଷ୍ଟ ବାଟାଲିୟନ୍‌ ଆନୁକୂଲ୍ୟରେ ଏନ୍‌ସିସି ପକ୍ଷରୁ ସର୍ବଭାରତୀୟ ଉପକୂଳ ଯାତ୍ରା(କୋଷ୍ଟାଲ ଟ୍ରେକିଙ୍ଗ୍‌ କ୍ୟାମ୍ପ) ୨୦୧୮ ଉଦ୍‌ଘାଟିତ ହୋଇଯାଇଛି।

ପାଣି ପଞ୍ଚାୟତ ସ୍ପତାହ ସଚେତନତା ରଥ ଶୁଭାରମ୍ଭ

ପାଣି ପଞ୍ଚାୟତ ସ୍ପତାହ ସଚେତନତା ରଥ ଶୁଭାରମ୍ଭ

ପୁରୀ ଅଫିସ, ୧୬।୧: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ମଙ୍ଗଳବାର ପାଣି ପଞ୍ଚାୟତ ରଥ ଉଦ୍‌ଘାଟିତ ହୋଇଛି। ଏଡିଏମ୍‌ ବିଭୁତି ଭୂଷଣ ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ରଥ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ପରିକ୍ରମା କରିବ।

୬୮ କେଜି ଗଞ୍ଜେଇ ଜବତ, ୯ ଗିରଫ

୬୮ କେଜି ଗଞ୍ଜେଇ ଜବତ, ୯ ଗିରଫ

କଟକ ରୋଡ଼, ୧୬।୧(ଡି.ଏନ୍‌.ଏ.): କଟକ ଅବକାରୀ ଫ୍ଲାଇଙ୍ଗ୍‌ ସ୍କ୍ବାର୍ଡ ଓ ଖୋର୍ଦ୍ଧା ଜିଲା ମୋବାଇଲ ସ୍କ୍ବାର୍ଡ ପକ୍ଷରୁ ମଙ୍ଗଳବାର ସକାଳେ ଚଢାଉ କରାଯାଇ ଚୋରା ଚାଲାଣ କରୁଥିବା ୯ ଗଞ୍ଜେଇ ବ୍ୟବସାୟୀଙ୍କୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ଖଣ୍ଡଗିରି ଅଞ୍ଚଳରୁ ଗିରଫ କରାଯାଇଛି।

ପଞ୍ଚଦଶ ଜାତୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ

ପଞ୍ଚଦଶ ଜାତୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର,୧୫।୧(ବ୍ୟୁରୋ)- ବୟନଶିଳ୍ପ ନିର୍ଦ୍ଦେଶାଳୟ ତଥା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହଯୋଗରେ ବୟନିକା ପକ୍ଷରୁ ସ୍ଥାନୀୟ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଜାତୀୟ ହସ୍ତତନ୍ତ ମେଳା। ଓଡ଼ିଶା ସହ ଉତ୍ତରପ୍ରଦେଶ, ଜମ୍ମୁ ଓ କଶ୍ମୀର, ରାଜସ୍ଥାନ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପଣ୍ଡିଚେରୀ, ତାମିଲନାଡ଼ୁ, ଆସାମ, କର୍ନାଟକ, ଉତ୍ତରାଖଣ୍ଡ, ହରିୟାଣା, ବିହାର, ତେଲେଙ୍ଗାନା, ତ୍ରିପୁରା, ପଞ୍ଜାବ, ଗୁଜରାଟ, ଦିଲ୍ଲୀ ଏବଂ ମଣିପୁରର ଉତ୍କୃଷ୍ଟ ହସ୍ତତନ୍ତ ବସ୍ତ୍ରକୁ ନେଇ ଆୟୋଜିତ ଏହି ମେଳାକୁ ସୋମବାର ରାଜ୍ୟପାଳ ଡ. ଏସ୍‌.ସି. ଜମିର ଉଦ୍‌ଘାଟନ କରିଛନ୍ତି।

ସଦ୍‌ଭାବନା, ନୈତିକତା, ନିଶାମୁକ୍ତିକୁ ଜୀବନର ବ୍ରତ କର: ଆଚାର୍ଯ୍ୟ ମହାଶ୍ରମଣ

ସଦ୍‌ଭାବନା, ନୈତିକତା, ନିଶାମୁକ୍ତିକୁ ଜୀବନର ବ୍ରତ କର: ଆଚାର୍ଯ୍ୟ ମହାଶ୍ରମଣ

ଭୁବନେଶ୍ୱର,୧୫।୧(ବ୍ୟୁରୋ)- ମନୁଷ୍ୟ ମଧ୍ୟରେ ନୈତିକ ଗୁଣ ରହିବା ଜରୁରୀ। ନିଶା ସେବନଠାରୁ ଦୂରେଇ ରହିବା ଆବଶ୍ୟକ। ପରସ୍ପର ମଧ୍ୟରେ ହିଂସା, ଦ୍ୱୈଷଭାବ ନ ରଖି ସଦ୍‌ଭାବନା ରଖିବା ଏବଂ ଯେତେ କଷ୍ଟ ହେଲେ ମଧ୍ୟ କାର୍ଯ୍ୟରେ ନୈତିକତା ବଜାୟ ରଖିବା ଜଣେ ପ୍ରକୃତ ମନୁଷ୍ୟର ଲକ୍ଷ୍ୟ ହେବା ଉଚିତ।

ଖଣ୍ଡଗିରିକୁ ଅସ୍ଥାୟୀ ସ୍ଥାନାନ୍ତର ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଖଣ୍ଡଗିରିକୁ ଅସ୍ଥାୟୀ ସ୍ଥାନାନ୍ତର ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର,୧୫।୧(ବ୍ୟୁରୋ)-ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଖଣ୍ଡଗିରି ପାଦଦେଶକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବ । ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲ (ଆଇଏସବିଟି) ନିର୍ମାଣ ପାଇଁ ଏହି ସ୍ଥାନାନ୍ତର ହେବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଖଣ୍ଡଗିରି ପାଦଦେଶରେ ୨ ଏକର ଜମି ଚିହ୍ନଟ କରିଛି।

ଶ୍ରୀମନ୍ଦିରରେ ମହିଳା ଲୁଟେରା ଗ୍ୟାଙ୍ଗ: ଲୁଟୁଛନ୍ତି ଚେନ୍‌, ମନିପର୍ସ

ଶ୍ରୀମନ୍ଦିରରେ ମହିଳା ଲୁଟେରା ଗ୍ୟାଙ୍ଗ: ଲୁଟୁଛନ୍ତି ଚେନ୍‌, ମନିପର୍ସ

ପୁରୀ ଅଫିସ, ୧୫।୧: କିଛିଦିନ ହେଲା ଶ୍ରୀମନ୍ଦିରରେ ଲୁଟ୍‌ ଘଟଣା ବଢିବାରେ ଲାଗିଛି। ଭିଡ଼ର ସୁଯୋଗ ନେଇ ଭକ୍ତଙ୍କ ଚେନ୍‌, ମନିପର୍ସ ଲୁଟି ନେଉଛନ୍ତି ଲୁଟେରା। ଏକ ଧାର୍ମିକ ସ୍ଥଳରେ ଲୁଟ୍‌ର ଶିକାର ହେବା ପରେ ଅନେକ ଶ୍ରଦ୍ଧାଳୁ ଅଭିଯୋଗ କରିବାକୁ ପସନ୍ଦ କରୁନାହାନ୍ତି।

ଦେବୋତ୍ତର କମିଶନରଙ୍କ ରିପୋର୍ଟ: ଭୁଶୁଡ଼ିବ ଗୋପୀନାଥ ଦେବ ମନ୍ଦିର

ଦେବୋତ୍ତର କମିଶନରଙ୍କ ରିପୋର୍ଟ: ଭୁଶୁଡ଼ିବ ଗୋପୀନାଥ ଦେବ ମନ୍ଦିର

ପୁରୀ ଅଫିସ, ୧୫।୧: ସାକ୍ଷୀଗୋପାଳସ୍ଥିତ ସତ୍ୟବାଦୀ ଗୋପୀନାଥ ଦେବ ମନ୍ଦିର ବିପଦସଙ୍କୁଳ। କେଉଁ ପରିସ୍ଥିତିରେ ଭୁଶୁଡିବ। ଆଉ ମନ୍ଦିର ପରିଚାଳନା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ।

ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର: ମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଏଏସ୍‌ଆଇ

ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର: ମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଏଏସ୍‌ଆଇ

ପୁରୀ ଅଫିସ,୧୫।୧: ଶ୍ରୀଜଗନ୍ନାଥ ମନ୍ଦିର ତଦନ୍ତ କମିଶନଙ୍କ ରିପୋର୍ଟ ତଲବ ପରେ ଏଏସ୍‌ଆଇ ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର ମରା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି।

ରାଜଭବନରେ କୁଳପତି ସମ୍ମିଳନୀ: ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ଅଶାନ୍ତିକୁ ନେଇ ରାଜ୍ୟପାଳଙ୍କ ଉଦ୍‌ବେଗ

ରାଜଭବନରେ କୁଳପତି ସମ୍ମିଳନୀ: ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ଅଶାନ୍ତିକୁ ନେଇ ରାଜ୍ୟପାଳଙ୍କ ଉଦ୍‌ବେଗ

ଭୁବନେଶ୍ୱର, ୧୫।୧(ବ୍ୟୁରୋ)- ରାଜଭବନଠାରେ ସୋମବାର କୁଳପତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଡ.ଏସ୍‌.ସି. ଜମିର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଉଚ୍ଚଶିକ୍ଷା କ୍ଷେତ୍ରରେ ସମୟ ଉପଯୋଗୀ ସଂସ୍କାର ଆଣିବାକୁ କୁଳପତିମାନଙ୍କୁ ପରାମର୍ଶ ଦେଇଛନ୍ତି।