ରାଜ୍ୟ |

ଏଣିକି ଥାନାର ସବୁ କାମ କମ୍ପ୍ୟୁଟରରେ

ଏଣିକି ଥାନାର ସବୁ କାମ କମ୍ପ୍ୟୁଟରରେ
ଭୁବନେଶ୍ୱର,୨୯।୧୨(ବ୍ୟୁରୋ)-ରାଜ୍ୟର ୬୧୨ ଥାନାରୁ ୫୮୯ ଥାନାକୁ ସିସିଟିଏନଏସ୍‌ (କ୍ରାଇମ୍‌ ଆଣ୍ଡ କ୍ରିମିନାଲ ଟ୍ରାର୍କିଂ ନେଟଓ୍ବର୍କ ଆଣ୍ଡ ସିଷ୍ଟମ୍‌ସ)ରେ ସଂଯୋଗ କରାଯାଇଛି। ପୋଲିସର କାର୍ଯ୍ୟ ଅଧିକ ଆଧୁନିକ ଶୈଳୀରେ କରିବା ପାଇଁ କୋର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଭଳି ସମସ୍ତ ଥାନକୁ ସମ୍ପୂର୍ଣ୍ଣ ଅନଲାଇନ କରାଯିବ। ନୂଆବର୍ଷରୁ ଥାନାରେ ବ୍ୟବହୃତ ରେଜିଷ୍ଟରକୁ ହଟାଇ ଦିଆଯିବ। ତାହା ବଦଳରେ ଥାନାର ସମସ୍ତ କାର୍ଯ୍ୟ କମ୍ପ୍ୟୁଟର ମାଧ୍ୟମରେ କରାଯିବ। ବର୍ତ୍ତମାନ ହାତରେ ଲେଖାଯାଉଥିବା ଏଫଆଇଆର, ସିଡି (କେସ୍‌ ଡାଏରୀ) ଓ ଫାଇନାଲ ଚାର୍ଜଶିଟ କମ୍ପ୍ୟୁଟରରେ ପ୍ରସ୍ତୁତ ହେବ। ତଦନ୍ତକାରୀ ଅଧିକାରୀମାନଙ୍କ କାମକୁ ସହଜ କରିବା ପାଇଁ ଲ୍ୟାପଟପ୍‌ ଯୋଗାଇ ଦିଆଯିବ ବୋଲି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଡିଜି ଶର୍ମା କହିଛନ୍ତି ଥାନାରେ ମାମଲା ରୁଜୁ କରିବା, ଏତଲା କପି ନେବା ଭଳି ଅନେକ ସେବା ସହଜରେ ଉପଲବ୍ଧ ହେବ। ତଦନ୍ତକାରୀ ଅଧିକାରୀମାନେ ଯେକୌଣସି କାର୍ଯ୍ୟରେ ଯେଉଁଠାରେ ରହିଲେ ମଧ୍ୟ ଲ୍ୟାପଟପ କିମ୍ବା ଟ୍ୟାବ ଫୋନ ସାହାଯ୍ୟରେ ଥାନା କାର୍ଯ୍ୟ କରିପାରିବେ। ତଦନ୍ତ କାର୍ଯ୍ୟକୁ ଠିକ୍‌ ସମୟରେ ସାରିବା ପାଇଁ ତାହା ଅଧିକ ସହାୟକ ହେବ। ଏନେଇ ପୋଲିସ ଅଧିକାରୀମାନଙ୍କୁ ବୈଷୟିକ ଜ୍ଞାନ ସମ୍ପର୍ଣ୍ଣ କରାଯିବ। ଡିଜି କହିଲେ ଜାତୀୟ ଇ-ଗଭର୍ନାନ୍ସ ଅଧୀନରେ ୬୧ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସିସିଟିଏନଏସ୍‌ କାର୍ଯ୍ୟକାରୀ କରାଯାଇଛି। ଏହାଦ୍ୱାରା କୌଣସି ଅପରାଧରେ ସଂଶ୍ଳିଷ୍ଟ ଅପରାଧୀଙ୍କୁ ଟ୍ରାର୍କିଂ କରି ଧରିବା ସହଜ ହେବ। ଭୁବନେଶ୍ୱର କ୍ୟାମ୍ପ ଅଫିସରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଡିଜି ଶର୍ମାଙ୍କ ସମେତ କ୍ରାଇମ୍‌ବ୍ରାଞ୍ଚ ଅତିରିକ୍ତ ଡିଜିପି ସନ୍ତୋଷ କୁମାର ଉପାଧ୍ୟାୟ, ଏସ୍‌ସିଆରବି ନିର୍ଦ୍ଦେଶକ ସୁଧାଂଶୁ ଷଡଙ୍ଗୀ, ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବରାଳ, ଏନ୍‌ସିଆରବି ସହକାରୀ ନିର୍ଦ୍ଦେଶକ ଜେ. ଚନ୍ଦ୍ରନ, ଆଇଜି(ଆଧୁନିକୀକରଣ) ଅରୁଣ ବୋଥ୍ରା, ବିଏସ୍‌ଏନ୍‌ଏଲ୍‌ ଡିଜିଏମ ଆର. ସି. ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।
All Right Reserved By

ରାଜ୍ୟ |

ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ଘଟଣା: ଦାରିଙ୍ଗବାଡ଼ି-ବ୍ରହ୍ମପୁରକୁ ୧୨ଦିନ ହେଲା ଯାତାୟତ ଠପ୍‌

ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ଘଟଣା: ଦାରିଙ୍ଗବାଡ଼ି-ବ୍ରହ୍ମପୁରକୁ ୧୨ଦିନ ହେଲା ଯାତାୟତ ଠପ୍‌

ଦାରିଙ୍ଗବାଡ଼ି, ୨୨।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ  ସଂଯୋଗ କରୁଥିବା ଲାଇଫଲାଇନ କୁହାଯାଇଥିବା ଜାତୀୟ ରାଜପଥରେ ଯାତାୟତ ବନ୍ଦ ରହିଛିା 

୪ ଶହୀଦ ପରିବାର ସମ୍ବର୍ଦ୍ଧିତ

୪ ଶହୀଦ ପରିବାର ସମ୍ବର୍ଦ୍ଧିତ

କୋରେଇ,୨୨ା୧୦(ସ୍ବ.ପ୍ର.)- ପାଣିକୋଇଲିସ୍ଥିତ ଯାଜପୁର ଜିଲା ପୋଲିସ ରିଜର୍ଭ ପଡିଆରେ ରବିବାର ୫୯ତମ ଶହୀଦ ଦିବସ ପାଳିତ ହୋଇଯାଇଛି ା ଯାଜପୁର ଏସ୍‌ପି ଚରଣ ସିଂହ ମୀନା କାର୍ଯ୍ୟକ୍ରମକୁ ଆରମ୍ଭ କରି ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ  ଦେଶର ମୋଟ ୪୧୪ଜଣ ଶହୀଦଙ୍କ ନାମ ପଠନ ସହ ସେମାନଙ୍କ ପରିବାର ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । 

୫୯ତମ ଶହୀଦ ଦିବସ ପାଳିତ

୫୯ତମ ଶହୀଦ ଦିବସ ପାଳିତ

ବିରଜାକ୍ଷେତ୍ର,୨୨ା୧୦(ଡି.ଏନ୍‌.ଏ.)- ଦଶରଥପୁର ବ୍ଲକ ଅକରପଡ଼ା  ପଞ୍ଚାୟତ ଅନ୍ତର୍ଗତ ଭେଲଙ୍ଗସ୍ଥିତ ରାଧାକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଯାଜପୁର ଥାନା ପୋଲିସ ପକ୍ଷରୁ ୫୯ତମ ଶହୀଦ ଦିବସ ପାଳିତ ହୋଇଯାଇଛି। ଯାଜପୁର ଟାଉନ୍‌ ପୋଲିସ ଓ ଶହୀଦ ସତ୍ୟାନନ୍ଦ ସ୍ମୃତି କମିଟି ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶହୀଦ ସତ୍ୟାନନ୍ଦ ସ୍ମୃତି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। 

ହରିଦାସପୁର ରେଳ ଷ୍ଟେଶନରେ ଏକ୍ସପ୍ରେସ୍‌ ରହଣି ଦାବି

ହରିଦାସପୁର ରେଳ ଷ୍ଟେଶନରେ ଏକ୍ସପ୍ରେସ୍‌ ରହଣି ଦାବି

ଚଣ୍ଡିଖୋଲ,୨୨ା୧୦(ଡି.ଏନ.ଏ.)- ପୂର୍ବତଟ ରେଲବାଇର ଖୋର୍ଦ୍ଧାରୋଡ଼ ଡିଭିଜନ ଅନ୍ତର୍ଗତ ଯାଜପୁର ଜିଲାର ହରିଦାସପୁର ରେଳ ଷ୍ଟେଶନ ଏକ ପ୍ରମୁଖ ଷ୍ଟେଶନ । ଏଠାରୁ ବନ୍ଦର ନଗରୀ ପାରାଦୀପକୁ ରେଳପଥ ସଂଯୋଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହ ପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରି, ଲଲିତଗିରି ଓ ରତ୍ନଗିରିକୁ ଏହି ରେଳପଥ ସଂଯୋଗ କରିବା ସହ ବିଶ୍ୱ ଐତିହ୍ୟରେ ସ୍ଥାନ ପାଇବାକୁ ଥିବା ଭିତର କନିକାକୁ ମଧ୍ୟ ସଂଯୋଗ କରିବ। 

ମା’ ଦୁର୍ଗାଙ୍କ ଭସାଣି ଉତ୍ସବ

ମା’ ଦୁର୍ଗାଙ୍କ ଭସାଣି ଉତ୍ସବ

ଚଣ୍ଡିଖୋଲ,୨୧ା୧୦(ଡି.ଏନ.ଏ)- ଚଣ୍ଡିଖୋଲସ୍ଥିତ ସାର୍ବଜନୀନ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଶନିବାର ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ବାଜା, ବାଣ ରୋଶଣୀରେ ମା’ଙ୍କ ମୃଣ୍ମୟୀ ପ୍ରତିମାକୁ ଚଣ୍ଡିଖୋଲ ବଜାର ପରିକ୍ରମା କରିବା ପରେ ଖୋସାଲିପୁରସ୍ଥିତ ହାଇଲେବୁଲ କେନାଲରେ ବିସର୍ଜନ କରାଯାଇଥିଲା। 

ଦୁଇ ସନ୍ତାନଙ୍କୁ ବିଷ ପିଆଇ ନିଜେ ପିଇଲେ ଝିଅପୁଅ ମୃତ, ମା’ ଗୁରୁତର

ଦୁଇ ସନ୍ତାନଙ୍କୁ ବିଷ ପିଆଇ ନିଜେ ପିଇଲେ ଝିଅପୁଅ ମୃତ, ମା’ ଗୁରୁତର

ନୟାଗଡ଼ ଅଫିସ,୨୨ା୧୦-  ନୟାଗଡ ଜିଲା ଖଣ୍ଡପଡା ଥାନା ଶିଖରପୁର ପଞ୍ଚାୟତ ଲକ୍ଷ୍ମୀପ୍ରସାଦ ଗ୍ରାମରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ସନ୍ତାନଙ୍କୁ ବିଷ ପିଆଇ ମା’ ନିଜେ ପିଇଥିଲେ। ଏଥିରେ ଝିଅପୁଅଙ୍କ ମୃତ୍ୟୁ ଘଟିଥିବାବେଳେ ମା’ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। 

ଗଛରେ ପିଟିହେଲା ଆମ୍ବୁଲାନ୍ସ, ଜଣେ ଗୁରୁତର

ଗଛରେ ପିଟିହେଲା ଆମ୍ବୁଲାନ୍ସ, ଜଣେ ଗୁରୁତର

ନୂଆଗାଁ,୨୨ା୧୦ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଈଛେଳି ପଞ୍ଚାୟତ ସଂପଡା ରାଇଖମଣ ବାଙ୍କ ନିକଟରେ ରବିବାର ମୃତଦେହ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ରାସ୍ତାପାର୍ଶ୍ୱ ଗଛରେ ପିଟିହୋଇଯିବାରୁ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

୫୯ତମ ପୋଲିସ ଶହୀଦ ସ୍ମୃତି ଦିବସ

୫୯ତମ ପୋଲିସ ଶହୀଦ ସ୍ମୃତି ଦିବସ

ନୟାଗଡ଼ ଅଫିସ,୨୨ା୧୦- ନୟାଗଡ଼ ଜିଲା ପୋଲିସ ପକ୍ଷରୁ ରବିବାର ସ୍ଥାନୀୟ  ପିଟିଏସ୍‌ (ପୋଲିସ ଟ୍ରେନିଂ ସ୍କୁଲ) ପଡ଼ିଆଠାରେ  ୫୯ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ପରେଡ଼ରେ ଏସ୍‌ପି ଶଶିଭୂଷଣ ଶତପଥୀ ଓ ଅନ୍ୟ ପୋଲିସ ପଦାଧିକାରୀ ଯୋଗଦେଇ ଶହୀଦଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ।

ଆରପାରିରେ ପୂର୍ବତନ ବିଧାୟକ ବଂଶୀଧର ସାହୁ

ଆରପାରିରେ ପୂର୍ବତନ ବିଧାୟକ ବଂଶୀଧର ସାହୁ

ନୟାଗଡ଼ ଅଫିସ,୨୨ା୧୦- ନୟାଗଡ଼ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ସୁସାହିତ୍ୟକ ବଂଶୀଧର ସାହୁଙ୍କ ରବିବାର ପରଲୋକ ଘଟିଛି। ୧୦ଦିନ ହେଲା ସେ ରୋଗରେ ପୀଡ଼ିତ ହୋଇ କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ସକାଳ ୬ଟା ୪୫ ମିନିଟ ସମୟରେ ଆରପାରିକୁ ଚାଲିଯାଇଛନ୍ତି। ମୃତ୍ୟୁବେଳଙ୍କୁ ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା। 

ପାରାଦେହରେ ସ୍ବସ୍ଥାନକୁ ଫେରିଲେ ମା’ ଖିଲାମୁଣ୍ଡା

ପାରାଦେହରେ ସ୍ବସ୍ଥାନକୁ ଫେରିଲେ ମା’ ଖିଲାମୁଣ୍ଡା

ରଣପୁର,୨୨ା୧୦-(ସ୍ବ.ପ୍ର)-ନୟାଗଡ଼ ଜିଲା ରଣପୁର ମାଳ ଜଙ୍ଗଲ ଭିତରେ ସ୍ଥାନୀୟ ଆରାଧ୍ୟା ଦେବୀ ମା’ ଖିଲାମୁଣ୍ଡା ଅବସ୍ଥାନ କରନ୍ତି। ତେବେ ରଣପୁର ରାଜାଙ୍କ ନିମନ୍ତ୍ରଣରେ ଦ୍ୱିତୀୟା ଓଷାଠାରୁ ଷୋଳପୂଜା ପାଇଁ ରଣପୁର ରାଜନଅରରେ ପହଞ୍ଚତ୍ ପୂଜା ପାଉଥିଲେ ମା’। ରାଆଁରାଳ ଘଞ୍ଚ ଜଙ୍ଗଲ ମଧ୍ୟରୁ ଏକ କାଠି ସାହାଯ୍ୟରେ ମା’ ଏଠାକୁ ଆସିଥାନ୍ତି । ଭକ୍ତମାନେ ଦଶହରା ପଡିଆରେ ୭ ଥର ତୋପ ସଲାମି କରି ମା’ଙ୍କୁ ଦଶହରାରେ ବିଦାୟ ଦେଇଥାନ୍ତିି ଏବଂ ମା’ ଖିଲାମୁଣ୍ଡା ଏକ ପାରା ଦେହରେ ସ୍ବସ୍ଥାନକୁ  ଫେରିଯାନ୍ତି।

୧୦ ବର୍ଷ ହେଲା କାର୍ଯ୍ୟକ୍ଷମ ହେଉନି କାଶୀପୁର ସବ୍‌ଜେଲ୍‌

୧୦ ବର୍ଷ ହେଲା କାର୍ଯ୍ୟକ୍ଷମ ହେଉନି କାଶୀପୁର ସବ୍‌ଜେଲ୍‌

ରାୟଗଡା ଅଫିସ୍‌, ୨୨।୧୦- ରାୟଗଡା ଜିଲାରେ ଦିନକୁ ଦିନ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଉଛି  ଏହାକୁ ଦୃଷ୍ଟିରେ ରଖି ୨୦୦୮ରେ ରାୟଗଡା ଜିଲାର କାଶୀପୁରଠାରେ ଏକ ସବ୍‌ଜେଲ୍‌ ନିର୍ମାଣ କରାଯାଇଥିଲା  ଇତିମଧ୍ୟରେ ୧୦ ବର୍ଷ ବିତିଲାଣି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଜେଲ୍‌ କାର୍ଯ୍ୟକ୍ଷମ ହୋଇପାରୁନାହିଁ  ପୋଲିସ ହାଉସିଂ ବୋର୍ଡ ନିଗମଃ ପ୍ରାୟ ୩ କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯାଇଥିଲା   ୨୦୧୩ ରେ ଜେଲ୍‌ ବିଭାଗକୁ ଏହା ହସ୍ତାନ୍ତର କରାଯାଇଛିି । ହେଲେ ଉକ୍ତ ସବ୍‌ଜେଲ୍‌ଟି ହସ୍ତାନ୍ତର ହେବାର ଦୀର୍ଘ ୫ବର୍ଷ ବିତିଯାଇଥିଲେ ବି ଏହା   ଉଦ୍‌ଘାଟନ ହୋଇପାରିନାହିଁ  

ଉଜୁଡ଼ା ଘର ସଜାଡ଼ିବାରେ ବ୍ୟସ୍ତ ନାଉଡ଼ାବାସୀ

ଉଜୁଡ଼ା ଘର ସଜାଡ଼ିବାରେ ବ୍ୟସ୍ତ ନାଉଡ଼ାବାସୀ

ଗୁଣପୁର,୨୨।୧୦(ଡି.ଏନ.ଏ)-ସାମୁଦ୍ରିକ ଝଡ଼ ତିତ୍‌ଲି ଆଣି ଦେଇଥିଲା ଲୋକଙ୍କୁ ଅନେକ ଦୁଃଖ ଏବଂ ଦୁର୍ଦ୍ଦଶା  ବର୍ତ୍ତମାନ ସୁଦ୍ଧା ଅନେକ ଗ୍ରାମକୁ  ପାନୀୟ ଏବଂ ବିଦ୍ୟୁତ୍‌ ସେବା ସ୍ବାଭାବିକ ହୋଇପାରିନାହିଁ । ଯୁଦ୍ଧକାଳୀନ ଭିତ୍ତିରେ ଅନେକ ଗ୍ରାମରେ କାର୍ଯ୍ୟ ଚାଲୁ ରହିଥିଲେ ମଧ୍ୟ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି  ଏବେ କିଏ ନିଜ ଉଜଡା ଘର ତ ଆଉ କିଏ ନିଜ ଭଙ୍ଗା ଘର ସଜାଡିବାରେ ବ୍ୟସ୍ତ  ଇତିମଧ୍ୟରେ ୧୦ ଦିନ ବିତିଯାଇଥିଲେ ମଧ୍ୟ ସମସ୍ୟା ସୁଧୁରୁନି  ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୁଣପୁର ବ୍ଲକର ନାଉଡା ଗ୍ରାମରେ