ରାୟଗଡା

କୁଣ୍ଡାଗାଡ଼ିରୁ ଧାନ ଧରିଲା ଯୋଗାଣ ବିଭାଗ:୩୧୯ ବସ୍ତା ଧାନ, ଟ୍ରକ ଜବତ

କୁଣ୍ଡାଗାଡ଼ିରୁ ଧାନ ଧରିଲା ଯୋଗାଣ ବିଭାଗ:୩୧୯ ବସ୍ତା ଧାନ, ଟ୍ରକ ଜବତ
ମାଲକାନଗିରି,୨୯।୧୨(ସ୍ବ.ପ୍ର./ଡି.ଏନ୍‌.ଏ.) ମାଲକାନଗିରି ଜିଲା ଯୋଗାଣ ବିଭାଗ ଗୁରୁବାର ରାତିରେ ମାଥିଲି ବ୍ଲକ କତାମେଟାରେ ଧାନ ଚୋରା ଚାଲାଣ ବେଳେ ଚଢ଼ାଉ କରାଯାଇ ଧାନବସ୍ତା ଓ ମିନିଟ୍ରକ୍‌ (ଓଆର ୨୪ ୬୧୪୭) ଜବତ ହୋଇଛି। ଗାଡ଼ିରେ କୁଣ୍ଡା ଲୋଡ୍‌ ହୋଇଥିବା ବେଳେ ଭିତରୁ ଦୁଇଶହ ବସ୍ତା ଧାନ ବାହାରିଥିଲା। ସେହିପରି ଜାମଗୁଡ଼ା ଗ୍ରାମର ଏକ ବିଜୁ ପକ୍କାଘରୁ ୧୧୯ ବସ୍ତା ଧାନ ଜବତ ହୋଇଛି। ସହକାରୀ ଯୋଗାଣ ଅଧିକାରୀ ମନୋଜ ପ୍ରଧାନଙ୍କ ନେତୃତ୍ୱରେ କର୍ମଚାରୀମାନେ ଏହି ଚଢ଼ାଉ କରିଥିଲେ। ମାଜିଷ୍ଟ୍ରେଟ ଭାବେ ରାମକୃଷ୍ଣ ନାୟକ ଉପସ୍ଥିତ ଥିଲେ। ଧାନ ବସ୍ତା କାହାର ଓ ଚାଲାଣରେ କିଏ ସମ୍ପୃକ୍ତ, ସେନେଇ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚୁରା ଜାରି ରହିଥିବା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି କହିଛନ୍ତି। ଜିଲାରେ ପ୍ରତିବର୍ଷ ଦଲାଲମାନେ ଚାଷୀଙ୍କଠାରୁ କମ୍‌ ଦାମ୍‌ରେ ଧାନ କିଣି ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ବିକିଥାନ୍ତି। ଚଳିତ ବର୍ଷ ଯେପରି ଦଲାଲ ଧାନ କିଣି ଚୋରା ଚାଲାଣ ନ କରନ୍ତି ଏବଂ ଚାଷୀମାନେ ଉଚିତ୍‌ ମୂଲ୍ୟରେ ଧାନ ବିକନ୍ତି, ସେଥିପାଇଁ ଯୋଗାଣ ବିଭାଗ ସହ ସ୍ବତନ୍ତ୍ର ଟିମ୍‌ ଗଠନ କରିଛନ୍ତି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ। କିନ୍ତୁ ଜିଲାରେ ବିଭିନ୍ନ ଚୋରାବାଟରେ କତାମେଟା, ପଦ୍ମଗିରିର ଦଲାଲ ଓ ବେପାରୀମାନେ ବିଳମ୍ବିତ ରାତିରେ ଧାନ ଚାଲାଣ କରୁଛନ୍ତି। ପଡିଆ-ଦୋର୍ନାପାଲ, କତାମେଟା-ପଦ୍ମଗିରି, କତାମେଟା-ଚିତ୍ରକୋଣ୍ଡା, କତାମେଟା-ଜୟପୁର ଦେଇ ଏହି ଚାଲାଣ ହେଉଛି। ଯୋଗାଣ ବିଭାଗ ଏହି ଖବର ପାଇବା ପରେ ଗୁରୁବାର ରାତିରେ ଚଢ଼ାଉ କରି ଏହି ସଫଳତା ପାଇଛି।
All Right Reserved By

ରାୟଗଡା

ପୋଖରୀରେ ଭାସୁଛି ମଲାମାଛ

ପୋଖରୀରେ ଭାସୁଛି ମଲାମାଛ

ରାୟଗଡା ଅଫିସ,  ୧୩।୧୨- ରାୟଗଡା ବ୍ଲକ ତାଡମା ପଞ୍ଚାୟତ ଅଧୀନ ସଦର ଗ୍ରାମସ୍ଥିତ ଏକ ନିଲାମୀ ବନ୍ଧରେ ଛଡାଯାଇଥିବା ମାଛଗୁଡିକ ମରି ଭାସୁଥିବା  ଦେଖିବାକୁ ମିଳିଛି। କେହି ଏହି ମାଛଚାଷକୁ ନେଇ ଆକ୍ରୋଶମୂଳକ ଭାବେ ପୋଖରୀରେ ବିଷ ମିଶାଇଥାଇ ପାରନ୍ତି ବୋଲି ଗ୍ରାମବାସୀ  ଅଭିଯୋଗ କରିଛନ୍ତି। 

ବନ ବିଭାଗ ଜବତ କଲା ବଜ୍ରକାପ୍ତା

ବନ ବିଭାଗ ଜବତ କଲା ବଜ୍ରକାପ୍ତା

ମାଲକାନଗିରି,୧୩।୧୨ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ବନ ବିଭାଗ ଏକ ବଜ୍ରକାପ୍ତା ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣେ ଶିକ୍ଷକଙ୍କ ସମେତ ୭ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ସେମାନେ ହେଲେ ଏମ୍‌.ଭି.- ୪୭ ଗ୍ରାମର ଗୋକୁଳାନନ୍ଦ ମିସ୍ତ୍ରି, ଦୁଗାଲି ଗ୍ରାମର କମଳଲୋଚନ ମାଡି, ଲୁଲେର ଗ୍ରାମର ପିତମ ହରିଜନ, ସିନ୍ଧିଗୁଡା ଗ୍ରାମର ହରିବନ୍ଧୁ କମାରି, ସିନ୍ଧାବେଡା ଗ୍ରାମର ସମନ୍ଧ ପୁଜାରୀ, ପୁରୁଣାଗୁଡା ଗ୍ରାମର ଘାସିରାମ ପୁଜାରି ଏବଂ ଏମ୍‌.ଭି.-୧୦ ଗ୍ରାମର ପଙ୍କଜ ସରକାର।

ଏନ୍‌ଏସି, ଏନ୍‌ଏଚ୍‌ରୁ ହଟିଲା ଜବରଦଖଲ

ଏନ୍‌ଏସି, ଏନ୍‌ଏଚ୍‌ରୁ ହଟିଲା ଜବରଦଖଲ

କୋଟପାଡ଼,୧୩।୧୨(ଡି.ଏନ୍‌.ଏ)-ଜୟପୁର ଉପଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଓ ଜାତୀୟ ରାଜପଥ ନଂ ୬୩  ଉଭୟ ପାର୍ଶ୍ୱର ଜବରଦଖଲ ଉଚ୍ଛେଦ ହୋଇଛି। ଏହି ଉଚ୍ଛେଦ ଅଭିଯାନ ୩ ଦିନ ଧରି ଚାଲିବ।

ଖଡ଼ିମାଟି ଉତ୍ତୋଳନ ନେଇ ତ୍ରିମୁଖୀ ବୈଠକ ବିଫଳ

ଖଡ଼ିମାଟି ଉତ୍ତୋଳନ ନେଇ ତ୍ରିମୁଖୀ ବୈଠକ ବିଫଳ

କୋରାପୁଟ,୧୩।୧୨(ସ୍ବ.ପ୍ର.)-ଲମତାପୁଟ ବ୍ଲକ କୁମାରଗନ୍ଧଣା ପଞ୍ଚାୟତର ହାଟସୁକୁ ଗ୍ରାମରୁ ଖଡ଼ିମାଟି (ଚୁନମାଟି) ଉତ୍ତୋଳନ ନେଇ ବୁଧବାର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ତ୍ରିମୁଖୀ ବୈଠକ ବିଫଳ ହୋଇଛି ।

ରାସ୍ତାରେ ଜନ୍ମିତ ୨ ନବଜାତ କନ୍ୟାଙ୍କୁ ମିସ୍‌ନାରୀ ଅଫ୍‌ ଚାରିଟିକୁ ପଠାଗଲା

ରାସ୍ତାରେ ଜନ୍ମିତ ୨ ନବଜାତ କନ୍ୟାଙ୍କୁ ମିସ୍‌ନାରୀ ଅଫ୍‌ ଚାରିଟିକୁ ପଠାଗଲା

କୋରାପୁଟ,୧୩।୧୨(ସ୍ବ.ପ୍ର.)-କିଛିଦିନ ତଳେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାରିବେଡ଼ା ଗ୍ରାମରୁ ପଟ୍ଟାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ର ଯିବାବେଳେ ରାସ୍ତାକଡ଼ରେ ଯାଅଁ।ଳା କନ୍ୟାଙ୍କୁ ଜନ୍ମଦେଇ ଜଣେ ମହିଳା ଆଖି ବୁଜିଥିଲେ। ପରେ ଏହି ୨ ନବଜାତ କନ୍ୟାଙ୍କୁ ସେମାନଙ୍କ ବାପା ଓ ଜେଜେବାପା କୋରାପୁଟ ମେଡିକାଲର ଏସ୍‌ଏନସିୟୁରେ ଭତ୍ତି କରିଥିଲେ ।

ଝରଣା ପାଣିକୁ ନେଇ ଉତ୍ତେଜନା

ଝରଣା ପାଣିକୁ ନେଇ ଉତ୍ତେଜନା

କୋରାପୁଟ,୧୩।୧୨(ସ୍ବ.ପ୍ର.)- ଦଶମନ୍ତପୁର ବ୍ଲକ ମାଳିଚଲର ଓ ପରଜାଚଲର ଗ୍ରାମ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଉଭୟ ଗ୍ରାମର ଶତାଧିକ ଲୋକ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଉପଜିଲାପାଳ ଲଳିତ କହଁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସହକାରୀ ଜିଲାପାଳ ଆଲୋକ କୁମାର ଅନୁଗୁଳିଆଙ୍କ ସହ ଦୁଇ ଗ୍ରାମର ୱାର୍ଡମେମ୍ବର ଓ ମୁଖିଆ ଆଲୋଚନା କରିଛନ୍ତି।

ଅଙ୍ଗନୱାଡି କେନ୍ଦ୍ର ବନ୍ଦ ନେଇ ସିଡିପିଓଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର

ଅଙ୍ଗନୱାଡି କେନ୍ଦ୍ର ବନ୍ଦ ନେଇ ସିଡିପିଓଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର

ଡାବୁଗାଁ, ୧୩।୧୨(ଡି.ଏନ.ଏ):ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଚଚରାଗୁ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର-୨  ବନ୍ଦ ନେଇ ଗ୍ରାମବାସୀଙ୍କ ଦ୍ୱାରା ଏକ ଦାବିପତ୍ର ବୁଧବାର ଡାବୁଗାଁ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗୀତରାଣୀ ସାହୁ ଙ୍କୁ ପ୍ରଦାନ କରାଯାଇଛି। 

ଧାନ ମଣ୍ଡିରେ ଅନିୟମିତତାକୁ ବିରୋଧ, କୋରାପୁଟ ଜିଲା କଂଗ୍ରେସ ପକ୍ଷରୁ ୫ ଘଣ୍ଟିଆ ବିକ୍ଷୋଭ

ଧାନ ମଣ୍ଡିରେ ଅନିୟମିତତାକୁ ବିରୋଧ, କୋରାପୁଟ ଜିଲା କଂଗ୍ରେସ ପକ୍ଷରୁ ୫ ଘଣ୍ଟିଆ ବିକ୍ଷୋଭ

ଜୟପୁର,୧୩।୧୨(ଡି.ଏନ୍‌.ଏ.): ଚାଷୀଙ୍କ ଧାନକୁ ଉଚିତ ଦରରେ କିଣିବା ନେଇ ଗୁରୁବାର କୋରାପୁଟ ଜିଲା କଂଗ୍ରେସ କମିଟି ପକ୍ଷରୁ ଜୟପୁର ଟ୍ରାଫିକ ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି। କଂଗ୍ରେସ ପକ୍ଷରୁ ଚାଷୀଙ୍କ ଅମଳ ଖରିଫ ଧାନ ମଣ୍ଡି କ୍ରୟ ନେଇ ସମସ୍ତ ବ୍ୟବସ୍ଥା କରିବା, କ୍ରୟ ଧାନରୁ କୁଇଣ୍ଟାଲ ପିଛା ୫ କିଗ୍ରାରୁ ଅଧିକ କାଟକୁ ବିରୋଧ କରି ଏହି ଅବରୋଧ କରାଯାଇଛି।

ଡାବୁଗାଁରେ ଡିଜିଟାଲ ସ୍ବାସ୍ଥ୍ୟ ସେବା ଆରମ୍ଭ

ଡାବୁଗାଁରେ ଡିଜିଟାଲ ସ୍ବାସ୍ଥ୍ୟ ସେବା ଆରମ୍ଭ

ଡାବୁଗାଁ, ୧୩।୧୨(ଡି.ଏନ.ଏ)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଡାବୁଗାଁ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଡିଜିଟାଲ ସ୍ବାସ୍ଥ୍ୟ ସେବା କେନ୍ଦ୍ର ବୁଧବାର ଉଦଘାଟିତ ହୋଇଯାଇଛି।

ଆଜିଠାରୁ ମୁନିଗୁଡ଼ାରେ ମହାଲକ୍ଷ୍ମୀ ପୂଜା, କରାଗଲା ଗଙ୍ଗା ଆବାହନ

ଆଜିଠାରୁ ମୁନିଗୁଡ଼ାରେ ମହାଲକ୍ଷ୍ମୀ ପୂଜା, କରାଗଲା ଗଙ୍ଗା ଆବାହନ

ମୁନିଗୁଡ଼ା,୧୩।୧୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ାଠାରେ ମହାଲକ୍ଷ୍ମୀ ପୂଜା ପଡ଼ିଆଠାରେ ଅନୁଷ୍ଠିତ ଲକ୍ଷ୍ମୀପୂଜା ନିମନ୍ତେ ଗୁରୁବାର ଗଙ୍ଗା ଆବାହନ ପୂଜା ଅନୁଷ୍ଠିତ ହୋଇଯାଇଛି। ପୁରୋହିତ ଜଗବନ୍ଧୁ ପଣ୍ଡା ଓ ନିକୁଞ୍ଜ ଶତପଥିଙ୍କ ମିଳିତ ପୌରହିତ୍ୟରେ ସ୍ଥାନୀୟ ମୁନିଖୋଲ ନଦୀରୁ ଗଙ୍ଗା ଆବାହନ ପୂଜା, ହୋମଯଜ୍ଞ ଆଦି କରାଯାଇଥିଲା।

ନିଆଁ ଲାଗି ୧୮ଟି ଧାନ ଗଦା ପାଉଁଶ

ନିଆଁ ଲାଗି ୧୮ଟି ଧାନ ଗଦା ପାଉଁଶ

ପାପଡାହାଣ୍ଡି, ୧୩।୧୧ (ଡି.ଏନ.ଏ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଝା  ଗ୍ରାମର ନୂଆଗୁଡା ଓ ବଙ୍କାସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୧୮ଟି ଧାନ ଗଦା ପୋଡି  ନଷ୍ଟ ହୋଇଯାଇଛି।

ପିଲାଙ୍କ ପାଇଁ ପୋଷାକ, ଜୋତା କିଣାରେ ଅନିୟମିତତା  ନିର୍ଦ୍ଦିଷ୍ଟ ଦୋକାନରୁ କିଣିବାକୁ ପଡୁଛି ଚାପ

ପିଲାଙ୍କ ପାଇଁ ପୋଷାକ, ଜୋତା କିଣାରେ ଅନିୟମିତତା ନିର୍ଦ୍ଦିଷ୍ଟ ଦୋକାନରୁ କିଣିବାକୁ ପଡୁଛି ଚାପ

ପଟ୍ଟାଙ୍ଗି,୧୩ା୧୨(ଡି.ଏନ୍‌.ଏ.) ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ପୋଷାକ ଓ ଜୋତା କିଣାରେ ଅନିୟମିତତା ଅଭିଯୋଗ ହୋଇଛି। ସିଆର୍‌ସିସିମାନେ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଉପରେ ଚାପ ପକାଇ କିମ୍ବା ଧମକାଇ ଏକ ନିର୍ଦ୍ଦିଷ୍ଟ ଦୋକାନରୁ ପୋଷାକ କିଣିବା ପାଇଁ କହୁଥିବା ଅଭିଯୋଗ ଉଠିଛି।