ରାଜ୍ୟ |

ବାଘ ବଂଶ ବୃଦ୍ଧି ଯୋଜନା: ମଧ୍ୟପ୍ରଦେଶରୁ ଅଣାଯିବ ୨ ବାଘ

ବାଘ ବଂଶ ବୃଦ୍ଧି ଯୋଜନା: ମଧ୍ୟପ୍ରଦେଶରୁ ଅଣାଯିବ ୨ ବାଘ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ)-ରାଜ୍ୟରେ ବାଘଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ରାଜ୍ୟର କେତେକ ଜଙ୍ଗଲରେ ହାତଗଣତି ବାଘ ରହିଥିବା ବେଳେ ଆସନ୍ତା କିଛି ବର୍ଷ ମଧ୍ୟରେ ଏହି ବିରଳ ପ୍ରଜାତି ଲୋପ ପାଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏପରିକି ରାଜ୍ୟର ୩୮ଟି ବନଖଣ୍ଡ ମଧ୍ୟରୁ ଶିମିଳିପାଳ ଅଭୟାରଣ୍ୟକୁ ଛାଡ଼ିଦେଲେ ଅନ୍ୟ ବନଖଣ୍ଡଗୁଡିକରେ ବାଘ ବିଲୁପ୍ତପ୍ରାୟ। ରାଜ୍ୟରେ ବାଘବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ମଧ୍ୟପ୍ରଦେଶରୁ ୨ ବାଘଙ୍କୁ ଖୁବ୍‌ଶୀଘ୍ର ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କୁ ସ୍ବତନ୍ତ୍ର ପିଞ୍ଜରାରେ ଆକାଶମାର୍ଗରେ ଅଣାଯିବ। ଅନୁଗୋଳ ଜିଲା ସାତକୋଶିଆ ସଂରକ୍ଷିତ ବନଖଣ୍ଡରେ ଛଡ଼ାଯିବ। ଏହି ଜଙ୍ଗଲର ୫୦୦ରୁ ୬୦୦ କିଲୋମିଟର ଅଞ୍ଚଳରେ କୌଣସି ମାନବ ଚଳପ୍ରଚଳ ହେଉ ନାହାନ୍ତି। ଏଠାରେ କେବଳ ବନ୍ୟଜୀବଜନ୍ତୁମାନଙ୍କର ମୁକ୍ତ ଭାବେ ବିଚରଣ କରିବା ବ୍ୟବସ୍ଥା ରହିଛି। ପ୍ରଥମେ ବାଘଗୁଡିକୁ ୫ରୁ ୬ କିଲୋମିଟର ପରିସର ମଧ୍ୟରେ ତାରଜାଲି ଆବଦ୍ଧ ମଧ୍ୟରେ ଛଡାଯିବ। ପରିବେଶ ସହ ଖାପ ଖାଇବା ପରେ ସେମାନଙ୍କ ଦେହରେ ରଙ୍ଗ ଲଗାଯାଇ ଛଡାଯିବ। ୨୪ ଘଣ୍ଟା ଧରି ସେମାନଙ୍କର ବ୍ୟବହାର ଓ ଚଳପ୍ରଚଳ ଉପରେ ନଜର ରଖାଯିବ। ପ୍ରଥମ ଥର ପାଇଁ ରାଜ୍ୟରେ ବାଘ ବଂଶ ବୃଦ୍ଧି ନେଇ ଏଭଳି ଉଦ୍ୟମ ଆରମ୍ଭ ହୋଇଛି। ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର ୨୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ବ୍ୟାଘ୍ର ପ୍ରଜନନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପୂର୍ବରୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଅଧୀନ ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନ(ଓ୍ବାଇଲ୍‌ଡ ଲାଇ୍‌ଫ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ)ର ବୈଜ୍ଞାନିକମାନେ ସାତକୋଶିଆ ଅଞ୍ଚଳ ପରିଦର୍ଶନ କରି ବାଘ ରହଣି ସ୍ଥଳଗୁଡିକର ଯାଞ୍ଚ କରିଥିଲେ। ବାଘଙ୍କ ରହିବା ଅନୁକୂଳ ପରିବେଶ ଥିବା ବୈଜ୍ଞାନିକମାନେ ରିପୋର୍ଟ ଦେବା ପରେ ଏହି ପ୍ରକଳ୍ପ ଆରମ୍ଭ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଏହା ପୂର୍ବରୁ ମଧ୍ୟପ୍ରଦେଶର ପାନା ଓ ରାଜସ୍ଥାନର ସରିସ୍କାଠାରେ ବ୍ୟାଘ୍ର ପ୍ରଜନନ କାର୍ଯ୍ୟକ୍ଷମ ହୋଇଛି। ଏ ଦିଗରେ ସଫଳତା ମଧ୍ୟ ମିଳିଛି। ସେଠାରେ ବାଘ ବଂଶ ବୃଦ୍ଧି ପାଇଛି। ଓଡିଶାରେ ପ୍ରଥମ ଥର ଲାଗି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଶିମିଳିପାଳରେ ୨୦ଟି ବାଘ ଥିବା ଗଣନାରୁ ଜଣାପଡିଛି। ମାଓବାଦୀ କାର୍ଯ୍ୟକଳାପ ଯୋଗୁ ସେଠାରେ ବାଘଙ୍କ ସଂଖ୍ୟା ହ୍ରାସ ପାଉଥିଲା। ମାଓବାଦୀ ପ୍ରଭାବ ହ୍ରାସ ପାଇବା ପରେ ସେହି ଅଭୟାରଣ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି।

All Right Reserved By

ରାଜ୍ୟ |

  କଲେଜ ପରିସରରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ: ଛାତ୍ର ସଂଗଠନ ପକ୍ଷରୁ ଧାରଣା

କଲେଜ ପରିସରରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ: ଛାତ୍ର ସଂଗଠନ ପକ୍ଷରୁ ଧାରଣା

ପଟ୍ଟାମୁଣ୍ଡାଇ,୧୮ା୭(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ କଲେଜ ପରିସରରେ ଅଣଛାତ୍ରଙ୍କ ଦୈରାତ୍ମ୍ୟ ଦିନକୁ ଦିନ ବଢିଚାଲିଛି । ଫଳରେ ଛାତ୍ରୀଛାତ୍ରମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ସୋମବାର ପୂର୍ବାହ୍ନରେ ଜଣେ ଅଣଛାତ୍ର କଲେଜର ଯୁକ୍ତ ଦୁଇ ଶ୍ରେଣୀର ଦ୍ୱିତୀୟ ବାର୍ଷିକ ବିଜ୍ଞାନ ଛାତ୍ର ଅଭିଷେକ ଦାସଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ବନ୍ଧୁକ ଦେଖାଇ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏହାକୁ ନେଇ ସୋମବାର ଠାରୁ ଉତ୍ତେଜନା ଲାଗି ରହିଛି ।

ବଢୁଛି ବୈତରଣୀ

ବଢୁଛି ବୈତରଣୀ

ଭଣ୍ଡାରିପୋଖରୀ,୧୮ା୭(ଡି.ଏନ.ଏ.)- ଲଘୁଚାପ ଜନିତ ଲଗାଣବର୍ଷା ଯୋଗୁ ବୈତରଣୀରେ ବନ୍ୟାଜଳ ବୃଦ୍ଧି ପାଇବା ଆରମ୍ଭ କରିଛି। ନଦୀର ଆଖୁଆପଦା ଆନିକଟଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ମଙ୍ଗଳବାର ଅପରାହ୍ନ ୧ଟା ସୁଦ୍ଧା ସେଠାରେ ଜଳସ୍ତର ୧୬.୭୮ ମିଟର ରହିଛି। ଉପରମୁଣ୍ଡରେ ବର୍ଷା ପରିମାଣ କମିଥିବାରୁ ଜଳସ୍ତର କ୍ରମେ ସ୍ଥିର ରହିବ ମିମ୍ବା ହ୍ରାସ ପାଇବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ବିଦ୍ୟାଳୟ ଛାତରୁ ଖସୁଛି ପ୍ଲାଷ୍ଟର : ପୋସ୍କୋ କୋଠାରେ ପଢ଼ିଲେ ପିଲା

ବିଦ୍ୟାଳୟ ଛାତରୁ ଖସୁଛି ପ୍ଲାଷ୍ଟର : ପୋସ୍କୋ କୋଠାରେ ପଢ଼ିଲେ ପିଲା

ପାରାଦୀପ, ୧୮ା୭(ସ୍ବ.ପ୍ର.): ପାରାଦୀପ ପୌରାଞ୍ଚଳର ୧୭ ନଂ. ଓ୍ବାର୍ଡ ଷଣ୍ଢକୁଦରେ ୧୯୭୬ରୁ ଚାଲିଛି ନୋଳିଆ ସାହି ପ୍ରାଥମିକ ବିଦ୍ୟାଳୟ। ଉକ୍ତ ବିଦ୍ୟାଳୟର ଛାତ ୨୦୧୩ ଫାଇଲିନ୍‌ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲା। ସେବେଠାରୁ ତାହା ମରାମତି ଚାଲିଛି। ଅନ୍ୟପକ୍ଷରେ ଗତ ସପ୍ତାହେ ହେଲା ଛାତରୁ ପ୍ଲାଷ୍ଟର ଖସୁଛି। ୨ କକ୍ଷ ବିଶିଷ୍ଟ ଉକ୍ତ ଛାତର ପ୍ଲାଷ୍ଟର ଖସିବା ଯୋଗୁ ଛାତ୍ରୀଛାତ୍ର ପାଠ ପଢ଼ିବା ପାଇଁ ହଇରାଣ ହେଉଥିଲେ।

୩ ଶିକ୍ଷୟିତ୍ରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ : ଟିସି ନେଲା ପରେ ବି ବିଦ୍ୟାଳୟରେ ଉପସ୍ଥାନ ଗଡୁଛି

୩ ଶିକ୍ଷୟିତ୍ରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ : ଟିସି ନେଲା ପରେ ବି ବିଦ୍ୟାଳୟରେ ଉପସ୍ଥାନ ଗଡୁଛି

ଜଗତ୍‌ସିଂହପୁର ଅଫିସ,୧୮ା୭: ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ। ଜଗତ୍‌ସିଂହପୁର ଜିଲାର ବିଭିନ୍ନ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକମାନେ ଏହି ନ୍ୟାୟରେ କାମ କରିଚାଲିଛନ୍ତି। ଅର୍ଥାତ୍‌ ସରକାର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଯେତେ କାର୍ଯ୍ୟାନୁଷ୍ଠାନ ନେଲେ ମଧ୍ୟ ଏହି ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ଉପରେ ତାହାର କାଣିଚାଏ ପ୍ରଭାବ ପଡୁନାହିଁ।

ବର୍ଷା ଆଣିଲା ହରଷ

ଢେଙ୍କାନାଳ ଅଫିସ, ୧୮।୭: ଲଘୁଚାପଜନିତ ଲଗାଣବର୍ଷା ଢେଙ୍କାନାଳ ଜିଲାର ଚାଷୀଙ୍କ ପାଇଁ ଆଣିଛି ଖୁସି। ଅନିୟମିତ ବର୍ଷାକୁ ନେଇ ଚିନ୍ତିତ ଚାଷୀକୁଳ ପାଇଁ ଜୁଲାଇ ମାସ ଶୁଭ ସାବ୍ୟସ୍ତ ହୋଇଛି। ମଙ୍ଗଳବାର (୧୭ ତାରିଖ) ସୁଦ୍ଧା ଜିଲାରେ ୩୫୪.୪ ମିଲିମିଟର ବର୍ଷା ହୋଇଛି। ଜିଲାରେ ଏହି ସମୟ ମଧ୍ୟରେ ୨୦୦ ମିମି ବର୍ଷାର ଆବଶ୍ୟକ ରହିଥିବାବେଳେ ଏହା ତା’ଠାରୁ ଯଥେଷ୍ଟ ଅଧିକ। ବର୍ଷାର ପରିମାଣ ୪୪.୩% ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି।

ଓଡ଼ିଶାକୁ ମାଡ଼ି ଆସୁଛି ପଶ୍ଚିମବଙ୍ଗ

ଓଡ଼ିଶାକୁ ମାଡ଼ି ଆସୁଛି ପଶ୍ଚିମବଙ୍ଗ

ଭୋଗରାଇ,୧୮।୭(ଡି.ଏନ.ଏ.)-ଓଡିଶା-ପଶ୍ଚିମବଙ୍ଗ ସୀମା ବିବାଦ ପୁଣି ମୁଣ୍ଡ ଟେକିଛି। ବିବାଦୀୟ ଇଲାକାକୁ ମାଡି ବସି ପଶ୍ଚିମବଙ୍ଗ ପ୍ରଶାସନ ବେଆଇନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବାରୁ ଉତ୍ତେଜନାପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ସୀମାନ୍ତବତ୍ତୀ ସାହାବାଜିପୁର-ଉଦୟପୁର ରାସ୍ତାରେ ପଶ୍ଚିମବଙ୍ଗ ସରକାରଙ୍କ ସେଚ ବିଭାଗ ଏକ ଫାଟକ ନିର୍ମାଣ କାମ ଆରମ୍ଭ କରିଥିବା ବେଳେ ଉଦୟପୁର ବେଳାଭୂମିରେ ଏକ ସାଇନବୋର୍ଡ଼ ଝୁଲାଇବା ବିବାଦର କାରଣ ହୋଇଛି। ସାଇନବୋର୍ଡରେ ‘ଦୀଘା ସି ବିଚ୍‌, ପ୍ରୋଟେକ୍ସନ ଆଣ୍ଡ ବ୍ୟୁଟିଫିକେଶନ ୱାର୍କ’ ବୋଲି ଲେଖାରହିଛି।

 ପଶୁ ଡାକ୍ତର ନିଯୁକ୍ତି ହେଉ ନହାନ୍ତି: ବ୍ୟାପୁଛି  ଫାଟୁଆ

ପଶୁ ଡାକ୍ତର ନିଯୁକ୍ତି ହେଉ ନହାନ୍ତି: ବ୍ୟାପୁଛି ଫାଟୁଆ

ବଇଣ୍ଡା,୧୭।୭(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ପଶୁ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପଶୁ ଡାକ୍ତର ଓ ଅନ୍ୟାନ କର୍ମଚାରୀ ନିଯୁକ୍ତି କରାଯାଉ ନ ଥିବା ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଠାକୁରଗଡ଼, ପାଇକସାହି, ସାନହୁଲା ଆଦି ପଶୁ ଡାକ୍ତରଖାନାରେ ପଶୁ ଡାକ୍ତର ପଦବୀ ଖାଲି ପଡ଼ିଛି। ଦୀର୍ଘଦିନ ଧରି ଏହି ପଦବୀ ପୂରଣ କରାଯାଉ ନ ଥିବା ଯୋଗୁ ଉକ୍ତ ଅଞ୍ଚଳରେ ପଶୁ ଗୁଡ଼ିକ ଚିକିତ୍ସା ପାଇପାରୁ ନାହାନ୍ତି। ଫଳରେ ଅନେକ ଗ୍ରାମରେ ଫାଟୁଆ ରୋଗ ବ୍ୟାପିବାରେ ଲାଗିଛି।

କର୍ଣ୍ଣପାଳ ଗ୍ରାମ ରାସ୍ତା ଶୋଚନୀୟ

କର୍ଣ୍ଣପାଳ ଗ୍ରାମ ରାସ୍ତା ଶୋଚନୀୟ

ଛେଣ୍ଡିପଦା,୧୭।୭(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ କଣଲୋଇ ପଞ୍ଚାୟତ କର୍ଣ୍ଣପାଳ ଗ୍ରାମ ରାସ୍ତା ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ଉକ୍ତ ରାସ୍ତାରେ କାଦୁଅ ପୂର୍ଣ୍ଣ ହୋଇଯାଉଛି। କଣଲୋଇ-ଭଟପାଳ ମୁଖ୍ୟ ରାସ୍ତାଠାରୁ ଏହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟି ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଅଭାବରୁ ଏପରି ସମସ୍ୟା ସୃଷ୍ଟି ହୋଇଛି।

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ:୫ ଗିରଫ

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ:୫ ଗିରଫ

ଦିଗପହଣ୍ଡି,୧୭ା୭(ଡି.ଏନ.ଏ.): ଦିଗପହଣ୍ଡି-ଚିିକିଟି ମୁଖ୍ୟ ରାସ୍ତାର ଜକର ଗାଁ ନିକଟବର୍ତ୍ତି ରତନେଇ ପାହାଡ଼ ନିକଟରେ ଚାଲିଥିବା ବ୍ୟାଙ୍କ ଡକାୟତି ଯୋଜନାକୁ କେ.ନୂଆଗାଁ ପୋଲିସ ପଣ୍ଡ କରିଛି। ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା କଦଳୀବାଡ଼ ସାହିର ଅନୀଲ ସାହୁ, ଆଡ଼ୁଆ ସାହିର କାଶୀନାଥ ପାଢ଼ୀ, ଲାଞ୍ଜିପଲ୍ଲୀ ଗୁଡ଼ସେଡ୍‌ ରୋଡ ତେଲୁଗୁ ସାହିର ସନ୍ତୋଷ ଶବର, ବଡ଼ବଜାର ଥାନା ପ୍ରହଲ୍ଲାଦ ନଗର ୪ର୍ଥ ଲେନର ସୁରେନ୍ଦ୍ର ସ୍ବାଇଁ ଏବଂ ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଳୀ ରାମନଗର ତେଲିଗୁଡ଼ି ସାହିର ଅରୁଣ ପଣ୍ଡା।

ବଦଳିବ ହୀରାଖଣ୍ଡ ଏକ୍ସପ୍ରେସର ଦିଗ

ବଦଳିବ ହୀରାଖଣ୍ଡ ଏକ୍ସପ୍ରେସର ଦିଗ

ଝାରସୁଗୁଡା ଅଫିସ,୧୭ା୭: ରେଳ ବିଭାଗ ପକ୍ଷରୁ ବିଶାଖାପଟନମ୍‌-ଅମ୍ରିତସର ହୀରାଖଣ୍ଡ ଏକ୍ସପ୍ରେସ୍‌ ଗତିପଥ ପରିବର୍ତ୍ତନ ଘୋଷଣା କରାଯାଇଛି। ଏହି ଘୋଷଣାକୁ ବିରୋଧ କରି ବିଭିନ୍ନ ସାମାଜିକ ସଙ୍ଗଠନ ୧୯ ତାରିଖରେ ଝାରସୁଗୁଡା ବନ୍ଦ ଏବଂ ରେଳ ରୋକ ଜରିଆରେ ପ୍ରତିବାଦ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଜିଲା ପ୍ରଶାସନ ତରଫରୁ ମଙ୍ଗଳବାର ରେଳ କର୍ତ୍ତୃପକ୍ଷ ଏବଂ ସାମାଜିକ ସଙ୍ଗଠନର ଆଲୋଚନା ପାଇଁ ବୈଠକ ଡକାଯାଇଥିଲା। ଏଥିରୁ ରେଳ ବିଭାଗର ଏକପାଖିଆ ମନୋଭାବ କଥା ସ୍ପଷ୍ଟ ହୋଇଛି। କାରଣ ଝାରସୁଗୁଡା ରୋଡ ଷ୍ଟେଶନର ଭିତ୍ତିଭୂମିରେ ଜିଲାପାଳ ଅସନ୍ତୁଷ୍ଟ ଥିବା ବେଳେ ସେଠାକାର ସୁରକ୍ଷା ଏବଂ ନିରାପତ୍ତାକୁ ନେଇ ଝାରସୁଗୁଡା ଏସ୍‌ପି ସନ୍ଦିହାନ।

ବର୍ଷାରେ ଭୁଶୁଡିଲା କାନ୍ଥ : ଅଳ୍ପକେ ବର୍ତ୍ତିଲେ ପରିବାର

ବର୍ଷାରେ ଭୁଶୁଡିଲା କାନ୍ଥ : ଅଳ୍ପକେ ବର୍ତ୍ତିଲେ ପରିବାର

ମାଥିଲି , ୧୭।୭ (ଡି.ଏନ.ଏ)- ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ହାଟପଦାସାହିରେ ସୋମବାର ରାତିରେ ଲଗାଣ ବର୍ଷାରେ ଗୁନାକର ସଗରିଆଙ୍କ କାନ୍ଥ ଭୁଶୁଡିପଡିଛି । ତେବେ ଏଥିରେ ତାଙ୍କ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି । କେହି ଏଥିରେ ଆହତ ହୋଇନାହାନ୍ତି। କିଛି ଦିନ ହେବ ମାଥିଲି ବ୍ଲକରେ ଲଗାଣ ବର୍ଷା ଜାରି ରହିଛି । ବର୍ଷାର ପ୍ରଭାବରେ ଅଞ୍ଚଳର ଅଧିକାଂଶ ଲୋକଙ୍କ ମାଟି ଘର କାନ୍ଥ ଧଶିଯାଉଛି । ସୋମବାର ରାତିରେ ଗୁନାକରଙ୍କ ସମେତ ତାଙ୍କ ସ୍ତ୍ରୀ, ୨ ଶିଶୁ ଓ ତାଙ୍କ ସମ୍ପର୍କୀୟ ମାଆ ଘରେ ଶୋଇଥିଲେ

 ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ଅପୂର୍ବ ଦୃଶ୍ୟ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ଅପୂର୍ବ ଦୃଶ୍ୟ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

ଖଣ୍ଡପଡା,୧୭।୭(ସ୍ବ.ପ୍ର.)-କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉଙ୍କ ପାର୍ଶ୍ୱଠାକୁର ଭାବେ ବିରାଜିତ ସିଦ୍ଧେଶ୍ୱର ମହାଦେବ ମଙ୍ଗଳବାର କର୍କଟ ସଂକ୍ରାନ୍ତିରେ ଉତ୍ତରକୁ ଢ଼ଳିଛନ୍ତି। ଶତାଧିକ ଶ୍ରଦ୍ଧାଳୁ ନୀଳମାଧବ ଜୀଉଙ୍କ ପୀଠରେ ମହାଦେବଙ୍କ ଏହି ଅପୂର୍ବ ଦୃଶ୍ୟ ଦର୍ଶନ କରିଥିଲେ ।

Model This Week

ରୂପେଶ