Dharitri News
ରାୟଗଡା

ଡାଇଭର୍ସନ ରାସ୍ତା ପାଇଁ ଜମି ମାଲିକ-ଠିକାଦାର ବିବାଦ :୬ଘଣ୍ଟା ଗାଡିମୋଟର ଚଳାଚଳ ବନ୍ଦ

ଡାଇଭର୍ସନ ରାସ୍ତା ପାଇଁ ଜମି ମାଲିକ-ଠିକାଦାର ବିବାଦ :୬ଘଣ୍ଟା ଗାଡିମୋଟର ଚଳାଚଳ ବନ୍ଦ ନନ୍ଦପୁର,୨୯।୧୨ (ଡି.ଏନ.ଏ.)- କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ମହକୁମା ନିକଟ ମୁଖ୍ୟରାସ୍ତା ଗୋରାଡି ନାଳ ଉପରେ ନିର୍ମାଣ ହେଉଥିବା ପୋଲ ପାର୍ଶ୍ୱରେ ଡାଇଭର୍ସନ ରାସ୍ତା ଯାଇଛି। ଏନେଇ ଜମି ମାଲିକ ଏବଂ ସମ୍ପୃକ୍ତ ଠିକାଦାରଙ୍କ ମଧ୍ୟରେ ବିବାଦ ଯୋଗୁ ଜମିମାଲିକ ଉକ୍ତ ଡାଇଭର୍ସନ ରାସ୍ତାକୁ ଶୁକ୍ରବାର ବନ୍ଦ କରିଦେଇଛନ୍ତି। ଫଳରେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ଗାଡିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଉକ୍ତ ଡାଇଭର୍ସନ ରାସ୍ତା ଯାଇଥିବା ଜମି ଥୁବା ଗ୍ରାମର ବଳଭଦ୍ର କରା, ଦାମୋଦର ଖରା, ମଙ୍ଗଳ ଖରା ସମେତ ୫ଜଣଙ୍କ ମାଲିକାନାରେ ରହିଛି। ଉକ୍ତ ପୋଲ ନିର୍ମାଣ ବେଳେ ପୂର୍ବର ଜଣେ ଠିକାଦାର ୨ବର୍ଷ ପାଇଁ ଉକ୍ତ ଜମି ମାଲିକମାନଙ୍କଠାରୁ ଲିଜ ସୂତ୍ରରୁ ନେଇ ଡାଇଭର୍ସନ ତିଆରି କରିଥିଲେ । ବର୍ତ୍ତମାନ ୩ବର୍ଷରୁ ଅଧିକ ସମୟ ହୋଇଥିଲେ ମଧ୍ୟ ବର୍ତ୍ତମାନର ଠିକାଦାର କାମ ସମ୍ପର୍ଣ୍ଣ ହେଉ ନ ଥିବାରୁ ଉକ୍ତ ଡାଇଭର୍ସନ ରାସ୍ତା ଖାଲି କରୁନାହାନ୍ତି କିମ୍ବା ଅନ୍ୟ ଜାଗାରେ ଡାଇଭର୍ସନ ରାସ୍ତା ତିଆରି କରୁନାହାନ୍ତି । ଜମି ମାଲିକ ଉକ୍ତ ଜମିରେ ଘର ତିଆରି କରିବା ଯୋଜନା କରିଥିଲେ ମଧ୍ୟ ବର୍ଷ ବର୍ଷ ଧରି ଜମିଟିକୁ ସମ୍ପୃକ୍ତ ଠିକାଦାର ଜବରଦଖଲ କରି ରଖିଥିବାରୁ ଶୁକ୍ରବାର ରାସ୍ତା ବନ୍ଦ କରିବାକୁ ବାଧ୍ୟ ହେଲୁ ବୋଲି ବଳଭଦ୍ର ଖରା, ଦାମୋଦର ଖରା, ମଙ୍ଗଳ ଖରା ପ୍ରକାଶ କରିଛନ୍ତି । ଖବରପାଇ ନନ୍ଦପୁର ଆଇଆଇସି ଚନ୍ଦ୍ରଶେଖର ଶବର, ଏସଆଇ କରୁଣାକର ଗୌଡ, ଏଏସଆଇ ଘେନୁ ଖେମୁଣ୍ଡୁ, ଏଏସଆଇ ଦୀପକ ନାୟକ, ଏସଡିଓ ବିରଞ୍ଚତ୍ ନାରାୟଣ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚତ୍ ଜମିମାଲିକମାନଙ୍କ ସହ ଆଲୋଚନା କରିଥିଲେ। ସମ୍ପୃକ୍ତ ଠିକାଦାରଙ୍କୁ ମଧ୍ୟ ଡକାଇ ଆଲୋଚନା ହୋଇଥିଲା। ଠିକାଦାର ଆସନ୍ତା ଜାନୁୟାରୀ ୨ତାରିଖ ପର୍ଯ୍ୟନ୍ତ ଏଥିପାଇଁ ସମୟ ମାଗିଛନ୍ତି । ଏହାର ସମାଧାନ କିମ୍ବା କ୍ଷତିପୂରଣ ନ ଦେଲେ ଆମ ଜମି ଦେଇ ଯାଇଥିବା ରାସ୍ତା ବନ୍ଦ କରିବା ସହ ଏଠାରେ ଘର ନିର୍ମାଣ କାମ ଆରମ୍ଭ କରିବୁ ବୋଲି ଜମି ମାଲିକମାନେ ପ୍ରକାଶ କରିଛନ୍ତି।

ରାୟଗଡା

ଜାନୁଆରୀ ୨୬କୁ କଳା ଦିବସ ପାଳନ ପାଇଁ ମାଓବାଦୀଙ୍କ ଆହ୍ବାନ

ଜାନୁଆରୀ ୨୬କୁ କଳା ଦିବସ ପାଳନ ପାଇଁ ମାଓବାଦୀଙ୍କ ଆହ୍ବାନ

ଜୟପୁର ୨୧। ୧ (ନି.ପ୍ର.)- ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସୁଙ୍କ, ନାରାୟଣପାଟଣା ଠାରେ ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସକୁ କଳା ଦିବସଭାବେ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି।

ନୂତନ ରୂପରେ ସଜ୍ଜିତ ହେବ ପ୍ରେମ ପାହାଡ଼

ନୂତନ ରୂପରେ ସଜ୍ଜିତ ହେବ ପ୍ରେମ ପାହାଡ଼

ରାୟଗଡା ଅଫିସ୍‌, ୨୧।୧- ରାୟଗଡା ଜିଲାର ବିଭିନ୍ନ ଅଞ୍ଚଳ ଏବଂ ରାୟଗଡା ସହରର ଉପକଣ୍ଠରେ ଅନେକ ପର୍ଯ୍ୟଟନସ୍ଥଳ ରହିଛି ା ଉକ୍ତ ପର୍ଯ୍ୟଟନସ୍ଥଳିଗୁଡିକ ମଧ୍ୟରୁ ରାୟଗଡା ସହରର ଉପକଣ୍ଠରେ ରହିଛି ପ୍ରେମପାହାଡ।

ମହେନ୍ଦ୍ରତନୟା ପାଣି ନେବାକୁ ଆନ୍ଧ୍ରର ଚକ୍ରାନ୍ତ

ମହେନ୍ଦ୍ରତନୟା ପାଣି ନେବାକୁ ଆନ୍ଧ୍ରର ଚକ୍ରାନ୍ତ

ପାରଳାଖେମୁଣ୍ଡି, ୨୧।୧(ସ୍ବ.ପ୍ର.)-ପୂର୍ବରୁ ବିଭିନ୍ନ ସମୟରେ ଓଡ଼ିଶାର ବାଲି, ନଦୀ, ଜଙ୍ଗଲ ଓ ଖଣିଜ ସମ୍ପଦ ଉପରେ ଲୋଲୁପ ଦୃଷ୍ଟି ରଖିଆସିଥିବା ଆନ୍ଧ୍ର ସରକାର ଏବେ ପୁଣି ମହେନ୍ଦ୍ରତନୟା ଉପରେ ଆଖି ପକାଇଛନ୍ତି।

ଅପହରଣ ପରେ ପ୍ରଜାକୋର୍ଟରେ ୪ଜଣଙ୍କୁ ମାଡ଼ମାରି ଛାଡ଼ିଲେ ମାଓବାଦୀ

ଅପହରଣ ପରେ ପ୍ରଜାକୋର୍ଟରେ ୪ଜଣଙ୍କୁ ମାଡ଼ମାରି ଛାଡ଼ିଲେ ମାଓବାଦୀ

ମାଥିଲି,୨୧।୧(ଡି.ଏନ.ଏ.)- କିଛି ଦିନର ନିରବତା ପରେ ପୁଣି ମାଓବାଦୀ ସଂଗଠନ ସକ୍ରିୟ ହୋଇପଡିଥିବା ଜଣାପଡ଼ିଛି। ମାଓବାଦୀଙ୍କ ଅତ୍ୟାଚାରର ଶିକାର ହୋଇଥିବା ଗ୍ରାମବାସୀଙ୍କ ମଧ୍ୟରେ ଏବେ ଭୟର ବାତାବରଣ ଖେଳିଯାଇଛି।

ବିବାହ ବେଦୀକୁ ଯିବା ପୂର୍ବରୁ ୨ ନାବାଳିକା ଉଦ୍ଧାର

ବିବାହ ବେଦୀକୁ ଯିବା ପୂର୍ବରୁ ୨ ନାବାଳିକା ଉଦ୍ଧାର

ମାଲକାନାଗିରି,୨୧।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚାଇଲ୍ଡ ଲାଇନ ପକ୍ଷରୁ ରବିବାର ବିବାହ ପୂର୍ବରୁ ୨ଜଣ ନାବାଳିକାଙ୍କୁ ଉଦ୍ଧାର କରଯାଇଛି। ୨ଦିନରେ ୩ଜଣ ମଙ୍ଗୁଳା ନାବାଳିକା କନ୍ୟାଙ୍କୁ ଚାଇଲ୍ଡ ଲାଇନ ଉଦ୍ଧାର କରିଛି।

ଧରାପଡିଲେ ଲୁଟେରା ଗ୍ୟାଙ୍ଗ

ଜୟପୁର ୨୦।୧(ନି.ପ୍ର./ଡି.ଏନ.ଏ.)- ଜୟପୁର ସହରରେ କିଛି ମାସ ହେବ ଚୋରି କରି ଆତଙ୍କ ଖେଳାଇଥିବା ଚୋର ଗ୍ୟାଙ୍ଗ କୁ ଟାଉନଥାନା ପୋଲିସ ଧରିଛି । ଏନେଇ ଥାନା ପରିସରରେ ଆୟେଜିତ ଖବରଦାତା ସମ୍ମିଳନୀରେ ଏସଡିପିଓ ଟି.ଜେ. ରେଡ୍ଡି ସୂଚନା ଦେଇଛନ୍ତି ।

ମାନଚିତ୍ରରେ ଓଡିଆ ଭାଷାର ବିକୃତ ପ୍ରଦର୍ଶନ

ମାନଚିତ୍ରରେ ଓଡିଆ ଭାଷାର ବିକୃତ ପ୍ରଦର୍ଶନ

ଜୟପୁର, ୨୦।୧ (ନି.ପ୍ର.)-କୋରାପୁଟ ଜିଲା ମାନଚିତ୍ରରେ ଜିଲାର ବିଭିନ୍ନ ସ୍ଥାନର ନାମକୁ ଓଡିଆ ଭାଷାରେ ବିକୃତ ଭାବେ ଲେଖାଯାଇ ଭାଷାକୁ ବିକୃତ କରାଯାଇ ପ୍ରଦର୍ଶନ କରାଯାଇଛି ।

 ଭଡ଼ାଘରେ ରହି ୨୫୦ ଭୂମିହୀନଙ୍କୁ ବାଣ୍ଟିଲେ ଜମି

ଭଡ଼ାଘରେ ରହି ୨୫୦ ଭୂମିହୀନଙ୍କୁ ବାଣ୍ଟିଲେ ଜମି

ଜୟପୁର,୨୦।୧(ଡି.ଏନ.ଏ)-ନିଜେ ଭଡ଼ାଘରେ ରହୁଛନ୍ତି; କିନ୍ତୁ ୧୫ ବର୍ଷ ତଳେ ଯେଉଁ ୨ ଏକର ଜମି କିଣିଥିଲେ, ତାହାକୁ ୨୫୦ ଜଣ ଭୂମିହୀନଙ୍କୁ ବାଣ୍ଟିଛନ୍ତି ଜୟପୁର ସହରର ଜଣେ ବଦାନ୍ୟ ବ୍ୟକ୍ତି। ସେ ହେଲେ ମୁଗୁଡା ସୂର୍ଯ୍ୟନାରାୟଣ ଆଚାରୀ।

ସେଲଫି ନେଉଥିବାବେଳେ ଖସିପଡି ପର୍ଯ୍ୟଟକଙ୍କ ମୃତ୍ୟୁ

କୋରାପୁଟ/ଅନକାଡେଲି,୨୦। ୧(ସ୍ବ.ପ୍ର)- କୋରାପୁଟ ଜିଲାର ପର୍ଯ୍ୟଟନସ୍ଥଳ ଡୁଡୁମା ଜଳପ୍ରପାତରେ ଖସିପଡି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଖବରରୁ ଜଣାପଡିଛି ଶନିବାର ଆନ୍ଧ୍ରର ବିଶାଖାପାଟଣା ଅଞ୍ଚଳର ଏସ. ଇବ୍ରାହିମ (୨୮) କୋରାପୁଟ ଜିଲା ଲମତାପୁଟ ବ୍ଲକର ଅନକାଡେଲି ନିକଟରେ ଥିବା ଡୁଡୁମା ଜଳପ୍ରପାତକୁ ନିଜ ପରିବାର ସହ ବୁଲି ଆସିଥିଲେ।

ମେକା ସରପଞ୍ଚ ଉପନିର୍ବାଚନ: ବାଜି ମାରିଲେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ

ମାଥିଲି,୨୦।୧(ଡି.ଏନ୍‌.ଏ.)-ମାଥିଲି ବ୍ଲକ ମେକା ସରପଞ୍ଚ ପଦବୀରେ ହୋଇଥିବା ଉପନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଭୋଟ ଗଣତି ହୋଇଥିଲା।

ବିଜେଡି ବ୍ଲକ ସଭାପତି ପଦରୁ ସଦାଶିବଙ୍କ ଇସ୍ତଫା

ମାଥିଲି,୨୦।୧(ଡି.ଏନ୍‌.ଏ.): ମାଥିଲି ବ୍ଲକ ବିଜେଡି ସଭାପତି ପଦବୀରୁ ଶନିବାର ସଦାଶିବ ପୂଜାରୀ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ମାଲକାନଗିରି ଜିଲା ସଭାପତି ମାନସ ମାଡକାମୀଙ୍କୁ ଦେଇଛନ୍ତି।

ସମ୍ପର୍କରେ ରକ୍ତ ଛିଟ: ପିଟିପିଟି ମାରିଦେଲେ ସ୍ତ୍ରୀ, ପୁଅ

ନବରଙ୍ଗପୁର, ୨୦।୧(ବି.ପ୍ର.)- ପାରିବାରିକ କଳହ କିଭଳି ଉଗ୍ର ରୂପ ନେଇପାରେ ଏହାର ଏକ ଦୃଷ୍ଟାନ୍ତ ଶନିବାର ନବରଙ୍ଗପୁର ଜିଲାରେ ଦେଖିବାକୁ ମିଳିଛି। ଚରିତ୍ରରେ ସନ୍ଦେହ କରି ଘରେ ଝଗଡା ଓ ମାରପିଟ କରୁଥିବା ଜଣେ ବ୍ୟକ୍ତିଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛନ୍ତି ତାଙ୍କ ସ୍ତ୍ରୀ ଓ ପୁଅ। ସେ ହେଲେ ରାଇଘର ଥାନା ସରଗୁଲି ଅଞ୍ଚଳର ବଳଦେବ ଗଣ୍ଡ(୫୦)।