
କୋରାପୁଟ,୨୯।୧୨(ସ୍ବ.ପ୍ର)
ଶୁକ୍ରବାର ସକାଳେ କୋରାପୁଟ ବସଷ୍ଟାଣ୍ଡରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଜୟପୁର ପରଜା ସାହିର ଶମ୍ବୁ ପରଜା(୫୫) ।ଖବରପାଇ ଟାଉନ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଗୁରୁବାର ରାତିରୁ ଶମ୍ବୁ କେଉଁଆଡେ ଚାଲିଯାଇଥିଲେ। ଶୁକ୍ରବାର ବସଷ୍ଟାଣ୍ଡ ନିକଟରୁ ତାଙ୍କ ମୃତଦେହ ମିଳିଛି।