ରାୟଗଡା

ସ୍କୁଲଗୃହ ତାଲା ଭାଙ୍ଗି ଚୋରି: ୨୬ ବସ୍ତା ଚାଉଳ, ୬୦ କି.ଗ୍ରା. ଡାଲି ନେଇଗଲେ

ସ୍କୁଲଗୃହ ତାଲା ଭାଙ୍ଗି ଚୋରି: ୨୬ ବସ୍ତା ଚାଉଳ, ୬୦ କି.ଗ୍ରା. ଡାଲି ନେଇଗଲେ
ଦଶମନ୍ତପୁର,୨୯।୧୨(ଡି.ଏନ୍‌.ଏ.)- କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପରଜାବେଡାପଦର ପଞ୍ଚାୟତସ୍ଥିତ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ହଷ୍ଟେଲ ଗୃହର ଷ୍ଟୋର ଭାଙ୍ଗି ଗତ ଗୁରୁବାର ରାତିରେ ୨୬ ବସ୍ତା ଚାଉଳ ଏବଂ ୬୦କି.ଗ୍ରା ଡାଲି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ହଷ୍ଟେଲ ପାଚିକା ଗୁଣମତି ଜାନୀ ଚାଉଳ ଚୋରି ହୋଇଥିବା ଦେଖି ପ୍ରଧାନଶିକ୍ଷୟିତ୍ରୀଙ୍କୁ ଖବର ଦେଇଥିଲେ । ପ୍ରଧାନଶିକ୍ଷୟିତ୍ରୀ କାନ୍ତିଲତା ନାୟକ ଏନେଇ ସ୍କୁଲ ପରିଚାଳନା କମିଟିକୁ ଜଣାଇ ଚୋରି ହୋଇଥିବା ଗୃହକୁ ଯାଇଥିଲେ। ଚୋରମାନେ ୨ଟି ଘରର ତାଲା ଭାଙ୍ଗି ୨୬ ବସ୍ତା ଚାଉଳ ଏବଂ ୬୦ କିଲୋ ଡାଲି ଚୋରି କରି ନେଇଥିବା ସେ ଦେଖିବାକୁ ପାଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଓ ସ୍କୁଲ ସଭାପତି ସଦା ମୁଦୁଲି ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଏକ୍ସମାସ ପାଇଁ ସ୍କୁଲ ଛୁଟି ହୋଇଛି ା ମୁଁ ପିଅନ ଗୁଣମତିଙ୍କୁ ରାତି ଜଗିବାକୁ ଦାୟିତ୍ୱ ଦେଇଥିଲି ା ମାତ୍ର ସେ ଗତ ରାତିରେ ସ୍କୁଲ ତଥା ହଷ୍ଟେଲକୁ ଯାଇ ନ ଥିଲେ। ଏହାର ସୁଯୋଗରେ ଚୋରମାନେ ଚୋରି କରିଛନ୍ତି। ଥାନା ଅଧିକାରୀ ଅଶୋକ କୁମାର ମହାପାତ୍ର ଏତଲାକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ସ୍କୁଲ ଦାୟିତ୍ୱରେ ଥିବା ପିଅନ ପ୍ରଧାନଶିକ୍ଷୟିତ୍ରୀଙ୍କୁ କିଛି ନ ଜଣାଇ କିପରି ରହିଯାଇଥିଲେ। ସେ ଜଗୁଥିବା ପର୍ଯ୍ୟନ୍ତ ଚୋରି ହେଉ ନ ଥିଲା ମାତ୍ର ଗୋଟିଏ ଦିନ ନ ଜଗିବାରୁ ଚୋରି ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
All Right Reserved By

ରାୟଗଡା

ଗାଁକୁ ରାସ୍ତା ନାହିଁ: ଖଟିଆରେ ବୁହାହେଲେ ରୋଗୀ

ଗାଁକୁ ରାସ୍ତା ନାହିଁ: ଖଟିଆରେ ବୁହାହେଲେ ରୋଗୀ

ମାଲକାନଗିରି, ୧୯ା୧(ଡି.ଏନ୍‌.ଏ.)-ଗ୍ରାମକୁ ରାସ୍ତା ନ ଥିବାରୁ ଖଟିଆରେ ରୋଗୀ ବୁହାହେବା ଘଟଣାର ପୁନରାବୃତ୍ତି ଘଟିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲାରେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଣ୍ଡା ସମ୍ପ୍ରଦାୟ ବାସ କରୁଥିବା ଅଣ୍ଡ୍ରାହାଲ ପଞ୍ଚାୟତର ଗୋଇଗୁଡା ଗ୍ରାମରେ। ଗାଁକୁ ରାସ୍ତା ସୁବିଧା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିନଥିଲା। 

ସୀତା ପାହାଡ଼ ମକର ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ସୀତା ପାହାଡ଼ ମକର ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ପାରଳାଖେମୁଣ୍ଡି, ୧୯ା୧(ସ୍ବ.ପ୍ର.)- ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗଜପତି ଜିଲା ଗାରବନ୍ଧ ଥାନା ଅନ୍ତର୍ଗତ ସାରିଆପଲ୍ଲୀ ଗ୍ରାମ ନିକଟ ଐତିହାସିକ ଶୈବପୀଠ ମହେନ୍ଦ୍ରଗିରି ପାଦଦେଶରେ ରହିଛି ସୀତା ପାହାଡ। ମକର ସଂକ୍ରାନ୍ତି ଅବସରରେ ଏହି ପାହାଡ ଉପରେ ଦୁଇଦିନ ଧରି ମକର ମେଳା ବସିଥିଲା। ଏଥିରେ ଓଡ଼ିଶା ଓ ଆନ୍ଧ୍ରର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଉଭୟ ରାଜ୍ୟର ଲୋକଙ୍କ ସମାଗମ ଦ୍ୱାରା ଭାଇଚାରା ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇପାରୁଛି।  

ବିକାଶ ବଦଳରେ ସମସ୍ୟାକୁ ପୁଞ୍ଜି କରିଛି ପୁଞ୍ଜିସିଲ

ବିକାଶ ବଦଳରେ ସମସ୍ୟାକୁ ପୁଞ୍ଜି କରିଛି ପୁଞ୍ଜିସିଲ

କୋରାପୁଟ,।୧୯।୧(ସ୍ବ.ପ୍ର.) ଗାଁର ବିକାଶ ପାଇଁ ରାସ୍ତା, ପାଣି, ଆବାସ, ସ୍କୁଲ ଭଳି ମୌଳିକ ସୁବିଧା ଦରକାର। କିନ୍ତୁ ଏସବୁ ପାଇବାରୁ ବଞ୍ଚତ୍ତ ହୋଇଛି ଗୋଟିଏ ଆଦିବାସୀ ପଡ଼ା। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତ ଦୁର୍ଗମ ପୁଞ୍ଜିସିଲ ହେଉଛି ସେହିଭଳି ଏକ ଗାଁ, ଯେଉଁଠି ଏଭଳି ନାନାଦି ମୌଳିକ ସମସ୍ୟା ଗାଁ ଲୋକଙ୍କ ଭିତରେ ପୁଞ୍ଜୀଭୂତ ଅସନ୍ତୋଷ ସୃଷ୍ଟି କରିଛି। 

ଗୁଣପୁର କୋର୍ଟରେ ହାଜର ହେଲେ ସବ୍ୟସାଚୀ

ଗୁଣପୁର କୋର୍ଟରେ ହାଜର ହେଲେ ସବ୍ୟସାଚୀ

ଗୁଣପୁର,୧୮।୧(ଡି.ଏନ.ଏ)-ରାୟଗଡା ଜିଲା ଗୁଣପୁର କୋର୍ଟରେ କଡ଼ା ସୁରକ୍ଷା  ମଧ୍ୟରେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଶୁକ୍ରବାର ହାଜର କରାଯାଇଥିଲା । ଗୁଣପୁର ସହକାରୀ ଦୌରା ଜଜ୍‌ଙ୍କ କୋର୍ଟରେ ତାଙ୍କ ନାମରେ ରହିଥିବା ମାମଲାଗୁଡ଼ିକର ସାକ୍ଷ୍ୟ ଗ୍ରହଣ କରାଯାଇଥିଲା ।

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବୈପାରୀଗୁଡ଼ା,୧୮।୧ (ଡି.ଏନ୍‌.ଏ)-ଶୁକ୍ରବାର ବୈପାରୀଗୁଡ଼ା ଗୌଡ଼ସାହି ନିକଟସ୍ଥ ଏକ ଶ୍ମଶାନ ନିକଟରେ ଜଣେ ଯୁବକଙ୍କ ମୃତଦେହ ଏକ ଗଛ ଡାଳରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। 

ବଣ୍ଡା ଜନଜାତି ଲୋକଙ୍କୁ ଭେଟିଲେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ

ବଣ୍ଡା ଜନଜାତି ଲୋକଙ୍କୁ ଭେଟିଲେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ

ଖଇରପୁଟ,୧୮। ୧(ଡି.ଏନ.ଏ.)- ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବବ୍ରତ୍ତ ସ୍ବାଇଁ ମାଲକାନଗିରି ଜିଲାର ଦୁର୍ଗମ ଅଞ୍ଚଳ ବଣ୍ଡାଘାଟି ଗସ୍ତ  କରିଥିଲେ। ସେ ମୁଦୁଲିପଡ଼ା ପଞ୍ଚାୟତ ଯାଇ ମୁଦୁଲିପଡା ଗ୍ରାମ ନିକଟରେ ଥିବା ସୀତା କୁଣ୍ଡ ଦର୍ଶନ କରିଥିଲେ।

ନକଲି ମସଲା  କାରଖାନା ଠାବ ଘଟଣା: ଜଣେ ଗିରଫ, ମାନ ପରୀକ୍ଷା ପାଇଁ ଲାବୋରେଟୋରୀ ପଠାଗଲା ମସଲା

ନକଲି ମସଲା କାରଖାନା ଠାବ ଘଟଣା: ଜଣେ ଗିରଫ, ମାନ ପରୀକ୍ଷା ପାଇଁ ଲାବୋରେଟୋରୀ ପଠାଗଲା ମସଲା

ଜୟପୁର, ୧୮।୧(ନି.ପ୍ର.)-ନକଲି ମସଲା କାରଖାନାରେ ଗୁରୁବାର ଜୟପୁର ଟାଉନ ପୋଲିସ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର ଜରି ପ୍ୟାକେଟ ଏବଂ ମସଲା ଜବତ କରିଥିବାବେଳେ ଶୁକ୍ରବାର ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗରେ ବ୍ରହ୍ମପୁରର ହରିହର ପାତ୍ରଙ୍କୁ ଗିରଫ କରିଛି। 

ବଂଶଧାରା ଆଁରେ ଲୀନ ହେବ ପାଲସିଂ ଗାଁ

ବଂଶଧାରା ଆଁରେ ଲୀନ ହେବ ପାଲସିଂ ଗାଁ

କାଶୀନଗର, ୧୮ା୧(ଡି.ଏନ.ଏ): ଗାଁକୁ ଲାଗିରହିଛି ବଂଶଧାରା ନଦୀ। ପ୍ରତିବର୍ଷ ବନ୍ୟାରେ ନଦୀ କୂଳ ଖାଇଚାଲିଛି। ଫଳରେ ଦିନେ ନଦୀ ଗର୍ଭରେ ଗ୍ରାମଟି ଲୀନ ହୋଇଯିବାର ଆଶଙ୍କା ସୃଷ୍ଟି ହେଲାଣି। ସେହିପରି କିଛିବର୍ଷ ହେଲା ଆନ୍ଧ୍ରର କାଟ୍ରାଗଡ ପ୍ରକଳ୍ପ ଚିନ୍ତା ବି ଘାରିଛି। ଏ ନେଇ ପ୍ରଶାସନ ଚୁପ୍‌ ବସିଥିବାରୁ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ହେଉଛନ୍ତି। ଏହାସତ୍ତ୍ୱେ ସରକାର ନ ଶୁଣିଲେ ସେମାନେ ଆନ୍ଧ୍ରରେ ମିଶିଯିବେ ବୋଲି ଚେତାବନୀ ଦେଇଛନ୍ତି ଗଜପତି ଜିଲା କାଶୀନଗର ବ୍ଲକର ପାଲସିଂ ଗ୍ରାମବାସୀ।

ଦୁଡୁକାବାହାଲ ଚେକ୍‌ଡ୍ୟାମକୁ ବିରୋଧ

ଦୁଡୁକାବାହାଲ ଚେକ୍‌ଡ୍ୟାମକୁ ବିରୋଧ

ଟିକିରି,୧୮।୧(ଡ଼ି.ଏନ.ଏ): କାଶୀପୁର ବ୍ଲକ ଦୁଡୁକାବାହାଲ ପଞ୍ଚାୟତ ଠାରୁ କିଛି ଦୂରରେ ନିର୍ମାଣାଧୀନ ଚେକ୍‌ଡ୍ୟାମକୁ ଚାଷୀମାନେ ବିରୋଧ କରିଛନ୍ତି ।  ଜିଲା ଖଣିଜ ପାଣ୍ଠିରୁ ଦଶଲକ୍ଷ ଟଙ୍କା ବ୍ୟୟରେ ଏହା ନିର୍ମାଣ ଚାଲିଛି।  ଏହି ଡ୍ୟାମଟି ଯେଉଁ ସ୍ଥାନରେ ନିର୍ମାଣ କରାଯାଉଛି ତାହାଦ୍ୱାରା ଅନ୍ୟ ଜମିକୁ ପାଣି ମାଡିବ ନାହିଁ । ଏହି ଚେକ୍‌ଡ୍ୟାମଟି ଉପରମୁଣ୍ଡରେ ନିର୍ମାଣ କରାଯିବା କଥା, କିନ୍ତୁ ଠିକାଦାର ଓ ଜେଇ ନିଜ ଇଚ୍ଛାରେ ତଳମୁଣ୍ଡରେ ଏହା ନିର୍ମାଣ କରୁଛନ୍ତି।  କିଛିବର୍ଷ ତଳେ ଏହାର ପ୍ରାୟ ପଚାଶ ମିଟର ଉପରେ ଏକ ଚେକ୍‌ଡ୍ୟାମ ନିର୍ମାଣ କରାଯାଇଥିଲା। ତାହା  କାର୍ଯ୍ୟକାରୀ ହେଉ ନ ଥିବାବେଳେ ବର୍ତ୍ତମାନ ପୁଣି ଏକ ଚେକ୍‌ଡ୍ୟାମ କାହା ସ୍ବାର୍ଥରେ ବୋଲି  ଡୁଡୁକାବାହାଲ ଗ୍ରାମର ଅଟାରି ନାଏକ, ଶଙ୍କର ନାଏକ, ଚାଟି ନାଏକ, ନରସିଂହ ପାଢି, ବିଜୟ ନାଏକ, ରାମେଶ୍ୱର ପ୍ରଧାନି, ହର ପ୍ରଧାନି, ପୀତବାସୀ ପ୍ରଧାନୀ ପ୍ରମୁଖ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି ।

ଜୟପୁର ଉପକାରାଗାରରେ ଅବ୍ୟବସ୍ଥା: ୨ଗୁଣରୁ ଊର୍ଦ୍ଧ୍ୱ ବିଚାରାଧୀନ କଏଦୀ

ଜୟପୁର ଉପକାରାଗାରରେ ଅବ୍ୟବସ୍ଥା: ୨ଗୁଣରୁ ଊର୍ଦ୍ଧ୍ୱ ବିଚାରାଧୀନ କଏଦୀ

ଜୟପୁର,୧୮।୧(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ଉପଖଣ୍ଡ କାରାଗାର ଉପରେ ୮ଟି ଥାନା ବିଭିନ୍ନ ମାମଲାରେ ନିର୍ଭର କରୁଛି। ଜୟପୁର ଉପକାରାଗାର ୧୯୫୮ରେ ସ୍ଥାପନ ହୋଇ ମାନ୍ୟତା ପାଇଛି। କିନ୍ତୁ ଅଧିକ ଥାନା, ସମସ୍ତ ଜିଲାଜଜ୍‌ ଓ ଅନ୍ୟ କୋର୍ଟ ଏଠାରେ ଥିବା ଯୋଗଁୁ  ଆବଶ୍ୟକଠାରୁ ଅଧିକ ବିଚାରାଧୀନ କଏଦୀ ରହୁଛନ୍ତି । କିନ୍ତୁ ଏହାକୁ ଉନ୍ନୀତ କରାଯାଇ ସ୍ବତନ୍ତ୍ର ଜେଲ କିମ୍ବା ଜିଲା ଜେଲ ଭାବେ ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯାଉ ନାହିଁ। ଏହାକୁ ଉନ୍ନୀତ କରାଗଲେ ୪୦୦ ଜଣ କଏଦୀ ରହିବାର ବ୍ୟବସ୍ଥା କରାଯିବ ଏବଂ  ଆବଶ୍ୟକ ଅନୁଯାୟୀ ସୁରକ୍ଷା କର୍ମଚାରୀ ଓ ଅନ୍ୟ ବ୍ୟବସ୍ଥା କରାଯିବ । ସେହିପରି ସୁରକ୍ଷା ଏବଂ ଅନ୍ୟ ସମସ୍ୟାକୁ ଆଖିଆଗରେ ରଖାଯାଇ ଏଠାରୁ ୧୦୦ ଜଣ ବିଚାରାଧୀନ କଏଦୀଙ୍କୁ କୋରାପୁଟ ସର୍କଲ ଜେଲକୁ ସ୍ଥାନାନ୍ତର ପାଇଁ ଉପକାରାଗାର କର୍ତ୍ତୃପକ୍ଷ ଉଚ୍ଚ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

ଛାତ୍ରୀଛାତ୍ରଙ୍କ ମିଥ୍ୟା ଉପସ୍ଥାନ ଦେଖାଇ ଫସିଲେ ଶିକ୍ଷକ: ବିଇଓ ଜାରି କଲେ କାରଣ ଦର୍ଶାଅ ନୋଟିସ୍‌

ଛାତ୍ରୀଛାତ୍ରଙ୍କ ମିଥ୍ୟା ଉପସ୍ଥାନ ଦେଖାଇ ଫସିଲେ ଶିକ୍ଷକ: ବିଇଓ ଜାରି କଲେ କାରଣ ଦର୍ଶାଅ ନୋଟିସ୍‌

ମାଲକାନଗିରି, ୧୮।୧ (ଡି.ଏନ୍‌.ଏ.) ଛାତ୍ରୀଛାତ୍ରଙ୍କ ମିଥ୍ୟା ଉପସ୍ଥାନ ଦେଖାଇ ଜଣେ ଶିକ୍ଷକ ଏବେ ହରଡ଼ଘଣାରେ। ଏହା ଜଣାପଡିବା ପରେ ସମ୍ପୃକ୍ତ  ଶିକ୍ଷକଙ୍କୁ  ବ୍ଲକ  ଶିକ୍ଷାଧିକାରୀ(ବିଇଓ) କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଏପରି ଘଟଣା ଘଟିଛି ମାଲକାନଗିରି ସଦର ବ୍ଲକ ଝରାପାଲ୍ଲୀ  ପଞ୍ଚାୟତ ସଦର ମହକୁମା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ।

ଶଙ୍କରଡ଼ା ପଞ୍ଚାୟତ:  ପାଣି ପାଇଁ ଲୋକେ ଡ଼ହଳବିକଳ

ଶଙ୍କରଡ଼ା ପଞ୍ଚାୟତ: ପାଣି ପାଇଁ ଲୋକେ ଡ଼ହଳବିକଳ

ଟିକିରି, ୧୮ା୧ (ଡି.ଏନ୍‌.ଏ.)- ରାୟଗଡ଼ା ଜିଲା କାଶିପୁର ବ୍ଳକ ଶଙ୍କରଡା ପଞ୍ଚାୟତର ଅଧିକାଂଶ ଗ୍ରାମରେ ରାସ୍ତାଘାଟ ଓ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଫଳରେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି।