ଉପକୂଳ ଓଡିଶା

ସମିତି ସଭ୍ୟ ପାଇଁ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା

ସମିତି ସଭ୍ୟ ପାଇଁ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା
ଦଶରଥପୁର,୨୯।୧୨(ଡିଏନ୍‌ଏ)- ଦଶରଥପୁର ବ୍ଲକ ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଅଧିନ ନିଜାମପୁର ପଞ୍ଚାୟତରେ ଆସନ୍ତା ଜାନୁୟାରୀ ୧୯ରେ ସମିତି ସଭ୍ୟ ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ପୂର୍ବତନ ସମିତି ସଭ୍ୟ କେଦାର ଦାସଙ୍କ ସ୍ତ୍ରୀ ରୁକ୍ମିଣୀଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା ବେଳେ ତାଙ୍କୁ ଭାଜପାର ମଧ୍ୟ ନୈତିକ ସମର୍ଥନ ରହିଛି ବୋଲି ଜିଲା ସଭାପତି କହିଛନ୍ତି। ଦୁଇ ପ୍ରମୁଖ ଦଳ ରୁକ୍ମଣୀଙ୍କୁ ଅପ୍ରତିଦ୍ୱନ୍ଦୀ କରିବା ଲାଗି ଯେନତେନ ପ୍ରୟାସ କରିଥିଲେ ମଧ୍ୟ ସବୁ ପ୍ରୟାସ କାଟ୍‌ ଖାଇଛି । ତେବେ ବ୍ଲକ ପ୍ରଶାସନ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ହସ୍ତଗତ ରିପୋର୍ଟ ଅନୁଯାୟୀ ସମିତିସଭ୍ୟ ଆସନ ଲାଗି ଏଠାରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେବ ବୋଲି ସ୍ପଷ୍ଟ ହୋଇଛି। ସୂଚନା ଯେ, ତ୍ରୀସ୍ତରୀୟ ନିର୍ବାଚନରେ ଏହି ପଞ୍ଚାୟତର ସମିତିସଭ୍ୟ ଭାବେ କେଦାର ଦାସ ବିଜୟୀ ହୋଇଥିଲେ। ମାତ୍ର ଗତ ଅଗଷ୍ଟ ୧ରେ କେଦାରଙ୍କୁ ହତ୍ୟା କରାଯିବା ପରେ ଦୀର୍ଘଦିନ ଖାଲି ପଡିଥିବା ଆସନ ଲାଗି ଜାନୁୟାରୀ ୧୯ରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ପଞ୍ଚାୟତରେ ତ୍ରିସ୍ତରୀୟ ନିର୍ବାଚନରେ ଭାଜପା ବିଜେଡିକୁ ପଛରେ ପକାଇ ଅଧିକ ଭୋଟ୍‌ ହାତେଇଥିଲେ ମଧ୍ୟ ଜିଲା ଭାଜପା ସଭାପତି ଗୌତମଙ୍କର କେଦାରଙ୍କ ସହ ଥିବା ନିବିଡ ସମ୍ପର୍କ ଯୋଗୁ କେଦାରଙ୍କ ସ୍ତ୍ରୀ ରୁକ୍ମିଣୀଙ୍କ ବିରୋଧରେ ଦଳୀୟ ସମର୍ଥତ୍ତ ପ୍ରାର୍ଥୀ ଦେବାକୁ ସେ ମନା କରିଦେଇଥିଲେ। ତେବେ ବିଧାୟିକାଙ୍କ ଦଳୀୟ ସମର୍ଥନ ଏବଂ ଭାଜପା ଜିଲା ସଭାପତିଙ୍କ ନୈତିକ ସମର୍ଥନ ସବୁ ଫିକା ପଡିଥିବା ଦେଖାଯାଇଛି। ଏହି ପଞ୍ଚାୟତ ପାଇଁ ୩ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଶୁକ୍ରବାର ଚୂଡାନ୍ତ ତାଲିକାରେ ରୁକ୍ମିଣୀ ଦାସଙ୍କୁ କେଟିଲ ଚିହ୍ନ ଏବଂ ଶ୍ରୀକାନ୍ତ ଯେନାଙ୍କୁ ଟୁଲ୍‌ ଚିହ୍ନ ମିଳିଥିବା ପଞ୍ଚାୟତ କାର୍ଯ୍ୟାଳୟଠାରେ ନୋଟିସ୍‌ ଲଗାଯାଇଛି। ଅନ୍ୟପକ୍ଷରେ ୨୩ତାରିଖ ଶ୍ରୀକାନ୍ତଙ୍କୁ ଭାଜପା ଜୋନ୍‌ ସଭାପତି ଗଦାଧର ସାହୁ ଏବଂ ଅନ୍ୟ କେତେଜଣ ଭାଜପା ପତାକା ଧରି ବ୍ଲକ କାର୍ଯ୍ୟାଳୟକୁ ଯାଇ ତାଙ୍କର ନୋମିନେଶନ ଦାଖଲ କରାଇଥିବା ଆଲୋଚନା ହେଉଛି। ତେବେ ଭାଜପା ଜିଲା ସଭାପତି ଗୌତମ ରାୟଙ୍କୁ ଏ ସମ୍ପର୍କରେ ପଚାରିବାରେ, ଗଦାଧର ସାହୁ ଜୋନ୍‌ ସଭାପତି ନାହାନ୍ତି । କିଏ କାହାକୁ ବ୍ୟକ୍ତିଗତ ସମର୍ଥନ ଦେଲା ତାହା ଅଲଗା ବିଷୟ। ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କରାଯାଇ ନ ଥାଏ । ମାତ୍ର କେଦାରଙ୍କ ସ୍ତ୍ରୀ ପ୍ରତି ଆମର ନୈତିକ ସମର୍ଥନ ରହିଛି ବୋଲି ପ୍ରକାଶ କରିଥିଲେ। ତେବେ ଗୋଟିଏ ପଟେ ଜିଲା ସଭାପତି ଏପରି ମନ୍ତବ୍ୟ ଭାଜପା ମଧ୍ୟରେ ଦ୍ୱିମତ ସୃଷ୍ଟି ହୋଇଥିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।
All Right Reserved By

ଉପକୂଳ ଓଡିଶା

ପାରାଦୀପ ରାଜନୀତିରେ ଭିନ୍ନ ସମୀକରଣ

ପାରାଦୀପ,୧୯।୧୦(ସ୍ବ.ପ୍ର.)- ପାରାଦୀପ ନିର୍ବାଚନମଣ୍ଡଳୀର ୩ ରାଜନୈତିକ ଦଳ ମଧ୍ୟରେ ଭିନ୍ନ ସମୀକରଣ ହେବାରେ ଲାଗିଛି। ଗତ ସେପ୍ଟେମ୍ବର ୧୨ରେ ବିଜେଡି ନେତା ଦାମୋଦର ରାଉତ ବହିଷ୍କାର ହେବା ପରେ ଏପରି ହୋଇଛି। ତେବେ ୨୦୧୯ ନିର୍ବାଚନ ପାଇଁ କିଏ ବିଜେଡି ପ୍ରାର୍ଥୀ ହେବ, ସେ ନେଇ ଚର୍ଚ୍ଚା ହେଉଥିଲା।

ରାବଣ ପୋଡ଼ିକୁ ନେଇ ବିବାଦ, ପ୍ରଶାସନ ଭାଙ୍ଗିଲା ଦାମଙ୍କ ମଞ୍ଚ

ରାବଣ ପୋଡ଼ିକୁ ନେଇ ବିବାଦ, ପ୍ରଶାସନ ଭାଙ୍ଗିଲା ଦାମଙ୍କ ମଞ୍ଚ

ଏରସମା,୧୯।୧୦(ସ୍ବ.ପ୍ର.)- ଏରସମାରେ ରାବଣ ପୋଡ଼ିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏକ ଭିନ୍ନ ମୋଡ଼ ନେଇଛି। ଏ ନେଇ ପ୍ରଶାସନ ଶୁକ୍ରବାର ପାରାଦୀପ ବିଧାୟକ ଦାମୋଦର ରାଉତଙ୍କ ସ୍ବାଭିମାନ ସମାବେଶର ମଞ୍ଚକୁ ଭାଙ୍ଗିଦେଇଛି। ଏହା ଏକ ବିଶାଳ ଗୋଷ୍ଠୀ ସଂଘର୍ଷର ରୂପ ନେବାକୁ ଯାଉଛି। ଗୁରୁବାର ବିଳମ୍ବିତ ରାତିରେ ଏରସମା ଥାନା ପରିସରରେ ବସିଥିବା ଶାନ୍ତି କମିଟି ଦ୍ୱାରା ଏହି ବିବାଦର ସମାଧାନ ହୋଇପାରିଲା ନାହଁି।

ଯୁବକଙ୍କ ଆତ୍ମହତ୍ୟା

ଯୁବକଙ୍କ ଆତ୍ମହତ୍ୟା

ଓଡ଼ଗଁ। ,୧୯। ୧୦(ସ୍ବ.ପ୍ର.)- ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଭୁକ୍ତ ଜାରିଙ୍ଗି ମୌଜାରେ ଗୁରୁବାର ସନ୍ଧ୍ୟାରେ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ଦୁତିକୃଷ୍ଣ ସାହୁ(୨୭)।

ଦଶମୀ ଅବସରରେ ଅପରାଜିତା ପୂଜା

ଦଶମୀ ଅବସରରେ ଅପରାଜିତା ପୂଜା

ମାର୍ଶାଘାଇ,୧୯।୧୦(ଡି.ଏନ୍‌.ଏ)- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବଜାର ଦୁର୍ଗା ମଣ୍ଡପରେ ଶୁକ୍ରବାର ଦଶମୀ ଅବସରରେ ଅପରାଜିତା ପୂଜା ଓ ପୂର୍ଣ୍ଣାହୁତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଟ୍ରକ୍‌-ବାଇକ ଧକ୍କା, ଜଣେ ମୃତ

ଟ୍ରକ୍‌-ବାଇକ ଧକ୍କା, ଜଣେ ମୃତ

ଯାଜପୁରରୋଡ,୧୯। ୧୦(ନି.ପ୍ର.)- ୨୦ନଂ. ଜାତୀୟ ରାଜପଥର ଏକ ବାଇକ୍‌ ଶୋ’ରୁମ୍‌ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ମୋଟର ସାଇକେଲ ଭାରସାମ୍ୟ ହରାଇ ଟ୍ରକ୍‌ ପଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହଁି ବାଇକ୍‌ ଅରୋହୀଙ୍କର ମୃତ୍ୟୁ ହୋଇଥିଲା।

ଖଣ୍ଡାପୂଜା ଉତ୍ସବ

ଖଣ୍ଡାପୂଜା ଉତ୍ସବ

ମାର୍ଶାଘାଇ,୧୯।୧୦(ଡି.ଏନ୍‌.ଏ)- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ କୁସୁନପୁର ଆଖଣ୍ଡଳମଣୀ ମନ୍ଦିର ପରିସରରେ ଶୁକ୍ରବାର ବିଜୟା ଦଶମୀ ଅବସରରେ ଖଣ୍ଡାୟତ ସମାଜ ପକ୍ଷରୁ ଖଣ୍ଡାପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

ଖସିଲା ଅତଡ଼ା, ୩୦ରୁ ଊର୍ଦ୍ଧ୍ୱ ପରିବାର ଆତଙ୍କିତ

ଖସିଲା ଅତଡ଼ା, ୩୦ରୁ ଊର୍ଦ୍ଧ୍ୱ ପରିବାର ଆତଙ୍କିତ

ଆଳି,୧୯।୧୦(ଡି.ଏନ୍‌.ଏ)- କେନ୍ଦ୍ରାପଡ଼ା ଜିଲା ଆଳି ଧୋୟାଞ୍ଚଳରେ ପ୍ରବାହିତ ଖରସ୍ରୋତା ନଦୀରୁ ଶୁକ୍ରବାର ଅତଡ଼ା ଖସିବା ଯୋଗୁ ନଦୀକୂଳରେ ଥିବା ମଧୁସୂଦନ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ପରିବାର ଆତଙ୍କିତ ହୋଇପଡ଼ିଛନ୍ତି। ଗ୍ରାମର ଅଭିଳାଷ ଦାସ, କୁନି ସାହୁ, ଜୟୀରାମ ରାଉତ, ଶ୍ରୀନିବାସ ରାଉତଙ୍କ ସମେତ ଅନେକ ପରିବାର ଭୟଭୀତ ହୋଇପଡ଼ିଛନ୍ତି।

ଶାନ୍ତିମୈତ୍ରୀ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପୋଖରୀ ସଫା

ଶାନ୍ତିମୈତ୍ରୀ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପୋଖରୀ ସଫା

ପାଟକୁରା,୧୯।୧୦(ଡି.ଏନ୍‌.ଏ)- ଗରଦପୁର ବ୍ଲକ ବଧୀନ ବେଡ଼ାରୀ ପଞ୍ଚାୟତ ଦଳୁଆଣି ବାୟାଣି ପୋଖରୀରୁ ଶାନ୍ତିମୈତ୍ରୀ ସ୍ବେଚ୍ଛାସେବୀ ସଙ୍ଗଠନ ସହାୟତାରେ ଶୁକ୍ରବାର ଦଳ ସଫା କରାଯାଇଛି।

ମା’ଙ୍କ ମଣ୍ଡପରେ ମାଲକାନଗିରି ପୂର୍ବତନ ବିଧାୟକଙ୍କ ପୂଜାର୍ଚ୍ଚନା

ମା’ଙ୍କ ମଣ୍ଡପରେ ମାଲକାନଗିରି ପୂର୍ବତନ ବିଧାୟକଙ୍କ ପୂଜାର୍ଚ୍ଚନା

ମହାକାଳପଡ଼ା,୧୯।୧୦(ଡି.ଏନ୍‌.ଏ)- ମହାକାଳପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ଏହି ପୂଜା ମଣ୍ଡପରେ ବିଭିନ୍ନ ରାଜନେତା ମା’ଙ୍କ ଦର୍ଶନ କରିଛନ୍ତି।

ଆଳିରେ ବିଜୟାଦଶମୀ

ଆଳିରେ ବିଜୟାଦଶମୀ

ଆଳି,୧୯।୧୦(ଡି.ଏନ୍‌.ଏ. ): କେନ୍ଦ୍ରାପଡ଼ା ଜିଲା ଆଳିରେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ପକ୍ଷରୁ ନିଆଳ ହାଟଠାରେ ଥିବା ହେଲିପ୍ୟାଡ୍‌ ପଡ଼ିଆରେ ଶୁକ୍ରବାର ବିଜୟାଦଶମୀ ଉତ୍ସବ ପାଳିତ ହୋଇଯାଇଛି। 

ପୋଖରୀରେ ବୁଡ଼ି ଜଣେ ମୃତ

ପୋଖରୀରେ ବୁଡ଼ି ଜଣେ ମୃତ

ଚଣ୍ଡୀଖୋଲ, ୧୮।୧୦(ଡି.ଏନ.ଏ.)-ବାଲିକନ୍ଦରପୁର ଥାନା ଅନ୍ତର୍ଗତ ପତରାଜପୁର ଗାଁର ସୁରେନ୍ଦ୍ର ସେନାପତିଙ୍କ ପୁଅ ସୂର୍ଯ୍ୟକାନ୍ତ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। 

ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ

ମାର୍ଶାଘାଇ, ୧୮।୧୦(ଡି.ଏନ୍‌.ଏ.)- କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମାର୍ଶଘାଇ ସ୍କୁଲ ପରିସରରେ ଗୁରୁବାର ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ନବମୀ ତଥିରେ ନିରଞ୍ଜନ ବସ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।