ଉପକୂଳ ଓଡିଶା

ଗୁଜରାଟରେ ଓଡ଼ିଆ ଶିଶୁ ବୈଜ୍ଞାନିକ ସମ୍ମାନିତ

ଗୁଜରାଟରେ ଓଡ଼ିଆ ଶିଶୁ ବୈଜ୍ଞାନିକ ସମ୍ମାନିତ

ବିଞ୍ଝାରପୁର,୨୯।୧୨(ଡି.ଏନ.ଏ)

ଚଳିତ ବର୍ଷ ସର୍ବଭାରତୀୟ ଇଗ୍‌ନାଇଟ୍‌ ପୁରସ୍କାର କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠପଢୁଥିବା ବିଞ୍ଝାରପୁର ଅଞ୍ଚଳର ଆୟୁଷ୍ମାନ ନାୟକ(୮) ପାଇଛନ୍ତି। ଏହି ପୁରସ୍କାର ପ୍ରତିବର୍ଷ ଭାରତର ପୂର୍ବତନ ରଷ୍ଟ୍ରପତି ସ୍ବର୍ଗତ ଡଃ ଏ.ପି.ଜେ ଅବଦୁଲ କାଲାମଙ୍କ ଜନ୍ମ ଦିବସ ଅବସରରେ ସର୍ବଭାରତୀୟସ୍ତରରେ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ବୌଷୟିକ ବିଭାଗ ପକ୍ଷରୁ ନୂତନ ପରିକଳ୍ପନା ପାଇଁ ଶିଶୁ ବୈଜ୍ଞାନିକଙ୍କୁ ପୁରସ୍କୃତ କରିଥାଏ। କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲର ତୃତୀୟ ଶ୍ରେଣୀର ଛାତ୍ର ଆୟୁଷ୍ମାନ ତାଙ୍କ ନୂତନ ଉଭାବନ ପରିକଳ୍ପନାରେ ୱାଶିଂ ମେଶିନରେ ଲୁଗା ସଫାପାଇଁ ବ୍ୟବହୃତ ହୋଇସାରିଥିବା ଜଳକୁ ପୁନଃର୍ବାର ବ୍ୟବହାର ଉପଯୋଗୀ କରିପାରବା ଭଳି ଏକ ସୁନ୍ଦର ପରିକଳ୍ପନା ଉପସ୍ଥାପନା କରିଥିଲେ। ଯାହାକି କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗଦ୍ୱାରା ଉଚ୍ଚ ପ୍ରଶଂସିତ ହେବା ସହିତ ଏହି ମାର୍ଯ୍ୟାଦାଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଥିଲେ। ଗତ ୨୨ତାରିଖରେ ଗୁଜରାଟର ଗାନ୍ଧୀନଗରଠାରେ ଆୟୋଜିତ ଏକ ଉତ୍ସବରେ ଆୟୁଷ୍ମାନ ଭାରତର ପୂର୍ବତନ ରଷ୍ଟ୍ରପତି ପ୍ରଣବ ମୁଖାଜର୍ର୍ଙ୍କଠାରୁ ଏହି ପୁରସ୍ଖାର ଗ୍ରହଣ କରିଛନ୍ତି। ଏହା ଜଣାପଡିବା ପରେ ବିଞ୍ଝାରପୁର ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି । ଆୟୁଷ୍ମାନ ଯାଜପୁର ଜିଲାର ବରିଷ୍ଠ କଂଗ୍ରେସ ନେତା ତଥା ବିଞ୍ଝାରପୁର ତଳବନ୍ଧ ନିବାସୀ ଶିଶିର ନାୟକ, ମଞ୍ଜୁଲତା ନାୟକଙ୍କ ନାତି ତଥା କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲର ପ୍ରଶାସନିକ ଅଧିକାରୀ ସମାବେଶ ନାୟକଙ୍କ ପୁଅ ଅଟନ୍ତି ।

All Right Reserved By

ଉପକୂଳ ଓଡିଶା

ବରୀରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ପାଚେରି ଭୁଷୁଡ଼ି ଛାତ୍ରୀ ଗୁରୁତର

ବରୀ,୧୯ା୭(ସ୍ବ.ପ୍ର.)- ବରୀ ଶିକ୍ଷା ମଣ୍ଡଳରେ ଶିକ୍ଷା ବ୍ୟବସ୍ଥା ବପର୍ଯ୍ୟସ୍ତ ହୋଇପଡିଛି। ବିଷୁନାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚେରି ଭୁଷୁଡି ପଡିବାରୁ ଗୁରୁବାର ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ଛାତ୍ରୀ ହେଲେ ଲିଜାରାଣୀ ନାୟକ।

କୃଷି କାର୍ଯ୍ୟାଳୟରେ ତାଲା, ନିରାଶ ହୋଇ ଫେରୁଛନ୍ତି ଚାଷୀ

ନାଉଗାଁ,୧୯ା୭(ସ୍ବ.ପ୍ର.): ଚାଷୀଙ୍କୁ ଚାଷ ସମ୍ବନ୍ଧୀୟ ବିଭିନ୍ନ ସୁବିଧା ପ୍ରଦାନ କରିବା ସହ ପରାମର୍ଶ ଦେବା ନିମନ୍ତେ ନାଉଗଁା ବ୍ଲକ ଦାଣ୍ଡୁଆ ପଡିଆଠାରେ ଖୋଲାଯାଇଛି ବ୍ଲକ କୃଷି କାର୍ଯ୍ୟାଳୟ।

କେନାଲରେ ଦଳ ଭର୍ତ୍ତି, ପାଣି ଆସୁନି

ତିର୍ତ୍ତୋଲ,୧୯ା୭(ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ମଣିଜଙ୍ଗାସ୍ଥିତ ଜଳ ସମ୍ପଦ ଉପଖଣ୍ଡ କାର୍ଯ୍ୟାଳୟ ଅଧୀନରେ ଥିବା କୌଣସି କେନାଲ ଚଳିତବର୍ଷ ଏ ପର୍ଯ୍ୟନ୍ତ ସଫେଇ କରାଯାଇନାହିଁ।

ବରୀ ଅଞ୍ଚଳରେ ଅପମିଶ୍ରିତ ଖାଦ୍ୟଯୋଗାଣ : ନିରବଦ୍ରଷ୍ଟା ସାଜିଛି ସ୍ବାସ୍ଥ୍ୟ, ଯୋଗାଣ ବିଭାଗ

ରନତ୍ଗିରି,୧୯ା୭(ଡ଼ି.ଏନ୍‌.ଏ)- ବରୀ ଅଞ୍ଚଳରେ ଅପମିଶ୍ରିତ ଖାଦ୍ୟ ଯୋଗାଣ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି ା ନିମ୍ନମାନର ଖାଦ୍ୟ ସାମଗ୍ରୀ ଉପରେ ବିଭିନ୍ନ ନାମୀଦାମୀ କମ୍ପାନୀର ନାମ ଉଲ୍ଲେଖ କରି ବିକ୍ରି କରାଯାଉଛି।

ଭାପୁର ବ୍ଲକରେ ବ୍ୟାପିବାରେ ଲାଗିଛି ହାଡ଼ଫୁଟି , ମିଳିମିଳା

ଭାପୁର,୧୯ା୭(ଡି.ଏନ୍‌.ଏ.)-ନୟାଗଡ ଜିଲା ଭାପୁର ବ୍ଲକରେ ଏବେ ମିିଳିମିଳା ଓ ହାଡ଼ଫୁଟି ରୋଗ ବ୍ୟାପିବାରେ ଲାଗିଛି।

୪୫,୧୮୫ ଭୋଟରଙ୍କ ଦୁଇରୁ ଅଧିକ ସ୍ଥାନରେ ନାମ ଦରଜ

କେନ୍ଦ୍ରାପଡା ଅଫିସ,୧୯।୭-କେନ୍ଦ୍ରାପଡା ଜିଲାର ଅଦ୍ୟାବଧି ଭୋଟର ସଂଖ୍ୟା ୧୧,୬୯,୩୯୮ ।ତେବେ ଏଥିମଧ୍ୟରୁ ୪୫,୧୮୫ ଜଣ ଦୁଇରୁ ଅଧିକ ସ୍ଥାନରେ ନାମ ଦରଜ କରିଥିବା ଜିଲା ନିର୍ବାଚନ ବିଭାଗ ତଥ୍ୟରୁ ସୂଚନା ମିଳିଛି।

ବୃକ୍ଷରୋପଣ କାର୍ଯ୍ୟକ୍ରମ

ଯାଜପୁରରୋଡ,୧୯।୭(ନି.ପ୍ର.)-ନବଉତ୍କଳ ମହିଳା ସମିତି ପକ୍ଷରୁ ଗୁରୁବାର କୋରେଇ ମେଡିକାଲ, କୋରେଇର କାହ୍ନୁଚରଣ ମହାବିଦ୍ୟାଳୟ ପରିସର ଓ ଧନେଶ୍ୱର ପଞ୍ଚାୟତ ଅଫିସ ସମ୍ମୁଖରେ ବୃକ୍ଷରୋପଣ କରାଯାଇଛି ।

କୁମ୍ଭାର ସାହି ବସ୍ତିରେ କୃତ୍ରିମ ବନ୍ୟା

କୁମ୍ଭାର ସାହି ବସ୍ତିରେ କୃତ୍ରିମ ବନ୍ୟା

ମାର୍ଶାଘାଇ,୧୯।୭(ଡିଏନଏ)-ଗୁରୁବାର ଅପରାହ୍ନ ଗୋଟାଏ ସମୟରେ ମାର୍ଶାଘାଇ ଅଞ୍ଚଳରେ ଅସରାଏ ବର୍ଷା ହୋଇଯାଇଛି ।

ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଶ୍ରୀଚନ୍ଦନଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା ଅଫିସ, ୧୯ା୭: କେନ୍ଦ୍ରାପଡା ଜିଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟରେ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଚରଣ ଶ୍ରୀଚନ୍ଦନଙ୍କ ୩୫ତମ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟିରେ କୋର ବ୍ୟାଙ୍କିଙ୍ଗ

କେନ୍ଦ୍ରାପଡା ଅଫିସ, ୧୯ା୭- କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟି ଲିମିଟେଡ ସଦସ୍ୟଙ୍କ ପାଇଁ କୋର ବ୍ୟାଙ୍କିଙ୍ଗ ସିଷ୍ଟମ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହା କେନ୍ଦ୍ରାପଡାସ୍ଥ ମୁଖ୍ୟ କାର୍ଯ୍ୟାଳୟ ସମେତ ଯାଜପୁର, କଟକ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡା ଜିଲାର ୧୭ଟି ଶାଖାରେ କାର୍ଯ୍ୟକାରୀ ହେବ।

ଗ୍ୟାଙ୍ଗଷ୍ଟର ଟିଟୋ ଗିରଫ ମାମଲା: କ୍ରାଇମବ୍ରାଞ୍ଚର ଚଢ଼ାଉ ଜାରି

କେନ୍ଦ୍ରାପଡା ଅଫିସ, ୧୯ା୭: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ୍‌ ଅଲ୍ଲୀଙ୍କୁ ଗତ ଜୁନ ୩୦ ତାରିଖରେ ଗିରଫ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଜିଲା ଓ ବାହର ଜିଲାରେ ଚଢ଼ାଉ ଜାରି ରହିଛି। ଏହି କ୍ରମରେ ବୁଧବାର ସନ୍ଧ୍ୟାରେ ଜିଲା ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଆଳି ଓ ସହରର ଦିହୁରିଆ ରାସ୍ତାରେ ୪ ଚକିଆ ଯାନ ତନଖି କରାଯାଇଥିଲା।

ବାଇପାଶ ରାସ୍ତାରେ ତାଳିପକା କାମ

ମାର୍ଶାଘାଇ,୧୯।୭(ଡି.ଏନ.ଏ.)-ମାର୍ଶାଘାଇ ବ୍ଲକ ଅଞ୍ଚଳ ଦେଇ ଯାଇଥିବା ୫ ନଂ (କ) ଜାତୀୟ ରାଜପଥର ମାର୍ଶାଘାଇ କେନାଲ ବ୍ରିଜର ଉଭୟ ପାର୍ଶ୍ୱ ବାଇପାସ ରାସ୍ତାରେ ବହୁ ଛୋଟ ବଡ ଖାଲଖମା ସୃଷ୍ଟି ହୋଇଛି ।

Model This Week

ରୂପେଶ